ଉତ୍ତରପ୍ରଦେଶ : ମହାରାଷ୍ଟ୍ର ପାଲଘରରେ ସାଧୁଙ୍କ ହତ୍ୟା ବିବାଦ ନ ଥମୁଣୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ପୁଣି ସାଧୁଙ୍କ ହତ୍ୟାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବୁଲନ୍ଦସହରର ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଦୁଇ ସାଧୁଙ୍କୁ ଏକ ହତିଆର ସାହାଯ୍ୟରେ ହତ୍ୟା କରିଛନ୍ତି । ସାଧୁମାନେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ଦୁଇ ସାଧୁଙ୍କ ହତ୍ୟା କରିଥିବାର ସୂଚନା ରହିଛି । ବୁଲନ୍ଦସହରର ଅନୁପସହର କୋତବାଲୀ କ୍ଷେତ୍ରର ପଗୋନା ଗ୍ରାମର ଏକ ଶିବ ମନ୍ଦିରରେ ରହୁଥିବା 55 ବର୍ଷୀୟ ସାଧୁ ଜଗନଦାସ ଓ 35 ବର୍ଷୀୟ ସାଧୁ ସେବାଦାସଙ୍କୁ ସୋମବାର ରାତ୍ରିରେ ହତ୍ୟା କରାଯାଇଛି । ମଙ୍ଗଳବାର ସକାଳୁ ସକାଳୁ ଦୁଇ ସାଧୁଙ୍କ ଶବକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କୁ ଧରି ଦେଇଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ…
Author: Samikhsya Bureau
ଉତ୍ତରପ୍ରଦେଶ : ଲକ୍ ଡାଉନ୍ ସମୟରେ ଜଣେ ଯୁବକ ମୁମ୍ବାଇରୁ ଚାଲି ଚାଲି ପ୍ରାୟ 1600 କିଲୋମଟିର ଦୂର ୟୁପିର ଶ୍ରାବସ୍ତୀ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ 14 ଦିନିଆ କ୍ବାରେଣ୍ଟାଇନରେ ରଖିଥିଲେ । କିନ୍ତୁ ରହସ୍ୟମୟ ଅବସ୍ଥାରେ ଛ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ସୋମବାର ଦିନ ମୁମ୍ବାଇର ଚାଲି ଚାଲି ଆସି ଶ୍ରାବସ୍ତୀ ଜନପଦ ଅନ୍ତର୍ଗତ ମଲହୀପୁର ଅଞ୍ଚଳର ମଠଖନ୍ବା ଗ୍ରାମରେ ପହଞ୍ଚିଥିଲେ । ଯୁବକ ଜଣକୁ କ୍ବାରେଣ୍ଟାଇନ୍ ସେଣ୍ଟରେ 14 ଦିନ ପାଇଁ ରଖାଯାଇଥିଲା । କିନ୍ତୁ ସେ ସେଠାରେ 14 ଘଣ୍ଟା ପାଇଁ ମଧ୍ୟ ରହିପାରିଲେ ନାହିଁ । ସୋମବାର ସକାଳ 7ଟା ସମୟରେ ସେ ନିଜ ଗ୍ରାମରେ ପହଞ୍ଚିଥିବାବେଳେ ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେ ଦିନ ଗୋଟାଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ…
ଉତ୍ତରପ୍ରଦେଶ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହି ସମୟରେ ଦେଶରେ ଏପରି କିଛି ଘଟଣା ଘଟୁଛି, ଯାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ ପହଞ୍ଚାଉଛି । ତବଲିଗ୍ ଜମାତ ସମ୍ପର୍କିତ କରୋନା ମାମଲା ବାହାରକୁ ଆସିବା ପରେ ଏକ ବର୍ଗ ବିଶେଷଙ୍କୁ ଟାର୍ଗେଟ୍ କରାଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ତେବେ ଜମାତ ଲିଙ୍କ୍ ଜଣାପଡିବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ସମଗ୍ର ପରିବେଶରେ ଏକତା ଏବଂ ଭାଇଚାରାକୁ ପ୍ରାଧାନ୍ୟ ଦିଆଯିବା ଉଚିତ । ଏହା ସତ୍ତ୍ବେ କିଛି ଲୋକେ ଏହାକୁ ଗ୍ରହଣ କରୁନଥିବାର ଦେଖାଯାଉଛି । ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତି ପହଞ୍ଚାଉଥିବାର ଦେଖାଯାଉଛି । ୟୁପିର ଜଣେ ବିଧାୟକ…
ଭଦ୍ରକ : ଭଦ୍ରକ ଜିଲ୍ଲାର 32ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍ ଘୋଷଣା କରାଯାଇଛି । ସର୍ଭେଲାନ୍ସ ଜୋନ୍ ଘୋଷଣା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ପ୍ରତି ପଞ୍ଚାୟତରେ 10ରୁ ଉର୍ଦ୍ଧ୍ବ କୋଲକାତା ଫେରନ୍ତା ରହିଛନ୍ତି। ସର୍ଭେଲାନ୍ସ ଜୋନ୍ରେ ଥିବା 32ଟି ପଞ୍ଚାୟତରେ ଘର ଘର ବୁଲି ସର୍ଭେ ହେବ । ସ୍ବାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯିବ । ଲକ୍ଷଣ ଥିଲେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ସଟ୍ ଡାଉନ୍ ବେଳେ ସବୁ ବ୍ଲକରେ 2 ଦିନ ସର୍ଭେଲାନ୍ସ କରାଯାଇଥିଲା । ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ଦୁଇ ଦିନରେ ଜିଲ୍ଲାରୁ 1300 ସାମ୍ପଲ୍ ସଂଗ୍ରହ ହୋଇଥିଲା । ଆଜି ତିନୋଟି ପଜିଟିଭ୍ ଜଣାପଡିଛି । ସବୁ ତିନୋଟି କେସ୍ ନୂଆ ନୂଆ ପଞ୍ଚାୟତର ବୋଲି ଜଣାପଡିଛି । ଭଦ୍ରକରେ ଏବେ ମୋଟ୍ 19 ଜଣ ସଂକ୍ରମିତ ରହିଛନ୍ତି…
ନୂଆପଡା, ସିଆରପିଏଫ 216 ବ୍ୟାଟିଲିୟାନ ତରଫରୁ ନୂଆପଡା ଜିଲ୍ଲାର ଖାରୁପାନୀ ରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ସେଠାରେ ଲୋକମାନଙ୍କୁ ବିଭିନ୍ନ ସାନାଟାଇଜେସନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି।
କେଦାର ମିଶ୍ର ଏକଥା ସତ ଯେ, ଏକ ଜାତୀୟ ବିପତ୍ତି ସମୟରେ ସରକାରଙ୍କ ପ୍ରତି ଲୋକଙ୍କର ଆସ୍ଥା ବଢିଯାଏ ଓ ଯେତେ ଗଣତାନ୍ତ୍ରିକ ଦେଶ ହେଲେ ମଧ୍ୟ ସରକାର ପ୍ରତି ବିରୋଧର ମାତ୍ରା କମିଯାଏ। ଲୋକଙ୍କର ଏହି ନିଃସର୍ତ୍ତ ଆସ୍ଥାକୁ ସମ୍ମାନ ଦେଇ ସରକାରମାନେ ମଧ୍ୟ ଏହି ସମୟରେ ଅଧିକ ଦାୟିତ୍ଵବାନ ଓ ସ୍ବଚ୍ଛ ହେବାର ଆଶା କରାଯାଏ। ତେବେ ଗତ ଦେଢ ମାସର କରୋନା ମୁକାବିଲା ସମୟରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରମାନେ ଲୋକଙ୍କର ଆସ୍ଥାକୁ ଏକ ପ୍ରକାର ଅନ୍ଧ ସମର୍ଥନ ବୋଲି ଭାବି ନେଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ “ଲକ ଡାଉନ” କୁ ଏକମାତ୍ର ବାଟ ବୋଲି ଗ୍ରହଣ କରି ନେଇଥିବା ଆମ ସରକାର ଏହାର ବିକଳ୍ପ ଚିନ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରଥମେ ୨୧ ଦିନ, ତାପରେ ୪୦ ଦିନର ସଂପ୍ରସାରଣ ପରେ ଓ ଏବେ ଏହାକୁ ମଇ ମାସ ଶେଷ ଯାଏ ବଢାଇବାର…
ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ନୂଆ 7 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍ ଚିନ୍ତା ବଢାଇଛି । ଏହି ନୂତନ 7 ଆକ୍ରାନ୍ତଙ୍କ ମଧ୍ୟରୁ ତିିନିଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବାର ସୂଚନା ରହିଛି । ସାତ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ତିନି ଜଣ ଓ ରାଉରକେଲ ନାଲା ରୋଡ୍ର 4 ଜଣ ରହିଛନ୍ତି । ଭଦ୍ରକର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ରହିଛନ୍ତି । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45,28 ଓ 29 ବର୍ଷ । ଭଦ୍ରକରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର 2 ଜଣ ଓ ବନ୍ତ ବ୍ଲକର ଜଣେ ରହିଛନ୍ତି । ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ସୂଚନା ରହିଛି । ଏହି ତିନି ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବାର ସୂଚନା ରହିଛି । ସେହିପରି ରାଉରକେଲାର 4…
ନୂଆଦିଲ୍ଲୀ : ହୋମ୍ କ୍ବାରେଣ୍ଟିନ୍ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ସାମାନ୍ୟ ଲକ୍ଷଣ ଥିବା ଡାକ୍ତର ପରାମର୍ଶ କଲେ କ୍ବାରେଣ୍ଟିନ୍ରେ ରହିପାରିବେ । ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ଅସୁସ୍ଥଙ୍କ ଯତ୍ନ ନେଉଥିବା ବ୍ୟକ୍ତି 24 ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ । କ୍ବାରେଣ୍ଟିନ୍ ସମୟରେ ହସ୍ପିଟାଲ୍ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ । ଯତ୍ନ ନେଉଥିବା ବ୍ୟକ୍ତି, ସମ୍ପର୍କୀୟ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍ ସେବନ କରିପାରିବେ । ପ୍ରୋଟୋକଲ୍ ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ସେବନ କରିପାରିବେ। ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ଗାଇଡ୍ ଲାଇନ୍ରେ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବାବଦରେ ଅପଡେଟ୍ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
କୋଲକାତା : କରୋନା ଏବେ କରୋନ ଯୋଦ୍ଧାଙ୍କୁ ମଧ୍ୟ କବଳିତ କରିବା ଆରମ୍ଭ କଲାଣି । ନିକଟରେ ଦିଲ୍ଲୀର ବହୁ ହସ୍ପିଟାଲରେ ନର୍ସ, ଡାକ୍ତରଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ସେହିପରି ଦେଶରେ କରୋନା ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ମଧ୍ୟ ହୋଇଥିବାର ସୂଚନା ରହିଥିଲା। ଦେଶରେ କରୋନା ଯୋଗୁଁ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ କରୋନା ପ୍ରଭାବ ଜାରି ରହିଛି । ଏଠାରେ କରୋନା ଯୋଗୁଁ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ବେଲେ ବିୟୁ ହସ୍ପିଟାଲର ବରିଷ୍ଠ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଶିଶିର କୁମାର ମଣ୍ଡୋଲ୍ କରୋନା ସଂକ୍ରମିତ ରହିଥିଲେ । ସୋମବାର ଦିନ ହାର୍ଟ ଆର୍ଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗରର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିପ୍ଳବ କ୍ରାନ୍ତି ଦାସଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର କ୍ରାନ୍ତି କରୋନାରେ…
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁସଂଖ୍ୟା 934ରେ ପହଞ୍ଚିଛି । ସେହିପରି ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂକ୍ରା 29 ହଜାର 435କୁ ବୃଦ୍ଧି ହୋଇଛି । ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି 6869ଜଣ, 21 ହଜାର 632ଜଣ ଚିକିତ୍ସାଧୀନ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 8590ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିନ୍ତି 369ଜଣ । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଏଠାରେ 162 ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 3548 ଜଣ । ମଧ୍ୟପ୍ରଦେଶରେ 110, ଦିଲ୍ଲୀରେ 54 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ପୁଣି ଆଉ 7 କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ ସୂତ୍ରରୁ ସୂଚନା ମିଳିଛି । ସୁନ୍ଦରଗଡରୁ 4 ଜଣ ଓ ଭଦ୍ରକରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 10ରେ ପହଞ୍ଚିଥିବାବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଛି ।
ନାଗପୁର : 25 ବର୍ଷୀୟ ପୁଅ ନିଜ ବାପାର ହତ୍ୟା କରିଛି । ହତ୍ୟା କରି ସାରିବା ପରେ ଯେତେବଳେ ତା’ର ମନ ବୁଝିଲା ନାହିଁ ପିତାଙ୍କ ପ୍ରାଇଭେଟ୍ ପାର୍ଟକୁ ଏକ ଧାରୁଆ ହତିଆରରେ କାଟି ଅଲଗା କରିଦେଇଛି । ଏହିଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜଣକ ପେଶାରେ ଜିମ୍ ଟ୍ରେନର ବୋଲି ଜଣାପଡିଛି । ପିତାଙ୍କୁ ନିର୍ମମ ହତ୍ୟା କରିବା ପରେ ପିତାଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ଅଲଗା କରିଦେଇଛି । ତେବେ ଏପରି କାଣ୍ଡ କରିବା ସମୟରେ ସେ ଫିଲ୍ମର ଡାଇଲଗ୍ କହୁଥିଲେ । ପୁତ୍ରର ଏପରି ହିଂସକ ବ୍ୟବହାରକୁ ନେଇ ତାଙ୍କ ସମ୍ପର୍କୀୟମାନେ କିଛି ଜାଣିନଥିବାର କହିଛନ୍ତି । ଅଭିଯୁକ୍ତକୁ କାବୁ କରିବା ପାଇଁ ପାଞ୍ଚ ଜଣ ପୋଲିସ୍ କର୍ମୀଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ତେବେ ସେ ହତ୍ୟା କ’ଣ ପାଇଁ କରିଛନ୍ତି ତାହାର କାରଣ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ :କୁଜଙ୍ଗ ବ୍ଲକ୍ ନୂଆଗଡ ପଂଚାୟତରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ନୂଆଗଡ ସରପଂଚ ବିବତା ସେଠୀ ଓ ସିମତି ସଭ୍ୟା ସ୍ମିତା ସେଠୀ ପ୍ରମୁଖ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା କରିବା ସହ ସାମାଜିକ ଦୂରତା, ହାତଧୁଆ, ଗରିବଙ୍କୁ ଖାଦ୍ୟ ଦାନ ସହ ଲକ୍ ଡାଉନ୍କୁ ପାଳନ କରିବା ସହ ବାହାରୁ ନିଜ ଅଂଚଳକୁ ଆସୁଥିବା ପ୍ରିୟଜନଙ୍କ ପଂଜିକରଣ କିପରି କରଯାଯିବ ସେହି ନେଇ ସଚେତନ ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନକରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ନାରାୟଣ ମଲିକ୍, ପରାମାନନ୍ଦ ରାୟ, ମଧୁସୂଦନ ନାୟକ, ଗୁଣନିଧି ବେହେରା, ବିଜୟ ବେହେରା, ସଂଗ୍ରାମ ପଟ୍ଟନାୟକ, ପ୍ରଭାସ ବେହେରା, ବିପନ ରାଉତ, ପ୍ରଦୀପ୍ ସେଠୀ, ସୁବାସ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ବାଲିଆ ଅଂଚଳିକ ମହାସଙ୍ଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ କେୟାରର୍ସ ଫଣ୍ଡ୍ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ମହାସଙ୍ଘ କାର୍ଯ୍ୟାଳୟରୁ ମହାସଙ୍ଘ ସଭାନେତ୍ରୀ ପଦ୍ମାଳୟା ସ୍ୱାଇଁ ନେତୃତ୍ୱରେ ଏକ ଟିମ୍ କୁଜଙ୍ଗ ବିଡିଓଙ୍କୁ ଏହି ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ୯ଟି ସିଆରସିସି, କୃଷୀମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଶପଥ କରିଥିଲେ । ପରେ ସଙ୍ଘର ସଭାନେତ୍ରୀ ଶ୍ରୀମତୀ ସ୍ୱାଇଙ୍କ ସମେତ କବିତା ସ୍ୱାଇଁ, ସୁଲୋଚନା ସ୍ୱାଇଁ, ଓଡ଼ିଶା ଜିବୀକା ମିଶନର ବିପିଏମ ପଙ୍କଜିନୀ ଦାସଙ୍କ ସହାୟତାରେ ଏହି ରାଶି ସ୍ଥାନୀୟ ବିଡ଼ିଓ ଡ଼ା. ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ମହିଳା ସଂଗଠନର ଏହି କାର୍ଯ୍ୟକୁ ଶିକ୍ଷାବିତ୍ ପବିତ୍ର କୁମାର ସ୍ୱାଇଁ ଉଚ୍ଚ ପ୍ରସଂଶା…
ଭୁବନେଶ୍ବର : ଲକ୍ ଡାଉନ୍ ଯୋଗୁଁ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସମାବେଶ, ବିବାହ କାର୍ଯ୍ୟକ୍ରମକୁ ଆଦିକୁ ସ୍ଥଗିତ ରଖାଯାଉଛି। ଦେଶର ଏପରି ସଂକଟ ସମୟରେ କରୋନା ସହ ଲଢେଇ କରୁଥିବାର କରୋନା ଯୋଦ୍ଧାମାନେ ନିଃସ୍ବାର୍ଥପର ଭାବରେ ଦେଶସେବାରେ ଲାଗିପଡିଛନ୍ତି। ଦେଶର ସୁରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଥିବା ପୋଲିସ୍ମାନେ ନିଜ ସୁଖ ସ୍ବାଚ୍ଛନ୍ଦକୁ ମଧ୍ୟ ବଳି ପକାଉଛନ୍ତି। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି। ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ ହୋଇଛି, ଜୀବନର ସବୁ ସୁଖ ପଛ ହୋଇଛି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ଦୁଇ ପୁଲିସ୍ ଅଧିକାରୀ ନିଜର ବିବାହକୁ ସ୍ଥଗିତ କରି ଆଗ ଦେଶସେବା ପାଇଁ ନିଷ୍ପତ୍ତି ନେଇ…
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମହାମାରୀ ଯୋଗୁଁ ସାରାଦେଶରେ ଲକଡାଉନ। ମାସେ ହେଲା ଲୋକେ ଘରୁ ବାହାରୁନଥିବା ବେଳେ ଏବେ ଅଦିନିଆ ଝଡବର୍ଷା ସାଙ୍ଗକୁ ସାପ୍ତାହିକ ହାଟ ବନ୍ଦ, ଯାହାକି ଚାଷୀକୂଳ ଉପରେ ଦାଉ ସାଧିଛି। ଅଦିନିଆ ଝଡବର୍ଷାରେ ଉଜୁଡି ଯାଇଛି ଶହଶହ ଏକର ପନିପରିବା ଫସଲ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ସାହାଡ଼ା ଡିଆ ଗ୍ରାମରେ , ଅଦିନିଆ ବର୍ଷାରେ କିପରି ନଷ୍ଟ ହେଉଛି ଚାଷୀର ଆହାର ପନୀପରିବା ଫସଲ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ପଞ୍ଚାୟତ ସାହାରାଡିଆ ଗ୍ରାମ । ମହାନଦୀ କୂଳରେ ଅବସ୍ଥିତ ଏହି ଅଞ୍ଚଳର ଲୋକମାନେ ମୂଖ୍ୟତଃ ଧାନ,ଓ ପନୀପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି। ଏହି ଅଞ୍ଚଳ ପନୀପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତ ବର୍ଷ ପନିପରିବା ହସିଫୁଲି ଉଠିଥିଲା। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଯୁବ ବୈଜ୍ଞାନିକ ଶେଷ କିସାନଙ୍କର ଭଉଣୀଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା ରୋଗାଗ୍ରସ୍ତଥିଲେ। ଯୁବ ବୈଜ୍ଞାନିକ ଶେଷ କିସାନ ଜଣେ ଗରିବ ଆଦିବାସୀ କିସାନ ପରିବାରର ହୋଇ ମଧ୍ୟ ସେ ଆଜି ଜର୍ମାନୀରେ ବୈଜ୍ଞାନିକ ଭାବରେ କାମ କରୁଛନ୍ତି। ଛୋଟ ସମୟରୁ ନିଜର ମାଆଙ୍କୁ ହରାଇଥିବା ବେଳେ କଲେଜ ପଢୁଥିବା ସମୟରେ ବାପାଙ୍କୁ ହରାଇଥିଲେ। ଏବେ ପୁଣି ତାଙ୍କର ବଡ ଭଉଣୀ ଅଞ କିସାନଙ୍କୁ ହରାଇଛନ୍ତି। ଗାଈ ଚରାଳିରୁ ବୈଜ୍ଞାନିକ ହୋଇ ସାରା ଭାରତ ବର୍ଷରେ ସେ ଚର୍ଚ୍ଚିତ ହୋଇଥିଲେ ଏବଂ କିଛି ବର୍ଷ ହେଲା । ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ହେଲେ ସେ ଆଜି ପରିବାରର ବାପା. ମା ଓ ଭଉଣୀଙ୍କୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି। ବୈଜ୍ଞାନିକ ଶେଷ କିସାନ ଏବେ ଜର୍ମାନୀରେ ଥିବାରୁ ତାଙ୍କ…
ନୂଆଦିଲ୍ଲୀ : ସାରା ବିଶ୍ବରେ ଚହଳ ପକାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏବେ କରୋନା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ଉପସ୍ଥିତି ଜାହିର୍ କରିଛି । ସୁପ୍ରିମ୍କୋର୍ଟର ଜଣେ କର୍ମଚାରୀ ଏବେ କରୋନା କବଳରେ। ସୁପ୍ରିମ୍କୋର୍ଟରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଖବର ରହିଛି । ଏଥିପାଇଁ ଶୀର୍ଷ ଅଦାଲତ ଦୁଇ ରେଜିଷ୍ଟ୍ରାର୍ଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ପଠାଇଛି । ଏତଦ୍ବ୍ୟତୀତ ତାଙ୍କ କେଉଁମାନେ ସମ୍ପର୍କରେ ଆସିଛନ୍ତି ସେନେଇ ଖୋଳତାଡ ଜାରି ରହିଛି। ମିଳିଥିବା ସୂଚନାରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଜଣକ ଗତ ସପ୍ତାହରେ ଦୁଇ ଥର ସୁପ୍ରିମ୍କୋର୍ଟ ଆସିଥିଲେ । ଏବେ କୋର୍ଟର ଅଧିକାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ସମ୍ଭାବିତ ଉପାୟ ଉପରେ ବିଚାର ବିମର୍ଶ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଠାରେ ଥିବା 125…
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଦର୍ଶ ନଗର ଅଞ୍ଚଳରେ ଏଲଏନ୍ଜେପି ହସ୍ପିଟାଲର ଜଣେ ମହିଳା ଡାଏଟିସିଆନ୍ଙ୍କ ସମେତ ଜଣେ ପରିବାରର 10 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମଜଲିସ୍ ପାର୍କରୁ ଏହି ମାମଲାଟି ଜଣାପଡିଛି। ଏଠାରେ ତିନି ଗଳିକୁ ସିଲ୍ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏଲଏନ୍ଜେପି ହସ୍ପିଟାଲରେ ଡାଏଟିସିାନ୍ ଥିବା ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପରିବାରର 10 ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ତିଲକ୍ ନଗର ଅଞ୍ଚଳରେ ଜଣେ 58 ବର୍ଷୀୟା ମହିଳା ମଧ୍ୟ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ଅନ୍ୟତମ। ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଦେଖୁ ବିଭିନ୍ନ ଜାଗାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଦିଲ୍ଲୀରେ ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା ଏବେ 97କୁ…
ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳରେ ପୂର୍ବବତ୍ ଲକ୍ ଡାଉନ୍ କଟକଣା ଜାରି ରହିବ । କରୋନା ସଂକ୍ରମଣକୁ ରୋକିବାକୁ ଏହି ଲକ୍ ଡାଉନ୍ ଜାରି ରହିବ ବୋଲି ସୂଚନା ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିବ । ଭୁବନେଶ୍ବରରେ କଟକଣା ଜାରି ରହିବା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସର୍ବମୋଟ 46 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 25ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। 20 ଜଣ ଚିକିତ୍ସାଧୀନ ରହିଛନ୍ତି ।
ଗଞ୍ଜାମ : ସୁରତରୁ ଗଞ୍ଜାମ ଆସୁଥିବା ଲୋକଙ୍କ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଉଭୟ ପ୍ରଶାସନ ମଧ୍ୟରେ ସମନ୍ବୟ ରଖାଯାଇ ଅଣାଯାଉଛି। ସମସ୍ତେ ଆସିବା ପରେ ସେମାନଙ୍କୁ ସରକାରୀ କ୍ବାରେଣ୍ଟିନ୍ରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ପ୍ରଥମେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ, ତା’ପରେ ଲକ୍ଷଣ ଦେଖାଯିବ। ସେମାନଙ୍କ ମଧ୍ୟରୁ କାହାର ଟେଷ୍ଟ ହେବ, ମେଡ଼ିକାଲ ଟିମ୍ ନିଷ୍ପତ୍ତି ନେବ। ସରକାରୀ ନିୟମାନୁସାରେ ପ୍ରଥମେ 14 ଦିନ କ୍ବାରେଣ୍ଟିନ୍ରେ ରଖାଯିବ। ମେଡ଼ିକାଲ୍ ଟିମ୍ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗୁଜରାଟ ସୁରଟରେ ଫସି ରହିଥିବା ଓଡ଼ିଆଙ୍କୁ ଧରି ଓଡ଼ିଶା ବାହାରିଛି 4ଟି ବସ୍। ପ୍ରତି ବସ୍ରେ ପ୍ରାୟ 50ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଛନ୍ତି।

