ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 24 ତାରିଖରୁ 21 ଦିନ ପାଇଁ ଲକ୍ ଡାଉନ୍ ଜାରି କରାଯାଇଥିବାବେଳେ ପୁନର୍ବାର ଏପ୍ରିଲ୍ 15ରୁ ମେ’ ତିନି ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି। ଲକ୍ ଡାଉନ୍ ସରିବାକୁ ଆଉ ମାତ୍ର ଚାରି ଦିନ ରହିଥିବାବେଳେ ପୁନର୍ବାର ଲକ୍ ଡାଉନ୍ ବଢିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଗୃହମନ୍ତ୍ରାଳୟ କୋଭିଡ୍ 19 ପାଇଁ ନୂତନ ଗାଇଡ ଲାଇନ ଜାରି କରିବେ ବୋଲି ସୂଚନା ଦେଇଛନ୍ତି । କରୋନା ମୁକାବିଲା ଲାଗି ଆସିବ କୋଭିଡ୍ 19 ନୂଆ ଗାଇଡ ଲାଇନ୍ । ମେ 4ରୁ ଏହି ନୂଆ ଗାଇଡ ଲାଇନ ଜାରି ହେବ। ଏହି ନୂଆ ଗାଇଡ ଲାଇନ୍ରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି ।
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବାବେଳେ ଏହି ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି। ଅନେକ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଏହି ଲକ୍ ଡାଉନ୍ ସମୟରେ ଅସହାୟ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ତଥା ବହୁ ବଦାନ୍ୟ ବ୍ୟକ୍ତିମାନେ ଏନେଇ ଏବେ ସାହାଯ୍ୟର ହାତ ବଢାଇଛନ୍ତି। ଏହି କ୍ରମରେ ବାଣପୁର ଅଞ୍ଚଳରେ ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ମହିଳା ସଦସ୍ୟାମାନେ ଅସହାୟ ପରିବାରଙ୍କୁ ସହାୟତା କରିଛନ୍ତି। ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ରହିଥିବା ପ୍ରାୟ ୨୨ଟି ପରିବାରର ଗରିବ ଲୋକଙ୍କୁ ସହାୟତା କରିଛନ୍ତି ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟାମାନେ। ଲକ୍ଡାଉନ୍ ସମୟରେ ଖାଇବାକୁ ପାଉନଥିବା ପରିବାରଙ୍କ ପ୍ରତି ସହାୟତାର ହାତ ବଢାଇଛି ଏହି ସଙ୍ଗଠନ। ସଙ୍ଗଠନ ପକ୍ଷରୁ ଚାଉଳ, ଡାଲି, ଖାଇବା ତେଲ, ପରିବା ଏବଂ ବିସ୍କୁଟ ପ୍ୟାକିଂ କରାଯାଇ ଅସହାୟ ପରିବାରଙ୍କ ମଧ୍ୟରେ…
ଭୁବନେଶ୍ବର : କରୋନା ପାଇଁ ହ୍ବାଟସ୍ ଆପ୍ ମାଧ୍ୟମରେ ସ୍କୁଲ ପିଲାଙ୍କୁ ପଢାଯିବ ପାଠ । ‘ଓଡ଼ିଶା ଶିକ୍ଷା ସଂଯୋଗ’ ମାଧ୍ୟମରେ ହ୍ବାଟସ୍ ଆପ୍ରେ ପାଠ ପଢାଯିବ । ଦ୍ବିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଡିଇଓଙ୍କ ଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ଗ୍ରୁଫ୍ ଗଠନ କରି ପାଠ ପଢାଯିବ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର ପିଡିଏଫ୍ ପିଲାଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ । ଏହି କାର୍ଯ୍ୟକ୍ରମ ମେ’ 4ରୁ ଜୁନ୍ 13 ପର୍ଯ୍ୟନ୍ତ ମୋଟ୍ 6 ସପ୍ତାହ ଚାଲିବ । ପ୍ରତିଦିନ 45 ମିନିଟ୍ରୁ 1 ଘଣ୍ଟା ଅବଧିର 4ଟି ପିରିୟଡ ରହିବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ । କରୋନା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ 17 ପର୍ଯ୍ୟନ୍ତ ବନ୍ଦ…
ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ଫସି ରହିଛନ୍ତି । ସେଠାରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ଲୋକ ଲୁଚିଛପି ଆସୁଥିବାବେଳେ କେହି କେହି ସରକାରଙ୍କ ନିକଟରେ ଅନୁରୋଧ ମଧ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟମାନେ ଫସି ରହିଥିବା ଲୋକମାନଙ୍କ ପାଇଁ ବସ୍ ସୁବିଧା କରାଉଛନ୍ତି । ତେବେ ଲକ୍ ଡାଉନ୍ ଯୋଗୁଁ ଫସିଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର। ଶ୍ରମିକ, ତୀର୍ଥଯାତ୍ରୀ, ବିଦ୍ୟାର୍ଥୀଙ୍କୁ ଫେରିବାକୁ ଅନୁମତି ଦେଲା କେନ୍ଦ୍ର। ଏ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସର୍ତ୍ତମୂଳକ ଅନୁମତି ସହ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଫସିଥିବା ଲୋକଙ୍କ ପାଇଁ ରାଜ୍ୟମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଉଭୟ ରାଜ୍ୟର ନୋଡାଲ ଅଧିକାରୀଙ୍କ ସମନ୍ବୟରେ ଲୋକମାନେ ଯିବେ। ଗୋଷ୍ଠୀଗତ ଭାବେ ଲୋକେ ଯିବାକୁ ଚାହିଁଲେ, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ କଥା ହେବେ। ପାରସ୍ପରିକ…
ଭୁବନେଶ୍ବର : ଭୁବନେଶ୍ବରରୁ ଠାବ ହୋଇଥିବା 119 ନମ୍ବର ଆକ୍ରାନ୍ତଙ୍କ ବିଷୟରେ ରୋଚକ ତଥ୍ୟ ଜାଣିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ନେଗେଟିଭ୍ ଥିଲେ, ପରେ ପଜିଟିଭ୍ ମିଳିଥିଲା । 119 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । 41 ନମ୍ବର ଚିହ୍ନଟ ପରେ ଏହି ବ୍ୟକ୍ତିଙ୍କର ସାମ୍ପଲ୍ ନିଆଯାଇଥିଲା । ସାମ୍ପଲ୍ ଟେଷ୍ଟ ପରେ ନେଗେଟିଭ୍ ଆସିଥିଲା, ସେ ଘରେ ରହିଥିଲେ । ପରେ ଥଣ୍ଡା, କାଶ ହେବାରୁ 104କୁ ଫୋନ୍ କରିଥିଲେ । ପୁନଃ ତାଙ୍କର ସାମ୍ପଲ୍ ନିଆଯାଇଥିଲା । ଏବେ ସାମ୍ପଲ୍ ପରୀକ୍ଷଣ ପରେ ତାଙ୍କଠାରେ ପଜିଟିଭ୍ ଥିବାର ଜଣାପଡିଥିଲା। ତେବେ ପ୍ରଥମେ ନେଗେଟିଭ୍ ଓ ପରେ ପଜିଟିଭ୍ ଆସିବା ନେଇ ଉତ୍ତର ରଖିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍ । ଶରୀରରେ ଭାଇରାଲ୍ ଲୋଡ୍ ନଥିଲେ ନମୁନା ପଜିଟିଭ୍ ଆସିବ ନାହିଁ । ପୂର୍ବ ଟେଷ୍ଟ ବେଳେ ତାଙ୍କର…
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଏଠାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରର ୟବତମାଲରେ ପ୍ରତ୍ୟେକ ଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏଠାରେ ପାଓ୍ବାରାପୁରା ଅଞ୍ଚଳରେ ହ୍ୟାଣ୍ଡପମ୍ପ୍ ଓ ଜଣେ ରୋଷଇ କରୁଥିବା ମହିଳାଙ୍କ କାରଣରୁ ସେଠାରେ ସଂକ୍ରମଣ ବ୍ୟାପକ ଭାବରେ ବଢିଛି । ଏହି ଅଞ୍ଚଳରେ ପ୍ରାୟ 60 ଲୋକ ହ୍ୟାଣ୍ଡପମ୍ପ୍ ଓ ମହିଳା ରୋଷୟାଙ୍କଠାରୁ ସଂକ୍ରମିତ ହୋଇଛନ୍ତି ।ୟବତମାଲ୍ ଜିଲ୍ଲାରେ ମୋଟ୍ 84 ଜଣ ସଂକ୍ରମିତ ରହିଛନ୍ତି। ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସମେତ 305 ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍ ବୋର୍ଡରେ ରଖାଯାଇଛି। ଏଥିରେ ଅଧିକାଂଶ ପାଓ୍ବାରପୁରା ଓ ଇନ୍ଦିରା ନଗରର ଅଞ୍ଚଳର ବୋଲି ଜଣାପଡିଛି । ଏହି ଅଞ୍ଚଳଟି କରୋନା ହଟସ୍ପଟ୍ ଅଞ୍ଚଳ ରୂପେ ଚିହ୍ନଟ ହୋଇଛି । ଏହି ଅଞ୍ଚଳରୁ 60 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଶାସନ…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀମତୀ ଶାଲିନୀ ପଣ୍ଡିତ ଏବଂ ଡିଏମ୍ଇଟି ଡକଫର ପ୍ରଫେସର ସି.ବି.କେ. ମହାନ୍ତି ଆଜି ଅପରାହ@ରେ ଗଣମାଧ୍ୟମକୁ ଯାହା ସୂଚନା ଦେଇଛନ୍ତି ତାହା ହେଲା.. 1-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି କୋଭିଡ୍-୧୯ ପରିସ୍ଥିତି ଆମ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିଛି। ପ୍ରଥମେ ଆମ ପାଇଁ ଚାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ଯତ୍ନ ନେବା। ବିଦେଶ ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ହେତୁ ପରିସ୍ଥିତି ଭଲ…
କାନପୁର : ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ସଦୃଶ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ହରିୟାଣାରେ ଏହି ଘଟଣା ଘଟିଥିବା ବେଳେ ଆଜି ଉତ୍ତର ପ୍ରଦେଶରେ ଏହି ଘଟଣାର ପୁନରାବୃତି ଘଟିଛି । କାନପୁରର ବଜାରିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ୍ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ୍ 4 ଜଣଙ୍କୁ ଗିରଫ କରାଯାଇଛି । ଏହି ଆକ୍ରମଣ ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଉକ୍ତ ଅଞ୍ଚଳରୁ ବାହାର କରାଯାଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହାପରେ ପୋଲିସ୍ ଉକ୍ତ ଆକ୍ରମଣରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟ କିମ୍ବା ଦେଶ ସରକାରଙ୍କର ମହାମାରୀ ସହାୟତା ଅର୍ଥ କୋଣ ଅନୁକୋଣରେ ପହଂଚାଉଥିବା ବେଳେ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଓଡିଶା ଜୀବିକା ମିଶନ ଶକ୍ତି ସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ବିଡ଼ିଓ ସିବାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ ସଂଘର ସଭାନେତ୍ରୀ ଜୟନ୍ତୀ ଜେନା, ସମ୍ପାଦିକା ମମତା ସାମନ୍ତରାୟ, ଏମ.ବି.କେ କୁନି ବେହେରା, ମହାସଂଘର ସମସ୍ତ ସି.ଆର.ପି, ନର୍ମଦା ବାରିକ ଓ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ପାଣ୍ଠିକୁ ଯଥାକ୍ରମେ ୩୦,୦୦୦ ଓ ୨୦,୦୦୦ ରାଶି ପ୍ରଦାନ କରିଥିଲେ। ଏହା ସହିତ ମହିଳା ମାନେ ୧୫୦୦ରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ବୁଲା ପଶୁପକ୍ଷୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଙ୍ଗଠନ ପିପୁଲ୍ ଫର୍ ଆନିମଲ୍ । ସଙ୍ଗଠନ ପକ୍ଷରୁ ବିଭିନ୍ନ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟାଯିବା ସହିତ ଦୁସ୍ଥ ଜୀବଜନ୍ତୁଙ୍କ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହିପରି ଆଜି ଶିଖରଚଣ୍ଡୀ ମନ୍ଦିର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଛି । ସମ୍ପାଦକ ଜୀବନ ବଲ୍ଲଭ ଦାସଙ୍କ ନେତୃତ୍ବରେ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ମାନେ ମନ୍ଦିର ପରିସର ସଫେଇ କରିବା ସହିତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମ୍ବାଦିକା ଅନୁରାଧା ବାରିକ, ପୂଜା, ସୋନମ , ଅପରାଜିତା ଏବଂ ସତ୍ୟଜିତ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସୁନ୍ଦରଗଡ, ପ୍ରତିଦିନ ସୁନ୍ଦରଗଡ ପୋଲିସ କ୍ବାରଣ୍ଟାଇନର ଥିବା ଓଡିଶା ଫେରନ୍ତାଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ମନୋବଳ ଯେପରି ଭାଙ୍ଗି ନ ପଡେ ସେଥିପାଇଁ ପୋଲିସ ତରଫରୁ ନିଆଯାଇଛି ଏହି ପଦକ୍ଷେପ। ଆଲୋଚନା ସହିତ ସେମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ପ୍ରଦାନ କରାଯାଉଛି।
ମୁମ୍ବାଇ : ଦେଶରେ କରୋନା ମୁକାବିଲାର ଏକ ବୃହତ୍ତର ସଫଳତା ମିଳିଛି । ଦେଶର ପ୍ରଥମ ପ୍ଲାଜ୍ମା ଚିକିତ୍ସା ସଫଳ ହୋଇଛି । ମୁମ୍ବାଇରେ ଦେଶର ପ୍ରଥମ ପ୍ଲାଜ୍ମା ଚିକିତ୍ସା ବ୍ୟବସ୍ଥା ସଫଳ ହୋଇଥିବା ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏହି ପ୍ଲାଜ୍ମା ଚିକିତ୍ସା ସଫଳ ହୋଇଥିବା ଜଣାପଡିଛି । ଏହା ସହିତ ବିଓ୍ବାଇଏଲ୍ ନାୟାର ହସ୍ପିଟାଲରେ ଦ୍ବିତୀୟ ପ୍ଲାଜ୍ମା ପରୀକ୍ଷଣ ଜାରି ରହିଥିବା ନେଇ ଟୋପେ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ମହାରାଷ୍ଟ୍ର ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି । (ଏଜେନ୍ସି)
ରାୟଗଡା, ପୋଲିସର ମହାନିୟତା, ରାୟଗଡା ଜିଲ୍ଲା ଟିକିରି ପୋଲିସ ଅଭାବୀ ତଥା ଗରିବ ଲୋକଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ସେମାନେ ପ୍ରତି ବ୍ୟକ୍ତିଙ୍କୁ ପାଞ୍ଚ କେଜି ଚାଉଳ, 1.5 ଡାଲି, 3 କେଜି ଆଳୁ, 2 କେଜି ପିଆଜ, ଏକ କେଜି ବାଇଗଣ 12 ଟି ପରିବାରଙ୍କୁ ଯୋଗାଇ ଦେଇଛନ୍ତି।
ଭୁବନେଶ୍ବର : ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ଆଉ ତିନି କରୋନା ଆକ୍ରାନ୍ତ । ଏହି ତିନି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ଏହି ତିନି ଜଣକୁ ମିଶାଇ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ 44, 61 ଏବଂ 63 ରହିଛି । ଏହି ତିନି ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହି ତିନି ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ରେ ରହିଥିଲେ ।
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆକୁ 733 କୋଟି ଟଙ୍କାର ଆୟକର ଛାଡ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଚାରି ସପ୍ତାହ ମଧ୍ୟରେ ଏହି ଅର୍ଥ କମ୍ପାନୀକୁ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୋଡାଫୋନ୍ ଆଇଡିଆ ପକ୍ଷରୁ 4700 କୋଟିର ଆୟକର ରିହାତି ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ୍ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭୋଡାଫୋନ୍ ଆଇଡିଆର ଏଜିଆର ଦେୟର 58 ହଜାର କୋଟି ବକେୟା ରହିଥିବା ବେଳେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କମ୍ପାନୀର ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଆରବିଆଇର ଋଣ ଛାଡ ପଲିସିକୁ ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଯେଉଁ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି ତାଙ୍କର ଋଣଛାଡ କରାଯିବା ଅନୁଚିତ୍ ବୋଲି ଚିଦାମ୍ବରମ୍ ମତ ଦେଇଛନ୍ତି । ମେହୁଲ୍ ଚୋକ୍ସୀ ଏବଂ ନୀରବ ମୋଦୀଙ୍କ ପରି ପଳାତକଙ୍କ ଋଣଛାଡ କାରଣରୁ ଚିଦାମ୍ବରମ ଏହି ମନ୍ତବ୍ୟ ଦେଇଛନ୍ତି । ଋଣ ଛାଡ ମାମଲାରେ କଂଗ୍ରେସ ଏବଂ ବିଜେପି ପରସ୍ପର ପ୍ରତି କାଦୁଅ ଫିଙ୍ଗିବାରେ ବ୍ୟସ୍ତ ରହିଛନ୍ତି । ନିର୍ମଳା ସୀତାରମଣ କଂଗ୍ରେସକୁ ଦୋଷ ଦେଇଥିବା ବେଳେ ଚିଦାମ୍ବରମ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ମିଳିନଥିଲା ମାତ୍ର ବର୍ତ୍ତମାନ ଆରଟିଆଇ ମାଧ୍ୟମରେ ଏହି ଉତ୍ତର ମିଳିଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । (ଏଜେନ୍ସି)
ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍ଡାଉନ୍ ଅବଧିକୁ 14 ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଦୈନିକ 4 ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ 7ଟାରୁ 11 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ 21 ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବଢାଇଥିଲେ । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ…
ଲକ୍ଷ୍ନୌ : ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ଏକା ସାଙ୍ଗରେ 5 ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ବୁଧବାର ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲା ହସ୍ପିଟାଲରେ ଏହି ଘଟଣା ଘଟିଛି । ନବଜାତଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ତିନି ଜଣ ଝିଅ ରହିଛନ୍ତି । ପ୍ରସବ ପରେ 5 ଶିଶୁ ଏବଂ ମା ସୁସ୍ଥ ରହିଥିବା ଜଣାପଡିଛି । ଡାକ୍ତର ଯାଆଁଳା ଶିଶୁ ରହିଥିବାର ଅନୁମାନ କରିଥିବା ବେଳେ 5 ଶିଶୁଙ୍କ ଜନ୍ମ ନେଇ ଶିଶୁଙ୍କ ପିତା କୁନ୍ଦନ ଗୌତମ ଖୁସି ଜାହିର କରିଛନ୍ତି । କୁନ୍ଦନ ବାରାବାଙ୍କୀ ଜିଲ୍ଲାର କତଲପୁରର ରାମ ନଗର ଅଞ୍ଚଳରେ ଅବସ୍ଥାନ କରନ୍ତି । (ଏଜେନ୍ସି)