ନୂଆଦିଲ୍ଲୀ : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଦେଶରେ କରୋନା ସଂକ୍ରମଣ ସମୟରେ 20 ହଜାର କୋଟିର ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବା ପାଇଁ ରାଜୀବ ସୂରୀ ଏକ ଯାଚିକା ଦାଖଲ କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ଏହି ପ୍ରକଳ୍ପର କାମରେ ଅଗ୍ରଗତିରେ କୌଣସି ସମ୍ଭାବନା ନାହିଁ ବୋଲି ଦର୍ଶାଇବା ସହିତ ମାମଲା ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସଂସଦ ଭବନ, ରାଷ୍ଟ୍ରପତି ଭବନ, ଉପ ରାଷ୍ଟ୍ରପତି ଭବନ, ସଚିବାଳୟର ନବୀକରଣ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାର ପୁନଃନିର୍ମାଣ କାମ ପାଇଁ 20 ହଜାର କୋଟିର ଅର୍ଥ ଘୋଷଣା କରାଯାଇଥିଲା । (ଏଜେନ୍ସି)
Author: Samikhsya Bureau
ଥିରୁଅନନ୍ତପୁରମ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଥମ ରାଜ୍ୟ ଭାବରେ କେରଳ ପଦକ୍ଷେପ ଗ୍ରହଣ କରିଛି । କେରଳ ନିଜର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଥିବା ବେଳେ ଏଥି ନିମନ୍ତେ ଏକ ବିଧେୟକ ଆଣିଛି । ଏହି ବିଧେୟକକୁ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହା ଆଇନରେ ପରିଣତ ହୋଇଛି । ଆସନ୍ତା 5 ମାସ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତିମାସର 6 ଦିନର ବେତନ କାଟିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ଘୋଷଣା କରିଥିଲେ । (ଏଜେନ୍ସି)
ଭୁବନେଶ୍ବର : ରାଜସ୍ଥାନ କୋଟାରୁ ଫେରୁଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ । 116 ଜଣ ବିଦ୍ୟାର୍ଥୀ ବସ୍ ଯୋଗେ ରାଉରକେଲା ଫେରୁଥିବାର ସୂଚନା ରହିଛି । ନିଜ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ପିଲାମାନେ ଫେରୁଛନ୍ତି । ଜଣକ ପିଛା ପ୍ରାୟ 4 ହଜାର ଟଙ୍କା ଲେଖାଏଁ ଦେଇ ଫେରୁଛନ୍ତି ପିଲା । ମୋଟ ଚାରୋଟି ବସ୍ରେ ପିଲାମାନେ ଓଡ଼ିଶା ଫେରୁଥିବାର ସୂଚନା ରହିଛି । କୋଟା ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗରରୁ ବସ୍ ଆସୁଛି । ବସ୍ଗୁଡିକ ମଧ୍ୟପ୍ରଦେଶ, ଛତିଗଶଡ ଦେଇ ଓଡ଼ିଶା ଆସିବ । ରାଉରକେଲାରେ ପହଞ୍ଚିବାକୁ ପ୍ରାୟ 30 ଘଣ୍ଟା ଲାଗିବ ବୋଲି ସୂଚନା ରହିଛି । କୋଚିଂ ନେବାକୁ ଯାଇ ଲକ୍ ଡାଉନ୍ରେ ଫସିଥିଲେ ଓଡ଼ିଶା ପିଲା ।ସେହିପରି ଗୁଜୁରାଟ ସୁରତରୁ 4ଟି ବସ୍ ଯୋଗେ 200ଶହରୁ ଅଧିକ ଓଡ଼ିଆ ଗଞ୍ଜାମ ଫେରିଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଚାଇନିଜ୍ ଦ୍ରବ୍ୟ ଏବଂ ଆପ୍ ବିରୋଧରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକ୍ଟକ୍ ଏହି ସମୟରେ 2 ବିଲିୟନ୍ ଡାଉନ୍ଲୋଡ୍ ଛୁଇଁଛି । ତେବେ 2020ର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ 315 ମିଲିୟନ୍ ଲୋକ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି । ଏହି ସମୟରେ ସର୍ବାଧିକ ଭାରତୀୟ ଏହି ଆପ୍ର ବ୍ୟବହାର କରୁଥିବାର ମଧ୍ୟ ସୂଚନା ମିଳିଛି । ସେନ୍ସର ଟାଓ୍ବାର ଷ୍ଟୋର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ସର୍ବାଧିକ ଟ୍ବିଟ୍ଟର ବ୍ୟବହାରକାରୀ ରହିଛନ୍ତି । ଟିକ୍ଟକ୍ର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 30.3 ପ୍ରତିଶତ ବା 611 ମିଲିୟନ୍ ଗ୍ରାହକ ଭାରତର…
କେଦାର ମିଶ୍ର ଗତକାଲି ଭାରତର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଗତକାଲି ଲାଗ ଲାଗ ୧୩ ଟି ଟୁଇଟ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଯେଉଁମାନେ ଏ ଦେଶର ବିଭିନ୍ନ ବ୍ୟାଙ୍କର ଟଙ୍କା ଖାଇ ପଳାଇଛନ୍ତି, ସେଇଟା କେବଳ ଏକ ସାଧାରଣ କଥା। ଅବଶ୍ୟ ଏହି ସାଧାରଣ କଥାର ଅସାଧାରଣ ଦିଗ ଟି ହେଉଛି, ଯେଉଁମାନେ ପଇସା ଖାଇ ପଳାଇଛନ୍ତି, ସେମାନେ ଦେଶ ଛାଡି ପଳାଇଛନ୍ତି। ତେଣୁ ସେମାନଙ୍କ ପାଖରୁ ପଇସା ଫେରିବାର ସମ୍ଭାବନା ବହୁତ କମ। ତେଣୁ ବ୍ୟାଙ୍କଖାତାକୁ ସଫା ଦେଖାଇବାକୁ ଏହି ସବୁ ଟଙ୍କାକୁ ଖାତାରୁ କାଟି ଦିଆ ଯାଇଛି। ତେବେ ଏହା ଋଣ ଛାଡ ନୁହେଁ, ଆବଶ୍ୟକ ସ୍ଥଳେ ଏହା ଆଦାୟ କରିବାର ପଦକ୍ଷେପ ନିଆଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଏ କଥାରେ ନୂଆ କିଛି ନାଇଁ। ଯେତେବେଳେ ନରେନ୍ଦ୍ର ମୋଦୀ ସରକାର ସମୟରେ ମେହୁଲ ଚୋକସି, ବିଜୟ ମାଲ୍ୟା, ନୀରବ ମୋଦୀ…
ଭୁବନେଶ୍ବର : ଗତକାଲି ୟୁଜିସି ଶିକ୍ଷା ବର୍ଷ ପାଇଁ ନୂତନ କ୍ୟାଲେଣ୍ଡର ଜାରି କରିବା ସହିତ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା କରାଯିବ ବୋଲି କହିଛନ୍ତି ଅରୁଣ ସାହୁ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ତେବେ ଜୁନ୍ 17 ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି କହିଲେ ମନ୍ତ୍ରୀ ଅରୁଣ ଦାସ । ଏଥିପାଇ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ଲକ୍ ଡାଉନ୍କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବର : ବଲିଉଡ୍ର ବର୍ଷୀୟାନ ଅଭିନେତା ଋଷି କପୁର୍ଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଶୋକପ୍ରକଟ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍କର, ରବି ଶଙ୍କର ପ୍ରସାଦ, ରାଜ୍ୟପାଳ ଗଣେଶୀ ଲାଲ୍,ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାହୁଲ୍ ଗାନ୍ଧି, ସୁର ସାମ୍ରଜ୍ଞୀ ଲତା ମଙ୍ଗେସକର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ରଜୀନାକନ୍ତ, ଅମିତାଭ ବଚ୍ଚନ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ଅଭିନେତା ଋଷି କପୁର୍ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ନବୀନ । ଆଜି 67ବର୍ଷ ବୟସରେ ଋଷି କପୁର୍ଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 33 ହଜାର ପାର୍ କରିଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା 33 ହଜାର 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି 1 ହଜାର 74 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସେହିପରି 8 ହଜାର 325 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 23 ହଜାର 651ଜଣ ସକ୍ରିୟ ରହିଛନ୍ତି । ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର । ଏଠାରେ 9915ଟି ମାମଲା ସାମ୍ନାକୁ ଆସିଥିବାବେଳେ 432ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1593ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ରାଜ୍ୟ ଭାବେ ଗୁଜୁରାଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ 4082ଜଣ ସଂକ୍ରମିତ ହୋଇଥିବାବେଳେ 197ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ 56ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…
ମୁମ୍ବାଇ : 67 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ବର୍ଷୀୟାନ୍ ଅଭିନେତା ଋଷି କପୁର୍। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍ଏଚ୍ ରିଲାଏନ୍ସ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ। ଋଷି କପୁର୍ କ୍ୟାନ୍ସର ପୀଡ଼ିତ ଥିବାବେଳେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାନ୍ସରର ଚିକିତ୍ସା ପାଇଁ ସେ ଗତ ଏକ ବର୍ଷ ଧରି ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ଆମେରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଋଷି । 2018 ରେ କ୍ୟାନ୍ସରରେ ପୀଡ଼ିତ ଥିବାର ସୂଚନା ମିଳିଥିଲା । ନ୍ୟୁର୍ୟକରେ ସେ ଏକ ବର୍ଷ ଧରି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସହ ତାଙ୍କ ପତ୍ନୀ ନୀତୁ ସିଂ ରହିଥିଲେ । ଗତ ଫେବୃଆରୀର ସେ…
ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲକ୍ ଡାଉନ୍ ସମୟରେ ଜଣେ ଯୁବକ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ଫେରିଲା ବେଳକୁ ସାଥୀରେ କନ୍ୟା ନେଇକି ଆସିଲେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାହିବାବାଦରେ ଘଟିଛି । ଲକ୍ ଡାଉନ୍ ସମୟରେ ଘରେ ଅଚାନକ ବୋହୂ (କନ୍ୟା) ପହଞ୍ଚିବା ପରେ ଯୁବକଙ୍କ ମା’ ଏହାକୁ ଦୃଢ ବିରୋଧ କରିଛନ୍ତି । ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ବିବାହ କରି ଘରକୁ ନେଇଆସିଛି । କିନ୍ତୁ ଯୁବକଙ୍କ ମା’ ଏହାକୁ ବିରୋଧ କରି ଘରେ ପ୍ରବେଶ କରେଇ ଦେଇନାହାନ୍ତି । ପରିଶେଷରେ ଏହି ଘଟଣା ଥାନାରେ ପହଞ୍ଚିଥିଲା । ବୋହୂ ବେଶରେ ଜଣେ ଯୁବତୀ ଓ ତାଙ୍କ ସହିତ ଯୁବକ ଥାନାରେ ପହଞ୍ଚିଥିଲେ । ସେଠାରେ ଯୁବକର ମା’ ପହଞ୍ଚି ଯୁବକଙ୍କୁ ଘର ବାହାରେ ରହିବାକୁ…
ଭୁବନେଶ୍ବର : ଚାରି କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ କୋଲକତା ଫେରନ୍ତା ରହିଛନ୍ତି । 119 ନମ୍ବର ଆକ୍ରାନ୍ତ ଜଣକ ଝାରସୁଗୁଡାର 18 ବର୍ଷୀୟା ଯୁବତୀ । ଯୁବତୀଙ୍କ ଘର ଝାରସୁଗୁଡା ବ୍ରଜରାଜନଗର ବ୍ଲକ ଚୁଡିଜାମ ଗ୍ରାମରେ । 18 ବର୍ଷୀୟା ଯୁବତୀ କୋଲକାତା ବଡବଜାର ଗସ୍ତ କରିଥିଲେ । କିଛି ଯାତ୍ରୀଙ୍କ ସହ ଏକ ଭଡା ଗାଡ଼ିରେ ଘରକୁ ଫେରିଥିଲେ । 23ରୁ 29 ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ ଯୁବତୀ । 29ରେ ପଜିଟିଭ୍ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । 120 ନମ୍ବର ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର 77 ବର୍ଷୀୟ ବୃଦ୍ଧ । 120 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ପଜିଟିଭ୍ଙ୍କ ନିକଟ ସମ୍ପର୍କୀୟ । 22 ମାର୍ଚ୍ଚ ଲକ୍ ଡାଉନ୍ ଯାଏଁ ଘରେ…
ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ତିନି ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ ପକ୍ଷରୁ ସୂଚନା ରହିଛି। ଏବେ ଯାଜପୁରରେ ସର୍ବମୋଟ୍ 22 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ତିନି ନୂଆ ଆକ୍ରାନ୍ତଙ୍କ ପରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 128ରେ ପହଞ୍ଚିଛି । ସେହିପରି ଏହି ଭୂତାଣୁ ସଂକ୍ରମଣରୁ ଭଲ ହୋଇଛନ୍ତି 39 ଜଣ । ଏବେ ସୁଦ୍ଧା ରାଜ୍ୟରେ 88ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ କରୁଥିବା କ୍ରାଇମ୍ ବ୍ରାଞ୍ଚ ଟିମ୍ର ଜଣେ ସଦସ୍ୟଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ କ୍ରାଇମ୍ବ୍ରାଞ୍ଚର ଟିମ୍ରେ ଜଣେ କନେଷ୍ଟବଳଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ରାଇମ୍ବ୍ରାଞ୍ଚ ଟିମ୍ର ଜଣେ ସଦସ୍ୟଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରାୟ 15 ଜଣ ପୋଲିସ୍ କର୍ମୀଙ୍କୁ କ୍ବାରେଣ୍ଟାଇନ କରାଯାଇଛି । ଏହି ଟିମ୍ ମରକଜର ଆଖପାଖ ଅଞ୍ଚଳକୁ 8ରୁ 10 ଥର ପରିଦର୍ଶନ କରିଛନ୍ତି । କିଛି ଦିନ ପୂର୍ବରୁ କ୍ରାଇମ୍ବ୍ରାଞ୍ଚର ଏହି ଟିମ୍ ମୌଲାନ୍ ସାଦଙ୍କ ଶାମଲୀସ୍ଥିତ ଫାର୍ମହାଉସ୍ରେ ଚଢାଉ କରିଥିଲେ । ତେବେ ଅନ୍ୟ ସମସ୍ତ ପୋଲିସ କର୍ମୀଙ୍କ ରିପୋର୍ଟ ଆସିନାହିଁ । ଏହି ଟିମ୍ରେ ଜଣକଠାରେ କରୋନା ପଜିଟିଭ୍ ଚିହ୍ନଟ…
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ସବୁ ବିଶ୍ବବିଦ୍ୟାଳୟର ଶିକ୍ଷାବର୍ଷକୁ ବଦଳାଇବାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି ୟୁଜିସି । ନୂଆ ଛାତ୍ରଛାତ୍ରୀଙ୍କ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ଶିକ୍ଷା ବର୍ଷ । ପୁରୁଣା ପିଲାଙ୍କ ପାଠପଢା ଅଗଷ୍ଟ ଆରମ୍ଭ ହୋଇପାରେ । ପରିସ୍ଥିତି ଅନୁଧ୍ୟାନ ଲାଗି ଗଠିତ କମିଟି ଆଧାରରେ ୟୁଜିସି ଯୋଜନା ପ୍ରସ୍ତୁତି କରୁଛି । ସେହିପରି ଏମ୍ଫିଲ୍ ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସକୁ ବଢାଯିବ ବୋଲି ସୂଚନା ରହିଛି । ଆସନ୍ତା ବର୍ଷ ମେ 26ରୁ ଜୁନ୍ 25 ମଧ୍ୟରେ ପରୀକ୍ଷା ହେବ । ଜୁଲାଇ 1 ତାରିଖରୁ 30 ଜୁଲାଇ ପର୍ଯ୍ୟନ୍ତ ଗ୍ରୀଷ୍ମକଳୀନ ଛୁଟି ରହିବ । ଆସନ୍ତା ଶିକ୍ଷା ବର୍ଷ ଅଗଷ୍ଟ 1 20201ରୁ ଆରମ୍ଭ ହେବା ନେଇ ୟୁଜିସି ସୂଚନା ଦେଇଛି । ସବୁ ବିଶ୍ବବିଦ୍ୟାଳୟରେ କୋଭିଡ୍ -19 ସେଲ୍ ଗଠନ ଲାଗି ୟୁଜିସି ନିର୍ଦ୍ଦେଶ ଦେଇଛି । କୋଭିଡ୍…
ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 24 ତାରିଖରୁ 21 ଦିନ ପାଇଁ ଲକ୍ ଡାଉନ୍ ଜାରି କରାଯାଇଥିବାବେଳେ ପୁନର୍ବାର ଏପ୍ରିଲ୍ 15ରୁ ମେ’ ତିନି ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି। ଲକ୍ ଡାଉନ୍ ସରିବାକୁ ଆଉ ମାତ୍ର ଚାରି ଦିନ ରହିଥିବାବେଳେ ପୁନର୍ବାର ଲକ୍ ଡାଉନ୍ ବଢିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଗୃହମନ୍ତ୍ରାଳୟ କୋଭିଡ୍ 19 ପାଇଁ ନୂତନ ଗାଇଡ ଲାଇନ ଜାରି କରିବେ ବୋଲି ସୂଚନା ଦେଇଛନ୍ତି । କରୋନା ମୁକାବିଲା ଲାଗି ଆସିବ କୋଭିଡ୍ 19 ନୂଆ ଗାଇଡ ଲାଇନ୍ । ମେ 4ରୁ ଏହି ନୂଆ ଗାଇଡ ଲାଇନ ଜାରି ହେବ। ଏହି ନୂଆ ଗାଇଡ ଲାଇନ୍ରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବାବେଳେ ଏହି ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି। ଅନେକ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଏହି ଲକ୍ ଡାଉନ୍ ସମୟରେ ଅସହାୟ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ତଥା ବହୁ ବଦାନ୍ୟ ବ୍ୟକ୍ତିମାନେ ଏନେଇ ଏବେ ସାହାଯ୍ୟର ହାତ ବଢାଇଛନ୍ତି। ଏହି କ୍ରମରେ ବାଣପୁର ଅଞ୍ଚଳରେ ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ମହିଳା ସଦସ୍ୟାମାନେ ଅସହାୟ ପରିବାରଙ୍କୁ ସହାୟତା କରିଛନ୍ତି। ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ରହିଥିବା ପ୍ରାୟ ୨୨ଟି ପରିବାରର ଗରିବ ଲୋକଙ୍କୁ ସହାୟତା କରିଛନ୍ତି ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟାମାନେ। ଲକ୍ଡାଉନ୍ ସମୟରେ ଖାଇବାକୁ ପାଉନଥିବା ପରିବାରଙ୍କ ପ୍ରତି ସହାୟତାର ହାତ ବଢାଇଛି ଏହି ସଙ୍ଗଠନ। ସଙ୍ଗଠନ ପକ୍ଷରୁ ଚାଉଳ, ଡାଲି, ଖାଇବା ତେଲ, ପରିବା ଏବଂ ବିସ୍କୁଟ ପ୍ୟାକିଂ କରାଯାଇ ଅସହାୟ ପରିବାରଙ୍କ ମଧ୍ୟରେ…
ଭୁବନେଶ୍ବର : କରୋନା ପାଇଁ ହ୍ବାଟସ୍ ଆପ୍ ମାଧ୍ୟମରେ ସ୍କୁଲ ପିଲାଙ୍କୁ ପଢାଯିବ ପାଠ । ‘ଓଡ଼ିଶା ଶିକ୍ଷା ସଂଯୋଗ’ ମାଧ୍ୟମରେ ହ୍ବାଟସ୍ ଆପ୍ରେ ପାଠ ପଢାଯିବ । ଦ୍ବିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଡିଇଓଙ୍କ ଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ଗ୍ରୁଫ୍ ଗଠନ କରି ପାଠ ପଢାଯିବ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର ପିଡିଏଫ୍ ପିଲାଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ । ଏହି କାର୍ଯ୍ୟକ୍ରମ ମେ’ 4ରୁ ଜୁନ୍ 13 ପର୍ଯ୍ୟନ୍ତ ମୋଟ୍ 6 ସପ୍ତାହ ଚାଲିବ । ପ୍ରତିଦିନ 45 ମିନିଟ୍ରୁ 1 ଘଣ୍ଟା ଅବଧିର 4ଟି ପିରିୟଡ ରହିବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ । କରୋନା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ 17 ପର୍ଯ୍ୟନ୍ତ ବନ୍ଦ…
ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ଫସି ରହିଛନ୍ତି । ସେଠାରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ଲୋକ ଲୁଚିଛପି ଆସୁଥିବାବେଳେ କେହି କେହି ସରକାରଙ୍କ ନିକଟରେ ଅନୁରୋଧ ମଧ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟମାନେ ଫସି ରହିଥିବା ଲୋକମାନଙ୍କ ପାଇଁ ବସ୍ ସୁବିଧା କରାଉଛନ୍ତି । ତେବେ ଲକ୍ ଡାଉନ୍ ଯୋଗୁଁ ଫସିଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର। ଶ୍ରମିକ, ତୀର୍ଥଯାତ୍ରୀ, ବିଦ୍ୟାର୍ଥୀଙ୍କୁ ଫେରିବାକୁ ଅନୁମତି ଦେଲା କେନ୍ଦ୍ର। ଏ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସର୍ତ୍ତମୂଳକ ଅନୁମତି ସହ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଫସିଥିବା ଲୋକଙ୍କ ପାଇଁ ରାଜ୍ୟମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଉଭୟ ରାଜ୍ୟର ନୋଡାଲ ଅଧିକାରୀଙ୍କ ସମନ୍ବୟରେ ଲୋକମାନେ ଯିବେ। ଗୋଷ୍ଠୀଗତ ଭାବେ ଲୋକେ ଯିବାକୁ ଚାହିଁଲେ, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ କଥା ହେବେ। ପାରସ୍ପରିକ…
ଭୁବନେଶ୍ବର : ଭୁବନେଶ୍ବରରୁ ଠାବ ହୋଇଥିବା 119 ନମ୍ବର ଆକ୍ରାନ୍ତଙ୍କ ବିଷୟରେ ରୋଚକ ତଥ୍ୟ ଜାଣିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ନେଗେଟିଭ୍ ଥିଲେ, ପରେ ପଜିଟିଭ୍ ମିଳିଥିଲା । 119 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । 41 ନମ୍ବର ଚିହ୍ନଟ ପରେ ଏହି ବ୍ୟକ୍ତିଙ୍କର ସାମ୍ପଲ୍ ନିଆଯାଇଥିଲା । ସାମ୍ପଲ୍ ଟେଷ୍ଟ ପରେ ନେଗେଟିଭ୍ ଆସିଥିଲା, ସେ ଘରେ ରହିଥିଲେ । ପରେ ଥଣ୍ଡା, କାଶ ହେବାରୁ 104କୁ ଫୋନ୍ କରିଥିଲେ । ପୁନଃ ତାଙ୍କର ସାମ୍ପଲ୍ ନିଆଯାଇଥିଲା । ଏବେ ସାମ୍ପଲ୍ ପରୀକ୍ଷଣ ପରେ ତାଙ୍କଠାରେ ପଜିଟିଭ୍ ଥିବାର ଜଣାପଡିଥିଲା। ତେବେ ପ୍ରଥମେ ନେଗେଟିଭ୍ ଓ ପରେ ପଜିଟିଭ୍ ଆସିବା ନେଇ ଉତ୍ତର ରଖିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍ । ଶରୀରରେ ଭାଇରାଲ୍ ଲୋଡ୍ ନଥିଲେ ନମୁନା ପଜିଟିଭ୍ ଆସିବ ନାହିଁ । ପୂର୍ବ ଟେଷ୍ଟ ବେଳେ ତାଙ୍କର…
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଏଠାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରର ୟବତମାଲରେ ପ୍ରତ୍ୟେକ ଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏଠାରେ ପାଓ୍ବାରାପୁରା ଅଞ୍ଚଳରେ ହ୍ୟାଣ୍ଡପମ୍ପ୍ ଓ ଜଣେ ରୋଷଇ କରୁଥିବା ମହିଳାଙ୍କ କାରଣରୁ ସେଠାରେ ସଂକ୍ରମଣ ବ୍ୟାପକ ଭାବରେ ବଢିଛି । ଏହି ଅଞ୍ଚଳରେ ପ୍ରାୟ 60 ଲୋକ ହ୍ୟାଣ୍ଡପମ୍ପ୍ ଓ ମହିଳା ରୋଷୟାଙ୍କଠାରୁ ସଂକ୍ରମିତ ହୋଇଛନ୍ତି ।ୟବତମାଲ୍ ଜିଲ୍ଲାରେ ମୋଟ୍ 84 ଜଣ ସଂକ୍ରମିତ ରହିଛନ୍ତି। ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସମେତ 305 ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍ ବୋର୍ଡରେ ରଖାଯାଇଛି। ଏଥିରେ ଅଧିକାଂଶ ପାଓ୍ବାରପୁରା ଓ ଇନ୍ଦିରା ନଗରର ଅଞ୍ଚଳର ବୋଲି ଜଣାପଡିଛି । ଏହି ଅଞ୍ଚଳଟି କରୋନା ହଟସ୍ପଟ୍ ଅଞ୍ଚଳ ରୂପେ ଚିହ୍ନଟ ହୋଇଛି । ଏହି ଅଞ୍ଚଳରୁ 60 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଶାସନ…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀମତୀ ଶାଲିନୀ ପଣ୍ଡିତ ଏବଂ ଡିଏମ୍ଇଟି ଡକଫର ପ୍ରଫେସର ସି.ବି.କେ. ମହାନ୍ତି ଆଜି ଅପରାହ@ରେ ଗଣମାଧ୍ୟମକୁ ଯାହା ସୂଚନା ଦେଇଛନ୍ତି ତାହା ହେଲା.. 1-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି କୋଭିଡ୍-୧୯ ପରିସ୍ଥିତି ଆମ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିଛି। ପ୍ରଥମେ ଆମ ପାଇଁ ଚାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ଯତ୍ନ ନେବା। ବିଦେଶ ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ହେତୁ ପରିସ୍ଥିତି ଭଲ…

