Author: Samikhsya Bureau

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ ଏବେ ଏକ ବଡ ଫିଲ୍ମରେ ନଜର ଆସିବେ । ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର2’ରରେ ବଲିଉଡ୍‌ ଡେବ୍ୟୁ କରିଥିବା ତାରା ସୁତାରିଆ ଏବେ ମୋହିତ ସୂରୀଙ୍କ ‘ଏକ ଭିଲେନ୍‌ 2’ରେ ନଜର ଆସିବେ । ଏହି ଫିଲ୍ମରେ  ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ ଓ ଜନ୍‌ ଆବ୍ରାହମ୍‌ ମଧ୍ୟ ନଜର ଆସିବେ। ଏକତା କପୁର୍‌ ଓ ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ମୋହିତ ସୂରୀ । 2014ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ ଫିଲ୍ମ ଏକ ଭିଲେନ୍‌ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଓ ସିଦ୍ଧାର୍ଥ ମାଲହୋତ୍ରା ଓ ରୀତେଶ ଦେଶମୁଖ ନଜର ଆସିଥିଲେ । ତେବେ ଏହି ଫିଲ୍ମର ସ୍ବିକେଲ୍‌ ଜାନୁଆରୀ 8ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଜଣେ ଗାୟକର ଜୀବନୀ ଉପରେ ଆଧାରିତ ହୋଇଛି ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା : ଖୋର୍ଦ୍ଧାରୁ  କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳରେ ବ୍ରାଉନସୁଗାର କାରବାରର ଏକ ବଡ଼ ଡିଲ୍ ଚାଲିଥିବାବେଳେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗାର  ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Read More

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 61 ହୋଇଯାଇଛି। କାନାଡାରୁ ଲକ୍ଷ୍ନୌ ନିଜ ସମ୍ପର୍କୀୟଙ୍କ ସହ ଆସିଥିବା ମହିଳାଙ୍କ ଠାରେ କରୋନା ପଜିଟିଭି ମିଳିଛି । ମହିଳାଙ୍କୁ କେଜିଏମୟୁ ଆଇସୋଲେସନର ବୋର୍ଡରେ ରଖାଯାଇଛି । ଏହା ମଧ୍ୟରେ କରୋନା ଭୟ ଯୋଗୁଁ ଆଇଆଇଏମର ଦୀକ୍ଷାନ୍ତ ସମାରୋହକୁ ରଦ୍ଦ କରାଯାଇଛି।  ସେହିପରି ପାଟନାର ପିଏମ୍‌ସିଏଚର ଓ ଏନ୍‌ଏମସିଏଚ୍‌ରେ କରୋନା ସନ୍ଦିଗ୍ଧଙ୍କ ସୂଚନା ମିଳିଛି । ସେହିପରି କରୋନା ଭାଇରସ୍‌ ଯୋଗୁଁ ହାଇକୋର୍ଟଙ୍କ ରେଜିଷ୍ଟାର ସମସ୍ତ ଜିଲ୍ଲା ନ୍ୟାୟଧୀଶଙ୍କୁ ଏକ ନୋଟିସ୍‌ ପଠାଇଛନ୍ତି । ଏଥିରେ କେବଳ ଅତି ଜରୁରୀ ମାମଲାର ବିଚାର କରିବା ପାଇଁ କୁହାଯାଇଛି । ସେହିପରି କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ 15 ପର୍ଯ୍ୟନ୍ତ ସମସ୍ତ…

Read More

ନୂଆଦିଲ୍ଲୀ : କରୋନା ଭାଇରସର ଆତଙ୍କରେ ଏବେ ପୂରା ଦୁନିଆ ଭୀତତ୍ରସ୍ତ । ଏହା ଭୟାବହତାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମହାମାରୀ ଘୋଷିତ କରାଯାଇଛି । କରୋନା ଭାଇରସର ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ଦୁନିଆରେ 4633 ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି । ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ଏବେ 1 ଲକ୍ଷରୁ ଉର୍ଦ୍ଧ୍ବ ରହିଛି ।  ତେବେ ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଖାଦ୍ୟକୁ ନେଇ । ଚିକେନ୍‌ ଖାଇବା ଯୋଗୁଁ କରେନା ଭାଇସର୍‌ ଅଧିକ ଭାବରେ ସଂକ୍ରମିତ ହେଉଥିବାର ଏକ ଗୁଜବ ଚାରିଆଡେ ଶୁଣିବାକୁ ମିଳୁଛି । ଏପରିକି ଚିକେନ୍‌ ବିକ୍ରିରେ ହ୍ରାସ ପାଇବା ସହିତ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବରେ କମିବାରେ ଲାଗିଛି । ଏବେ ବଜାରରେ କିଲୋ ପିଛା 70 /80 ଟଙ୍କାରେ ବିକ୍ରି ହେଉଛି । ସେହିପରି ମଟନ୍‌ ଓ ବିଫ୍‌ରେ ମଧ୍ୟ ସମାନ ଅବସ୍ଥା…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ଅସନା କରିବା ଅଭିଯୋଗରେ ଏକ ମଦଭାଟିକୁ ଲକ୍ଷେ ଟଙ୍କା ଫାଇନ୍‌। କର୍ପୋରେସନ ରୋଡସ୍ଥିତ ଏକ ଦେଶୀ ମଦଭାଟିକୁ ଫାଇନ୍‌ କରିଛନ୍ତି ବ୍ରହ୍ମପୁର ଜିଲ୍ଲାପାଳ। ମଦ ଦୋକାନ ଆଗରେ ପଲିଥିନ୍‌ ପଡିଥିବା ଅଭିଯୋଗରେ ଫାଇନ୍‌। ସକାଳୁ ସହର ବୁଲି ସ୍ବଚ୍ଛତା ଅନୁଧ୍ୟାନ କରୁଥିବା ବେଳେ ଫାଇନ୍‌ କଲେ। ଅନ୍ୟ 4ଟି ଜଳଖିଆ ଦୋକାନକୁ ମଧ୍ୟ ଦଶହଜାର ଲେଖାଏଁ ଫାଇନ୍‌ କଲେ।

Read More

ସମୀକ୍ଷା ବ୍ୟୁରୋ ଅନୁଗୋଳ : ଆଜି ବି ଅଲୋଡା ହେଉଛି ଶିଶୁ କନ୍ୟା । ମଶାଣିରୁ ମିଳିଲା ନବଜାତ ଶିଶୁ କନ୍ୟା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ମଶାଣିରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯାଇଥିବା ବେଳେ ସେଠାରେ ସେ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ ପଡ଼ିଥିବା ଏକ ବ୍ୟାଗ୍‌ରୁ ନବଜାତକୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ ଛୁଆଟିକୁ ତାଙ୍କ ଘରକୁ ନେଇ  ଯାଇଥିଲେ। ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ତେବେ ଶିଶୁଟିକୁ କିଏ କାହିଁକି ମଶାଣିରେ ଛାଡି ଦେଇ ଚାଲିଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ପୋଲିସ୍‌ ତଦନ୍ତ କରୁଛି ।

Read More

ନୂଆଦିଲ୍ଲୀ : ଫରେଷ୍ଟ ଗମ୍ପ୍‌, କାଷ୍ଟଅବେ, କ୍ୟାପଟେନ୍‌ ଫିଲିପ୍‌ ଓ ଦ ପୋଷ୍ଟ ପରି ଫିଲ୍ମରେ କାମ କରିଥିବା ବରିଷ୍ଠ ହଲିଉଡ୍‌ ଅଭିନେତା ଟମ୍‌ ହାଙ୍କସ୍‌ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଯାଞ୍ଚରେ ଟମ୍‌ ଏବଂ ତାଙ୍କ ପତ୍ନୀଙ୍କଠାରେ ଏହାର ପିଜିଟିଭ ଲକ୍ଷଣ ଦେଖାଯାଇଛି । 63 ବର୍ଷୀୟ ଟମ୍‌ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଶୁଟିଂ କରୁଥିବା ସମୟରେ ସେ ଏହି ଭାଇରସର ସଂକ୍ରମିତ ହୋଇଛନ୍ତି । ଏହାପରେ ତାଙ୍କୁ ଅତ୍ୟଧିକ ଥଣ୍ଡା ଲାଗିବା ସହିତ ଶରୀରରେ କୁଣ୍ଡାଇ ହେବା ସହିତ ବିଭିନ୍ନ ପ୍ରକାରର ଦାଗ ଦେଖାଯାଇଥିଲା । ଟମ୍‌ ବୁଧବାର ଦିନ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ଏକା ସାଙ୍ଗରେ ଏଲିବ୍ସ ପ୍ରେସଲୀ ଫିଲ୍ମର ଶୁଟିଂ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ଥଣ୍ଡା, ଜ୍ବର ଓ ଥକ୍କା ଲାଗିବା ସହିତ ଶରୀରରେ ବିଭିନ୍ନ ପ୍ରକାରର ଦାଗ…

Read More

କେଦାର ମିଶ୍ର ଭାରତର ସବୁ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏକମାତ୍ର ବଜାରରେ ପ୍ରଚୁର ଗହଳି, ଆଊ ସେ ବଜାରର ନାଁ ହେଉଛି ଘୋଡା ବଜାର। ଭାରତୀୟ ମହାନ ଗଣତନ୍ତ୍ରର ନିର୍ବାଚନୀ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ଆମର ମାନ୍ୟବର ଲୋକ ପ୍ରତିନିଧି ବା ବିଧାୟକମାନେ ଘୋଡା ଭଳି ବିକ୍ରି ହେବାକୁ ବଜାର ମଝିରେ ଠିଆ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ସରକାର ଭାଙ୍ଗିବ କି ରହିବ, ତାର ଭବିଷ୍ୟତ ଏହି ଘୋଡାବଜାର ଉପରେ ନିର୍ଭର କରୁଛି। ଯିଏ ଯେତେ ଅଧିକ ଘୋଡାଙ୍କୁ କିଣିପାରିବ, ସରକାର ତାର। ସେଥିରେ କଣ ନା, ଆମେ ଏ ପୃଥିବୀର ସବୁଠୁ ବଡ ଓ ମହାନ ଗଣତନ୍ତ୍ର!! ଆମ ପାଖରେ ତୃଣମୂଳ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସର ୧୦୭ ଜଣ ବିଧାୟକ ଅଛନ୍ତି, ସେମାନେ ଯଥାଶୀଘ୍ର ବିଜେପିରେ ମିଶିଯିବେ- କିଛିମାସ ତଳେ ଏମିତି ଏକ ଦମ୍ଭୋକ୍ତି କରିଥିଲେ, ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ…

Read More

କନ୍ଦର୍ପ ବେହେରା ରେଢାଖୋଲ : ବିଭିନ୍ନ ସମସ୍ୟାକୁ ନେଇ ରେଢାଖୋଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଆଜି ରେଢାଖୋଲ ଭୀମଭୋଇ ଛକରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର ସଂଘର କର୍ମଚାରୀ ତଥା ତୋଳାଳିମାନେ ଧାରଣାରେ ବସିଥିଲେ । କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳୀମାନଙ୍କର ଦରମା ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ହାରରେ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳିମାନଙ୍କ ଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି ନେବା , କେନ୍ଦୁପତ୍ରରୁ ଜି.ଏସ୍‌.ଟି ପ୍ରତ୍ୟାହାର କରିବା , କେନ୍ଦୁପତ୍ର ଫଡି , ସେକ୍ସନ୍ ଉଠା ନ ଯିବା ଓ ସିଜିନାଲ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଆଦି ଦାବୀରେ ରାସ୍ତାରୋକ କରାଯାଇଥିଲା । ରେଢାଖୋଲ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ସମୁଦାୟ 52 ଜଣ ନିହତ ହୋଇଥିବା ବେଳେ 526 ଜଣ ଆହତ ହୋଇଛନ୍ତି । 371ଟି ଦୋକାନକୁ ଜଳାଇ ଦିଆଯାଇଥିବା ବେଳେ 142ଟି ଘର ଜଳାଇ ଦିଆଯାଇଥିଲା । ଲୋକସଭାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଦଳର ନେତାଙ୍କୁ ହିଂସାକାଣ୍ଡ ପାଇଁ ଶାହା ଦାୟୀ କରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ଏବଂ ଆଇୟୁଏମ୍‌ଏଲ୍‌ର ସଂସଦ ମାନେ ଗୃହ ପରିତ୍ୟାଗ କରିଥିଲେ । ଦିଲ୍ଲୀ ପୋଲିସ୍‌ର କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଶାହା ଦିଲ୍ଲୀ ପୋଲିସର ପ୍ରଶଂସା କରିଥିଲେ । ଦିଲ୍ଲୀ ପୋଲିସ୍‌ର ତତ୍ପରତା କାରଣରୁ ଦଙ୍ଗା ବ୍ୟାପି ନଥିଲା ବୋଲି ଶାହା କହିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଛୋଟ ଷ୍ଟେସନ ମାନଙ୍କରେ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଛୋଟ ଷ୍ଟେସନ ମାନଙ୍କରେ ସହାୟକ ଷ୍ଟେସନ ମାଷ୍ଟର ଉଭୟ ଟିକେଟ ବୁକିଂ କାର୍ଯ୍ୟ ତୁଲାଇବା ସହିତ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି । ସହାୟକ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟକୁ ସୂଚାରୁ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ସ୍ଥାନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ସ୍ଥିର କରିଛି I  ଏହି ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ସେମାନଙ୍କଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିଶନ…

Read More

ହାଇଦ୍ରାବାଦ : ତେଲୁଗୁ ସୁନ୍ଦରୀ ଇଲିଆନା ଡି କ୍ରୁଜ୍‌ ଦୀର୍ଘ 1 ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପଓ୍ବନ୍‌ କଲ୍ୟାଣଙ୍କ ଓ୍ବକିଲ୍‌ ସାବ୍‌ରେ ଇଲିଆନା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମରେ ଇଲିଆନାଙ୍କ ଭୂମିକା ସ୍ପଷ୍ଟ ହୋଇନାହିଁ । ଫିଲ୍ମଟି ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ୍‌ ରିମେକ୍‌ । ଫିଲ୍ମର ତାମିଲ୍‌ ରିମେକ୍‌ରେ ଅଜିତ୍‌ଙ୍କ ସହିତ ବିଦ୍ୟା ବାଲାନ ରହିଥିବା ବେଳେ ତାପସୀ ପାନ୍ନୁଙ୍କ ଚରିତ୍ରରେ ଶ୍ରଦ୍ଧା ଶ୍ରୀନାଥ ନଜର ଆସିଥିଲେ । ତେବେ ଇଲିଆନା କେଉଁ ଚରିତ୍ରରେ ନଜର ଆସୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଓ୍ବକିଲ୍‌ ସାବ୍‌ର ସୁଟିଂ ସରିଥିବା ବେଳେ ନଭେମ୍ବରରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟସଭା ନିମନ୍ତେ 11 ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ବିଜେପିରେ ସାମିଲ ହୋଇଥିବା କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶର ଅନ୍ୟତମ ବିଜେପି ପ୍ରାର୍ଥୀ ଭାବରେ ହର୍ଷ ସିଂହ ଚୌହ୍ବାନଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ବିହାରରୁ ବିବେକ ଠାକୁର, ଝାରଖଣ୍ଡରୁ ଦୀପକ ପ୍ରକାଶ, ଗୁଜରାତରୁ ରମିଲା ବେନ ବୋରା, ଅଜୟ ଭରଦ୍ବାଜ, ରାଜସ୍ଥାନର ରାଜେନ୍ଦ୍ର ଗେହଲଟ୍‌, ମହାରାଷ୍ଟ୍ରରୁ ଉଦୟନ୍‌ ରାଜ ଭୋଁସଲେ ଏବଂ ଆସାମରୁ ଭୁବନେଶ୍ବର କଲିତାଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ସହଯୋଗୀ ଦଳଙ୍କ ପାଇଁ ବିଜେପି ଦୁଇଟି ରାଜ୍ୟସଭା ଆସନ ଛାଡିଦେଇଛି । ମହାରାଷ୍ଟ୍ରରୁ ରାମଦାସ ଅଠାଓ୍ବଲେ ଏବଂ ଆସାମରୁ ବିପିଏଫ୍‌ର ବୃକ୍ଷଜିତ୍‌ ଡାମ୍‌ରୀଙ୍କୁ ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ଚୟନ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ଏଫ୍‌ଆଇଆର ଦାଖଲ କରାଯାଇଛି । ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ ଗୁପ୍ତା ପକ୍ଷରୁ ପୋଲିସ୍‌ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଦୁଇ ପୋଲିସ୍‌ ଅଧିକାରୀ ପଓ୍ବନ୍‌ ଗୁପ୍ତାଙ୍କୁ ମାଡ ମାରିଥିବା ନେଇ ମାମଲା ଦାୟର କରାଯାଇଛି । ନୂଆଦିଲ୍ଲୀର କରକର୍‌ଡୁମା କୋର୍ଟରେ ପଓ୍ବନ୍‌ ଗୁପ୍ତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କୋର୍ଟଙ୍କ ପକ୍ଷରୁ ମାଣ୍ଡୋଲି ପୋଲିସ୍‌ ଥାନାକୁ ନୋଟିସ୍‌ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30ରେ ଫାଶୀ ପ୍ରଦାନ କରାଯିବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଶିବରାଜ ସିଂ ଚୌହାନ ରାଜ୍ୟସଭା ପ୍ରାର୍ଥୀ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ଅପରାହ୍ନରେ ଶିବରାଜ ରାଜ୍ୟସଭା ସଦସ୍ୟ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଥିଲେ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ଶିବରାଜ ସିନ୍ଧିଆଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କୋରୋନା ଭାଇରସ୍‌ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତୀୟ ପେସ୍‌ ବୋଲର ଭୁବନେଶ୍ବର କୁମାର ଏହି ନୂତନ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଶୃଙ୍ଖଳାରେ ଭାରତୀୟ ପେସ୍‌ ବୋଲର ମାନେ ବଲ୍‌ ଉପରେ ଛେପ ଲଗାଇବେ ନାହିଁ ବୋଲି ଭୁବନେଶ୍ବର କୁମାର ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବଲ୍‌କୁ ପୁରୁଣା ଏବଂ ରିଭର୍ସ ସ୍ବିଙ୍ଗ କରାଇବା ପାଇଁ ପେସ୍‌ ବୋଲର ମାନେ ଛେପର ବ୍ୟବହାର କରିଥାନ୍ତି । ଭୁବନେଶ୍ବର ଏହି ମତ ଦେଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ବୁଧବାରର ଟିମ୍‌ ମିଟିଂ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । (ଏଜେନ୍ସି)

Read More

ବେଙ୍ଗାଲୁରୁ : ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ଦାୟିତ୍ବ ପ୍ରଦାନ କରାଯାଇଛି । ବୁଧବାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଶିବକୁମାରଙ୍କୁ ଚୟନ କରାଯାଇଛି । ଶିବକୁମାରଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିବା ବେଳେ ତିନି ଜଣ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ଇଶ୍ବର ଖାନ୍ଦ୍ରେ, ସତୀଶ ଝର୍କୀହୋଲି ଏବଂ ସଲିମ୍‌ ଅହମଦ୍‌ଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି । ଏହା ସହିତ ଅଜୟ ସିଂ ଏବଂ ଏମ୍‌ ନାରାୟଣସ୍ବାମୀଙ୍କୁ ମୁଖ୍ୟ ହ୍ବିପ୍‌ ଅଫିସର ଭାବରେ ନିଯୁକ୍ତ କରାଯାଇଛି ।

Read More