ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ 24 ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ 19 ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି। ସରକାରୀ ଆକଳନ ଅନୁସାରେ ପ୍ରାୟ 5 ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ…
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରାପୁଟର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ବରର ବୋଲି ଜଣାପଡିଛି । କୋରାପୁଟର 22 ବର୍ଷୀୟ ଯୁବକ ଜଣଙ୍କ ଜଣେ ସ୍ବାସ୍ଥ୍ୟ କର୍ମୀ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 14 ତାରିଖରେ କୋଲକାତାରୁ ଫେରି ସ୍ବାସ୍ଥ୍ୟକର୍ମୀ ଜଣକ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି 32 ବର୍ଷୀୟ ବାଲେଶ୍ବର ଯୁବକ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ କରୋନା ଟେଷ୍ଟିଂ କିଟ୍କୁ ନେଇ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଶସ୍ତା ଦାମରେ ମିଳୁଥିବା କରୋନା ଟେଷ୍ଟିଂ କିଟ୍କୁ ସରକାର କାହିଁକି ଅଧିକ ମୂଲ୍ୟରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପଟେଲ ଏହି ପ୍ରଶ୍ନ ପଚାରିଛନ୍ତି । 245 ଟଙ୍କାର କିଟ୍କୁ ସରକାର କାହିଁକି 600 ଟଙ୍କାରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପଟେଲ ଏହି ଟ୍ବିଟ୍ କରିଥିଲେ । କରୋନା ଟେଷ୍ଟିଂ କିଟ୍କୁ 400 ଟଙ୍କାରୁ ଅଧିକ ମୂଲ୍ୟରେ କିଣାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 37ରେ ପହଞ୍ଚିଛି । ସୁସ୍ଥ ହୋଇଥିବା 2 ଆକ୍ରାନ୍ତ ଭୁବନଶ୍ବରର ବୋଲି ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 108ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର : ଶେଷରେ କ୍ବାରେଣ୍ଟାଇନ୍ରୁ ମୁକ୍ତ ହୋଇଛନ୍ତି 1700 କିମି ଯାତ୍ରା କରିଥିବା ଯୁବକ । ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଯାତ୍ରା କରି 1700 କିମି ପଥ ଅତିକ୍ରମ କରି ଓଡିଶାରେ ପହଞ୍ଚିଥିବା ଏହି 20 ବର୍ଷୀୟ ଯୁବକ ଜଣକ ସୋମବାର କ୍ବାରେଣ୍ଟାଇନ୍ରୁ ମୁକ୍ତ ହୋଇଛନ୍ତି । ମହେଶ ଜେନା ନାମକ ଏହି ଯୁବକ ଜଣକ ଏକ ସାଇକେଲ୍ ଯୋଗେ ମୁମ୍ବାଇର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରି ଏପ୍ରିଲ୍ 7 ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ମହେଶଙ୍କୁ ଏପ୍ରିଲ୍ ମାସର ବେତନ ମିଳିନଥିବା ବେଳେ ସାଙ୍ଗ ନିକଟରୁ 3 ହଜାର ଟଙ୍କା ଧାର କରି ମହେଶ ଗାଁକୁ ଫେରିଥିଲେ । ରାତିରେ ବିଭିନ୍ନ ମନ୍ଦିରରେ ଆଶ୍ରୟ ନେବା ସହିତ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ 14 ଦିନ କ୍ବାରେଣ୍ଟାଇନ୍ରେ ରହିବା ପରେ ସୋମବାର ମହେଶଙ୍କୁ କ୍ବାରେଣ୍ଟାଇନ୍ରୁ ମୁକ୍ତ କରାଯାଇଛି ।
ଭୁବନେଶ୍ବର: ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ମୃ୍ତ୍ୟୁ ହେଲେ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ।
ମୁମ୍ବାଇ : ଆଜି ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ 50 ହଜାର କୋଟିର ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରାଯାଇଛି । 50 ହଜାର କୋଟି ଟଙ୍କାର ଏହି ସ୍ବତନ୍ତ୍ର ଫଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ 90 ଦିନ ମଧ୍ୟରେ ସମସ୍ତ ବ୍ୟାଙ୍କରେ ଏହି ଅର୍ଥରାଶି ନିମନ୍ତେ ଆବେଦନ କରିପାରିବେ । ସୋମବାରରୁ ଶୁକ୍ରବାର ଛୁଟିଦିନ ବ୍ୟତିରେକ ଏହି ଅର୍ଥରାଶି ନିମନ୍ତେ ଆବେଦନ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କ୍ଲିନ୍ ଟେମ୍ପଲ୍ଟନ୍ ବିଗତ ସପ୍ତାହରେ ନିଜର 6ଟି ଫଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଦିନଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳ ପାନର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବମ୍ବେ ଠାରୁ ବାଙ୍ଗାଲୋର, କଲିକତା ଠାରୁ କେରଳ ପର୍ଯ୍ୟନ୍ତ ଥିଲା। ପାନଚାଷୀ ରାଜ୍ୟ ବାହାରକୁ ପାନ ପଠାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ହେଲେ କରୋନା ମହାମାରୀ ପାନଚାଷୀଙ୍କ ମୁଣ୍ଡରେ ଚଡକ ପକାଇଦେଇଛି। ଉଜୁଡିବାକୁ ବସିଛି ପାନଫସଲ, ପାନଚାଷୀ ଏବେ ହା ହତାଶ ଭିତରେ କାଳକାଟୁଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ରକୂଳିଆ ଅଞ୍ଚଳରେ ପାନଚାଷ ବହୁଳ ଭାବରେ କରାଯାଇଥାଏ। ଏଠାରେ କରାଯାଉଥିବା ପାନ ବମ୍ବେ(ମୁମ୍ବାଇ),ବାଙ୍ଗାଲୋର, କଲିକତା ପରି ଦେଶର ବିଭିନ୍ନ ବଡବଡ ସହରରେ ଲୋକପ୍ରିୟତା ତଥା ଚାହିଦା ଥିବାରୁ ପ୍ରତିଦିନ ଟ୍ରେନ,ଟ୍ରକ୍ ଓ ବସ ଯୋଗେ ଲକ୍ଷ ଲକ୍ଷ ଟଙ୍କାର ପାନ ଚାଲାଣ ହେଉଥିଲା। ଚାଷୀ ମଧ୍ୟ ଭଲ ଦିପଇସା ରୋଜଗାର କରୁଥିଲେ। ପାନଚାଷ ଉପରେ ନିର୍ଭର କରି…
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍ ଲାଇନ୍ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍ଡାଉନ୍ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।
ନୂଆଦିଲ୍ଲୀ : 9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍ଡାଉନ୍ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ପ୍ରବାସୀ ଶ୍ରମିକଙ୍କୁ ଫେରାଇବାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସୋମବାର ସକାଳ 10ଟାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ । (ଏଜେନ୍ସି)
ହରପ୍ରସାଦ ବିଷୋୟୀ ବେଗୁନିଆପଡା: କରୋନା ମହାମାରୀ ପାଇଁ ଯୋଦ୍ଧା ସାଜିଥିବା ବେଗୁନିଆପଡା ବ୍ଲକର ଯୋଦ୍ଧାଙ୍କୁ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଏହି କରୋନା ଯୋଦ୍ଧା ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଥାନା ଅଧିକାରୀ ଦିପ୍ତୀରଂଜନ ବେହେରା, ବ୍ଲକ୍ର ସମସ୍ତ ଡାକ୍ତର, ସମସ୍ତ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅଧିକାରୀ ଓ ସାମ୍ବାଦିକଙ୍କ କାର୍ଯ୍ୟ ଯୋଗୁଁ ବେଗୁନିଆପଡା ବ୍ଲକ କରୋନା ସଂକ୍ରମଣରୁ ମୁକ୍ତି ପାଇଛି । ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର ସଦସ୍ୟ ଦେବାଶିଷ ମହାରଣା, ଲିପୁନ ଦୋରା, ଶଙ୍କର ନାହାକ, ସନ୍ତୋଷିନୀ ମହାରଣା, ମାମା ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କରୋନା…
କଟକ : ଛାତ୍ରଛାତ୍ରୀଙ୍କୁ ନବମ ଓ ଦଶମ ପୁସ୍ତକ ବିକ୍ରି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଆଜିଠୁ ବିଭିନ୍ନ ଜୋନ୍ସକୁ ବହି ପଠାଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଲକ୍ ଡାଉନ ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଜୟପୁର ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜୋନ୍ରେ ବହି ବିକ୍ରି ନିଷ୍ପତ୍ତି ନିଆଯାଇଛି।
ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 892ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 872ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 6185ଜଣ। ଏବେ ଅଧିକାଂଶ ରାଜ୍ୟରେ କରୋନା ମହାମାରୀର ମାତ୍ରା କମ୍ ଦେଖାଯାଉଛି । ଦେଶର 32ଟି ରାଜ୍ୟ ମଧ୍ୟରୁ କେବଳ 7ଟି ରାଜ୍ୟର 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସାତୋଟି ରାଜ୍ୟରେ 84.3 ପ୍ରତିଶତ କରୋନା ଜନିତ ମୃତ୍ୟୁ ହୋଇଛି । ଏହି ସମସ୍ତ ରାଜ୍ୟରେ ମୋଟ୍ 22,321ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 736ଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତର ସ୍ଥିତି ବେଶ୍ ଜଟିଳ ରହିଛି । ତେବେ ଭାରତର 32ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ମାତ୍ର ସାତୋଟି ରାଜ୍ୟରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦେଶର…
ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ ଜାରି ରହିଛି। ଲକ୍ ଡାଉନ୍ ସମୟରେ ମାଲ୍ ପରିବହନ ପାଇଁ ଟ୍ରକ୍ ଚଳାଚଳ ହେଉଛି। କିନ୍ତୁ ସେମାନେ ଖାଇବା ପାଇଁ ହଇରାଣ ହରକତ ହେଉଛି। ବିଭିନ୍ନ ହୋଟେଲ୍ ଓ ଢାବା ଓ ମରାମତି ଦୋକାନ ବନ୍ଦ ରହୁଥିବାରୁ ସେମାନେ ଯିବା ଆସିବା କରିବା ସମୟରେ ହଇରାଣ ହେଉଛନ୍ତି। ଟ୍ରକ୍ ଚାଳକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଗ୍ୟାରେଜ୍ ଓ ଢାବା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଲକ୍ ଡାଉନ୍ ଯୋଗୁଁ ହଇରାଣ ହେଉଥିବା ଟ୍ରକ୍ ଚାଳକଙ୍କ ପାଇଁ ଆଶ୍ବସ୍ତି। ବିଭିନ୍ନ ସ୍ଥାନରେ ଖୋଲିବ ଅନୁମତିପ୍ରାପ୍ତ ଢାବା ଓ ଗାଡି ମରାମତି ଦୋକାନ। ବିଭିନ୍ନ ଜିଲ୍ଲାରେ 140 ଢାବା ଓ 223 ମରାମତି ଦୋକାନ ଖୋଲିବ। ରାସ୍ତା କଡରେ ଅଟକୁଥିବା ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି।
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଗୋଷାଣୀ ନୂଆଗାଁ ଥାନା ନିକଟବର୍ତ୍ତୀ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଣେ ୬୦ ବର୍ଷ ବୟସ୍କ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଆଜ଼ି ସକାଳେ ନୀଳକଣ୍ଠଶ୍ୱେର ମନ୍ଦିର ପରିସର ଭିତରେ ଜଣେ ୬୦ ବର୍ଷର ବୃଦ୍ଧ ବେକ କାଟି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ହୋଇଥିବାବେଳେ ସେ ବୃତ୍ତିରେ ଜଣେ ବଢେଇ ବୋଲି ଜଣାପଡିଛି। ସେ ପିଟାପିଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ନିଜ ହାତରେ ନିହଣ ଧରି ବେକ କାଟିଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍କେସିଜିକୁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ବୃଦ୍ଧଙ୍କ ଆତ୍ମହତ୍ୟାରୁ ରହସ୍ୟ ଉଠିପାରେ ବୋଲି ଆଶା କରାଯାଉଛି। କରୋନା ଭାଇରସ୍ ସମୟରେ ସାରା ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ ଏବେ…
ଆନ୍ଧ୍ରପ୍ରଦେଶ : କରୋନା ଯୋଗୁଁ ଦେଶରେ ସ୍ଥିତି ଜଟିଳ ରହିଛି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ଏବେ କରୋନା ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷୟା, ଜଣେ ନର୍ସ ଓ ଅନ୍ୟ ଜଣେ ଆଟେଣ୍ଟାଣ୍ଟ ରହିଛନ୍ତି। ପଜିଟିଭ୍ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି। ସେହିପରି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍ ସାଂସଦଙ୍କ ପରିବାରର 6ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କୁର୍ନୁଲ ସାଂସଦ ଡ ସଞ୍ଜୀବ କୁମାରଙ୍କ 83 ବର୍ଷ ବୟସ୍କା ପିତା ଅତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦକୁ ସ୍ଥାନାନ୍ତର…
ଅହମ୍ମଦାବାଦ :ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ଅହମ୍ମଦାବାଦ ନଗର ନିଗମର ପାର୍ଷଦ ବଦରୁଦ୍ଦିନ ଶେଖ୍ଙ୍କ ଗତକାଲି ରାତ୍ରିରେ ପରଲୋକ ହୋଇଛି । ବଦରୁଦ୍ଦିନ କରୋନାରେ ସଂକ୍ରମିତ ହୋଇଥିଲେ । ଏସ୍ବିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ୍ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ବଦରୁଦ୍ଦିନ୍ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଭ୍ୟ ଥିବାବେଳେ 40 ବର୍ଷ ଧରି ଦଳ ସହ ଜଡିତ ରହିଥିଲେ । ବଦରୁଦ୍ଦିନ୍ ଶେଖ ବେହରାମପୁରାରୁ କଂଗ୍ରେସ ପାର୍ଷଦ ଥିଲେ । ଅପ୍ରେଲ୍ 15 ତାରିଖରେ ବଦରୁଦ୍ଦିନ୍ କରୋନା ସଂକ୍ରମିତ ହୋଇଥିଲେ ବୋଲି ସୂଚନା ମିଳିଥିଲା । ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । 8 ଦିନ ଧରି ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)
ଭୁବନେଶ୍ବର : ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ମହମ୍ମଦ ରଫିକ୍ । 31 ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଫିକ୍ । ଭୁବନେଶ୍ବର ଲୋକସେବା ଭବନରେ ଶପଥ ନେଲେ ଜଷ୍ଟିସ୍ ରଫିକ୍ । ଜଷ୍ଟିସ୍ ରଫିକ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଶ୍ରୀଗଣେଣୀ ଲାଲ୍ । ଏହି ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ପୋଲିସ ଡିଜି ଅଭୟ, ଆଡଭୋକେଟ୍ ଜେନେରାଲ୍ ଓ ଅନ୍ୟ ବିଚାରପତି ମଧ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

