Kolkata: A trial-run for reopening of the Dakshineswar temple was conducted, in Kolkata on June 10, 2020. The temple trust shall review the results and announce the re-opening within 48 hours. (Photo: IANS)
Author: Samikhsya Bureau
Patna: Mohammad Akhtar (50) from Janipur in Phulwari Sharif near Patna, an animal lover, has bequeathed his entire wealth to two elephants aged 20 and 15 years namely Moti and Rani who live with him. Akhtar says elephants came to him as family heritage, and that Moti and Rani are the “children” of those elephants. “I have lived with them since my childhood. The two are my family members,” he said, adding there are people who would like him to take care of the animal brought by them. Akhtar is also chief of the Asian Elephant Rehabilitation and Wildlife Animal…
New Delhi: Gurudwara Bangla Sahib illuminated as it gears up to reopen for devotees from tomorrow, in New Delhi on June 7, 2020. (Photo: IANS)
Buldhana: The world famous Lonar Lake, formed by a high velocity impact of a celestial body around 57,000 years ago, has changed colours from bluish-green to a bright baby-pink shade, astounding all, says Buldhana Tehsildar Saipan Nadaf. (Photo: IANS)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରଚେଷ୍ଟାରେ ରାଜ୍ୟକୁ ଫେରିଛନ୍ତି 40 ପ୍ରବାସୀ । ଆଜି ଗଂଜାମ ଓ କନ୍ଧମାଳ ଜିଲ୍ଲାର 40 ଜଣ ପ୍ରବାସୀଙ୍କୁ ସେ କେରଳରୁ ଫେରାଇ ଆଣିଛନ୍ତି । ପୂର୍ବରୁ ମଧ୍ୟ ସବ୍ୟସାଚ୍ଚୀ ବସ୍ ଓ ଟ୍ରେନରେ ଶହଶହ ଓଡ଼ିଆ ପ୍ରବାସୀଙ୍କୁ ଫେରାଇ ଆଣିଛନ୍ତି । ସେ ଏକ ହେଲପ୍ଲଲାଇନ୍ ନମ୍ବର ଜାରି କରିଛନ୍ତି । ଏହି 40 ଜଣ ଶ୍ରମିକଙ୍କୁ ସବ୍ୟସାଚ୍ଚୀ ବସ୍ ଯୋଗେ କେରଳରୁ ଫେରାଇ ଆଣିଛନ୍ତି । ଆଜି ବ୍ରହ୍ମପୁର ଜାତୀୟ ରାଜପଥରେ ପହଞ୍ଚିବା ପରେ ସେମାନେ ସମସ୍ତେ ସବ୍ୟସାଚ୍ଚୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ ।
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଉଥରେ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 16 ଏବଂ 17 ତାରିଖରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିବାକୁ ଯାଉଛନ୍ତି । ଏହି ଆଲୋଚନାରେ ଅନଲକ୍ 1.0 ସମ୍ପର୍କରେ ଆଲୋଚନା କରାଯିବ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । (ଏଜେନ୍ସି)
ନୂଆଦିଲ୍ଲୀ : ରାଜ୍ୟଗୁଡିକର ଆବଶ୍ୟକତା ଏବଂ ଅନୁରୋଧରେ ଅନୁସାରେ ଶ୍ରମିକ ସ୍ପେଶାଲ ଟ୍ରେନ ମିଳିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ମତ ଦେଇଛନ୍ତି । ରେଳ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ର ଲେଖିବା ପରେ ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟ ମୋଟ ୬୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ବରାଦ କରିଛନ୍ତି । ୭ଟି ରାଜ୍ୟ ଯଥା – କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀର ଶ୍ରମିକ ଶ୍ପେଶାଳ ଟ୍ରେନ ପାଇଁ ବରାଦ କରିଛନ୍ତି । ୬୩ ରୁ ଆନ୍ଧ୍ରପ୍ରଦେଶ ୩ଟି ଟ୍ରେନ ବରାଦ କରିଥିବାବେଳେ ଗୁଜରାଟ ଗୋଟିଏ, ଜମ୍ମୁ କଶ୍ମୀର ୯ଟି, କର୍ଣ୍ଣାଟକ ୬ଟି, କେରଳ ୩୨ଟି, ତାମିଲନାଡୁ ୧୦ଟି ଏବଂ ପଶ୍ଚିମବଙ୍ଗ ୨ଟି ଟ୍ରେନ ବରାଦ କରିଛନ୍ତି । ଉତ୍ତରପ୍ରଦେଶ ଆବଶ୍ୟକତା ଅନୁସାରେ ବରାଦ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳ ଏପର୍ୟ୍ୟନ୍ତ ୪,୨୭୭ରୁ ଅଧିକ ଶ୍ରମିକ ସ୍ପେଶାଲ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତି ଥାନା ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାର ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଅଂଚଳର ପ୍ରମୋଦ ଦଳାଇ (୨୮) । ଘଟଣାରୁ ପ୍ରକାଶ ଯେ ଗତମାସ ୨୩ ତାରିଖରେ ଗଂଜେଇ ବ୍ୟବସାୟକୁ କେନ୍ଦ୍ରକୁ ବିଭୁପ୍ରସାଦ ଦାସ ନାମକ ବ୍ୟକ୍ତିକୁ ତପ୍ତପାଣି ଜଂଗଲରେ ହତ୍ୟା କରାଯାଇଥିଲା । ଏହି ଘଟଣାର ପୂର୍ବରୁ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ପ୍ରମୋଦକୁ ପୋଲିସ୍ ଉଠାଇ ନେଇ ଥାନା ମଧ୍ୟରୁ ରଖିଥିବାବେଳେ ଶୁକ୍ରବାର ସକାଳେ ସେ ପାଇଖାନା ଭିତରେ ଫିନାଇଲ୍ ପିଇ ଦେଇଥିଲା । ପ୍ରଥମେ ତାକୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଆମ୍ବୁଲାନସ ଯୋଗେ ବ୍ରହ୍ମପୁର…
ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା 17.4 ଦିନରେ ଦ୍ଵିଗୁଣିତ ହେଉଛି । ଦେଶରେ ବର୍ତ୍ତମାନ 877 ପରୀକ୍ଷାଗାରରେ ନମୂନା ପରୀକ୍ଷଣ କରାଯାଉଛି । ବିଗତ 24 ଘଣ୍ଟା ମଧ୍ୟରେ 1,50,305 ନମୁନା ପରୀକ୍ଷଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 53,63,445 ନମୁନା ପରୀକ୍ଷଣ ହୋଇଛି । (ଏଜେନ୍ସି)
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ବୋମା ପକାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଉଡାଇଦେବା ପାଇଁ ଧମକ ମିଳିଥିଲା । ଏକ ଅଜଣା କଲ୍ ଜରିଆରେ ଏହି ଧମକ ମିଳିଥିଲା । କଲ୍ ସେଣ୍ଟରକୁ ଫୋନ୍ କରାଯାଇ ଏହି ଧମକ ମିଳିବା ପରେ 5 କାଳିଦାସ ମାର୍ଗରେ ରହିଥିବା ଯୋଗୀଙ୍କ ଘରର ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇଥିଲା । ମେ 22 ତାରିଖରେ ଲକ୍ଷ୍ନୌ ପୋଲିସ୍ ହେଡକ୍ବାର୍ଟରକୁ ଫୋନ୍ କରି ଧମକ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦଦେଶ ପୋଲିସ୍ କମ୍ରାନ୍ ନାମକ ଜନୈକ ଯୁବକଙ୍କୁ ଗିରଫ କରିଛି । ଏହି 20 ବର୍ଷୀୟ ଯୁବକକୁ ଉତ୍ତର ପ୍ରଦେଶ ପୋଲିସ ମହାରାଷ୍ଟ୍ରର ନାସିକରୁ ଗିରଫ କରିଛି । (ଏଜେନ୍ସି)
ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ଭେଙ୍କଟେଶ ଏବଂ ରାଣା ଦଗୁବତୀଙ୍କ ସହିତ ସଲ୍ମାନ ଖାନ୍ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଭେଙ୍କଟେଶଙ୍କ ଝିଅ ବାହାଘରର ଏହି ଡ୍ୟାନ୍ସ ଭିଡିଓକୁ କେହି ଜଣେ ୟୁଟ୍ୟୁବ୍ରେ ଛାଡିବା ପରେ ଭିଡିଓଟି ଭାଇରାଲ୍ ହୋଇଛି । ଭେଙ୍କଟେଶଙ୍କ ଝିଅ ବାହାଘରରେ ଏହି ଘଟଣା ଘଟିଥିଲା । ମାର୍ଚ୍ଚ 2019ରେ ଭେଙ୍କଟେଶଙ୍କ ଝିଅ ବାହାଘର ସମୟରେ ଜୟପୁରରେ ତିନି ଷ୍ଟାର ଏକତ୍ର ଡ୍ୟାନ୍ସ କରିଥିଲେ । https://youtu.be/FpmUoy80lHE ସଲ୍ମାନଙ୍କ ଫିଲ୍ମ କିକ୍ ର ଗୀତ ଜୁମ୍ମେ କି ରାତ୍ରେ ଏହି ଷ୍ଟାର ମାନେ ଏକତ୍ର ଡ୍ୟାନ୍ସ କରିଥିଲେ । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଭେଙ୍କଟେଶଙ୍କ ଝିଅ ଆଶ୍ରିତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମନ୍ଥା, ନାଗା ଚୈତନ୍ୟ, ରାମ ଚରଣ ଏବଂ ପ୍ରଭାସଙ୍କ ପରି କଳାକାର ମାନେ ଯୋଗ ଦେଇଥିଲେ ।
ଭୁବନେଶ୍ବର : ରାଜ୍ୟର ସମସ୍ତ ଅଧ୍ୟାପକ ଆସନ୍ତା 17 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ । ସମସ୍ତ ବିଶ୍ବ ବିଦ୍ୟାଳୟ ଏବଂ କଲେଜ୍ର ଅଧ୍ୟାପକ ମାନେ 17 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ । ଏନେଇ ଶିକ୍ଷା ସଚିବଙ୍କ ପକ୍ଷରୁ ସମସ୍ତ କୁଳପତି ଏବଂ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଏବଂ ବେସରକାରୀ କଲେଜ୍କୁ ଏହା ମଧ୍ୟରେ ସାମିଲ କରାଯାଇଛି । କୋଭିଡ୍ ଗାଇଡ୍ଲାଇନ୍ ମାନି କାର୍ଯ୍ୟରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ୍ୱାର୍କ-୨୦୨୦ ରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ । ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ବିଶ୍ୱବିଦ୍ୟାଳୟ ଏହି ନୂତନ ତାଲିକାରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଦେଶରେ ୩୮ ତମ ସ୍ଥାନ ହାସଲ କରିଛି । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଲିକା ଘୋଷଣା କରିଥିଲେ ଡ. ପୋଖରିଆଲ । ୟୁନିଭର୍ସିଟି ଗ୍ରାଂଟସ୍ କମିଶନ ଦ୍ୱାରା…
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ପରେ 1 ନମ୍ବର ହାଟକୁ ସିଲ୍ କରି ଦିଆଯାଇଛି । ପ୍ରବଳ ଭିଡ କାରଣରୁ ବିଏମ୍ସି ପକ୍ଷରୁ ହାଟକୁ ସିଲ୍ କରାଯାଇଛି । ରଜ କାରଣରୁ ଭିଡ ତଥା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କାରଣରୁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନରେ ସମାନ କାରଣରୁ ମାର୍କେଟ୍ ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇଥିଲା । ଗତକାଲି ମଧ୍ୟ ସମାନ କାରଣରୁ ଏକାଧିକ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରଜ କାରଣରୁ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁକୁ ରାତ୍ର 10 ଟା ପର୍ଯ୍ୟନ୍ତ କୋହଳ କରାଯାଇଛି ।
ନୂଆଦିଲ୍ଲୀ : ଏଣିକି ଜିଓ ସେଟ୍ଟପ୍ ବକ୍ସରେ ଏଣିକି ଉପଲବ୍ଧ ହୋଇଛି ଆମାଜନ୍ ପ୍ରାଇମ୍ ଭିଡିଓ । ଜିଓ ଫାଇବର୍ କନେକ୍ସନ୍ରେ ମିଳୁଥିବା ସେଟ୍ଟପ୍ ବକ୍ସରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏହା ଫଳରେ ଏଣିକି ଜିଓ ଫାଇବର୍ ଗ୍ରାହକ ମାନେ ଆମାଜନ୍ ପ୍ରାଇମ୍ର ଫିଲ୍ମ ଏବଂ ଓ୍ବେବ୍ ସିରିଜ୍ ଦେଖି ପାରିବେ । ଭାରତରେ ଆମାଜନ୍ ନିଜର ସବସ୍କ୍ରାଇବର ବଢାଇବା ପାଇଁ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ ଏକ ବର୍ଷ ପର୍ଯ୍ୟନ୍ତ ଆମାଜନ୍ ପ୍ରାଇମ୍ ମାଗଣାରେ ଉପଲବ୍ଧ ହେବ । ଜିଓ ଫାଇବର୍ର ଗୋଲ୍ଡପ୍ଲାନ୍ କିମ୍ବା ଏହାଠାରୁ ଅଧିକ ଟଙ୍କାର ପ୍ଲାନ୍ରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଉପଲବ୍ଧ ହେବ ଆମାଜନ୍ ପ୍ରାଇମ୍ ଭିଡିଓ । (ଏଜେନ୍ସି)
ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ସ୍କୁଲ, କଲେଜ ବନ୍ଦ ଥିବାରୁ ପାଠପଢା ସାଙ୍ଗକୁ ପରୀକ୍ଷା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହାରି ଭିତରେ ଅନଲାଇନରେ ବିପିୟୁଟି ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ହେବନି । ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନ ପରୀକ୍ଷା ହେବ । ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ । ଛାତ୍ରଛାତ୍ରୀ ଚାହିଁଲେ ଅଫଲାଇନରେ ବି ପରୀକ୍ଷା ଦେଇପାରିବେ । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନରେ ପରୀକ୍ଷା ହେବ ବୋଲି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ। ଲକ୍ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଜିରୋ ଓ୍ବାର୍କିଙ୍ଗ ଇନ୍ସାଇଡ୍ ଓଡିଶା ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା…
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରି ଦିଆଯାଇଛି । ପ୍ରବଳ ଭିଡ କାରଣରୁ ବିଏମ୍ସି ଜୋନାଲ୍ କମିଶନର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛନ୍ତି । ରଜ ସପିଂ ପାଇଁ ଅସମ୍ଭବ ଭିଡ ତଥା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କାରଣରୁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ମଧ୍ୟ ସମାନ କାରଣରୁ ଏକାଧିକ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରଜ କାରଣରୁ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁକୁ ରାତ୍ର 10 ଟା ପର୍ଯ୍ୟନ୍ତ କୋହଳ କରାଯାଇଛି ।
ପିଣ୍ଟୁ ବିଷୋୟୀ କୋଦଳା : ଗଞ୍ଜାମ ଜିଲ୍ଲାରେ ଆଜି ଜଣେ ବ୍ୟକ୍ତି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, କୋଦଳା ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୦ର ବିଶୋୟୀ ସାହିର ୫୦ ବର୍ଷୀୟ ଶ୍ରୀନିବାସ ପଣ୍ଡାଙ୍କ ଦିନ ୧୦.୩୦ ମିନଟ ସମୟରେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ୍ଯବରଣ କରିଥିବାର ସୂଚନା ରହିଛି । ଘଟଣାରୁ ପ୍ରକାଶ ଯେ ଶ୍ରୀନିବାସ ଲୁଗା ଶୁଖେଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ତାଙ୍କ ଘର ଛାତ ଉପରେ ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ଟିଏ ବସିଥିଲା ହଠାତ୍ ଶ୍ରୀନିବାସକୁ ଦେଖି ମାଙ୍କଡ଼ଟି ଡେଇଁ ପଡ଼ିଥିଲା । ଏହି ସମୟରେ ବିଦ୍ୟୁତ୍ ତାର ଶ୍ରୀନିବାସଙ୍କ ସଂସ୍ପର୍ଶରେ ଆସିବା ଫଳରେ ସେ ମୃତ୍ୟୁବରଣ କରିଥିବା ପ୍ରକାଶ ପାଇଛି । ସଙ୍ଗେ ସଙ୍ଗେ ଶ୍ରୀନିବାସଙ୍କୁ…
ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏହି ସୂଚନା ପ୍ରକାଶ ପାଇଛି । ଗଞ୍ଜାମରୁ ସର୍ବାଧିକ 30 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 19, ବାଲେଶ୍ବରରୁ 14, ବଲାଙ୍ଗୀରରୁ 12, ଢେଙ୍କାନାଳାରୁ 9, ନୟାଗଡ ଓ ସୁନ୍ଦରଗଡରୁ 7 ଜଣ ଲେଖାାଏଁ, ଅନୁଗୁଳରୁ 6 ଜଣ, କେନ୍ଦୁଝରରୁ 5 ଜଣ, ଜଗତସିଂହପୁର ଓ ପୁରୀରୁ 4 ଜଣ ଲେଖାଏଁ ଏବଂ ଦେବଗଡ, କେନ୍ଦ୍ରାପଡା, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 2474 ଜଣ ଆକ୍ରାନ୍ତଙ୍କ ସୁସ୍ଥ ହୋଇଛନ୍ତି ।
କାବୁଲ୍ : ଆଫଗାନିସ୍ତାନର ଏକ ମସ୍ଜିଦ୍ରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ 4 ଜଣଙ୍କ ପ୍ରାଣହାନି ଘଟିଛି । କାବୁଲରେ ଅବସ୍ଥିତ ଏକ ମସ୍ଜିଦ୍ରେ ଏହି ବିସ୍ଫୋରଣ ଘଟି 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଫଗାନିସ୍ତାନ ଗୃହମନ୍ତ୍ରୀ ତାରେକ ଆରିଅନ୍ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୌଣସି ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । (ଏଜେନ୍ସି)

