ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍କୁ ମାନି ନେଇଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଆମେରିକା ଗତକାଲି ନ୍ୟୁୟର୍କଠାରେ ଆସନ୍ତା ମେ 15 ପର୍ଯ୍ୟନ୍ତ ଲକଡାଉନ୍ବକୁ ବଢାଇଦେଇଛି । ଏନେଇ ନ୍ୟୁୟର୍କର ଗଭର୍ନର୍ ସୂଚନା ଦେଇଛନ୍ତି । ପୂର୍ବରୁ ଏଠାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଆମେରିକାର ନ୍ୟୁୟର୍କ ସହର ଏବେ କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । ଆମେରିକା ବ୍ୟତୀତ ବ୍ରିଟେନ୍ ମଧ୍ୟ ଦେଶରେ ଲକ୍ଡାଉନର ଅବଧିକୁ 3 ସପ୍ତାହ ପାଇଁ ବୃଦ୍ଧି କରାଇଛି । ବିଟ୍ରେନ୍ର ବିଦେଶ ସଚିବ ଡମିନିକ୍ ରାଓ୍ବ ଡାଉନିଂ ଷ୍ଟ୍ରିଟ୍ ଠାରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନାରେ ସଂକ୍ରମିତ ହୋଇଥିଲେ । ସେ…
Author: Samikhsya Bureau
ଉତ୍ତରପ୍ରଦେଶ : କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ବଡ ପଦକ୍ଷେପ ଉଠାଇଛନ୍ତି। ପ୍ରଦେଶର ସରକାର ଆବଶ୍ୟକ ସେବାଗୁଡିକ ସହିତ 11 ଟି ଶିଳ୍ପକୁ ସସର୍ତ୍ତ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ସେହି ଶିଳ୍ପୋଦ୍ୟୋଗଗୁଡିକ ମଧ୍ୟରେ ରହିଛି ଷ୍ଟିଲ୍, ରିଫାଇନାରୀ, ସିମେଣ୍ଟ, ରସାୟନ, ଉର୍ବରକ, ବସ୍ତ୍ର ଶିଳ୍ପ (କେବଳ ପରିଧାନକୁ ଛାଡି) ପେପର୍, ଟାୟର୍, ଚିନି ମିଲ୍କୁ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ସାଧାରଣ ପ୍ରଭାବଶାଳୀ ଚିକିତ୍ସା କାରଖାନାକୁ ମଧ୍ୟ ଅନୁମତି ମିଳିଛି । ପ୍ରଥମ ପର୍ଯ୍ୟାୟରେ 50 ପ୍ରତିଶତ ଶ୍ରମିକ ସହିତ ୟୁନିଟ୍ ଚଳାଇବାକୁ ଅନୁମତି ଦିଆଯାଇଛି । ସେହିପରି ହଟସ୍ପଟ୍ ଅଞ୍ଚଳରେ ୟୁନିଟ୍ ଚଳାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଶିଳ୍ପଉଦ୍ୟୋଗଗୁଡିକୁ ଗାଇଡ୍ଲାଇନ ଅନୁସାରେ ସାନିଟାଇଜେସନ୍ କରାଯିବ । ଶ୍ରମିକଙ୍କୁ ଥର୍ମାଲ୍ ସ୍କ୍ରିନିଂ କରାଯିବ । ୟୁନିଟ୍ ଗୁଡିକରେ ସାନିଟାଇଜର୍, ମାସ୍କ ଓ ପାଣିର ପୂରା ବନ୍ଦୋବସ୍ତ କରିବାକୁ…
ନୂଆଦିଲ୍ଲୀ: ବିଶ୍ବର 210ଟି ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ସାରା ବିଶ୍ବରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 21,82,197ରେ ପହଞ୍ଚିଛି । ସେହିପରି କରୋନା ଜନିତମୃତ୍ୟୁ ସଂଖ୍ୟା 145,521 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 547,295 ଜଣ । ସର୍ବାଧିକ ପ୍ରଭାବିତ ଆମେରିକାରେ 34 ହଜାର 617 ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ 6ଲକ୍ଷ 77 ହଜାର 570 ଲୋକ କୋଭିଡ୍ 19ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ। ଏଠାରେ 22 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 1ଲକ୍ଷ 84 ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସ୍ପେନରେ 1 ଲକ୍ଷ 84 ହଜାର 948ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ 19 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା। ସେହିପରି ଫ୍ରାନ୍ସରେ ଏକ ଲକ୍ଷ 65 ହଜାର 27ଜଣ ସଂକ୍ରମିତ ହୋଇଥିବାବେଳେ 17 ହଜାର 920 ଜଣ ମୃତ୍ୟୁ…
କେଦାର ମିଶ୍ର ଭାରତରେ କରୋନା ପରୀକ୍ଷାର ହାର ଯଥେଷ୍ଟ କମ, ତେଣୁ ସଙ୍କ୍ରମିତଙ୍କ ସଂଖ୍ୟା ବି କମ। ଏ ପଟେ ହାତରୁ ସମୟ ଖସି ଯାଉଛି। ଭାରତରେ ଲକ ଡାଉନ ୨୪ ଦିନରେ ପହଞ୍ଚିଲାଣି। ବିଭିନ୍ନ ରାଜ୍ୟରେ ଏହା ମାସେରୁ ଅଧିକ ହେଲାଣି। ହୁଏତ ଆମେରିକା ଭଳି ଆମର ଆକ୍ରାନ୍ତଙ୍କ ସଂଖ୍ୟା ବଢୁନାହିଁ। ହେଲେ ସତରେ ଏହା ବଢୁ ନାହିଁ, ନା ଆମର ପରୀକ୍ଷା କମ! ଏ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧରନ୍ତୁ, ଆମେରିକାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଢେର ଅଧିକ। ସେଠାରେ ବର୍ତ୍ତମାନ ୬ ଲକ୍ଷ ୪୮ ହଜାର ଆକ୍ରାନ୍ତ ଓ ସେମାନଙ୍କ ମଧ୍ୟରୁ ୨୯ ହଜାର ମୃତ। ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ୪.୪୩%। ଭାରତରେ ଆକ୍ରାନ୍ତ ଓ ମୃତଙ୍କ ଅନୁପାତ ପ୍ରାୟ ଆମେରିକା ସହ ସମାନ। ଭାରତରେ କରୋନା ଜନିତ ମୃତ୍ୟୁ ହାର ଆକ୍ରାନ୍ତଙ୍କ ତୁଳନାରେ ୩.୩୪%। ଏହା କିଛି ଗୋଟେ ଉତ୍ସାହଜନକ ସଂଖ୍ୟା…
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାରେ କୁହାଯାଇଛି ଯେ ସରକାରୀ ଅଧିକାରୀ/ କର୍ମଚାରୀମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟ ପାଇଁ ଏହା ବ୍ୟବହାରଯୋଗ୍ୟ ନୁହେଁ। ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ (ସେର୍ଟ-ଇନ୍) ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଉପଦେଶାବଳୀ ମର୍ମରେ ଏହି ଉପଦେଶିକାକୁ ବିବେଚନା କରାଯିବ । ଜୁମ୍ ଏକ ନିରାପଦ ପ୍ଲାଟଫର୍ମ ନୁହେଁ ବୋଲି ଏଥିରେ ସ୍ପଷ୍ଟ ଭାବେ ସୂଚୀତ କରାଯାଇଛି । ଘରୋଇ ବ୍ୟକ୍ତିବିଶେଷ ଯେଉଁମାନେ ତଥାପି ନିଜର ବ୍ୟକ୍ତିଗତ କାର୍ଯ୍ୟ ସକାଶେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ନିରାପତ୍ତା ସକାଶେ ଏଭଳି ଗାଇଡ଼ଲାଇନ୍ ଜାରି କରାଯାଇଛି। ଏଭଳି ଉପଦେଶିକାର ମୋଟାମୋଟି ଉଦ୍ଦେଶ୍ୟ ହେଲା ଜୁମ୍ ସମ୍ମିଳନୀ କକ୍ଷକୁ ଏହାର ଅସ୍ୱୀକୃତ ପ୍ରବେଶକୁ ରୋକାଯାଇପାରିବ ଏବଂ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ବ୍ୟବହାରକାରୀଙ୍କ…
ନୂଆଦିଲ୍ଲୀ, କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି। ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆସିଟିଇକୁ ନିର୍ଦ୍ଦେଶ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି। ସେହି ଅନୁସାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସେମାନଙ୍କ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ମାର୍ଗଦର୍ଶିକା ଜାରି କରାଯାଇ ଏହାର କଡାକଡି ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଦେୟ – ଲକଡାଉନ କାଳରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କର ଆଡମିସନ ସମେତ ଅନ୍ୟାନ୍ୟ ଫି ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଏଆଇସିଟିଇର ନଜରକୁ ଆସିଛି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, କୌଣସି ଶିକ୍ଷାନୁଷ୍ଠାନ ଲକଡାଉନ ଉଠିବା ସହ ସ୍ଵାଭାବିକ ଅବସ୍ଥାକୁ ନଫେରିବା ଯାଏଁ ପିଲାମାନଙ୍କ…
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: ସମଗ୍ର ଭାରତ ବର୍ଷରେ କୋଭିଦ-୧୯ ସହ ସଂଘର୍ଷ କରୁଥିବା ବେଳେ ଓଡିଶା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ। ପ୍ରଥମ ପର୍ଯ୍ୟାୟ ଲକଡାଉନ ୨୪ ମାର୍ଚ୍ଚରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଖାଉଟି ମାନଙ୍କୁ ପ୍ରତି କାର୍ଡ ପିଛା ତିନିମାସର ଆଗୁଆ ରାସନ ସହିତ ହଜାରେ ଟଙ୍କା ଦେବା ସହିତ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସେହିପରି ପ୍ରତି ଗ୍ରାମ ପଂଚାୟତରେ ନିହାତି ଗରିବ ଓ ନିଃସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରତି ଗ୍ରାମପଂଚାୟତରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଦ ସ୍ୱାସ୍ଥ୍ୟ ଶିବିର ମାନ ପ୍ରତିଷ୍ଠା କରାଯାଇଥିବାର କୁହାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତି କାର୍ଡଧାରୀଙ୍କୁ ୫ କେଜି ଚାଉଲ, ଏକ କେଜି ଡାଲି ଓ ଚିନି ଯୋଗାଇ ଦେବାର ଘୋଷଣା…
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏ ପର୍ଯ୍ୟନ୍ତ କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅତି କମ୍ ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍ କାର୍ଯ୍ୟ କରୁଛି। ଏହି ହସ୍ପିଟାଲ୍ଗୁଡ଼ିକରେ ସମୁଦାୟ ଶଯ୍ୟା ସଂଖ୍ୟା ୩୯୫୧ ହୋଇଥିବାବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ୨୯୩। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ସ୍ୱତନ୍ତ୍ର…
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକରେ କୋଭିନ-୧୯ ପରିଚାଳନା ପାଇଁ ପଂଚାୟତ ସ୍ତରରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଆଜି ଜଗତସିଂପହୁର ଜିଲ୍ଲାପାଳ ସଙ୍ଗ୍ରାମ କେଶରୀ ମହାପାତ୍ର ସରପ୍ରାଇଜ ଭିଜିଟରେ ଆସିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ମହାପାତ୍ର ଅଗପାଳ ଏବଂ ପଙ୍କପାଳ ଠାରେ ଥିବା ଅସ୍ଥାୟୀ ଶିବିର ପରିଦର୍ଶନ କରିଥିଲେ। ସମ୍ଭାବ୍ୟ ସଙ୍କ୍ରମଣର ପ୍ରାଥମିକ ସ୍ତରରେ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଶିବିରକୁ ଦେଖିବାପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଅଗପାଳରେ ୧୫ ଟି ଏବଂ ପଙ୍କପାଳ ପଂଚାୟତରେ ୧୫ଟି ଶିବିର ପ୍ରତିଷ୍ଠା କରାଯାଇଛି। ସେହିପରିଭାବେ ପଙ୍କପାଳରେ ଅଧିକ ୧୫ଟି ଅସ୍ଥାୟୀ ଶିବିର ନିର୍ମାଣ ପାଇଁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଏହି ଅବସରରେ ନିର୍ଦ୍ଦେଶ ପ୍ରଦାନ କରିଥିବା ସମ୍ପୃକ୍ତ ପଂଚାୟତର ସରପଂଚଙ୍କ ପ୍ରତିନିଧ କୃଷ୍ଣପ୍ରସନ୍ନ ଦାସ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ କୁଜଙ୍ଗର ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାର ଡ଼. ପୂଜାଲେଙ୍କା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ…
ସଞ୍ଜୟ କର ଖୋର୍ଦ୍ଧା: ବିଶ୍ବ ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କିତ। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଜାରି କରିଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ସହ ଲଢିବା ପାଇଁ ସତର୍କ ଓ ସଚେତନତା କରାଯାଉଛି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର (ପରିଛଳ)ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବ୍ରହ୍ମପୁର ପାଟଣା ଗ୍ରାମର କିଛି ଉଦୀୟମାନ ଯୁବକ ନିଜସ୍ବ ଅବଦାନରେ ୪୦୦ ମାସ୍କ ଓ ସାବୁନ୍ ବଣ୍ଟନ କରିଛନ୍ତି। ପଞ୍ଚାୟତର ସମିତି ସଭ୍ୟ ବିପିନ ମହପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଯୁବକମାନେ କରୋନା ରୂପକ ମହାମାରୀଠାରୁ ସତର୍କ ରହିବା ନେଇ ସଚେତନତା ମଧ୍ୟ କରାଇଥିଲେ।
ରଞ୍ଜିତ ପଣ୍ଡା କୁଜଙ୍ଗ: ଆଜି ସନ୍ଧ୍ୟା ୭ଟା ସମୟରେ ଏରସମା ବ୍ଳକ ଢିଙ୍କିଆ ପଂଚାୟର ବଡ଼ପାଟଣା ଗ୍ରାମରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି ଗ୍ରାମର ପ୍ରଭାକର ମୁଦୁଲୀଙ୍କର ଦୁଇବଖରା ଘର ପୋଡ଼ି ଯାଇଥିବା ଜଣାପଡ଼ିଛି। ପୂର୍ବରୁ ମିଟର ନିକଟରେ ସ୍ପାର୍କିଂ ହେଉଥିଲା। ଆଜି ସନ୍ଧ୍ୟା ସମୟରେ ଏହା ଅଧିକ ହେବା ସହିତ ଘରେ ନିଆାଁ ଲାଗି ଯାଇଥିଲ। ଫଳରେ ଘରର ମମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇ ଯାଇଥିଲା। ଘରେ ଏହି ସମୟରେ ଜଣେ ଥିଲେ ଓ ଦୌଡ଼ିଯାଇ ନିଜର ଜୀବନ ବଂଚାଇଥିିବା ଜଣାପଡ଼ିଛି। ଘରେ ଥିବା ଏକ ନୂଆ ମୋଟର ସାଇକେଲ, ଧାନ, ଚାଉଳ. ନଗଦ ଟଙ୍କା ସମସ୍ତ ଜଳି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଂଚ କିଶୋର କୁମାର ପରିଡ଼ା ଦୂର୍ଗତଙ୍କୁ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମାଜସେବୀ ରଞ୍ଜନ କୁମାର ବର୍ଦ୍ଧନ, ସ୍ଥାନୀୟ ଥାନା ଅଧିକାରୀ ଯୁଗଳ କିଶୋର ଦାସ ପ୍ରମୁଖ ଘଟଣା ସ୍ଥଳରେ…
ଭୁବନେଶ୍ବର: ଲକ୍ଡାଉନ୍ ପାଇଁ ହୋଟେଲ୍, ଢାବା ବନ୍ଦ ଥିବାରୁ ବୁଲା ଜନ୍ତୁ ମାନେ ଖାଇବାକୁ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି ହନ୍ତସନ୍ତ ବୁଲା ଜନ୍ତୁ, କୁକୁରଙ୍କୁ ଖାଦ୍ୟ ଦେବେ ସରକାର। ଜନ୍ତୁଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 80 ଲକ୍ଷ ମଞ୍ଜୁରୀ ଦିଆଯାଇଛି। ବିଏମସି ଅଞ୍ଚଳରେ 19 ଦିନ ପାଇଁ ଖାଦ୍ୟ ଦିଆଯିବ, ପ୍ରତ୍ୟହ ଖର୍ଚ୍ଚ 20 ହଜାର ଖର୍ଚ୍ଚ ହେବ। ଭୁବନେଶ୍ବର ସହରରେ ବୁଲା ଜନ୍ତୁଙ୍କୁ ଖାଦ୍ୟ ଯୋଗାଉ ଥିବାବେଳେ ଅନ୍ୟ ମହାନଗରରେ ବି 19 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ। ଏଥିପାଇଁ ପ୍ରତ୍ୟହ 10 ହଜାର ଖର୍ଚ୍ଚ ହେବ। ମ୍ୟନିସିପାଲିଟି ଅଞ୍ଚଳରେ 5 ହଜାର, ଏନ୍ଏସିରେ 2 ହଜାର ଟଙ୍କା ଖର୍ଚ୍ଚ ହେବ। 5ଟି ମହାନଗର, 48ଟି ମ୍ୟୁନିସିପାଲଟି ଓ 61ଟି ଏନଏସିକୁ ଏହି ଅର୍ଥ ଯୋଗାଇ ଦିଆଯିବ।
ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 6 ଟି ସହର 40 ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ସର୍ବାଧିକ ତାପମାତ୍ରା ସୋନପୁରରୁ ରେକର୍ଡ କରାଯାଇଛି। ସୋନପୁର ସର୍ବାଧିକ ତାପମାତ୍ରା 40.8 ଡିଗ୍ରୀ ରହିଥିବାବେଳେ ବଲାଙ୍ଗିରରେ 40.5 ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି 40.2 ଡିଗ୍ରୀ, ଅନୁଗୁଳ ଓ ତାଳଚେର 40.1 ଓ ବୌଦ୍ଧ 40 ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜଧାନୀ ଭୁବନେଶ୍ବରରେ 39.2 ଏବଂ କଟକ 39.6 ଡିଗ୍ରୀ ସେଲସିୟସ୍ ରହିଛି।
ବାଲେଶ୍ବର: କରୋନା ପାଇଁ ସମସ୍ତେ ସତର୍କ ଓ ସଚେତନ ରହିବା ଭଲର କଥା କିନ୍ତୁ ଏହାକୁ ନେଇ ଭ୍ରମରେ ରହିବା ଆଦୌ ଉଚିତ୍ ନୁହେଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ବରରୁ ଜଣେ ବ୍ୟକ୍ତି ଘରକୁ ଫେରିଥିବାବେଳେ ତାଙ୍କୁ ଘରେ ପଶିବାକୁ ଦିଆଯାଉନାହିଁ। ଏହିପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ସହର ସହଦେବଖୁଣ୍ଟାରେ ଘଟିଯାଇଛି। ଭୁବନେଶ୍ବରର ଯାଇଥିବାରୁ ତାଙ୍କୁ ଘରେ ପୂରାଉ ନାହାନ୍ତି ଘର ମାଲିକ। ସମ୍ପୃକ୍ତ ବ୍ୟକ୍ତି ଜଣକ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ପରାମର୍ଶ କରି ସ୍ତ୍ରୀ, ପୁଅ ସହ ଆଜି ଘରକୁ ଫେରିଥିଲେ। ତେବେ କରୋନା ପ୍ରଭାବିତ ଭୁବନେଶ୍ବରରୁ ଫେରିଥିବାରୁ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଦିନ ସାଢ 11ଟାରୁ ଘର ବାହାରେ ବସିଥିଲେ ବି ଘରେ ପଶିପାରୁନାହାନ୍ତି ବ୍ୟକ୍ତି ଓ ତାଙ୍କ ପରିବାର। ଘଟଣାସ୍ଥଳରେ ଏଡିଏମ୍, ତହସିଲଦାର ଓ ପୋଲିସ୍ ପହଞ୍ଚି ବୁଝାସୁଝା କରାଇଛନ୍ତି। ରିପୋର୍ଟ ଲେଖା ସରିବା ପର୍ଯ୍ୟନ୍ତ ଘର…
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କର ରହିବା, ଖାଇବା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି କହିଛନ୍ତି ଉନ୍ନୟନ କମିଶନର। ସେହିପରି ଡାକ୍ତର, ଷ୍ଟାଫ୍ଙ୍କ ଖର୍ଚ୍ଚ ବି ସରକାର ବହନ କରୁଛନ୍ତି। ଷ୍ଟାଫ୍ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି। 14 ଦିନ ଡ୍ୟୁଟି ପରେ ଆଉ 14 ଦିନ କ୍ବାରେଣ୍ଟାଇନ୍ରେ ରହୁଛନ୍ତି। ସେଥିପାଇଁ ଡାକ୍ତରଙ୍କୁ ହୋଟେଲ୍, ଅନ୍ୟ ଷ୍ଟାଫ୍ଙ୍କୁ ହଷ୍ଟେଲ୍ରେ ରଖାଯାଉଛି। ଡାକ୍ତର, ଷ୍ଟାଫ୍ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି।
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି । ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ବି କରୋନା କେସ୍ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଏଯାବତ୍ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ 37ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଘରୁ ବାହାରିବା ମାତ୍ରେ ସମେସ୍ତ ମୁହଁରେ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତ୍ବ ବଜାୟ ସହ ଏକ ଜାଗାରେ 5ରୁ ଅଧିକ ଏକତ୍ର ହେବେନି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ କଡା ବାରଣ କରାଯାଇଛି । ସେହିପରି…
ଭୁବନେଶ୍ବର: କରୋନା ପରି ଏକ ମହାବିପତ୍ତି ସମୟରେ ଜିଲ୍ଲାପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଛନ୍ତି ଫାଇଭ୍ ଟି ସଚିବ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ସମ୍ପର୍କରେ ବୁଝାଇଛନ୍ତି। ଜାରି କରାଯାଇଥିବା ଏହି ଭିଡିଓରେ ୧୯୩୫ ମସିହାର ନ୍ୟୁୟର୍କ ଅଦାଲତରେ ଏକ ସତ୍ୟ କାହାଣୀକୁ ଦର୍ଶାଯାଇଛି। https://www.youtube.com/watch?v=hulc7dvwdQE ଏହି ଭିଡିଓ ଶେଷରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାପାଳଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ‘, ‘ଭାରତର ସଶକ୍ତ ଜିଲ୍ଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟ ସରକାର କରୋନା ପାଇଁ ସବୁ ବିଭାଗରେ ସତର୍କତା ଅବଲମ୍ବନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା କଏଦୀମାନଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ କାରାଗାରରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କୁ ନିକଟସ୍ଥ କାରାଗାର କିମ୍ବା ଉପ କାରାଗାରକୁ ସ୍ଥାନାନ୍ତରଣ କରାଯାଉଅଛି। ଏହି କ୍ରମରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରଗାରକୁ ଭୁବନେଶ୍ବର ସ୍ଥିତ ଝାରପଡା କାରାଗାରରେ ଥିବା ୯୮ ଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି। ୨୦୦୮ ମସିହାରେ ନିର୍ମିତ ବାଣପୁର ଉପ କାରାଗାରରେ ପାଖାପାଖି ୨୦୦ ଜଣ କଏଦୀ ରହିବା ପାଇଁ କ୍ଷମତା ଥିବାବେଳେ ସେଠାରେ ୪୨ ଜଣ କଏଦୀ ରହୁଥିଲେ। ଏବେ ଏହି ନୂତନ ୯୮ ଜଣ କଏଦୀଙ୍କୁ ମିଶାଇ ବାଣପୁର ଉପକାରାଗାରରେ ମୋଟ୍ ୧୪୦ ଜଣ କଏଦୀ ରହିଛନ୍ତି। ବାଣପୁରରେ ରହିଥିବା ମୂଳ…
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି କରୋନାକୁ ନେଇ ବୟାନ ଦେଇଛନ୍ତି । କରୋନା ସଂକଟକୁ ନେଇ ସରକାରଙ୍କୁ କିଛି ପ୍ରଶ୍ନ କରିବା ସହିତ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ରାହୁଲ୍କହିଛନ୍ତି ଯେ, ଲକ୍ ଡାଉନ ଜରିଆରେ ଆମେ କରୋନାକୁ ହରାଇ ପାରିବା ନାହିଁ । ଏହା କେବଳ ଏକ ପଜ୍ ବଟମ୍ ଭଳି କାମ କରୁଛି । ଏଥିପାଇଁ ଆମକୁ ଅଧିକରୁ ଅଧିକ ଟେଷ୍ଟ କରିବାକୁ ପଡିବ । ରାହୁଲ୍ ଗାନ୍ଧି କହିଛନ୍ତି ଯେ, କରୋନାକୁ ହରାଇବା ପାଇଁ ଦେଶରେ ଟେଷ୍ଟିଂ ବଢାଯିବା ଉଚିତ୍ । ଦେଶରେ ରାଣ୍ଡମ୍ ଟେଷ୍ଟିଂ ହେବା ଦରକାର । ଦେଶର ଏବେ ଇମରଜେନ୍ସି ଅବସ୍ଥାରେ ରହିଛି । ଦେଶରେ ଟେଷ୍ଟିଂ ବହୁତ କମ ହେଉଛି । ଏଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠିକ୍ରେ ଧରାପଡୁନାହିଁ । ଯେତେବେଳେ ଦେଶରୁ ଲକ୍ ଡାଉନ୍ ହଟିବ ସେତେବଳେ କରୋନାର ବିପଦ ଆହୁରି…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ଏହାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଉଛି। ଏଭଳି ଭୟଙ୍କର ବିପତ୍ତି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ ଉପଯୋଗୀ ପଦକ୍ଷେପକୁ ସବୁଆଡ଼େ ପ୍ରଶଂସା କରାଯାଉଥିବା ବେଳେ କରୋନା ଭୁତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ସେହିପରି ବୁଧବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ଯୁବ ସଭାପତି ତଥା ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ (ଦିଲୁ ନନା) କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏଭଳି ଭୟଙ୍କର ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ଦିଲୁ ନନା ୧ଲକ୍ଷ…
ଭୁବନେଶ୍ବର: କେତେକ ଜରୁରୀ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ତା ୧୬.୦୪.୨୦୨୦ ରିଖ ଅପରାହ୍ନ ୦୫.୦୦ଘଟିକାରୁ ୦୬.୦୦ ଘଟିକା ପର୍ଯ୍ୟନ୍ତ ବାଦାମବାଡି, ଖାନନଗର, ଅରୁଣୋଦୟନଗର, ରାଜାବଗିଚା, ଝାଞ୍ଜିରିମଙ୍ଗଳା, ଦୋଳମୁଣ୍ଡାଇ, ହରିପୁର, ପିଠାପୁର, ଶକ୍ତିନଗର, ପୁରୁଣା ଏଲ.ଆଇ.ସି. କଲୋନୀ, ଶ୍ରୀରାମନଗର, ବାରିକ୍ ସାହି, ପରିଡା ସାହି କମଳପୁର, ପାଲାମଣ୍ଡପ ଇତ୍ୟାଦି ଅଞ୍ଚଳମାନଙ୍କରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏହି ଅନିଚ୍ଛାକୃତ ବିଦ୍ୟୁତ୍ କାଟ୍ ପାଇଁ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ସହଯୋଗ କାମନା କରୁଛନ୍ତି।