Author: Samikhsya Bureau

ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍‌ଡାଉନ୍‌ ଅବଧିକୁ 14 ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଦୈନିକ 4 ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ 7ଟାରୁ 11 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ 21 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଇଥିଲେ । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ  ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ…

Read More

ଲକ୍ଷ୍ନୌ : ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ଏକା ସାଙ୍ଗରେ 5 ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ବୁଧବାର ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲା ହସ୍ପିଟାଲରେ ଏହି ଘଟଣା ଘଟିଛି । ନବଜାତଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ତିନି ଜଣ ଝିଅ ରହିଛନ୍ତି । ପ୍ରସବ ପରେ 5 ଶିଶୁ ଏବଂ ମା ସୁସ୍ଥ ରହିଥିବା ଜଣାପଡିଛି । ଡାକ୍ତର ଯାଆଁଳା ଶିଶୁ ରହିଥିବାର ଅନୁମାନ କରିଥିବା ବେଳେ 5 ଶିଶୁଙ୍କ ଜନ୍ମ ନେଇ ଶିଶୁଙ୍କ ପିତା କୁନ୍ଦନ ଗୌତମ ଖୁସି ଜାହିର କରିଛନ୍ତି । କୁନ୍ଦନ ବାରାବାଙ୍କୀ ଜିଲ୍ଲାର କତଲପୁରର ରାମ ନଗର ଅଞ୍ଚଳରେ ଅବସ୍ଥାନ କରନ୍ତି । (ଏଜେନ୍ସି)

Read More

କେଦାର ମିଶ୍ର ଲୋକଟାର ଆଖି ଏତେ ଗଭୀର ଆଉ ସୁନ୍ଦର ଯେ ମୃତ୍ୟୁ ବି ସେ ଆଖିର ପ୍ରେମରେ ପଡିଗଲା। ମୃତ୍ୟୁ ସବୁବେଳେ ଏମିତି। ସବୁ ସୁନ୍ଦର ସବୁ ମଧୁରକୁ ଶୀଘ୍ର ନେଇଯିବାକୁ ସେ କେଉଁଠି ଗୋଟେ ଷଡଯନ୍ତ୍ର ବୁଣି ଚାଲିଥାଏ। ସେଇ ଦିବ୍ୟ ଷଡଯନ୍ତ୍ର ର ଅଂଶ ହେଉଛି,  ଆମ ସମୟର ଅନ୍ୟତମ ମହାନ ଅଭିନେତା ଇର୍ଫାନ ଖାଁଙ୍କ ମୃତ୍ୟୁ। ମାତ୍ର ୫୩ ବର୍ଷ ବୟସରେ ଇର୍ଫାନ ସିନେମା ଜଗତକୁ ବିଦାୟ କହି ଚାଲିଗଲେ। ଆମ ସମୟର ବଲିଉଡରେ ଇର୍ଫାନ ଥିଲେ ସାଧାରଣ ମଣିଷର ସୁପର ଷ୍ଟାର। ସେ ରୂପେଲି ପରଦାର ରୋମାଣ୍ଟିକ ନାୟକ ବା ଦୁଃସାହସୀ “ମାକୋ ମ୍ୟାନ” ନଥିଲେ, ସେ ଥିଲେ ଆମ ପଡିଶା ଘରର ଅତି ସାଧାରଣ ନାୟକ, ଯିଏ ନିଜର ଅସାଧାରଣ ପ୍ରତିଭା ବଳରେ ସାଧାରଣ ମଣିଷର କାହାଣୀକୁ ଜୀବନ୍ତ ଭାବରେ ଫୁଟାଇବାର ଦକ୍ଷତା ତାଙ୍କର ରହିଥିଲା। “ଦ ଲଞ୍ଚ ବକ୍ସ” ସିନେମାର ସାଜନ…

Read More

ନୂଆଦିଲ୍ଲୀ : ତିହାର ଜେଲ୍‌ରେ ଆତ୍ମହତ୍ୟା କରିଛନ୍ତି ଜନୈକ ମହିଳା । ନିଜ ଶାଶୁଘର ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ରେ ରହିଥିବା ଏହି ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ଅଭିଯୋଗରେ ମହିଳାଙ୍କୁ 25 ତାରିଖରେ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । 26 ଏବଂ 27 ତାରିଖରେ ପଚରା ଉଚୁରା କରାଯିବା ପରେ ସୋମବାର ରାତିରେ ସେଲ୍‌ ନମ୍ବର 6ରେ ମହିଳାଜଣକ ଆତ୍ମହତ୍ୟା କରିଥିଲେ । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ପରେ ମଧ୍ୟ ମହିଳା ଜଣକ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି । ଏକ ଜମିଜମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସି)

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କରୋନାକୁ ନେଇ ନରସିଂହପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ବ୍ଲକର ପର୍ଯ୍ୟଟନ ବିକାଶ କେନ୍ଦ୍ର ଠାରେ କରୋନା ସ୍ବାବ ଟେଷ୍ଟ ସେଣ୍ଟର ଆଜିଠାରୁ ଆରମ୍ଭ ହୋଇଛି। ନରସିଂହପୁର ବ୍ଲକରେ ବସବାସ କରୁଥିବା ଲୋକଙ୍କ ଘରକୁ ଯାଇ ଅଙ୍ଗନବାଡି ଓ ଆଶା କର୍ମୀର କର୍ମଚାରୀ ମାନେ ସ୍ବାବ୍‌ ସଂଗ୍ରହ କରୁଛନ୍ତି । 25 ତାରିଖ ଦିନ ଠାରୁ ଆଶାକର୍ମୀ, ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଏହି ଦାୟିତ୍ବ ନିର୍ବାହ କରିଛନ୍ତି । ମଣ୍ଡପ ଠାରେ ଥିବା ସ୍ବାବ ଟେଷ୍ଟ ସେଣ୍ଟରରେ ପାଖାପାଖି ୫0 ଜଣଙ୍କର ସ୍ବାବ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ନରସିଂହପୁର ବ୍ଲକ ଅଞ୍ଚଳରେ କରାଯାଇଥିବା ସର୍ଭେ ପରେ ହସପିଟାଲରେ କୋରୋନା ସ୍ବାବ ଟେଷ୍ଟ ଆରମ୍ଭ ହୋଇଛି। ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆସି ସ୍ବାବ ଟେଷ୍ଟ କରିବା ପାଇଁ ଆଠଗଡ ଉପଖଣ୍ଡ ଚିକିତ୍ସା ଅଧିକାରୀ…

Read More

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । https://www.youtube.com/watch?v=QBNwN-VY9bY ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଗତ ଦଶଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଲୋକ ଘରେ ରହିବା ପାଇଁ ନବୀନ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କ ସହାୟତାରେ ହିଁ ରାଜ୍ୟରୁ କରୋନାକୁ ଦୂର କରାଯାଇପାରିବ ବୋଲି ନବୀନ ମତ ଦେଇଥିଲେ । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି)ପ୍ରସ୍ତୁତି ସଂମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସୋମବାର ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨,୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିଛନ୍ତି ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି। ଆହୁରି 30 ହଜାର ଲୋକ ଆବେଦନ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୩୩୫୩ ଶଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ କେନ୍ଦ୍ରରେ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅନ୍ୟୂନ ଆହୁରି ୧୦ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ୍‌ରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସକାଳୁ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହେବା ସହିତ ଏହି ଏନ୍‌କାଉଣ୍ଟର ସମାପ୍ତ ହୋଇଛି। ନିହତ ତୃତୀୟ ଆତଙ୍କୀର ପରିଚୟ ମିଳିପାରି ନାହିଁ। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର ଆଜି ସମାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍‌ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ସିଲ୍‌ କରାଯିବା ସହ ସମସ୍ତ ସରପଞ୍ଚମାନଙ୍କୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ଦେବା ସହିତ ସେମାନଙ୍କୁ ୧୪ ଦିନପାଇଁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ କେତେକ ସ୍ଥାନରେ ଏହାକୁ ନ ମାନି କିଛି ଲୋକେ ଲୁଚିଛପି ଆସୁଥିବାବେଳେ ବାଣପୁରର ଜଣେ ଯୁବକ ଏନେଇ ଏକ ଉଦାହରଣ ସୃଷ୍ଟିକରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଗୋଆରୁଏକ ମାଲବାହୀ ଗାଡ଼ି ଯୋଗେ ବାଣପୁରରେ ପହଞ୍ଚି ସରକାରୀଙ୍କ ନିର୍ଦ୍ଦେଶ ମୁତାବକ କ୍ବାରେଣ୍ଟାଇନରେ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ବିରଞ୍ଚି ହୋତା। ତାଙ୍କ ଘର ବାଣପୁର ଏନ୍‌ଏସିର ଗୋପାଳପୁର ଶାସନ ଗ୍ରାମରେ। ସେ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 122ରେ ପହଞ୍ଚିଛି । ଏହା ସହିତ 3ଟି ନୂତନ ଜିଲ୍ଲାରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳର 60 ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ସେହିପରି ବାସୁଦେବପୁର ଅନ୍ତର୍ଗତ ଦେବଗଡର 34 ବର୍ଷୀୟ ଯୁବକ ଏବଂ ବ୍ରଜରାଜନଗରର 18 ବର୍ଷୀୟା ଯୁବତୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । 3 ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଆଜି ସକାଳେ ମଧୁସୂଦନ ନଗରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ…

Read More

ମୁମ୍ବାଇ : ବଲିଉଡ୍‌ର ଅନ୍ୟତମ ପ୍ରତିଭାବାନ କଳାକାର ଇର୍ଫାନ୍‌ ଖାନ୍‌ଙ୍କ ପରଲୋକ ଘଟିଛି । ବ୍ରେନ୍‌ କ୍ୟାନ୍‌ସରରେ ପୀଡିତ ଇର୍ଫାନ୍‌ ବିଗତ ଦୁଇ ଦିନ ହେବ କୋଲୋନ୍‌ ସଂକ୍ରମଣ କାରଣରୁ କୋକିଳା ବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ଇର୍ଫାନଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ଇର୍ଫାନ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନେକ ବଲିଉଡ୍‌ ତାରକା ଶୋକ ବ୍ୟକ୍ତ କରିଛନ୍ତି । ତିଗ୍‌ମାଂଶୁ ଧୂଲିଆଙ୍କ ହାସିଲ୍‌ ଫିଲ୍ମରୁ 2004 ମସିହାରେ ଇର୍ଫାନ୍‌ ନିଜର ବଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି 25ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଇର୍ଫାନ୍‌ 2013 ମସିହାରେ ପାନ୍‌ ସିଂ ତୋମାର୍‌ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ । ଇର୍ଫାନ ଶେଷଥର ପାଇଁ ହୋମି ଅଦଜାନିଆଙ୍କ ଅଙ୍ଗ୍ରେଜୀ ମିଡିୟମ୍‌ରେ ନଜର ଆସିଥିଲେ । ଗୋଟିଏ ଜାତୀୟ ପୁରସ୍କାର…

Read More

ତେଲେଙ୍ଗାନା : ତେଲେଙ୍ଗାନାଠାରେ କରୋନା ଭାଇରସ୍‌ର ସନ୍ଦେହ ଓ ଲକ୍‌ଡାଉନ୍‌ର ଶକ୍ତ ନିୟମ ଯୋଗୁଁ ଜଣେ ମହିଳା ଓ ତାଙ୍କ ନବଜାତଙ୍କ ମୃତ୍ୟୁ ହୋଇଛି । ଏହିପରି ଏକ ଘଟଣା ଘଟିଛି ଗଡଓ୍ବାଲ ଜିଲ୍ଲାରେ ।  ଏହି ଜିଲ୍ଲାରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କର ନବଜାତ ମଧ୍ୟ ନିଃଶ୍ବାସ ନେଇ ନପାରିବରୁ ମୃତ୍ୟୁବରଣ କରିଛି । କିନ୍ତୁ ମହିଳା ଓ ନବଜାତ ଚିକିତ୍ସା ପାଇଁ ତିନିଦିନ ପର୍ଯ୍ୟନ୍ତ ଗୋଟେ ହସ୍ପିଟାଲରୁ ଆଉ ଗୋଟେ ହସ୍ପିଟାଲକୁ ଦୌଡିଥିଲେ । ହାଇଦ୍ରାବାଦସ୍ଥିତ ପଟେଲା ବୁର୍ଜ ହସ୍ପିଟାଲ ପହଞ୍ଚିବା ପାଇଁ ସେ 200 କିଲୋମିଟରର ଯାତ୍ରା ନିର୍ଣ୍ଣୟ କରିଥିଲେ । ମହିଳାଙ୍କ ସ୍ବାମୀଙ୍କ କହିବାନୁସାରେ ତାଙ୍କ ସ୍ତ୍ରୀ ଏପ୍ରିଲ୍‌ 24 ତାରିଖରେ ପ୍ରସବ ପୀଡ଼ା ଅନୁଭବ କରିଥିଲେ । ତାଙ୍କ ଡେଲିଭରୀ କରାଇବା ପାଇଁ ତାଙ୍କୁ ଗଡଓ୍ବାଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

Read More

ନୂଆଦିଲ୍ଲୀ, ଆଜି ମହାକାଶ ଜଗତରେ ଦେଖା ଯିବ ଏକ ଭିନ୍ନ ଦୃଶ୍ୟ। ତାହା ହେଉଛି ପୃଥିବୀ ନିକଟ ଦେଇ ଆଜି ଅତିକ୍ରମ କରିବ ଏକ ବିରାଟକାୟ ଗ୍ରହାଣୁ। ଯାହାକୁ ସାଧାରଣ ଭାଷାରେ କୁହାଯିବ ‘ମହାକାଶ ପଥର’ ବା ପାହାଡ। ଏହା ଏମିତି ସେମିତ ନୁହେଁ, ପ୍ରାୟ 4 କିଲୋମିଟର ଓସାରର ପଥର ବା ଗ୍ରହାଣୁ। ଏହାର ନାମ ହେଉଛି ଗ୍ରହାଣୁ 52768 1998 OR2। ହେଲେ ଏହା ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି। ଏହି ବିରାଟକାୟ ଗ୍ରହାଣୁ ଗତ ବୁଧୁବାର ଦିନ ଟେଲିସ୍କୋପରେ ଧରାପଡିଥିଲା। ପ୍ରଥମେ ମହାକାଶ ଗବେଷକମାନେ ଭୟଭିତ ହୋଇପଡିଥିଲେ। ହେଲେ ଏହା ରାଡରକୁ ଆସିବା ପରେ ତାହାର ଗତିବିଧି ଉପରେ ନଜର ରଖାଗଲା। ଏହାପରେ ଜଣାପଡିଲା ଯେ, ଏହି ବିରାଟକାୟ ପଥର ପୃଥିବୀ ନିକଟରେ ଗତି କରିବ ନାହିଁ। ପୃଥିବୀଠାରୁ ପ୍ରାୟ 60 ଲକ୍ଷ କିଲୋମିଟର ଦୂରରେ ଯିବ। ଅର୍ଥାତ…

Read More

ବଲାଙ୍ଗିର : ପାଟଣାଗଡରେ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍‌ ।  ବ୍ରିଜ୍‌ ଭୁଶୁଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡିଛି । ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ଏହି ବ୍ରିଜ୍‌ଟି ଭୁଶୁଡିଲା ।  ପୂର୍ବରୁ ନିମ୍ନମାନର କାମ ନେଇ ଖବର ପ୍ରକାଶିତ ହୋଇଥିଲା ।  2015 ମସିହାରେ ଶୁକତେଲ ନଦୀ ଉପରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି ।  ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର 6 ଟି ଗ୍ରାମର ଲୋକେ ଏହି ବ୍ରିଜ୍‌ ଉପରେ ନିର୍ଭର କରନ୍ତି ।

Read More

ଉତ୍ତରାଖଣ୍ଡ : ଆଜି ସକାଳେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଖୋଲାଯାଇଛି । କରୋନା ମହମାରୀ ମଧ୍ୟରେ ବିନା ଭକ୍ତଙ୍କ ଭିଡରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି । ଆଜି ସକାଳ 6ଟା 10 ମିନିଟ୍‌ରେ ଭଗବାନ ଶ୍ରୀ କେଦାରନାଥଙ୍କ ମନ୍ଦିର ଖୋଲା ଯାଇଛି । 6 ମାସ ପାଇଁ କେଦାରନାଥ ମନ୍ଦିରକୁ ବିଶ୍ବର ସୁଖ, ସମୃଦ୍ଧି ଓ ଆରୋଗ୍ୟତା କାମନା ଉଦ୍ଦେଶ୍ୟରେ ଖୋଲା ଯାଇଛି ।  ବିଶ୍ବ ଓ ରାଷ୍ଟ୍ରର କଲ୍ୟାଣ ନିମେନ୍ତ ଭଗବାନ କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ସମ୍ପନ୍ନ କରାଯାଇଛି । ଲକ୍‌ ଡାଉନ୍‌ କାରଣରୁ ଆଜି କେଦାରନାଥଙ୍କ ପ୍ରଥମ ପୂଜା ଅବସରରେ ମୁଖ୍ୟ ପୂଜାରୀଙ୍କ ସମେତ ମାତ୍ର 16 ଜଣ ଲୋକ ସାମିଲ୍‌ ହୋଇଥିଲେ । ସାଧାରଣତଃ କେଦାରନାଥଙ୍କ ମନ୍ଦିର ଖୋଲା ହେବା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥା’ନ୍ତି । କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ମନ୍ଦିର ଦର୍ଶନର ଅନୁମତି…

Read More

ତାମିଲନାଡୁ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । କରୋନା ଭାଇରସ୍‌କୁ ନେଇ ତାମିଲନାଡୁର ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ଏଠାରେ 12 ବର୍ଷରୁ କମ୍ 121 ପିଲାଙ୍କଠାରେ କରୋନା ପଜିଟିଭ୍ ମିଳିଛି । ଏବେ ତାମିଲନାଡୁରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2058 ରହିଛି । ସେହିପରି ରାଜ୍ୟର ରାଜଧାନୀ ଚେନ୍ନାଇରେ କରୋନା ଜନିତ 103ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ କରେନା ମାମଲା 673କୁ ବୃଦ୍ଧି ହୋଇଛି । ସେହିପରି ତାମିଲନାଡୁରେ ଏପର୍ଯ୍ୟନ୍ତ 25 ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ରାଜ୍ୟର ଜିଲ୍ଲାକୁ ଭିନ୍ନ ଭିନ୍ନ ଜୋନ୍‌ରେ ବାଣ୍ଟିଛନ୍ତି । ଏହି ରାଜ୍ୟରେ କୃଷ୍ଣିଗିରି ଗତ 28 ଦିନଧରି ଗ୍ରୀନ୍‌ ଜୋନ୍‌ରେ ରହିଛି । ସେହିପରି ରାଜ୍ୟରେ 15ଟି ଅରେଞ୍ଜ ଜୋନ୍‌ ରହିଛି, ଯେଉଁଠାରେ 15ରୁ କମ୍‌ ମାମଲା ରହିଛି । ଅନ୍ୟ 29 ଜିଲ୍ଲା…

Read More

କଟକ, ବର୍ତ୍ତମାନ ସାରା ବିଶ୍ବ ଲକଡାଉନରେ। ଏପରି ପରିସ୍ଥିତିରେ ଆବଶ୍ୟକ ନ ଥିଲେ କେହି ଘରୁ ବାହରନ୍ତୁ ନାହିଁ ବୋଲି କଟକଣା ଜାରୀ କରାଯାଇଛି। ତଥାପି କେତେକ ଅମାନିଆ ଘରୁ ବାହାରି ବାଇକ ଧରି ବୁଲିବାରେ ଲାଗିଛନ୍ତି। ସେହିମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅନେକ ଖାତିର କରୁ ନାହିଁନ୍ତି। ଫଳରେ ପୋଲିସ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସେହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସ ତରଫରୁ ବିଭିନ୍ନ ରାସ୍ତାରେ ଅମାନିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କୁ ସାବାଡ କରାଯାଉଛି। ଲକଡାଉନ ସମୟରେ କଟକ ପୋଲିସ ଗତକାଲି ଗୋଟିଏ ଦିନରେ ପ୍ରାୟ 4 ଶହ 48 ଖଣ୍ଡ ବାଇକ ଜବତ କରିଛି। ସେହିପରି ମାସ୍କ ପିନ୍ଧି ନ ଥିବାରୁ 121 ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଜଣଙ୍କ ବିରୋଧରେ ମାମାଲ ମଧ୍ୟ ଋଜୁ କରାଯାଇଛି। ଏହି କଟକଣା ଆହୁରି ଦୃଢ…

Read More

ନୂଆଦିଲ୍ଲୀ : ବିଶ୍ବ ମହାମାରୀ କରୋନା ଜାନୁଆରୀ 30ରେ କରୋନାର ପ୍ରଥମ ମାମଲା କେରଳରେ ଦେଖିବାକୁ ମିଳିଥିଲା । ଏହାପରେ କରୋନା ମହାମାରୀ ରୂପ ନେଇ 31 ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଟପିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 31 ହଜାରୁ 3332 ଜଣ ସଂକ୍ରମିତ ହୋଇଥିବାବେଳେ 1007ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 7 ହଜାର 696ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ 73 ଜଣଙ୍କର କରୋନା ଯୋଗୁଁ  ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି ।  ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ଏହା ପଛକୁ ରହିଛି ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଳୀ ପ୍ରମୁଖ । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଯୋଗୁଁ 400 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 120, ଗୁଜୁରାଟରେ 181,…

Read More