Author: Samikhsya Bureau

କୋଲକାତା : କରୋନା ଏବେ କରୋନ ଯୋଦ୍ଧାଙ୍କୁ ମଧ୍ୟ କବଳିତ କରିବା ଆରମ୍ଭ କଲାଣି । ନିକଟରେ ଦିଲ୍ଲୀର ବହୁ ହସ୍ପିଟାଲରେ ନର୍ସ, ଡାକ୍ତରଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ସେହିପରି ଦେଶରେ କରୋନା ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ମଧ୍ୟ ହୋଇଥିବାର ସୂଚନା ରହିଥିଲା। ଦେଶରେ କରୋନା ଯୋଗୁଁ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ କରୋନା ପ୍ରଭାବ ଜାରି ରହିଛି । ଏଠାରେ କରୋନା ଯୋଗୁଁ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ବେଲେ ବିୟୁ ହସ୍ପିଟାଲର ବରିଷ୍ଠ ଅର୍ଥୋପେଡିକ୍‌ ସର୍ଜନ ଡାକ୍ତର ଶିଶିର କୁମାର ମଣ୍ଡୋଲ୍‌ କରୋନା ସଂକ୍ରମିତ ରହିଥିଲେ । ସୋମବାର ଦିନ ହାର୍ଟ ଆର୍ଟାକ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗରର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିପ୍ଳବ କ୍ରାନ୍ତି ଦାସଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର କ୍ରାନ୍ତି କରୋନାରେ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁସଂଖ୍ୟା 934ରେ ପହଞ୍ଚିଛି । ସେହିପରି ଦେଶର ମୋଟ୍‌ ଆକ୍ରାନ୍ତଙ୍କ ସଂକ୍ରା 29 ହଜାର 435କୁ ବୃଦ୍ଧି ହୋଇଛି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି 6869ଜଣ, 21 ହଜାର 632ଜଣ ଚିକିତ୍ସାଧୀନ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 8590ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିନ୍ତି 369ଜଣ । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଏଠାରେ 162 ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 3548 ଜଣ । ମଧ୍ୟପ୍ରଦେଶରେ 110, ଦିଲ୍ଲୀରେ 54 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ପୁଣି ଆଉ 7 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ସୂତ୍ରରୁ ସୂଚନା ମିଳିଛି । ସୁନ୍ଦରଗଡରୁ 4 ଜଣ ଓ ଭଦ୍ରକରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 10ରେ ପହଞ୍ଚିଥିବାବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଛି ।

Read More

ନାଗପୁର : 25 ବର୍ଷୀୟ ପୁଅ ନିଜ ବାପାର ହତ୍ୟା କରିଛି । ହତ୍ୟା କରି ସାରିବା ପରେ ଯେତେବଳେ ତା’ର ମନ ବୁଝିଲା ନାହିଁ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଏକ ଧାରୁଆ ହତିଆରରେ କାଟି ଅଲଗା କରିଦେଇଛି । ଏହିଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜଣକ ପେଶାରେ  ଜିମ୍ ଟ୍ରେନର ବୋଲି ଜଣାପଡିଛି । ପିତାଙ୍କୁ ନିର୍ମମ ହତ୍ୟା କରିବା ପରେ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଅଲଗା କରିଦେଇଛି । ତେବେ ଏପରି କାଣ୍ଡ କରିବା ସମୟରେ ସେ ଫିଲ୍ମର ଡାଇଲଗ୍‌ କହୁଥିଲେ । ପୁତ୍ରର ଏପରି ହିଂସକ ବ୍ୟବହାରକୁ ନେଇ ତାଙ୍କ ସମ୍ପର୍କୀୟମାନେ କିଛି ଜାଣିନଥିବାର କହିଛନ୍ତି । ଅଭିଯୁକ୍ତକୁ କାବୁ କରିବା ପାଇଁ ପାଞ୍ଚ ଜଣ ପୋଲିସ୍‌ କର୍ମୀଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ତେବେ ସେ ହତ୍ୟା କ’ଣ ପାଇଁ କରିଛନ୍ତି ତାହାର କାରଣ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :କୁଜଙ୍ଗ ବ୍ଲକ୍ ନୂଆଗଡ ପଂଚାୟତରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ନୂଆଗଡ ସରପଂଚ ବିବତା ସେଠୀ ଓ ସିମତି ସଭ୍ୟା ସ୍ମିତା ସେଠୀ ପ୍ରମୁଖ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା କରିବା ସହ ସାମାଜିକ ଦୂରତା, ହାତଧୁଆ, ଗରିବଙ୍କୁ ଖାଦ୍ୟ ଦାନ ସହ ଲକ୍ ଡାଉନ୍‌କୁ ପାଳନ କରିବା ସହ ବାହାରୁ ନିଜ ଅଂଚଳକୁ ଆସୁଥିବା ପ୍ରିୟଜନଙ୍କ ପଂଜିକରଣ କିପରି କରଯାଯିବ ସେହି ନେଇ ସଚେତନ ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନକରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ  ନାରାୟଣ ମଲିକ୍‌, ପରାମାନନ୍ଦ ରାୟ, ମଧୁସୂଦନ ନାୟକ, ଗୁଣନିଧି ବେହେରା, ବିଜୟ ବେହେରା, ସଂଗ୍ରାମ ପଟ୍ଟନାୟକ, ପ୍ରଭାସ ବେହେରା, ବିପନ ରାଉତ, ପ୍ରଦୀପ୍ ସେଠୀ, ସୁବାସ…

Read More

ରଞ୍ଜିତ୍ ପଣ୍ଡା କୁଜଙ୍ଗ : ବାଲିଆ ଅଂଚଳିକ ମହାସଙ୍ଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ କେୟାରର୍ସ ଫଣ୍ଡ୍ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ମହାସଙ୍ଘ କାର୍ଯ୍ୟାଳୟରୁ  ମହାସଙ୍ଘ ସଭାନେତ୍ରୀ ପଦ୍ମାଳୟା ସ୍ୱାଇଁ ନେତୃତ୍ୱରେ ଏକ ଟିମ୍ କୁଜଙ୍ଗ ବିଡିଓଙ୍କୁ ଏହି ରାଶି ପ୍ରଦାନ କରିଥିଲେ ।  ଏହି ଅବସରରେ ସମସ୍ତ ୯ଟି ସିଆରସିସି, କୃଷୀମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଶପଥ କରିଥିଲେ । ପରେ ସଙ୍ଘର ସଭାନେତ୍ରୀ ଶ୍ରୀମତୀ ସ୍ୱାଇଙ୍କ ସମେତ କବିତା ସ୍ୱାଇଁ, ସୁଲୋଚନା ସ୍ୱାଇଁ, ଓଡ଼ିଶା ଜିବୀକା ମିଶନର ବିପିଏମ ପଙ୍କଜିନୀ ଦାସଙ୍କ ସହାୟତାରେ ଏହି ରାଶି ସ୍ଥାନୀୟ ବିଡ଼ିଓ ଡ଼ା. ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ମହିଳା ସଂଗଠନର ଏହି କାର୍ଯ୍ୟକୁ ଶିକ୍ଷାବିତ୍ ପବିତ୍ର କୁମାର ସ୍ୱାଇଁ ଉଚ୍ଚ ପ୍ରସଂଶା…

Read More

ଭୁବନେଶ୍ବର : ଲକ୍ ଡାଉନ୍‌ ଯୋଗୁଁ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସମାବେଶ, ବିବାହ କାର୍ଯ୍ୟକ୍ରମକୁ ଆଦିକୁ ସ୍ଥଗିତ ରଖାଯାଉଛି। ଦେଶର ଏପରି ସଂକଟ ସମୟରେ କରୋନା ସହ ଲଢେଇ କରୁଥିବାର କରୋନା ଯୋଦ୍ଧାମାନେ ନିଃସ୍ବାର୍ଥପର ଭାବରେ ଦେଶସେବାରେ ଲାଗିପଡିଛନ୍ତି। ଦେଶର ସୁରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଥିବା ପୋଲିସ୍‌ମାନେ ନିଜ ସୁଖ ସ୍ବାଚ୍ଛନ୍ଦକୁ ମଧ୍ୟ ବଳି ପକାଉଛନ୍ତି। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି।  ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।  ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ ହୋଇଛି, ଜୀବନର ସବୁ ସୁଖ ପଛ ହୋଇଛି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ଦୁଇ ପୁଲିସ୍‌ ଅଧିକାରୀ ନିଜର ବିବାହକୁ ସ୍ଥଗିତ କରି ଆଗ ଦେଶସେବା ପାଇଁ ନିଷ୍ପତ୍ତି ନେଇ…

Read More

ରଞ୍ଜିତ ପଣ୍ଡା  କୁଜଙ୍ଗ : କରୋନା ମହାମାରୀ ଯୋଗୁଁ ସାରାଦେଶରେ ଲକଡାଉନ। ମାସେ ହେଲା ଲୋକେ ଘରୁ ବାହାରୁନଥିବା ବେଳେ ଏବେ ଅଦିନିଆ ଝଡବର୍ଷା ସାଙ୍ଗକୁ ସାପ୍ତାହିକ ହାଟ ବନ୍ଦ, ଯାହାକି ଚାଷୀକୂଳ ଉପରେ ଦାଉ ସାଧିଛି। ଅଦିନିଆ ଝଡବର୍ଷାରେ ଉଜୁଡି ଯାଇଛି ଶହଶହ ଏକର ପନିପରିବା ଫସଲ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ସାହାଡ଼ା ଡିଆ ଗ୍ରାମରେ , ଅଦିନିଆ ବର୍ଷାରେ କିପରି ନଷ୍ଟ ହେଉଛି ଚାଷୀର ଆହାର ପନୀପରିବା ଫସଲ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ପଞ୍ଚାୟତ ସାହାରାଡିଆ ଗ୍ରାମ । ମହାନଦୀ କୂଳରେ ଅବସ୍ଥିତ ଏହି ଅଞ୍ଚଳର ଲୋକମାନେ ମୂଖ୍ୟତଃ ଧାନ,ଓ ପନୀପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି। ଏହି ଅଞ୍ଚଳ ପନୀପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତ ବର୍ଷ ପନିପରିବା ହସିଫୁଲି ଉଠିଥିଲା। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଯୁବ ବୈଜ୍ଞାନିକ ଶେଷ କିସାନଙ୍କର ଭଉଣୀଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା ରୋଗାଗ୍ରସ୍ତଥିଲେ। ଯୁବ ବୈଜ୍ଞାନିକ ଶେଷ କିସାନ ଜଣେ ଗରିବ ଆଦିବାସୀ କିସାନ ପରିବାରର ହୋଇ ମଧ୍ୟ ସେ ଆଜି ଜର୍ମାନୀରେ ବୈଜ୍ଞାନିକ ଭାବରେ କାମ କରୁଛନ୍ତି। ଛୋଟ ସମୟରୁ ନିଜର ମାଆଙ୍କୁ ହରାଇଥିବା ବେଳେ କଲେଜ ପଢୁଥିବା ସମୟରେ ବାପାଙ୍କୁ ହରାଇଥିଲେ। ଏବେ ପୁଣି ତାଙ୍କର ବଡ ଭଉଣୀ ଅଞ କିସାନଙ୍କୁ ହରାଇଛନ୍ତି। ଗାଈ ଚରାଳିରୁ ବୈଜ୍ଞାନିକ ହୋଇ ସାରା ଭାରତ ବର୍ଷରେ ସେ ଚର୍ଚ୍ଚିତ ହୋଇଥିଲେ ଏବଂ କିଛି ବର୍ଷ ହେଲା । ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ହେଲେ ସେ ଆଜି ପରିବାରର ବାପା. ମା ଓ ଭଉଣୀଙ୍କୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି। ବୈଜ୍ଞାନିକ ଶେଷ କିସାନ ଏବେ ଜର୍ମାନୀରେ ଥିବାରୁ ତାଙ୍କ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ଚହଳ ପକାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏବେ କରୋନା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ଉପସ୍ଥିତି ଜାହିର୍‌ କରିଛି । ସୁପ୍ରିମ୍‌କୋର୍ଟର ଜଣେ କର୍ମଚାରୀ ଏବେ କରୋନା କବଳରେ। ସୁପ୍ରିମ୍‌କୋର୍ଟରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଖବର ରହିଛି । ଏଥିପାଇଁ ଶୀର୍ଷ ଅଦାଲତ ଦୁଇ ରେଜିଷ୍ଟ୍ରାର୍‌ଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ପଠାଇଛି । ଏତଦ୍‌ବ୍ୟତୀତ ତାଙ୍କ କେଉଁମାନେ ସମ୍ପର୍କରେ ଆସିଛନ୍ତି ସେନେଇ  ଖୋଳତାଡ ଜାରି ରହିଛି। ମିଳିଥିବା ସୂଚନାରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଜଣକ ଗତ ସପ୍ତାହରେ ଦୁଇ ଥର ସୁପ୍ରିମ୍‌କୋର୍ଟ ଆସିଥିଲେ । ଏବେ କୋର୍ଟର ଅଧିକାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ସମ୍ଭାବିତ ଉପାୟ ଉପରେ ବିଚାର ବିମର୍ଶ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେଠାରେ ଥିବା 125…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଦର୍ଶ ନଗର ଅଞ୍ଚଳରେ ଏଲଏନ୍‌ଜେପି ହସ୍ପିଟାଲର ଜଣେ ମହିଳା ଡାଏଟିସିଆନ୍‌ଙ୍କ ସମେତ ଜଣେ ପରିବାରର 10 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ମଜଲିସ୍‌ ପାର୍କରୁ ଏହି ମାମଲାଟି ଜଣାପଡିଛି। ଏଠାରେ ତିନି ଗଳିକୁ ସିଲ୍‌ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏଲଏନ୍‌ଜେପି ହସ୍ପିଟାଲରେ ଡାଏଟିସିାନ୍‌ ଥିବା ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ପରିବାରର 10 ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ତିଲକ୍‌ ନଗର ଅଞ୍ଚଳରେ ଜଣେ  58 ବର୍ଷୀୟା ମହିଳା ମଧ୍ୟ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ଅନ୍ୟତମ। ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଦେଖୁ ବିଭିନ୍ନ ଜାଗାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଦିଲ୍ଲୀରେ ହଟସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା ଏବେ 97କୁ…

Read More

ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳରେ ପୂର୍ବବତ୍‌ ଲକ୍‌ ଡାଉନ୍‌ କଟକଣା ଜାରି ରହିବ । କରୋନା ସଂକ୍ରମଣକୁ ରୋକିବାକୁ ଏହି ଲକ୍‌ ଡାଉନ୍‌ ଜାରି ରହିବ ବୋଲି ସୂଚନା ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିବ । ଭୁବନେଶ୍ବରରେ କଟକଣା ଜାରି ରହିବା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସର୍ବମୋଟ 46 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 25ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। 20 ଜଣ ଚିକିତ୍ସାଧୀନ ରହିଛନ୍ତି ।

Read More

ଗଞ୍ଜାମ : ସୁରତରୁ ଗଞ୍ଜାମ ଆସୁଥିବା ଲୋକଙ୍କ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଉଭୟ ପ୍ରଶାସନ ମଧ୍ୟରେ ସମନ୍ବୟ ରଖାଯାଇ ଅଣାଯାଉଛି। ସମସ୍ତେ ଆସିବା ପରେ ସେମାନଙ୍କୁ ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ପ୍ରଥମେ ସେମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବ, ତା’ପରେ ଲକ୍ଷଣ ଦେଖାଯିବ। ସେମାନଙ୍କ ମଧ୍ୟରୁ କାହାର ଟେଷ୍ଟ ହେବ, ମେଡ଼ିକାଲ ଟିମ୍‌ ନିଷ୍ପତ୍ତି ନେବ। ସରକାରୀ ନିୟମାନୁସାରେ ପ୍ରଥମେ 14 ଦିନ କ୍ବାରେଣ୍ଟିନ୍‌ରେ ରଖାଯିବ। ମେଡ଼ିକାଲ୍‌ ଟିମ୍‌ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗୁଜରାଟ ସୁରଟରେ ଫସି ରହିଥିବା ଓଡ଼ିଆଙ୍କୁ ଧରି ଓଡ଼ିଶା ବାହାରିଛି 4ଟି ବସ୍‌। ପ୍ରତି ବସ୍‌ରେ ପ୍ରାୟ 50ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଛନ୍ତି।

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାହା ହେଲା 1- ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯନି ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ସମ୍ପ୍ରତି ସମଗ୍ର ଦେଶରେ ଲକ ଡ଼ାଉନ ଚାଲିଥିବାବେଳେ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ପ୍ରାଥମିକତା ଦେଉଛନ୍ତି ସରକାର। କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ବାଲୁଗାଁ ଏନ୍‌ଏସିରେ। ଆଜି ସକାଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଶ୍ରମିକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଏଠାରେ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ହାତରେ ଖଣ୍ଡେ ଖଣ୍ଡେ କାଗଜ ଧରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଲକ୍‌ ଡାଉନ୍‌ ପାଇଁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ 1500 ଟଙ୍କାର ସହାୟତା ପାଇଁ ଘୋଷଣା କରାଯାଇଛି । ଏନ୍‌ଏସି କର୍ମଚାରୀମାନେ ପ୍ରତି ଓ୍ବାର୍ଡରେ ଶ୍ରମିକମାନଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଏଥିରୁ କିଛି ଶ୍ରମିକ ବାଦ୍‌ ପଡିଯାଇଥିଲେ । ଏନେଇ ବାଲୁଗାଁ ଏନ୍ଏସିରେ ଅଭିଯୋଗ କରାଯିବା ପରେ ସେମାନଙ୍କୁ ପରିଚୟ ପତ୍ର ସହ ଏନ୍‌ଏସିରେ ଆସି ଯୋଗାଯୋଗ କରିବାକୁ କୁହାଯାଇଥିଲା । ସୋମବାର ଦିନ ଏନେଇ 500ରୁ…

Read More

ଗଞ୍ଜାମ : ଗୁଜୁରାଟ ସୁରତରୁ ଓଡ଼ିଶା ବାହାରିଲା 4ଟି ବସ୍‌। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍‌।  ପ୍ରତି ବସ୍‌ରେ 50ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡି ଛାଡିଲା। ଯାତ୍ରୀ ଓ ବସ୍‌ଙ୍କୁ ଯିବାକୁ ଅନୁମତି ଦେଲା ସ୍ଥାନୀୟ ପ୍ରଶାସନ। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍‌ ରିଜର୍ଭ କରି ଆସୁଥିବା ସୂଚନା। ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ସୂଚନା ରହିଛି। ସୂଚନାଯୋଗ୍ୟଯେ, ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି, ଯେପରିକି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ।

Read More

ବବ୍‌ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହା ବ୍ୟତିତ ବିଜୁ ଯୁବ ବାହିନୀ ଓ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ଓ ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ତୁଣ୍ଡଲା…

Read More

ମୁମ୍ବାଇ : ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରକୁ ଆକ୍ରମଣ ମାମଲାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହା ସହିତ ଅର୍ଣ୍ଣବଙ୍କ ସୋନିଆ ବିରୋଧୀ ମାମଲାର ତଦନ୍ତ ପାଇଁ ଅର୍ଣ୍ଣବଙ୍କୁ ଜେରା କରିଛି ମୁମ୍ବାଇ ପୋଲିସ୍‌ । ଦୁଇ ଆକ୍ରମଣକାରୀଙ୍କୁ ଭୋଇଓ୍ବାଡା କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିବା ବେଳେ ଅର୍ଣ୍ଣବ ଏନ୍‌ଏମ୍ ଯୋଶୀ ମାର୍ଗ ପୋଲିସ୍‌ ଥାନାରେ ପଚରା ଊଚୁରା ପାଇଁ ହାଜର ହୋଇଥିଲେ । ପୂର୍ବରୁ ଅର୍ଣ୍ଣବଙ୍କୁ ଦୁଇଥର ନୋଟିସ୍‌ ଦିଆଯିବା ପରେ ଅର୍ଣ୍ଣବ ଆଜି ପୋଲିସ୍‌ ସମ୍ମୁଖରେ ହାଜର ହୋଇଥିଲେ । (ଏଜେନ୍ସି)

Read More

କରାଚୀ : ବିବାଦୀୟ କ୍ରିକେଟର ଉମର୍‌ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ପିସିବି ପକ୍ଷରୁ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି । ପିଏସ୍‌ଏଲ୍‌-5 ସମୟରେ ଅର୍ଥ ହେରଫେର କାରଣରୁ ଆକମଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପିସିବି ସ୍ପଷ୍ଟ କରାଯାଉଛି । ଫେବୃୟାରୀ 20 ପରଠାରୁ ଉମର୍‌ଙ୍କ ଖେଳିବା ଉପରେ ରୋକ୍‌ ଲଗାଯାଇଥିବା ବେଳେ ସୋମବାର ବାସନ୍ଦ କରାଯାଇଛି । ପିସିବିର ଧାରା 2.4.4ର ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କ୍ବେଟ୍ଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ସମୟରେ ଉମରଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂର ଅଭିଯୋଗ ଆସିଥିଲା । ପୂର୍ବତନ ପାକିସ୍ତାନ ହାଇକୋର୍ଟ ମୁଖ୍ୟ ବିଚାରପତି ଫଜଲ୍‌ ଏ ମିର୍ଜାନ୍‌ ଚୌହାନ୍‌ ଆକମଲ୍‌ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର110ଙ୍କ ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । କୋରାପୁଟରୁ ଚିହ୍ନଟ ହୋଇଥିବା 22 ବର୍ଷୀୟ ସ୍ବାସ୍ଥ୍ୟକର୍ମୀ ଜଣକ 14 ତାରିଖରେ କୋଲକାତାରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର କଲିକତା ଯାତ୍ରା କରିଥିବା କାରଣରୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କରାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସୋମବାର ଉକ୍ତ ଯୁବକଙ୍କ ନମୂନା ପଜିଟିଭ୍‌ ଆସିଥିଲା । ଏହା ସହିତ ବାଲେଶ୍ବରର 109 ନମ୍ବର ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି ।

Read More

ଭୁବନେଶ୍ବର : ଯାଜପୁରରୁ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାକୁ ମିଶାଇ ଆଜିର ଦିନରେ 8 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Read More