Author: Samikhsya Bureau

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି। ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ। ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-19 ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ। ଏହି…

Read More

ନୂଆଦିଲ୍ଲୀ, କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯିବ । ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତି ପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ/କର୍ମଚାରୀଙ୍କୁ ମଧ୍ୟ ମିଳିବ । ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀ ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇବେ । କରୋନା ମହାମାରୀ ସମୟରେ ବନ୍ଦର କର୍ମଚାରୀ ଓ ଶ୍ରମିକମାନେ ବିପଦକୁ ଖାତିର ନ’କରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ସେମାନଙ୍କର ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଏହି କ୍ଷତି ପୂରଣ/ଅନୁକମ୍ପାମୂଳକ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । କୌଣସି କର୍ମଚାରୀ ଶ୍ରମିକ ଯଦି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ…

Read More

ନୂଆଦିଲ୍ଲୀ :ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ବିଭିନ୍ନ ରାଜ୍ୟରେ ଶିକ୍ଷାମନ୍ତ୍ରୀମାନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପୋଖରିଆଲ ନିଶଙ୍କ ଭିଡିସ କନଫରେନ୍ସିଂରେ ଆଲୋଚନା କରିଥିଲେ । ଟୁଇଟ୍‌ ଜରିଆରେ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଖରିୟାଲ୍‌ । ଏହି ଭିଡିଓ କନଫରେନ୍ସିଂ ରେ ଭାଗ ନେଇଥିଲେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ଆଲୋଚନାରେ ପିଲାଙ୍କ ଇ-ଲର୍ଣ୍ଣିଂ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ତିନି ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ବେଳେ ସେହିପରି ସିବିଏସଇ ଗାଇଡ୍‌ଲାଇନ ଅନୁଯାୟୀ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସମୀର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଲକ୍ ଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜୁନ୍‌ 17…

Read More

ଭୁବନେଶ୍ବର : ଓଡ଼ିଶାକୁ ଏବେ ସୁପରସ୍ପ୍ରେଡର ଚିନ୍ତା ଘାରିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସର୍ବମୋଟ୍‌ 118 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 38ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ତେବେ ରାଜ୍ୟରେ ଚିନ୍ତା ବଢାଇଛି ସୁପର ସ୍ପ୍ରେଡର୍‌ । ଆଜି 5 କରୋନା ଆକ୍ରାନ୍ତଙ୍କ ତଥ୍ୟରୁ ସୁପର ସ୍ପ୍ରେଡରକୁ ନେଇ ଚିନ୍ତା ବଢିଛି । ଆଉ 5 କରୋନା ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି ଦେଇଛନ୍ତି ସରକାର । କେସ୍‌ ନମ୍ବର 104, 105, 106,107,108ଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳର। ଏହି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ମହିଳା ଥିବାବେଳେ ଜଣେ ଯୁବକ ରହିଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ 22, 55,23,29 ହୋଇଥିବାବେଳେ ଯୁବକଙ୍କ ବୟସ 27 ବର୍ଷ । ସମସ୍ତ…

Read More

ମୁମ୍ବାଇ : ଭାରତୀୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ନିଜ ବ୍ୟାଟିଂର ଏକ ଭିଡିଓ ସେୟାର କରିଛନ୍ତି । ଯୁବରାଜ ସିଂଙ୍କ ଅନୁରୋଧରେ ବୁମ୍‌ରା ଏହି ଭିଡିଓଟିକୁ ପୋଷ୍ଟ କରିଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଉଭୟଙ୍କ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ଚାଟ୍‌ ସମୟରେ ଯୁବରାଜ ବୁମ୍‌ରାଙ୍କ ବ୍ୟାଟିଂର ମଜାକ୍‌ ଉଡାଇଥିଲେ । ଗୋଆ ବିପକ୍ଷ ଏକ ରଣଜୀ ଟ୍ରଫି ମ୍ୟାଚ୍‌ରେ ବୁମ୍‌ରା 20 ବଲ୍‌ରୁ 42 ରନ୍‌ ସଂଗ୍ରହ କରିଥିଲେ । blob:https://www.facebook.com/f79ecf56-3e73-46ce-a97e-f2d7c2b93805 ଉଲ୍ଲେଖଯୋଗ୍ୟ ଯେ, ଦିନିକିଆ ଏବଂ ଟେଷ୍ଟରେ 10 ବୁମ୍‌ରାଙ୍କ ସର୍ବାଧିକ ସ୍କୋର ହୋଇଥିବା ବେଳେ ଆଇପିଏଲ୍‌ରେ ତାଙ୍କର ସର୍ବାଧିକ ସ୍କୋର 16 ରନ୍‌ ରହିଛି । ଭିଡିଓଟିକୁ ସେୟାର କରିବା ସହିତ ଯୁବରାଜଙ୍କ ଅନୁରୋଧରେ ଭିଡିଟିକୁ ସେୟାର କରୁଥିବା ଲେଖିଛନ୍ତି ବୁମ୍‌ରା ।

Read More

ଇରାନ୍: ସାରା ବିଶ୍ବରେ କରୋନା ଭାଇରସ୍‌ ହଇଚଇ ସୃଷ୍ଟି ହୋଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଯିଏ ଯେଉଁ ଔଷଧ ଦେଉଛି ତାକୁ ତୁରନ୍ତ ଲୋକମାନେ ବ୍ୟବହାର କରି ଦେଉଛନ୍ତି। ଏମିତି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ରୁ ଅଧିକ ମୃତ୍ୟୁ ହୋଇଛି। ସେଠାରେ ମିଥାନୋଲ୍‌ ପିଇବା ଦ୍ବାରା କରୋନା ବ୍ୟାପିବ ନାହିଁ ବୋଲି ଏକ ଗୁଜବ ବ୍ୟାପିଥିଲା। ଏହି ଗୁଜବକୁ ବିଶ୍ବାସ କରି ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଲୋକେ ବିଷାକ୍ତ ମିଥାନୋଲ୍‌ ପିଇଦେଇଛନ୍ତି। ଏହା ଫଳରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ଏପ୍ରିଲରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁଯାୟୀ,  ଇରାନରେ କରୋନା ମୃତ୍ୟୁଠାରୁ ଗତ ବର୍ଷ ତୁଳନାରେ ଦଶଗୁଣ ଅଧିକ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ଫେବୃଆରୀ ୨୦ ତାରିଖରୁ ଏପ୍ରିଲ୍‌ ସାତ ତାରିଖ ଭିତରେ ୭୨୮ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ପ୍ରାୟ ୪୦ ଟି ମଦ…

Read More

ଚଣ୍ଡୀଗଡ : ହରିୟାଣାରେ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ୍‌ 30 ଜଣଙ୍କୁ ଗିରଫ କରିଛି । ଅମ୍ବାଲା ନିକଟସ୍ଥ ଚାନ୍ଦପୁରା ଗ୍ରାମରେ ଏହି ଘଟଣା ଘଟିଛି । ଚାନ୍ଦପୁରାରେ ଜଣେ ମହିଳା କୋଭିଡ୍‌-19ରେ ପ୍ରାଣ ହରାଇଥିବା ବେଳେ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଦାବି କରିଥିଲେ । ଏହାକୁ ନେଇ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ମାଡ କରାଯାଇଥିଲ । ଏହି ଘଟଣାରେ ଏକାଧିକ ସ୍ବାସ୍ଥ୍ୟକର୍ମୀ ଏବଂ ଅମ୍ବାଲା ଡିସିପି ଆହତ ହୋଇଥିଲେ । ଏହାପରେ ପୋଲିସ୍‌ ଗ୍ରାମର 30 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । (ଏଜେନ୍ସି)

Read More

ଚଣ୍ଡୀଗଡ : ଦେଶରେ ଲକ୍‌ଡାଉନ୍‌ ସମୟରେ ଆଉ ଏକ ଅନର କିଲିଂ ଘଟଣା ସମ୍ମୁଖକୁ ଆସିଛି । ପଞ୍ଜାବରେ ଏକ ପରିବାର ପ୍ରେମ ବ୍ୟାପାର କାରଣରୁ ନିଜ ଝିଅକୁ ହତ୍ୟା କରିଥିବା ବେଳେ ପୋଲିସ୍‌କୁ ଲୁଚାଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ପଞ୍ଜାବର ହୋସିଆରପୁର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଝିଅକୁ ହତ୍ୟା ଅଭିଯୋଗରେ ପୋଲିସ୍‌ ପୀଡିତାଙ୍କ ମା’ ବଲବିନ୍ଦର, ଦାଦା ସଦେବ୍‌ ଏବଂ ସମ୍ପର୍କୀୟ ଭାଇ ଗୁରଦୀପ ସିଂଙ୍କୁ ପୋଲିସ୍‌ ଗିରଫ କରିଛି । ହତ୍ୟା ମାମଲାକୁ ଲୁଚାଇବା ପାଇଁ ପୀଡିତାଙ୍କ ମା ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ନିଜ ଗ୍ରାମର ଅନ୍ୟ ଜଣେ ଯୁବକ ଅମନଦୀପ ସିଂଙ୍କ ନାମରେ ବଲବିନ୍ଦର ଅଭିଯୋଗ କରିଥିଲେ । ପୋଲିସ୍‌ ତଦନ୍ତ ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିଥିଲା । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍‌କୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡ୍ଡା ଚାଲିଥିବା ଖବର ପାଇ ବେଗୁନିଆପଡା ପୋଲିସ ଚଢ଼ାଉ କରି ମଦ ଜବତ କରିଥିଲା। ଏହା ସହିତ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହିତ ୧୦୮୦ ଲିଟର ମଦ ଜବତ କରିଛି। ଏହା ସହିତ ପୋଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ୩ ଜଣ ବ୍ୟକ୍ତି ହେଉଛନ୍ତି ପାଣ୍ଡା ଗୌଡ଼,ରାମକୃଷ୍ଣ ମହାନ୍ତି, ଇନ୍ଦ୍ରଜିତ ନାହାକ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ କେଶ ନମ୍ବର ୧୨୧, ୧୨୨ ଓ ୧୨୩ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା କହିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ମନରେଗା କାର୍ଯ୍ୟକୁ ଦ୍ବିଗୁଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଏଣିକି ଶ୍ରମିକ ସଂଖ୍ୟା 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଆସୁଥିବାରୁ ଶ୍ରମିକଙ୍କୁ ଆବଶ୍ୟକ କାମ ଯୋଗାଇଦେବା ପାଇଁ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ରହିବା ଏବଂ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ନବୀନ କହିଛନ୍ତି । ସେହିପରି ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଖାଇବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ନିଯୁକ୍ତ ଅଧିକାରୀ ମାନେ ଏହାକୁ ସହକାରୀ ଦାୟିତ୍ବ ନଭାବି ମୁଖ୍ୟ ଦାୟିତ୍ବ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ଅତିକ୍ରମ କରିଥିବା ବେଳେ ଆଜି ଦେଶର ପ୍ରଥମ ସିଆରପିଏଫ୍‌ ଯବାନ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳର 55 ବର୍ଷୀୟ ଅଧିକାରୀ ଜଣକ ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଗତ ସପ୍ତାହରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସିଆରପିଏଫ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 940 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟର 107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବାଲେଶ୍ବରର 107 ନମ୍ବର ଆକ୍ରାନ୍ତ ଜଣକ ଅନ୍ୟ ଜଣେ ଆକ୍ରାନ୍ତ(61 ନମ୍ବର)ଙ୍କ ପଡୋଶୀ ଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 26 ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ରହିଥିବା ବେଳେ 26 ତାରିଖରେ ନମୁନା ପଜିଟିଭ୍‌ ଆସିବାରୁ ତାଙ୍କୁ 27 ତାରିଖ ଦିନ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି 28 ନମ୍ବର ଆକ୍ରାନ୍ତ ମଧ୍ୟ ବାଲେଶ୍ବରର ନେଳିଆବାଗ ଅଞ୍ଚଳର 29 ବର୍ଷୀୟ ଯୁବକ ଜଣକ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 79 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ପରଠାରୁ ଘରେ ରହିଥିଲେ ମଧ୍ୟ 26 ତାରିଖରେ ତାଙ୍କୁ ନମୂନା ପଜିଟିଭ୍‌ ଆସିଥିଲା । ଏହାପରେ 27 ତାରିଖରେ ତାଙ୍କୁ କଟକ ସ୍ଥିତ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍‌ମା ଥେରାପୀ କେବଳ ବେଆଇନ୍‌ ନୁହେଁ ବରଂ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ଚିକିତ୍ସା ଭାବରେ ପ୍ଲାଜ୍‌ମା ଥେରାପୀ ବର୍ତ୍ତମାନ ସୁଦ୍ଧା ସିଦ୍ଧ ହୋଇନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ କଟକଣା ଜାରି କରାଯାଇଛି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି । ଆଇସିଏମ୍‌ଆର୍‌ ପକ୍ଷରୁ ସ୍ପଷ୍ଟୋକ୍ତି ନ ମିଳିବା ପର୍ଯ୍ୟନ୍ତ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାନଯାଉ ବୋଲି ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ ହୋଇଛି । ମିଜୋରାମ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏଚ୍‌ ଲାଲଚୁଙ୍ଗନୁଙ୍ଗା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମଷ୍ଟରଡାମରୁ ଆଇଜଲ୍‌ ଫେରିଥିବା ଜନୈକ 50 ବର୍ଷୀୟ ପାଷ୍ଟର ରାଜ୍ୟର ଏକମାତ୍ର କୋଭିଡ୍‌ 19 ସଙ୍କ୍ରମିତ ବ୍ୟକ୍ତି ରହିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାଜ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 38 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ଅଫିସ କାମ ଶେଷ କରି ଫେରିବା ବେଳେ ରାସ୍ତାରେ ଓହ୍ଲାଇ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି। ଶ୍ରୀମୟୀ ପକ୍ଷୀମାନଙ୍କୁ ବେଶ୍ ଭଲ ପାଆନ୍ତି। ବର୍ତ୍ତମାନ ଲକଡାଉନ ଯୋଗୁଁ ପକ୍ଷୀମାନେ ଖାଦ୍ୟ ଖାଇବାରେ ସମସ୍ୟା ଦେଖାଦେଇଛି। ତାହାକୁ ଦୃଷ୍ଟିରେ ରଖି ସେ ଏପରି ପଦକ୍ଷେପ ନେଇଛନ୍ତି।

Read More

ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍‌ କରି କହିଛନ୍ତି ଉଦ୍ଧବ ଠାକ୍‌ରେ । ବୁଲନ୍ଦ ସହରରେ ଘଟିଥିବା ଘଟଣା ଅତ୍ୟନ୍ତ ଅମାନବୀୟ ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ତା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ଉଦ୍ଧବ କହିଛନ୍ତି । ଏପରିକି ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍‌ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡର ରହିଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିଲେ ମଧ୍ୟ କିଛି ଘର ଭାଙ୍ଗିଯାଇଛି । ସେହିପରି ଜୀବନ ବିକଳରେ ଶତାଧିକ ଲୋକ ଘର ବାହାରକୁ ମଧ୍ୟ ପଳାଇ ଆସିଥିଲେ । ଚାମ୍ବାରେ ବିଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ । ଫେବୃୟାରୀ ମାସରେ 3.2 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । (ଏଜେନ୍ସି)

Read More

ଭୁବନେଶ୍ବର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବାବେଳେ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ଖାଦ୍ୟ ବାବଦକୁ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ। ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। କ୍ୱାରେଣ୍ଟିନ ସେଣ୍ଟରରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ। ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ୨…

Read More

ଭୁବନେଶ୍ବର : କୋରାପୁଟରୁ ଚିହ୍ନଟ ହୋଇଥିବା ରାଜ୍ୟର 110 ନମ୍ବର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । 110 ନମ୍ବର ଆକ୍ରାନ୍ତ ଜଣକ ପ୍ରାୟ 24 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରୟାସ ଆରମ୍ଭ କରାଯାଇଛି । 21 ଟି ଟିମ୍‌ ଗଠନ କରାଯାଇ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଏହା ସହିତ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିଦିଆଯାଇଛି ।

Read More