Author: Samikhsya Bureau

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ 21 ତାରିଖ ଦିନ 5ଟା ବେଳେ 2ଟି ଜେସିବି ଏବଂ 10ଟି ଟ୍ରାକ୍ଟରରେ ବାଲି ଖୋଳାଯାଇ ଚାଲାଣ କରାଯାଉଥିଲା । ଗ୍ରାମବାସୀ ଖବର ପାଇ ଏହି ଘଟଣାକୁ ବିରୋଧ କରିବାରୁ ସରପଞ୍ଚ ପ୍ରମୋଦ ସ୍ବାଇଁ ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କ ସହିତ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏହାପରେ ସରପଞ୍ଚ ଏବଂ ତାଙ୍କ ପୁଅ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ନାଏବ ସରପଞ୍ଚ ତଥା ଜିଲ୍ଲାନାସୀ ଗ୍ରାମର ନରେଶ…

Read More

ଭୁବନେଶ୍ବର : ଝାରସୁଗୁଡାରୁ ଜଣେ 5 ବର୍ଷୀୟ ଶିଶୁ କରୋନା ଦ୍ବାରା ଆକ୍ରାନ୍ତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଆକ୍ରାନ୍ତ ଜଣକ ରହିଥିଲେ । ଆକ୍ରାନ୍ତ ଜଣକ ମଙ୍ଗଳ ବଜାର ଅଞ୍ଚଳର ବୋଲି ଜଣାପଡିଛି । ବାହାର ରାଜ୍ୟରୁ ଆସିବା ପରେ ପରିବାର ସହିତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ଏହି ଶିଶୁ ଜଣକ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁମଦାୟ 1189 ଜଣ ଆକ୍ରାନ୍ତ ରହିଥିବା ବେଳେ 439 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍‌ର ଏହି ନିବେଶ କରିବ। ଏହା ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହା ହେଉଛି ଏସିଆରେ କେକେଆର୍‌ର ସର୍ବବୃହତ ପୁଞ୍ଜିନିବେଶ । ବର୍ତ୍ତମାନ ଜିଓ ପଛରେ ପୁଂଜି ବିନିଯୋଗ କରିବା ପାଇଁ ବିଦେଶୀ କଂପାନୀଙ୍କ ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ଗତ ଏକମାସ ମଧ୍ୟରେ ଜିଓରେ ପୁଂଜି ନିବେଶ କରିବା ପାଇଁ ଫେସବୁକ୍‌, ସିଲଭର ଲେକ୍‌,…

Read More

ଭୁବନେଶ୍ୱର : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ ଜନୈକ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଅଧିକ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍‌ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା । ତେବେ ହସ୍ପିଟାଲର…

Read More

ଭୁବନେଶ୍ବର : ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 500 କୋଟିର ସହାୟତା ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦି । କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 500 କୋଟିର ଆଗୁଆ ସହାୟତା ରାଶିର ଘୋଷଣା କରିଥିଲେ । ଏପରି ବିପର୍ଯ୍ୟୟ ସମୟରେ ରାଜ୍ୟ ମାନଙ୍କ ସହିତ କାନ୍ଧ କାନ୍ଧ ମିଳାଇ ସରକାର କାମ କରୁଛନ୍ତି । ସେହିପରି ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପୂର୍ଣ୍ଣକାଳୀନ ସହାୟତା ପ୍ରଦାନ କରାଯିବ । ସେହିପରି ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନବନ୍ଦରର କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବ୍ଲକ୍‌ ଅଧ୍ୟକ୍ଷା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ସ୍ଵପ୍ନସରିତା ବଳ ରକ୍ତଦାନ କରିବା ସହିତ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦୁଆଡିଆ ଗ୍ରାମର ଦୁଃଖୀ ପଲ୍ଲାଇ ବି ପଜିଟିଭ୍‌ ଗ୍ରୁପ୍‌ର ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ଛଟପଟ ହେଉଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ରଘୁନାଥପୁର ବ୍ଲକ୍‌ ଅଧ୍ୟକ୍ଷା । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଜଗତସିଂହପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ । 3 ମାସ ତଳେ ଶ୍ରୀମତି ବଳ ରକ୍ତଦାନ କରିଥିବାରୁ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁ ତାଙ୍କ ସହିତ ସମ୍ପର୍କ କରିଥିଲେ । ସଂଯୋଜକ ଫୋନ୍ ମାଧ୍ୟମରେ ଜଣାଇବା ପରେ…

Read More

ମୁମ୍ବାଇ : କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ଥିଏଟର ବନ୍ଦ ରଖାଯାଇଛି । ଏହାଦ୍ବାରା ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀ ଗଭୀର ଭାବରେ ପ୍ରଭାବିତ । ଥିଏଟର ବନ୍ଦ କାରଣରୁ ସିନେମା ରିଲିଜ୍‌ ହୋଇପାରୁନଥିବା ବେଳେ ଏହା ଓଟିଟି ପ୍ଲାଟ୍‌ଫର୍ମ ଗୁଡିକୁ ଫାଇଦା ଦେଉଛି । ଏହି ଅବସରରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି ବଲିଉଡ୍‌ ଶେହନ୍‌ଶାହ ଅମିତାଭ ବଚ୍ଚନଙ୍କ ଅଭିନୀତ ଗୁଲାବୋ ସୀତାବୋ । ସୁଜିତ ସର୍କାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାବ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଲକ୍ଷ୍ନୌରେ ସୁଟିଂ ହୋଇଥିବା ବେଳେ ଜଣେ ଘରମାଲିକ ଏବଂ ଭଡାଟିଆର କାହାଣୀକୁ ଫିଲ୍ମରେ ଦେଖିଆଯାଇଛି । ଅମିତାଭ ବଚ୍ଚନ ଏକ ପୁରୁଣା କୋଠାର ମାଲିକ ରହିଥିବା ବେଳେ ଆୟୁଷ୍ମାନ ଭଡାଟିଆ ରହିଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ସମସ୍ୟାକୁ ନେଇ ଫିଲ୍ମର କାହାଣୀ…

Read More

ନୂଆଦିଲ୍ଲୀ : କ୍ୟାପ୍‌ଟେନ୍‌ କୁଲ୍‌ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

Read More

କରାଚୀ : ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚୀ ଯାଉଥିବା ଏହି ବିମାନଟି କରାଚୀରେ ଧ୍ବଂସ ପାଇଥିଲା । ବିମାନରେ 90 ଜଣ ଯାତ୍ରୀ ଉପସ୍ଥିତ ରହିଥିବା ବେଳେ ବିମାନଟି ଲ୍ୟାଣ୍ଡିଂର ଠିକ୍‌ ପୂର୍ବରୁ ଧ୍ବଂସ ପାଇଯାଇଥିଲା । ଏହି ଏ 320 ବିମାନଟିର ଧ୍ବଂସର କାରଣ ଜଣାପଡିନଥିବା ବଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ଏବଂ ଲକ୍‌ଡାଉନ୍‌ କାରଣରୁ ଦେଶବ୍ୟାପୀ ଛଟେଇ ଜାରି ରହିଥିବା ବେଳେ ନୂତନ ନିଯୁକ୍ତି ନେଇ ଘୋଷଣା କରିଛି ଏକ ବିଦେଶୀ କମ୍ପାନୀ । ନିକଟରେ ଓଲା, ଉବର ଏବଂ ଅନ୍ୟାନ୍ୟ କମ୍ପାନୀ ନିଜ କର୍ମଚାରୀ ଛଟେଇ ସମ୍ପର୍କରେ ଘୋଷଣା କରିଥିଲେ । ତେବେ ଜେଫ୍‌ ବେଜୋସ୍‌ଙ୍କ କମ୍ପାନୀ ଆମାଜନ୍‌ ଆସନ୍ତା ଦିନରେ ଦେଶବ୍ୟାପୀ 50 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛି । ଶୁକ୍ରବାର ଆମାଜନ୍‌ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଭିନ୍ନ ସପିଂ ମଲ୍‌ ଏବଂ ରିଟେଲ ଷ୍ଟୋର ବନ୍ଦ ରହୁଥିବାରୁ ଦେଶରେ ଅନ୍‌ଲାଇନ୍‌ ପ୍ଲାଟଫର୍ମର ଚାହିଦା ବଢିଛି । ଦେଶର 53 ପ୍ରତିଶତ ଅନ୍‌ଲାଇନ୍‌ ବଜାର ନିୟନ୍ତ୍ରଣ କରୁଥିବା ଆମାଜନ୍‌ ଏହା ମଧ୍ୟରେ 50 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛି । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି ଦୀର୍ଘଦିନରୁ ଜାରି ରହିଛି। ତେବେ ଏହି ଦାବିକୁ ଏକ ଅନନ୍ୟ ଉପାୟରେ ଉପସ୍ଥାପନ କରିଛନ୍ତି ଜଗତସିଂହପୁରର ଜନୈକ ବ୍ୟକ୍ତି। ଆଜକୁ ପ୍ରାୟ ୨ ମାସ ହେଲାଣି ରାଜ୍ୟର ୩୧୪ ବ୍ଲକକୁ ପଦଯାତ୍ରାରେ ବାହାରିଛନ୍ତି ଜଗତସିଂହପୁର ଜିଲ୍ଲା ବଡଚଣା ବ୍ଲକର ସତ୍ୟବ୍ରତ ଦାସ। ପଦ ଯାତ୍ରାରେ ଚାଲି ଚାଲି ଆଜି ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକକୁ ଆସିଥିଲେ। ବେଗୁନିଆପଡାରୁ ପୁରୁଷୋତ୍ତମପୁର ବ୍ଲକକୁ ଯିବା ବେଳେ ତାଙ୍କୁ କୋଦଳା ଏନ୍ଏସି ଠାରେ କୋଦଳା ଏନ୍ଏସିର ଗୃହରକ୍ଷୀ ରଜନୀକାନ୍ତ ସେଠି, ସମାଜସେବୀ ଦଣ୍ଡପାଣି ପଟ୍ଟନାୟକ, ସାଜନ କୁମାର ସାହୁ, ସୁଦାମ ମହାନ୍ତି, ଆଇୱାଇଏ ନ୍ୟୁଜ ରାଜ୍ୟ ପ୍ରତିନିଧି ଜଗବନ୍ଧୁ ସାହୁ ପ୍ରମୁଖ ସମ୍ମାନିତ କରିଥିଲେ। ତାଙ୍କର ଏହି ମହାନ ଉଦ୍ୟମକୁ ସମ୍ମାନ ଜଣାଇବା ପାଇଁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ପଇଡ ଆଦି ପ୍ରଦାନ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ…

Read More

ଭୁବନେଶ୍ବର : ଆମ୍ପାନ୍‌ ସମୀକ୍ଷା ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିମାନ 2.50ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ନିମନ୍ତେ ରାଜ୍ୟପାଳ ଡ. ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପି, ପ୍ରତାପ ଷଡଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବାଗତ ସମ୍ବର୍ଦ୍ଧନା ପରେ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ…

Read More

ପିଣ୍ଟୁ ବିଷୋୟୀ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ବ୍ଲକର 22 ଗୋଟି  ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିବା ସହ କ୍ୱାରେଣ୍ଟିନ ସେଣ୍ଟର ପରିଚାଳନାର ସମୀକ୍ଷା କରିଛନ୍ତି ବିଧାୟିକା। ଏଥିସହ ସାବିତ୍ରୀ ବ୍ରତ ପାଇଁ କ୍ୱାରେନଣ୍ଟାଇନ ସେଣ୍ଟରରେ ଥିବା ମହିଳାମାନଙ୍କ ପାଇଁ ଫଳମୂଳ ବଣ୍ଟନ କରିଛନ୍ତି। ବିଧାୟିକା ଲତିକା ପ୍ରଧାନ ମହିଳାଙ୍କୁ ଫଳମୂଳ ବାଣ୍ଟିବା ସହ ସାବିତ୍ରୀ ଅମାବସ୍ୟାର ଶୁଭେଚ୍ଛା ଜଣାଇଛନ୍ତି ଏବଂ  ସେଣ୍ଟରରେ ଥିବା ଛୋଟଛୋଟ ଶିଶୁଙ୍କୁ ଖେଳନା ମଧ୍ୟ ବଣ୍ଟନ କରିଛନ୍ତି ବିଧାୟିକା। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ଥାନୀୟ ସରପଞ୍ଚ ,ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ସମ୍ୱର୍ଦ୍ଧନା କରିବା ସହ କ୍ବାରେନଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ବିଧାୟିକା।

Read More

ବୁଲନ୍ଦସହର : ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍‌ଡାଉନ୍‌କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍‌ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍‌ଟି ଏକ ଇଲେକ୍ଟ୍ରିକ୍‌ ପୋଲ୍‌ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍‌ନୋର ପର୍ଯ୍ୟନ୍ତ ଫେରୁଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ଆଉ ତିନି ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରୁ ବଦାଉଁ ଫେରୁଥିବା ବେଳେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ମିର୍ଜାପୁରରେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 43 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଉ 43 କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସୁସ୍ଥ 43ଜଣଙ୍କ ମଧ୍ୟରେ ଅନୁଗୁଳରୁ 15 ଜଣ ରହିଥିବାବେଳେ ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ 8 ଜଣ ଲେଖାଏଁ  ରହିଛନ୍ତି । ସେହିପରି ପୁରୀ, କେନ୍ଦ୍ରାପଡା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ରାଜ୍ୟରେ ମୋଟ୍‌ କରୋନା ସୁସ୍ଥଙ୍କ ସଂଖ୍ୟା 436କୁ ବୃଦ୍ଧି ହୋଇଛି । ଆଜି ସକାଳେ 86 ଜଣ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1189କୁ ବୃଦ୍ଧି ହୋଇଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀର କୀର୍ତ୍ତି ନଗର ସ୍ଥିତ ଚୁନା ଭଟ୍ଟି ନିକଟସ୍ଥ ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 100ଟି ଘର ପୋଡି ଯାଇଥିବାର ସୂଚନା ମିଳିଛି । ଆଜି ସକାଳ 11 ଘଟିକା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ 29ଟି ଦମକଳ ଗାଡି ପହଞ୍ଚି ନିଆ୍ଁକୁ ଆୟ୍ତତ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହି ବସ୍ତିରେ ରହୁଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ରେଳ ଧାରଣା ଉପରକୁ ଚାଲି ଆସିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ରେଳ ଧାରଣାରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି । କିନ୍ତୁ କୌଣସି ଟ୍ରେନ୍‌ ନ ଆସୁଥିବାରୁ କିଛି କ୍ଷତି ହୋଇନଥିବାର ଜଣାପଡିଛି । ତେବେ ଅଗ୍ନିକାଣ୍ଡ କିଭଳି ଓ କେଉଁ କାରଣ ପାଇଁ ଲାଗିଛି, ତାହା ଜଣା…

Read More

କୋଲକାତା : ପଶ୍ଚିମବଙ୍ଗକୁ 1 ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ପାଇଁ 1 ହଜାର କୋଟି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଶ୍ଚିମବଙ୍ଗର ବାତ୍ୟା ବିତ୍ପାତ ଅଞ୍ଚଳ ପରିଦର୍ଶନ ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି। ଅଗ୍ରିମ ଆକାରରେ 1 ହଜାର କୋଟି ଦିଆଯାଉଥିବା କହିଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ।  ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନକୁମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି । ସେହିପରି ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ 50ହଜାର ଟଙ୍କା ମିଳିବବୋଲି ସୂଚନା ଦେଇଛନ୍ତି ମୋଦି ।  ବାତ୍ୟାରେ 80ଜଣଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଆମ୍ଫାନ୍‌ ଜନିତ କ୍ଷୟକ୍ଷତିର ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି କହିଛନ୍ତି ମୋଦି । କେନ୍ଦ୍ରୀୟ ଟିମ୍‌ ଆସି ସମସ୍ତ କ୍ଷୟକ୍ଷତିର…

Read More

ରଙ୍ଗାଚରଣ ପ୍ରଧାନ ସୁଯୋଗ ତ ନିଶ୍ଚୟ ଆସିଛି। କିଛିଦିନ ପୁର୍ବେ  ପ୍ରଧାନମନ୍ତ୍ରୀ କରୋନାର ଏହି ସଙ୍କଟମୟ ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରିବାପାଇଁ ଆହ୍ବାନ ଦେଇଛନ୍ତି।  ଭଲ କଥା। ତେବେ କରୋନା ସଙ୍କଟରୁ ମିଳୁଥିବା ଶିକ୍ଷାକୁ ଆଖି ଆଗରେ ରଖି  ଆଗାମୀ ଦିନରେ ତାଙ୍କ ସରକାର ଚାରୋଟି ପ୍ରମୁଖ କାର୍ଯ୍ୟକ୍ରମ ଗ୍ରହଣ କରିବାର ସୁଯୋଗ  ଆସିଛି। ୧  –  ସଂକ୍ରମଣ ଭଳି ଏକ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମୁଦାୟ ଦେଶ  କିପରି ଦୟନୀୟ ଭାବରେ ଅପ୍ରସ୍ତୁତ ରହିଛି ତାହା କରୋନା ଧରା ପକାଇଦେଇଛି। କରୋନା ମୁକାବିଲାରେ କେରଳ ରାଜ୍ୟର ସଫଳତାର ସବୁଠାରୁ ବଡ କାରଣ ହେଉଛି ସେଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧାର ଏକ ଦୄଢ ନେଟଓ୍ବର୍କ୍ ଯାହା ମାଧ୍ୟମରେ ସେମାନେ  ଭୁତାଣୁ ବିରୁଦ୍ଧରେ ଏକାବେଳକେ ଏକ ରାଜ୍ୟବ୍ୟାପୀ ସମ୍ମୁଖ ଆକ୍ରମଣ କରି ପାରିଲେ। କିନ୍ତୁ ଭାରତର ଅନ୍ୟ  ଅଞ୍ଚଳରେ ସେପରି ଭିତ୍ତିଭୂମିର ଅଭାବ ଯୋଗୁଁ  ସମସ୍ତ ସରକାରୀ ପ୍ରଚେଷ୍ଠା…

Read More

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବାହାଘରରେ ଜଣେ ବଧୂଙ୍କଠାରେ କରୋନା ପଜିଟିଭ୍‌ ଆସିବା ପରେ 35 ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରରେ ଜାଟଖେଡିଠାରେ ମେ 18 ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସତଲାପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ ଏହି ବାହାଘରରେ ଯୋଗ ଦେଇଥିଲେ । ବାହାଘରରେ ବଧୂଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ 35 ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯିବାସହ ଜାଟଖେଡିକୁ କଣ୍ଟେନେମଣ୍ଟ ଜୋନ୍‌ କରାଯାଇଛି। ଏହି ବାହାଘରରେ ଅନୁମତିଠାରୁ ଅଧିକ ଲୋକେ ସାମିଲ୍‌ ରହିଥିଲେ । ଏକ ବସ୍‌ରେ ଏହି ସମସ୍ତ ବରଯାତ୍ରୀମାନେ ରହିଥିଲେ । ତେବେ ଏବେ ବାହାଘର ପାଇଁ କେବଳ ନିଜ ଗାଡିର ବ୍ୟବହାର କରିହେବ ବୋଲଇ ସୂଚନା ଦିଆଯାଇଛି । ବାହାଘରରେ ଉଭୟ ପକ୍ଷର ମୋଟ୍‌ 50 ଜଣ ସଦସ୍ୟ ଉପସ୍ଥିତ ରହିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତରେ ରାସନ କାର୍ଡକୁ ନେଇ ଏକ ବଡ ଘୋଟାଲା ସାମ୍ନାକୁ ଆସିଛି। ରାସନ୍‌ କାର୍ଡ ଥାଇ ମଧ୍ୟ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ। ସରକାରୀ ଗରିବ ତଥା ଖଟିଖିଆ ଲୋକଙ୍କ ପାଇଁ ରାସନ କାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। କରୋନା ମହାମାରୀ ସମୟରେ ଗରିବ ଲୋକମାନେ ମୁଠାଏ ଖାଇବାକୁ ପାଉନଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଏପରିକି ବିନା ରାସନ କାର୍ଡରେ ମଧ୍ୟ ରାସନ ସାମଗ୍ରୀ ପ୍ରଦାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାସନ୍‌ କାର୍ଡ ରହିଥିଲେ ମଧ୍ୟ ଏହାକୁ ଲୁଚାଇ ଅର୍ଥ ତୋଷାରପାତ କରିବାର ମାଧ୍ୟମ ଭାବରେ ବାଛି ନେଇଛନ୍ତି କିଛି କର୍ମଚାରୀ ।  ତୁମୁରାପୁଟଠାରେ ରାସନକାର୍ଡକୁ ନେଇ ଚାଲିଥିବା ଦୁର୍ନୀତିର ଗୁମର ଫିଟିଛି ।  ଏଠାରେ ଯୋଗ୍ୟ…

Read More