କାନପୁର : ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ସଦୃଶ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ହରିୟାଣାରେ ଏହି ଘଟଣା ଘଟିଥିବା ବେଳେ ଆଜି ଉତ୍ତର ପ୍ରଦେଶରେ ଏହି ଘଟଣାର ପୁନରାବୃତି ଘଟିଛି । କାନପୁରର ବଜାରିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ୍ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ୍ 4 ଜଣଙ୍କୁ ଗିରଫ କରାଯାଇଛି । ଏହି ଆକ୍ରମଣ ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଉକ୍ତ ଅଞ୍ଚଳରୁ ବାହାର କରାଯାଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହାପରେ ପୋଲିସ୍ ଉକ୍ତ ଆକ୍ରମଣରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟ କିମ୍ବା ଦେଶ ସରକାରଙ୍କର ମହାମାରୀ ସହାୟତା ଅର୍ଥ କୋଣ ଅନୁକୋଣରେ ପହଂଚାଉଥିବା ବେଳେ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଓଡିଶା ଜୀବିକା ମିଶନ ଶକ୍ତି ସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ବିଡ଼ିଓ ସିବାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ ସଂଘର ସଭାନେତ୍ରୀ ଜୟନ୍ତୀ ଜେନା, ସମ୍ପାଦିକା ମମତା ସାମନ୍ତରାୟ, ଏମ.ବି.କେ କୁନି ବେହେରା, ମହାସଂଘର ସମସ୍ତ ସି.ଆର.ପି, ନର୍ମଦା ବାରିକ ଓ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ପାଣ୍ଠିକୁ ଯଥାକ୍ରମେ ୩୦,୦୦୦ ଓ ୨୦,୦୦୦ ରାଶି ପ୍ରଦାନ କରିଥିଲେ। ଏହା ସହିତ ମହିଳା ମାନେ ୧୫୦୦ରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ବୁଲା ପଶୁପକ୍ଷୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଙ୍ଗଠନ ପିପୁଲ୍ ଫର୍ ଆନିମଲ୍ । ସଙ୍ଗଠନ ପକ୍ଷରୁ ବିଭିନ୍ନ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟାଯିବା ସହିତ ଦୁସ୍ଥ ଜୀବଜନ୍ତୁଙ୍କ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହିପରି ଆଜି ଶିଖରଚଣ୍ଡୀ ମନ୍ଦିର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଛି । ସମ୍ପାଦକ ଜୀବନ ବଲ୍ଲଭ ଦାସଙ୍କ ନେତୃତ୍ବରେ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ମାନେ ମନ୍ଦିର ପରିସର ସଫେଇ କରିବା ସହିତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମ୍ବାଦିକା ଅନୁରାଧା ବାରିକ, ପୂଜା, ସୋନମ , ଅପରାଜିତା ଏବଂ ସତ୍ୟଜିତ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସୁନ୍ଦରଗଡ, ପ୍ରତିଦିନ ସୁନ୍ଦରଗଡ ପୋଲିସ କ୍ବାରଣ୍ଟାଇନର ଥିବା ଓଡିଶା ଫେରନ୍ତାଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ମନୋବଳ ଯେପରି ଭାଙ୍ଗି ନ ପଡେ ସେଥିପାଇଁ ପୋଲିସ ତରଫରୁ ନିଆଯାଇଛି ଏହି ପଦକ୍ଷେପ। ଆଲୋଚନା ସହିତ ସେମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ପ୍ରଦାନ କରାଯାଉଛି।
ମୁମ୍ବାଇ : ଦେଶରେ କରୋନା ମୁକାବିଲାର ଏକ ବୃହତ୍ତର ସଫଳତା ମିଳିଛି । ଦେଶର ପ୍ରଥମ ପ୍ଲାଜ୍ମା ଚିକିତ୍ସା ସଫଳ ହୋଇଛି । ମୁମ୍ବାଇରେ ଦେଶର ପ୍ରଥମ ପ୍ଲାଜ୍ମା ଚିକିତ୍ସା ବ୍ୟବସ୍ଥା ସଫଳ ହୋଇଥିବା ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏହି ପ୍ଲାଜ୍ମା ଚିକିତ୍ସା ସଫଳ ହୋଇଥିବା ଜଣାପଡିଛି । ଏହା ସହିତ ବିଓ୍ବାଇଏଲ୍ ନାୟାର ହସ୍ପିଟାଲରେ ଦ୍ବିତୀୟ ପ୍ଲାଜ୍ମା ପରୀକ୍ଷଣ ଜାରି ରହିଥିବା ନେଇ ଟୋପେ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ମହାରାଷ୍ଟ୍ର ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି । (ଏଜେନ୍ସି)
ରାୟଗଡା, ପୋଲିସର ମହାନିୟତା, ରାୟଗଡା ଜିଲ୍ଲା ଟିକିରି ପୋଲିସ ଅଭାବୀ ତଥା ଗରିବ ଲୋକଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ସେମାନେ ପ୍ରତି ବ୍ୟକ୍ତିଙ୍କୁ ପାଞ୍ଚ କେଜି ଚାଉଳ, 1.5 ଡାଲି, 3 କେଜି ଆଳୁ, 2 କେଜି ପିଆଜ, ଏକ କେଜି ବାଇଗଣ 12 ଟି ପରିବାରଙ୍କୁ ଯୋଗାଇ ଦେଇଛନ୍ତି।
ଭୁବନେଶ୍ବର : ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ଆଉ ତିନି କରୋନା ଆକ୍ରାନ୍ତ । ଏହି ତିନି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ଏହି ତିନି ଜଣକୁ ମିଶାଇ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ 44, 61 ଏବଂ 63 ରହିଛି । ଏହି ତିନି ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହି ତିନି ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ରେ ରହିଥିଲେ ।
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆକୁ 733 କୋଟି ଟଙ୍କାର ଆୟକର ଛାଡ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଚାରି ସପ୍ତାହ ମଧ୍ୟରେ ଏହି ଅର୍ଥ କମ୍ପାନୀକୁ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୋଡାଫୋନ୍ ଆଇଡିଆ ପକ୍ଷରୁ 4700 କୋଟିର ଆୟକର ରିହାତି ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ୍ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭୋଡାଫୋନ୍ ଆଇଡିଆର ଏଜିଆର ଦେୟର 58 ହଜାର କୋଟି ବକେୟା ରହିଥିବା ବେଳେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କମ୍ପାନୀର ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଆରବିଆଇର ଋଣ ଛାଡ ପଲିସିକୁ ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଯେଉଁ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି ତାଙ୍କର ଋଣଛାଡ କରାଯିବା ଅନୁଚିତ୍ ବୋଲି ଚିଦାମ୍ବରମ୍ ମତ ଦେଇଛନ୍ତି । ମେହୁଲ୍ ଚୋକ୍ସୀ ଏବଂ ନୀରବ ମୋଦୀଙ୍କ ପରି ପଳାତକଙ୍କ ଋଣଛାଡ କାରଣରୁ ଚିଦାମ୍ବରମ ଏହି ମନ୍ତବ୍ୟ ଦେଇଛନ୍ତି । ଋଣ ଛାଡ ମାମଲାରେ କଂଗ୍ରେସ ଏବଂ ବିଜେପି ପରସ୍ପର ପ୍ରତି କାଦୁଅ ଫିଙ୍ଗିବାରେ ବ୍ୟସ୍ତ ରହିଛନ୍ତି । ନିର୍ମଳା ସୀତାରମଣ କଂଗ୍ରେସକୁ ଦୋଷ ଦେଇଥିବା ବେଳେ ଚିଦାମ୍ବରମ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ମିଳିନଥିଲା ମାତ୍ର ବର୍ତ୍ତମାନ ଆରଟିଆଇ ମାଧ୍ୟମରେ ଏହି ଉତ୍ତର ମିଳିଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । (ଏଜେନ୍ସି)
ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍ଡାଉନ୍ ଅବଧିକୁ 14 ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଦୈନିକ 4 ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ 7ଟାରୁ 11 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ 21 ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବଢାଇଥିଲେ । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ…
ଲକ୍ଷ୍ନୌ : ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ଏକା ସାଙ୍ଗରେ 5 ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ବୁଧବାର ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲା ହସ୍ପିଟାଲରେ ଏହି ଘଟଣା ଘଟିଛି । ନବଜାତଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ତିନି ଜଣ ଝିଅ ରହିଛନ୍ତି । ପ୍ରସବ ପରେ 5 ଶିଶୁ ଏବଂ ମା ସୁସ୍ଥ ରହିଥିବା ଜଣାପଡିଛି । ଡାକ୍ତର ଯାଆଁଳା ଶିଶୁ ରହିଥିବାର ଅନୁମାନ କରିଥିବା ବେଳେ 5 ଶିଶୁଙ୍କ ଜନ୍ମ ନେଇ ଶିଶୁଙ୍କ ପିତା କୁନ୍ଦନ ଗୌତମ ଖୁସି ଜାହିର କରିଛନ୍ତି । କୁନ୍ଦନ ବାରାବାଙ୍କୀ ଜିଲ୍ଲାର କତଲପୁରର ରାମ ନଗର ଅଞ୍ଚଳରେ ଅବସ୍ଥାନ କରନ୍ତି । (ଏଜେନ୍ସି)
କେଦାର ମିଶ୍ର ଲୋକଟାର ଆଖି ଏତେ ଗଭୀର ଆଉ ସୁନ୍ଦର ଯେ ମୃତ୍ୟୁ ବି ସେ ଆଖିର ପ୍ରେମରେ ପଡିଗଲା। ମୃତ୍ୟୁ ସବୁବେଳେ ଏମିତି। ସବୁ ସୁନ୍ଦର ସବୁ ମଧୁରକୁ ଶୀଘ୍ର ନେଇଯିବାକୁ ସେ କେଉଁଠି ଗୋଟେ ଷଡଯନ୍ତ୍ର ବୁଣି ଚାଲିଥାଏ। ସେଇ ଦିବ୍ୟ ଷଡଯନ୍ତ୍ର ର ଅଂଶ ହେଉଛି, ଆମ ସମୟର ଅନ୍ୟତମ ମହାନ ଅଭିନେତା ଇର୍ଫାନ ଖାଁଙ୍କ ମୃତ୍ୟୁ। ମାତ୍ର ୫୩ ବର୍ଷ ବୟସରେ ଇର୍ଫାନ ସିନେମା ଜଗତକୁ ବିଦାୟ କହି ଚାଲିଗଲେ। ଆମ ସମୟର ବଲିଉଡରେ ଇର୍ଫାନ ଥିଲେ ସାଧାରଣ ମଣିଷର ସୁପର ଷ୍ଟାର। ସେ ରୂପେଲି ପରଦାର ରୋମାଣ୍ଟିକ ନାୟକ ବା ଦୁଃସାହସୀ “ମାକୋ ମ୍ୟାନ” ନଥିଲେ, ସେ ଥିଲେ ଆମ ପଡିଶା ଘରର ଅତି ସାଧାରଣ ନାୟକ, ଯିଏ ନିଜର ଅସାଧାରଣ ପ୍ରତିଭା ବଳରେ ସାଧାରଣ ମଣିଷର କାହାଣୀକୁ ଜୀବନ୍ତ ଭାବରେ ଫୁଟାଇବାର ଦକ୍ଷତା ତାଙ୍କର ରହିଥିଲା। “ଦ ଲଞ୍ଚ ବକ୍ସ” ସିନେମାର ସାଜନ…
ନୂଆଦିଲ୍ଲୀ : ତିହାର ଜେଲ୍ରେ ଆତ୍ମହତ୍ୟା କରିଛନ୍ତି ଜନୈକ ମହିଳା । ନିଜ ଶାଶୁଘର ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍ରେ ରହିଥିବା ଏହି ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ଅଭିଯୋଗରେ ମହିଳାଙ୍କୁ 25 ତାରିଖରେ ଜେଲ୍ରେ ଭର୍ତ୍ତି କରାଯାଇଥିଲା । 26 ଏବଂ 27 ତାରିଖରେ ପଚରା ଉଚୁରା କରାଯିବା ପରେ ସୋମବାର ରାତିରେ ସେଲ୍ ନମ୍ବର 6ରେ ମହିଳାଜଣକ ଆତ୍ମହତ୍ୟା କରିଥିଲେ । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ପରେ ମଧ୍ୟ ମହିଳା ଜଣକ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି । ଏକ ଜମିଜମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସି)
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କରୋନାକୁ ନେଇ ନରସିଂହପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ବ୍ଲକର ପର୍ଯ୍ୟଟନ ବିକାଶ କେନ୍ଦ୍ର ଠାରେ କରୋନା ସ୍ବାବ ଟେଷ୍ଟ ସେଣ୍ଟର ଆଜିଠାରୁ ଆରମ୍ଭ ହୋଇଛି। ନରସିଂହପୁର ବ୍ଲକରେ ବସବାସ କରୁଥିବା ଲୋକଙ୍କ ଘରକୁ ଯାଇ ଅଙ୍ଗନବାଡି ଓ ଆଶା କର୍ମୀର କର୍ମଚାରୀ ମାନେ ସ୍ବାବ୍ ସଂଗ୍ରହ କରୁଛନ୍ତି । 25 ତାରିଖ ଦିନ ଠାରୁ ଆଶାକର୍ମୀ, ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଏହି ଦାୟିତ୍ବ ନିର୍ବାହ କରିଛନ୍ତି । ମଣ୍ଡପ ଠାରେ ଥିବା ସ୍ବାବ ଟେଷ୍ଟ ସେଣ୍ଟରରେ ପାଖାପାଖି ୫0 ଜଣଙ୍କର ସ୍ବାବ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ନରସିଂହପୁର ବ୍ଲକ ଅଞ୍ଚଳରେ କରାଯାଇଥିବା ସର୍ଭେ ପରେ ହସପିଟାଲରେ କୋରୋନା ସ୍ବାବ ଟେଷ୍ଟ ଆରମ୍ଭ ହୋଇଛି। ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆସି ସ୍ବାବ ଟେଷ୍ଟ କରିବା ପାଇଁ ଆଠଗଡ ଉପଖଣ୍ଡ ଚିକିତ୍ସା ଅଧିକାରୀ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । https://www.youtube.com/watch?v=QBNwN-VY9bY ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଗତ ଦଶଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଲୋକ ଘରେ ରହିବା ପାଇଁ ନବୀନ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କ ସହାୟତାରେ ହିଁ ରାଜ୍ୟରୁ କରୋନାକୁ ଦୂର କରାଯାଇପାରିବ ବୋଲି ନବୀନ ମତ ଦେଇଥିଲେ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି)ପ୍ରସ୍ତୁତି ସଂମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସୋମବାର ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨,୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିଛନ୍ତି ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି। ଆହୁରି 30 ହଜାର ଲୋକ ଆବେଦନ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୩୩୫୩ ଶଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ କେନ୍ଦ୍ରରେ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅନ୍ୟୂନ ଆହୁରି ୧୦ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ…
ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ୍ରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ଘଟିଛି। ଏହି ଏନ୍କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସକାଳୁ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହେବା ସହିତ ଏହି ଏନ୍କାଉଣ୍ଟର ସମାପ୍ତ ହୋଇଛି। ନିହତ ତୃତୀୟ ଆତଙ୍କୀର ପରିଚୟ ମିଳିପାରି ନାହିଁ। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଏନ୍କାଉଣ୍ଟର ଆଜି ସମାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନା ପକ୍ଷରୁ ମିଳିତ ଭାବରେ ଏହି ଏନ୍କାଉଣ୍ଟର କରାଯାଇଥିଲା। (ଏଜେନ୍ସି)

