Author: Samikhsya Bureau

ନୂଆଦିଲ୍ଲୀ : ସିବିଏସଇର ଦଶମ ଓ ଦ୍ବାଦଶର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଜୁଲାଇ 1ରୁ 15 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି ବୋଲି ସୂଚନା ମିଳିଛି । ପରୀକ୍ଷା ବାତିଲ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କୁ ଏସ୍‌ଜି ଜଣାଇଥିବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ, ସେନେଇ କାଲି ବିଜ୍ଞପ୍ତି ବାହାରିବ ବୋଲଇ ସୂଚନା ରହିଛି । ଜୁଲାଇ 15 ସୁଦ୍ଧା ଆସେସ୍‌ମେଣ୍ଟ କରି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କରୋନା ଯୋଗୁଁ ଦେଶରେ ମାର୍ଚ୍ଚ 25 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ 1 ତାରିଖରୁ ଦେଶରେ ଅନଲକ୍‌ 1.0 ଜାରି ହେବା ପରେ ଦଶମ ଓ…

Read More

ଭୁବନେଶ୍ବର : ବ୍ଲୁ ହୁଇଲ୍‌ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଏହା ପରେ ରାଜଧାନୀ ଭୁବନେଶ୍ବରର ଅନ୍ୟ ସବୁ ଘରୋଇ ହସ୍ପିଟାଲଗୁଡିକୁ ଯାଞ୍ଚ କରାଯାଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟ ସିଟି ପକ୍ଷରୁ ମିଳିତ ବିଭିନ୍ନ  ଘରୋଇ ହସ୍ପିଟାଲଗୁଡିକ ଉପରେ ମିଳିତ ଚଢାଉ କରାଯାଇଛି । ଘରୋଇ ହସ୍ପିଟାଲଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କିଭଳି ପାଳନ ହେଉଛି ସେ ନେଇ ଯାଞ୍ଚ କରାଯାଉଛି । ସୂଚନାଯୋଗ୍ୟ,  ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ 27 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି  କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ ଅଛନ୍ତି ଆଇସୋଲେସନରେ। ଅନ୍ୟପକ୍ଷେ  ରାଜ୍ୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ସଂକ୍ରମଣ ରୋକିବା ପାଇଁ…

Read More

ବ୍ରହ୍ମପୁର : ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟର ସିଲ୍‌ । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ପ୍ରଶାସନ । କୋଚିଂ ସେଣ୍ଟର ଖୋଲିବାକୁ ବାରଣ ସତ୍ତ୍ବେ କ୍ଲାସ୍‌ ଚାଲିଥିବାରୁ ପ୍ରଶାସନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢୁଥିବାରୁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍‌ କରାଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମରେ ବରିଷ୍ଠ ସରକାରୀ ଅଧିକାରୀମାନେ କୋଭିଡ୍‌ ପଜିଟିଭ୍‌  ଚିହ୍ନଟ ହେବା ପରେ ଆସନ୍ତା ଦଶ ଦିନ ଯାଏ ଜିଲ୍ଲାରେ ଥିବା କୌଣସି ସରକାରୀ ଅଫିସ୍‌କୁ ସର୍ବସାଧାରଣ ଯାଇ ପାରିବେନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କରେନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

Read More

ଗଜପତି :ପାରଳାଖେମୁଣ୍ଡି ଏସ୍‌ବିଆଇ ମୁଖ୍ୟ ଶାଖାରେ କରୋନା ।  ବ୍ୟାଙ୍କର ମ୍ୟାନେଜର୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଜଣାପଡିବା ସମ୍ପୃକ୍ତ ବ୍ୟାଙ୍କକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ବ୍ୟାଙ୍କ ସିଲ୍‌ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅଧିକାରୀ ଜଣକ ଡାଇବେଟିସ୍‌ଆକ୍ରାନ୍ତ ହୋଇଥିବାବେଳେ ସେ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ଗତ ତିନି ଦିନ ତଳେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଙ୍କର ଦୁଇଟି ଶାଖାକୁ ଏବେ ବନ୍ଦ କରାଯାଇଛି । ଏବେ ଏହାର କର୍ମଚାରୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ କରାଯାଉଛି ।

Read More

ଭୁବନେଶ୍ବର : ଜୁଲାଇ 31 ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ଯୁକ୍ତ ଦୁଇର ବାକି ଥିବା ପରୀକ୍ଷା ନେଇ ମଧ୍ୟ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନି । ରାଜ୍ୟରେ 60 ଲକ୍ଷ ପିଲାଙ୍କ ମଧ୍ୟରୁ 22 ଲକ୍ଷ ଅନ୍‌ଲାଇନ୍‌କୁ ଆସିଛନ୍ତି । ଅନ୍‌ଲାଇନରେ ପିଲା ବିଭିନ୍ନ ଟପିକ୍‌ର କୋର୍ସ ଆଧାରରେ ପଢିବେ । ଏନେଇ ମଧ୍ୟ ଗୁରୁତ୍ବ ଦିଆଯିବ । ଏନେଇ ଏକ୍ସପର୍ଟ କମିଟି ହୋଇଛି10 ଦିନ ମଧ୍ୟରେ ଏନେଇ ରିପୋର୍ଟ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ 13 ତାରିଖରେ ସ୍କୁଲ ବନ୍ଦ ହେବା ନେଇ ଘୋଷଣା କରାଯାଇଥିଲା ।

Read More

ନବରଙ୍ଗପୁର : ଦେଶରେ କରୋନା ବେଶ୍‌ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ ଏବେ କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୁଣି ଦୁଇ ବିଏସଏଫ୍‌ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଆଜି ନବରଙ୍ଗପୁର ଜିଲ୍‌ଲାରୁ ଚିହ୍ନଟ 2 ପଜିଟିଭ୍‌ଙ୍କ ମଧ୍ୟରେ ବିଏସ୍‌ଏଫ୍‌ ଯବାନ୍‌ ରହିଛନ୍ତି । ପୂର୍ବରୁ ଜିଲ୍ଲାରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 12 ଆକ୍ଟିଭ୍‌ କେସ୍‌ ମଧ୍ୟରୁ 9 ଜଣ ବିଏସଏଫ୍‌ ଯବାନ ରହିଛନ୍ତି ।  ଆଜି ଚିହ୍ନଟ 2 ବିଏସ୍‌ଏଫ୍‌ ଯବାନଙ୍କ ଘର ମହାରାଷ୍ଟ୍ରରେ ହୋଇଥିବାବେଳେ ଛୁଟିରୁ ଫେରି କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ ।

Read More

ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇଛି । ଆଡପ ଅବଢା ବାହାରିଛି । ବର୍ଷକରେ ଥରେ ଆଡପ ଅବଢା ବାହାରିଥାଏ । ଏହାକୁ ନେଇ ଭକ୍ତମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଆଜି ସକାଳ ଧୂପ ପରେ ଆଡପ ଅବଢା ବାହାରିଛି। ଆଡପ ଅବଢା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାର ନିକଟ ବସ୍‌ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ସୂଚନା ରହିଛି । ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଆଜି ମଧ୍ୟ ପୁରୀଠାରେ ଏସ୍‌ଆଇ ଗର୍ଭଗୃହର ଯାଞ୍ଚ କରିବେ । ଗର୍ଭଗୃହ ସହ ନାଟମଣ୍ଡପ ଓ ଜଗମୋହନର ମଧ୍ୟ ଯାଞ୍ଚ କରାଯିବ । ଗର୍ଭଗୃହରେ ମଇଶ୍ଚର କ୍ଲିନିଂ କରାଯିବ, ନାଟମଣ୍ଡପର ଉପରିଭାଗ ଓ…

Read More

ପ୍ୟାରିସ୍‌ : ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ତେବେ ଦେଶରେ କରୋନା ମହାମାରୀ ଯୋଗୁଁ ଏହି ଟାଓ୍ବାର ବନ୍ଦ ରହିଥିଲା । କିନ୍ତୁ ଏହା ଆଜିଠାରୁ ଖୋଲାଯିବ । ଆଜିଠୁ ଖୋଲିବ ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର୍‌ । କରୋନା ପାଇଁ ଏଫିଲ୍‌ ଟାଓ୍ବାରକୁ ବନ୍ଦ କରିଦିଆଯାଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ  କରୋନା ପାଇଁ ପ୍ରଥମ ଥର ପାଇଁ ଦୀର୍ଘ ସମୟ ଧରି ଏଫିଲ୍‌ ଟାଓ୍ବାରକୁ ବନ୍ଦ କରାଯାଇଥିଲା । କରୋନା ସଂକ୍ରମଣ ଦ୍ରୁତ ପ୍ରଭାବକୁ ଦେଖି ଟାଓ୍ବାରକୁ ବନ୍ଦ କରାଯାଇଥିଲା । ଏବେ ଏହି ଟାଓ୍ବାରକୁ ଦର୍ଶକ ଦେଖିପାରିବେ । 324 ମିଟର ଉଚ୍ଚ ଏହି ଟାଓ୍ବାରକୁ ପାରିସ୍‌ ଲକ୍‌ ଡାଉନ୍‌ ଘୋଷଣା ପରେ ବନ୍ଦ କରାଯାଇଥିଲା । ତେବେ ସୀମିତ ଦର୍ଶକ ଏବେ ଏହି ଟାଓ୍ବାରକୁ ଦେଖିପାରିବେ । ସେହିପରି ଟପ୍‌ ଫ୍ଲୋରକୁ ଯାଉଥିବା ଏଲିବେଟର୍ସକୁ…

Read More

ନୂଆଦିଲ୍ଲୀ :ଦିନକୁ ଦିନ ଭାରତରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି । ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 16 ହଜାର922  ନୂଆ ମାମଲା ସାମନାକୁ ଆସିଛି। ସେହିପରି 418 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 73 ହଜାର105 ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 14 ହଜାର 894 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 71ହଜାର 697 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 86 ହଜାର 514 ସକ୍ରିୟ ଅଛନ୍ତି। ସେହିପରି ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ସେହିପରି ତୃତୀୟ ସ୍ଥାନରେ…

Read More

କେଦାର ମିଶ୍ର ଆରମ୍ଭରୁ ଲାଗୁଥିଲା କୋଭିଡ-୧୯ ସହିତ ଆମର ଲଢେଇ ଅତି ବେଶୀରେ ତିନିମାସ ଲାଗିବ। ଆଜି ବିଲକୁଲ କହି ହେଉନି, ଏହା କେବେ ସରିବ, ଏପରିକି ଏ ଲଢେଇ ପୂରା ବର୍ଷ ଲାଗି ରହିପାରେ ବୋଲି କୁହା ଯାଉଛି। ଲକ ଡାଉନ ମାଧ୍ୟମରେ ଆମେ ଏହାକୁ ଅଟକାଇ ପାରିବା ବୋଲି ଭାବୁଥିଲେ। ହେଲେ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ପ୍ରାୟ ତିନି ମାସର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି କୋଡିଏ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର…

Read More

ସମ୍ବଲପୁର: ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ 7 ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ଆଜି ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଏବେ 6ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ପରବର୍ତ୍ତୀ ସମୟରେ ଆଉ ଗେଟ୍‌ ଖୋଲାଯିବ ନେଇ ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା 630 ଫୁଟ ଥିବାବେଳେ 616 ଫୁଟ ଜଳ ରହିଛି। ତେବେ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ  ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଯାଉଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 210 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି 18ଟି ଜିଲ୍ଲାରୁ 210 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍‌ ମୁକାବିଲାରୁ ଫେରିଥିବା 6 ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 47, ଗଜପତିରୁ 29, ବଲାଙ୍ଗିରରୁ 11 ଜଣ ଚିହ୍ନଟ ହୋଇଛନ୍ତି ।ଯାଜପୁର ଓ ପୁରୀରୁ 8 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ ଓ ଢେଙ୍କାନାଳରୁ 7 ଜଣ ଲେଖାଏଁ ରହିଛନ୍ତି ।   ସୁନ୍ଦରଗଡରୁ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଓ କଟକରୁ 5 ଜଣ ଲେଖାଏଁ ରହିଛନ୍ତି । ସେହପରି କେନ୍ଦ୍ରାପଡା ଓ ନୟାଗଡରୁ 3 ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର ଓ ନବଙ୍ଗରପୁରରୁ 2 ଜଣେ ଲେଖାଏଁ ରହିଥିବାବେଳେ ଅନୁଗୁଳ, ଦେବଗଡ, ସମ୍ବଲପୁରରୁ ଜଣେ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 210 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 174ଜଣ ଚିହ୍ନଟ ହୋଇଥିବାବେଳେ 36ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,962କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1815। ରାଜ୍ୟରେ ସୁସ୍ଥ ହୋଇଛନ୍ତି 4123ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କଟକ : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ  ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ  ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ସେ ଗତ 19 ତାରିଖରେ ଚିକିତ୍ସା ପାଇଁ ଏଠାରେ ଭର୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କର  କେମୋ ଚାଲିଥିଲା ଏବଂ ସେ ରହିଥିବା  ୱାର୍ଡରେ ଅନ୍ୟ 2 ଜଣ ରୋଗୀ ମଧ୍ୟ ଥିଲେ ବୋଲି ସେ କହିଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଯିବା ସହ ୱାର୍ଡ ସିଲ୍ କରାଯିବ ସହ  ସାନିଟାଇଜ କରାଯାଉଛି। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ ଏବଂ ଆସନ୍ତାକାଲି ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି…

Read More

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଲକଡାଉନକୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଲଗାତର ଭାବରେ  କରୋନାର ପ୍ରକୋପ ବୃଦ୍ଧିକୁ   ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟରେ ଟ୍ରେନ୍ କିମ୍ବା ମେଟ୍ରୋ ସେବା ବନ୍ଦ ରହିବ। ଏହାସହ ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ ରଖାଯିବ। ଏପରିକି କାର୍ଯ୍ୟାଳୟରେ ସାମାଜିକ ଦୂରତା ସହ ଯେପରି କାମ ଚାଲୁଛି, ତାହା ଜାରି ରହିବ। ସୂଚନୋଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15,173ରେ ପହଞ୍ଚିଛି। ରାଜ୍ୟରେ କୋରୋନ ଜନିତ ମୃତ୍ୟୁ ସଂଖ୍ୟା 591କୁ ବୃଦ୍ଧି ହୋଇଛି। (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ। ସେସମୟରେ କଳାହାଣ୍ଡି ନ୍ୟୁଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଇଥିଲା।  ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ…

Read More

ପୁରୀ :  ଆଡପ ମଣ୍ଡପକୁ ବିଜେ କରୁଛନ୍ତି ତିନିଠାକୁର । ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଏହାପରେ ଚକ୍ରରାଜ ସୁଦର୍ଶନ ଗୋଟି ପହଣ୍ଡି ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ 5ଟା 15 ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଥିଲେ । ପ୍ରଥମଥର ପାଇଁ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆୟୋଜିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସକ ବେଶ୍‌ ଦାୟିତ୍ବର ସହ ଏହି ଯାତ୍ରାକୁ ଆୟୋଜିତ କରିଛନ୍ତି । ପୁରୀ ରଥଯାତ୍ରା ପାଇଁ ପୁରୀକୁ ସଟ୍‌ଡାଉନ୍‌ କରାଯାଇଥିଲା । କିନ୍ତୁ ଏବେ ପୁରୀଠାରେ କର୍ଫ୍ୟୁ…

Read More

ବାଣପୁର : ବାଣପୁର ବ୍ଲକରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଆଦିବାସୀ କୃଷକମାନଙ୍କ ପାଇଁ  ପ୍ରଚଳନ କରାଯାଇଥିବା ପାରମ୍ପରିକ କୃଷି ଯୋଜନା ବା ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଫଳପ୍ରସୂ ହୋଇପାରିନାହିଁ । ଏହି ଯୋଜନା ଜୈବିକ କୃଷି ଏବଂ ମାଟିର ଉତ୍ତମ ଗୁଣବତ୍ତା ଲାଗି ପ୍ରଚଳନ କରାଯାଇଥିଲା । ଏହି ଯୋଜନା  ଅନୁସାରେ ମାଟିରେ ରସାୟନିକ ସାରର କମ୍‌ ବ୍ୟବହାର ସହିତ କୃଷକ ମାନଙ୍କର ହିତ ଲାଗି ପ୍ରଚଳିତ ହୋଇଥିଲା । ଏହି ଯୋଜନାଟି ସର୍ବପ୍ରଥେମ ପରୀକ୍ଷା ମୂଳକ ଭାବେ 2017 ମସିହାରେ ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ କୃଷି ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିଲା । ଏକ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇକୋ ସଲ୍ୟୁସନ୍‌’ ଦ୍ବାରା ଏହି ଯୋଜନା ପ୍ରଚଳିତ ହୋଇଥିଲା। ଏହି  ଯୋଜନା ସମୁଦାୟ 21ଟି ଦଳର ପ୍ରାୟ 500 ଜଣଙ୍କ ଏକ ହଜାର ଏକର ଜମି ଉପରେ ପ୍ରୟୋଗ ହେବାର ଥିଲା । ଏହି ଯୋଜନାରେ…

Read More

ନୟାଗଡ : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ମାନ ନିଆଯାଉଛି । ଗଞ୍ଜାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ଆଗାମୀ 10 ଦିନଯାଏଁ ବାରଣ କରାଯାଇଥିବାବେଳେ ନୟାଗଡ ଜିଲ୍ଲାପାଳ ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ନୟାଗଡରେ ଲକ୍‌ଡାଉନ୍‌ ବେଳେ ଦୋକାନ ଖୋଲିବା ସମୟ ବଦଳିଛି। ଜିଲ୍ଲାରେ ଏଣିକି ସକାଳ 6ଟାରୁ ଦିନ 1ଟା ଯାଏଁ ଖୋଲା ରହିବ ଦୋକାନ। ଦିନ 1ଟା ପରେ କେବଳ ପେଟ୍ରୋଲ ପମ୍ପ, ମେଡିସିନ୍‌ ଦୋକାନ ଖୋଲା ରହିବ । ନୂଆ ନିୟମ ନେଇ ସୂଚନା ଦେଇଛନ୍ତି ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ । ସୂଚନାଯୋଗ୍ୟ, ନୟାଗଡରେ ଏବେ ମୋଟ୍‌ ପଜିଟିଭ୍‌ ସଂଖ୍ୟା 132ରେ ପହଞ୍ଚିଥିବାବେଳେ ଏବେ111ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 21 ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

Read More

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟସରକାର ଆଜି ପ୍ରେସ୍‌ ମିଟ୍‌ କରିଛନ୍ତି । କୋଭିଡ ମୁକାବିଲା କମିଟିର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଘରର ପ୍ରତି ବୟସ୍କ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇ ରଖିବାକୁ ପଡିବ ବୋଲି କହିଛନ୍ତି ବାଗ୍‌ଚୀ । ବୟସ୍କଙ୍କୁ ମୃତ୍ୟୁମୁଖକୁ ଠେଲିଦିଅନ୍ତୁ ନାହିଁ ବୋଲି କହିଛନ୍ତି ।ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି କମେ, ଏଥିପାଇଁ ବିଭିନ୍ନ ରୋଗ ହୁଏ  । ଏଥିପାଇଁ ବୟସ୍କଙ୍କ ଯତ୍ନ ନିଅନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ବୟସ୍କଙ୍କ ଯତ୍ନ ନେବା ସମୟରେ କିଛି କଥାକୁ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ବାଗ୍‌ଚୀ ।  ଯେପରିକି ତାଙ୍କ ପାଖକୁ ଗଲାବେଳେ ନିଜେ ମାସ୍କ ପିନ୍ଧନ୍ତୁ । ତାଙ୍କର ଯେକୌଣସି ସେବା ଶ୍ରୁଷସା କରିବା ଆଗରୁ ହାତ ସାବୁନରେ ଧୁଅନ୍ତୁ। ତାଙ୍କର ଛୁଆଁ ଜିନିଷ, ଯେପରି ଆଶ୍ରାବାଡି, ମୋବାଇଲ୍‌ ଫୋନ୍‌କୁ ପରିଷ୍କାର ରଖନ୍ତୁ ।…

Read More