ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 19 ପଜିଟିଭ୍ ମଧ୍ୟରୁ ହୋମ୍ କ୍ବାରେଣ୍ଟାଇନ୍ରୁ 9 ଜଣ ଥିବାବେଳେ ଲୋକାଲ୍ କେସ୍ 8 ଜଣ ଓ 2 ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି ବୋଲି ସୂଚନା ଦେଇଛି ବିଏମ୍ସି । କଳ୍ପନା ଛକ ନିକଟ ଏକ ସରକାରୀ ଅଫିସ୍ର 2 କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ୍ କେସ୍ ମଧ୍ୟରୁ ବଡଗଡ ନେତାଜୀ କ୍ଲବ ପାଖ ଜଣେ 27 ବର୍ଷୀୟ ଯୁବକ ସଂକ୍ରମିତହୋଇଥିବାର ସୂଚନା ରହିଛି । ଭରତପୁର ତେଲୁଗୁସାହିର ଜଣେ 60 ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବାବେଳେ ଘାଟିକିଆର ଜଣେ 21ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ୍ 4 ଏସ୍ସିପିସିଆର୍ ଅଫିସ୍ ପାଖରେ ଜଣେ 24 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ…
Author: Samikhsya Bureau
କେନ୍ଦୁଝର : ଆଜିଠୁ ବଡବିଲ୍ ସହରକୁ ସପ୍ତାହେ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ସପ୍ତାହେ ପାଇଁ ବଡବିଲ୍କୁ ସଟ୍ଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି ବଡବିଲରୁ 11 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି । ଚିହ୍ନଟ ସମସ୍ତ 11 ଆକ୍ରାନ୍ତ ଲୋକାଲ୍ କେସ୍ ଥିବାର କହିଛନ୍ତି ଜିଲ୍ଲାପାଳ। ଏହି ସଟ୍ଡାଉନ୍ ସମୟରେ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ ରହିବ, ତେବେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ରାଉରକେଲା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କ୍ବାରେଣ୍ଟିନ୍ ନିୟମ କଡାକଡି ନେଇ ସ୍ପଷ୍ଟ କରିଛି ପ୍ରଶାସନ । ପୂର୍ବରୁ ଅନ୍ୟ ଜିଲ୍ଲାମାନଙ୍କୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ 14 ଦିନ କ୍ୱାରେଣ୍ଟିନ୍ରେ ରହିବାକୁ ପଡ଼ିବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଗତକାଲି 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ । ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି…
ଖୋର୍ଦ୍ଧା : ଖୋର୍ଦ୍ଧା ସବ୍ଡିଭିଜନ୍ ଅଧୀନ ସବୁ ଶୈବପୀଠରେ ଲାଗିଲା 144 ଧାରା । ଜୁଲାଇ 31 ଯାଏଁ 144 ଜାରି କଲେ ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ 144 ଧାରା ଜାରି ହୋଇଛି । ଜଳାଶୟରୁ ପାଣି ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ବାରଣ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ସ୍ଥଗିତ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ଘୋଷଣା କରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ବୋଲବମ କାରଣରୁ ମନ୍ଦିରରେ ଭିଡ଼ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବୋଲବମ୍ ଯାତ୍ରାକୁ ବନ୍ଦ କରାଯାଇଛି।
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ଛଅ ଲକ୍ଷ ପାର୍ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 6 ଲକ୍ଷ 73 ହଜାର 165 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 19 ହଜାର 268କୁ ବୃଦ୍ଧି ହୋଇଛି । ସେହିପରି 4 ଲକ୍ଷ 90 ହଜାର ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ 24 ହଜାର 850 ନୂତନ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବାବେଳେ 613ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ଦେଶରେ ରିକଭରୀ ବା ସୁସ୍ଥ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଦେଶରେ ରିକଭରୀ ବା ସୁସ୍ଥ ରେଟ୍ ୬୦.୭୭ ପ୍ରତିଶତରେ…
ପାଟନାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ପାଣିରେ ଭାସୁଛି, କିଛି ସମୟ ପାଇଁ ଜନଜୀବନ ହେଲା ଅସ୍ତବ୍ୟସ୍ତ। ମୁଖ୍ୟତଃ ପାଟନା ସମେତ ବିଭିନ୍ନ ଜିଲ୍ଲାରେ ଏହି ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି।
ଭୁବନେଶ୍ବର : ଆଜି ରାଜ୍ୟର 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 4 ଜଣ ଏନ୍ଡିଆରଏଫ୍ ଯବାନ ରହିଛନ୍ତି । ସେହିପରି ଆଜି 20ଟି ଜିଲ୍ଲାରୁ 469ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ116 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 94, ସୁନ୍ଦରଗଡରୁ 66, ଖୋର୍ଦ୍ଧାରୁ 27, କେଉଁଝରଓ ଯାଜପୁରରୁ 25, ନୟାଗଡରୁ 24, ଭଦ୍ରକରୁ 16, ସମ୍ବଲପୁରୁର 13, ଗଜପତିରୁ 12, ଅନୁଗୁଳୁ 11, ବାଲେଶ୍ବର ଓ ପୁରୀରୁ 8, ମୟୂରଭଞ୍ଜରୁ 6, କେନ୍ଦ୍ରାପଡାରୁ 5 , ବଲାଙ୍ଗିରରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁର ଓ କଳାହାଣ୍ଡିରୁ 2 ଜଣ ଲେଖାଏଁ ରହିଥିବାବେଳେ ମାଲ୍କାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର…
ଭୁବନେଶ୍ବର : ରାଜ୍ୟରେ ଆଜି 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 317ଜଣ ଚିହ୍ନଟ ହୋଇଥିବାବେଳେ 150ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9ହଜାର 70କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 90ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 934ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 34ଜଣ । ସେହିପରି 9 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ କରୋନାରେ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଇଞ୍ଜିନିୟର ରହିଥିବାବେଳେ ଜଣେ ଡ୍ରାଇଭର ରହିଥିବାର ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତିନି ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍ ହିଷ୍ଟ୍ରି ଥିବା ସୂଚନା ରହିଛି । ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇଞ୍ଜିନିୟରିଂ ବିଭାଗ ସିଲ୍ ହୋଇଛି । ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ଦିନକୁ ଦିନ ଜଟିଳ ହେଉଛି କରୋନା କଟକଣା। ସରକାରୀ କର୍ମଚାରୀ ଯେମିତି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସାଧାରଣ ଲୋକଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ଓ ସରକାରୀ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏମ୍ସି ଅଫିସକୁ ଲୋକଙ୍କ ପ୍ରବେଶକୁ ମନା କରାଯାଇଥିବା ବେଳେ ଲୋକସେବା…
ଗାଜିଆବାଦ : ପ୍ରେମ ବିବାହ କରି ସାରା ଜୀବନ ସହ ସାଥ୍ ଦେବା ପାଇଁ କଥା ଦେଇଥିବା ପ୍ରେମୀ ଯୁଗଳ ବିବାହର ମାତ୍ର ଚାରି ଦିନ ପରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରେଦଶ ଗାଜିଆବାଦଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ଉତ୍ତରପ୍ରଦେଶର ଗାଜିଆବାଦ ଥାନା ଅନ୍ତର୍ଗତ କବୀନଗରରେ ନବବିବାହିତ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଚାରି ବର୍ଷର ପ୍ରେମ ସମ୍ପର୍କରେ ଥିବା ଏହି ଦମ୍ପତି ବିବାହର ମାତ୍ର ଚାରି ଦିନ ପରେ ଏପରି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଗାଜିଆବାଦରେ ଏକ ଘରୋଇ ଟ୍ୟୁସନ ସଂସ୍ଥାରେ ଶିକ୍ଷକ ବିଶାଳ ଓ ନୋଏଡାର ଏକ ଆଇଟି କଂପାନୀରେ ଏଚଆର ଟିମରେ କାର୍ଯ୍ୟରତ ନିଶାଙ୍କ ମଧ୍ୟରେ ୪ ବର୍ଷ ତଳେ ପ୍ରେମ ସଂପର୍କ…
କେଦାର ମିଶ୍ର ଏବେ କୁହା ଯାଉଛି, ଦେଶରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହୋଇଛି, ତେଣୁ ଯେ କୌଣସି ପ୍ରକାର ରାଜନୈତିକ ପ୍ରତିବାଦ, ରାଲି ଓ ସମାବେଶ ଆୟୋଜନ କରିବା ବେଆଇନ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ଯେ କୌଣସି ପ୍ରକାର ଜଣ ସମାବେଶ ଆତ୍ମଘାତି, ଏ କଥା ସ୍ଵୀକାର କରିବାରେ ଅସୁବିଧା ନାହିଁ। ଦେଶରେ ଗତ କିଛି ମାସ ହେଲାଣି ଏକ ପ୍ରକାର ରାଜନୈତିକ ସ୍ଥାଣୁତା ଆସିବା ସେହି ଦୃଷ୍ଟିରୁ ସ୍ଵାଭାବିକ। ତେବେ ଏକ ଗଣତାନ୍ତ୍ରିକ ଦେଶରେ ପ୍ରତିବାଦ କରିବାର ଅଧିକାରକୁ ବେଆଇନ ବୋଲି କେତେଦିନ ଘୋଷଣା କରା ଯାଇପାରିବ? ଜନ ସ୍ଵାର୍ଥ ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ଜନ ସମାବେଶକୁ ଅନୁମତି ନଦେବା ଯେମିତି ଜରୁରୀ, ଏମିତି ଏକ ବିପଜ୍ଜନକ ସମୟରେ ସରକାରଙ୍କର ଲୋକଙ୍କ ସ୍ଵାର୍ଥ ବିରୋଧୀ କୌଣସି ନିଷ୍ପତ୍ତି ନନେବା ମଧ୍ୟ ସେତିକି ଜରୁରୀ। ସରକାର ଗତ ତିନିମାସ ଭିତରେ ଅନେକ ନୀତିଗତ ନିଷ୍ପତ୍ତି…
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଓ ବିହାରରେ ଶନିବାର ବଜ୍ରପାତରେ 43 ଜଣଙ୍କର ମୃତ୍ୟୁ ହୋଇଛି । ବିହାରରେ 23 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଗୁରୁତର ଆହତ ଅଛନ୍ତି । ସୂଚନା ଅନୁସାରେ, ଆହ୍ଲାବାଦରେ 8ଜଣ, ମୀର୍ଜାପୁର୍ରେ 6ଜଣ, କୁଶାମ୍ବିରେ2ଜଣ, ଭଦୋହିରେ 6ଜଣ ଓ ଜୌନପୁରରେ ବଜ୍ରପାତ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି। ସେହିପରି ବିହାରର ଭୋଜପୁର ଜିଲ୍ଲାରୁ 9, ସାରନ ଜିଲ୍ଲାରୁ 5, କଇମୁର ଜିଲ୍ଲାରୁ 3, ପାଟନାରୁ 2 ଓ ଜାହାନବାଦରୁ 2ଜଣ, ଗୟା ଓ ବକ୍ସାର ଜିଲ୍ଲାରୁ ଜଣେ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ଭିତରେ ବିହାରରେ ବଜ୍ରପାତ ଯୋଗୁଁ 130 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…
ପୁରୀ: ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। ଏହାସହ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ପାଟନାରେ ଦାବୀ କରିଛନ୍ତି ସ୍ବର୍ଣ୍ଣ ସେନା। ସେନା ତରଫରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତଳିକା ଦାହ କରାଯାଇଛି।
ନୂଆଦିଲ୍ଲୀ: ପାଣି ବାଲତିରେ ପଡି ଜଣେ ଏକ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ମାଣ୍ଡୱାଲିରେ ଘାଟିଯାଇଛି। ପୋଲିସର ସୂଚନାନୁସାରେ ମୃତ ଶିଶୁଟି ଘର ଭିତରେ ଥିବା ପାଣି ବାଲତି ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଇ ସେଥିରେ ଖସିପଡିଥିଲା। ପିତାମାତା ଜାଣିବା ପୂର୍ବରୁ ପିଲାଟି ବୁଡ଼ି ଯାଇଥିଲା। ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୭ ତାରିଖରେ ନାକଟିଦେଉଳ ରେଞ୍ଜ ଜାମୁଜୋରୀ ପଂଚାୟତର ବିନ୍ଦୁପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହାତୀ ମାରି ଦେବା ପରେ ତାକୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧିନ ଥିବା ସମୟରେ ଆଜି ସକାଳୁ ତାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଥିଲା। ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦାବୀରେ ଶବ ରଖି ଜାମୁଜୋରୀ ଗ୍ରାମପଂଚାୟତ ପାଖରେ ମୂଖ୍ୟରାସ୍ତା ନିକଟରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖବର ପାଇ ନାକଟିଦେଉଳ ଥାନାଧୀକାରୀ ଇସ୍ମାଇଲ ଏକ୍କା, ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ଜାମୁଜୋରୀ ସରପଂଚ ଅଜୀତ କୁମାରେ ପ୍ରଧାନ ଘଟଣା ସ୍ଥଳକୁ ଯାଇଥିଲେ। ଲୋକମାନଙ୍କୁ ବୁଝାସୁଝା କରିବା ପରେ ଓ ପ୍ରଶାସନ ପ୍ରତିଶୃତି ଦେବା ପରେ ଅପରାହ୍ନ ୪ଟା ୩୦ରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଓାର୍ଡମେମ୍ବର ଥିଲେ ବୋଲି ଜଣା ପଡିଛି। ପ୍ରକାଶ ଯେ ଏକ ମାସ…
Collector made a surprise visit to district hospital today. Took feedback from patients and attendants about their welfare. Also enquired with doctors about the fever clinic, OPD, IPD, drug distribution and corona preparedness.
ନୂଆଦିଲ୍ଲୀ, ଆଗାମୀ ଦୁଇ ସପ୍ତାହ ଯାଏଁ ଦେଶର 6ଟି ଘରୋଇ ବିମାନ ବନ୍ଦରରୁ କୋଲକାତାକୁ କୌଣସି ବିମାନ ଚଳାଚଳ କରିବ ନାହିଁ । ଭାରତୀୟ ବିମାନବନ୍ଦର ପ୍ରାଧୀକରଣ ପରିଚାଳିତ କୋଲକାତା ଏୟାରପୋର୍ଟ ପକ୍ଷରୁ ଏହା କୁହାଯାଇଛି । ଆସନ୍ତା ସୋମବାର ଜୁଲାଇ 6ରୁ 19 ତାରିଖ ଯାଏଁ ଏସବୁ ସ୍ଥାନରୁ କୋଲକାତାକୁ ବିମାନ ସେବା ବାତିଲ କରି ଦିଆଯାଇଛି। ଏହିସବୁ ସ୍ଥାନ ହେଲା ଦିଲ୍ଲୀ, ମୁମ୍ବାଇ,ପୁଣେ,ନାଗପୁର,ଚେନ୍ନାଇ ଓ ଅହମ୍ମଦାବାଦ । ଜୁଲାଇ 19 କିମ୍ବା ପରବର୍ତ୍ତୀ ଆଦେଶ ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି କୋଲକାତା ଏୟାରପୋର୍ଟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି । କୋଭିଡ-19 ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କରୋନା ବ୍ୟାପୁଥିବା ପ୍ରମୁଖ ମହାନଗରୀରୁ କୋଲକାତାକୁ ବିମାନ ଚଳାଚଳ ବାତିଲ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନସି)
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୯ ତାରିଖ (ଗୁରବାର) ସକାଳ ୫ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଘୋଷଣା କରାଯାଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ପୂର୍ବପରି ବଳବତ୍ତର ରହିବ। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ…
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 229 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ 91 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 29, ଗଜପତିରୁ 26, ଝାରସୁଗୁଡ଼ାରୁ 15, ବଲାଙ୍ଗିରରୁ 12 ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ ମୟୂରଭଂଜରୁ 11 ଜଣ ଲେଖାଏଁ ଏବଂ ଯାଜପୁରରୁ 8 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ 6, କେନ୍ଦୁଝରରୁ 5 ଏବଂ କଟକ ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ନୟାଗଡ଼ରୁ 3 ଲେଖାଏଁ, ବରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 5 ହଜାର 934 ଜଣ ସୁସ୍ଥ ହେଲେଣି ।( ସମୀକ୍ଷା ବ୍ୟୁରୋ)

