Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେପାର ଆଶାରେ ଆନ୍ଧ୍ରରୁ ଆସି ବାଣପୁରରେ ଫସିଲେ ଫୁଲବିକାଳୀମାନେ: ଲକ୍‌ ଡାଉନରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ଖୋଲା ଆକାଶ ତଳେ ଅନାହାରରେ
ଆଞ୍ଚଳିକ

ବେପାର ଆଶାରେ ଆନ୍ଧ୍ରରୁ ଆସି ବାଣପୁରରେ ଫସିଲେ ଫୁଲବିକାଳୀମାନେ: ଲକ୍‌ ଡାଉନରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ଖୋଲା ଆକାଶ ତଳେ ଅନାହାରରେ

May 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌ ଜାରି ରହିଛି। ଏହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକ୍‌ ଡାଉନରେ ବେଶି ପ୍ରଭାବିତ ହେଉଛନ୍ତି ଛୋଟ ମୋଟ ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକ। ଛୋଟ ଦୋକାନୀ ହୁଅନ୍ତୁ ଅବା ରାସ୍ତା କଡରେ ବିକ୍ରି କରୁଥିବା ଫୁଲ ବିକାଳୀମାନେ ହୁଅନ୍ତୁ। ଏମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ସହରରେ ବିକ୍ରି ବଟା କରି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ଯୋଗୁଁ ତାଙ୍କ ବ୍ୟବସାୟ ଠପ୍‌ ହେବା ସହିତ ଏମାନେ ଏବେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ଚାଲିଥିବା ମହାମାରୀ ସଂକଟ ସମୟରେ ନିଜ ଭିଟାମାଟିକୁ ଫେରିଯିବାକୁ ଆକୁଳ ପ୍ରାର୍ଥନା କରୁଛନ୍ତି ଏହି ଲୋକମାନେ। ନିଜ ଭିଟାମାଟିକୁ ଫେରିଯିବାକୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି ବାଣପୁରରେ ରହିଥିବା ଆନ୍ଧ୍ରପ୍ରଦେଶର କିଛି  ଫୁଲ ବ୍ୟବସାୟୀ।

ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ଟେକିଲିମଣ୍ଡଳମ ଥାନା ଅନ୍ତର୍ଗତ ମୋପୁର କ୍ରସ ରୋଡ ଅଞ୍ଚଳର ପ୍ଲାଷ୍ଟିକ ଫୁଲ ବିକାଳୀମାନେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ବାଣପୁରକୁ ଆସିଥିଲେ। ବାଣପୁରର ପଞ୍ଚୁଦୋଳ ଓ ବାଣପୁର ଲୋକ ମହୋତ୍ସବରେ ଏହି ଫୁଲ ବିକାଳୀମାନେ ବ୍ୟବସାୟ କରିବା ପାଇଁ ଆସି କରୋନା ଯୋଗୁଁ ଫସି ଯାଇଛନ୍ତି।

କରୋନା ମୁକାବିଲା ପାଇଁ ଭାରତ ସରକାର ଲକ୍‌ ଡାଉନ୍‌ ଜାର କରିବା ପରେ ପଞ୍ଚୁଦୋଳରେ ବ୍ୟବସାୟ କରିବାକୁ ଆନ୍ଧ୍ର ପ୍ରଦେଶରୁ ବାଣପୁର ଆସିଥିବା ପାଖାପାଖି ୨୭ ଜଣ ନାଗରିକ ମାନେ ବାଣପୁର ପଲଟନ ପଡିଆରେ ଅସ୍ଥାୟୀ ଟେଣ୍ଟ କରି ରହିଆସୁଛନ୍ତି। ଏହି 27ଜଣଙ୍କ ମଧ୍ୟରେ ଛୋଟ ପିଲା 6 ଜଣ ରହିଥିବାବେଳେ  ଯୁବକ, ସ୍ତ୍ରୀ ଲୋକ ଓ ବୃଦ୍ଧ ଲୋକ ଝିଅପିଲା ରହିଛନ୍ତି ।  ପ୍ରଥମେ କିଛି ଦିନ ଭୋକ ଉପାସରେ ଦିନ କାଟୁଥିବା ଏହି ପରିବାର ପରବର୍ତ୍ତୀ ସମୟରେ ସ୍ଥାନୀୟ ସାମ୍ବାଦିକ ଭାଇମାନଙ୍କ ସହଯୋଗ ଦ୍ୱାରା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କଠୁ କିଛି ସହଯୋଗ ପାଇଥିଲେ। ମାତ୍ର ତାଙ୍କ ପାଇଁ ଏହି ସରକାରୀ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ଥିଲା ଭଳି। ତେଣୁ ସ୍ଥାନୀୟ ଅଞ୍ଚଳର ବହୁ ସ୍ବେଛାସେବୀ ସଂଗଠନ, ଉଦାର ବ୍ୟକ୍ତି, ସମାଜସେବୀ, ସାମ୍ବାଦିକ ଭାଇ ଆଦି କିଛି କିଛି ଖାଦ୍ୟ ସହଯୋଗ କରୁଥିଲେ ସେମାନଙ୍କୁ। ଯେଣତେଣ ପ୍ରକାରଣେ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ ନିଜକୁ ବଞ୍ଚାଇ ରଖିଥିବାବେଳେ ଏହି ପରିବାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା। ଲକ୍‌ ଡାଉନ୍‌ର ଅବଧି ବଢିବା ସହିତ ସେମାନଙ୍କ କଷ୍ଟ ମଧ୍ୟ ବଢିବାରେ ଲାଗିଥିଲା। ତଥାପି ଦେଶର ସୁରକ୍ଷା ଦୃଷ୍ଟିରୁ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ପରିବାର ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ 19 ଦିନ ଯାଏଁ ପଡି ରହିଲେ ବାଣପୁର ପଲଟନ ପଡିଆରେ। ଏହା ମଧ୍ୟରେ ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଅନୁରୋଧ କରି ଆସିଛନ୍ତି।

ପୁନଶ୍ଚ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ହେବା ପରେ ଏହି ପରିବାରମାନେ ବେଶ୍‌ ଅସହାୟ ହୋଇପଡିଛନ୍ତି। ଏହି ପରିବାରକୁ ଏବେ ସରକାରୀ ସାହାଯ୍ୟ ମିଳୁନଥିବାବେଳେ ଯିବା ପାଇଁ ପ୍ରଶାସନ ବ୍ୟବସ୍ଥା ମଧ୍ୟ କରୁନାହିଁ। ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଆକୁଳ ନିବେଦନ କରି ପଡିରହିଛନ୍ତି ବାଣପୁର ପଲଟନ ପଡିଆରେ। ଆଜି ଚିଲିକା ବିଧାୟକ ବ୍ଲକ ପରିଦର୍ଶନ ଆସିଥିବା ସ୍ଥଳେ ଏହି ପରିବାର ତାଙ୍କୁ ମଧ୍ୟ ଅନୁରୂପ ଭାବେ ନିବେଦନ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ପରିବାରର ମୁଖ୍ୟ ମୁଡ ଗୋବିନ୍ଦା। ଏନ.ଏ.ସି ଅଧିକାରୀ ଗତ ଦେଢ଼ ମାସ ହେଲା କେବଳ ଲୋକଦେଖାଣିଆ ଖାଦ୍ୟ ଯୋଗାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଆନ୍ଧ୍ର ଯିବା ବ୍ୟବସ୍ଥା ଉପରେ ତିଳେ ହେଲେ ଦୃଷ୍ଟିପାତ ନକରିବା ତାଙ୍କ ଅମାନବିକତା ର ପରିଚୟ ଦେଉଛି। ତୁରନ୍ତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ଏହି ସମସ୍ୟା ଆଣି ସେମାନଙ୍କ ଯିବା ବନ୍ଦୋବସ୍ତ କରିବା ପାଇଁ ଗଣମାଧ୍ୟମକୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ଏହି ପରିବାର । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ରନ୍ଧା ଖାଦ୍ୟ ଦେଉଥିବାବେଳେ ବାଣପୁର ପଡିଆରେ ପଡି ରହିଥିବା ଏହି ଆନ୍ଧ୍ର ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି।  ଭୋକ ଓପାସରେ ପଡି ରହିଥିବା ଏହି ପରିବାର ଆକୁଳ କଣ୍ଠରେ ସାହାଯ୍ୟ ପାଇଁ ଅନାଇ ରହିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ଓଡ଼ିଶାରେ ସଡ଼କ ସୁରକ୍ଷା ପାଇଁ STAର କଡ଼ା ପଦକ୍ଷେପ, ଫିଟ୍‌ନେସ୍‌, ପରମିଟ୍‌ କିମ୍ବା ରେଜିଷ୍ଟ୍ରେସନ୍‌ ନଥିଲେ ଗାଡ଼ି ହେବ ଜବତ

July 7, 2026

କେନାଲରେ ପଡି ନାବାଳକ ମୃତ

July 7, 2026

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୧୦ ଜଣ ମାଟି ତଳେ ଫସିଲେ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.