Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଓଡିଶାର ବାଣୀକ୍ଷେତ୍ର ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ଓଡ଼ିଶା ଦୁର୍ନୀତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଶନିବାର ସନ୍ଧ୍ୟାରେ ପହଂଚିଥିଲେ ଓଡିଶା ଦୁର୍ନିତି ବିଭାଗର ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏବଂ ତାଙ୍କ ସହିତ ଥିଲେ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ର। ଏହି ଅବସରରେ ଶାରଳା ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭୋଳ, ତିର୍ତ୍ତୋଲ ଥାନାର ଆଇ.ଆଇ.ସି କୃଷ୍ଣପ୍ରସାଦ ମିଶ୍ରଙ୍କ ସମେତ ସ୍ଥାନୀୟ ପଣ୍ଡା ସେବକ ଓ ସ୍ଥାନୀୟ ଜନସାଧାରଣ ଶ୍ରୀ ପ୍ରାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଠାକୁରାଣୀଙ୍କ ମନ୍ଦିର ବେଢା ପରିକ୍ରମା କରିବା ପରେ ଶ୍ରୀ ପାଣିଗ୍ରାହୀ ମନ୍ଦିରର ପରିସ୍କାର ପରିଚ୍ଛନତା ନେଇ  ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିବା ଜଣାପଡିଛି।

Read More

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆଜି  62ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ  ଦିଲ୍ଲୀର ’ହୁନର୍‌ ହାଟ୍‌’ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘ହୁନର୍‌ ହାଟ’ କାରିଗରଙ୍କ ସ୍ବପ୍ନକୁ ଡେଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁନର୍‌ ହାଟ୍‌ର ପରି ଏକ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାକୁ ଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କାମ୍ୟା ଓ ମୁରାଦାବାଦର ହମୀରପୁର ଗ୍ରାମର ଦିବ୍ୟାଙ୍ଗ ସଲମାନ ଓ କେରଳ ବୟସ୍କା ବିଦ୍ୟାର୍ଥୀ ଭାଗିରଥୀ ଆମ୍ମାଙ୍କ ବିଷୟରେ କହିଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦୃଢମନା ହୋଇ ଏମାନେ କିପରି ବିଜୟୀ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଭାରତର ଜୈବିକ ବିବିଧତା ଓ ଶୀତ ସମୟରେ ଭାରତକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ପାଳଗଦାରେ ନିଆଁ ଲାଗି ଗୁରୁତର ହୋଇଥିବା 4 ଶିଶୁଙ୍କୁ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ସକାଳେ ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡରେ 3 ଜଣ ପୁଅ ସହ ଜଣେ ଝିଅ ଗୁରୁତର ହୋଇଥିଲେ। ଶିଶୁଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି।  ତିନି ପିଲାଙ୍କ ନାମ ଯଥାକ୍ରମେ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି । ସୂଚନାଯୋଗ୍ୟ,  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଥିବା ଏକ ପାଳଗଦା ନିକଟରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି । ଏକ ବାଲୁକା କଳାକୃତି ଜରିଆରେ ଆମେରିକୀୟ ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କୁ ନିଜର ବାଲୁକା କଳା ଜରିଆରେ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନ୍ତର୍ଜାତୀୟ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ଆଙ୍କିଛନ୍ତି । ଟ୍ରମ୍ପ ଦମ୍ପତ୍ତି ଆସନ୍ତା 24 ଏବଂ 25 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତାଜମହଲ ପ୍ରଚ୍ଛଦପଟ୍ଟରେ ଅଙ୍କିତ ଏହି ବାଲୁକାକଳାରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ଭାରତକୁ ସ୍ବାଗତ ବୋଲି ସୁଦର୍ଶନ ଲେଖିଛନ୍ତି । ଟ୍ରମ୍ପ ଦମ୍ପତ୍ତିଙ୍କ ସହିତ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଏହି ଗସ୍ତରେ ଟ୍ରମ୍ପଙ୍କ ସହିତ ରହିଛନ୍ତି । ଏହି ଗସ୍ତରେ ଟ୍ରମ୍ପ ଦମ୍ପତ୍ତି ପ୍ରଥମେ ଅହମଦାବାଦ ଏବଂ…

Read More

କଟକ : ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଅଦିନିଆ ବର୍ଷା, ସାମୁଦ୍ରିକ ଝଡ଼ ପୃଥିବୀ ଆଗରେ ଘାତକ ହୋଇ ଠିଆହୋଇଛି । ତେଣୁ ପରିବେଶବିତ୍‌ମାନେ ସତର୍କ କରେଇ ଦେଲେଣି ଏବେଠାରୁ ବ୍ୟାପକ ବୃକ୍ଷରୋପଣ କରାନଗଲେ ପୃଥିବୀପୃଷ୍ଠରେ ଜୀବଜଗତର ଆୟୁଷ ଆଉ ବେଶୀଦିନ ନୁହେଁ ବୋଲି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କଟକ ବାରବାଟୀ ଷ୍ଟାଡ଼ିୟମଠାରେ ଆୟୋଜିତ ଏକ ବିରାଟ ଗ୍ରୀନ୍ ଆର୍ମିଙ୍କ ସମାବେଶରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, ଏପ୍ରିଲ ମାସ ୧ ତାରିଖ ଦିନ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ୍ ଆର୍ମି, ବୃକ୍ଷପ୍ରେମୀ, ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର, ଜଙ୍ଗଲ ସୁରକ୍ଷା କମିଟି ଓ ପରିିବେଶବିତ୍‌ମାନଙ୍କର ସମାବେଶ ଆୟୋଜନ କରାଯାଇ ଜୁଲାଇ ମାସ ୧ ତାରିଖ ଦିନ ୧ କୋଟି ବୃକ୍ଷ ରୋପଣ କରାଯିବା ପାଇଁ ସଂକଳ୍ପ…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶିବପୁରୀଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ବିବାହ କରିବାକୁ ଜିଦ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ ଏକ ପାଣି ଟାଙ୍କି ଉପରେ ଚଢିଯାଇଛନ୍ତି। ନାବାଳିକାଙ୍କ ପାଣି ଟାଙ୍କି ଉପରେ ଦେଖି ଲୋକମାନେ ପୋଲିସ୍‌ ଏହି ସମ୍ପର୍କରେ ଜଣାଇଥିଲେ । ମିଳିଥିବା ସୂଚନା ଅନୁସାରେ ଶିବପୁରୀରେ ଜଣେ ନାବାଳିକା ନିଜ ପ୍ରେମିକକୁ ବାହା ହେବାକୁ ଜିଦ୍‌ କରି ଫତେପୁରଠାରେ ଥିବା ପାଣି ଟାଙ୍କି ଉପରେ ଚଢି ଯାଇଛନ୍ତି । ତେବେ ନାବାଳିକାଙ୍କ ମା’ଙ୍କ କହିବାନୁଯାୟୀ ନାବାଳିକା ଜଣକ ଯାହାକୁ ପ୍ରେମ କରୁଛନ୍ତି ତାଙ୍କର ପରିବାର ବିବାହକୁ ବିରୋଧ କରୁଛନ୍ତି । କାରଣ ନାବାଳିକା ଜଣକ ନିମ୍ନ ଜାତିର ହୋଇଥିବାରୁ ବିବାହ ହେବାକୁ ତାଙ୍କ ପ୍ରେମିକଙ୍କ ପରିବାର ବାରଣ କରିଥିବାରୁ ନାବାଳିକା ଜଣକ ଏପରି କାଣ୍ଡ ଘଟାଇଛନ୍ତି । ତେବେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣକୁ ପାଣି ଟାଙ୍କି ଉପରୁ ତଳକୁ ଓହ୍ଲାଇ ଆଣି ଘଟଣାର ଯାଞ୍ଚ କରୁଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ନାମାଙ୍କନ ପାଇଁ 10 ଜଣ ପ୍ରସ୍ତାବକ ଓ 10 ଜଣ ସମର୍ଥକ ରହିଥିଲେ ।  ସେହିପରି ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ 80 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା 26 ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ସାଙ୍ଗଠନିକ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ଏହା ପୂର୍ବରୁ 21 ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ ଗୁରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚକ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ଦ୍ୱାରା  ଦିବ୍ୟ ପ୍ରବଚନ ଶୁଣିବା ପାଇଁ ବାଣପୁର ଓ ଏହା ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଶୁକ୍ରବାର ତଥା ମହାଶିବରାତ୍ରି ଦିନ ସ୍ଥାନୀୟ ହରିପୁର ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ମହାରାଜଙ୍କ ତତ୍ତ୍ବାବଧାନରେ ଭକ୍ତମାନେ ରାତିଯାକ ସାମୁହିକ ୧୦୮ଥର ହନୁମାନ ଚାଳିଶା ପଠନ କରିଥିଲେ। ଏହି ଅବସରରେ ରଙ୍କନାଥ ମନ୍ଦିର ପରିସରକୁ କମିଟି ତରଫରୁ ଅତି ସୁନ୍ଦର ଭାବରେ ସାଜସଜା କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତି ପରେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ବିଶାଳ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ…

Read More

ବବୁଲୁ ସାହୁ କଳହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ ଏକାତରା ବୀଣାପାଣି ସରକାରୀ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗ ଛାତ୍ରମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିଲେ ହେଁ , ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଏହି ମହାବିଦ୍ୟାଳୟର ଜଣେ ଶିକ୍ଷକ ଜଣେ ଛାତ୍ରକୁ ନିସ୍ତୁକ ମାଡ ମାରିଥିବାର ଖବର ମିଳିଛି। ଶିକ୍ଷକଙ୍କ ମାଡ଼ରେ ଛାତ୍ର ଜଣକ ବେହୋସ୍‌ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର ସାହୁ ଜଣେ ଛାତ୍ରକୁ ନିସ୍ତୁକ ଭାବରେ ମାଡ଼ ମାରିଥିଲେ । ମାଡ ଖାଇ ଛାତ୍ରଟି ବେହୋସ ହୋଇ ପଡ଼ିଥିଲା । କିଛି ସମୟ ପରେ ଆହତ ଛାତ୍ରଟି କାନ୍ଦି କାନ୍ଦି ଘରେ ପହଞ୍ଚି ଘର ଲୋକଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଛାତ୍ରଙ୍କୁ କ’ଣ ପାଇଁ ନିସ୍ତୁକ…

Read More

ମୁମ୍ବାଇ : ମୁମ୍ବାଇର ରୂପେଶ୍‌ ଓ୍ବାନେ ଷ୍ଟାର୍‌ ପ୍ଲସ୍‌ର ଲୋକପ୍ରିୟ ରିଅଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌’ର ସିଜିନ୍‌ 5ର ବିଜେତା ହୋଇଛନ୍ତି । ଏହି ନୃତ୍ୟଭିତ୍ତିକ ଡ୍ୟାନ୍ସ ଶୋ’ରେ 18ଜଣ ପ୍ରତିଯୋଗୀ ରହିଥିଲେ । ଏଥିରେ ଗ୍ରୁପ୍‌, ଡୁଏଟ୍‌ ଓ ସୋଲା ନୃତ୍ୟ କରି ଦର୍ଶକଙ୍କ ହୃଦୟକୁ ଜିଣିଥିଲ । ଫାଇନାଲ୍‌ରେ ସଂଚିତ୍‌ ଓ ସୁବ୍ରତୋ, ଜନମ କ୍ରୁ, ଦିପିକା ଓ ରୂପେଶ, ଓ ରୂପେଶ ଓ୍ବାନେ ପ୍ରମୁଖ ଚାରି ପ୍ରତିଯୋଗୀ ଫାଇନାଲ୍‌ରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ କୋରିଓଗ୍ରାଫର୍‌ ରେମୋ ଡି’ସୁଜା ସୁପର ଜଜ୍‌ ରୂପେ ଥିବାବେଳେ ଧର୍ମେଶ୍‌, ପୁନୀତ୍‌ ପାଠକ, କରିସ୍ମା ଚୌହ୍ବାନ ଓ ସୁରେଶ ମୁକୁନ୍ଦ ପ୍ରମୁଖଙ୍କୁ ମେଣ୍ଟର ରୂପରେ ନଜର ଆସିଥିଲେ । ରୂପେଶ ଏହି ଶୋ’ର ବିଜେତା ହୋଇଥିବାବେଳେ ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଟ୍ରଫି ଦେଇଥିଲେ । ରୂପେଶଙ୍କୁ ଟ୍ରଫି ସ ସହିତ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନାବାର୍ଡ଼ ଦ୍ୱାରା ଶଙ୍କର ଭବନ ସଭାଗୃହ ପରିସରରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କୃଷି ଚିକତ୍ସା ଏବଂ କୃଷି ବ୍ୟବସାୟ ତତ୍‌ସହିତ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସମ୍ବନ୍ଧୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ନାବାର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟର ଡ଼ିଜିଏମ୍ ପି.ଆର୍ ଝା, ସିଡ଼ିଭିଓ (ଗଂଜାମ) ଡା. ତ୍ରିନାଥ ନାୟକ, ଜିଲ୍ଲା ମ୍ୟାନେଜର ଏ.କେ. ପଣ୍ଡା, ନାବାର୍ଡ଼ର ଜିଲ୍ଲା ପ୍ରବନ୍ଧକ ସୁମନ ସୌରଭ ସାହୁ ଏବଂ ନିଷ୍ଟ କଲେଜର ପ୍ରଫେସର ରତ୍ନାକର ମିଶ୍ର ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ଏହି ଦୁଇଟି ଯୋଜନା ଉପରେ ରଖିଥିଲେ । ଏହି କର୍ମଶାଳାରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବ୍ଳକ୍ ପ୍ରାଣୀଧନ ପଦାଧିକାରୀ ଏବଂ କୃଷି ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୃଣମୂଳସ୍ତରରେ ଯୋଜନା କାର୍ଯ୍ୟକାରୀ କରିବାରେ ରହୁଥିବା ତ୍ରୁଟିବିଚ୍ୟୁତି ଓ ଅସୁବିଧା ଉପରେ ଏଠାରେ ଆଲୋଚନା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଗତକାଲି ଖଲିକୋଟ କଲେଜ ଖେଳପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ଆଜିର ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେକର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକୁ ଏହାକୁ ଉଦ୍ଘାଟିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟତମ ଅତିଥି ଭାବେ ଅଭିଷେକ ପରିବାରର ସଦସ୍ୟ ନିର୍ମଳ ଚନ୍ଦ୍ର ସାହୁ, ଊଷା ପଟ୍ଟନାୟକ, ସୋନାଲି ଗନ୍ତାୟତ,…

Read More

ସମୀକ୍ଷା ବ୍ୟୁରୋ ପୁରୀ : ରାଜ୍ୟରେ ପୁଣି ହାତୀ ଆକ୍ରମଣ ଦେଖାଦେଇଛି। ପିପିଲି ଓ ବଳଙ୍ଗାରେ ନରହନ୍ତା ଦନ୍ତାର ଉତ୍ପାତ ବୃଦ୍ଧି ପାଇଛି । ଦନ୍ତା ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବଳଙ୍ଗା ଗୋପୀନାଥପୁର ଗ୍ରାମରେ ଜଣଙ୍କୁ ଦନ୍ତା ଦଳି ମାରିଥିବାବେଳେ ଅନ୍ୟ ଦ୍ବୟଙ୍କ ମଧ୍ୟରୁ ଜଣେ ପିପିଲ ଚନ୍ଦ୍ରାଦେଈପୁରର ଓ ଆଉ ଜଣେ ରାଜତଇର । ଦନ୍ତା ହାତୀର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ୍‌ ସୃଷ୍ଟି ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ସମ୍ବଲପୁର: ସିଏଏ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବେଶ୍‌ କିଛି ସ୍ଥାନରେ ଦେଖିବାକୁ ମିଳିଛି । ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ସହରରେ ଦେଖିବାକୁ ମିଳିଛି। ସିଏଏ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଛାଡ଼ିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଏନେଇ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

Read More

କେଦାର ମିଶ୍ର ଆପଣ ଲେଖିକି ରଖନ୍ତୁ, ଆସନ୍ତା ମାର୍ଚ୍ଚ ମାସରୁ ଓଡିଶା ବିଜେପି ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିବ ଓ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରାମକ ରଣନୀତି ଆପଣାର କରିବ- ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଏକଥା ଆମକୁ କହିଥିଲେ। ନେତାଙ୍କ କଥା ଓ ପାଣିପାଗ ବିଭାଗର ଆକଳନ, ଏ ଦୁଇଟି ବିଷୟରେ ଆମର ଘୋର ସନ୍ଦେହ ରହି ଆସିଛି। ତେଣୁ ବିଜେପି ନେତା ଯାହା କହିଲେ ତାକୁ ପୂରା ବିଶ୍ଵାସ ବା ଅବିଶ୍ଵାସ କରିବା ଅପେକ୍ଷା ଏ ସମ୍ପର୍କରେ ଅଧିକ ତର୍ଜମା କରିବାକୁ ଆମେ ଉଚିତ ମନେ କରୁଛୁ। ୨୦୧୯ ମସିହା ଏପ୍ରିଲ ମାସ ଶେଷ ସପ୍ତାହରେ ଓଡିଶା ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ସାରିବା ପରଠୁ ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କର ଯାଦୁକରୀ ପରିବର୍ତ୍ତନ ସଂଘଟିତ ହୋଇଥିଲା। ନିର୍ବାଚନ ପ୍ରଚାରରେ ବିଜେଡି ବିଜେପି ପରଷ୍ପରକୁ ଲହୁଲୁହାଣ କରୁଥିବା ବେଳେ ପ୍ରଚାର ସାରିବା କ୍ଷଣି…

Read More

ଭୁବନେଶ୍ବର, ରବିବାର ସକାଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ବର୍ତ୍ତମାନ ସଭାପତି ନବୀନ ପଟ୍ଟନାୟକ ନୂଆ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ନବୀନ ସକାଳ 9 ଟା 30 ମିନିଟରେ ବିଜେଡି କାର୍ଯ୍ୟାଳୟରେ ଏହି ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ନାମାଙ୍କନ ପତ୍ର ଏକା ସମୟରେ ଦାଖଲ କରିବେ। ଶନିବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଦଳର ସଭାପତି ପଦ ପାଇଁ ନିର୍ବାଚନ ହେବ। ତେବେ ବିଜେଡି ସଭାପତି ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ମଧ୍ୟ ସେହିପରି ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ସମସ୍ତେ ଜାଣନ୍ତି। ହେଲେ ସାମ୍ବିଧାନିକ ନିୟମ ଅନୁସାରେ ଏହି ନିର୍ବାଚନ କରିବାର ବିଧେୟ ରହିଛି। ଏହି ନିର୍ବାଚନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଛତିଶଗଡ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିବା ବେଳେ ତାଙ୍କ ପରିବାରବର୍ଗ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ ନାମରେ ଛତିଶଗଡ ପୋଲିସ୍‌ ପକ୍ଷରୁ ହଇରାଣ କରାଯାଉଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି । ସେହିପରି ଅନୁପଙ୍କ ପରିବାର ବର୍ଗ ନିଜର ସୁରକ୍ଷା ଦାବି କରି ଧାରଣାରେ ବସିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଏମ୍ସରେ ହିନ୍ଦି ଭାଷାରେ ନାମ ଫଳକକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମ୍ସ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେଡିର 9 ଜଣ ସାଂସଦ ଏମ୍ସ ଅଧ୍ୟକ୍ଷଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା, ମାତ୍ର ଓଡିଶା ବାସୀଙ୍କ ମାତୃଭାଷା ପ୍ରତି ବୈମାତୃକ ଭାବ ପୋଷଣ ଅଗ୍ରହଣୀୟ ବୋଲି ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଛି । ଓଡିଶା ବାସୀଙ୍କ ସୁବିଧା ପାଇଁ ନାମଫଳକ ଗୁଡିକ ଓଡିଆରେ ସ୍ଥାପନ କରାଯିବା ଉଚିତ୍‌ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ କଟକ : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମୁଦାୟ 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍‌ରେ ସାମିଲ୍‌ କରାଯାଇଛି । ଏହି ଇଭେଣ୍ଟରେ ଦୁଇ ଜଣ ଓଡିଆ ଆଥ୍‌ଲେଟ୍‌ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ଅଂଶଗ୍ରହଣ କରୁଛନ୍ତି । ଦୂତି ଏହି ଇଭେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲର ଉଦ୍ୟମ କରିବେ । (ଏଜେନ୍ସି)

Read More