ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମସ୍ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ବାବୁ ଜଗଜୀବନ…
Author: Samikhsya Bureau
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ତଥ୍ୟ ଜଣାପଡିଛି । ବାଲେଶ୍ବରର ପାଞ୍ଚ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଟୁଇଟ୍ ଯୋଗେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଜୋନ୍ର ବୋଲି ଜଣାପଡିଛି । 5 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ 55, 22, 23 ଓ 29 ବର୍ଷ ରହିଛି । ଅନ୍ୟ ଜଣେ ଆକ୍ରାନ୍ତ 27 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସମସ୍ତେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ । କାହାରିଠାରେ ବି ସାମାନ୍ୟତମ ଲକ୍ଷଣ ନଥିଲା । ଏବେ ଏହି 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 108ରେ ପହଞ୍ଚିଥିବାବେଳେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ…
କେଦାର ମିଶ୍ର ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପର ଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ…
ଭୁବନେଶ୍ବର : 103 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟସରକାର। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍ର 60 ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାର୍ଚ୍ଚ 22ରୁ ଏପ୍ରିଲ୍ 23 ଯାଏଁ ଲକ୍ ଡାଉନ୍ରେ ଘରେ ରହିଥିବାବେଳେ ଥଣ୍ଡା ହେବାରୁ ଏପ୍ରିଲ୍ 21ରୁ 23 ତାରିଖ ଯାଏଁ ଚିକିତ୍ସାଧୀନ ଥିଲେ । ରାଉରେକଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଟ୍ରାଭେଲ୍ ହିଷ୍ଟ୍ରି ପାଇଁ ତାଙ୍କ ସାମ୍ପଲ୍ ସଂଗ୍ରହ ହୋଇଥିଲେ । 25ରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି 5 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟରୁ ସୂଚନା ମିଳିଛି । ଏହି ନୂତନ 5 ଜଣ ଚିହ୍ନଟ ହେବା ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 15କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍ ଆକାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମୋଟ୍ 2287ଟି ନମୁନା ପରୀକ୍ଷା ହୋଇଛି । ଏଯାବତ୍ ମୋଟ୍ 25 ହଜାର 103ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଥିବାବେଳେ 72 ଜଣ ଚିକିତ୍ସାଧୀନ ରହିଛନ୍ତି । 35 ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ : ଦୁନିଆରେ କରୋନା ଭାଇରସ୍ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସାରା ବିଶ୍ବରେ ମୃତ୍ୟୁସଂଖ୍ୟା 2 ଲକ୍ଷ 6ହଜାର ପାର୍ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 29,94,731ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 73,859ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା 3,751ରେ ବୃଦ୍ଧି ହୋଇଛି । ବିଶ୍ବର 210ଟି ଦେଶକୁ ସଂକ୍ରମିତ ହୋଇଛି । ସେହିପରି 878,701ଜଣସଂକ୍ରମଣ ମୁକ୍ତ ହୋଇଛନ୍ତି । ଏହି ମହାମାରୀ କରୋନା ଯୋଗୁଁ ବିଶ୍ବର ଶକ୍ତିଶାଳୀ ଦେଶଗୁଡିକର ସ୍ଥିତି ବିପନ୍ନ ହୋଇପଡିଛି। ଆମେରିକା ସ୍ଥିତି ଅସମ୍ଭାଳ ହୋଇ ପଡିଛି । ମୃତ୍ୟୁ ସଂଖ୍ୟା 55 ହଜାର 413ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 987,160ରେ ପହଞ୍ଚିଛି । ସେହିପରି ସ୍ପେନ୍ରେ ସଂକ୍ରମିତଙ୍କ ସଂଖ୍ୟା 2,26,629ରେ ପହଞ୍ଚିବାବେଳେ ମୃତ୍ୟୁ ସଂଖ୍ୟା 23,190ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1ଲକ୍ଷ 97 ହଜାର 675…
ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ ‘ଜଣେ ରାଜା ଥିଲେ’। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍ ସଂକ୍ଷେପରେ କୁହାଯାଇପାରେ ଯେ ‘ଜନନୀ’ ରୁ ‘ବାନପ୍ରସ୍ଥ’ ହେଉଛି ବିଜୟ ମିଶ୍ରଙ୍କ ଜୀବନ-ମଞ୍ଚ। ଯଦି ଚଳଚ୍ଚିତ୍ର ଓ ଟେଲିଭିଜନକୁ ଦେଖିବା, ତେବେ କହିପାରିବା ଯେ ‘ଜନନୀ’ ରୁ ‘ଶ୍ରୀଜଗନ୍ନାଥ’ ହେଉଛି ତାଙ୍କ ଜୀବନର ପରଦା-ପ୍ରସ୍ଥ। କାରଣ ‘ଜନନୀ’ ତାଙ୍କର ପ୍ରଥମ ନାଟକ, ‘ବାନପ୍ରସ୍ଥ’ ଶେଷ ସାହିତ୍ୟ ପୁରସ୍କାରପ୍ରାପ୍ତ ନାଟକ ଏବଂ ‘ଶ୍ରୀଜଗନ୍ନାଥ’ ଶେଷ ସଫଳ ମେଗା ଧାରାବାହିକ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ‘ଜନନୀ”ର ରଚନା କାଳ ୧୯୬୦, ଆଉ ‘ବାନପ୍ରସ୍ଥ’ ପାଇଁ ସେ ପାଇଥିଲେ ୨୦୧୩ ମସିହାର ସାହିତ୍ୟ ଅକାଦେମି…
ପୁରୀ, ଇତିହାସ ରଚିଲା ଚଳିତ ଶତାଦ୍ଦୀରେ ଶ୍ରୀମନ୍ଦିରର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନିତି। କରୋନା ପାଇଁ ଚଳିତ ଶତାଦ୍ଦୀର ଶ୍ରୀମନ୍ଦିରର ପୂଜା ନିତିରେ ଘଟିଛି ବଡ ପରିବର୍ତ୍ତନ, ଯାହା କେବେ ହୋଇ ନ ଥିଲା। ଚଳିତ ବର୍ଷ ରଥକାଠ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଦୁଇଟି ନିତି ଶ୍ରୀମନ୍ଦିର ବେଢା ଭିତର ହୋଇଛି। କରୋନା ପାଇଁ ସାମାଜିକ ଦୂରତ୍ବ ରଖାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ଏହି ନିତି କରିବା ପାଇଁ ହେଲେ ବହୁ ସେବକଙ୍କର ଏକତ୍ର ହେବାର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ସବୁ କରିବା ସମ୍ଭବ ନ ଥିବାରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଏହି ଦୁଇ ନିତି ମନ୍ଦିର ଭିତରେ କେବଳ ବିଧି ପାଳନ କରାଯାଇଛି। ଏଥର କେମିତି ହେଲା ଠାକୁରଙ୍କ ଚନ୍ଦନ ଯାତ୍ରା ନିତି ସାଧାରଣତଃ ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରେ ଥିବା 10 ଚଳନ୍ତି ପ୍ରତିମା ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରଣୀକୁ…
ଭୁବନେଶ୍ବର : କୋଭିଡ-19 ମହାମାରୀ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ରାଜ୍ୟ ସରକାର 13 ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରିଛନ୍ତି। ସେଗୁଡିକ ହେଲା 1- ସୁରେଶ ମହାପାତ୍ର ଓ ସୌରଭ ଗର୍ଗ- ରାଜ୍ୟରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବରିଷ୍ଠ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ସାମାଜିକ ଦୂରତ୍ବ ସମ୍ପର୍କିତ ଆଇନ୍ ପ୍ରଣୟନର ଚୂଡାନ୍ତୀକରଣ ନିମନ୍ତେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ତଥା ଲୋକକଲ୍ୟାଣ ପରିଚାଳନା ନିମେନ୍ତ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୋଭିଡ୍ -19 ସମ୍ପର୍କିତ ତାଲିମ୍ ପ୍ରଦାନ ନିମେନ୍ତ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ଦାୟିତ୍ବକୁ ଅତିରିକ୍ତ ଭାବେ କ୍ରିଷ୍ଣନକୁମାରଙ୍କୁ ଦିଆଯାଇଛି। ଯୋଗାଣ ଏବଂ ଦରକାରୀ ଜିନିଷର…
ଚଣ୍ଡୀଗଡ : ପବ୍ଜୀ ଖେଳିବା ପାଇଁ ମନା କରାଯିବାରୁ ଜଣେ 13 ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ଏହି ବାଳକ ଜଣକ ଭାକ୍ରା କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଲକ୍ଡାଉନ୍ ସମୟରେ ଅନ୍ଲାଇନ୍ରେ ପବ୍ଜୀ ଖେଳୁଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଗାଳି ଦିଆଯାଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବାଳକ ଜଣକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥିଲେ । ଗତ 20 ତାରିଖରୁ ବାଳକ ଜଣକ ନିଖୋଜ ଥିଲେ । ପଟିଆଲାରୁ ନିଖୋଜ ଥିବା ବାଳକଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଥିଲା ।
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ପୁରୁଷୋତ୍ତମପୁର ଏନ୍.ଏ.ସି.ରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କରାଯାଇଥିବା ୬ଟି କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମ୍ପୂର୍ଣ୍ଣ ତଦାରଖ କରିଛନ୍ତି । ପୁରୁଷୋତ୍ତମପୁର ଏନ୍.ଏ.ସିର ପ୍ରାୟ ୩୦୦ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ । ସୁରଟ, ମୁମ୍ବାଇ ଓ କେରଳରୁ ଅଧିକାଂଶ ଆସିବେ । ଏନ୍.ଏ.ସି.ର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସିଆରସିସି ଓ ରାଜସ୍ବ ନିରୀକ୍ଷକ କ୍ବାରେଣ୍ଚଟାଇନ୍ କେନ୍ଦ୍ର ଦାୟିତ୍ବରେ ରହିବେ । କେନ୍ଦ୍ର ଗୁଡିକରେ ପାଚେରୀ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ, ପରିମଳ ଓ ସ୍ବଚ୍ଛତା ବ୍ୟବସ୍ଥାକୁ ମଧ୍ୟ ଉପଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୁଡିକ ବିଦ୍ୟାଳୟରେ ହୋଇଥିବାରୁ ସେଠାକାର ପ୍ରଧାନ ଶିକ୍ଷକ ଏହାର ପରିଚାଳନା ଦାୟିତ୍ବରେ ରହିବେ । ସକାଳେ ଏବଂ ସଂଧ୍ୟାରେ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ତଦାରଖ କରାଯିବ । ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟ ପରାମର୍ଶଦାତା ଓ ଯୋଗ ଶିକ୍ଷକ ମଧ୍ୟ ସାମିଲ୍…
ଭୁବନେଶ୍ବର : ରାଜ୍ୟରେ କୋଲକତା ଲିଙ୍କ ଚିନ୍ତା ବଢାଉଛି। ଗତକାଲି ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ୍। କେସ୍ ନଂ 95ରୁ 100 ପର୍ଯ୍ୟନ୍ତ 6 ଜଣ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟରେ 8 ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି କେସ୍ ନମ୍ବର 95ରୁ 102 ପର୍ଯ୍ୟନ୍ତ 8 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। କୋଲକାତା ଲିଙ୍କ୍ ଥିବା ସମସ୍ତ ଛଅ ଜଣ ଯାକ ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି। ଅନ୍ୟ ଦୁଇ କରୋନା ଆକ୍ରାନ୍ତ କେସ୍ ନମ୍ବର 101 ଓ 102 ସୁନ୍ଦରଗଡ ଜିଲ୍ଲାର। ଏହି ଦୁଇ ଆକ୍ରାନ୍ତ କେସ୍ ନମ୍ବର 69 ଦ୍ବାରା ସଂକ୍ରମିତ ହୋଇଛନ୍ତି। 95 ନମ୍ବର ଆକ୍ରାନ୍ତ 23 ବର୍ଷର ଯୁବକ ହୋଇଥିବା ବେଳେ ସେ 29 ମାର୍ଚ୍ଚରେ ବୋଲେରୋ…
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲ୍ରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଦିଲ୍ଲୀର ଜାହାଙ୍ଗିରୀପୁରୀ ନିକଟରେ ଏହି ହସ୍ପିଟାଲଟି ଅବସ୍ଥିତ। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ, ଯେଉଁ ହସ୍ପିଟାଲ ଗୁଡିକରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଜାହାଙ୍ଗିରପୁରୀ ଅଞ୍ଚଳରେ ବହୁ ସଂକ୍ରମିତ ଚିହ୍ନଟ ହୋଇଛି। ଏହି ଅଞ୍ଚଳର ଗଳିରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 2625ରେ ପହଞ୍ଚିଛି। ଶନିବାର ଦିନ 111ଟି ମାମଲା ଆସିଛି। ତେବେ ପୂର୍ବ ସ୍ଥିତି ଠାରୁ ଏବେ ସ୍ଥିତିରେ ବହୁତ ଫରକ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟରେ କରୋନା ଡବଲିଂ ରେଟ ଚାରିରୁ ପାଞ୍ଚ ଦିନ ରହିଥିବାବେଳେ ଏବେ ଏହା 13 ଦିନରେ ରହିଛି…
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ନିର୍ଦ୍ଦେଶ ଅମାନ୍ୟ କଲେ ସରପଞ୍ଚ ମାନେ ଥାନାରେ ଏତେଲା ଦେବେ । ଅବହେଳା କଲେ ସରପଞ୍ଚ ମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିଲ୍ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଂ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ ୩ ଜଣଙ୍କର ସ୍ବାବ୍ ବ୍ଲକ୍ ମାନଙ୍କରୁ ସରପଞ୍ଚ ମାନଙ୍କ ସୁପାରିଶ୍ କ୍ରମେ ପ୍ରତ୍ୟହ ବ୍ରହ୍ମପୁର…
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ ହସ୍ପିଟାଲରେ 8 ଜଣ ନର୍ସ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର କଳାବତୀ ସରଣ ହସ୍ପିଟାଲରେ ସେବିକା ଭାବରେ କାର୍ଯ୍ୟ କରୁଥିବା ଏହି 8 ଜଣ ନର୍ସ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏହି 8 ଜଣ ଯାକ ନର୍ସ ପେଡିଆଟ୍ରିକ ବିଭାଗରେ କାମ କରୁଥିବା ଜଣାପଡିଛି । ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ଏହି ନର୍ସ ମାନଙ୍କ ନମୂନା ପଜିଟିଭ୍ ଆସିବା ପରେ ଏମାନଙ୍କୁ ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଉକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖାଯାଇଛି । (ଏଜେନ୍ସି)
ମୁମ୍ବାଇ : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହୁଛନ୍ତି । ଲକ୍ ଡାଉନ୍ ସମୟରେ ସୋସିଆଲ୍ ମିଡିଆରେ ବହୁତ ସାରା ଭାଇରାଲ୍ ଟ୍ରେଣ୍ଡର ଆରମ୍ଭ କରାଯାଇଛି । ନିକଟରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏପରି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । କ୍ବାରେଣ୍ଟିନ୍ରେ ରହିଥିବା ଏହି ଅଭିନେତ୍ରୀ ଜଣକ ପିଲୋ ଚ୍ୟାଲେଞ୍ଜ୍ରେ ଭାଗ ନେଇ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଷ୍ଟାଇଲିଶ୍ ଅନ୍ଦାଜରେ ଏକ ତକିଆ ଡ୍ରେସ୍ ସହିତ ବ୍ଲାକ୍ ବେଲ୍ଟ ଓ ରେଡ୍ ହାଇହୀଲ୍ସରେ ନଜର ଆସିଛନ୍ତି । ତମନ୍ନାଙ୍କ ଏହି ଇଷ୍ଟେଟିକ୍ ଅନ୍ଦାଜ୍ ଫ୍ୟାନ୍ସକୁ ବହୁତ ପସନ୍ଦ ଆସିଛି । ତମନ୍ନାଙ୍କ ଏହି ପିଲୋ ଡ୍ରେସ୍ର ଫଟୋଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ…
ଭୁବନେଶ୍ବର : ମହାରାଷ୍ଟ୍ରରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧବଙ୍କ ସହିତ ନବୀନ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାରାଷ୍ଟ୍ରରେ ଅଟକି ରହିଥିବା ସମସ୍ତ ଶ୍ରମିକଙ୍କୁ ନିରାପଦ ଭାବରେ ଓଡିଶା ପଠାଇବାର ବ୍ୟବସ୍ଥା କରିବା ପାଇଁ ଉଦ୍ଧବଙ୍କୁ ଅନୁରୋଧ କରିଥିଲେ ନବୀନ । ସମସ୍ତ ଶ୍ରମିକଙ୍କ ପଞ୍ଜୀକରଣ କରାଇ ସେମାନଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯିବ ବୋଲି ନବୀନ କହିଛନ୍ତି ।
ରାୟଗଡା : କରୋନା ସଂକ୍ରମଣ ରୋକିବା ପାଇଁ କ୍ବାରେଣ୍ଟିନ୍ କେନ୍ଦ୍ରରେ ଲୋକଙ୍କୁ ରଖି ଚିକିତ୍ସିତ କରାଯାଉଥିବାବେଳେ ସେଠାରେ ଗଣ୍ଡଗୋଳ ପରି ଅଭାବନୀୟ କାଣ୍ଡ ସବୁ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ରାୟଗଡାର କୁମ୍ଭୀକୋଟା କ୍ବାରେଣ୍ଟିନ୍ କେନ୍ଦ୍ରରେ ଏସିଡ୍ ମାଡ ହୋଇଥିବାର ଖବର ମିଳିଛି । କ୍ବାରେଣ୍ଟିନ୍ରେ ରହୁଥିବା ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏସିଡ୍ ମାଡ ହୋଇଥିବାର ସୂଚନା ରହିଛି । ଉଭୟ ଯୁବକ ରାଜ୍ୟ ବାହରରର ହୋଇଥିବାବେଳେ କ୍ବାରେଣ୍ଟିନ୍ରେ ରହିଥିଲେ । ଗୁରୁତର ଥିବା ଯୁବକଙ୍କୁ ମେଡ଼ିକାଲରେ ପୋଲିସ୍ ଭର୍ତ୍ତି କରିଛି । କ୍ବାରେଣ୍ଟିନ୍ କେନ୍ଦ୍ରରେ ଏପରି ଘଟଥିବାର ସ୍ପଷ୍ଟ କରିଛନ୍ତି ରାୟଗଡା ଉପଜିଲ୍ଲାପାଳ । ସୁନାରୀ କାମ କରୁଥିବାରୁ ଏସିଡ୍ ରଖିଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ ହେବ ବୋଲି ସୂଚନା ରହିଛି ।
ଆସାମ : ଦେଶବ୍ୟାପୀ କରୋନାର ସଙ୍କ୍ରମଣ ବ୍ୟାପୁଥିବା ବେଳେ ଆସାମରେ ସ୍ବାଇନ୍ ଫ୍ଲୁ ଚିନ୍ତାର କାରଣ ହୋଇଛି । ବିଗତ ଚାରିଦନ ମଧ୍ୟରେ 2 ହଜାରରୁ ଅଧିକ ଘୁଷୁରୀ ପ୍ରାଣ ହରାଇବା ପରେ ରବିବାର ଘୁଷୁରୀ ମାଂସ ଖାଇବା କିମ୍ବା ବିକିବା ଉପରେ ରୋକ୍ ଲଗାଇଛନ୍ତି ଆସାମ ସରକାର । ବ୍ରହ୍ମପୁତ୍ର ଗେଷ୍ଟ ହାଉସ୍ରେ ସରକାରୀ ଅଧିକାରୀଙ୍କ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହି ନିଷ୍ପତ୍ତି ନେଇଛନ୍ତି । ରବିବାର ଠାରୁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାଂସ ଖାଇବା କିମ୍ବା ବିକିବା ଉପରେ ଏହି କଟକଣା ଲାଗୁ କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି। ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ…

