Author: Samikhsya Bureau

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ ମିଳିତ ଭାବରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍‌-19ର ଔଷଧ ସମ୍ପର୍କିତ ଘୋଷଣା କରିଛନ୍ତି । ଏଣିକି ଆୟୁର୍ବେଦକୁ କରୋନା ମୁକାବିଲା ପାଇଁ ବ୍ୟବହାର କରାଯିବ । ଆୟୁଷ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ପ୍ରୋଫିଲାକ୍ସିସ୍‌ କୋଭିଡ୍‌ 19 ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆୟୁଷ -64 ଅନୁଯାୟୀ ଅଶ୍ବଗନ୍ଧାଳ ୟଷ୍ଟିମଧୁଳ ଗୁଡୁଚି ଏବଂ ପିପ୍ପଳୀରେ ଏହି ରାସାୟନିକ ଫର୍ମୂଲା ମହଜୁଦ ଅଛି । ପ୍ରୋଫିଲାକ୍ସିସ୍‌ ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ମିଶ୍ରଣରୁ ପ୍ରସ୍ତୁତ ଔଷଧ ଯଦି କାର୍ଯ୍ୟକ୍ଷମ ହୁଏ ତେବେ ଏହା ଚିକିତ୍ସା ବିଜ୍ଞାନ ପାଇଁ ଅନନ୍ୟ ସଫଳତା ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ସୃଷ୍ଟି ହୋଇଥିବା ଏହି ସମସ୍ତ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଦେଶର ଚିକିତ୍ସକଙ୍କ ଠାରେ ପରୀକ୍ଷାମୂଳକ ଭାବରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି…

Read More

ବଲାଙ୍ଗିର, କୋଭିଡ19 ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପ୍ରାୟ 21 ଗ୍ରାମ ଏହି ଜୋନ ଅଧିନରେ ଆସିଛି। ସେହି ଜୋନ ଭିତରକୁ ଯେପରି କେହି ଯିବେ ନାହିଁ ଏବଂ ଭିତରୁ କେହି ବାହରିବେ ନାହିଁ ସେଥିପାଇଁ ପୋଲିସ ତରଫରୁ ନିଆଯାଇଛି ପଦକ୍ଷେପ।

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ପୁତ୍ରକୁ ପିତା ହତ୍ୟା କରିଛନ୍ତି । ପୁତ୍ର କ୍ବାରେଣ୍ଟାଇନ୍‌ ଅବଧି ପୂରଣ ନ କରି ଘରକୁ ଯିବାକୁ ଚାହୁଁଥିବାରୁ ତାଙ୍କ ବାପା ପୁଅକୁ ହତ୍ୟା କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଅ ଜଣକ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ। ଏଥିପାଇଁ ପିତାଙ୍କୁ କରୋନା ସଂକ୍ରମଣର ଭୟ ଲାଗି ରହିଥିଲା । ଏଥିପାଇଁ ସେ ତାଙ୍କ ପୁଅକୁ ଘରକୁ ଆସିବାକୁ ମନା କରିଥିଲେ । କିନ୍ତୁ ପୁଅ ପିତାଙ୍କ କଥାକୁ ଅମାନ୍ୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତା ଜଣକ ପୁତ୍ରକୁ ବାଡି ଦ୍ବାରା ବାଡେଇ ବାଡେଇ ହତ୍ୟା କରିଦେଇଛନ୍ତି। ଦେଶରେ ଏହା ବୋଧେ ପ୍ରଥମ ମାମଲା, ଯେଉଁଥିରେ କରୋନକୁ ଡରି ଜଣେ ପିତା ପୁତ୍ରର ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ନାମ ହେଉଛି ଟେକଚନ୍ଦ୍ର । ବାଲଘାଟ ଗଢୀର ବାସିନ୍ଦା ଟେକଚନ୍ଦ୍ର ହାଇଦ୍ରାବାଦରେ କାମ କରୁଥିଲେ । ଲକ୍‌…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ବିଶାଖାପଟ୍ଟନମ୍‌ : ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ଅଭିଯୁକ୍ତ କମ୍ପାନୀ ଏଲ୍‌ଜି ଫାର୍ମା ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । 100ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 3 କିମି ବ୍ୟାସାର୍ଦ୍ଧ ମଧ୍ୟରେ ରହିଥିବା 5ଟି ଗାଁକୁ ବର୍ତ୍ତମାନ ସୁଦ୍ଧା ଖାଲି କରି ଦିଆଯାଇଥିବା ଜଣାପଡିଛି । ଗ୍ୟାସ୍‌ ଲିକ୍‌ର କାରଣ ଅସ୍ପଷ୍ଟ ରହିଥିବାବେଳେ କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବା ବେଳେ ଘଟଣାସ୍ଥଳ ପରିଦର୍ଶନରେ ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ 12ଟି ଦେଶରେ ଫସି ରହିଥିବା 14800 ଭାରତୀୟଙ୍କୁ 64ଟି ବିମାନ ଯୋଗେ ଭାରତ ଫେରାଇ ଆଣିବ ଭାରତ ।(ଏଜେନ୍ସି)

Read More

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 ଜଣ ସୁରତ ଫେରନ୍ତା ପଜିଟିଭ୍‌ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୁରଭଞ୍ଜକୁ ଗ୍ରୀନ୍‌ରୁ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ କରାଯାଇଛି ।

Read More

କର୍ଣ୍ଣାଟକ : କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍ ଡାଉନ୍‌ ଚାଲିଥିବାବେଳେ ସରକାର ଆର୍ଥିକ ପ୍ୟାକେଜ‌ ଘୋଷଣା କରିଛନ୍ତି । ଲକ୍ ଡାଉନ୍‌ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି, ଡ୍ରାଇଭର , ଧୋବା ଏବଂ ବାରିକ୍‌ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ୟେଦୁରପ୍ପା ସରକାର ସହାୟତା ଘୋଷଣା କରିଛନ୍ତି । ଲକଡାଉନ୍‌ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଉପରୋକ୍ତ ସମସ୍ତ ବର୍ଗଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଏହା ସହିତ ରାଜ୍ୟ ସରକାର ଉତ୍ପାଦ ଶୁଳ୍କକୁ 11 ପ୍ରତିଶତ ବୃଦ୍ଧି କରିଛନ୍ତି। ଫୁଲଚାଷୀମାନଙ୍କୁ ହେକ୍ଟର ପିଛା 25,000 ଟଙ୍କା କ୍ଷତିପୂରଣ ଯୋଗାଇଦିଆଯିବ। ସେହିପରି ଧୋବା, ବାରିକ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ 5000 ଟଙ୍କା ଲେଖାଏ ମିଳିବ। ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ…

Read More

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ଠାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶିଶୁଙ୍କ ସମେତ 9ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଶତାଧିକ ଅସୁସ୍ଥ ହୋଇଛନ୍ତି । ଜୀବନ ବିକଳରେ କିଛି ଲୋକେ କୂଅକୁ ଡେଇଁ ପଡିଥିବାର ସୂଚନା ରହିଛି । ଗ୍ୟାସ୍‌ ଲିକ୍‌ ହେବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯିବେ ବୋଲି ସୂଚନା ରହିଛି । ଗୁରୁବାର ଭୋରରୁ ବିଶାଖାପଟନମ୍‌ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହି ଲିକ୍‌ ଯୋଗୁଁ ପାଞ୍ଚୋଟି ଗ୍ରାମକୁ ଖାଲି କରି ଦିଆଯାଇଛି ।

Read More

ଦେବ ରଞ୍ଜନ ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ ହେଲୁ ସେଥିଲାଗି ଦୁଃଖ ପ୍ରକାଶ କରିବାର ସମୟ ଆସିଛି । କରୋନା କେବଳ ଯେ ବିଶ୍ୱବ୍ୟାପି ମହାମାରୀରେ ପରିଣତ ହୋଇଛି ତାହା ନୁହେଁ ଏହା ଆମ ସଭ୍ୟତାକୁ ନେଇ ଥିବା ଆମର ଗର୍ବ, ଆମର ବିକାଶକୁ ନେଇ ଥିବା ଆମର ଦାମ୍ଭିକତା, ବିଜ୍ଞାନର ଅଗ୍ରଗତିକୁ ନେଇ ଆତ୍ମସନ୍ତୋଷ, ଗଣତନ୍ତ୍ରକୁ ନେଇଥିବା ଆମର ଅହମିକା ସବୁକୁ ଖର୍ବ କରିଦେଇଛି । କୌଣସି ଅଚାନକ ବିପତ୍ତି ହିଁ ଆମର ପ୍ରସ୍ତୁତିକୁ ଦର୍ଶାଇଥାଏ। କରୋନା ଭାଇରସ ହେତୁ ଅଧିକ ସଂଖ୍ୟାରେ ସାଧାରଣ ଲୋକର ମୃତ୍ୟୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା (ଅ)ପ୍ରସ୍ତୁତିକୁ ଦର୍ଶାଉଛି। ଏହା ସାରା ବିଶ୍ଵର ସମସ୍ୟା। ଆଜି ଭାରତରେ ସେହି…

Read More

ନୂଆଦିଲ୍ଲୀ: ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା  କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି। ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 952ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦେଶରେ 35 ହଜାର 902 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 15 ହଜାର 267 ଜଣ । ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 3500ଟି ନୂଆ ମାମଲା ଆସିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନି ମଧ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ମଇ 4 ତାରିଖରେ ଦେଶରେ 41 ହଜାର ସଂକ୍ରମିତ ଥିବାବେଳେ ମେ 7 ତାରିଖରେ ଏହା 53 ହଜାର ପାଖରେ ପହଞ୍ଚିଛି । ତେବେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ  16…

Read More

ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ ଭୁବନେଶ୍ବର ସାଂସଦ ଅପରାଜିତଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କ ପ୍ରତିନିଧି ଭାବେ ଏହି ଗସ୍ତ କରିଛନ୍ତି। ଅନୁ ଗତକାଲି ବେଗୁନିଆ ଏବଂ ବୋଲଗଡର 9ଟି ଗ୍ରାମ ପଞ୍ଚାୟତ ଭ୍ରମଣ କରି ଏହି କେନ୍ଦ୍ରଗୁଡିକ ବୁଲି ଦେଖିଥିଲେ। ତେବେ ଅନୁ ଏହି ଗସ୍ତ ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିଛନ୍ତି ସତ ହେଲେ ତାଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲାକୁ କୌଣସି ନେତା ରାଜନୀତିକରଣ କରୁ ନାହିଁନ୍ତି। ବିପଦ ପରିସ୍ଥିତରେ ନେତାମାନେ ଆରୋପ ପ୍ରତିଆରୋପରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏପରି ନିର୍ଦ୍ଦେଶ କିପରି ଦେଲେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର ଦିନ 428 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 5000 ଟପିଯାଇଛି । ତେବେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍‌ ଗତକାଲି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୁମ୍ବାଇ ଓ ଅହମ୍ମଦାବାଦର ସ୍ଥିତିଠାରୁ ଦିଲ୍ଲୀରେ ଟିକେ ନିୟନ୍ତ୍ରଣରେ ରହିଛି । କିନ୍ତୁ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବ ଭଙ୍ଗ ବିପଦର ସଂକେତ ଦେଉଛି । ସେହିପରି ଦିଲ୍ଲୀରେ କରୋନା ଯୋଗୁଁ 65ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣ ପୋଲିସ୍‌ କର୍ମୀ ସଂକ୍ରମିତ ହୋଇଥିବାବେଳେ ସିଆରପିଏଫ୍‌ର 155 ଜଣ ଯବାନ ମଧ୍ୟ…

Read More

ବିଶାଖାପାଟନମ୍‌ : ଆନ୍ଧ୍ର ପ୍ରଦେଶର ବିଶାଖାପଟନମ୍‌ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ମାମଲା ସାମ୍ନାକୁ ଆସିଛି । ଗୁରୁବାର ସକାଳୁ ଏହି ଘଟଣା ଘଟିଥିବାବେଳେ ଏହି ଗ୍ୟାସ୍‌ ପ୍ରଭାବରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କେଆରଆର୍‌ ଭେଙ୍କଟପୁର ସ୍ଥିତ ବିଶାଖା ଏଲ୍‌ଜୀ ପଲିମର୍‌ ପ୍ଲାଣ୍ଟରୁ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିଙ୍କ୍‌ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ୍‌ କାରଣରୁ ତିନି କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗ୍ୟାସ୍‌ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକଙ୍କ ଅବସ୍ଥା ଗମ୍ଭୀର ରହିଛି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ଓ ଶିଶୁ ରହିଛନ୍ତି । 150 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 20 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପରିସ୍ଥିତିକୁ 2000 ଶଯ୍ୟାକୁ ପ୍ରସ୍ତୁତ ରଖାଯାଇଛି । ପ୍ରାୟ…

Read More

ଭୁବନେଶ୍ବର  : ଆଜି ଚିହ୍ନଟ 20 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର 17 ଆକ୍ରାନ୍ତ ସୁରତରୁ ଫେରିଥିବାର ସୂଚନା ରହିଛି ।  ଏହି 17 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ଓ ବାକି 16 ଜଣ ପୁରୁଷ ରହିଛନ୍ତି ବୋଲି ଜଣାପଡିଛି । ଯୁବତୀଙ୍କ ବୟସ 20 ବର୍ଷ ବୋଲି ସୂଚନା ରହିଥିବାବଳେ ଅନ୍ୟ 16 ଜଣ ପୁରୁଷଙ୍କ ବୟସ  ଯଥାକ୍ରମେ 27,27,20,38,29,50, 30, 29,21,43,43, 49,46, 18, 24 ବର୍ଷ ବୋଲି ଜଣାପଡିଛି । ସେହିପରି ମୟୂରଭଞ୍ଜର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନେ ମଧ୍ୟ ସୁରତ ଫେରନ୍ତା । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 21, 36 ଓ 44 ବର୍ଷ  ବୋଲି ସୂଚନା ରହିଛି ।

Read More

କେଦାର ମିଶ୍ର ଦୁଇ ମାସ ଧରି ଆମକୁ ତାଲା ବନ୍ଦ ଅବସ୍ଥାରେ ରଖାଯାଇଛି, କାରଣ କରୋନା ଜ୍ଵରର ଭୂତାଣୁ କାଳେ ଆମକୁ କବଳିତ କେରିନେବ। ଜୀବନ ଆଉ ଜୀବିକା, ଉଭୟେ ଆଜି ଘର ଭିତରେ ସୀମିତ। ଆମର ଅର୍ଥନୀତି ସେଇ ସ୍ତରକୁ ଯାଇନି ଯେ ଘରେ ବସି ଆମର ଜୀବିକା ଚାଲିବ, କିମ୍ବା ଜୀବିକା ନଷ୍ଟ ହେବାରୁ ତାର କ୍ଷତି ପୂରଣ ସରକାର ଦେବେ। ଆମେରିକା ଓ ୟୁରୋପୀୟ ଦେଶଗୁଡିକ ଲକ ଡାଉନ ସମୟରେ ଜୀବିକା ନଷ୍ଟ ବାବଦକୁ ଲୋକଙ୍କୁ କ୍ଷତିପୂରଣ ଦେଉଛନ୍ତି। ହେଲେ ଭାରତରେ ଠିକ ତାର ଓଲଟ ଚିତ୍ର ଦେଖିବାକୁ ପଡୁଛି। ସରକାର ଅନ୍ୟାନ୍ୟ ଦେଶ ତୁଳନାରେ ଲକଡାଉନକୁ କଡାକଡି ପାଳନ କରୁଛନ୍ତି, ହେଲେ ଲୋକଙ୍କ ଜୀବିକା ପ୍ରସଙ୍ଗରେ ସରକାରଙ୍କର ପାଟି ଶୁଭୁନି। ବରଂ ଲୋକଙ୍କ ଉପରେ ଏବେ ଅର୍ଥନୈତିକ ବୋଝ ଲଦିବାର ପ୍ରକ୍ରିୟା ଭାରତ ସରକାର ଓ ରାଜ୍ୟ ସରକାରମାନେ ଆରମ୍ଭ କରିଛନ୍ତି। ଏହାର ପ୍ରଥମ ପଦକ୍ଷେପ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି ନୂଆ 20ଟି ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି । ଆଜି ଚିହ୍ନଟ 20 ମଧ୍ୟରୁ 17ଟି ଗଞ୍ଜାମର ଥିବାବେଳେ ମୟୂରଭଞ୍ଜର ତିନି  ଜଣ ରହିଛନ୍ତି । ତିନି ଆକ୍ରାନ୍ତଙ୍କ ସହ କରୋନା ମୟୂରଭଞ୍ଜ ଜିଲ୍ଲା ଛୁଇଁଛି । ପୂର୍ବରୁ 17ଟି ଜିଲ୍ଲାକୁ କରୋନା ବ୍ୟାପି ଥିବାବେଳେ ଆଜି ମୟୂରଭଞ୍ଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଏହା 18କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 205ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 21କୁ ବୃଦ୍ଧି ହୋଇଛି। କାଲି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 185 ଥିଲା, ଆଜି ସକାଳୁ 20ଟି ଆକ୍ରାନ୍ତ ଚିହ୍ନଟ ହୋଇ  205କୁ ବୃଦ୍ଧି ହୋଇଛି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ  61 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣ ମୃତ୍ୟୁବରଣ କରିଛନ୍ତି ।…

Read More

ଧାନକଉଡା : ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ ।  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଚାଲି ଚାଲି ୪୭ ଜଣ ଶ୍ରମିକ ଫେରୁଛନ୍ତି ନିଜ ଭିଟାମାଟି ପଶ୍ଚିମବଙ୍ଗର ମାଲଦାକୁ । ଗତ ଏପ୍ରିଲ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକାଦଶ ଦିନରେ ପହଞ୍ଚିଛି ସମ୍ବଲପୁରଠାରେ। ଜାତୀୟ ରାଜପଥର ଧନକଉଡା ଛକଠାରେ ତାଙ୍କୁ ଦେଖି  ସ୍ଥାନୀୟ ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ ସହଯୋଗର ହାତ ବଢ଼େଇଥିଲେ । ଖବର ପାଇ ସମାଜସେବୀ  ଦିଲୀପ ପଣ୍ଡା ଓ ତାଙ୍କ ସାଥି ରନ୍ଧା ଖାଦ୍ୟ ପାକେଟ ଧରି ପହଁଚିଲେ ସେ ସ୍ଥାନକୁ । ରନ୍ଧା ଖାଦ୍ୟ ଓ ପାଖରେ ଥିବା ଜୟଗୁରୁ ମନ୍ଦିରର ଜଣେ ସହୃଦୟ ସଦସ୍ୟ ପିଇବା ପାଣି ସେମାନଙ୍କୁ ଯୋଗାଇ ଦେଇଥିଲେ । ଏହାର ସୂଚନା ପାଇଁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : କଟକ ଦକ୍ଷିଣ ମଣ୍ଡଳ ଅନ୍ତର୍ଗତ କୁଜଙ୍ଗ ଉପଖଣ୍ଡ ଡ଼ାକନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ  ବିଭିନ୍ନ ସ୍ଥାନରେ କରୋନା ରୋଗ ଜନିତ ରିଲିଫ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। କୁଜଙ୍ଗ ଉପଖଣ୍ଡ ଡ଼ାକବିଭାଗ ନିରୀକ୍ଷକ ସତ୍ୟବ୍ରତ ଗାହାଣଙ୍କ ନେତୃତ୍ୱରେ କୁଜଙ୍ଗ, ମଙ୍ଗରାଜପୁର,ବାଳିଆ,ମଧୂରୀଗଣ୍ଡ ଖମାର,ବିଳାସ ପୁର, ସାମନ୍ତରାପୁର ଆଦି ଅଂଚଳରେ ଦୁସ୍ଥ, ଅସହାୟ ପରିବାର ଏବଂ ବ୍ୟକ୍ତିମାନଙ୍କ ବିଭିନ୍ନ ରାସନ ଏବଂ ବିଶୋଧନ ସାମଗ୍ରୀ ପୁଡ଼ିଆ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ପୋଷ୍ଟମାଷ୍ଟର ହୃଷୀକେଶ ବେହେରା, ଅଭରସିୟର ରମାକାନ୍ତ ପଣ୍ଡା, ପ୍ରୀତେଶ ଧାରୁଆ, ସାମନ୍ତରାପୁର ଶାଖା ପୋଷ୍ଟମାଷ୍ଟର ପ୍ରତାପଚନ୍ଦ୍ର ପରିଡ଼ା, ମଧୁରୀଗଣ୍ଡ ପୋଷ୍ଟମାଷ୍ଟର ରଜେଶ ପ୍ରସାଦ ରାଉତ, ବାଳିଆ ପୋଷ୍ଟମାଷ୍ଟର ରଞ୍ଜନ କୁମାର ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମେ ଅଂଶ ଗ୍ରହଣ କରିଥିଲେ ।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ନୂତନଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ନବନିଯୁକ୍ତ ତହସିଲଦାର ସ୍ମୃତିପଜ୍ଞା ପ୍ରିୟ ଦର୍ଶିନୀ । ପୂର୍ବରୁ ଏଠାରେ ମାତ୍ର ୫ ମାସ ତହସିଲଦାରଭାବେ କାର୍ଯ୍ୟକରିଥିବା ପ୍ରଭାଷଚନ୍ଦ୍ର ବେହୁରାଙ୍କର ଅଚାନକ ବୈାଦ୍ଧଜିଲ୍ଲାର ହରଭଙ୍ଗା ବ୍ଳକର ବିଡ଼ିଓଭାବେ ବଦଳୀ ହୋଇଯିବାପରେ କୁଜଙ୍ଗ ତହସିଲଦାର ପଦବୀରେ ତିର୍ତ୍ତୋଲର ତହସିଲଦାର ସୁଜାତା ପାତ୍ରଙ୍କୁ ଗତ ମାସ ୨୪ ତରିଖରେ ଭାରପ୍ରାପ୍ତ ତହସିଲଦାର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଆଜି ଅପରାହ୍ନ ସମୟରେ ତିର୍ତ୍ତୋଲ ତହସିଲଦାର ଶ୍ରୀମତୀ ପାତ୍ର ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ ।

Read More