Author: Samikhsya Bureau

ନୂଆଦିଲ୍ଲୀ : ଆସନ୍ତା 28 ଦିନ ମଧ୍ୟରେ ଭାରତକୁ ଫେରିବେ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟରେ ମାଲ୍ୟାଙ୍କ ଯାଚିକା ଖାରଜ ହେବା ପରେ ମାଲ୍ୟା ଭାରତ ଫେରିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କ ଆବେଦନ ଖାରଜ କରିବା ପରେ ମାଲ୍ୟା ଭାରତ ପ୍ରତ୍ୟର୍ପିତ ହେବାର ସମ୍ଭାବନ ସ୍ପଷ୍ଟ ହୋଇଛି । ଏହି 64 ବର୍ଷ ବୟସ୍କ ମଦ ସମ୍ରାଟ ଜଣକ ଗତକାଲି ଭାରତ ସରକାରଙ୍କୁ ଋଣ ଫେରସ୍ତର ପ୍ରସ୍ତାବ ଦେଇଥିଲେ । କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିବା ବେଳେ ବର୍ତ୍ତମାନ ୟୁକେର ଗୃହ ସଚିବ ପ୍ରୀତି ପଟେଲ୍‌ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାର ଦ୍ବିତୀୟ ଦିବସରେ ପ୍ରବାସୀ ଶ୍ରମିକଙ୍କ ପାଇଁ 11 ହଜାର କୋଟିର ସହାୟତା ରାଶିର ଘୋଷଣା କରିଛନ୍ତି ସୀତାରମଣ। ବିଭିନ୍ନ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡ (ଏସ୍‌ଡିଆର୍‌ଏଫ୍‌)କୁ 11 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ବାରା ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଦୈନିକ ତିନୋଟି ମିଲ୍‌ ପ୍ରଦାନ କରାଯାଉଛି। ସେହିପରି ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରାଯାଇଛି। ଏହି ସମୟ ମଧ୍ୟରେ ଏସ୍ଏଚ୍‌ଜି ଗ୍ରୁପ୍‌ ଗୁଡିକ 3 କୋଟି ମାସ୍କ ନିର୍ମାଣ କରିଥିବା ବେଳେ 1.6 ଲକ୍ଷ ଲିଟର ସାନିଟାଇଜର୍‌ ନିର୍ମାଣ କରିଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କୁ ପୈସା ଆପ୍‌ ଜରିଆରେ ସେମାନଙ୍କର ଅର୍ଥ ପ୍ରଦାନ କରାଯିବ। ସେହିପରି ଦେଶରେ ଲକ୍‌ଡାଉନ୍‌ ପରଠାରୁ 14.62 କୋଟି ଘଣ୍ଟାର ଶ୍ରମ ସମୟ ସୃଷ୍ଟି କରାଯାଇଥିବା ବେଳେ ଏହା ଦ୍ବାରା ପ୍ରାୟ…

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 20 ଲକ୍ଷ କୋଟି ସହାୟତା ରାଶିର ବିସ୍ତୃତ ସୂଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 5.9 ଲକ୍ଷ କୋଟିର ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପ୍ରବାସୀ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ସହାୟତା ରାଶିର ଘୋଷଣା କରାଯାଇଛି । ଏହି ପ୍ରେସ୍‌ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥସଚିବ ଯୋଗ ଦେଇଥିଲେ । ଦ୍ବିତୀୟ ଦିନରେ କ୍ଷୁଦ୍ର ଚାଷୀଙ୍କ ଋଣ ପ୍ରଦାନ ପାଇଁ 25 ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କୃଷିଋଣ ନେଇଥିବା କୃଷକ ମାନଙ୍କ ଋଣ ରାଶିକୁ 3 ମାସ ପାଇଁ ଛାଡ କରି ଦିଆଯାଇଛି । 31 ମେ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ସୁଧ ମଧ୍ୟ ପ୍ରଦାନ କରିବାକୁ ପଡିବ ନାହିଁ । ଏହା ଦ୍ବାରା 4.22…

Read More

ନୂଆଦିଲ୍ଲୀ :ଲକ୍‌ଡାଉନ୍‌ ଏବଂ ଦିଲ୍ଲୀରେ କରୋନା ସମସ୍ୟାକୁ ନେଇ ଏକ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ବାସୀ ଲକ୍‌ଡାଉନ୍‌କୁ ସମର୍ଥନ କରୁଥିବା ବେଳେ ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଅଛନ୍ତିନ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ଦିଲ୍ଳୀର ଦୋକାନ ବଜାର ଖୋଲିବା ନିମନ୍ତେ ପ୍ରାୟ 5 ଲକ୍ଷ ଅନୁରୋଧ ଆସିଛି । ଏହାକୁ ବିଚାର କରାଯାଉଛି ଏବଂ ଆଗାମୀ ଦିନରେ ଦିଲ୍ଲୀରେ ଅଡ୍‌ ଇଭିନ୍‌ ପ୍ରକ୍ରିୟାରେ ଦୋକାନ ଖୋଲାଯିବ । ବାହାରର ଦୋକାନ ଖୋଲିବା ଉପରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ସପିଂମଲ୍‌ ଏବଂ ମାର୍କଟ୍‌ କମ୍ପ୍ଲେକ୍ସ ପାଇଁ ଏହି ଅଡ୍‌ ଇଭିନ୍‌ ବ୍ୟବସ୍ଥା ଲାଗୁ କରିବାର ବିଚାର କରାଯାଉଛି ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 158 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ 463ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦ ମହାରଣା ନାମକ ଜନୈକ ବ୍ୟକ୍ତି ମିନତୀ ସ୍ବାଇଁଙ୍କୁ 6 ବର୍ଷ ତଳେ ଗଡକୁଜଙ୍ଗ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ତରଫରୁ ସୁନା ଚେନ୍‌, ସୁନା ମୁଦି, କଲର୍‌ ଟିଭି, ଫ୍ରିଜ୍‌ ଦୁଇ ଚକିଆ ଗାଡି ଏବଂ 50 ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ବିବାହର କିଛି ଦିନ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଏହି ପ୍ରସଙ୍ଗରେ ଗ୍ରାମର ମୁଖିଆ ମାନଙ୍କୁ ନେଇ ଆପୋଷ ସମାଧାନ ମଧ୍ୟ କରାଯାଇଥିଲା । ଏହାପରେ 12 ତାରିଖ ଦିନ ଝିଅ ବିଷ ପିଇଥିବା ନେଇ କନ୍ୟାପିତାଙ୍କୁ ଖବର ମିଳିଥିଲା…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଜୁନ୍‌ 30 ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଯାତ୍ରୀଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତ ଟିକେଟ୍‌କୁ ବାତିଲ କରାଯାଇଥିବା ବେଳେ ସଂଶୋଧିତ ନିୟମ ଅନୁଯାୟୀ ଟିକେଟ ବାତିଲ କଲେ ମିଳିବାକୁ ଥିବା ଅର୍ଥରାଶିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଟିକେଟ୍‌ ବାତିଲ କଲେ ଫାଇନ୍‌ ବାବଦକୁ କିଛି ଅର୍ଥ କଟାଯାଉଥିବା ବେଳେ ବର୍ତ୍ତମାନ ଏହା ବିଲକୁଲ କଟାଯିବ ନାହିଁ। ଇ ଟିକେଟ୍‌ର ଅର୍ଥ ସ୍ବୟଂକ୍ରିୟ ଭାବରେ ଆକାଉଣ୍ଟକୁ ଆସିଯିବ ଏବଂ ଟିଡିଆର ଛ ମାସ ମଧ୍ୟରେ ଫାଇଲ୍‌ କରାଯାଇ ପାରିବ। ପୂର୍ବରୁ 3 ଦିନ ମଧ୍ୟରେ ଟିଡିଆର୍‌ ଫାଇଲ୍‌ କରିବାକୁ ପଡୁଥିଲା। (ଏଜେନ୍ସି)

Read More

ବିଜନ କୁମାର ମହାପାତ୍ର ପୁଣି ଥରେ ରିମିକ୍ସ ଗୀତକୁ ନେଇ ସୃଷ୍ଟି ହୋଇଛି ବିବାଦ। ରିମିକ୍ସ ଗୀତର ଆବଶ୍ୟକତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ୨୦୦୬ରେ ରିଲିଜ ହୋଇଥିବା ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଦିଲ୍ଲୀ -୬ର ଏକ ଲୋକପ୍ରିୟ ଓ ସୁପରହିଟ ଗୀତ ‘ମସକଲୀ’ ର ରିମିକ୍ସ କରାଯାଇଛି । କଂପୋଜର ତାନିଷ୍କ ବାଗଚୀ, ଏ. ଆର ରହମନଙ୍କ ନିର୍ଦ୍ଦେଶିତ ଅରିଜିନାଲ ମସକଲୀ ଗୀତର ରିମିକ୍ସ କରିଛନ୍ତି। କଥା ହେଲା, ଅରିଜିନାଲ ଗୀତର ସ୍ରଷ୍ଟା ରହମନ ମସକଲୀ ଗୀତର ରିମିକ୍ସ ଭର୍ସନକୁ ପସନ୍ଦ କରି ନ ଥିଲେ। ଏକ ଟ୍ୱିଟ୍ ଜରିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ରହମନ। ରିମିକ୍ସ ପରିବର୍ତ୍ତେ ଅରିଜିନାଲ ମସକଲୀ ଗୀତକୁ ଉପଭୋଗ କରିବା ପାଇଁ ସଂଗୀତ ପ୍ରେମୀଙ୍କୁ କହିଛନ୍ତି ରହମନ। ରହମନଙ୍କ ତୀବ୍ର ଅସନ୍ତୋଷରୁ ସ୍ପଷ୍ଟ ହେଉଛି ଯେ, ସେ ତାଙ୍କ ଗୀତର ରିମିକ୍ସ ସପକ୍ଷରେ ନୁହନ୍ତି। ମୋଜାର୍ଟ ଅଫ ମାଡ୍ରାସଙ୍କ ଅନେକ ହିଟ…

Read More

ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାରୁ 13 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନେ ମହାକାଳପଡା, କେନ୍ଦ୍ରାପଡା ଏବଂ କନିକା ବ୍ଲକ୍‌ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ ବୋଲି ଜିଲ୍ଲାପାଳ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 143 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି ।

Read More

କେରଳ : କରୋନା ମହାସଂକଟ ମଧ୍ୟରେ ଏବେ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ଏବେ କେରଳ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କେନ୍ଦ୍ର ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ମଧ୍ୟ ରାଜ୍ୟରେ ମଦ ଦୋକାନଗୁଡିକ ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ କେରଳ ସରକାର ଏବେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ମଦ ଦୋକାନଗୁଡିକ କେବେଠୁ ଖୋଲିବ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି । ରାଜ୍ୟରେ ମୋଟ୍‌ 301ଟି ମଦ ଦୋକାନ ରହିଛି। ଏହି ସମସ୍ତ ଦୋକାନକୁ ଏକାସାଙ୍ଗରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ମଦ ଦୋକାନ ଖୋଲାଯିବା ନେଇ କିଛି  ନିୟମ ପ୍ରସ୍ତୁତ କରାଯାଉଛି । ଯେପରିକି ମଦ ଦୋକାନରେ ଅଧିକ ଲୋକ ଏକତ୍ରିତ ହୋଇ ନ ପାରିବେ। ଏଥିପାଇଁ କେରଳ ସରକାର ସମସ୍ତ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରୁ ଚିହ୍ନଟ ନୂଆ ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ମାନେ ଭୁବନେଶ୍ବର ତଥା ଭୁବନେଶ୍ବର ଆଖପାଖ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଏବେ ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଛି କରୋନା ମହାମାରୀ। ଆଜି ଚିହ୍ନଟ ତିନି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକରେ ଦୁଇଜଣ ରହିଥିବାବେଳେ ଓ ବାଣପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି। ଟାଙ୍ଗୀ ବ୍ଲକ କୁହୁଡି ଚୁଆଟାଙ୍ଗୀର ଜଣେ ଓ ଲେଣ୍ଡୁ ପଞ୍ଚାୟତର ଜଣେ ରହିଥିବାବେଳେ ବାଣପୁର ବ୍ଲକ୍‌ର ଗାଲୁଆ ପଞ୍ଚାୟତର ମାଟିଆ ପୋଖରୀ ଗ୍ରାମର ଜଣେ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଥିବାବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏହି ତିନି ଆକ୍ରାନ୍ତଙ୍କୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଏହି…

Read More

ଭୁବନେଶ୍ବର :  ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌। ଆଜି ରାଜ୍ୟରେ 73 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୩ ଆକ୍ରାନ୍ତ, ଯାଜପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ରୁ ଆଜି ପୁଣି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି । ରାଜ୍ୟର ମୋଟ୍‌ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ ଆସନ୍ତୁ ନଜର ପକାଇବା ଜିଲ୍ଲାର ଆକ୍ରାନ୍ତଙ୍କ ଉପରେ :- ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା  53କୁ ବୃଦ୍ଧି ହୋଇଥିବାବେଳେ 45 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 6ଟି ମାମଲା ଆକ୍ଟିଭ୍‌ ରହିଥିବାବେଳେ ଦୁଇଜଣକର ମୃତ୍ୟୁ ଘଟିଛି…

Read More

ରଙ୍ଗାଚରଣ ପ୍ରଧାନ ଗତ 12 ତାରିଖ ରାତି 8ଟାରେ ପ୍ରଧାନମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧନ କରିବା ସମୟରେ  ଯେଉଁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ କଥା କହିଲେ ତାହା ଅନେକଙ୍କ ମନରେ ଆଶା ସଞ୍ଚାର କରିଥିଲା । ମାତ୍ର ପରଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସେହି ଆର୍ଥିକ ପ୍ୟାକେଜର ଅଂଶସ୍ବରୁପ ଯେଉଁ 15ଟି କଥା କହିଲେ ସେଥିରେ ଖୁସୀ ହେବା ଭଳି କିଛି ନ ଥିଲା । କରୋନା ସଂକ୍ରମଣ ସମୟରେ ଗରିବ, ରାଜ୍ୟାନ୍ତର ଶ୍ରମିକ, ଛୋଟ ଦୋକାନୀ ଓ ଚାଷୀମାନଙ୍କ ଭଳି ଯେଉଁମାନେ  ସିଧାସଳଖ କ୍ଷତିଗ୍ରସ୍ତ  ହେଉଛନ୍ତି ଏବଂ ବର୍ତ୍ତମାନ ସମୟରେ ଯେଉଁମାନଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ ସେମାନଙ୍କ ପାଇଁ ଅର୍ଥମନ୍ତ୍ରୀ ପଦୁଟିଏ ବି କହିଲେ ନାହିଁ । ଅନ୍ୟ ପକ୍ଷରେ ଆଉ ଯେଉଁମାନେ ଆଶା କରିଥିଲେ ଯେ ବର୍ତ୍ତମାନର ଏଭଳି ଅଦ୍ଭୁତପୂର୍ବ ପରିସ୍ଥିତି ସମୟରେ ସରକାର…

Read More

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ପ୍ରକୋପ ଜାରି ରଖିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  78 ହଜାର ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 25 ଶହ ଟପିଛି । ଗତ 24 ଘଣ୍ଟାରେ ଦେଶରେ 3722 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 78 ହଜାର 003ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 2549 ଜଣଙ୍କ ମୃତ୍ୟୁ ଘଟିଛି ।  ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 26,235ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 49, 219 ସକ୍ରିୟ ଅଛନ୍ତି। ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିଲ୍ଲୀ ଓ…

Read More

ମୁଜାଫରନଗର : ପ୍ରବାସୀ ଶ୍ରମିକମାନେ ନିଜର ସର୍ବସ୍ବ ହରାଇ ସାରିଥିବା ପ୍ରବାସୀ ଶ୍ରମିକମାନେ ଏବେ ରାସ୍ତାରେ ପ୍ରାଣ ହରାଇବାରେ ଲାଗିଛନ୍ତି । ଲକ୍ ଡାଉନ୍‌ ଯୋଗୁଁ  ଶହ ଶହ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରୁଥିବା ବେଳେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଉତ୍ତରପ୍ରଦେଶରର ମୁଜାଫରନଗରର ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ବସ୍‌ ମାଡି ଯିବା ଯୋଗୁଁ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପୁଲିସ୍‌ ସୂଚନା ଅନୁଯାୟୀ ପଞ୍ଜାବରୁ କିଛି ଶ୍ରମିକ ସଡକ ପଥରେ ଚାଲି ଚାଲି ବିହାର ଯାଉଥିଲେ। ଉତ୍ତରପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ସରକାରୀ ବସ୍‌ଟି ଦ୍ରୁତଗତିରେ ଯାଉଥିବାବେଳେ ଚାଲି ଚାଲି ଯାଉଥିବା ଏହି ପ୍ରବାସୀଙ୍କ ଉପରେ ଚଢି ଯାଇଥିଲା। ସହାରନପୁରର ଜାତୀୟ ରାଜପଥର ଟୋଲ୍‌ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଞ୍ଜାବରେ କାର୍ଯ୍ୟ…

Read More

ଭୁବନେଶ୍ବର: ରାଜ୍ୟରେ ପୁଣି 73 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ 465 ଆକ୍ଟିଭ୍‌ କେସ୍‌ ରହିଛି ।  143 ଜଣ ସୁସ୍ଥ ହୋଇଥିବାବେଳେ  ରାଜ୍ୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସକାଳୁ ଚିହ୍ନଟ ହୋଇଥିବା 73 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 42, ଯାଜପୁରରୁ 17, ଭଦ୍ରକରୁ 9 , ସୁନ୍ଦରଗଡରୁ 2 ଓ  ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଛନ୍ତି । ଗଞ୍ଜାମରୁ ଚିହ୍ନଟ ହୋଇଥିବା 42 ଜଣ ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ରହିଛି। ସେହିପରି ଖୋର୍ଦ୍ଧାରୁ ଚିହ୍ନଟ 3 ଜଣ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତ ମାନେ କ୍ବାରେଣ୍ଟିନରେ ରହିଥିଲେ…

Read More

ମଧ୍ୟପ୍ରଦେଶ : କରୋନା ଓ ଲକ୍‌ ଡାଉନ୍‌ କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲକ୍ ଡାଉନ୍‌ ଯୋଗୁଁ କାମ ଚାଲିଯିବା ପରେ ଭୋକ ବିକଳରେ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ କେହି କେହି ଚାଲି ଚାଲି ତ କେହି କେହି ଟ୍ରକ୍‌ କିମ୍ବା ବସ୍‌ ଯୋଗେ । ତେବେ ପ୍ରବାସୀ ଶ୍ରମିକମାନେ ବିପଦପୂର୍ଣ୍ଣ ଯାତ୍ରା କରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରୁଛନ୍ତି । ମଧ୍ୟପ୍ରଦେଶର ଗୁନାଠାରେ ବୁଧବାର ବିଳମ୍ବିତ ରାତ୍ରିରେ 60ରୁ ଅଧିକ ଶ୍ରମିକ ଥିବା ଏକ ବସ୍‌ରେ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ୍ର ରାତ୍ରିରେ ଗୁନାର କେଣ୍ଟ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 8 ଜଣ ମୃତ୍ୟୁ…

Read More

କେଦାର ମିଶ୍ର ଏଷୋ ପନ୍ଥାଃ…ଏହା ହିଁ ଏକମାତ୍ର ମାର୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖ ସନ୍ଧ୍ୟା ୮ ଟା ସମୟରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ଯାଇ ମୁଣ୍ଡକ ଉପନିଷଦର ଏହି ଖଣ୍ଡ ବାକ୍ୟର ପ୍ରୟୋଗ କରିଥିଲେ। ତାଙ୍କ କହିବା କଥା ଥିଲା, ବର୍ତ୍ତମାନ ପାଇଁ ଆତ୍ମନିର୍ଭରଶୀଳ ହେବା ହିଁ ଏକମାତ୍ର ମାର୍ଗ। ପ୍ରଧାନମନ୍ତ୍ରୀ ମହୋଦୟ! କେବଳ ବର୍ତ୍ତମାନ ପାଇଁ ନୁହେଁ, ସବୁବେଳେ ଓ ସବୁ ସମୟ ପାଇଁ ଆତ୍ମନିର୍ଭରଶୀଳତା ହିଁ ଏକମାତ୍ର ମାର୍ଗ। ହେଲେ ଆପଣଙ୍କ ଦଳ ଓ ଆପଣଙ୍କ ସରକାର ଜାତୀୟ ଅର୍ଥନୀତିରେ କେବେହେଲେ ଏହି ପନ୍ଥା ଅବଲମ୍ବନ କରିନାହାନ୍ତି। ତାହା ହିଁ ଆମ ଅର୍ଥନୀତିର ସବୁଠୁ ଦୁର୍ବଳ ଦିଗ। ବିଦେଶୀ ପୁଞ୍ଜି ଓ ମାତ୍ରାଧିକ ରପ୍ତାନୀ ଉପରେ ନିର୍ଭରଶୀଳ ଆମ ଅର୍ଥନୀତି ମୁଖ୍ୟତଃ ବିଦେଶୀ ପୁଞ୍ଜିର ଦାସତ୍ଵକୁ ବରଣ କରିନେଇଛି। ବିଦେଶୀ ପୁଞ୍ଜି ଓ ବିଦେଶୀ ଉତ୍ପାଦନ ବିନା ଯେମିତି ସ୍ଵଦେଶୀ ଅର୍ଥନୀତି ଚାଲି…

Read More

ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍‌ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 15ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ 15ଜଣ ଶ୍ରମିକ ଆହତ ହୋଇଥିଲେ। 4ଆହତ ଶ୍ରମିକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ  11 ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ କେନ୍ଦୁଝର ପୁରୁଣାକୋଟକୁ ପଠାଇଛନ୍ତି। ସୂଚନା ଅନୁସାରେ, ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ପଲାସାରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପାଇଁ ସେଠାରେ ଫସି ରହିଥିଲେ। ଗତକାଲି କୌଣସି ପ୍ରକାରରେ ଏହି ଶ୍ରମିକମାନେ ବୌଦ୍ଧରେ ପହଞ୍ଚିଥିଲେ। ଏହାପରେ ବୌଦ୍ଧରୁ ଏକ ଭ୍ୟାନ୍‌ ଭଡ଼ା କରି କେନ୍ଦୁଝର ଅଭିମୁଖେ ଯାତ୍ରା…

Read More

ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି । ଏହି ଫଣ୍ଡ୍‌ର ଅଡିଟ୍‌ ହେବା ପାଇଁ ଦାବି ମଧ୍ୟ ଜଣାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପିଏମ୍‌ କେୟାର୍ସ ଫଣ୍ଡର ଅର୍ଥ ଆବଣ୍ଟନ ହେବାର ସୂଚନା ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କ ପାଇଁ 1 ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି । ଏହି ଅର୍ଥ  1ହଜାର ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ କରାଯିବ । କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡରୁ ଆଉ ଦୁଇ ହଜାର କୋଟି ଟଙ୍କା ଭେଣ୍ଟିଲେଟ୍‌ର ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି । ପିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ପିଏମ୍‌ କେୟାର୍ସ ପାଣ୍ଠିରୁ ପ୍ରାଥମିକ ଭାବେ କୋଭିଡ୍‌ ମୁକାବିଲ ପାଇଁ 3100 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି।…

Read More