ବରଗଡ, ବରଗଡ ଜିଲ୍ଲାରେ କରୋନା ପାଇଁ ହୋଇଥିବା ଲକ ଡାଉନ ସମୟରେ ପୋଲିସମାନେ କିପରି କାର୍ଯ୍ୟ କରୁଛନ୍ତି ତାହାର ତଦାରଖ କରୁଛନ୍ତି ଡିଜିପି ଅଭୟ। ସେ ବରଗଡ ଜିଲ୍ଲାର ବରଗଡ ଟାଉନ ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି।
Author: Samikhsya Bureau
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡକଫର ମୋନା ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 1-କୋଭିଡ୍-୧୯ ପରିସ୍ଥିତିରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ଜୁନ୍ ମାସ ସୁଦ୍ଧା ୨ ଲକ୍ଷ ହେକଫର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟ…
ଭୁବନେଶ୍ବର : ଏବେ ବାହାର ରାଜ୍ୟରେ ରହୁଥିବା ଘରବାହୁଡା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରାଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇଥିଲେ । ଲକ୍ ଡାଉନ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁର ଓଡ଼ିଶା ଫେରିବାକୁ ଚାହୁଁଥିଲା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ମଧ୍ୟ ଏ ଦିଗରେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚେନ୍ନାଇର ଗୁରୁ ନାନକ…
ଭୁବନେଶ୍ୱର, ଆଜି ବିଭିନ୍ନ ଦାବୀ ନେଇ ରାଜଧାନୀ ଅଟୋ ଚାଳକ ସଂଘ ଏବଂ ଅଟୋ ମହାସଂଘର ପକ୍ଷରୁ ମିଳିତ ଭାବରେ ରେଳୱେ ଷ୍ଟେସନ ଅଟୋ ଷ୍ଟାଣ୍ଡ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ସରକାର ସହଯୋଗ କରୁଛନ୍ତି। ହେଲେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୈଣସି ପଦକ୍ଷେପ ନିଆଯାଇ ନାହିଁ। ସରକାର ତୁରନ୍ତ ଏହା ଉପରେ ଚିନ୍ତ କରନ୍ତୁ ବୋଲି ସଂଘ ତରଫରୁ ଦାବୀ କରାଯାଉଛି। ଏହି ବିକ୍ଷୋଭରେ ଶାରରୀକ ଦୂରତା ବଜାୟରଖି ରାଜଧାନୀ ଆଟୋ ଚାଳକ ସଂଘ ସଭାପତି ସୁର ଜେନା, ଅଟୋ ମହାସଂଘ କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତ, ଅନ୍ୟତମ ସଂପାଦକ ବିଜୟ କୁମାର ପଟ୍ଟନାୟକ, ଏବଂ ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା ରାଜଧାନୀ ଅଟୋ ଚାଳକ ସଂଘର ରାଧାକାନ୍ତ ଶତପଥୀ ଓ ଦୀପକ…
ଭୋପାଳ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଭୋପାଳର ଏକ ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହୋଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଭୋପାଳରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଭୋପାଳର ଚିରାୟୁ ହସପିଟାଲରେ 20 ଦିନ ମଧ୍ୟରେ ପ୍ରାୟ 200ରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଏଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ବିଶେଷ ପ୍ରକାରର ପ୍ରସ୍ତୁତି କରାଯାଇଛି । ଇନ୍ଦୋର ରୋଡ୍ରେ ଅବସ୍ଥିତ ଚିରାୟୁ ହସ୍ପିଟାଲରେ ମାର୍ଚ୍ଚ ମାସରେ କୋଭିଡ୍-19 ହସ୍ପିଟାଲ ନିର୍ମାଣ କରାଯାଇଥିଲା । ଚିରାୟୁ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସ୍ପତନ୍ତ୍ର ସ୍ଥାନ ସଂରକ୍ଷିତ କରାଯାଇଛି । ଏଠାରେ ବହୁ ସତର୍କତା ସହ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏଠାରେ ଆକ୍ରାନ୍ତଙ୍କ ଡାଏଟ୍ ଚାର୍ଟ ସହ ବ୍ୟାୟାମ ମଧ୍ୟ କରାଯାଉଛି । ଏଠାରେ ଔଷଧ ସମେତ ଅନ୍ୟାନ୍ୟ ଉପକରଣ ପ୍ରଚୁର ମାତ୍ରାରେ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କରୋନା ପାଇଁ ଲକ ଡାଉନ ସମୟରେ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ହୋଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍ କାର୍ଯ୍ୟକ୍ରମ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଏହାର ଶୁଭାରମ୍ଭ କରିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ। କେହି ଗରିବ ଅସହାୟ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ନ ରହୁ ସେଥିପାଇଁ ଏ ପ୍ରୟାସ ବୋଲି ବିଧାୟିକା ମତ ପ୍ରକାଶ କରିଥିଲେ। ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗାପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବଜାୟ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନକୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କ ନିକଟରେ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି…
ନାଗପୁର : କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଏକ ଭିଡିଓ କନଫରେନ୍ସ ଜରିଆରେ ବ୍ୟାଙ୍କ ଅଫ ସ୍କିମ, ଆଇଡିଆ, ଇନୋଭେସନ ଆଣ୍ଡ ରିସର୍ଚ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲ http://ideas.msme.gov.in/ରେ ଉପଲବ୍ଧ ହେବ । ଏହି କନଫରେନ୍ସରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଚିବ ଡଃ ଅରୁଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୋର୍ଟାଲରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମସ୍ତ ପ୍ରକାର ସ୍କିମକୁ ଆକ୍ସେସ କରାଯାଇପାରିବ । ଆଇଡିଆର କ୍ରାଉନ ସୋର୍ସିଙ୍ଗ ସହିତ ସେସବୁର ମୂଲ୍ୟାୟନ ଓ ରେଟିଂ ବ୍ୟବସ୍ଥା ଏହି ପୋର୍ଟାଲର ବିଶେଷତ୍ଵ । ଏହାମଧ୍ୟ ଭେଞ୍ଚର କ୍ୟାପିଟାଲ ଓ ବିଦେଶୀ ସହଯୋଗ ଆଦି ପାଇଁ ସହାୟକ ହୋଇପାରିବ…
ହାଇଦ୍ରାବାଦ୍ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍ ଓ୍ବାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍ଟକ୍ ଏବଂ ଇନ୍ଷ୍ଟାଗ୍ରାମରେ ଓ୍ବାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ । https://www.instagram.com/p/B_mINrppW7d/?utm_source=ig_embed&utm_campaign=embed_video_watch_again ଏହାପରେ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓ୍ବାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ବାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍ ପ୍ରଶଂସା କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ 9ଟି ରାଜ୍ୟରେ କରୋନ ସ୍ଥିତି ଦୃଢ ସ୍ଥିତିରେ ରହିଛି । ଜାତୀୟ ଦ୍ବିଗୁଣିତ ହାର 11.3 ରହିଥିବା 9ଟି ରାଜ୍ୟରେ ଦ୍ବିଗୁଣିତ ସଂଖ୍ୟା ଅଧିକ ରହିଛି । ହିମାଚଳ ପ୍ରଦେଶ ଏହି ତାଲିକାର ଶୀଷ ସ୍ଥାନରେ ରହିଛି । ହିମାଚଳ ପ୍ରଦେଶରେ ଦ୍ବିଗୁଣିତ ହେବା ପାଇଁ ସର୍ବାଧିକ 191.6 ଦିନ ରହିଥିବା ବେଳେ ଛ ତିଶଗଡରେ ଏହି ସଂଖ୍ୟା 89.7 ରହିଛି । ତେଲେଙ୍ଗାନାରେ ଏହି ସଂଖ୍ୟା 70.8 ରହିଥିବା ବେଳେ ଆସାମରେ 59 ଦିନ ରହିଛି । ସେହିପରି କେରଳ 37.5, ଉତ୍ତରାଖଣ୍ଡ 30.3, ହରିୟାଣା 24.4, ଲଦାଖ 24.2, କର୍ଣ୍ଣାଟକ 21.6 ଏହା ପଛକୁ ରହିଛି । 11ରୁ 20 ମଧ୍ୟରେ ଦ୍ବିଗୁଣିତ ହେଉଥିବା 6ଟି ରାଜ୍ୟ ରହିଛନ୍ତି । ପଞ୍ଜାବ 19.5, ତାମିଲନାଡୁ 19.1, ରାଜସ୍ଥାନ 17.8, ଓଡିଶା 13,…
ବ୍ରହ୍ମପୁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଚିକିତ୍ସାଳୟ ପରିସରରେ Human Sanitization Machine ଅବସ୍ଥାପିତ କରାଯାଇଅଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଓ ରୋଟାରି କ୍ଲବ ସଦସ୍ୟ ମାନେ ଉପସ୍ଥିତରେ ହେଲା ଉଦଘାଟିତ। ଏହି ମେସିନ ଦେଇ ଗଲେ ଆପଣଙ୍କ ସାରା ଦେହ ହେବ ସଂକ୍ରାମଣ ମୁକ୍ତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦୋକାନ ବଜାର ଖୋଲିବା ପାଇଁ ନୂତନ ଗଇଡ୍ଲାଇନ୍ ଜାରି କରିଛି କମିଶନରେଟ ପୋଲିସ୍ । ମେ 1 ଠାରୁ ଏହି ନୂତନ ଗାଇଡ୍ ଲାଇନ୍ କାର୍ଯ୍ୟକାରୀ ହେବା ସହିତ 60 ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ କେବଳ ସ୍ବୀକୃତୀପ୍ରାପ୍ତ ଦୋକାନ ଖୋଲାଯାଇପାରିବ ମାତ୍ର ଦୋକାନ ଗୁଡିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ କଡାକଡି ଭାବରେ ପାଳନ କରାଯିବ । ଜରୁରୀକାଳୀନ ସାମଗ୍ରୀ ଦୋକାନ ସହିତ ମାର୍କେଟ୍ କମ୍ପ୍ଲେକ୍ସରେ ରହିଥିବା ଦୋକାନକୁ ଖୋଲାଯାଇପାରିବ ବୋଲି ଜଣାପଡିଛି । ତେବେ 5ରୁ ଅଧିକ ଦୋକାନ ରହିଥିବା ମାର୍କେଟ୍ କମ୍ପ୍ଲେକ୍ସକୁ ଖୋଲାଯାଇପାରିବ ନାହିଁ । ଏହା ସହିତ ଦୋକାନୀ ପାନ କିମ୍ବା ଗୁଟ୍ଖା ଖାଇ ଦୋକାନକୁ ଯାଇ ପାରିବେ ନାହିଁ ଏବଂ ବାହାରେ ଛେପ ନପକାଇବା ପାଇଁ ଗାଇଡ୍ ଲାଇନ୍ରେ ଉଲ୍ଲେଖ କରାଯାଇଛି । ଗ୍ରାହକ ସାମାଜିକ ଦୂରତ୍ବ ନରଖିଲେ ଦଣ୍ଡିତ ହେବେ ଏନେଇ…
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଅତିକ୍ରମ କରିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33050 ଛୁଇଁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ 25 ପ୍ରତିଶତ ଅତିକ୍ରମ କରିଛି । ସମୁଦାୟ 8324 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 1718ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି କରୋନା ଦ୍ବିଗୁଣିତ ହେବାର ହାର ମଧ୍ୟ 11.3ରେ ପହଞ୍ଚିଛି । ଲକ୍ଡାଉନ୍ ପୂର୍ବରୁ ଏହି ହାର 3.2 ରହିଥିଲା । ବର୍ତ୍ତମାନର ଏହି ସଦଂଖ୍ୟା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟସଚିବ ସୂଚନା ଦେଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ…
କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)
ବିଜନ କୁମାର ମହାପାତ୍ର ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର ପରିବାରର ଅନ୍ୟତମ ସୁଯୋଗ୍ୟ ଦାୟାଦ ରିଷି କପୁର ଓରଫ ଚିଂଟୁ। ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ଋଷି କପୁର ନିଜ ପରିବାରର ପ୍ରତିଷ୍ଠା ଓ ପୃୃଷ୍ଠପୋଷକତା ବଳରେ ନୁହେଁ ବରଂ ନିଜର ସାଧନା ଓ ସଂଘର୍ଷ ବଳରେ ଦୀର୍ଘ ୫ ଦଶକ ଧରି ବଲିଉଡରେ ନିଜର କ୍ୟାରିଅରକୁ ପରିପୁଷ୍ଟ କରିପାରିଥିଲେ। ତାଙ୍କ ସମୟରେ ସେ ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ମଧ୍ୟ ରୋମାଟିଂକ ହୀରୋ ଭଳି ଏକ ନିର୍ଦ୍ଦିଷ୍ଟ ଇମେଜରେ ବାନ୍ଧି ହୋଇଯାଇଥିବାରୁ ତାଙ୍କ ଅଭିନୟ ଦକ୍ଷତା ସେ ସମୟର ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଲୁଚି ରହିଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ…
ନୂଆଦିଲ୍ଲୀ : ପାକିସ୍ତାନୀ ସ୍ପିଡଷ୍ଟର ଶୋଏବ ଅଖତର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ ଓପ୍ନର ଇମ୍ରାନ୍ ନାଜିରଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିବା ସହିତ ସେ ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ବୋଲି ଅଖତର ମତ ଦେଇଛନ୍ତି । ନାଜିର୍ ସେହ୍ବାଗଙ୍କ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମାତ୍ର ସେହ୍ବାଗଙ୍କ କ୍ରିକେଟ୍ ଜ୍ଞାନ ଏବଂ ଭାରତୀୟ କ୍ରିକେଟ ବୋର୍ଡର ସହାୟତା ସେହ୍ବାଗଙ୍କୁ ପ୍ରସିଦ୍ଧ କରିଥିଲା । ନାଜିରଙ୍କୁ ନିୟମିତ ସୁଯୋଗ ମିଳିଥିଲେ ସେ ସେହ୍ବାଗଙ୍କ ଠାରୁ ମଧ୍ୟ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥାନ୍ତେ ବୋଲି ଅଖ୍ତର ମତ ଦେଇଛନ୍ତି । ମାତ୍ର ପିସିବି ନାଜିରଙ୍କୁ ଉପଯୁକ୍ତ ସୁଯୋଗ ନଦେଇ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ କ୍ୟାରିୟରକୁ ସମାପ୍ତ କରିଦେଇଥିଲା ।
ମୁମ୍ବାଇ : କରୋନା ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଗୁରୁବାର ଭାରତୀୟ ସେୟାର ବଜାର ଉପରକୁ ଉଠିଛି । ଗୁରୁବାର ସେନ୍ସେକ୍ସ 1000 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେନ୍ସେକ୍ସରେ 3.09 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ 1011.38 ପଏଣ୍ଟ ବୃଦ୍ଧି ଘଟି 33778.34 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟୀରେ ମଧ୍ୟ 301.20 ପଏଣ୍ଟର ଅଭିବୃଦ୍ଧି ଘଟିଥିବା ବେଳେ ଏହା 9854.55 ପଏଣ୍ଟରେ ପହଞ୍ଚିଛି । ଆମେରିକୀୟ ବୈଜ୍ଞାନିକଙ୍କମ ପକ୍ଷରୁ କରୋନା ଔଷଧର ଟ୍ରାଏଲ୍ ଖବର ଆସିବା ପରେ ଏସିଆନ୍ ଟ୍ରେଡିଂ ପ୍ରଥମ ଥର ପାଇଁ ଗ୍ରୀନ୍ରେ ଶେଷ ହୋଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି ମିଳିଛି । ଭେଟରାନ୍ ବଲିଉଡ୍ ଅଭିନେତା ଋଷି କପୁର ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷି କପୁରଙ୍କ ଅନ୍ତିମ ଦର୍ଶନରେ ଯୋଗ ଦେବା ପାଇଁ ଝିଅ ରିଦ୍ଧିମା ସାଇନିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅବସ୍ଥାନ କରୁଥିବା ରିଦ୍ଧିମାଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିଦ୍ଧିମା ସଡକ ପଥରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯିବେ । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.54 ମିନିଟ୍ରେ କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନ 4ଟାରେ ତାଙ୍କ ମରଶରୀର ଚନ୍ଦନବାଡି ଶ୍ମସାନକୁ ନିଆଯିବ ବୋଲି ଜଣାପଡିଛି । (ଏଜେନ୍ସି)
ବରଗଡ, ଅଗ୍ରଣୀ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ନିଷ୍ଠା ପରିବାର ପକ୍ଷରୁ #lockdown ସମୟରେ #ବୁର୍ଲା ଡକ୍ଟରଖାନାରେ ଟିଫିନ ବଣ୍ଟନରେ ଯୋଗଦେଇ ସହଯୋଗ କରିଥିଲେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ। ଦୈନିକ 600 ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। #OdishaFightsCorona

