Author: Samikhsya Bureau

ବିନିକା : ନିଜ ଜନ୍ମକଲା ମା’କୁ ପିଟି ପିଟି ହତ୍ୟା କରିଛି ପୁଅ । କାଠ ଫାଳିଆରେ ନିଜ ମା’କୁ ପିଟି ପିଟି ମାରି ଦେଇଛି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଅଭିଯୁକ୍ତ ପୁତ୍ରଙ୍କ ବୟସ 28ବର୍ଷ ହୋଇଥିବାବେଳେ ସେ ତାଙ୍କ ବୃଦ୍ଧା ମା’ଙ୍କୁ କାଠ ଫାଳିଆରେ ତାଙ୍କ ମୁଣ୍ଡ ଏକାଧିକ ପ୍ରହାର କରିଥିଲେ । ଯାହାଫଳରେ ବୃଦ୍ଧା ମା’ଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବୃଦ୍ଧାଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫ କରିଛି ।

Read More

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୀର୍ଘ 22 ଘଣ୍ଟାର ଯାତ୍ରା ପରେ ବିଜୟ ମହାନ୍ତି ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ଗତକାଲି ମଧ୍ୟାହ୍ନ ପ୍ରାୟ 12ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ। ହସ୍ପିଟାଲରେ ବିଜୟ ମହାନ୍ତି ପହଞ୍ଚିବା ପରେତାଙ୍କ ଶୁଭେଚ୍ଛମାନଙ୍କର ଭିଡ ଦେଖିବାକୁ ମିଳିଛି ।

Read More

ଭୁବନେଶ୍ବର : ଆଜି ହେଉଛି ପହିଲି ରଜ । ଓଡ଼ିଶାର ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଏହି ପର୍ବ ଅନ୍ୟତମ । ତିନି ଦିନବ୍ୟାପୀ ପାଳିତ ହେଉଥିବା ରଜ ପର୍ବ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରଜ ପର୍ବ ଉତ୍ସାହ ନାହିଁ । ସଟ୍‌ଡାଉନ୍‌ରେ ସଜବାଜ ହୋଇଥିବାବେଳେ ଲକ୍‌ ଡାଉନ୍‌ରେ ପାଳିତ ହେଉଛି ରଜ। ରଜ ସମୟରେ ଅଧିକ ଗହଳି ନ ହେବା ପାଇଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ରଜ କଟକଣା ଜାରି ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରଜ କଟକଣା ଜାରି କରାଯାଇଛି । ଗାଁ ଠୁ ସହର ଯାଏଁ ସର୍ବସାଧାରଣ ସ୍ଥଳରେ ରଜ ଦୋଳି ନାହିଁ କି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଶେରଗଡ଼ର ଜଣେ,ଚିକିଟି ବ୍ଲକର ଦୁଇଜଣ ଏବଂ ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ।କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ତତ୍ ସହିତ କରୋନା ଯୋଦ୍ଧା ଆକ୍ରାନ୍ତ ହେବାକୁ ଭୟଭୀତ ନହୋଇ ସାଧାରଣ ଜନସାଧାରଣଙ୍କ ସେବାରେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଓ ଏସପି ଆହ୍ବାନ କରିବା ଜଣାପଡିଛି।

Read More

କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ କିଛିଦିନ ତଳେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରି କହିଲେ ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି ଉପୁଜିଛି। ଯେଉଁ କରୋନା ଆକ୍ରାନ୍ତମାନେ ପ୍ରାଣ ହରାଉଛନ୍ତି ସେମାନଙ୍କ ସହିତ ପଶୁ ଭଳି ବ୍ୟବହାର କରାଯାଉଛି ବୋଲି ସୁପ୍ରିମ କୋର୍ଟ ଅତ୍ୟନ୍ତ କ୍ରୋଧଭରା ଭାଷାରେ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ଯେ, ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାହା ଦିନ ଆଲୁଅରେ ଜଳ ଜଳ ହୋଇ ଦିଶୁଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଏବଂ ଦିଲ୍ଲୀରେ ଯେହେତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ସେଠିକାର ଡାକ୍ତରଖାନା ଗୁଡିକର ଅବସ୍ଥା ସେଥିଲାଗି ଭୟାବହ। ଦିନ ଦିନ ଧରି ମୃତ ବ୍ୟକ୍ତିଙ୍କ ଶବ ପାଇଖାନାରେ ପଡି ରହୁଛି। ଶବ ଅଦଳ ବଦଳର ବିଭତ୍ସ ଖବର ମଧ୍ୟ ମିଳୁଛି। ଯେହେତୁ କରୋନା ଆକ୍ରାନ୍ତଙ୍କ ଦେଖାଶୁଣା ପାଇଁ…

Read More

ନୂଆଦିଲ୍ଲୀ, କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ଫିଚର ଆକଳନ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ସାଢ଼େ ୯ ପ୍ରତିଶତ ରହିବ । ଏହି ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ । ଦେଶରେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକଗୁଡ଼ିଏ ଯୁଗାନ୍ତକାରୀ ନିର୍ଣ୍ଣୟ ଫଳରେ ଦେଶର ଅଭିବୃଦ୍ଧି ହାର ପୁଣିଥରେ ଟ୍ରାକକୁ ଫେରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟସ୍ତରର ରେଟିଂ ଏଜେନ୍ସି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସଂକ୍ରାନ୍ତରେ ଏଭଳି ସକାରାତ୍ମକ ଆକଳନ କରିବା ପରେ ବିଭିନ୍ନ ମହଲରେ ଉତ୍ସାହ…

Read More

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଟିପିଜି ଏହି ପୁଞ୍ଜିନିବେଶ କରିବ। ଟିପିଜିର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୯୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ। ଏହି ନିବେଶ ସହିତ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ନିବେଶକ ଯଥା ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଟିଂକ୍‌, କେକେଆର୍‌, ମୁବାଦଲା ଓ ଟିପିଜି ଠାରୁ ଜିଓ ପ୍ଲାଟଫର୍ମସ୍ ହାସଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ୍ ପକ୍ଷରୁ ୧୨ ତାରିଖ ସକାଳ ୬ଟା ରୁ ୧୩ ତାରିଖ ସକାଳ ୬ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ତଥା କୋଭିଡ଼୍ ନିୟମ ଯାଞ୍ଚ କରି ମୋଟ ୧ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି । ଗୋଟିଏ ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଂଘନ କେସ, ଗୋଟିଏ ଅବକାରୀ କେସରେ ଦୁଇଜଣଙ୍କୁ ଗିରଫ, ୨୦ ଲିଟର ମଦ ଜବତ, ରାତ୍ରି କର୍ଫୁ ଉଲ୍ଲଂଘନରେ ୧୧ ଜଣକୁ ଅଟକ, ସର୍ବସାଧାରଣରେ ଛେପ ପକାଇବା ନେଇ ୩୫ ଜଣଙ୍କୁ, ୨୨୨ ଜଣ ମାସ୍କ ପିନ୍ଧିନଥିବା ନେଇ ଜୋରିମାନା ଆଦାୟ ହୋଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନର ଚାଲାଣରେ ମୋଟ ୧ ଲକ୍ଷ ୧୯ ହଜାର ୪୦୦ ଟଙ୍କା ଜୋରିମାନା ଏବଂ ମାସ୍କ ପିନ୍ଧିନଥିବା ବାବଦକୁ ୪୪ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବ୍ରହ୍ମପୁର ପୋଲିସ୍ ପକ୍ଷରୁ ସୂଚନା ମିଳିଛି…

Read More

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ ଆଗେଇ ନେବା ଏବଂ ପକଳ୍ପର କାମ ଶୀଘ୍ର ଶେଷ କରିବା ଦିଗରେ ଅଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଆଲୁମିନିୟମ ଆଧାରିତ ଡାଉନଷ୍ଟ୍ରିମ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ମଧ୍ୟ ବଢାଇବ । ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦିନକୁ ଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲ୍ କେସ ବାହାରୁଥିବାରୁ ଲୋକଙ୍କ ମଧ୍ୟରେ ଭୟସଞ୍ଚାର ହୋଇଛି । ପ୍ରବାସୀଙ୍କ ଆସିବା କମିଥିବାବେଳେ ସେମାନଙ୍କୁ ସେବା ଯୋଗାଉଥିବା ଯୋଦ୍ଧାଙ୍କ ଦେହରେ କରୋନା ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଛତ୍ରପୁର ବ୍ଲକ୍‌ର ନରେନ୍ଦ୍ରପୁର ଏବଂ ଶ୍ରୀରାମଚନ୍ଦ୍ରପୁର ପଂଚାୟତରେ ଲୋକାଲ୍ କରୋନା ପଜିଟିଭ୍ କେସ ମିଳିଥିବାରୁ ଏହି ଦୁଇ ଅଂଚଳକୁ ଉଭୟ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୫ ଦିନ ପାଇଁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଶ୍ରୀରାମଚନ୍ଦ୍ରପୁରର ସରପଞ୍ଚ ରେବତୀ କୁମାର ପ୍ରଧାନ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଗ୍ରାମର କୌଣସି ଲୋକ ବାହାରକୁ ଯିବନାହିଁ ଏବଂ କିଏବି ବାହାରକୁ ଆସିବ ନାହିଁ ବୋଲି ଧେଣ୍ଡୁରା ମାଧ୍ୟମରେ ସଚେତନ କରାଯାଇଛି । ଏହି ଗ୍ରାମରୁ ୩ ଜଣଙ୍କ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାରାୟଣ ପୁର ମୌଜାର ପୁରାତନ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ବାଣପୁରରୁ ବାଲେଡିହ ପର୍ଯ୍ୟନ୍ତ ୩ କିମି ଦୀର୍ଘ ବିଶିଷ୍ଟ ଏହି ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ଅସରାଏ ବର୍ଷା ହେଲେ ଏହା ଉପରେ ଚାଲି କରି ଯିବା ମଧ୍ୟ ଅସମ୍ଭବ। ୧୫ ବର୍ଷରୁ ଅଧିକ ସମୟ ଧରି ରାସ୍ତାର ମରାମତି ହୋଇନଥିବା ବେଳେ ୫ ବର୍ଷ ତଳେ କେବଳ ମୋରମ ପଡିଥିଲା। ବାଣପୁର ବଜାର ନିକଟରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ରାସ୍ତାଟି ଅତୀତରେ ଭବାନୀପୁର ପଞ୍ଚାୟତର ମୁଖ୍ୟ ରାସ୍ତା ଭାବରେ ବ୍ୟବହୃତ ହେଉଥିଲା। ସବ୍‌ଜେଲ୍‌ ନିକଟରେ ନୂତନ ରାସ୍ତା ନିର୍ମାଣ ପରେ ପଞ୍ଚାୟତର ଅଧିକାଂଶ ଗ୍ରାମବାସୀ ନୂତନ ରାସ୍ତାକୁ ବ୍ୟବହାର କରୁଛନ୍ତି। ତେବେ ପୁରାତନ ରାସ୍ତାକୁ ବ୍ୟବହାର କରୁଥିବା ୫୦ ରୁ ଅଧିକ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାପ ରାସ୍ତା ନେଇ ଦୀର୍ଘଦିନ…

Read More

ଥିରୁଅନନ୍ତପୁରମ୍‌ : ନିଜର ରୋହିତ ଶର୍ମା ମୋମେଣ୍ଟ ସେୟାର କରିଛନ୍ତି ମାଲାୟଲମ୍‌ ସୁପରଷ୍ଟାର ପୃଥ୍ବୀରାଜ ସୁକୁମାରନ୍‌ । ଜୋର୍ଡାନ୍‌ରେ ନିଜର ଅପ୍‌କମିଙ୍ଗ ଫିଲ୍ମ ଆଡୁ ଜୀବିତମ୍‌ର ସୁଟିଂ ସମୟରେ କ୍ରିକେଟ ଖେଳର ଫଟୋକୁ ସେୟାର କରିଛନ୍ତି ପୃଥ୍ବୀରାଜ । ଏହି ଫଟୋ ସହିତ ଏକ ମଜାଳିଆ କ୍ୟାପ୍‌ସନ୍‌ ଲେଖିଛନ୍ତି ପୃଥ୍ବୀରାଜ । ଯେତେବେଳେ ଆପଣ ରୋହିତ ଶର୍ମାଙ୍କ ପରି ପୁଲ୍‌ ସଟ୍‌ ମାରନ୍ତି ଏବଂ ଏହା ବାଉଣ୍ଡ୍ରୀ ଅତିକ୍ରମ କରିବ ବୋଲି ଆଶା ରଖନ୍ତି ମାତ୍ର ଦୁର୍ଭାଗ୍ୟ ଜନକ ଭାବରେ ଆପଣ ସର୍ଟ ମିଡ ଓ୍ବିକେଟରେ ଆଉଟ ହୋଇଯାନ୍ତି । ମାର୍ଚ୍ଚ ମାସରେ ଏହି ଫିଲ୍ମର ସୁଟିଂ କରୁଥିବା ବେଳେ କ୍ରୁ ସଦସ୍ୟଙ୍କ ସହିତ କ୍ରିକେଟ ଖେଳୁଥିବାର ଏହି ଫଟୋକୁ ପୃଥ୍ବୀରାଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । (ଏଜେନ୍ସି)

Read More

ପୁରୀ: ଚଳିତବର୍ଷ ରଥଯାତ୍ରା ଆୟୋଜନ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ପରେ ଏବେ ରଥଯାତ୍ରା ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଯାତ୍ରା ହେଲେ ସେବାୟତ ଓ ପୋଲିସ ରଥ ଟାଣିବେ ଓ ବିନାଭକ୍ତରେ ରଥଯାତ୍ରା ହେବ ବୋଲି ସୂଚନା ମିଳିଛି। ପୁରୀ ବଡ଼ଦାଣ୍ତରେ ୧୪୪ ଧାରା ଜାରି କରାଯିବା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯିବ। ବିନା ଭକ୍ତରେ ରଥଯାତ୍ରାକୁ ସେବାୟତ ମାନେ ସ୍ୱାଗତ କରିଥିବା ବେଳେ ଏପଟେ ରଥନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା ହେବା ପାଇଁ ଜାରି ରହିଛି ସମସ୍ତ ପ୍ରସ୍ତୁତି। ସରକାରୀ ସ୍ତରରେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ରଥଯାତ୍ରା ବିନା ଭକ୍ତରେ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଟାଣିବା ପାଇଁ ଭକ୍ତ ନଥିଲେ ମଧ୍ୟ ୫ ହଜାରରୁ ଉର୍ଦ୍ଧ ସେବାୟତ ପରିବାର ଓ ପୋଲିସ କର୍ମଚାରୀ…

Read More

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ଗିଲାନୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । 67 ବର୍ଷୀୟ ଗିଲାନୀ ଏକ ଦୁର୍ନୀତି ମାମଲାରେ ଏନଏବି ସମ୍ମୁଖରେ ହାଜର ହେବା ପରେ ପଜିଟିଭ୍‌ ହୋଇଛନ୍ତି । ଏହା ସହିତ ଅନ୍ୟ ଏକ ଦୁର୍ନୀତି ମାମଲାରେ ଏନ୍‌ଏବି ସମ୍ମୁଖରେ ହାଜର ହୋଇଥିବା ବିରୋଧୀ ଦଳ ମୁଖ୍ୟ ଏବଂ ପିଏମ୍‌ଏଲ୍‌ଏନ୍‌ ନେତା ଶାହବାଜ ଶରିଫ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗିଲାନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଗିଲାନୀଙ୍କ ପୁଅ କାସୀମ୍‌ ଗିଲାନୀ ସରକାରଙ୍କୁ ଦୋଷାରୋପ କରିଛନ୍ତି । ତଦନ୍ତ ନାମରେ ମୋ ପିତାଙ୍କ ଜୀବନକୁ ବିପନ୍ନ କରିଥିବାରୁ ଧନ୍ୟବାଦ ବୋଲି କାସିମ୍‌ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ 1 ଲକ୍ଷ 32 ହଜାର 405 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2551 ଜଣ ପ୍ରାଣ ହରାଇଛନ୍ତି ।

Read More

ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ଗ୍ରୁପ୍‌ର ଚେୟାରମ୍ୟାନ୍‌ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ମଧ୍ୟରେ ଆଲୋଚନା ହୋଇଛି । ଏହି ଭିଡିଓ କନ୍‌ଫରେନ୍ସିଂରେ ଲକ୍ଷ୍ମୀ ମିତ୍ତଲ ସଫଳତାର ସହ କୋଭିଡ୍‌ 19 ମୁକାବିଲା ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ପ୍ରଦାନକୁ ମଧ୍ୟ ମିତ୍ତଲ ପ୍ରଶଂସା କରିଥିଲେ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ 50 ହଜାର କୋଟିର ଅଧିକ ପ୍ରକଳ୍ପରେ ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରାଯାଇଛି । ଏହା ଦ୍ବାରା ଭାରତରେ 7 ବିଲିୟନ୍‌ ଡଲାରର ପୁଞ୍ଜିନିବେଶ କରାଯିବ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପାରାଦୀପର ପେଲେଣ୍ଟ ପ୍ଲାଣ୍ଟ, କେନ୍ଦୁଝରର ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି । ଆର୍ସେଲର…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ପର୍ବ ପାଳନ ଉପରେ କଟକଣା ଜରି କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଉଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ରଜ କଟକଣା ଜାରି କରିଛନ୍ତି । ଦିନକୁ ଦିନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ରଜ ସମୟରେ ସାମାଜିକ ଏକତ୍ରୀକରଣ ଦ୍ବାରା ଏହି ଭାଇରସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଭାଇରସ୍‌ ବ୍ୟାପିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ ସମସ୍ତ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଏକତ୍ର ହୋଇ ତାସ୍‌ ଖେଳିବା, ରଜ ଦୋଳି ଏବଂ ଅନ୍ୟାନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।…

Read More

ଭୁବନେଶ୍ବର : ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛି ପଞ୍ଚାୟତିରାଜ ବିଭାଗ । ଜୁନ 19 ତାରିଖ ସୁଦ୍ଧା ଖର୍ଚ୍ଚର ହିସାବ ଦେବାକୁ ପଞ୍ଚାୟତିରାଜ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତସ୍ତରରେ ପ୍ରାୟ 16813ଟି ସଙ୍ଗରୋଧ କେନ୍ଦ୍ର ରହିଥିବା ନେଇ ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ସୀମାବିବାଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରାଓ୍ବଣେ । ଚୀନ୍‌ ସହିତ ସୀମା ବିବାଦ ନିୟନ୍ତ୍ରଣରେ ରହିଛି ବୋଲି ସ୍ଥଳସେନା ମୁଖ୍ୟ ମତ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି । ଉଭୟ ଦେଶର ସରକାରୀ ଅଧିକାରୀ ଏବଂ ସେନାଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ମୁଁ ଦେଶବାସୀଙ୍କୁ ଆଶ୍ବାସନା ଦେଉଛି କି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି । ନେପାଳ ସହିତ ଭାରତର ଭୌଗଳିକ, ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ସେହିପରି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ପୁରାତନ ଏବଂ ସଠିକ୍‌ ରହିଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି ।  (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ 18 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋନପୁରରୁ 13 ଜଣ, ବାଲେଶ୍ବରରୁ 12 ଜଣ, ବଲାଙ୍ଗୀର ଏବଂ ଖୋର୍ଦ୍ଧାରୁ 8 ଜଣ, ମୟୁରଭଞ୍ଜରୁ 7 ଜଣ, କଟକରୁ 4 ଜଣ, ଯାଜପୁର, ନୟାଗଡ ଓ ନୂଆପଡାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ, ପୁରୀ ଓ ରାୟଗଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ 2594 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : କ୍ରମାଗତ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ପେଟ୍ରୋଲ ଦାମରେ 59 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ 61 ପଇସା ବୃଦ୍ଧି ପାଇଛି । ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 3.31 ଟଙ୍କା ଏବଂ ଡିଜେଲର ମୂଲ୍ୟ 3.42 ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି 75.07 ଟଙ୍କା ରହିଛି ।(ଏଜେନ୍ସି)

Read More

ଭୁବନେଶ୍ବର : ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟରେ 8ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଗତ 11 ତାରିଖ ରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲା ।ଏହା ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି ।

Read More