Author: Samikhsya Bureau

ମଣିପୁର : ମହାମାରୀ କରୋନା ଭାରତକୁ କବଳିତ କରିଥିବାବେଳେ ଭାରତର ଅନେକ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ଭାବରେ ବଢି ଚାଲିଛି । କିନ୍ତୁ କରୋନାକୁ ମଧ୍ୟ ମାତ୍‌ ଦେବାରେ ରାଜ୍ୟଗୁଡିକ ସଫଳ ହେଉଛନ୍ତି। ଗୋଆ କରୋନା ମୁକ୍ତ ହେବା ପରେ ଆଜି ଆଉ ରାଜ୍ୟ କରୋନା କବଳରୁ ମୁକ୍ତ ହୋଇଥିବାର ଜଣାପଡିଛି ।  ସୋମବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ରାଜ୍ୟରେ କରୋନା ଜନିତ ଗୋଟିଏ ବି ମାମଲା ନଥିବାର କହିଛନ୍ତି ।  ମଣିପୁରରୁ ଦୁଇଟି କରୋନା ଆକ୍ରାନ୍ତ ରହିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଉ ନୂତନ କରୋନା ମାମଲା ଆସିନଥିବାରୁ ଏବେ ମଣିପୁର କରୋନାମୁକ୍ତ ହୋଇଛି। ରାଜ୍ୟରେ ଲକ୍ ଡାଉନ୍‌ ନିୟମକୁ କଡାକଡି ରୂପେ ପାଳନ କରିଥିବାରୁ ମଣିପୁର କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇପାରିଛି ବୋଲି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ କହିଛନ୍ତି । ଏବେବି ରାଜ୍ୟରୁ ପୂରାପରି ଲକ୍‌…

Read More

ଭଦ୍ରକ : ଭଦ୍ରକ ଜିଲ୍ଲାର 5ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଯାଇଛି । ବାସୁଦେବପୁରର ତିନୋଟି ପଞ୍ଚାୟତ, ଭଣ୍ଡାରିପୋଖରୀରର 2ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବାସୁଦେବପୁରର ବିନାୟକପୁର, ପଦମପୁର, ଲକ୍ଷ୍ମୀଦାସପୁର ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ତେସିଙ୍ଗା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ପ୍ରଶାସନ । ଉଭୟ ବ୍ଲକରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକର 5 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁରର ତିନି ଓ ଭଣ୍ଡାରୀପୋଖରୀରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫର କଡା ପଦକ୍ଷେପ ନିଆଯାଇଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା। କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ…

Read More

ଭୁବନେଶ୍ବର :ରାଜ୍ୟର ନୂଆ 7 କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି । ଭଦ୍ରକରୁ 5ଜଣ ରହିଥିବାବେଳେ ବାଲେଶ୍ବରରୁ ଦୁଇଜଣ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି । ପୂର୍ବରୁ ଭଦ୍ରକରୁ ତିନିଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଥିଲେ । ସେହିପରି ବାଲେଶ୍ବରରୁ ମଧ୍ୟ ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ୍‌ 68 ଜଣ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଭୁବନେଶ୍ବରରେ ରହିଛନ୍ତି । ତେବେ 24 ଜଣ ସୁସ୍ଥ ହୋଇଥିବାବେଳେ ମାତ୍ର ଜଣକର ମୃତ୍ୟୁ ହୋଇଛି ।

Read More

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 543କୁ ବୃଦ୍ଧି ହୋଇଛି । ସେହିପରି କରୋନାରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେଣି 2547ଜଣ । ମହାରାଷ୍ଟ୍ରରେ ସର୍ବାଧିକ 223ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 223 ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 70, ଗୁଜୁରାଟରେ 63, ଦିଲ୍ଲୀରେ 45, ତାମିଲନାଡୁରେ 15, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 15, କର୍ଣ୍ଣାଟକରେ 16, ଉତ୍ତରପ୍ରଦେଶରେ 17, ପଞ୍ଜାବରେ 16, ପଶ୍ଚିମବଙ୍ଗରେ 12, ରାଜସ୍ଥାନରେ 14, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ 3, ଝାଡଖଣ୍ଡରେ2, ବିହାରରେ 2, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣକର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ: ଟଙ୍କା ଧାରକୁ  କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟି ଚାଂଚଲ୍ୟ ସୃଷ୍ଟି କରିଛି କିସିଣ୍ଡା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ଖନ୍ଦିବାହାଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।  ଗତ କାଲି ରାତି ପ୍ରାୟ ପାଖାପାଖି ୮ ଟାରେ ଖନ୍ଦିବାହାଳ ଗ୍ରାମର ଭୀମସେନ୍ ସ୍ୱାଇଁ(୫୦) ନିଜ ଘର ସାମ୍ନାରେ ଲଙ୍କମରିଚ ତୋଳୁଥିବା ସମୟରେ ସେହି ଗ୍ରାମର ଗୌତମ ମାଝୀ ନାମକ ଜଣେ ଯୁବକ ଅଚାନକ ଟାଙ୍ଗିଆରେ ତାର ବେକକୁ ୪ ରୁ ୫ ଚୋଟ ମାରି ଦେଇ ଫେରାର ହୋଇଥିଲା। ଘଟଣା ସ୍ଥଳରେ ଭୀମସେନ ର ମୃତ୍ୟୁ ହୋଇଯାଇଥିଲା ବୋଲି ନାକ୍ଟିଦେଉଳ ଥାନାଧୀକାରୀ ଚିତରଂଜନ ନାଏକ ପ୍ରକାଶ କରିଛନ୍ତି। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଭୀମସେନକୁ ଟାଙ୍ଗିଆରେ ହତ୍ୟା କରିଥିବା ସ୍ୱୀକାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ମୃତ ଭୀମସେନ ସ୍ୱାଇଁ ଗୌତମ ଠାରୁ ଟଙ୍କା ଉଧାରିରେ…

Read More

ଯାଜପୁର : ଯାଜପୁର ବଡଚଣା ଆଇଆଇସି ଦୀପକ କୁମାର ଜେନା ସସ୍‌ପେଣ୍ଡ ହୋଇଛନ୍ତି । ବଡଚଣା ଆଇଆଇସିଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୋଲିସ୍‌ ଡିଜି । ସସ୍‌ପେଣ୍ଡ ନେଇ ଟୁଇଟ୍‌ ଯୋଗେ ସ୍ପଷ୍ଟ କରିଛନ୍ତି ପୋଲିସ୍‌ ଡିଜି ଅଭୟ।  ଲକ୍ ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କାଲି ଶ୍ରୀମନ୍ଦିରରେ କଟକଣା ଉଲ୍ଲଂଘନକରି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପରିବାର ସହ ଦକ୍ଷିଣ ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସିଂହଦ୍ବାରା ଥାନାରେ ହାବିଲ୍‌ଦାରଙ୍କ ଏତଲା କ୍ରମେ ମାମଲା ହୋଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ ସାତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚି ଯାଇଛି। ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା 68 ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 24ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୪୩ ଜଣ ଚିକିତ୍ସାଧୀନ ରହିଛନ୍ତି।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : କରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ପାରାଦ୍ଵୀପର ଅଗ୍ରଣୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ପାରାଦ୍ଵୀପ ତଥା ଏହାର ଆଖପାଖ ଅଞ୍ଚଳର ବସ୍ତି ବାସିନ୍ଦାମାନଙ୍କୁ ଦୈନିକ କିଛି ଲୋକଙ୍କୁ ସାହାଯ୍ୟ କରି ଆସୁଛି। ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ନେତୃତ୍ୱରେ ଟ୍ରଷ୍ଟର ସେକ୍ରେଟାରୀ ସ୍ୟୋମ୍ୟ ମହାନ୍ତି,ଉପଦେଷ୍ଟା ଆଡଭୋକେଟ ସୁରେଶ ଚନ୍ଦ୍ର ଦାସ ସାମାଜିକ ଦୂରତ୍ୱ ରଖି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଡାଲି, ଆଳୁ, ପିଆଜ, ତେଲ, ସାବୁନ, ବିସ୍କୁଟ, କେକ୍ ,ଫ୍ରୁଟି ୧୦୦ ପରିବାରକୁ ଯୋଗାଇ ଦିଆଯାଇଛି। ପାରାଦ୍ୱୀପ ମୁନିସିପାଲିଟିର କଲୋନୀ ୨,୯,୧୦,୧୪ ଓ ୧୫ ନମ୍ବର ଏରିଆରେ ଲୋକମାନଙ୍କୁ ସ୍ମାଇଲ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 519ରେ ପହଞ୍ଚିଛି ।  କରୋନା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର।  ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। ଏଥିରେ ଆୟୁଷ ମନ୍ତ୍ରାଳୟ, ଆଇସିଏମ୍ଆର୍, ବାୟୋଟେକ୍ନୋଲଜି ବିଭାଗର ପ୍ରତିନିଧି, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ପ୍ରମୁଖ ମଧ୍ୟ ସଦସ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି। 23ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 54ଟି ଜିଲ୍ଲା ପାଇଁ…

Read More

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଉପଯୋଗ କରି ମୋଟ ୩୬,୬୫୯ କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହାଦ୍ୱାରା ଦେଶର ମୋଟ ୧୬.୦୧ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥ ବିଭାଗ ଅଧୀନ ମହାଲେଖା ନିୟନ୍ତ୍ରକ (ସିଜିଏ)ଙ୍କ ଆକାଉଂଟରୁ ଏହି ଅର୍ଥ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଂଟକୁ ଲାଭ ହସ୍ତାନ୍ତରିତ ହୋଇଛି, ଫଳରେ ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର ଆସିପାରିଛି । କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ ରାଜ୍ୟଗୁଡ଼ିକୁ କେନ୍ଦ୍ରର ସହାୟତା ଯୋଜନା ଅଧୀନରେ ଡିବିଟି ଯୋଗେ ଅର୍ଥ ପଇଠ ଲାଗି ଅତ୍ୟାଧୁନିକ ଡିଜିଟାଲ…

Read More

ମୁମ୍ବାଇ : ପୂରା ଦେଶ ଏବେ କରୋନା ସହ ଲଢେଇ କରୁଛି । ଏହି ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ 552 ଜଣ ନୂତନ କରୋନା ରୋଗୀଙ୍କ ଚିହ୍ନଟ ହୋଇଛି । ସେହିପରି 12ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବମୋଟ୍‌ 223ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣରେ ମହାରାଷ୍ଟ୍ର ଆଗରେ ରହିଛି । ମହାରାଷ୍ଟ୍ରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4200ରେ ପହଞ୍ଚିଥିବାବେଳେ ମୁମ୍ବାଇରେ 2724 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଛି ।(ଏଜେନ୍ସି)

Read More

ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 61 ରେ ପହଁଚିବା ସହ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ସବୁଠାରୁ ଅଧିକ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରେ ଦେଖାଯାଇଛି। ଏହି ମାନଚିତ୍ରରେ ଓଡିଶାର କେଉଁ ଜିଲ୍ଲାରେ କେତେ କରୋନା ରୋଗୀ ଅଛନ୍ତି ତାହା ସୂଚାଇ ଦେଉଛି। ସୌଜନ୍ୟ- ଓଡିଶା ସ୍ବାସ୍ଥ୍ୟ ବିଭାଗ

Read More

ତେଲେଙ୍ଗାନା : ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ମଇ 3 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବାବେଳେ ତେଲେଙ୍ଗାନା ସରକାର ଏବେ ଏହି ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ତେଲେଙ୍ଗାନା ସରକାର ମେ’ 7 ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି । କେସିଆର କହିଛନ୍ତି ଯେ, ତେଲେଙ୍ଗାନାରେ ଲକ୍ ଡାଉନ୍‌ ଅବଧିକୁ ମେ’ 7 ତାରିଖ ଯାଏଁ ଜାରି ରହିବ । ଏହା ମେ 8 ତାରିଖରେ ଶେଷ ହେବ । ବିଦେଶରୁ ଫେରିଥିବା 64 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ତେଲେଙ୍ଗାନା  ସରକାର ସୂଚନା ଦେଇଛନ୍ତି ।  ସେହିପରି ଦିଲ୍ଲୀ ନିମାଜୁଦ୍ଦିନ ସ୍ଥିତ ମରକଜରେ ସାମିଲ୍‌ ହୋଇଥିବା ଜମାତୀଙ୍କ ଯାତ୍ରା ଇତିହାସ ଉପରେ ଅନୁସନ୍ଧାନ ଚଲାଇଛନ୍ତି । ସେହିପରି ତେଲେଙ୍ଗାନା ସରକାର…

Read More

ନୂଆଦିଲ୍ଲୀ: ଦେଶରେ କୋଭିଡ-19ର ସ୍ଥିତି ନେଇ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ସଂକ୍ରମଣର ନିୟନ୍ତ୍ରଣ ଓ ଏପ୍ରିଲ 20 ତାରିଖଠାରୁ ଯେଉଁସବୁ ଅଞ୍ଚଳରେ ଲକଡାଉନକୁ କୋହଳ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି । ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେବି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛି । ଲକଡାଉନ କୋହଳ ସହିତ ଅନ୍ୟାନ୍ୟ ଜାତୀୟ ମାର୍ଗଦର୍ଶିକାର ପାଳନ ଯେପରି କଡାକଡି ହୁଏ ତାହା ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ସମୀକ୍ଷା କରି ସେ କହିଛନ୍ତି ଯେ, ଯେଉଁ ଅଞ୍ଚଳଗୁଡିକ ହଟ ସ୍ପଟ, କ୍ଲଷ୍ଟର ଓ ଆବଦ୍ଧାଞ୍ଚଳ ପରିସୀମା ମଧ୍ୟରେ ଆସୁନାହିଁ, ସେସବୁ ଅଞ୍ଚଳରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଇଛି । ତେବେ ଯେଉଁ କୋହଳ ବ୍ୟବସ୍ଥା ଘୋଷିତ ହୋଇଛି, ସେଗୁଡିକୁ କଡାକଡି…

Read More

ପୁରୀ : କରୋନା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ । ରାଜ୍ୟରେ ବି ଲକ୍‌ଡାଉନ୍‌କୁ ବେଶ୍‌ କଡାକଡି କରାଯାଇଛି । ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦିଆଯାଉଛି । ଏହି ଲକ୍‌ ଡାଉନ୍‌ ସମୟରେ ମନ୍ଦିର ତଥା ଅନ୍ୟାନ୍ୟ ଧାର୍ମିକ ସ୍ଥଳ ପରିଦର୍ଶନକୁ ବାରଣ କରାଯାଇଛି । କିନ୍ତୁ ପୁରୀରେ ଆଜି ଜଣେ ପୋଲିସ୍‌ ଅଧିକାରୀ ନିଜ ପରିବାର ସହ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପୋଲିସ୍‌ ବାବୁ କରୋନା କଟକଣା ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି । ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଯାଜପୁର ବଡଚଣା ଆଇଆଇସି । ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। କରୋନା ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ସତ୍ତ୍ବେ ଦର୍ଶନ ଅଭିଯୋଗ ହୋଇଛି। ସିଂହଦ୍ବାର ଥାନାରେ ହାବିଲ୍‌ଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି । ଥାନାରେ ମାମଲା ରୁଜୁ  ହେବା ନେଇ ସିଂହଦ୍ବାରା ଥାନା ଆଇଆଇସି…

Read More

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ସାତ ଦିନ ପରେ କିଛି ଅଞ୍ଚଳରେ କୋହଳ ହେବ କରୋନା କଟକଣା । ଅଣସମ୍ବେଦନଶୀଳ ଅଞ୍ଚଳରେ କରୋନା କଟକଣାକୁ କୋହଳ କରାଯିବ । କାଲିଠୁ ସରକାରୀ କାର୍ଯ୍ୟାଳୟ ଖୋଲିବ, ନିର୍ମାଣ କାମ ବି ଚାଲିବ। ଗ୍ରୁଫ୍‌ ଏ କର୍ମଚାରୀମାନେ ଅଫିସ୍‌କୁ ଆସିବେ ବୋଲି ସୂଚନା ରହିିଛି । ତେବେ ଅନୁମତିପ୍ରାପ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଅଫିସ୍‌ ଯିବା ପ୍ରସଙ୍ଗରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। କେନ୍ଦ୍ରୀୟ କର୍ମଚାରୀ ଆଇଡେଣ୍ଟି କାର୍ଡ ଦେଖାଇ ଅଫିସ୍‌ ଯାଇପାରିବେ। ଗାଡି ପାଇଁ କୌଣସି ପାସ୍‌ ଦେଖାଇବାକୁ ପଡିବ ନାହିଁ। ରାଜ୍ୟ ସରକାରଙ୍କ କର୍ମଚାରୀ ଆଇଡେଣ୍ଟି କାର୍ଡ, ଅନୁମତି ପତ୍ର ଦେଖାଇବେ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଗାଡି ପାସ୍‌ ଦରକାର ନାହିଁ। କଣ୍ଟେନେମଣ୍ଟ ଜୋନ୍‌ରେ କିଛି କୋହଳ କରାଯାଇନାହିଁ ।

Read More

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ଫସିଥିବା ଶ୍ରମିକମାନେ କାଲିଠାରୁ କାମ କରିପାରିବେ । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସ୍‌ଓପି । କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବ ରଖି କାମ କରିପାରିବେ ଶ୍ରମିକ । ତେବେ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇପାରିବେନି ଶ୍ରମିକ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେହି ରାଜ୍ୟର କାମ କରିପାରିବେ ଶ୍ରମିକ । ଶିଳ୍ପ, ନିର୍ମାଣ, ଚାଷ ଓ ମନରେଗା କାମ ଆଦି କରିପାରିବେ ଶ୍ରମିକ । ଶ୍ରମିକଙ୍କୁ ଆଶ୍ରୟସ୍ଥଳ ଓ ରିଲିଫ୍‌ କ୍ୟାମ୍ପ୍‌ରେ ରହିବା ବ୍ୟବସ୍ଥା କରାଯିବ । ଶ୍ରମିକମାନେ ଯିବା ଆସିବା କରୁଥିବା ବସ୍‌ଗୁଡିକ ସାନିଟାଇଜ୍‌ କରାଯିବ । ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Read More

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବ୍ଲକ୍‌ବଷ୍ଟର ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ନିର୍ଦ୍ଦେଶକ ପର୍ଶୁରାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ଏବଂ ଶ୍ରଦ୍ଧା ନଜର ଆସିବାକୁ ଯାଉଛନ୍ତି । ସେହିପରି ଦୁଇ ନାୟିକା ବିଶିଷ୍ଟ ଏହି ଫିଲ୍ମରେ ଜାତୀୟ ପୁରସ୍କାରପ୍ରାପ୍ତ କୀର୍ତ୍ତି ସୁରେଶ ଦ୍ବିତୀୟ ନାୟିକା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ମହେଶଙ୍କ ଶେଷ ଫିଲ୍ମ ସରେଲୀରୁ ନିକେଏଭରୁ ବ୍ଲକ୍‌ବଷ୍ଟର ହୋଇଥିଲା । ଅପର ପକ୍ଷରେ ଶ୍ରଦ୍ଧାଙ୍କ ଡେବ୍ୟୁ ତେଲୁଗୁ ଫିଲ୍ମ ସାହୋ ବକ୍ସ ଅଫିସ୍‌ରେ ପିଟି ହୋଇ ଯାଇଥିଲା । ଏହି ଫିଲ୍ମକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ପର୍ଶୁରାମ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

କେନ୍ଦୁଝର: ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ବାମେବାରୀ ଥାନା ଅଞ୍ଚଳରୁ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି। ଜଙ୍ଗଲରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯଶଇଛି। ପଡୋଶୀ ନାବାଳକ ଜଣକ ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ କାଠ ଫାଳିଆରେ ପିଟି ମାରି ଦେଇଥିବାର ସୂଚନା ରହିଛି। ମାରି ସାରିବା ପରେ ଗାଁ ପାଖ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିବା ସୂଚନା ରହିଛି। ଜଙ୍ଗଲରୁ ମୃତଦେହ ମିଳିବା ପରେ ପୋଲିସ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ନାବାଳକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

Read More

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ସଂକ୍ରମଣ ରୋକିବା ଲାଗି ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି । ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, କୃଷି କାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଛନ୍ତି ।

Read More