Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇଛି।  ଅଚାନକ ଭାବେ ଯଦି ସେଭଲି କିଛି ଲକ୍ଷଣ ଜଣାପଡିଲେ ସେଭଲି ବ୍ୟକ୍ତିକୁ ଏବଂ ରାଜ୍ୟ ବାହାରୁ କିମ୍ବା ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଭଲି ସ୍ଥିତିରେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଗତ ୨୨ ତାରିଖ ରାତିରେ ଅନ୍ତେବାସୀ ଥିବା ପାପଡାହାଣ୍ଡି ଅଂଚଳର ୨୫ ଜଣ ଶ୍ରମିକ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆମପାଣିସ୍ଥିତ ଏହି ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ବାହାରୁ ଆସିଥିବା ଜଣେ ମହିଳା ସମେତ ମୋଟ ୬୪ ଜଣ ଶ୍ରମିକଙ୍କୁ ରଖାଯାଇଥିଲା। ଫୁଲବାଣୀ ରୁ ୨୬ ଜଣ ଚାଲି ଚାଲି ନିଜ ଅଂଚଳ ପାପଡାହାଣ୍ଡିକୁ ଫେରୁଥିବା ବେଳେ ସୀମାନ୍ତରେ…

Read More

ଡେରାଡୁନ୍‌ : ଦେଶରେ କରୋନା ଭାରଇସ୍‌ ଯୋଗୁଁ ସ୍ଥିତି ବିଗିଡି ଥିବାବେଳେ ଉତ୍ତରାଖଣ୍ଡରେ ନଅମାସର ଶିଶୁଟି କରୋନା ଭାଇରସକୁ ମାତ ଦେଇଛି । ପ୍ରଦେଶର ସର୍ବକନିଷ୍ଠ ଭାବେ ରୋଗରୁ ସୁସ୍ଥ ଲାଭ କରି ରେକର୍ଡ କରିଛି ଏହି ଶିଶୁଟି । ପ୍ରଦେଶର ରାଜଧାନୀ ଡେରାଡୁନରର ଗତ ସପ୍ତାହରେ ନଅ ମାସର ଏକ ଶିଶୁଟି ଭୟାନକ କରୋନାର କବଳରେ ଆସିଥିଲା । ଏହା ପରେ ଏହି ଶିଶୁକୁ ଡୁନ୍‌ ମେଡ଼ିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କରୋନା ଯୁଦ୍ଧରେ ନା ହାର ମାନିଛି ଏହି ଶିଶୁଟି ନା ଡାକ୍ତରମାନେ। ମାତ୍ର ଛଅ ଦିନରେ ଏହି ଶିଶୁଟି କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛି। ଶିଶୁଟିର ଲଗାତାର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ଡାକ୍ତରଖାନାରୁ ଏହି ଶିଶୁକୁ ଡିସ୍‌ଚାର୍ଜ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ସହରର ଭଗତ ସିଂହ କଲୋନୀର ଜଣେ ମସଜିଦ୍‌ରେ କାମ କରୁଥିବା ଜଣେ ବ୍ୟକ୍ତି…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁ କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିିରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସଂଗରୋଧର ଅତ୍ୟାବଶ୍ୟକକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସୋମନାଥ ହାଟ ଓ କୁଜଙ୍ଗ ହାଟକୁ ତାଲାବନ୍ଦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରଖିଛନ୍ତି। ଏହି ସାପ୍ତାହିକ ହାଟ ଗୁଡିକ ସପ୍ତାହରେ ଗୋଟିଏ ଦିନ ଖୋଲା ରହୁଥିଲା କିନ୍ତୁ ସଂପୃକ୍ତ ହାଟ ଗୁଡିକରେ ବହୁ ଜନ ସମାଗମ ହେଉଥିବାରୁ କରୋନା ପ୍ରତିରୋଧ ନିମନ୍ତେ ଜନସାଧାରଣଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂପୃକ୍ତ ହାଟ ଗୁଡିକ ସଂପୃକ୍ତ ବନ୍ଦ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଟେଲି ମେଡିସିନ୍ ବ୍ୟବସ୍ଥା କାର୍ଯ୍ୟ କରାଯାଇଛି। ଏଣିକି ଡାକ୍ତରଖାନାକୁ ନ ଆସି ନିଜ ନିଜର ରୋଗର ସମସ୍ୟା ସଂକ୍ରାନ୍ତରେ ହ୍ୱାଟସ୍ ଆପ୍ ଭଏସ୍ କଲ୍ କିମ୍ବ। ହ୍ୱାଟସ୍ ଆପ୍ ଭିଡିଓ କଲ୍…

Read More

କେରଳ : କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ ହୋଇଛି । କୋଝିକୋଡ ମେଡ଼ିକାଲ୍‌ କଲେଜରେ ଏହି ଶିଶୁଟିର ଚିକିତ୍ସା ଚାଲୁଥିଲା । ଏପ୍ରିଲ୍‌ 22ରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ହାର୍ଟ ପ୍ରୋବ୍ଲେମ୍‌ ଥିବାରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। କେରଳରେ ଏପର୍ଯ୍ୟନ୍ତ ସର୍ବମୋଟ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 400 ପାର୍‌ କରିଛି । କେରଳରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ନଜର ଆସିଥିବାବେଳେ କେରଳରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ସର୍ବମୋଟ ତିନିଜଣଙ୍କ ପ୍ରାଣ ଯାଇଛି । ସେହିପରି କେରଳରେ ଏବେ ସଂକ୍ରମିତଙ୍କ ହାର ମଧ୍ୟ ବେଶ୍‌ କମ ରହିଛି । ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କେରଳ ଓ ଓଡ଼ିଶାକୁ କରୋନା ମ୍ୟାନେଜମେଣ୍ଟ ପାଇଁ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ପ୍ରଭାବ ବିସ୍ତାର କରିଥିବାବେଳେ ଆମେରିକାରେ କରୋନା ସ୍ଥିତି ଜଟିଳ ରହିଛି। ଆମେରିକାରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା 50 ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 886,709ରେ ପହଞ୍ଚିଛି। ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 27 ଲକ୍ଷ ପାର କରିସାରିଥିବାବେଳେ ମୃତ୍ୟୁସଂଖ୍ୟା 1,91,061ରେ ପହଞ୍ଚିଛି । ଆମେରିକାରେ ବ୍ୟତୀତ ସ୍ପେନ୍‌, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ୍‌ ଆଦି ରାଷ୍ଟ୍ରରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା 213,024 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22,157ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତକଙ୍କ ସଂଖ୍ୟା 89,250ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1,01,617ରେ ପହଞ୍ଚିଛି । ଇଟାଲୀରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ରହିଛି । ଏଠାରେ 1 ଲକ୍ଷ 89 ହଜାର 973 ଲୋକ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା 25 ହଜାର ଡେଇଁଛି ।  ସେହିପରି…

Read More

ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଟେଲିଫୋନ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେହିପରି ରଥଯାତ୍ରାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାର ଅଛି । ଦେଶରେ କରୋନା ସ୍ଥିତି ଜଟିଳ ଥିବାରୁ ଚଳିତ ବର୍ଷ ରଥଯାତ୍ରା ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Read More

ବେଙ୍ଗାଲୁରୁ: ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 ରହିଥିବାବେଳେ ଗୁଜୁରାଟରେ ଅଛନ୍ତି 2624, ଦିଲ୍ଲୀରେ 2376, ରାଜସ୍ଥାନରେ 1964, ତାମିଲନାଡୁରେ 1683, ମଧ୍ୟପ୍ରଦେଶରେ 1699, ଉତ୍ତରପ୍ରଦେଶରେ 1510, ତେଲେଙ୍ଗାନାରେ 960, ଆନ୍ଧ୍ରପ୍ରଦେଶରେ 895 ଓ କେରଳରେ 447ଟି ମାମଲା ରହିଛି । ଦେଶରେ କରୋନା ମହାମାରୀ ସହ ଲଢେଇ କରୁଛି । ଦେଶର ସ୍ଥିତିକୁ ଦେଖି କେନ୍ଦ୍ର ସରକାର ମାର୍ଚ୍ଚ 25ରୁ ଦେଶରେ ଲକ୍ ଡାଉନ୍‌ ଜାରି କରିଥିଲେ । ଏହାର ଅବଧି ଏପ୍ରିଲ୍‌ 14ରେ ସମାପ୍ତ ହେବାକୁ ଥିବାବେଳେ ପୁନର୍ବାର ଏହାର ଅବଧିକୁ ମେ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ତଥା ସାମଗ୍ରୀଙ୍କୁ ଛାଡି ଅନ୍ୟ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 23 ହଜାର ପାର୍‌ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବେ 23,077ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା 700 ଡେଇଁଛି। କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟା ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ  ମୃତ୍ୟୁ ସଂଖ୍ୟା 718 ରହିଛି ।  ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 80, ଦିଲ୍ଲୀରେ 50, ତାମିଲନାଡୁରେ 20, ତେଲେଙ୍ଗାନାରେ24, ଆନ୍ଧ୍ରପ୍ରଦେଶରେ 27, କର୍ଣ୍ଣାଟକରେ 17, ଉତ୍ତରପ୍ରଦେଶରେ 24, ପଞ୍ଜାବରେ 16,  ପଶ୍ଚିମବଙ୍ଗରେ 15, ରାଜସ୍ଥାନରେ 27, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ ତିନି, ଝାରଖଣ୍ଡରେ 3, ବିହାରରେ 2, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ…

Read More

ଗୁଜୁରାଟ : ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟ ଅନୁସାରେ ଏକ ଏଟିଏମ୍‌ ବୁଥ୍‌କୁ ଏହି ତିନି ଯବାନ୍‌ମାନେ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ତିନିଜଣ ଯାକ ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଏଟିଏମ୍ ଯୋଗୁଁ ଏହି ତିନି ଯବାନ୍‌ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି। ଏହି ଯବାନ୍‌ଙ୍କ ସମ୍ପର୍କରେ ଆସିଥିବା 28ଜଣ ବ୍ୟକ୍ତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ଏହି ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି । ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପୋଲିସ୍‌ କର୍ମୀ, ସୁରକ୍ଷା ବାହିନୀ ଏବଂ ତିନି ବାହିନୀ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ନିକଟରେ ମହାରାଷ୍ଟ୍ରର ନୌସେନାରେ କାମ କରୁଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ 25 ଜଣ ନୌସେନା କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା । ଏଥିରେ 21 ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିଲା ।…

Read More

ଭୁବନେଶ୍ବର : ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୁନା ପରୀକ୍ଷା ହୋଇଛି । ଗତକାଲି 2474ଟି ନମୁନା ପରୀକ୍ଷା ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆରଏମ୍‌ଆରଏସିରେ 1241, ଏମ୍‌ସରେ 115, ଏସ୍‌ସିବିରେ 548ଟି,ଏମ୍‌କେସିଜିରେ 45, ଭୀମସାରରେ 6, ଆଇଏସ୍‌ରେ 377ଟି, ଆଇଜିଏଚ୍‌ରେ 63 ଓ ଆପୋଲୋରେ 19ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90ରେ ପହଞ୍ଚିଛି । ସେହିପରି 33 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର 40 ବର୍ଷୀୟ ଯୁବକ ହୋଇଥିବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଚାଲୁ ରହିଥିବାର ସୂଚନା ରହିଛି । ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା 12ରେ ପହଞ୍ଚିଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ତେଣୁ  ସରକାର ନୂଆ ହଟସ୍ପଟ୍ ହୋଇଥିବା ଏହି ତିନି ଜିଲ୍ଲାରେ 60 ଘଣ୍ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି।   ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ଗତକାଲି ରାତି 10ଟାରୁ 26ତାରିଖ ସକାଳ 10ଟା ଯାଏ ସମ୍ପୂର୍ଣ୍ଣ ସଟ୍…

Read More

କେଦାର ମିଶ୍ର ଗତ ସାତ ଆଠ ବର୍ଷ ଧରି ଭାରତୀୟ ସାମ୍ବାଦିକତାରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ତ ନୁହଁ ଅପଚର୍ଚ୍ଚା। କ୍ଷମତା ସହିତ ଯିଏ ରହିଲା ଅର୍ଣ୍ଣବ ଗୋସ୍ଵାମୀ, ତାଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରନ୍ତି। ଯେଉଁମାନେ ଆଜି ତାଙ୍କୁ ବିଜେପିର ସମର୍ଥକ ବୋଲି ଭାବୁଛନ୍ତି, ସେମାନେ ତାଙ୍କୁ ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀଙ୍କର ଚାମଚା ବୋଲି କହୁଥିଲେ। ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ତାଙ୍କର ସବୁଠୁ ବଡ ସାକ୍ଷାତ୍କାର ଅର୍ଣ୍ଣବଙ୍କୁ ଇ ଦେଇଥିଲେ। ସେତେବେଳେ ଅର୍ଣ୍ଣବଙ୍କୁ ଗାନ୍ଧୀ ପରିବାରର ପୋଷା କୁକୁର ବୋଲି ଅନେକ ବିଜେପି ନେତା ଟୁଇଟ କରିଥିଲେ। କ୍ଷମତା ବଦଳିଗଲା ପରେ ଅର୍ଣ୍ଣବ ଗୋସ୍ଵାମୀଙ୍କର ଶିବିର ମଧ୍ୟ ବଦଳିଗଲା। ଆଜି ସେ ବିଜେପିର ଅନ୍ଦର ମହଲର ସାମ୍ବାଦିକ। ତେଣୁ ତାଙ୍କୁ ନେଇ ସାଧାରଣରେ ତିନି ପ୍ରକାର ପ୍ରତିକ୍ରିୟା ସବୁବେଳେ ରହି ଆସିଛି। ପ୍ରଥମେ କେହି କେହି ତାଙ୍କୁ…

Read More

ହାଇଦ୍ରାବାଦ, ଏକ ସ୍ବତନ୍ତ୍ର ଭଙ୍ଗୀରେ ପୂର୍ବତନ ମଡେଲ ତଥା ଦକ୍ଷିଣ ଭାରତୀୟ ଚଳଚିତ୍ରର ଚୁଲୁବୁଲି ନାୟିକା ପ୍ରିୟାମଣି

Read More

ଭୁବନେଶ୍ବର : ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି 60 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବରେ ଏହି ତିନୋଟି ଜିଳ୍ଲାକୁ ସଟ୍‌ଡାଉନ୍‌ଣ ଘୋଷଣା କରାଯାଇଛି । ତିନି  ଜିଲ୍ଲାରେ ସଟ୍‌ ଡାଉନ୍‌ ବେଳେ ଏସ୍‌ଆରସି ପକ୍ଷରୁ ଗାଇଡ ଲାଇନ୍‌ ଜାରି କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ହସ୍ପିଟାଲ୍‌, ପୋଲିସ୍‌, ଅଗ୍ନିଶମ, ଆମ୍ବୁଲାନ୍ସ ସଟ୍‌ ଡାଉନ୍‌ କଟକଣାମୁକ୍ତ ରହିଛି । ଟେଲିକମ୍‌, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଟ୍‌ ଡାଉନ୍‌ କଟକଣାମୁକ୍ତ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ପେଟ୍ରୋଲ୍‌ ପମ୍ପ, ଔଷଧ ଦୋକାନ ଖୋଲା ରହିବ । ମାଲ୍‌ ପରିବହନ ପାଇଁ ରେଲଓ୍ବେ  ଓ ବନ୍ଦର ଖୋଲା ରହିବ । ଜଳଯୋଗାଣ, ସାନିଟେସନ ଓ ସ୍ବେରେଜ, ବିଦ୍ୟୁତ୍‌ ଯୋଗାଣ କଟକଣାମୁକ୍ତ ରହିବ ।

Read More

ଭୁବନେଶ୍ବର : କରୋନା ପାଇଁ ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନି ତେଲ । ପ୍ରତି ପରିବାର ପିଛା ଯୋଗାଇ ଦିଆଯିବ ଦୁଇ ଲିଟର କିରୋସିନି ତେଲ । ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭିସ୍‌ ଭିତ୍ତିରେ ଯୋଗାଇ ଦିଆଯିବ କିରୋସିନି । ଏଥିରେ  17 ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି । କରୋନା ପାଇଁ ରାଜ୍ୟର ରାସନକାର୍ଡ ଧାରୀଙ୍କୁ ଆଗୁଆ ତିନିମାସର ରାସନ ସାମଗ୍ରୀ ସହ 1000 ଟଙ୍କାର ସହାୟତା ଦିଆଯାଉଛି ।

Read More

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ପ୍ରାୟ ପାଞ୍ଚ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆସନ୍ତାକାଲିଠୁ ଆରମ୍ଭ ହେବ ନାଁ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଫର୍ମରେ  ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସ୍ପଷ୍ଟ ଉଲ୍ଲେଖ ରହିବ। ତା’ ସହ ଫେରୁଥିବା ଓଡ଼ିଆ ଜଣକ  ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ତେବେ ଓଡ଼ିଶା ଫେରିଲା ପରେ ସେମାନେ ସିଧା ଘରକୁ ନ ଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବେ। ଓଡ଼ିଶା ଫେରିଲା ପରେ ଏମାନେ ପ୍ରତି ପ୍ରଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏମାନେ…

Read More

ରମେଶ ମହାନ୍ତି ଜଗତସିଂହପୁର: ମହାମାରୀ କରୋନା ପ୍ରଭାବରେ ଫଟୋ ଭିଡିଓ ଗ୍ରାଫୀ ଶିଳ୍ପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇିଛି। ଏହାଦ୍ୱାରା ଫଟୋ ଓ ଭିଡିଓଗ୍ରାଫୀକୁ ନିଜର ଜୀବନ ଓ ଜୀବିକା ଭାବେ ଗ୍ରହଣ କରିଥିବା କିଛି ଫଟୋ ଓ ଭିଡିଓଗ୍ରାଫର ପରିବାର ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଫଟୋ – ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ( ଜେପିଭିଟି) ପକ୍ଷରୁ ଏକ ପାଂଚ ଦଫା ଦାବୀପତ୍ରକୁ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଆସୋସିଏସନ ପକ୍ଷରୁ ସାଧାରଣଲୋକଙ୍କ ଜରୁରୀ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର  ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର, ସରକାରଙ୍କ ନିୟମାବଳୀ ଅନୁଯାୟୀ ସାମୂହିକ ଭାବେ ଫଟୋ ଷ୍ଟୁଡିଓ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଏଥି ସହିତ ରାଜ୍ୟରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଦାବୀପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର୍ରମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀଙ୍କୁ ଭିଡିଓ କନଫେରେନ୍ସିଂ ଜରିଆରେ ରାଜ୍ୟର…

Read More

ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5 ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ମନ୍ତ୍ରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ମହାରାଷ୍ଟ୍ରର ପ୍ରଥମ ମନ୍ତ୍ରୀ ଭାବେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଜିତେନ୍ଦ୍ର । ପୂର୍ବରୁ ଜିତେନ୍ଦ୍ରଙ୍କ ଅହ୍ବାଡଙ୍କ ସମ୍ପର୍କରେ ଆସିଥିବା ପୂର୍ବତନ ସାଂସଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସାଂସଦ ଜଣକ ହେଉଛନ୍ତି ଥାନେର ପୂର୍ବତନ ସାଂସଦ ଆନନ୍ଦ ପରାଞ୍ଜପେ । ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି…

Read More

ଭୁବନେଶ୍ବର : 83 ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟସରକାର । ଆକ୍ରାନ୍ତ ଜଣକ ଯାଜପୁର ଦଶରଥପୁର ଅକରାପଡାର 38 ବର୍ଷୀୟ ଯୁବକ ବୋଲି ଜଣାପଡିଛି। ମାର୍ଚ୍ଚ 30ରେ ହାଓ୍ବଡା ଗଙ୍ଗାଘାଟରୁ 11 ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । 30 ତାରିଖ ସକାଳ 9ଟାରେ ଯାଜପୁର ସହରରେ ପହଞ୍ଚିଥିଲେ। ପୋଲିସ୍‌ ଦ୍ବାରା ଅଟକ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ମାର୍ଚ୍ଚ 30ରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାର୍ଚ୍ଚ 30ରୁ ଏପ୍ରିଲ୍‌ 14 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ। ଏପ୍ରିଲ୍‌ 15ରୁ 21 ଭିତରେ ବାଇକ୍‌ରେ ବିଭିନ୍ନ ସ୍ଥାନ ବୁଲିଥିଲେ । କୋଲକାତାରୁ ଫେରିଥିବାରୁ ଏପ୍ରିଲ୍‌ 22ରେ ନମୁନା ପରୀକ୍ଷା ହୋଇଥିଲା । 22ରେ ନମୁନା ପଜିଟିଭ୍‌ ପରେ କଳିଙ୍ଗ ନଗର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତାର ବିଷୟ ପାଲଟିଛି । ଗତ 5 ଦିନରେ…

Read More

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଆସନ୍ତା 26 ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ଘୋଷଣା । ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବନ୍ଦ ଘୋଷଣା । 5ରୁ କମ୍‌ ସେବକଙ୍କୁ ନେଇ ଆୟୋଜନ ସମ୍ଭବ ନଥିବାରୁ ଚନ୍ଦନ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯିବାକୁ  ନିଷ୍ପତ୍ତି ନିଆଯାଇଛି  । ପୂର୍ବଭଳି ଶ୍ରୀଜୀଉଙ୍କ ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ଚାଲୁ ରଖିବାକୁ ନିଷ୍ପତ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ସ୍ଥଗିତ ରଖାଯାଇଥିଲା ।

Read More

ଭୁବନେଶ୍ବର : ସଟଡାଉନ୍‌ରେ ସହଯୋଗ ପାଇଁ ଅପିଲ୍‌ କଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ଲୋକଙ୍କୁ ଅପିଲ୍‌ କରାଯାଇଛି । ସଟ୍‌ ଡାଉନ୍‌ରେ ସମସ୍ତ ଅଫିସ୍‌, ଦୋକାନ ବନ୍ଦ ରହିବ। ପୂର୍ବରୁ ମିଳିଥିବା ପାସ୍‌ ସବୁ ରଦ୍ଦ କରାଯିବ, ଆବଶ୍ୟକ ହେଲେ ସାନି ପାସ୍‌ ଦିଆଯିବ । ଆଜି ରାଜ୍ୟର ତିନୋଟି ଜିଲ୍ଲାକୁ ସଟଡାଉନ୍‌ର ଘୋଷଣା କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ 60 ଘଣ୍ଟା ପାଇଁ ସଟଡାଉନ୍‌ର ଘୋଷଣା ଯାଇଛି । ଏହି ତିନୋଟି ସ୍ଥାନରେ କରୋନା ଆକ୍ରାନ୍ତ ବଢୁଥିବାରୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଗତ 5  ଦିନ ମଧ୍ୟରେ ଏହି ତିନୋଟି ଅଞ୍ଚଳରୁ 28ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟର ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି ।

Read More