ଗଂଜାମ, ଗଂଜାମରେ ଅବସ୍ଥିତ ମା ତାରାତାରେଣୀ ମନ୍ଦିର ଓଡିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ଭାବେ ପରିଚିତ। ଚୈତ୍ର ମାସରେ ଏହି ପିଠରେ ପାଳିତ ହୁଏ ଚଇତି ପର୍ବ। ସେହି ପର୍ବ ଉପଲକ୍ଷେ ମାଙ୍କ ମନ୍ଦିରକୁ ଫୁଲ ଏବଂ ରଂଗୀନ ଆଲୋକମାଳା ସଜାଯାଇଛି।
Author: Samikhsya Bureau
ଭୁବନେଶ୍ୱର,ଚାରିଆଡେ ଚାଇନ ରଂଗର ଭୟ ଯୋଗୁଁ ବିଭିନ୍ନ ସ୍ଥାନରେ ଏଥର ପ୍ରାକୃତିକ ରଂଗରେ ପାଳନ ହୋଇଛି ହୋଲି ଉତ୍ସବ। ଏହି ପରିପ୍ରେକ୍ଷୀରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟିରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ହୋଲି ପର୍ବ ମଧୁରମୟୀ ଶିକ୍ଷାନିକେତନର ପିଲାମାନଙ୍କ ସହ ଖେଳାଯାଇଥିଲା । ସମର୍ପିତର ପ୍ରତିଷ୍ଠାତା ସମ୍ପାଦକ ସଦାଶିବ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପିତର ଉପଦେଷ୍ଟା, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣର ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ, ହ୍ୟୁମାନ ରାଇଟସ୍ ପ୍ରୋଟେକ୍ସନର ଅଧ୍ୟକ୍ଷା ଇନ୍ଦିରା ଦାଶ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଓ ଉଠା ଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ…
ଚେନ୍ନାଇ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମଲା ପଲ୍ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିଛନ୍ତି । ନିଜ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅମଲା ପୁଣି ଥରେ ଲିଭ୍ ଇନ୍ ରିଲେସନ୍ସିପ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଭବନିନ୍ଦର ସିଂ ନାମକ ଏହି ବ୍ୟକ୍ତି ଜଣଙ୍କୁ ଅମଲା 2017ରୁ ଡେଟ୍ କରୁଥିବା ବେଳେ ଦୁହେଁ ବର୍ତ୍ତମାନ ଲିଭ୍ ଇନ୍ରେ ରହିଛନ୍ତି । ଭାବନିନ୍ଦରଙ୍କ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋକୁ ଦେଖି ସୋସିଆଲ ମିଡିଆରେ ଆଲୋଚନା ପରେ ଭବନିନ୍ଦର ଏହି ଫଟୋଟିକୁ ହଟାଇ ଦେଇଛନ୍ତି । ଫଟୋରେ ଅମଲାଙ୍କ ମୁହଁ ଦେଖାଯାଉନଥିବାରୁ ଅମଲା ଏହି ଖବରକୁ ଗୁଜବ ବୋଲି କହିଛନ୍ତି । (ଏଜେନ୍ସି)
ଇସଲାମାବାଦ : ଭାରତରେ କାୟା ବିସ୍ତାର କରିବା ପରେ ପଡୋଶୀ ପାକିସ୍ତାନରେ ନିଜର ଆତଙ୍କ ମଚାଇଛି କୋରୋନା ଭାଇରସ୍ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଛୁଇଁଥିବା ବେଳେ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ସୋମବାର ଦିନ କରାଚୀରେ 7 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମଙ୍ଗଳବାର 9 ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । 16 ଜଣଙ୍କ ମଧ୍ୟରୁ 13 ଜଣ କରାଚୀରୁ ରହିଥିବା ବେଳେ ଗିଲ୍ଗିଟ୍-ବାଲ୍ଟିସ୍ତାନର ଦୁଇ ଜଣ ଏବଂ ଇସଲାମାବାଦରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ରୋଗୀଙ୍କ ମଧ୍ୟରୁ 9 ଜଣ ବିଦେଶ ଗସ୍ତ କରିଥିଲେ । 6 ଜଣ ଦୋହାରୁ ଫେରିଥିବା ବେଳେ ତିନି ଜଣ ଲଣ୍ଡନରୁ ଦୁବାଇ ଦେଇ ପାକ୍ ଫେରିଥିଲେ ।(ଏଜେନ୍ସି)
ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 ବର୍ଷ ମଧ୍ୟରେ ଏହି ଅର୍ଥ ଚାନ୍ଦା ଆକାରରେ ଗ୍ରହଣ କରାଯାଇଥିବା ନେଇ ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ରାଜନୈତିକ ଦଳର ଆୟକର ରିଟର୍ଣ୍ଣ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ପ୍ରକାଶ କରାଯାଇଥିବା ନେଇ ଏଡିଆର ପକ୍ଷରୁ ପ୍ରକାଶ କରାଯାଇଛି । ସାତଟି ଜାତୀୟ ରାଜନୈତିକ ଦଳ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍ସିପି, ବିଏସ୍ପି, ସିପିଏମ୍ ଏବଂ ସିପିଆଇକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି । ବର୍ତ୍ତମାନ କୌଣସି ଅଜଣା ବ୍ୟକ୍ତି 20 ହଜାରରୁ କମ୍ ଅର୍ଥ ପ୍ରଦାନ କରିପାରିବେ । 20 ହଜାରରୁ କମ୍ ଅର୍ଥ…
Melbourne: Australia’s Alyssa Healy and Beth Mooney ahead of the Women’s T20 World Cup Final match between India and Australia at Melbourne Cricket Ground (MCG) in Melbourne, Australia on March 8, 2020. (Photo: Twitter/@T20WorldCup)
Mumbai: Actress Nimrat Kaur at DCode Luxury Expo 2020 in Mumbai’s Worli on March 8, 2020. (Photo: IANS)
ମୁମ୍ବାଇର ଅନ୍ଧେରୀର ଏକ ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ମୌନୀ ରୟ
ମୁମ୍ବାଇର ଜୁହୁରେ ଅଭିନେତ୍ରୀ ନୁସ୍ରତ୍ ଭରୁଚା
ଅପକମିଙ୍ଗ ଓ୍ବେବ୍ ସିରିଜ୍ ମେଣ୍ଟାଲହୁଡ୍ର ସ୍କ୍ରିନିଂରେ ଅଭିନେତ୍ରୀ କରିସ୍ମା କପୁର ଏବଂ କରୀନା କପୁର
ଅପକମିଙ୍ଗ ଓ୍ବେବ୍ ସିରିଜ୍ ମେଣ୍ଟାଲହୁଡ୍ର ସ୍କ୍ରିନିଂରେ ଅଭିନେତ୍ରୀ ଅମୃତା ଅରୋରା
ମୁମ୍ବାଇର ଜୁହୁରେ ଅଭିନେତ୍ରୀ କ୍ରିତି ସାନନ୍
ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଚାଲିଥିବା ଇସ୍ତଫା ରାଜନୀତି ଥମିମବାର ନାମ ନେଉନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ମଧ୍ୟପ୍ରଦେଶର କଂଗ୍ରେସ ମୁଖପାତ୍ର ମଞ୍ଜୁର ବେଗ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବେଗ୍ ନିଜ ଇସ୍ତଫାପତ୍ରରେ ସିନ୍ଧିଆଙ୍କୁ ସମର୍ଥନ କରିଛନ୍ତି । ଦଳ ମଧ୍ୟରେ ସିନ୍ଧିଆଙ୍କୁ ଅସମ୍ମାନ କରାଯାଉଥିବାରୁ ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବେଗ୍ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ସିନ୍ଧିଆଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ସିନ୍ଧିଆଙ୍କୁ ନିୟମିତ ଭାବରେ ଅଣଦେଖା କରାଯାଉଥିଲା ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପ୍ରଦେଶ କମିଟିକୁ ପଠାଇଥିବା ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ମଞ୍ଜୁର୍ ବେଗ୍ ।
କାନପୁର : ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣାଟି କାନପୁରର ଉଦୈତ୍ପୁର ଅଞ୍ଚଳରେ ଘଟିଛି । ଦୁଇ ନିହତ ହେଉଛନ୍ତି ମନୋଜ ଚୌରାସିଆ (36) ଏବଂ ଅଜିତ୍ ଯାଦବ(38) । ମନୋଜ ଉଦୈତ୍ପୁରର ବାସିନ୍ଦା ହୋଇଥିବା ବେଳେ ଅଜିତ୍ ଘାଘପୁରର ବାସିନ୍ଦା । ଅନ୍ୟତମ ସାଥୀ ଭଗବତୀ ଗୁଡିଆଙ୍କ ସହିତ ଉଭୟଙ୍କ ବଚସା ହେବାରୁ ଭଗବତୀ ଏବଂ ଅନ୍ୟ କିଛି ଯୁବକଙ୍କ ଆକ୍ରମଣରେ ଦୁଇ ଯୁବକ ପ୍ରାଣ ହରାଇଥିଲେ । ପୋଲିସ୍ ଭଗବତୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀ ମାନେ ଫେରାର ହୋଇ ଯାଇଛନ୍ତି । ଦୁଇ ମୃତକଙ୍କୁ ଲାଲା ଲାଜପତ ରାୟ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ପ୍ରାଣ ହରାଇଥିଲେ । (ଏଜେନ୍ସି)
ଜୟପୁର : କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍ ମତ ଦେଇଛନ୍ତି । ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ତାଙ୍କର ରାଜନୈତିକ ହୀନମନ୍ୟତାକୁ ଦର୍ଶାଉଛି ବୋଲି ଗେହଲଟ ମତ ଦେଇଛନ୍ତି । ଦେଶ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ନିଜର ରାଜନୈତିକ ଫାଇଦା ପାଇଁ ସିନ୍ଧିଆ ଜନମତକୁ ପ୍ରତ୍ୟାଖ୍ୟାନ କରିବା ଆଦୌ ସମିଚୀନ ନୁହେଁ ବୋଲି ଗେହଲଟ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ଭରସା ଏବଂ ବିଶ୍ବାସ ସହିତ ସିନ୍ଧିଆ ଧୋକାବାଜି କରିଛନ୍ତି ବୋଲି ଗେହଲଟ ମତ ଦେଇଛନ୍ତି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ମହୋତ୍ସବ ପାଳନ କରାଯାଉଛି । ତିର୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ବଜାରର ଇନ୍ଦରପା ଗ୍ରାମବାସୀଙ୍କ ସହଯୋଗରେ ଏକ ନିଆରା ଢଙ୍ଗରେ ମହାଡମ୍ବରରେ ପାଳନ ହୋଇଯାଇଛି ଦୋଳ ମେଲଣ ଉତ୍ସବ “ଫଗୁଣ ଫେରିଛି ଆମ ଗାଁକୁ”। ଏହି ଅବସରରେ ସୋମବାର ସନ୍ଧ୍ୟାରେ ଇନ୍ଦ୍ରପା ଗ୍ରାମବାସୀଙ୍କ ଆନୂକୁଲ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଏହି ଦୋଳ ମେଲଣ ଉତ୍ସବକୁ ଆୟୋଜନ କରି ସରସ ସୁନ୍ଦର କରିଥିବା ଇନ୍ଦ୍ରପା ଗ୍ରାମବାସୀଙ୍କୁ ଭୂୟସି ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଘୁନାଥପୁର ବ୍ଲକର ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ୍ ମହାପାତ୍ର, ଅଧ୍ୟାପକ ତଥା ସଫଳ ଲେଖକ ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅଶୋକ କୁମାର ରାଉତ, ଶିକ୍ଷକ ମନୋରଞ୍ଜନ ସ୍ୱାଇଁ ପ୍ରମୁଖ…
ବେଙ୍ଗାଲୁରୁ/ଭୋପାଳ : 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ମଙ୍ଗଳବରୀ 6 ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ କମଲନାଥ 6 ମନ୍ତ୍ରୀଙ୍କୁ ବହିଷ୍କାରର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି । 6 ଜଣ କ୍ୟାବିନେଟ୍ ମନ୍ତ୍ରୀ ହେଉଛନ୍ତି ଇମ୍ରାଥୀ ଦେବୀ, ତୁଳସୀ ସିଲାବଟ, ଗୋବିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ତୋମାର ଏବଂ ପ୍ରଭୁରାମ ଚୌଧୁରୀ । ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ 19 ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ବକ୍ସର ଏମ୍ସି ମେରୀକମ୍ ତୃତୀୟ ଭାରତୀୟ ଭାବରେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ସୋମବାର ରାତିରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହେବା ସହିତ 6 ଥର ବିଶ୍ବ ଚାମ୍ପିୟନ୍ ମେରୀ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । 2012 ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ମେରୀ 51 କିଗ୍ରା ବର୍ଗରେ ଫିଲିପାଇନ୍ସର ଆଇରିସ୍ ମାଗ୍ନୋଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । 37 ବର୍ଷୀୟ ମେରୀ 5-0ରେ ଆଇରିସ୍ଙ୍କୁ ପରାସ୍ତ କରିଛନ୍ତି । ମେରୀ ସେମିରେ ପୂର୍ବତନ ୟୁଥ୍ ଅଲମ୍ପିକ୍ସ ବିଜୟିନୀ ଚୀନ୍ର ୟୁଆନ୍ ଚାଙ୍ଗଙ୍କୁ ଭେଟିବେ । (ଏଜେନ୍ସି)
ବେଙ୍ଗାଲୁରୁ : ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍ରୁ ବ୍ୟାପିଥିବା ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମଙ୍ଗଳବାର ବେଙ୍ଗାଲୁରୁରେ 4 ଜଣ ନୂତନ ସଙ୍କ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ଚାରି ଜଣ ସଂକ୍ରମିତଙ୍କୁ ମିଶାଇ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଛି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ 4 କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ମଙ୍ଗଳବାର ଏହି 4 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ବେଙ୍ଗାଲୁରୁ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି । ଜଣେ ଇଞ୍ଜିନିୟର ଏବଂ ତାଙ୍କ ପତ୍ନୀ ଓ ଝିଅ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତଙ୍କୁ ହୋମ୍ବେଗୌଡା ନଗରର ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
କେଦାର ମିଶ୍ର ଯେଉଁ ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ବୟାନ ଦେଲେ ସେଦିନ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିବା ଉଚିତ ହୋଇଥାନ୍ତା! ତେବେ କଂଗ୍ରେସ ଦଳ ପାଇଁ କଣ ଉଚିତ ବା ଅନୁଚିତ, ସେ କଥା ଭାବିବାକୁ ସେ ଦଳରେ ଆଉ କେହି ନାହାନ୍ତି। କଂଗ୍ରେସ ଏବେ ବୁଡି ଯାଉଥିବା ଏକ ଜାହାଜ ଓ ଜାହାଜ ବୁଡିଗଲା ବେଳେ ମୂଷାମାନେ ପ୍ରଥମେ ପଳାୟନ କରନ୍ତି। ସେମିତି ମଧ୍ୟପ୍ରଦେଶ କଂଗ୍ରେସରେ ଆଜି ପଳାୟନ ପର୍ବ ଆରମ୍ଭ ହୋଇଛି। ଗତ କିଛିଦିନ ହେଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଚରଣ ଓ କଥାବାର୍ତ୍ତାରେ ମୋଦୀ ଓ ବିଜେପି ପ୍ରେମ ସ୍ପଷ୍ଟ ବାରି ହୋଇପଡୁଥିଲା। ସେକଥା ଯଦି କଂଗ୍ରେସ ବୁଝି ପାରୁନଥିଲା, ତାହା କଂଗ୍ରେସର ଦୋଷ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ସରକାରର ଭବିଷ୍ୟତ ଯେ ସଙ୍କଟରେ ପଡିବାକୁ ଯାଉଛି, ସେ କଥା କଣ ଜାଣିନଥିଲେ! ଅବଶ୍ୟ ଜାଣିଥିଲେ। ହେଲେ…
ନୂଆଦିଲ୍ଲୀ, ଶେଷରେ ମଧ୍ୟ ପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଆଜି ସକାଳେ ସିନ୍ଧିଆ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅମିତ ଶାହା ଏବଂ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଦୀର୍ଘ ସମୟ ଧରି ମୋଦୀ, ଶାହା ଏବଂ ସିନ୍ଧିଆ ଆଲୋଚନା କରିଥିଲେ। ବୈଠକରୁ ବାହାରିବା ପରେ ସିନ୍ଧିଆ କହିଛନ୍ତି ଯେ , ସେ କଂଗ୍ରେସରୁ ଇସ୍ତଫା ଦେଇ ଦେଇଛନ୍ତି। ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୋଲି ସିନ୍ଧିଆ କହିଛନ୍ତି। ସୋନିଆଙ୍କୁ ସେ ଯେଉଁ ଇସ୍ତଫା ପତ୍ର ଦେଇଛନ୍ତି ସେଥିରେ ସେ ଲେଖିଛନ୍ତି ଯେ, ଗତ 18 ବର୍ଷ ଧରି ସେ କଂଗ୍ରେସ ଦଳର ଜଣେ ପ୍ରାଥମିକ ସଦସ୍ୟ ଭାବେ କାମ କରୁଥିଲେ। ହେଲେ ବର୍ତ୍ତମାନ ସମୟ ଆସିଛି ଏହି…

