Author: Samikhsya Bureau

ନୂଆଦିଲ୍ଲୀ : ଖେଳରତ୍ନ ପାଇଁ ଟେବୁଲ୍‌ ଟେନିସ୍‌ ଖେଳାଳି ମାଣିକା ବାତ୍ରାଙ୍କ ନାମ ସୁପାରିଶ କରିଛି ଟେବୁଲ ଟେନିସ୍‌ ସଙ୍ଘ । ପ୍ରଥମ ଭାରତୀୟ ମହିଳା ଭାବରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ବାତ୍ରାଙ୍କୁ ମଙ୍ଗଳବାର ଦିନ ଫେଡେରେସନ୍‌ ପକ୍ଷରୁ ମନୋନୟନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାଣିକାଙ୍କର ଏହା ଦ୍ବିତୀୟ ମନୋନୟନ । ଗତବର୍ଷ ମଧ୍ୟ ଖେଳରତ୍ନ ରେସ୍‌ରେ ରହିଥିଲେ ବାତ୍ରା । 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମାଣିକା 4ଟି ପଦକ ଜିତିଥିଲେ । ଏହା ମଧ୍ୟରେ ଦୁଇଟି ସ୍ବର୍ଣ୍ଣ ପଦକ ରହିଥିଲା । ଟିଟିଏଫ୍‌ଆଇ ସାଧାରଣ ସମ୍ପାଦକ ଏମ୍‌ପି ସିଂ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ଏହା ସହିତ ଅନ୍ୟ 3 ଖେଳାଳିଙ୍କ ନାମ ଅର୍ଜୁନ୍‌ ପୁରସ୍କାର ପାଇଁ ସୁପାରିଶ କରିଛି ଟିଟିଏଫ୍‌ଆଇ । ମଧୁରିକା ପଟକାର, ମାନବ ଠକ୍କର ଏବଂ ସୁଥୀର୍ଥା ମୁଖାର୍ଜୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି ।…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବୁରୁଝରୀ ପଞ୍ଚାୟତକୁ ସଟଡାଉନ କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡା । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବୁରୁଝରୀ ପଞ୍ଚାୟତ ସରପଂଚ । ଉକ୍ତ ପଞ୍ଚାୟତରେ କେତେ ଜଣ କରୋନା ପଜେଟିଭ ଥିବା ଜାଣିବା ପରେ ଆଜି ପଞ୍ଚାୟତକୁ ସାତ ଦିନିଆ ସଟଡାଉନ କରାଯାଇଛି । ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି ସରପଂଚ । ଆଜି ସନ୍ଧ୍ୟା 5ଟା ଠାରୁ ଉକ୍ତ ପଞ୍ଚାୟତରେ ସଟଡାଉନ ଜାରି କରାଯାଇଛି । ଉକ୍ତ ପଞ୍ଚାୟତ ଅଧୀନରେ ବୁରୁଝରୀ, ପି.ନୁଆଗାଁ, କନିଆରୀବାଡ଼ି ପ୍ରଭୁତି ଗାଁ ଆସୁଥିବା ବେଳେ ପଂଚାୟତର ସମସ୍ତ ଗ୍ରାମରେ ସଟଡାଉନ କଡାକଡ଼ି ଭାବେ ପାଳନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି…

Read More

ହାଇଦ୍ରାବାଦ : ସାହାସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନାର ଜନୈକ ଯୁବକ । ଏକ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ଉପରେ ଚଢି ଏକ ଗଛଡାଳ କାଢିଛନ୍ତି ଏହି ଯୁବକ । ନିଜାମପୁରର ସଦାଶିବପେଟ ମଣ୍ଡଳର ସଙ୍ଗାରେଡ୍ଡୀରେ ସୋମବାର ଏହି ଘଟଣା ଘଟିଛି । ତେଲେଙ୍ଗାନା ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣଙ୍କ ଏକ ବିଦ୍ୟୁତ୍ ତାର ଉପରେ ଚାଲୁଥିବା ବେଳେ ଏହାର ଭିଡିଓ ଭାଇରାଲ୍‌ ହୋଇଛି । ବର୍ଷା କାରଣରୁ ଏହି 33 କେଭି ବିଦ୍ୟୁତ୍‌ ତାର ଉପରେ ଏକ ଗଛ ଡାଳ ପଡି ଅଟକି ଯାଇଥିଲା । ନୁର୍‌ ନାମକ ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣକ ତାର ଉପରେ ଚଢିବା ସହିତ ଗୋଟିଏ ହାତରେ ତାରକୁ ଧରିଥିଲେ । ଅନ୍ୟ ଏକ ତାର ଉପରେ ପାଦ ରଖି ଗୁରୁଣ୍ଡି ଗୁରୁଣ୍ଡି ନୁର୍‌ ଡାଳଟିକୁ ହଟାଇଥିଲେ । ଏହି ଘଟଣାକୁ ଦେଖି ଦେଖଣାହାରୀ ମଧ୍ୟ ହତ୍‌ବାକ୍‌ ହୋଇଯାଇଥିଲେ…

Read More

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ 5ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରିଛନ୍ତି । କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ସ୍ପେଶାଲ ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଆଇଆରସିଟିସିରୁ ମିଳିବ । ରାତି 8.30 ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ କରିବ । ତେବେ ଶନିବାର ଏବଂ ରବିବାର ସ୍ପେଶାଲ ଟ୍ରେନ ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱର-ବଲାଙ୍ଗିର-ଭୁନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ଭୁବନେଶ୍ୱର-କୋରାପୁଟ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମଧ୍ୟରେ ଏହି 5ଟି ଟ୍ରେନ୍‌ ଚଳାଚଳ କରିବ ।

Read More

ନୂଆଦିଲ୍ଲୀ : ଦେଶରେ ଦୁଇ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂତନ ଭାବରେ 2637 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,01,009ରେ ପହଞ୍ଚିଛି । ଏହା ମଧ୍ୟରୁ 96534 ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 98836 ରହିଛି । ଆଜି 20ଟି ନୂତନ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 5628ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 1091 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 70013ରେ ପହଞ୍ଚିଛି । ସନ୍ଧ୍ୟା 7ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସରକାରୀ ଭାବରେ ଏହା ଆସନ୍ତା କାଲି ପ୍ରକାଶ ପାଇବ । (ଏଜେନ୍ସି)

Read More

ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୋଜବନ୍ଧ ଗ୍ରାମର ଶାନ୍ତିଲତା ସ୍ୱାଇଁଙ୍କ ଆକାଉଣ୍ଟକୁ ପେଟିଏମ୍ ଜରିଆରେ କଳାକନା ବୁଲାଇଛନ୍ତି ଲୁଟେରା । ମୋବାଇଲ୍ ଫୋନରେ ଥିବା ପେଟିଏମରୁ 35 ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ଶାନ୍ତିଲତାଙ୍କ କହିବା କଥା ଅନୁଯାୟୀ, କିଛି ଦିନ ପୂର୍ବେ ସେହି ଗ୍ରାମର ଯୁବକ ଶ୍ରୀମନ୍ତ କୁମାର ସ୍ୱାଇଁ ତାଙ୍କ ଘରୁ ମୋବାଇଲ୍ ନେଇ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଏହି ଟଙ୍କା ଚୋରି ମାମଲାକୁ ନେଇ ଶାନ୍ତିଲତା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମହାକାଳପଡ଼ା ଥାନା ଅଧିକାରୀ ଏତଲା ଗ୍ରହଣ କରିବା ସହିତ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ଏହି ମାମଲାର ତଦନ୍ତ କରୁଛନ୍ତି ।

Read More

ଭୁବନେଶ୍ବର : ବିଗତ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ରହିଥିବା ଜଗନ୍ନାଥ ପ୍ରଧାନ ଆଜି ବିଜେପି ଛାଡିଛନ୍ତି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରି ହେବନାହିଁ ବୋଲି ଜଗନ୍ନାଥ ମତ ଦେଇଛନ୍ତି । ମଧ୍ୟ ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ ରହିଥିବା ଜଗନ୍ନାଥ ମଙ୍ଗଳବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ବାବୁ ସିଂଙ୍କୁ ଭୁବନେଶ୍ବର ବିଜେପିର ସଭାପତି ଘୋଷଣା କରାଯିବା ପରେ ଜଗନ୍ନାଥ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Read More

ମୁମ୍ବାଇ : ଅଭିନେତ୍ରୀ ତଥା ରେଓ୍ବାର ରାଜକୁମାରୀ ମୋହିନା ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ମୋହେନାଙ୍କ ବ୍ୟତିତିକ ରାଜପରିବାରର ଅନ୍ୟ 6 ଜଣ ସଦସ୍ୟ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ, ବଡ଼ ଯାଆ ଆରାଧ୍ୟା, ଆରାଧ୍ୟାଙ୍କ ପୁଅ ଶ୍ରେୟାନ୍ସ,, ଶ୍ୱଶୁର ତଥା ମନ୍ତ୍ରୀ ସତ୍ୟପାଲ ମହାରାଜ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଡ୍ୟାନ୍ସ ରିଅଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରୁ ଲୋକପ୍ରିୟତା ହାସଲ କରିଥିବା ମୋହିନା ଟିଭି ସିରିଏଲ୍‌ ‘ୟେ ରିସ୍ତା କୟା କେହଲତା ହେ’ରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ ମୋହିନା ନିଜ ଇନ୍‌ଷ୍ଟା ପୋଷ୍ଟରେ ଅନ୍ୟ ମାନଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି । ସେ ଏବଂ ତାଙ୍କ ପରିବାର ଲୋକ ଆପାତତଃ ସୁସ୍ଥ ହେଉଥିବା ବେଳେ ଦେଶବ୍ୟାପୀ ଏହି ରୋଗ ଜଙ୍ଗଲ ନିଆଁ ପରି ବ୍ୟାପୁଛି । ସମସ୍ତେ ଏହି…

Read More

ଭୁବନେଶ୍ବର : ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷ ବୈଠକ କରିଥିଲେ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରହିଛି । ଚାରି ହଜାର ନିକଟବର୍ତ୍ତୀ ଜିଲ୍ଳାକୁ ଆଲର୍ଟରେ ରଖାଯାଇଛି । ଏହାସହ ଓଡ଼ିଶାର 8ଜିଲ୍ଳାକୁ ଆଲର୍ଟ କରାଯାଇଛି । 8 ଜିଲ୍ଲା ହେଉଛି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ । 50ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଜିଲ୍ଳାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ମିଳିତ ଉଦ୍ୟମରେ…

Read More

ଭୁବନେଶ୍ବର : ଆଜି ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି । ଏହା ସହ 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳ 6ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । 6ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର ରହିଛି । ଏହା ସହିତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 19ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ସୋନପୁର,କଳାହାଣ୍ଡି ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼କୁ ଏହି ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Read More

ଦିସ୍‌ପୁର : ଆସାମରେ ଏକ ଅଭାବନୀୟ ଘଟଣାରେ 20 ଜଣ ପ୍ରାଣ ହରାଇଛନ୍ତି । ଆସାମର ତିନି ଜିଲ୍ଲାର ବାରାକ୍‌ ଉପତ୍ୟାକାରେ ଭୂସ୍ଖଳନ ଘଟି 20 ଜଣଙ୍କ ପ୍ରାଣହାନି ଘଟିଛି । ବନ୍ୟା କାରଣରୁ ଆସାମରେ ମଙ୍ଗଳବାର ଏହି ଭୂସ୍ଖଳନ ଘଟିଛି । ବିଗତ କିଛି ଦିନ ଧରି ବର୍ଷା କାରଣରୁ ଏହି ଭୁସ୍ଖଳନ ଘଟିଛି । କରିମଗଞ୍ଜ ଜିଲ୍ଲାରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ , ଚହର ଏବଂ ହାଇଲାକଣ୍ଡି ଜିଲ୍ଲାରେ 7 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟାନ୍ୟ କାରଣରୁ 9 ଜଣ ଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ 7ଟି ଜିଲ୍ଲାର 356 ଗ୍ରାମର ଲକ୍ଷାଧିକ ଲୋକ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଏହି ବନ୍ୟାରେ 2678 ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ 44 ହଜାର ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ତାଙ୍କ ପଦବୀରୁ ହଟାଯାଇଛି । ଏହା ସହିତ ନୂତନ ମୁଖ୍ୟ ଭାବରେ ଦିଲ୍ଲୀ ନଗରପାଳିକାର ପୂର୍ବତନ ମେୟର ଆଦେଶ ଗୁପ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତିଓ୍ବାରୀଙ୍କୁ ହଟାଯାଇଥିବା ବେଳେ ଏଥିରେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସୌରୀଙ୍କମ ଦସ୍ତଖତ ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ହରିୟାଣାର ସୋନୀପତରେ କ୍ରିକେଟ ଖେଳିବାକୁ ନେଇ ବିବାଦ ଘେରକୁ ଆସିଥିଲେ ତିଓ୍ବାରୀ । ଦେଶର ପ୍ରବାସୀ ଶ୍ରମିକ ମାନେ ଦୁଃସ୍ଥିତି ମଧ୍ୟରେ ରହିଥିବା ବେଳେ ତିଓ୍ବାରୀଙ୍କ ଏପରି କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା । ଏହି ଘଟଣାକୁ ନେଇ ତିଓ୍ବାରୀଙ୍କୁ ପଦରୁ ହଟାଯାଇଥିବା ଆଲୋଚନା କରାଯାଉଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 80 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ 141 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 80 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଥିବା 80 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟକରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1325ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ 17 ଜଣ ରହିଥିବା ବେଳେ କେନ୍ଦ୍ରାପଡା ଓ ମାଲକାନଗିରିରୁ 16 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ 7 ଜଣ , ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ…

Read More

ପୁରୀ : ପୁରୀରେ ଲାଗୁହେବ 144 ଧାରା । ସ୍ନାନ ଯାତ୍ରା ପାଇଁ ପୁରୀରେ ଜାରି ହେବ 144 ଧାରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କ ଆତଯାତ ରୋକିବାକୁ 144 ଜାରି ପାଇଁ ଯୋଜନା କରାଯାଇଛି । ଆସନ୍ତା 4 ତାରିଖ ରାତି 10ଟାରୁ ଏହି ଧାରା ଲାଗୁ କରାଯିବ।  ଏହା 6 ତାରିଖ ଦିନ 2ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । କରୋନା ପାଇଁ ଅସମ୍ଭବ ଭିଡକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟରେ ଧାର୍ମିକ ଅନୁଷ୍ଠାନଗୁଡିକୁ ଜୁ୍ନ୍‌ 30 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ତେବେ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

Read More

ନୂଆଦିଲ୍ଲୀ : ଦୀର୍ଘ କୋଡିଏ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି ଭୋଟର୍‌ ଦ୍ବାରା ପ୍ରସ୍ତୁତ ଷ୍ଟେଟ୍ ଅଫ୍ ନେସନ୍: ମେ’ 2020 ନାମରେ କରାଯାଇଥିବା ଏହି ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନବୀନଙ୍କୁ 82.96 ପ୍ରତିଶତ ପସନ୍ଦ କରନ୍ତି ବୋଲି ସର୍ଭେରୁ ଜଣାପଡିଛି । ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ ଓ କେରଳ ମୁଖ୍ୟମନ୍ତ୍ରୀ । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି । ଭୂପେଶ ବଘେଲଙ୍କୁ 81.06 ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସର୍ଭେର ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ତୃତୀୟ ସ୍ଥାନରେ ରହିଥିବାବେଳେ ତାଙ୍କୁ 80.28 ପ୍ରତିଶତ…

Read More

କନ୍ଦର୍ପ ବେହେରା ରେଢାଖୋଲ-ସରକାର ଗରିବ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଏହି ଜନ ହିତକର ଯୋଜନା ଠିକ୍ ଭାବରେ ଲୋକମାନଙ୍କ ପାଖରେ ପହଂଚି ପାରୁ ନାହିଁ । ଯୋଜନା ନାଁ ରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ନାକଟିଦେଉଳ ବ୍ଲକରେ ଏଭଳି ଏକ ପରିବାର ରହିଛି ଯାହାକି ସଂପୂର୍ଣ ପରିବାରକୁ ଅଜଣା ରୋଗ ଆକ୍ରାନ୍ତ କରିଛି । ସେମିତି ଏକ ପରିବାର ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ଏକ ପରିବାର । ଘରର ମୁଖିଆ ହେଲେ ସୁକୁରାମ ସାହୁ(୬୫) । ସେ ଏବେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ଶୋଇ ରହିଛନ୍ତି । ପରିବାର କହିଲେ ୪ପ୍ରାଣୀ କୁଟୁମ୍ବ । ଆଗରୁ ୩ ଝିଅକୁ ବାହାଘର କରି ସାରିଲେଣି । ଏବେ ତାଙ୍କ…

Read More

ଆସାମ : ଜୁନ୍‌ 30 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମେନ୍ତ ପ୍ରସିଦ୍ଧ କାମାକ୍ଷା ଦେବୀଙ୍କ ମନ୍ଦିର ବନ୍ଦ ରହିବ।  ଗୌହ୍ବାଟୀର ନୀଳାଚଳ ପର୍ବତ ଉପରେ ଅବସ୍ଥିତ ପ୍ରସିଦ୍ଧ କାମାକ୍ଷା ମନ୍ଦିର ଆସନ୍ତା ଜୁନ୍‌ 30 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ମନ୍ଦିର ପ୍ରଶାସନ। କେନ୍ଦ୍ର ଓ ଆସାମ ସରକାର କରୋନା ମହାମାରୀ ମଧ୍ୟରେ ଜୁନ୍‌ 8ରୁ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ମନ୍ଦିର ପ୍ରଶାସନ ଆସନ୍ତା ଜୁନ୍‌ 30 ତାରିଖ ସୁଦ୍ଧା ମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ଯେ, ଆସାମରେ ଦ୍ରୁତ ଗତିରେ କରୋନା ମହାମାରୀ ବଢିବାରେ ଲାଗିଛି। ଏଥିପାଇଁ ଜୁନ୍‌ 30 ପର୍ଯ୍ୟନ୍ତ ସାର୍ବଜନିକ ପୂଜା ପାଇଁ ମନ୍ଦିର ଖୋଲାଯାଇପାରିବ ନାହିଁ । ମନ୍ଦିର ବନ୍ଦ ରହୁଥିବାରୁ 17 ଶତାବ୍ଦୀର ପରେ ମନ୍ଦିରର ଇତିହାସରେ ପ୍ରଥମ ଥର ପାଇଁ ବାର୍ଷିକ ଅମ୍ବୁବାଚୀ…

Read More

ଭୁବନେଶ୍ବର : ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ମହିଳାଙ୍କ ଅପହରଣ ଉଦ୍ୟମ ଅଭିଯୋଗରେ ତିନିଜଣ ଗିରଫ ହୋଇଛନ୍ତି । ଏହି ଗିରଫଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ୍‌ ପୋଲିସ ଫୋର୍ସର ଜଣେ କନେଷ୍ଟବଳ ରହିଛନ୍ତି । ମହିଳାଙ୍କୁ ଅଟୋରେ ନେଇ ଯାଉଥିବାବେଳେ ଅଟୋରୁ ଡେଇଁପଡିଥିଲେ ମହିଳା । ମହିଳା ଜଣକ ଚିତ୍କାର କରିବା ପରେ ତିନିଜଣ ଯୁବକ ଧରାପଡିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ଘରୁ ବାହାରି ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଏହି ତିନି ଜଣ ଯୁବକ ମହିଳାଙ୍କୁ ଏକାକୀ ପାଇଁ ତାଙ୍କୁ ଅଟୋରେ ଥାନାକୁ ନେବାଯିବାକୁ ନେଇ ତାଙ୍କ ସାଙ୍ଗରେ ଅସଦାଚରଣ କରିଥିଲେ ବୋଲି ସୂଚନା ରହିଛି। ଅଟୋ ଟିକେ ସ୍ଲୋ ହୋଇଥିବାବେଳେ ମହିଳା ଜଣକ ଅଟୋରୁ ଡେଇଁପଡିଥିଲେ । ଅଟୋରେ ରହିଥିବା ଯୁବକଜଣକ ନିଶାସକ୍ତ ଥିବାରୁ ସେମାନେ ଖସି ଯାଇ ନ ପାରି ଧରାପଡିଥିଲେ…

Read More

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ନାମଗ୍ୟାଲ୍‌ କରୋନାରେ ମୃତ୍ୟୁବରଣ କରିଛନ୍ତି।ଲଦାଖରୁ କଂଗ୍ରେସର ସାଂସଦ ଭାବେ ତିନି ଥର ଜିତିଥିବା ନାମଗ୍ୟାଲ୍‌ 83 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସହ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତଥିଲେ। ସେ ଜଣେ  କେବଳ ଜଣେ ରାଜନେତା ଭାବରେ ନୁହେଁ ବରଂ ସାମାଜିକକର୍ମୀ ରୂପେ ବେଶ ପରିଚିତ ହାସଲ କରିଥିଲେ । ଲଦାଖରୁ ତିନି ଥର ସାଂସଦ ରହିଥିବା ପି ନାମଗ୍ୟାଲ୍‌ ଲଦାଖରେ ରହିଥିବା ବୌଦ୍ଧଙ୍କ ମଧ୍ୟରେ ସମ୍ମାନିତ ବ୍ୟକ୍ତିତ୍ବ ରହିଥିଲେ । ନାମଗ୍ୟାଲ୍‌ 1960ରୁ 73 ଓ 1974ରୁ 80 ପର୍ଯ୍ୟନ୍ତ ସପ୍ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ତତ୍କାଳୀନ ଜମ୍ମୁକ ଓ କାଶ୍ମୀର ବିଧାନ ପରିଷଦର ସଦସ୍ୟ ରହିଥିଲେ । ଚାରି ବର୍ଷ ପରେ ପୁନର୍ବାର ସେ ଲୋକସଭାକୁ ନିର୍ବାଚିତ ହୋଇ ତତ୍କାଳୀନ କେନ୍ଦ୍ର ସରକାରଙ୍କ 1988-89 ସମୟ ମଧ୍ୟରେ କେନ୍ଦ୍ରୀୟ…

Read More

Lucknow: Passengers travelling to New Delhi from Lucknow practise social distancing as they travel in one of the 200 new time-tabled non-air conditioned trains being run by the Indian Railways from today, on the first day of the fifth phase of the nationwide lockdown imposed to mitigate the spread of coronavirus, on June 1, 2020. (Photo: IANS)

Read More