Author: Samikhsya Bureau

କେଦାର ମିଶ୍ର ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ତଥା ନବୀନ ପଟ୍ଟନାୟକ ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଖବରଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ତା ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ବିଜୁ ଜନତା ଦଳ ଭିତରେ ପ୍ରଣବ ପ୍ରକାଶଙ୍କ ପତିଆରା ଗତ କିଛି ବର୍ଷ ହେଲା ବେଶ ବଢିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ସଫଳତା ହାରା ଯେତେବେଳେ କମିଥିଳା, ସେତେବେଳେ ସରକାରରେ ଥିବା କିଛି ମନ୍ତ୍ରୀଙ୍କୁ ବିଜେଡି ସଂଗଠନ ସଜାଡିବାର ଦାୟିତ୍ଵ ଦିଆଯାଇଥିଲା। ମନ୍ତ୍ରୀ ମଣ୍ଡଳ ଛାଡି ଆସିଥିବା ସେତେବେଳର ତରୁଣ ମନ୍ତ୍ରୀମାନଙ୍କ ଭିତରେ ବବି ଥିଲେ ଅନ୍ୟତମ। ବିଜେଡି ଗଠନର ପ୍ରଥମ ୧୨ ବର୍ଷ, ଦଳର ସଂଗଠନ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ରହିଥିଲା। ପ୍ୟାରୀ ବାବୁଙ୍କର ପ୍ରସିଦ୍ଧ ବିଦ୍ରୋହ ପରେ ଅଳ୍ପଦିନ ପାଇଁ  ବିଜେଡି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ନିକଟରେ ଏକ କାର୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୁଧବାର ଅପରାହ୍ନରେ ଏକ ମହିନ୍ଦ୍ରା କାର୍ (ସିଜି ୦୪ ଏଚ୍‌ବି ୦୭-୯୨୩୧) ସାମ୍ନାପଟୁ ଆସୁଥିବା ଏକ ବାଇକ୍ (ଓଆର୍ ୦୭ – ୮୨୧୪)କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ି ରାସ୍ତାକୁ ଖସି ଯାଇଥିଲା । ବାଇକ୍ ଆରୋହୀ ଏବଂ କାର୍‌ରେ ବସିଥିବା ଜଣେ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜିକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଉଭୟଙ୍କ ପରିଚୟ ମିଳିପାରିନାହିଁ । ଖବରଲେଖା ହେବା ପର୍ଯ୍ୟନ୍ତ ସଦରଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି ।

Read More

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 135 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଅଧିନାୟିକା ମେଗ୍‌ ଲାନିଂଙ୍କ 49 ରନ୍‌ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍‌ ସଂଗ୍ରହ କରିଛି । ଲାନିଂ 49ଟି ବଳ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଛକ୍କା ସହାୟତାରେ 49 ରନ୍‌ ସଂଗ୍ରହ କରିଥିଲା । ଦ. ଆଫ୍ରିକା ପକ୍ଷରୁ ନାଡିନ୍‌ ଡି କ୍ଲାର୍କ 19 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ 134 ରନ୍‌ରେ ସୀମିତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବେଥ୍‌ ମୁନି 28 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ ପୋଲିସ୍‌ ପକ୍ଷରୁ ହୁସେନ୍‌ଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ କଲେଜ ଗୁଡିକ ଖୋଲୁଛି ଏବଂ ଶାନ୍ତି ଫେରୁଛି ବୋଲି ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍‌ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା ହାଉସ୍‌ କୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପଓ୍ବନ୍‌ ବର୍ମାର ରାଜକ୍ଷମା ଯାଚିକା ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ଫାଶୀ ତାରିଖର ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ । ଢେଙ୍କାନାଳର ମହାଦିଆ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଟ୍ରାକ୍‌ ଭାଙ୍ଗିଯାଇଥିଲା । ରେଳବିଭାଗ କର୍ମଚାରୀ ସମ୍ପୃକ୍ତ ଟ୍ରାକ୍‌କୁ ଦେଖିବାରୁ ଏକ ସମ୍ଭାବ୍ୟ ଦୁର୍ଘଟଣା ଏଡେଇ ହୋଇ ଯାଇଥିଲା । ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରକ୍‌ର ମରାମତି କରାଯାଇଥିଲା । ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ଟ୍ରାକ୍‌ ମରାମତି କରାଯାଇଥିଲା ଏବଂ ସମସ୍ତ ଟ୍ରେନ୍‌ ସୁରୁଖୁରୁରେ ଯାତ୍ରା କରିଥିଲେ ।

Read More

ରମେଶ ମହାନ୍ତି ଜଗତସିଂହପୁର : ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ସାରଳା ମନ୍ଦିରର ଭୋଗ ଦୋକାନ, ଦୀପ ଦୋକାନ, ଗାଡି଼ ପାର୍କିଙ୍ଗ, ଯୋତାଷ୍ଟାଣ୍ଡ ଓ ଶୌଚାଳୟର ବାର୍ଷିକ ନିଲାମ ପାଇଁ ଗତକାଲି ଟେଣ୍ଡର ଆହ୍ବାନ କରାଯାଇଥିଲା। ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ମନ୍ଦିର ପୋଲିସ ଫାଣ୍ଡି ଅଧିକାରୀ, କନକପୁର ପୋଲିସ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯାଇଥିଲା। ଦୀପଦୋକାନ ପାଇଁ ୩ଟି ଟେଣ୍ଡର ପଡିଥିବା ବେଳେ ସର୍ବୋଚ୍ଚ ଟେଣ୍ଡର ଦାତା ତ୍ରୀଲୋଚନ ରାଉଳଙ୍କୁ ୭୫ଲକ୍ଷ ୮୫ ହଜାର ୫୫୦ଟଙ୍କାରେ ନିଲାମ ଦିଆଯାଇଥିଲା। ଭୋଗ ଦୋକାନ ପାଇଁ ୮୦ଲକ୍ଷ ୫୩ ହଜାର ୩୦୩ ଟଙ୍କାରେ ଚନ୍ଦନ ପଣ୍ଡା ଏକମାତ୍ର ବ୍ୟକ୍ତି ଭାବରେ ଟେଣ୍ଡର ପକାଇଥିବାରୁ ଏହି ଟେଣ୍ଡର କାହାରିକୁ ଦିଆଯାଇନାହିଁ। ଏହି ଟେଣ୍ଡରଟିକୁ ବିଚାର ପାଇଁ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିକଟକୁ ପଠାଇ ଦିଆଯାଇଛି। ଶୌଚାଳୟ ନିମନ୍ତେ ମଧ୍ୟ ସମାନ…

Read More

ମୁମ୍ବାଇ : ବଲିଉଡ୍‌ ଏବଂ ଟଲିଉଡ୍‌ର ସୁପର ହଟ୍‌ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଏକ କିସିଂ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ରକୁଲ୍‌ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ତେବେ କୌଣସି ଫିଲ୍ମ ସେଟ୍‌ରେ କିମ୍ବା କୌଣସି ସହ କଳାକାରଙ୍କୁ ନୁହେଁ । ଫିଜିଓଙ୍କ ସହିତ ଚକ୍ରାସନ ସମୟରେ ରକୁଲ୍‌ କାନ୍ଥକୁ ଚୁମ୍ବନ ଦେଉଛନ୍ତି । ବଲିଉଡ୍‌ର ଅନ୍ୟତମ ଫିଟ୍‌ ଅଭିନେତ୍ରୀ ରକୁଲ୍‌ ସର୍ବଦା ନିଜର ଫିଟନେସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି । ରକୁଲ୍‌ ନିଜର ଇନ୍‌ଷ୍ଟାଗ୍ରାମ ସାଇଟ୍‌ରେ ଭିଡିଓଟିକୁ ଅପ୍‌ଲୋଡ୍‌ କରିବା ପରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ରକୁଲ୍‌ଙ୍କ ଚକ୍ରାସନକୁ ଅଧିକାଂଶ ଫ୍ୟାନ୍‌ ପସନ୍ଦ କରିଛନ୍ତି । https://www.instagram.com/p/B8-ZZnvlJkN/?utm_source=ig_embed&utm_campaign=embed_video_watch_again ରକୁଲ୍‌ ଅର୍ଜୁନ କପୁର୍‌ଙ୍କ ସହିତ ଏକ ଅନ୍‌ଟାଇଟଲ୍‌ଡ ଫିଲ୍ମରେ ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ଆକ୍ସନ୍‌ ଥ୍ରୀଲର୍‌ ଆଟାକ୍‌ରେ ନଜର ଆସିବାକୁ ଯାଉଛନ୍ତି ।…

Read More

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ଭ୍ୟାକେସନ୍‌ ବେଞ୍ଚ ଗଠନ କରାଯାଇ ବିଚାର ପ୍ରକ୍ରିୟା ଜାରି ରଖାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏହି ବେଞ୍ଚ ସମ୍ପର୍କରେ ଗୁରୁବାର ଘୋଷଣା କରିଛନ୍ତି । କେବଳ ହୋଲି ଦିନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦିନ ଭ୍ୟାକେସନ୍‌ ବେଞ୍ଚ କାର୍ଯ୍ୟ କରିବ ବୋଲି ବୋବଡେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେବଳ ଖରାଛୁଟି ସମୟରେ ଦୁଇ ମାସ ପାଇଁ ଭ୍ୟାକେସନ୍‌ ବେଞ୍ଚ ବିଚାର କରିଥାଏ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌…

Read More

ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳେ ବେଳେ ଭୋଟର କାର୍ଡରେ ନାମ ବା ଘରର ଠିକଣା ଭୁଲ୍‌ ରହିଥାଏ ମାତ୍ର ମୁର୍ଶିଦାବାଦରେ ଜଣେ ବ୍ୟକ୍ତିଙ୍କ ଫଟୋ ଜାଗାରେ ଆଉ ଏକ ଫଟୋ ରହିଛି । ତେବେ ଏହା କୌଣସି ମଣିଷର ଫଟୋ ନୁହେଁ ବରଂ ଏକ କୁକୁରର ଫଟୋ । ଉଲ୍ଲେଖଯୋଗ୍ୟ ଯେ, ମୁର୍ଶିବାଦର ଜନୈକ ବ୍ୟକ୍ତି ନିଜ ଭୋଟର କାର୍ଡ ସଂଶୋଧନ କରିବା ପାଇଁ ଆବେଦନ କରିଥିଲେ । ସଂଶୋଧିତ ଭୋଟର କାର୍ଡ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସ୍ଥାନରେ ଗୋଟିଏ କୁକୁରର ଫଟୋ ରହିଥିବା ଦେଖିବାକୁ ମିଳିଥିଲା । ଘଟଣାଟି ଏହିପରି ମୁର୍ଶିଦାବାଦର ରାମନଗର ଗ୍ରାମର ସୁନୀଲ କର୍ମକାର ନିଜର ଭୋଟର କାର୍ଡରେ ସଂଶୋଧନ ପାଇଁ ଆବେଦନ କରିଥିଲେ । ଏପରିକି ଦୁଲାଲ ସ୍ମୃତି ସ୍କୁଲର ଶିକ୍ଷକ ଏବଂ ବିଡିଓ କାର୍ଡରେ ଫଟୋକୁ ନଦେଖି ତରବରିଆ ଭାବରେ ଦସ୍ତଖତ…

Read More

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ତାମିଲନାଡୁର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଅଧିଗ୍ରହଣ କରିଛି । ତାମିଲନାଡୁର ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ 152 କୋଟି ଟଙ୍କାରେ ରିଲାଏନ୍ସ ଅଧିଗ୍ରହଣ କରିଛି । ଗୁରୁବାର ଦିନ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି କମ୍ପାନୀକୁ କିଣାଯାଇଛି । ଦକ୍ଷିଣ ଭାରତୀୟ ବଜାରକୁ ଅଧିକାର କରିବା ଲକ୍ଷ୍ୟରେ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି ଷ୍ଟୋରକୁ କିଣାଯାଇଛି । ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ତାମିଲକନାଡୁରେ ଏହାର ଶାଖା ସମ୍ପ୍ରସାରଣ ନେଇ ରିଲାଏନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପ୍ଟେମ୍ବର 15,1999ରେ ପ୍ରତିଷ୍ଠା କରାଯାଇଥିବା ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋର ଫଳ, ପନିପରିବା ପ୍ରଭୃତି ବିକ୍ରୟ କରିଥାଏ । ଏହି ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ରିଲାଏନ୍ସ ଅଂଶଧନ ମୂଲ୍ୟରେ 12.40 ପଇସା ହ୍ରାସ ପାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବ ପ୍ରବକାଶ ଦାସଙ୍କୁ ନୂତନ ଦାୟିତ୍ବ ଦେଇଛନ୍ତି । ବିଜେଡିର ନୂତନ ସଂଗଠନ ସମ୍ପାଦକ ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ଦଳୀୟ କାର୍ଯ୍ୟାଳୟ ଠାରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ବ ପ୍ରଣବ ପ୍ରକାଶ ଦାସ ନେବେ । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଣବଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବି ଦଳ ପାଇଁ ଦାୟିତ୍ବ ନେଇଥିଲେ ପ୍ରଣବ ।

Read More

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ଦିନ ହେବ ରାଜନୈତିକ ଅସ୍ଥିରତା ବଢି ଚାଲିଛି । ଏବେ କଂଗ୍ରେସ ଭାରତୀୟ ଦଳକୁ ଏନେଇ ଟାର୍ଗେଟ କରିଛି । ଗୁରୁବାର ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ବିଜେପି ଦେଶର ଭିନ୍ନ ଭିନ୍ନ ଅଂଶରେ ଲୋକତନ୍ତ୍ରକୁ ଶେଷ କରିବାର କାର୍ଯ୍ୟ କରୁଛି । ଗତ କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ-ରାଜସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ବିଜେପି ଏହିପରି କାମ କରୁଛି । ଯେବେଠାରୁ ବିଜେପି କ୍ଷମତାକୁ ଆସିଛି, ଏହିପରି କାର୍ଯ୍ୟ କରୁଛି । କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ହଟାଇ ଦିଆଗଲା । ରାଜ୍ୟପାଳଙ୍କ ଶକ୍ତିକୁ ଅପବ୍ୟବହାର କରାଗଲା । ସେହିପରି ମଣିପୁର ଓ…

Read More

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ବର୍ଷା କାରଣରୁ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍‌ ଧୋଇଯିବାରୁ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି । ରିଜର୍ଭ ଡେ ରହିନଥିବାରୁ ବର୍ଷା କାରଣରୁ ଭାରତ ବିଜୟୀ ହୋଇଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ 4 ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ 3ଟିରେ ବିଜୟୀ ହୋଇଥିଲା । ଅଧିକ ପଏଣ୍ଟ କାରଣରୁ ଭାରତ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାକୁ ଭେଟିବ । ସମାନ ଷ୍ଟାଡିୟମ୍‌ରେ ଦ୍ବିତୀୟ ସେମି ଫାଇନାଲ୍‌ ଅନୁଷ୍ଠିତ ହେବ । ତେଣୁ ଯଦି ଦ୍ବିତୀୟ ସେମି ଫାଇନାଲ୍‌ ଖେଳାନଯାଏ ତେବେ ଦକ୍ଷିଣ ଆଫ୍ରିକା ଅଧିକ ପଏଣ୍ଟ ହାସଲ କରିଥିବାରୁ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗଥାନାରେ ଏବେ ଅଧିକାରୀ ସଙ୍କଟ ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ଘୋର ସଙ୍କଟ ସୃଷ୍ଟି କରିଥିବା ଜଣାପଡ଼ିଛି। ଜିଲ୍ଲାର ସବୁଠାରୁ ବ୍ୟସ୍ତବହୁଳ ଥାନା ହୋଇଥିବାବେଳେ ବାର୍ଷିକ ମାମଲା ସଂଖ୍ୟା ମଧ୍ୟ ଅନ୍ୟ ଥାନା ତୁଳନାରେ ବେଶ ଅଧିକ । ମାତ୍ର ଆବଶ୍ୟକୀୟ ଏସଆଇ ସଂଖ୍ୟା ସାତ ହୋଇଥିବା ସ୍ଥଳେ ମାତ୍ର ଜଣେ ଏସଆଇ କାର୍ଯ୍ୟକରୁଛନ୍ତି। ଏହିପରିସ୍ଥଳେ କୁଜଙ୍ଗ ଥାନାରେ ଅପରାଧ ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ୍ନ ହେଉଥିବା ଜଣାପଡ଼ିଛି। ତୁରନ୍ତ ଆବଶ୍ୟକୀୟ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରଯିବାକୁ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି । ପ୍ରକାଶଯେ, ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଅଟେ। ପାରାଦୀପ ବନ୍ଦରର ମୁଖାଶଳା ହୋଇଥିବାରୁ ତଥା ଏହା ପାର୍ଶ୍ବରେ ଜାତୀୟ ଏବଂ ରାଜ୍ୟ ରାଜପଥ ରହିଥିବାରୁ ଏଠାରେ ଅନେକ ସମୟରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଇଥାଏ। କୁଜଙ୍ଗ ତଥା ଏରସମା ବ୍ଳକର…

Read More

ନୂଆଦିଲ୍ଲୀ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ନମସ୍ତେ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଶଶୀଥରୁର୍‌ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ସମସ୍ତ ପରମ୍ପରାରେ ବିଜ୍ଞାନ ରହିଛି । ସେଥିପାଇଁ ତ ଭାରତ ମହାନ୍‌ । କରୋନା ଭାଇରସ୍‌ ସହ ଲଢିବା ପାଇଁ ଦୁନିଆର ସମସ୍ତ ବିଶେଷଜ୍ଞ ପରାମର୍ଶ ଦେବା ସହିତ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି । ବିଶେଷକରି ଶାରିରୀକ ଭାବେ ଅନ୍ୟଠାରୁ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି ।  ଏହା ମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କରୋନା ଭାଇରସରୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି । କିନ୍ତୁ କିଛି ଏପରି ଜିନିଷ ଅଛି, ଯାହାକୁ ନିଜ ଜୀବନରେ ଆଣିବା ଦରକାର । ପ୍ରଥମେ ହାତ ମିଳାଇବା ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି । ଏବେ ସମେସ୍ତ ଭାରତୀୟ ତରିକାକୁ ଆପଣାଇ ଜଣେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ ଗୋପିଆକୁଦ ଅଂଚଳର ଜନୈକା ମା’ ଏବଂ ଧରମ ପୁଅକୁ ବଧୂ ହତ୍ୟା ଅଭିଯୋଗରେ ମାନ୍ୟବର କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅତିରିକ୍ତ ୩ ମାସ ଜେଲଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଆଜି ଏହି ରାୟ ପ୍ରକାଶ ପାଇବାପରେ ପୀଡ଼ିତ ପରିବାର ପକ୍ଷରୁ ସତ୍ୟର ବିଜୟ ହେଲା ବୋଲି ପ୍ରତିକ୍ରିୟାରେ ପ୍ରକାଶ କରାଯାଇଛି। ପ୍ରକାଶ ଯେ, କୁଜଙ୍ଗ ଥାନା ବାଲିଆ ଗ୍ରାମର ଦିବାକର ବେହେରାଙ୍କ ଝିଆରୀ ମାମିନା ବେହେରାଙ୍କର ଗତ ୨୦୧୫ ମସିହା ଜୁଲାଇ ମାସ ୧୮ ତାରିଖରେ ଗୋପିଆକୁଦ ଅଂଚଳର ରାମଚନ୍ଦ୍ର ରାଉତଙ୍କ ସହିତ ବୈଦିକ ରିତୀରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷରୁ ବରପକ୍ଷର ଦାବୀମୁତାବକ ଯୌତୁକ ପ୍ରଦାନ କରିଥିଲେ। ମାତ୍ର ପରବର୍ତୀ ସମୟରେ ଅଧିକ ଯୌତୁକ ଦାବୀକରି ବିବାହିତ ନବବଧୂ କୁ ଶାରୀରିକ…

Read More

ସମୀକ୍ଷା ବ୍ୟୁରୋ ଅନୁଗୋଳ : ଗାଁ ଭିତରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହଣ୍ଡପା ବନାଞ୍ଚଳ କମରେଇ ଗାଁରେ। ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ  ଶୋଇ ଥିବାବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦେବକୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସକାଳେ ଏହା ଦେଖିବା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

Read More

କେଦାର ମିଶ୍ର ଓଡିଶାର ଇତିହାସରେ ଠିକ କୋଡିଏ ବର୍ଷ ତଳେ ଆଜିର ଦିନରେ (୫, ମାର୍ଚ୍ଚ, ୨୦୦୦) ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରର ନେତୃତ୍ଵ ନେଇ ସେଦିନ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ କେହି କେବେ ଚିନ୍ତା ବି କରି ନଥିଲେ ଯେ, ଆଗାମୀ ଦୁଇ ଶତାବ୍ଦୀ ଧରି ସେ ଓଡିଶାର ନିର୍ବିକଳ୍ପ ଶାସକ ହୋଇ ରହିବେ। କୋଡିଏ ବର୍ଷରେ ପାଞ୍ଚୋତି ସାଧାରଣ ନିର୍ବାଚନକୁ ପ୍ରଚଣ୍ଡ ବହୁମତରେ ଜିତିବାର ଐତିହାସିକ ସଫଳତା କେବଳ ନବୀନ ପଟ୍ଟନାୟକଙ୍କୁ ମିଳିଛି। ୧, ଏପ୍ରିଲ, ୧୯୩୬ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ମାତ୍ର ଚାରି ଜଣ ମୁଖ୍ୟମନ୍ତ୍ରୀ/ପ୍ରଧାନମନ୍ତ୍ରୀ  ୫ ବର୍ଷରୁ ଅଧିକ କାଳ ରାଜ୍ୟ ଶାସନରେ ରହିବାର ସୁଯୋଗ ପାଇଥିଲେ। ନବକୃଷ୍ଣ ଚୌଧୁରୀ,…

Read More

ପ୍ରଭୁକଲ୍ୟାଣ ମହାପାତ୍ର ବିଧାନସଭାରେ ପ୍ରଥମ ଅଭିଭାଷଣ : ଗତାନୁତିକ ବଜେଟ ଦ୍ବାରା ଗରିବଙ୍କୁ ସୁଫଳ ମିଳିବ ନାହିଁ : ବିଜୁ ବିଧାନସଭାର ପ୍ରଥମ ଅଭିଭାଷଣରୁ ହିଁ ବିଜୁ ପଟ୍ଟନାୟକଙ୍କ ମନରେ କୁହୁଳିଥିବା ବିଦ୍ରୋହ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ସେହି ବିଦ୍ରୋହ ଥିଲା, ଓଡ଼ିଶାର ବିକାଶ ପାଇଁ, ଓଡ଼ିଆମାନଙ୍କ ଉତ୍ଥାନ ଲାଗି ଏବଂ ପ୍ରଚଳିତ ଅବାସ୍ତବ ଅମଲାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ। ତେଣୁ ଗତାନୁଗତିକ ଧାରାରେ ପ୍ରସ୍ତୁତ ଯୋଜନା ଏବଂ ବଜେଟ୍‌କୁ ସେ ଦୃଢ ଭାବେ ନାପସନ୍ଦ କରିଥିଲେ। ସେଥିପାଇଁ ନିଜ ଦଳରେ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ବିଧାନସଭା ଅଭିଭାଷଣରେ କଠୋର ସମାଲୋଚନା କରିବାକୁ କୁଣ୍ଠାବୋଧ କରିନଥିଲେ। ଚାଳିଶ ଦଶକରେ ଅର୍ଥାତ୍‌ ପ୍ରାକ୍‌ ସ୍ବାଧୀନତା କାଳରେ ବିଜୁବାବୁ ଓଡ଼ିଆ ବିଧାନସଭାକୁ ପ୍ରଥମେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। 1946 ସେପ୍ଟେମ୍ବର 11 ତାରିଖ ଦିନ ସେ ବିଧାନସଭାରେ ରାଜ୍ୟ ବଜେଟ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ ପ୍ରଦାନ କରିଥିଲେ। ବଜେଟରେ…

Read More