ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ୍ରେ ପହଂଚିବା ପୂର୍ବରୁ ଜଣେ ସାତ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ପିତାମାତାଙ୍କ ସହ ତେଲେଙ୍ଗାନାରୁ ଆସି ରେଗେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁଟିର ପ୍ରାଣହାନି ଘଟିଥିଲା । ଶିଶୁଟିକୁ ମୃତ ଅବସ୍ଥାରେ ରିସିଭ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି । ମୃତ ଶିଶୁର ସଂସ୍କାର କୋଭିଡ ପ୍ରୋଟୋକଲ ଅନୁସାରେ ତାର ପରିବାର ବର୍ଗ ଉପସ୍ଥିତିରେ କରାଯିବ ବୋଲି କୁହାଯାଇଛି । ସେହିପରି କଳାହାଣ୍ଡିରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣକ ଗୋଲାମୁଣ୍ଡା ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ତାଙ୍କୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର…
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ସ୍ନାନ ଯାତ୍ରା ପୂର୍ବରୁ ବାଣପୁର ତହସିଲଦାର ଏକ ଗାଇଡ୍ଲାଇନ୍ ଜାରି କରିଛନ୍ତି। ବାଣପୁରରେ ଅବସ୍ଥିତ ଶ୍ରୀ ଶ୍ରୀ ଚରଣ ଚକାଦେବ ଏବଂ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟି ଉଦ୍ଦେଶ୍ୟରେ ଏହି ଗାଇଡ୍ଲାଇନ୍ ଜାରି କରାଯାଇଛି। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ମନ୍ମଥ ବେହେରା ଏହି ଗାଇଡ୍ଲାଇନ୍ ଜାରି କରିଛନ୍ତି। ସମସ୍ତ ସେବାୟତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ମଧ୍ୟରେ ୨୦ ଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ ଏବଂ ପ୍ରତ୍ୟେକ ସେବାୟତ ସାମାଜିକ ଦୂରତ୍ବ (୬ ଫୁଟ୍)ର ପାଳନ କରିବେ। ମନ୍ଦିର ପରିସରରେ କୌଣସି ସେବାୟତ ଛେପ ପକାଇପାରିବେ ନାହିଁ। ମଦ, ପାନ ଅଥବା ଗୁଟ୍ଖା ଖାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମନ୍ଦିର ପରିସରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ। ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରା ସମାପ୍ତ ହେବା…
ଭୁବନେଶର : ରାଜ୍ୟ ଆଡକୁ ମାଡି ଆସୁଥିବା ସାମ୍ଭବ୍ୟ ପଙ୍ଗପାଳ ବିପଦର ମୁକାବିଲା ନେଇ ମତ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟ ସରକାର ପଙ୍ଗପାଳ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ରାଜ୍ୟ ସରକାର କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛନ୍ତି । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପ୍ରେୟର ମେସିନ୍ର ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟକୁ 3ଟି ଜୋନରେ ବିଭାଗ କରାଯାଇ ଏଥିପ୍ରତି ଦୃଷ୍ଟି ରଖାଯାଉଥିବା ନେଇ କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦୁଇ ମୁଖ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସଂଘ ପରିବାରର ଦୁଇ ପ୍ରମୁଖ ସହଯୋଗୀ ଡ. ସୁନୀଲ ଆମ୍ବେକର ଏବଂ ଡ. ଯୋଗେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ଦୁଇ ଜଣ ପାଚକ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଡ. ଆମ୍ବେକରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସଂଘର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22132ରେ ପହଞ୍ଚିଛି । (ଏଜେନ୍ସି)
ସୁଧାଶ୍ରୀ ଦାଶ ପାଖାପାଖି ଅଢେଇ ମାସ ହେବ ମୁଁ ଘର ଭିତରେ ରହିଛି । ଯଦିଓ ମୋର ବୟସ ସେତେଟା ବେଶୀ ନୁହେଁ । ତଥାପି ଏପରି ଏକ ଅଜଣା ଓ ଅଦୃଶ୍ୟ ଭୟକୁ ସାମ୍ନା କରିବା ମୋ’ ପାଇଁ ନୂଆ । ତେବେ ଘରେ ରହୁଛି ବୋଲି ସୟମ ପାଉଛି ପଢିବା ଓ ଲେଖିବାକୁ । ଆଜିକାଲି ସୋସିଆଲ ମିଡିଆର ଅନେକ କିଛି କଣ୍ଟେଣ୍ଟ ରହୁଛି ପଢିବାକୁ । ସେସବୁକୁ ପଢିଲା ପରେ ଲାଗୁଛି, ଆଜି ସମେସ୍ତ ଯେପରି ଧରାଶାୟୀ ହୋଇ ପଡୁଛନ୍ତି । ସେ ଛୋଟ ରାଷ୍ଟ୍ର ହେଉ ବା ୟୁଏଇ ପରି ଧନୀରାଷ୍ଟ୍ର । କାହାର ପାଖରେ କିଛି ଉପାୟ ନାହିଁ । ଦୁବାଇରେ ପାଖାପାଖି ଦୁଇ ମାସ ହେବ ଲକ୍ ଡାଉନ୍ ଜାରି ରହିଛି । ତେବେ ଏହି ଦୁଇ ମାସ ଭିତରେ ମୁଁ ମୋ ପଡୋଶୀମାନଙ୍କ ସହ ମିଶିଛି । ସାମ୍ନାରେ ରହିଥିଲେ ମଧ୍ୟ…
ଥିରୁଅନନ୍ତପୁରମ୍ : କେରଳର ମଲ୍ଲାପୁରମ୍ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ ବୋଲି ଗୁରୁବାର ମତ ପ୍ରକାଶ କରି କହିଛନ୍ତି ଜାଭାଡେକର । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍ ସମ୍ମୁଖକୁ ଆଣିବାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜାଭାଡେକର ଟ୍ବିଟ୍ କରିଛନ୍ତି । ଏହି ବର୍ବର କାଣ୍ଡ ପରେ ଜାତୀୟ ବନ୍ୟ ପ୍ରାଣୀ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ…
ସମୀକ୍ଷା ବ୍ୟୁରୋ ବରିଷ୍ଠ ଫିଲ୍ମ ନିର୍ମାତା ତଥା ଚିତ୍ରନାଟ୍ୟ ଲେଖକ ବାସୁ ଚାଟ୍ଟାର୍ଜୀ ଆଉ ନାହାନ୍ତି । ଗୁରୁବାର ଦିନ ମୁମ୍ବାଇଠାରେ ତାଙ୍କର ପରଲୋକ ହୋଇଛି। 93 ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ପାରିବାରିକ ସିନେମାର ମହାନାୟକ ଭାବେ ବାସୁ ଚାଟ୍ଟାର୍ଜୀ ସିନେପ୍ରେମୀଙ୍କୁ ଅନେକ ଚର୍ଚ୍ଚିତ ଫିଲ୍ମ ଉପହାର ଦେଇଛନ୍ତି । ଜଣେ କାର୍ଟୁନିଷ୍ଟ ତଥା ଅନୁବାଦକରୁ ଫିଲ୍ମ ନିର୍ମାତାର ଯାତ୍ରା ତାଙ୍କର ଅତ୍ୟନ୍ତ ହୃଦୟସ୍ପର୍ଶୀ । ରାଜସ୍ଥାନର ଅଜମେରରେ ଜନ୍ମ ଗ୍ରହଣ କରିଥିବା ବାସୁ ଚାଟ୍ଟାର୍ଜୀ ଭାରତୀୟ ସିନେମାର ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ପରିଚିତି ହାସଲ କରିଥିଲେ । ମୁମ୍ବାଇର ଏକ ଖବରକାଗଜରେ କାର୍ଟୁନିଷ୍ଟ ତଥା ଅନୁବାଦକ ଭାବେ କାର୍ଯ୍ୟ କରୁଥିବା ବାସୁ ଭାରତୀୟ ସିନେମାରେ ନିଜର ସ୍ବାକ୍ଷର ଛାଡିଯାଇଛନ୍ତି । 1969 ମସିହା ‘ସାରା ଆକାଶ’ ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା କ୍ଷେତ୍ରକୁ ପଦାର୍ପଣ କରିଥିବା ବାସୁ ଚାଟ୍ଟାର୍ଜୀଙ୍କ ଏହି ଫିଲ୍ମଟି…
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସାବତ ବାପାକୁ ଗୁଳି କରି ହତ୍ୟା କରିଛି ଜଣେ ଦଶମ ଶ୍ରେଣୀ ଛାତ୍ର । ସୁଲତାନପୁର ଅଞ୍ଚଳର କାଦିପୁର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । ବୁଧବାର ପିଲାଟିର ମା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପିତାର ମୃତ୍ୟୁ ବର୍ଷେ ତଳେ ହୋଇଥିବା ବେଳେ କିଛିମାସ ହେବ ମହିଳା ଜଣକ ଦ୍ବିତୀୟ ବିବାହ କରିଥିଲେ । ଏହି ବିବାହକୁ ନେଇ ଅଭିଯୁକ୍ତ ଅସନ୍ତୁଷ୍ଟ ଥିଲେ ଏବଂ ବାପା-ପୁଅଙ୍କ ମଧ୍ୟରେ ଏହି କାରଣରୁ ସର୍ବଦା ଯୁକ୍ତିତର୍କ ହୋଇଥାଏ । ମଙ୍ଗଳବାର ନିଜର ତିନି ସାଙ୍ଗଙ୍କ ସହ ମିଶି ନିଜ ସାବତ ବାପାକୁ ଗୁଳି କରି ହତ୍ୟାରିଥିଲା ପୁଅ । ଘଟଣାର ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।
ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ଆଶଙ୍କା ରହିଛି । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ସୃଷ୍ଟ ଟ୍ରପ୍ ଲାଇନ୍ କାରଣରୁ 16ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ 8.30 ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କଟକ , ନୟାଗଡ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 65 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ 14, ଜଗତସିଂହପୁର ଓ କେନ୍ଦ୍ରାପଡାରୁ 10 ଲେଖାଏଁ ରହିଥିବାବେଳେ ଭଦ୍ରକରୁ 8 ଜଣ, କେଉଁଝରରୁ 7, ବଲାଙ୍ଗିରରୁ 6, ଖୋର୍ଦ୍ଧାରୁ ତିନିଜଣ, ବାଲେଶ୍ବର ଓ ଯାଜପୁରରୁ ଦୁଇ ଜଣ ଲେଖାଏଁ ରହିଛନ୍ତି । ସେହିପରି ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା 1481ରେ ପହଞ୍ଚିଛି । ଆଜି ରାଜ୍ୟରେ 90 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନୈକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି କର୍ମଚାରୀଙ୍କ ଘର ଗୁରୁଜଙ୍ଗ । ସଂକ୍ରମିତ କର୍ମଚାରୀଙ୍କ ଘରର ଚାରିପାଖକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସେକ୍ସନ୍ର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ସହକର୍ମୀଙ୍କର ସ୍ବାବ୍ ଟେଷ୍ଟ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସଲପଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ସଲପଡିହ ଗ୍ରାମରେ କବିରାଜ ବେହେରା ଓରଫ୍ ଭ୍ରମର ସେହି ଗ୍ରାମର ଦେବରାଜ କରଣ ନାମ୍ନୀ ଜଣେ ବ୍ୟକ୍ତି ଏକ ଚା’ ଦୋକାନରେ ବସି ମୋବାଇଲ୍ରେ ନ୍ୟୁଜ୍ ଦେଖୁଥିବା ସମୟରେ ଉତ୍କ୍ଷିପ୍ତ ହୋଇ ଯୋଜନା ମୁତାବକ ଏକ ଧାରୁଆ କଟୁରୀ ସାହାଯ୍ୟରେ କବିରାଜ ଆକ୍ରମଣ କରିଥିଲେ। ଦେବରାଜଙ୍କ ହାତରେ କଟୁରୀ ବାଜି ହାତ ଦୁଇଖଣ୍ଡ ହୋଇଥିବାବେଳେ ପେଟରେ ମଧ୍ୟ ଗଭୀର ଆଘାତ ହୋଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ରକ୍ତଜୁଡୁବୁଡ ଅବସ୍ଥାରେ ଦେବରାଜଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତୁର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡ କଟୁରୀକୁ ଉଦ୍ଧାର କରିଥିବାବେଳେ ଏହି ଘଟଣାରେ ଅଭିଯୁକ୍ତ କବିରାଜ ବେହେରାକୁ ବାଣପୁର ଥାନାରେ ଅଟକ…
ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ, ଜଣଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ରହିଛି । ଅନ୍ୟ ତିନି ଜଣ ସଂକ୍ରମିତ ଲୋକାଲ୍ କେସ୍ ବୋଲି ଜଣାପଡିଛି । ଏମ୍ସ୍ର ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ।
କେନ୍ଦୁଝର : ଗଡ଼ିଆ ପାଣିରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କା ସାହିରେ ଦୁଃଖଦ ଘଟଣା ଘଟିଯାଇଛି । ଦୁଇ ଯାଆଁଳା ଭାଇ ଗଡିଆ ପାଣିରେ ଡୁବିଯାଇଛନ୍ତି । ଦୁହିଁଙ୍କ ବୟସ 6 ବର୍ଷ ବୋଲି ଜଣାପଡିଥିବାବେଳେ ଦୁହେଁ ଖେଳିଲା ବେଳେ ବୁଡି ଯାଇଥିବାର ସୂଚନା ରହିଛି । ଦୁହେଁ ଏକାଠି ଦୁନିଆକୁ ଆସିଥିଲେ, ପୁଣି ଏକାଠି ଦୁନିଆରୁ ବିଦାୟ ନେଇଛନ୍ତି ।
ଭୁବନେଶ୍ବର : 11ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନର ସଟ୍ଡାଉନ୍ ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସଟ୍ଡାଉନ୍ ସମୟରେ 11ଟି ଜିଲ୍ଲାରେ ବସ୍ ଚାଲିବ ବୋଲି ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷ । ବସଷ୍ଟାଣ୍ଡ୍ ଖୋଲା ରହିବ । ପ୍ରାଇଭେଟ୍ ଗାଡି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟ ଯିବ ବୋଲି ସୂଚନା ରହିଛି । ସଂକ୍ରମଣ ବଢିଥିବା 11ଟି ଜିଲ୍ଳାରେ ଜୁନ୍ ମାସ ସାରା ସପ୍ତାହକୁ ଦୁଇଦିନ ସଟ୍ ଡାଉନ୍ କରାଯିବ ରାଜ୍ୟସରକାର ଘୋଷଣା କରିଛନ୍ତି । ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ,ବଲାଙ୍ଗିର ଆଦି ଜିଲ୍ଲାରେ ସପ୍ତାହକୁ 2 ଦିନ ସଟ୍ ଡାଉନ୍ କରାଯିବ । ଏହି ସମୟରେ କୌଣସି ଅଫିସ୍ ଖୋଲା ଯିବ ନାହିଁ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ…
ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଫାଇନ୍ ଦେଇଛନ୍ତି । କୋଭିଡ୍ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା । ସ୍ବେଚ୍ଛାକୃତ ଫାଇନ୍ ଦେବା ନେଇ ଟ୍ବିଟ୍ରେ ଜଣାଇଛନ୍ତି ଅପରାଜିତା ଷଡଙ୍ଗୀ । ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଏହା ଭଲ ଲକ୍ଷଣ ବୋଲି କହିଲେ । କାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା । ସେଠାରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ, ଭୁବନେଶ୍ବର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ମାତ୍ର ତୁଙ୍ଗ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହି ଅବସରରେ ଜଗନ୍ନାଥ ପ୍ରଧାନଙ୍କ ଘରେ ଅପରାଜିତାଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ମଧ୍ୟ ଉପସ୍ଥିତ…
ଭବାନୀପାଟଣା : ଟିଏମସିରୁ ମେଡ଼ିକାଲ ସ୍ଥାନାନ୍ତର ବେଳେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅସୁସ୍ଥତା ପାଇଁ ଭବାନୀପାଟଣା ମେଡ଼ିକାଲ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁବରଣ କଲା ଶିଶୁପୁତ୍ର । ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍ସିରେ ପରିବାର ସହ ରହୁଥିଲେ । ଅସୁସ୍ଥତା ଯୋଗୁଁ ଶିଶୁ ପୁତ୍ରକୁ ଭବାନୀପାଟଣା ମେଡ଼ିକାଲ ନିଆଯାଉଥିଲା କିନ୍ତୁ ବାଟରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶବ ସତ୍କାର ହୋଇଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । 1985 ବ୍ୟାଚ୍ ଆଇଏଏସ୍ ଅଫିସର ଅଜୟ କୁମାର ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସାଉଥ ବ୍ଲକର କିଛି ଅଂଶ ସିଲ୍ କରାଯିବା ବିଶୋଧନ କାର୍ଯ୍ୟ ଜାରି ରହିଛି। ସାଉଥ୍ ବ୍ଲକର ମନ୍ତ୍ରାଳୟର ମୁଖ୍ୟାଳୟରେ କାର୍ଯ୍ୟରତ 35 ଜଣ ଅଧିକାରୀଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ଦେଶରେ କରୋନା ମାମଲା ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ମଧ୍ୟ କରୋନା ମାମଲା ଦେଖିବାକୁ ମିଳିଥିଲା । ସେହିପରି ଦିଲ୍ଲୀର ଏଲ୍ଜି କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । (ଏଜେନ୍ସି)
ଭୁବନେଶ୍ବର : ଆଜି 13ଟି ଜିଲ୍ଲାରୁ 90 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 22, ଢେଙ୍କାନାଳରୁ 10, ଭଦ୍ରକରୁ 9, ନୟାଗଡରୁ 7 ଓ ପୁରୀରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଓ କଟକ ଜିଲ୍ଲାରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ବର, କଳାହାଣ୍ଡି, ବରଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ଟିଭ୍ କେସ୍ 1053 ରହିଥିବାବେଳେ 1416 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ରାଜ୍ୟ ପଜିଟିଭ୍ ସୁସ୍ଥ ଆକ୍ଟିଭ୍ ମୃତ…
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 90 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । 90 ଆକ୍ରାନ୍ତଙ୍କ ମଧ୍ୟରୁ 79 ଜଣ କ୍ବାରେଣ୍ଟିନ୍ର ଚିହ୍ନଟ ହୋଇଥିବାବେଳେ 11ଟି ଲୋକାଲ୍ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ 1053 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1416 । ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ମହାମାରୀ କରୋନା ସଂକଟ । କରୋନା ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍କୁ ଡବ୍ଲୁଏଚ୍ଓ ଗ୍ରୀନ୍ ସିଗନାଲ୍ ଦେଇଛି । କରୋନା ଚିକିତ୍ସାରେ ଏବେ ପୁଣି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ବିପଦଜନକ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ବ୍ୟବହାର କରିବାକୁ ମନା କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା। କିନ୍ତୁ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ପରେ ଡବ୍ଲୁଏଚଓ ଏବେ ପୂର୍ବ ଆଭିମୁଖ୍ୟ ବଦଳାଇଛି । (ଏଜେନ୍ସି)

