କାନଡା : କରୋନା ସଂକ୍ରମିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ୍ ଟ୍ରୁଡୋଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ।ଗୁରୁବାର ଦିନ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ରିପୋର୍ଟରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ସେଲ୍ଫ ଆଇସୋଲେସନ୍ରେ ରଖାଯାଇଛି । ଶୁକ୍ରବାର କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସମ୍ପର୍କିତ ଔପଚାରିକ ସୂଚନା ମିଳିଛି। ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ତାଙ୍କ ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ । ଆଗାମୀ 14 ଦିନ ଯାଏଁ ସୋଫି ଆଇସୋଲେସନ୍ରେ ରହିବା ସହିତ ତାଙ୍କର ଚିକିତ୍ସା ଜାରି ରହିବ। ଅପରପକ୍ଷରେ କାନଡା ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଘରେ ରହିବେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସୂଚନା ରହିଛି । କାନାଡାରେ କରୋନା ଭାରଇସ୍ର ବୃଦ୍ଧି ହେତୁ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ଘରେ କାର୍ଯ୍ୟ କରୁଛନ୍ତି । ଜଷ୍ଟିନ୍ ଟ୍ରୁଡୋ ଲଗାତାର ନିଜ ଘରେ…
Author: Samikhsya Bureau
ଆଲିଗଡ : ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ମହିଳଙ୍କ ସ୍ବାମୀ ଏସବୁ ଜାଣିବା ପରେ ଏହାକୁ ବିରୋଧ କରିବା ସହ ଏପରି ସମ୍ପର୍କରୁ ନିବୃତ୍ତ ରହିବାକୁ ଆଦେଶ ଦେଲେ । ଏହାପରେ ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍ ଏକ ବିପଦପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି। ଦୁଇ ମହିଳା ଜଣକ ହୋଲି ଦିନ ତାଙ୍କ ଗଳା ଚିପି ହତ୍ୟା କରିଦେଇଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଘଟିଛି । ଆଲିଗଡରେ ମାର୍ଚ୍ଚ 11 ତାରିଖରେ ମୃତକଙ୍କ ଭାଇ ତାଙ୍କ ହତ୍ୟା ସମ୍ବନ୍ଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ୍ ଛାନ୍ଭିନ୍ କରି ଶେଷରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ହତ୍ୟ…
ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଧିରେ ଧିରେ ଭାରତରେ ନିୟନ୍ତ୍ରଣ ବାହରକୁ ଯିବାରେ ଲାଗିଛି କରୋନା ଭାଇରସ । ପ୍ରତ୍ୟେକ ଦିନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ନୂଆ ନୂଆ ରୋଗୀଙ୍କ ସଂଖ୍ୟାରେ । କର୍ଣ୍ଣାଟକାରେ ମହାମାରୀ କରୋନା ଭାଇରସ ପ୍ରଥମ ମୁଣ୍ଡ ନେଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି। ସିଦ୍ଦିକି ନିକଟରେ ସାଉଦି ଆରବରୁ ଫେରିଥିଲେ। ଏହାପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । କରୋନା ଭାଇରସକୁ ମହାମାରୀ ଭାବେ…
କେଦାର ମିଶ୍ର ଆରମ୍ଭରୁ କିଛି ବଡ ନେତା ଯେଉଁମାନେ ଏକଦା କଂଗ୍ରେସ କିମ୍ବା ଅନ୍ୟାନ୍ୟ ଦଳରେ ଥିଲେ ଓ ସମୟକ୍ରମେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ, ସେମାନଙ୍କର ବର୍ତ୍ତମାନ ସ୍ଥିତି ବିଷୟରେ କିଛିଟା ତଥ୍ୟ ଦେଖାଯାଉ। – ୧. ଏସ. ଏମ.କ୍ରୀଷ୍ଣା- କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ, ମନମୋହନ ସିଂ ସରକାରରେ ପ୍ରଭାବଶାଳୀ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ, ମହାରାଷ୍ଟ୍ରର ରାଜ୍ୟପାଳ ତଥା ଅନେକଥର ଲୋକସଭା ଓ ରାଜ୍ୟସଭାର ସଦସ୍ୟ। ତାଙ୍କର ଯାହା କିଛି ରାଜନୈତିକ ସଫଳତା କେବଳ କଂଗ୍ରେସ ଦଳରେ ଥିବାବେଳେ ହିଁ ତାଙ୍କୁ ମିଳିଥିଲା। ୨୦୧୭ରେ ସେ ବିଜେପିରେ ଯୋଗଦେଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଏହି ବରିଷ୍ଠ ନେତା ଏବେ ବିଜେପିରେ କେଉଁଠି ଅଛନ୍ତି, ସେକଥା କାହାକୁ ଜଣା ନାହିଁ। ୨. ଗିରିଧର ଗମାଙ୍ଗ- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପିସିସି ସଭାପତି, ୯ ଥର…
ନୂଆଦିଲ୍ଲୀ: ଚଳିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ଶ୍ରୁଙ୍ଖଳର ଆଗାମୀ ଦୁଇଟି ମ୍ୟାଚ ଦର୍ଶକ ଶୂନ୍ୟ ହୋଇପାରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଏବଂ କୋଲକାତାରେ ଖେଳାଯିବ। କରୋନାଭାଇରସ୍ କାରଣରୁ ବନ୍ଦ ଦ୍ୱାର ପଛରେ ଖେଳାଯିବ ବୋଲି ସୂଚନା ମିଳିଛି। ଦ୍ୱିତୀୟ ଦିନିକିଆ ମାର୍ଚ୍ଚ 15 ରେ ଏବଂ ତୃତୀୟଟି ମାର୍ଚ୍ଚ 18 ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ୟୁପିସିଏ) ର ଜଣେ ଅଧିକାରୀ କହିଛନ୍ତି, “କ୍ରୀଡା ମନ୍ତ୍ରଣାଳୟ ପରାମର୍ଶ ପରେ ଆମେ ନିଜ ଭିତରେ ଏବଂ ବିସିସିଆଇର ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ। ଯାହାଫଳରେ ଆମେ ଦ୍ୱିତୀୟ ଦିନିକିଆ ଦର୍ଶକ ବିନା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।” ସେହିପରି ମାର୍ଚ୍ଚ 18 ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପାଇଁ ଇଡେନ୍ ଗାର୍ଡେନ୍ ରେ ଦର୍ଶକ ଶୂନ୍ୟ ହୋଇପାରେ ବୋଲି ଖବର ମିଳିଛି। ଏନେଇ…
ଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ହଲ ବନ୍ଦ ରହିବା ନେଇ ଆଦେଶ ଦେଇଛନ୍ତି। ଯେଉଁ ସ୍କୁଲରେ କୌଣସି ପରୀକ୍ଷା ଚାଲିନାହିଁ ସେହି ସ୍କୁଲ ଏବଂ କଲେଜଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଭେଟିବା ପରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, “ଦିଲ୍ଲୀରେ କରୋନାଭାଇରସର ବିସ୍ତାର ଯାଞ୍ଚ ପାଇଁ ଆମେ ପଦକ୍ଷେପ ଜାରି ରଖିଛୁ। ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଅଛି ବୋଲି ସେ କହିଛନ୍ତି। ଖାଲି ଫ୍ଲାଟ ଏବଂ ନିର୍ମାଣାଧୀନ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି। (ଏଜେନ୍ସି)
କୃଷ୍ଣ ଚନ୍ଦ୍ର ସୁଆଁସିଆ ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଭାଗର ଶେଷ ବର୍ଷର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଅଭିନବ ଉପାୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆଡପଡା ଇଶାଣେଶ୍ୱର ମନ୍ଦିରରେ ଆୟୋଜନ କରାଯାଇଥିଲା। ଦୀର୍ଘ ତିନି ବର୍ଷ ସାମୂହିକ ଭାବେ ଅଧ୍ୟୟନ କରିବାର ମୂହୁର୍ତ୍ତକୁ ଉଜ୍ଜିବୀତ କରିବା ଓ ବନ୍ଧୁତ୍ଵର ଭାବକୁ ସର୍ବଦା ବଜାୟ ରଖିବା ସକାଶେ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଇଶାଣେଶ୍ୱର ମନ୍ଦିର ପରିସରକୁ ସାମୂହିକ ଭାବେ ସଫେଇ କରାଯାଇଥିଲା। ଯାହା ସାଧାରଣରେ ବିଦ୍ୟାର୍ଥୀମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିବା ଦେଖିବାକୁ ମିଳିଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ 545 କୋଟି ଟଙ୍କା ଘରୋଇ ୟେସ୍ ବ୍ୟାଙ୍କରେ ଗଚ୍ଛିତ ରହିବା ପ୍ରସଙ୍ଗରେ ତଦନ୍ତ ଲାଗି ଗୃହ କମିଟି ଗଠନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଗ୍ରାହ୍ୟ କରିଦେଇଛନ୍ତି । ଫଳରେ ବିରୋଧୀ କଂଗ୍ରେସ ସଭ୍ୟମାନେ ଏହାର ପ୍ରତିବାଦରେ ବିଧାନସଭାରେ କକ୍ଷତ୍ୟାଗ କରିଛନ୍ତି । ’କାଳିଆ ନାଁରେ କେଳେଙ୍କାରୀ’ ଓ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ ସମ୍ପର୍କିତ ମୁଲତବୀ ଅର୍ଥ ପ୍ରସ୍ତାବ ନୋଟିସ୍ ଉପରେ ଆଜି ଗୃହରେ ସରଗରମ ଆଲୋଚନା ହୋଇଥିଲା। ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ଏହି ଆଲୋଚନାରେ ଭାଗ ନେଇ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ଏବଂ ଗୃହ କମିଟି ଜରିଆରେ ଘଟଣାର ତଦନ୍ତ ଲାଗି ଅଡି ବସିଥିଲେ । କିନ୍ତୁ ଆଲୋଚନାର ଉତ୍ତର ଦେବାବେଳେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହ କମିଟି ଗଠନ ସମ୍ପର୍କରେ କୌଣସି ଉଲ୍ଲେଖ ନକରିବା ଯୋଗୁଁ କଂଗ୍ରେସ ବିଧାୟକଦଳ ନେତା ନରସିଂହ…
ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବା ପରେ ଏହାକୁ ନେଇ ବୟାନ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି । ସିନ୍ଧିଆଙ୍କୁ ଟାର୍ଗେଟ୍ କରି ରାହୁଲ୍ କହିଛନ୍ତି ଯେ, ଏହା ଏକ ବିଚାରଧାରର ଲଢେଇ। ସେ ସିନ୍ଧିଆଙ୍କ ପୂର୍ବରୁ ଜାଣିଛନ୍ତି। ତେବେ ସିନ୍ଧିଆ ନିଜର ରାଜନୈତିକ ଭବିଷ୍ୟତ ଡରରେ ବିଚାରଧାରାକୁ ନିଜ ପକେଟ୍ରେ ରଖି ଆରଏସ୍ଏସ୍ ସହିତ ପାଦରେ ପାଦ ମିଶାଇଛନ୍ତି । ସିଏ ଯାହା କଲେ, ତାହାକୁ ନେଇ ସେ ବହୁତ ଶୀଘ୍ର ଅବସୋସ କରିବେ। ତାଙ୍କୁ ସେଠାରେ ସମ୍ମାନ ମିଳିବ ନାହିଁ ବୋଲି କହିଛନ୍ତି ରାହୁଲ୍। ଏହି ଅବସରରେ ରାହୁଲ୍ ଗାନ୍ଧି ଦେଶର ଆର୍ଥିକ ଅବସ୍ଥାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାରୁ ଧ୍ୟାନ ହଟାଇବା ପାଇଁ ଲଗାତାର ଉଦ୍ୟମ କରୁଥିବାର କହିଛନ୍ତି ରାହୁଲ୍ ଗାନ୍ଧି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ’ବନ୍ଦେ ଉତ୍କଳ ଜନନୀ’କୁ ତୁରନ୍ତ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ ଲାଗି ଆଜି ବିଧାନସଭାରେ ତିନୋଟି ପ୍ରମୁଖ ଦଳର ସଭ୍ୟ ଦୃଢ ଦାବି ଜଣାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ଲାଗି ଶରତ କୁମାର କର ବାଚସ୍ପତି ଥିବାବେଳେ ଜନମତ ନିର୍ବିଶେଷରେ ଗୃହରେ ବଳିଷ୍ଠ ଦାବି ଉତ୍ଥାପିତ ହୋଇଥିଲା । ଫଳରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସେତେବେଳେ ସ୍ବର, ତାଳ, ଲୟ, ସମୟ ଇତ୍ୟାଦି ଧାର୍ଯ୍ୟ କରି ସଂଗୀତର ତିନୋଟି ପଦକୁ ‘ରାଜ୍ୟ ସଂଗୀତ’ ପାଇଁ ଚୂଡାନ୍ତ କରିଥିଲା ଏବଂ ସରକାର ସେଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନିମେନ୍ତ ପ୍ରେରଣ କରିଥିଲା । ପରବର୍ତ୍ତୀ କାଳରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ରାଜ୍ୟ ସଂଗୀତ ପାଇଁ ବନ୍ଦେ ଉତ୍କଳ ଜନନୀର ସ୍ବର, ପଦ, ସମୟ ପ୍ରଭୃତି…
ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀରେ ସମସ୍ତ ସିନେମା ହଲ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କରୋନା ଭାଇରସର ଭୟାବହତାକୁ ଦେଖି ଏପରି ଆଦେଶ ଜାରି କରିଛନ୍ତି। ଏତଦ୍ବ୍ୟତୀତ ଦିଲ୍ଲୀରେ ଯେଉଁ ସବୁ ସ୍କୁଲ ଓ କଲେଜର ପରୀକ୍ଷା ସରିଯାଇଛି, ସେହି ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ 73ଟି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ଉତ୍ତରପ୍ରଦେଶ, ଲଦାଖ, ମହାରାଷ୍ଟ୍ରରୁ କରୋନା ସମ୍ପର୍କିତ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ଭାଇରସ୍ ଯୋଗୁଁ ଏବେ ଲୋକପ୍ରିୟ ଆଇପିଏଲ୍ ମଧ୍ୟ ସଂକଟରେ ପଡିଯାଇଛି।
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ନବାଗତା ନୁପୂର ସାନୋନଙ୍କ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ‘ଫିଲ୍ହାଲ୍’କୁ ବେଶ୍ ଚର୍ଚ୍ଚାରେ ରହିଥିଲା । ଅକ୍ଷୟ ଓ ନୁପୂରଙ୍କ ଏହି ଭିଡିଓଙ୍କ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ନିକଟରେ ଅଭିନେତ୍ରୀ ନୁପୂର ଏହି ଗୀତର ଅନପ୍ଲକଡ୍ ଭର୍ସନ ରିଲିଜ୍ କରିଛନ୍ତି। https://www.youtube.com/watch?list=RDTF8KIcV8lvs&v=TF8KIcV8lvs&feature=emb_rel_end ନୁପୂର ଜଣେ ଅଭିନେତ୍ରୀ ହେବା ସହିତ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ଗାୟିକା। ନୁପୂର ତାଙ୍କ ପ୍ରଶଂସକଙ୍କୁ ଉପହାର ଦେବା ସ୍ବରୂପ ପ୍ରଥମଥର ପାଇଁ ଏହି ଗୀତର ଅନପ୍ଲଗଡ୍ ଭର୍ସନ ଆଣିଛନ୍ତି। ଏଥିରେ ସେ ବହୁତ ସରଳ ଭାବରେ ନିଜର ପ୍ରତିଭାକୁ ଦର୍ଶାଇଛନ୍ତି। ନିର୍ମାତା ଏହି ମ୍ୟୁଜିକ ଭିଡିଓର ସ୍ବିକେଲ୍ କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି। ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର୍, ଆଲିଆ ଭଟ୍ଟ, ପରିଣୀତି ଚୋପ୍ରା ପ୍ରମୁଖ ନିଜର ଗାୟକୀ ପ୍ରଦର୍ଶନ କରିଛନ୍ତି ।
ପୁଣେ : ଭାରତର କିଛି ସହରରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ 11ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ସତର୍କ ହୋଇଛନ୍ତି। ଏହା ସହିତ ନେତାମାନେ ମଧ୍ୟ ଏହି ଭାଇରସ ପ୍ରତି ସତର୍କ ରହି ସଚେତନତା କରୁଛନ୍ତି । କରୋନା ମାମଲା ବୃଦ୍ଧି ଦେଖି ବଜାରରେ ମାସ୍କ ଓ ସାନିଟାଇଜର୍ ଦାମ ଆକାଶ ଛୁଆଁ ହୋଇଯାଇଛି । ସେହିପରି ବଜାରରେ ମଧ୍ୟ ଏହାକୁ ନେଇ କଳାବଜାରୀ ହେଉଥିବାର ଖବର ମିଳୁଛି । ସାଧାରଣରେ କରୋନାକୁ ନେଇ ବେଶ୍ ସଚେତନ ରହୁଥିବାବେଳେ ମାସ୍କ ଓ ସାନିଟାଇଜର୍ର ବର୍ଦ୍ଧିତ ଦର ଯୋଗୁଁ ଏହାକୁ କ୍ରୟ କରିବାରେ ଜନତା ବେଶ୍ ଅସୁବିଧା ଭୋଗ କରୁଛନ୍ତି । ଜନତାଙ୍କ ଏହି ସମସ୍ୟାକୁ ଦେଖି ନେତାମାନେ ମଧ୍ୟ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ ଜନତାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ନେଉଛନ୍ତି ।…
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ।ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସ୍ମିତ ପାତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି 114 ୟୁଏଲ୍ବି ସମ୍ବନ୍ଧରେ ଓଡିଶାକୁ ବିଚାରାଧୀନ 700 କୋଟି ଟଙ୍କା ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। 14ତମ ଅର୍ଥ ଆୟୋଗର ସୁପାରିଶରୁ ଉତ୍ପନ୍ନ ମୌଳିକ ଏବଂ କାର୍ଯ୍ୟଦକ୍ଷତା ଅନୁଦାନ ଏବଂ ଗତ ଚାରି ବର୍ଷ ଧରି ଏହି ମାମଲା ବିଚାରାଧୀନ ଅଛି । ଏତଦ୍ବ୍ୟତୀତ ୟେସ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଜମା ରାଶିର ନିରାପତ୍ତା ନିଶ୍ଚିତ କରିବାକୁ ସେ ବିଜେଡି ସାଂସଦଙ୍କ ଅନୁରୋଧ କ୍ରମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟପାଳଙ୍କ ସହ କଥା ହୋଇସାରିଛନ୍ତି ବୋଲି ସୀତାରମଣ କହିଛନ୍ତି ।
ମୁମ୍ବାଇ : ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଶିବସେନାର ସାମିଲ୍ ହୋଇଥିବା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ପ୍ରିୟଙ୍କା ଦଳରେ ପ୍ରବକ୍ତା ରୂପେ କାର୍ଯ୍ୟ କରୁଥିଲେ । ଏତଦ୍ବ୍ୟତୀତ ଆଦିତ୍ୟ ଠାକ୍ରେଙ୍କ ନିର୍ବାଚନୀ କ୍ଷେତ୍ରରେ ପ୍ରଚାର କାର୍ଯ୍ୟ ସମ୍ଭାଳିଥିଲେ । ମହାରାଷ୍ଟ୍ର ରାଜ୍ୟସଭାର ସାତୋଟି ଆସନ ଖାଲିଥିବାବେଳେ ଏଥିରେ ବିଜେପି ଏହାର ତିନି ସାଂସଦଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିପାରେ, କିନ୍ତୁ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ଚାରିଟି ଆସନ ପାଇବାର ସମ୍ଭାବନା ରହିଛି। ଦଶ ବର୍ଷ ପୂର୍ବେ କଂଗ୍ରେସ ସାମିଲ୍ ହୋଇଥିଲେ ପ୍ରିୟଙ୍କା । କଂଗ୍ରେସର ମୁଖପାତ୍ର ରୂପେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ଦଳର ନୀତିକୁ ସମାଲୋଚନା କରି ଦଳର ହାତ ଛାଡି 2019ରେ ଶିବସେନା ସହ ମିଶିଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୟେସ ବ୍ୟାଙ୍କରେ ଫଶି ରହିଥିବା ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜନୀତି ବେଶ୍ ସରଗରମ । ଆଜି ଗୃହରେ ଏହି ଟଙ୍କା ନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରଖି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିଛି ବୋଲି କହିଛନ୍ତି ଖୋଦ ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ଆହୁରି କହିଛନ୍ତି ଯେ, ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। 12ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍ ବ୍ୟାଙ୍କର…
ବକ୍ସର : ପୁଣି ଜଣେ ପବ୍ଜୀ ଖେଳ ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହେବାର ଖବର ସାମ୍ନାକୁ ଆସିଛି। ଯୁବକ ଜଣଙ୍କୁ ହାତ ଗୋଡ ବାନ୍ଧି ହସ୍ପିଟାଲ ନେବାକୁ ପଡିଛି । ଯୁବକ ଜଣକ ପବ୍ଜି ଖେଳରେ ସେ ଏତେ ଅଭ୍ୟସ୍ତ ହୋଇଥିଲେ ଯେ, ସେ ମାନସିକ ସ୍ତରରେ ରୋଗୀ ପାଲଟିଯାଇଥିଲେ। ବିହାରର ବକ୍ସର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପବ୍ଜୀ ଖେଳ ଆଜିର ଯୁବପିଢିଙ୍କୁ ଏକ ନିଶା ପରି ବାନ୍ଧି ରଖୁଛି। ଯୁବ ପିଢିମାନେ ଏହି ଖେଳରେ ଏତେ ମସଗୁଲ୍ ହୋଇଯାଉଛନ୍ତି ଯେ ସେମାନେ ଏହାର କୁପରିଣାମ ବୁଝିପାରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ ବକ୍ସରର ମାଠିଆ ମୋଡର ଏହି ଯୁବକ ଜଣକ ପବ୍ଜୀ ଖେଳରେ ପାଗଳ ପ୍ରାୟ ହୋଇଯାଇଛନ୍ତି। ତାଙ୍କୁ କିଛି କାମ କହିଲେ ସେ କରିବାକୁ ମନା କରିବା ସହିତ ମାରପିଟ୍ ମଧ୍ୟ କରୁଥିଲେ। ଯୁବକର ଏପରି ହରକତରେ ଘର ଲୋକେ ବ୍ୟସ୍ତ ହୋଇ ତା’ର ହାତ…
ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଭାରତୀୟ ଅର୍ଥନୀତି ଓ ବଜାରରେ ଏକ ପ୍ରକାର ରକ୍ତପାତ ସୃଷ୍ଟି ହୋଇଛି। ବଜାରର ଭାଷାରେ “ରକ୍ତପାତ” ଶବ୍ଦର ଏକ ଭିନ୍ନ ଅର୍ଥ ରହିଛି। ଗୋଟେ ଗୋଟେ ଦିନରେ ବଜାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ବୁଡି ଯାଉଛି। କରୋନା ଭୂତାଣୁକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କଲାପରେ ଓ ଏହାର ପରିଣତିରେ ୟୁରୋପ ଏବଂ ଆମେରିକା ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ, ପୂରା ବିଶ୍ଵ ବଜାରରେ ଅନ୍ଧାର ଘୋଟି ଆସିଛି। ଅର୍ଥନୀତିର ବିଶ୍ଵିକରଣ ଆଜି ସାରା ପୃଥିବୀ ଲାଗି ଏକ ଦୁଃସ୍ଵପ୍ନ ଭଳି ଲାଗୁଛି। କାରୋନା ର ପ୍ରଭାବ ସହିତ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ଆହୁରି ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଗତ ଦୁଇ ବର୍ଷ ହେଲା ଭାରତର ସବୁ ଅର୍ଥନୈତିକ ସୂଚକାଙ୍କ ନିମ୍ନଗାମୀ ରହିଥିବା ବେଳେ କେବଳ ବଜାର ଓ ସେଂସେକ୍ସରେ ଆମର ଅର୍ଥନୀତି ପାଇଁ କିଛିଟା ସବୁଜ ସଙ୍କେତ ରହିଥିଲା। ଗତ…
ସମୀକ୍ଷା ବ୍ୟୁରୋ ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ ପ୍ରସଙ୍ଗରେ ଏବେ ଟୁଇଷ୍ଟ ଆସିଛି। ମିଳିଥିବା ସୂଚନା ଅନୁସାରେ ମଝି ରାସ୍ତାରୁ ବରକୁ କେହି ଦୁର୍ବୃର୍ତ୍ତ ନୁହେଁ ବରଂ ପୋଲିସ୍ ଉଠାଇ ନେଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ। ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବରକୁ ଉଠାଇନେଇଛି ବାଙ୍କୀ ପୋଲିସ୍। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ଥିଲା। ପୋଲିସ୍ ତାକୁ ଖୋଜୁଥିଲା। ଆଜି ଲୁଚି ଲୁଚି ବାହା ହେବାକୁ ଯାଉଥିବାବେଳେ ପୋଲିସ୍ ଧରିଥିବାର ସୂଚନା ମିଳିଛି। ଢେଙ୍କାନାଳରୁ ଆଠଗଠ ବାହାହେବାକୁ ଗଲାବେଳେ ବରକୁ ଉଠାଇ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ ସାପୁଆ ପୋଲ ଉପରୁ ବରକୁ ଉଠାଇ ନିଆଯାଇଥିଲା। ସୂଚନାଯୋଗ୍ୟ, ବରକୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।
ସମୀକ୍ଷା ବ୍ୟୁରୋ ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଜବରଦସ୍ତ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ସାତ/ଆଠ ଜଣ ଦୁର୍ବୃତ୍ତ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳରୁ ଆଠଗଡ ଆସୁଥିଲେ। ସାଙ୍ଗରେ ମଧ୍ୟ ବରଯାତ୍ରୀ ରହିଥିଲେ । ତେବେ ବରକୁ କିଏ କ’ଣ ପାଇଁ ଉଠାଇ ନେଇଛନ୍ତି, ଏସମ୍ପର୍କରେ କିଛି ଜଣାପଡିନାହିଁ।
ଲାହୋର : ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ । କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି । ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି । କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି । ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି । ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି…

