Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଞ୍ଜିନିବେଶକୁ ନେଇ ମିତ୍ତଲ-ନବୀନ ଭିଡିଓ କନ୍‌ଫରେନ୍ସିଂ : 2 ହଜାର କୋଟିର ପୁଞ୍ଜି ବିନିଯୋଗ ନିଷ୍ପତ୍ତି
ବିଶେଷ ଖବର

ପୁଞ୍ଜିନିବେଶକୁ ନେଇ ମିତ୍ତଲ-ନବୀନ ଭିଡିଓ କନ୍‌ଫରେନ୍ସିଂ : 2 ହଜାର କୋଟିର ପୁଞ୍ଜି ବିନିଯୋଗ ନିଷ୍ପତ୍ତି

June 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ଗ୍ରୁପ୍‌ର ଚେୟାରମ୍ୟାନ୍‌ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ମଧ୍ୟରେ ଆଲୋଚନା ହୋଇଛି । ଏହି ଭିଡିଓ କନ୍‌ଫରେନ୍ସିଂରେ ଲକ୍ଷ୍ମୀ ମିତ୍ତଲ ସଫଳତାର ସହ କୋଭିଡ୍‌ 19 ମୁକାବିଲା ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ପ୍ରଦାନକୁ ମଧ୍ୟ ମିତ୍ତଲ ପ୍ରଶଂସା କରିଥିଲେ ।

ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ 50 ହଜାର କୋଟିର ଅଧିକ ପ୍ରକଳ୍ପରେ ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରାଯାଇଛି । ଏହା ଦ୍ବାରା ଭାରତରେ 7 ବିଲିୟନ୍‌ ଡଲାରର ପୁଞ୍ଜିନିବେଶ କରାଯିବ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପାରାଦୀପର ପେଲେଣ୍ଟ ପ୍ଲାଣ୍ଟ, କେନ୍ଦୁଝରର ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ ପେଲେଟ୍‌ ପ୍ଲାଣ୍ଟର କ୍ଷମତା 6 ମେଟ୍ରିକ୍‌ ଟନ୍‌ରୁ 12 ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି ଏବଂ ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟର କ୍ଷମତା 5 ମେଟ୍ରିକ୍‌ ଟନ୍‌ରୁ 16 ମେଟ୍ରିକ୍‌ ଟନ୍‌କୁ ସମ୍ପ୍ରସାରଣ କରାଯିବ । ଏହି ଅବସରରେ ଆର୍ସେଲର ମିତ୍ତଲ ଓଡିଶାରେ 2 ହଜାର କୋଟି ଟଙ୍କା ନିବେଷ କରିବ ବୋଲି ଜଣାପଡିଛି ।

naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026
Latest News

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.