ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ସିଲ୍ କରାଯିବା ସହ ସମସ୍ତ ସରପଞ୍ଚମାନଙ୍କୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ଦେବା ସହିତ ସେମାନଙ୍କୁ ୧୪ ଦିନପାଇଁ କ୍ବାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ କେତେକ ସ୍ଥାନରେ ଏହାକୁ ନ ମାନି କିଛି ଲୋକେ ଲୁଚିଛପି ଆସୁଥିବାବେଳେ ବାଣପୁରର ଜଣେ ଯୁବକ ଏନେଇ ଏକ ଉଦାହରଣ ସୃଷ୍ଟିକରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଗୋଆରୁଏକ ମାଲବାହୀ ଗାଡ଼ି ଯୋଗେ ବାଣପୁରରେ ପହଞ୍ଚି ସରକାରୀଙ୍କ ନିର୍ଦ୍ଦେଶ ମୁତାବକ କ୍ବାରେଣ୍ଟାଇନରେ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ବିରଞ୍ଚି ହୋତା। ତାଙ୍କ ଘର ବାଣପୁର ଏନ୍ଏସିର ଗୋପାଳପୁର ଶାସନ ଗ୍ରାମରେ। ସେ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 122ରେ ପହଞ୍ଚିଛି । ଏହା ସହିତ 3ଟି ନୂତନ ଜିଲ୍ଲାରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳର 60 ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ସେହିପରି ବାସୁଦେବପୁର ଅନ୍ତର୍ଗତ ଦେବଗଡର 34 ବର୍ଷୀୟ ଯୁବକ ଏବଂ ବ୍ରଜରାଜନଗରର 18 ବର୍ଷୀୟା ଯୁବତୀ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । 3 ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଆଜି ସକାଳେ ମଧୁସୂଦନ ନଗରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ…
ମୁମ୍ବାଇ : ବଲିଉଡ୍ର ଅନ୍ୟତମ ପ୍ରତିଭାବାନ କଳାକାର ଇର୍ଫାନ୍ ଖାନ୍ଙ୍କ ପରଲୋକ ଘଟିଛି । ବ୍ରେନ୍ କ୍ୟାନ୍ସରରେ ପୀଡିତ ଇର୍ଫାନ୍ ବିଗତ ଦୁଇ ଦିନ ହେବ କୋଲୋନ୍ ସଂକ୍ରମଣ କାରଣରୁ କୋକିଳା ବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ଇର୍ଫାନଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ଇର୍ଫାନ୍ଙ୍କ ମୃତ୍ୟୁରେ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନେକ ବଲିଉଡ୍ ତାରକା ଶୋକ ବ୍ୟକ୍ତ କରିଛନ୍ତି । ତିଗ୍ମାଂଶୁ ଧୂଲିଆଙ୍କ ହାସିଲ୍ ଫିଲ୍ମରୁ 2004 ମସିହାରେ ଇର୍ଫାନ୍ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି 25ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଇର୍ଫାନ୍ 2013 ମସିହାରେ ପାନ୍ ସିଂ ତୋମାର୍ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ । ଇର୍ଫାନ ଶେଷଥର ପାଇଁ ହୋମି ଅଦଜାନିଆଙ୍କ ଅଙ୍ଗ୍ରେଜୀ ମିଡିୟମ୍ରେ ନଜର ଆସିଥିଲେ । ଗୋଟିଏ ଜାତୀୟ ପୁରସ୍କାର…
ତେଲେଙ୍ଗାନା : ତେଲେଙ୍ଗାନାଠାରେ କରୋନା ଭାଇରସ୍ର ସନ୍ଦେହ ଓ ଲକ୍ଡାଉନ୍ର ଶକ୍ତ ନିୟମ ଯୋଗୁଁ ଜଣେ ମହିଳା ଓ ତାଙ୍କ ନବଜାତଙ୍କ ମୃତ୍ୟୁ ହୋଇଛି । ଏହିପରି ଏକ ଘଟଣା ଘଟିଛି ଗଡଓ୍ବାଲ ଜିଲ୍ଲାରେ । ଏହି ଜିଲ୍ଲାରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କର ନବଜାତ ମଧ୍ୟ ନିଃଶ୍ବାସ ନେଇ ନପାରିବରୁ ମୃତ୍ୟୁବରଣ କରିଛି । କିନ୍ତୁ ମହିଳା ଓ ନବଜାତ ଚିକିତ୍ସା ପାଇଁ ତିନିଦିନ ପର୍ଯ୍ୟନ୍ତ ଗୋଟେ ହସ୍ପିଟାଲରୁ ଆଉ ଗୋଟେ ହସ୍ପିଟାଲକୁ ଦୌଡିଥିଲେ । ହାଇଦ୍ରାବାଦସ୍ଥିତ ପଟେଲା ବୁର୍ଜ ହସ୍ପିଟାଲ ପହଞ୍ଚିବା ପାଇଁ ସେ 200 କିଲୋମିଟରର ଯାତ୍ରା ନିର୍ଣ୍ଣୟ କରିଥିଲେ । ମହିଳାଙ୍କ ସ୍ବାମୀଙ୍କ କହିବାନୁସାରେ ତାଙ୍କ ସ୍ତ୍ରୀ ଏପ୍ରିଲ୍ 24 ତାରିଖରେ ପ୍ରସବ ପୀଡ଼ା ଅନୁଭବ କରିଥିଲେ । ତାଙ୍କ ଡେଲିଭରୀ କରାଇବା ପାଇଁ ତାଙ୍କୁ ଗଡଓ୍ବାଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…
ନୂଆଦିଲ୍ଲୀ, ଆଜି ମହାକାଶ ଜଗତରେ ଦେଖା ଯିବ ଏକ ଭିନ୍ନ ଦୃଶ୍ୟ। ତାହା ହେଉଛି ପୃଥିବୀ ନିକଟ ଦେଇ ଆଜି ଅତିକ୍ରମ କରିବ ଏକ ବିରାଟକାୟ ଗ୍ରହାଣୁ। ଯାହାକୁ ସାଧାରଣ ଭାଷାରେ କୁହାଯିବ ‘ମହାକାଶ ପଥର’ ବା ପାହାଡ। ଏହା ଏମିତି ସେମିତ ନୁହେଁ, ପ୍ରାୟ 4 କିଲୋମିଟର ଓସାରର ପଥର ବା ଗ୍ରହାଣୁ। ଏହାର ନାମ ହେଉଛି ଗ୍ରହାଣୁ 52768 1998 OR2। ହେଲେ ଏହା ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି। ଏହି ବିରାଟକାୟ ଗ୍ରହାଣୁ ଗତ ବୁଧୁବାର ଦିନ ଟେଲିସ୍କୋପରେ ଧରାପଡିଥିଲା। ପ୍ରଥମେ ମହାକାଶ ଗବେଷକମାନେ ଭୟଭିତ ହୋଇପଡିଥିଲେ। ହେଲେ ଏହା ରାଡରକୁ ଆସିବା ପରେ ତାହାର ଗତିବିଧି ଉପରେ ନଜର ରଖାଗଲା। ଏହାପରେ ଜଣାପଡିଲା ଯେ, ଏହି ବିରାଟକାୟ ପଥର ପୃଥିବୀ ନିକଟରେ ଗତି କରିବ ନାହିଁ। ପୃଥିବୀଠାରୁ ପ୍ରାୟ 60 ଲକ୍ଷ କିଲୋମିଟର ଦୂରରେ ଯିବ। ଅର୍ଥାତ…
ବଲାଙ୍ଗିର : ପାଟଣାଗଡରେ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍ । ବ୍ରିଜ୍ ଭୁଶୁଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡିଛି । ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ଏହି ବ୍ରିଜ୍ଟି ଭୁଶୁଡିଲା । ପୂର୍ବରୁ ନିମ୍ନମାନର କାମ ନେଇ ଖବର ପ୍ରକାଶିତ ହୋଇଥିଲା । 2015 ମସିହାରେ ଶୁକତେଲ ନଦୀ ଉପରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି । ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର 6 ଟି ଗ୍ରାମର ଲୋକେ ଏହି ବ୍ରିଜ୍ ଉପରେ ନିର୍ଭର କରନ୍ତି ।
ଉତ୍ତରାଖଣ୍ଡ : ଆଜି ସକାଳେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଖୋଲାଯାଇଛି । କରୋନା ମହମାରୀ ମଧ୍ୟରେ ବିନା ଭକ୍ତଙ୍କ ଭିଡରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି । ଆଜି ସକାଳ 6ଟା 10 ମିନିଟ୍ରେ ଭଗବାନ ଶ୍ରୀ କେଦାରନାଥଙ୍କ ମନ୍ଦିର ଖୋଲା ଯାଇଛି । 6 ମାସ ପାଇଁ କେଦାରନାଥ ମନ୍ଦିରକୁ ବିଶ୍ବର ସୁଖ, ସମୃଦ୍ଧି ଓ ଆରୋଗ୍ୟତା କାମନା ଉଦ୍ଦେଶ୍ୟରେ ଖୋଲା ଯାଇଛି । ବିଶ୍ବ ଓ ରାଷ୍ଟ୍ରର କଲ୍ୟାଣ ନିମେନ୍ତ ଭଗବାନ କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ସମ୍ପନ୍ନ କରାଯାଇଛି । ଲକ୍ ଡାଉନ୍ କାରଣରୁ ଆଜି କେଦାରନାଥଙ୍କ ପ୍ରଥମ ପୂଜା ଅବସରରେ ମୁଖ୍ୟ ପୂଜାରୀଙ୍କ ସମେତ ମାତ୍ର 16 ଜଣ ଲୋକ ସାମିଲ୍ ହୋଇଥିଲେ । ସାଧାରଣତଃ କେଦାରନାଥଙ୍କ ମନ୍ଦିର ଖୋଲା ହେବା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥା’ନ୍ତି । କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ମନ୍ଦିର ଦର୍ଶନର ଅନୁମତି…
ତାମିଲନାଡୁ : ଦେଶରେ କରୋନା ସ୍ଥିତି ବେଶ୍ ଜଟିଳ ରହିଛି । କରୋନା ଭାଇରସ୍କୁ ନେଇ ତାମିଲନାଡୁର ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ଏଠାରେ 12 ବର୍ଷରୁ କମ୍ 121 ପିଲାଙ୍କଠାରେ କରୋନା ପଜିଟିଭ୍ ମିଳିଛି । ଏବେ ତାମିଲନାଡୁରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2058 ରହିଛି । ସେହିପରି ରାଜ୍ୟର ରାଜଧାନୀ ଚେନ୍ନାଇରେ କରୋନା ଜନିତ 103ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ କରେନା ମାମଲା 673କୁ ବୃଦ୍ଧି ହୋଇଛି । ସେହିପରି ତାମିଲନାଡୁରେ ଏପର୍ଯ୍ୟନ୍ତ 25 ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ରାଜ୍ୟର ଜିଲ୍ଲାକୁ ଭିନ୍ନ ଭିନ୍ନ ଜୋନ୍ରେ ବାଣ୍ଟିଛନ୍ତି । ଏହି ରାଜ୍ୟରେ କୃଷ୍ଣିଗିରି ଗତ 28 ଦିନଧରି ଗ୍ରୀନ୍ ଜୋନ୍ରେ ରହିଛି । ସେହିପରି ରାଜ୍ୟରେ 15ଟି ଅରେଞ୍ଜ ଜୋନ୍ ରହିଛି, ଯେଉଁଠାରେ 15ରୁ କମ୍ ମାମଲା ରହିଛି । ଅନ୍ୟ 29 ଜିଲ୍ଲା…
କଟକ, ବର୍ତ୍ତମାନ ସାରା ବିଶ୍ବ ଲକଡାଉନରେ। ଏପରି ପରିସ୍ଥିତିରେ ଆବଶ୍ୟକ ନ ଥିଲେ କେହି ଘରୁ ବାହରନ୍ତୁ ନାହିଁ ବୋଲି କଟକଣା ଜାରୀ କରାଯାଇଛି। ତଥାପି କେତେକ ଅମାନିଆ ଘରୁ ବାହାରି ବାଇକ ଧରି ବୁଲିବାରେ ଲାଗିଛନ୍ତି। ସେହିମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅନେକ ଖାତିର କରୁ ନାହିଁନ୍ତି। ଫଳରେ ପୋଲିସ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସେହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସ ତରଫରୁ ବିଭିନ୍ନ ରାସ୍ତାରେ ଅମାନିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କୁ ସାବାଡ କରାଯାଉଛି। ଲକଡାଉନ ସମୟରେ କଟକ ପୋଲିସ ଗତକାଲି ଗୋଟିଏ ଦିନରେ ପ୍ରାୟ 4 ଶହ 48 ଖଣ୍ଡ ବାଇକ ଜବତ କରିଛି। ସେହିପରି ମାସ୍କ ପିନ୍ଧି ନ ଥିବାରୁ 121 ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଜଣଙ୍କ ବିରୋଧରେ ମାମାଲ ମଧ୍ୟ ଋଜୁ କରାଯାଇଛି। ଏହି କଟକଣା ଆହୁରି ଦୃଢ…
ନୂଆଦିଲ୍ଲୀ : ବିଶ୍ବ ମହାମାରୀ କରୋନା ଜାନୁଆରୀ 30ରେ କରୋନାର ପ୍ରଥମ ମାମଲା କେରଳରେ ଦେଖିବାକୁ ମିଳିଥିଲା । ଏହାପରେ କରୋନା ମହାମାରୀ ରୂପ ନେଇ 31 ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଟପିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 31 ହଜାରୁ 3332 ଜଣ ସଂକ୍ରମିତ ହୋଇଥିବାବେଳେ 1007ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 7 ହଜାର 696ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ 73 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ଏହା ପଛକୁ ରହିଛି ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଳୀ ପ୍ରମୁଖ । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଯୋଗୁଁ 400 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 120, ଗୁଜୁରାଟରେ 181,…
କେଦାର ମିଶ୍ର ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କାଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା। ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି…
ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ବରରୁ ଜଣେ ରୋଗୀ ସୁସ୍ଥ ହୋଇଥିବାବେଳେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 119ରେ ପହଞ୍ଚିଲା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 77 ବର୍ଷ ହୋଇଥିବାବେଳ ସେ ଆକ୍ରାନ୍ତ ନମ୍ବର 41ଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ 47ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ 26 ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି। ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 2421ଟି ସାମ୍ପଲ୍ ଟେଷ୍ଟ ହୋଇଛି। ଏଯାବତ୍ ମୋଟ 29 ହଜାର 108ଟି ନମୁନା ପରୀକ୍ଷା ହୋଇଛି।
ନୂଆଦିଲ୍ଲୀ: ଓ୍ବାର୍କ ଫ୍ରମ୍ ହୋମ୍ର ଅବଧିକୁ ଜୁଲାଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍ ପାଇଁ ଘରେ ରହି କାମ କରିବା ପାଇଁ ରହିଥିବା କୋହଳ ଅବଧିକୁ ବଢାଯାଇଛି । ପୂର୍ବରୁ ଏହାର ଅବଧି ଏପ୍ରିଲ୍ 30 ପର୍ଯ୍ୟନ୍ତ ରହିଥିଲା । କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ 85ପ୍ରତିଶତରୁ ଅଧିକ ଆଇଟି ସେକ୍ଟରର କାର୍ଯ୍ୟ ଘରେ ରହି କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ସ୍ୱାଭିମାନର ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ଏବଂ ରାଜ୍ୟର ପ୍ରଗତିରେ ତାଙ୍କ ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ରହିବ ବୋଲି ସେ କହିଛନ୍ତି।…
ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆନ୍ଧ୍ର ରାଜଭବନର ଚାରିଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟପାଳଙ୍କ ନମୁନା ନିଆଯାଇଥିଲା । ଚାରି ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ରାଜଭବନ ମେଡିକାଲର ଜଣେ ଷ୍ଟାଫ ନର୍ସ, ଜଣେ ହାଉସ୍ କିପିଂ ଷ୍ଟାଫ ଓ ରୋଷେୟା ରହିଛନ୍ତି । ତେବେ ଏହି ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବାର ସୂଚନା ରହିଥିଲା । ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଜିଟିଭ୍ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଥିଲା । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ…
କଙ୍କଡାହାଡ, ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି। ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଂଜୟ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର…
ଭୁବନେଶ୍ବର : ରାଜଧାନୀ ବାସୀଙ୍କ ପାଇଁ ଲକ୍ ଡାଉନ୍ରେ କିଛି ନିୟମ କୋହଳ କରାଗଲା । କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବ ସେନେଇ ବିଏମ୍ସି ପକ୍ଷରୁ ତାଲିକା ପ୍ରସ୍ତୁତି କରାଯାଇଛି । ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସହ ଆଉ କିଛି ସେବାକୁ ଯୋଡା ଯୋଇଛି । ଭୁବନେଶ୍ବରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ବିଏମସି ତରଫରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ସମସ୍ତ ମାର୍କେଟ୍ କମ୍ପ୍ଲେକ୍ସ- ମଲ୍ଟି ଓ ସିଙ୍ଗଲ୍ ବ୍ରାଣ୍ଡ ବନ୍ଦ ରହିବ ବୋଲି ସୂଚନା ରହିଛି । ଜିମ୍ନାସିୟମ୍, ପାର୍ଲର୍, ସେଲୁନ୍, ସ୍ପା, ବିୟୁଟି ପାର୍ଲର, ମସାଜ୍ ସେଣ୍ଟର ମଧ୍ୟ ବନ୍ଦ ରହିବ । ଚା’ କଫି, ପାନ, ଫାଷ୍ଟ ଫୁଡ୍, ଟିଫିନ୍, ଫଳ ରସ ବିକ୍ରି ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଗ୍ରୋସରୀ, ଫଳ, ପନିପରିବା, ମାଛ, ମାଂସ, କ୍ଷୀର ଦୋକାନ ଆଦି ଖୋଲିବ ବୋଲି ସୂଚନା…
ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ଯୋଜନାକୁ ସୁଚାରୁ ରୂପେ ଚଳାଇବା ଲାଗି ରୋଷେଇ ଖର୍ଚ୍ଚରେ ବାର୍ଷିକ କେନ୍ଦ୍ରୀୟ ଆବଣ୍ଟନ ପରିମାଣ ବୃଦ୍ଧି କରିବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଯୋଜନାରେ କେନ୍ଦ୍ରୀୟ ଆବଣ୍ଟନ ପରିମାଣକୁ ପୂର୍ବର 7,300 କୋଟି ଟଙ୍କାରୁ 8,100 କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଅର୍ଥାତ ଏଥିରେ 10.99 % ବୃଦ୍ଧି ହୋଇଥିବା ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଖର୍ଚ୍ଚରେ ଡାଲି, ପରିବା, ତେଲ, ମସଲା ଓ ଇନ୍ଧନ ଆଦି ସାମିଲ ରହିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖି ଆଗରେ ରଖି ଲକଡାଉନ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ରାସନ…
ମୁମ୍ବାଇ :ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଭିନେତାଙ୍କର ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଇରଫାନ୍ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଇରଫାନ୍ କୋଲନ୍ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ଶନିବାର ଦିନ ଇରଫାନ୍ଙ୍କ ମା’ ସଇଦା ବେଗମଙ୍କ ନିଧନ ହୋଇଛି । ଇରଫାନ୍ ଭିଡିଓ କଲ୍ ଜରିଆରେ ତାଙ୍କୁ ଅନ୍ତିମ ଥର ପାଇଁ ଦେଖିଥିଲେ । ଲକ୍ ଡାଉନ୍ ଓ ଅସୁସ୍ଥତା ପାଇଁ ମା’ଙ୍କ ଶେଷ ଦର୍ଶନରେ ଯୋଗ ଦେଇପାରିନଥିଲେ । ଦୁଇ ବର୍ଷ ପୂର୍ବେ ମାର୍ଚ୍ଚ 2018ରେ ଇରଫାନ୍ଙ୍କୁ ନିଜ ବେମାରୀ ସମ୍ପର୍କରେ ସୂଚନା ମିଳିଥିଲା । ଇରଫାନ୍ଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର୍ ହୋଇଥିଲା । ପ୍ରାୟ ଏକ ବର୍ଷ ଲଣ୍ଡନରେ ରହି ଚିକିତ୍ସିତ ହେବା ପରେ…
ନୂଆଦିଲ୍ଲୀ, ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ। କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟ୍ୱିଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ତ୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ । ବ୍ୟାଙ୍କିଂ ସୁବିଧା ଥିବା ସିଏସି ଗୁଡିକ ନିଜ…
ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିଥିବାରୁ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନା ସଂକ୍ରମଣକୁ ଧାର୍ମିକ ରଙ୍ଗ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନଡ୍ଡା । ପୂର୍ବରୁ ୟୁପି ବିଜେପି ପ୍ରଦେଶର ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ତିଓ୍ବାରୀଙ୍କ ଏହି ବୟାନ ପାଇଁ ତାଙ୍କୁ କାରଣ ନୋଟିସ୍ ଜାରି କରିଥିଲେ । ଏହି ନୋଟିସ୍ରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଆଚରଣ ବିରୋଧରେ ଆପଣଙ୍କ ଦ୍ବାରା ସାର୍ବଜନିକ ରୂପରେ ବକ୍ତବ୍ୟ ଦେଇଥିବାର ଅଭିଯୋଗ ପ୍ରାପ୍ତ ହୋଇଛି । ଯାହାକୁ ଦଳକୁ ଗମ୍ଭୀରତା ସହ ନେଇଛି। ଏହା ସହିତ ତିଓ୍ବାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି…

