ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଛି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ପୂର୍ବରୁ ତାଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ଅଭିଯୋଗ ରହିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଖୋଲମଖୋଲା ଲେଡି ଏମବିକେଙ୍କୁ ଧମକଚମକ ଦେଉଛନ୍ତି। ସେମାନେ ମିଶନ ଶକ୍ତି କାର୍ଯ୍ୟାରେ ନିୟୋଜିତ ଥିବା ବେଳେ ପ୍ରଶାନ୍ତ କଣ ପାଇଁ ଧମକ ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏଥିରେ କୁହାଯାଇଛି ଯେ, ଟାଙ୍ଗୀ ବ୍ଲକର ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସେ ଧମକ ଦେବାରେ ଲାଗିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ…
Author: Samikhsya Bureau
ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଦମପୁରରେ ଜୋରଜାର ପ୍ରଚାର କରିଛନ୍ତି। ସେଠାରେ ସେ ସିଧା ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କଲେ। ହେଲେ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, କୋର୍ଟରେ କେସ୍ କରି ଆପଣମାନଙ୍କ ହକ୍କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ ବୋଲି ପାଣ୍ଡିଆନ କହିଥିଲେ। ସେହିପରି ସେ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଆମେ ଏକ୍ସପ୍ରେସ୍ର ଟ୍ରେନର ସୁବିଧା ଦେବୁ, ରେଲୱେ ଷ୍ଟେସନ କରିବୁ, ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍ ଅଛି, କୋଉଠି ଟ୍ରେନ୍…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଦାସଙ୍କ ସମେତ ସାମନ୍ତରାପୁର ସମବାୟସମିତି ସଭାପତି ବିଦ୍ୟାଧର କର୍ଣ୍ଣ, ରାଉତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ପିଏସ୍ ସଦସ୍ୟ ଦିଲୀପ ସାହୁ, ବିଚିତ୍ର ବିଶ୍ୱାଳ, ସମବାୟସମିତି ସଦସ୍ୟ ସୁକାଶ ସାମଲ, ବିଜେଡି ନେତା ପ୍ରଶାନ୍ତ କୁମାର ପାଢ଼ୀ, ଅର୍ଥଙ୍ଗା ଗ୍ରାମ ପଂଚାୟତ ନିତ୍ୟାନନ୍ଦ ଦଳାଇ, ରମେଶ ଚନ୍ଦ୍ର ଦାସ, ଏସ୍ସି ସେଲ୍ ନେତା ଶରତ ମଲ୍ଲିକ, ବିଜେଡି ନେତା ତ୍ରିଲୋଚନ ମଲ୍ଲିକ ଓ ଶ୍ରମିକ ନେତା ଆଶୁତୋଷ ପରିଡା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି…
ଟାଙ୍ଗୀ: ସାଧାରଣ ନିର୍ବାଚନ କୁ ଆଊ ମାତ୍ର କେଇଟା ଦିନ ବାକି ଅଛି। ସେଥିପାଇଁ ସାରା ରାଜ୍ୟରେ ଏବେ ନିର୍ବାଚନ ତାତି କାହିଁ ରେ କେତେ। ଏଥିପାଇଁ ସମସ୍ତ ରାଜ ନୈତିକ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ପତ୍ର ଦାଖଲର ସମୟ ସୀମା ଶେଷ ହେବା ପରେ ଏବେ ସମସ୍ତ ରାଜନୈତିକ ଦଳର ଭୋଟ ପାଇଁ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି। ସମସ୍ତଙ୍କୁ ମାତ ଦେବା ପାଇଁ ବିଜେଡି ମଧ୍ୟ୍ୟ ଅଣ୍ଟା ଭିଡିଛି। କର୍ମୀମାନଙ୍କ ମନରେ ଜୋସ ଭରିଦେବା ପାଇଁ ଆସନ୍ତା 9 ତାରିଖ ରେ 5 ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଟାଙ୍ଗୀ ଗସ୍ତରେ ଆସୁଛନ୍ତି। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ବିଜେଡି ଶିବିର। ଗସ୍ତକୁ ସଫଳ କରିବା ପାଇଁ ଆଜି ଟାଙ୍ଗୀ ବିଜେଡି ଦଳୀୟ କାର୍ଯ୍ୟାଳୟ ପରିସର ରେ ଏକ ପ୍ରସ୍ତୁତି ବୈଠକ ବ୍ଳକ ଉପାଧକ୍ଷ ଦୁର୍ଗା ପ୍ରସାଦ ନାଥ…
ବାଲୁଗାଁ (ସୀତାରାମ ଅଗ୍ରୱାଲ):-ବୁଧବାର ମଧ୍ୟାହ୍ନରେ ବାଲୁଗାଁ ୫ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ମା ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ସହ ଉତ୍ତରାୟଣୀ ମନ୍ଦିର ନିକଟରେ ଧକ୍କା ହୋଇଥିଲା। ଯାହାଫଳରେ ବାଇକଟି ବସ ସମ୍ମୁଖରେ ପଶି ଯାଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ରାଉତରାପଲ୍ଲୀ ଗ୍ରାମର ଉପେନ୍ଦ୍ର ଶତୃଶଲ୍ୟ (୬୨) ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ବାଲୁଗାଁ ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଜାରି ରଖିଛି।
ଚିଲିକା(ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷରପାଟଣା ଛକ ଠାରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଉଭୟ ପ୍ରାର୍ଥୀ ବାଣପୁର ର ଆରାଧ୍ୟ ଦେବୀ ମା’ ଭଗବତୀ ଓ ମା’ ଟିକିରାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଏବଂ ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ। ଏହି ପଦଯାତ୍ରାରେ ସାଂସଦ ପ୍ରାର୍ଥୀ ପାତ୍ର କହିଥିଲେ ଯେ,ବିକଶିତ ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶ ମୋ ସଂକଳ୍ପ ତତସହିତ ବାଣପୁର ତଥା ଚ଼ିଲିକା ମାଟିକୁ ଏକ ସମୃଦ୍ଧଶାଳୀ ରେ ପରିଣତ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ…
ଭୁବନେଶ୍ବର: ଆଜି ବଡି ଭୋରରୁ ଗୋପାଳପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପୁଣିଥରେ ଓଡିଶାରେ ନବୀନ ସରକାର ଗଠନ ହେବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୧୯୯୯ ମହାବାତ୍ୟାକୁ ନେଇ ସେ ଭାବ ପ୍ରବଣ ହୋଇପଡିଥିଲେ। ସେ କହିଥିଲେ ଯେ, ମହାବାତ୍ୟା ବେଳେ ରିଲିଫରେ ପୁରୁଣା ଲୁଗା ଓଡିଶାକୁ ଆସୁଥିଲା। ତାହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ କଥା କହିବା ବେଳେ ଖୋଦ ପାଣ୍ଡିଆନ ମଧ୍ୟ ଭାବ ପ୍ରବଣ ହୋଇପଡିଥିଲେ। ଏହାପରେ ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ଜାଣିଛନ୍ତି ଯେ, ଓଡିଶାବାସୀ କଣ ଚାହୁଁଛନ୍ତି। ସେହି ଅନୁସାରେ ସେ କାମ କରୁଛନ୍ତି। ପାଣ୍ଡିଆନ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ କହିଥିଲେ ଯେ, ଓଡିଶାରେ ବିଜେପି…
ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦଖଲ ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଯିବା ପରେ ବର୍ତ୍ତମାନ ଆସିଛି ବୈଧ ପ୍ରାର୍ଥୀ ତାଲିକା। ସେହି ଅନୁସାରେ ଚିଲିକା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି। ଖୋର୍ଦ୍ଧା ରିଟର୍ଣ୍ଣିଂ ଅଧିକାର କାର୍ଯ୍ୟାଳୟ ଅନୁସାରେ ଚିଲିକାରେ 5 ଜଣ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ଚିଲିକାରୁ ଏଥର କେହି ମହିଳା ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି। 1- ପୃଥୀରାଜ ହରିଚନ୍ଦନ- ବିଜେପି 2-ପ୍ରଦୀପ ସ୍ବାଇଁ- କଂଗ୍ରେସ 3-ରଘୁନାଥ ସାହୁ- ବିଜେଡି 4- ସଂଗ୍ରାମ କେଶରୀ ପରିଡା- ଆପ୍ 5- ସେଖ୍ କୌସର- ଜନତା ଦରବାର ପାର୍ଟି 6- ଭି କାମେଶ୍ବର ଆଚାରୀ- ସ୍ବାଧୀନ 7-ମନ୍ମଥ କୁମାର ସିଂ- ସ୍ବାଧୀନ 8- ଶକ୍ତିପଦ ନାଥ-…
ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଧନା ପାଣ୍ଡେ, ବିରମିତ୍ରପୁରର ପୂର୍ବତନ କାଉନସିଲର ମହାଗଡଦେବୀ କୋଇଲି ଭଗତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିରମହାରାଜପୁରର ଆଶ୍ରୟ ମହାନନ୍ଦଙ୍କ ଦଳରୁ ବହିସ୍କାର କରାଯାଇଛି। ସେହିପରି ଫୁଲବାଣୀର ଟିକେଶ୍ୱର କହଁର, କଂଟାମାଳର ସୁଧାଂଶୁ ଡାଙ୍ଗ, ଦଶପଲ୍ଲାର ରବିନ୍ଦ୍ରନାଥ ସେଠୀ, ନୟାଗଡ ଜିଲ୍ଲା ଉପସଭାପତି ଇନ୍ଦୁମତି ନାୟକ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଂକର ଦାଶ, ମନୋଜ ପଟ୍ଟନାୟକ, କୋରାପୁଟ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥୀ ପାଟଣୀଆ ଏବଂ କୋ-ଅପରେଟିଭ ସେଲ ସଂଯୋଜକ କର୍ପୁର ହନ୍ତାଳଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି। ଯାହାର ଶୀର୍ଷକ ରହିଛି- ମିଛ ମେନିଫେଷ୍ଟୋ… ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି। ନା କାମ କରିବି, ନା କାମ କରେଇଦେବି। ଶଙ୍ଖ ଭବନରେ ଆଜି ଏହି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ବଜେଡି ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଛ ମେନିଫେଷ୍ଟୋରେ ଉଲ୍ଲେଖ କରାଯାଇଥିବା ୩ଟି ଦିଗ ଉପରେ ଉଭୟେ ଆଲୋକପାତ କରିଥିଲେ। ପ୍ରଥମ ଭାଗରେ ଓଡିଶା ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା କିଭଳି ପାଳନ କରେନାହିଁ ସେନେଇ ଉଲ୍ଲେଖ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ପାଇଲେ କେଉଁ ସବୁ ଯୋଜନାକୁ ଓଡିଶା ବିଜେପି ବନ୍ଦ କରିଦେବ ସେନେଇ ମଧ୍ୟ ବିଶଦ…
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ୨୦୧୪ ସାଧାରଣ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଶ୍ୱଜିତ ନାୟକ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କୋରେଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ବିଶ୍ୱଜିତ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି…
ବାସ୍ତୁଶାସ୍ତ୍ର: ହିନ୍ଦୁ ଧର୍ମରେ ସ୍ଵସ୍ତିକର ଗୁରୁତ୍ୱ ରହିଛି। ଏହା ଦୁଇଟି ଶବ୍ଦକୁ ନେଇ ଗଠିତ ଯେଉଁଥିରେ ‘ସୁ’ ଅର୍ଥ ଶୁଭ ଏବଂ ‘ଅସ୍ତି’ ର ଅର୍ଥ ତାତ୍ପର୍ଯ୍ୟ ହେବା। ତାହା ହେଉଛି ଶୁଭ ହେଉ, କଲ୍ୟାଣ ହେଉ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସ୍ଵସ୍ତିକା ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ଏହା ଗଣପତିଙ୍କ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଲୋକମାନେ ସ୍ଵସ୍ତିକକୁ ସମ୍ପୂର୍ଣ୍ଣ ବିଶ୍ଵାସ ଏବଂ ସମ୍ମାନର ସହିତ ନିଜ ଘରର ମୁଖ୍ୟ ଫାଟକରେ ରଖନ୍ତି। ସ୍ଵସ୍ତିକକୁ ସତ୍ୟ ବୋଲି ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ସଠିକ୍ ସମୟରେ ସଠିକ୍ ସ୍ଥାନରେ ନିର୍ମିତ ଏକ ସ୍ଵସ୍ତିକ ଅତ୍ୟନ୍ତ ଶୁଭ ଅଟେ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଵସ୍ତିକ ତିଆରି କରିବା ଭଲ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା, ମୁଖ୍ୟ ଫାଟକରେ ସ୍ଵସ୍ତିକ ତିଆରି କରିବାବେଳେ କ’ଣ ମନେ ରଖିବାକୁ ହେବ। – ସର୍ବଦା ମୁଖ୍ୟ ଦ୍ୱାରରେ…
ଭୁବନେଶ୍ବର : ପଞ୍ଚଙ୍ଗ ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ଅକ୍ଷୟ ତେଜ ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ଅର୍ଥାତ୍ ଯାହା କେବେ ବି କ୍ଷୟ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ବୈଶାଖ ମାସର ଶୁକ୍ଲ ପକ୍ଷ ତୃତୀୟାରେ ପାଳନ କରାଯାଉଥିବା ଏହି ପର୍ବର ଉଲ୍ଲେଖ ବିଭିନ୍ନ ପୁରାଣପୋଥୀରେ ଦେଖିବାକୁ ମିଳେ। ବିଷ୍ଣୁ ଧର୍ମ ସୁତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ଏବଂ ଭବିଷ୍ୟ ପୁରାଣ ଇତ୍ୟାଦିରେ ବର୍ଣ୍ଣାନା ଦେଖିବାକୁ ମିଳେ। ଅକ୍ଷୟ ତୃତୀୟା ଏପରି ଏକ ମୁହୂର୍ତ୍ତ କିମ୍ବା ଏପରି ଏକ ତିଥି ଯେଉଁଥିରେ କି ସବୁ ପ୍ରକାରର ଶୁଭ କାର୍ଯ୍ୟ କରାଯାଇଥାଏ। ଏହିଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରିବ। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ଏବଂ ଗୁଣାତ୍ମକ କାର୍ଯ୍ୟର ଫଳ…
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ। ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ…
Lok Sabha Elections 3rd Phase: ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ସଂସଦୀୟ କ୍ଷେତ୍ରରେ ରାତି ୮ଟା ସୁଦ୍ଧା ୬୧.୪୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। କେତେକ ଅଞ୍ଚଳରେ ଗରମ ପାଗ ଅନୁଭୂତ ହୋଇଥିଲେ ମଧ୍ୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତଦାତାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିବା ପାଇଁ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ଆୟୋଗ ଏହି ପର୍ଯ୍ୟାୟଠାରୁ ମତଦାତାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହାୟତାରେ ଜାତୀୟ ଓ ରାଜ୍ୟ ଆଇକନମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦ଟି ରାଜ୍ୟ ଓ…
ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡିର ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ଶତାଧିକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ କର୍ମକର୍ତ୍ତା ମାନେ ଯୋଡି ଶଙ୍ଖ ଜ଼ିନ୍ଦାବାଦ, ଜୟ ବିଜେଡି ନାରାରେ ବିଶାଳ ବାଇକ ଶୋଭାଯାତ୍ରା କରି ବାଲୁଗାଁ ରାମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହି ସମାବେଶରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇ ବିଜେଡି ଯୁବବର୍ଗ, ଛାତ୍ର ସମାଜ ଓ ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା,ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ଦିଗରେ ବିଜେଡି ସୁପ୍ରିମୋଙ୍କ ଉଦ୍ୟମ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ଉଭୟ ପ୍ରାର୍ଥୀ। ଯୁବପିଢ଼ିଙ୍କ ପାଇଁ ପ୍ରତି କଲେଜରେ ନୂଆ-ଓ…
ଭୁବନେଶ୍ବର: ଆସନ୍ତାକାଲି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓଡିଶା ଆସୁଛନ୍ତି। ରାଜନାଥ ସିଂ ବୁଧବାର ଦିନ ଭବାନୀପାଟଣା ଏବଂ ରାୟଗଡାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବୁଧବାର ଦିନ ନବରଂଗପୁରରେ ଉଦବୋଧନ ଦେବେ। ଏହାପରେ ଆସନ୍ତା 9 ତାରିଖରେ ଓଡିଶା ପ୍ରଚାରରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୁରୀ ଏବଂ କୃଷ୍ଣପ୍ରସାଦରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ସେହିଦିନ ମଧ୍ୟ ଓଡିଶା ପ୍ରଚାରରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପରବର୍ତ୍ତି ସମୟରେ ହେମାମାଳିନୀ ମଧ୍ୟ ପ୍ରଚାରରେ ଆସିବେ। ତେବେ 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।
ଭୁବନେଶ୍ବର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି। ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ। ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ। ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା। ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି…
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ (ଦେଶରେ ସାମୂହିକ ଭାବରେ ସପ୍ତମ ପର୍ଯ୍ୟାୟ) ମତଦାନ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଭାବରେ ତା. ୦୭/୦୫/୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସ୍.ଟି.), ବାଲେଶ୍ୱର, ଭଦ୍ରକ (ଏସ୍.ସି.), ଯାଜପୁର (ଏସ୍.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସ୍.ସି.) ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ପ୍ରକ୍ରିୟା ହେବ। ଏସବୁ ପାଇଁ ୧୪ ମଇ ୨୦୨୪ (ମଙ୍ଗଳବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମଇ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଜୁନ୍ ୧ରେ ମତଦାନ ତାରିଖ ରହିଅଛି । ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଅଧିନରେ ଅନ୍ୟ ପର୍ଯ୍ୟାୟ ତୁଳନାରେ ସର୍ବାଧିକ ମତଦାତା, ଯୁବ ମତଦାତା ଓ ସର୍ବାଧିକ ମତଦାନ କେନ୍ଦ୍ର ରହିଅଛି । ଉକ୍ତ ପର୍ଯ୍ୟାୟରେ ସର୍ବମୋଟ ୯୯୫୫୫୫୬ (ପୁରୁଷ-୫୦୮୫୫୩୮, ମହିଳା-୪୮୬୯୩୩୧, ତୃତୀୟ…
HM Shah Votes in Gandhinagar: ଆଜି ଦେଶର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରୀ ରହିଛି। ଏଥିରେ ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଭୋଟ୍ ଚାଲିଛି। ସେହିପରି ଏହି ପର୍ଯ୍ୟାୟରେ ଗୁଜୁରାଟର ମଧ୍ୟ ଲୋକସଭା ଆସନରେ ନିର୍ବାଚନ ଚାଲିଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ କରିଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପରିବାର ସହିତ ଆସି ଗାନ୍ଧୀନଗରରେ ମତଦାନ କରିଛନ୍ତି। ଶାହ ଧର୍ମପତ୍ନୀ ସୋନାଲ ଶାହ, ପୁତ୍ର ଜୟ ଶାହ ଏବଂ ଅନ୍ୟ ସଦସ୍ୟଙ୍କ ସହିତ ଆସି ମତଦାନ କରିଛନ୍ତି। ନିଜେ ଅମିତ ଶାହ ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ମତଦାନ କରି ସମସ୍ତଙ୍କୁ କାଳି ଲଗା ଆଙ୍ଗୁଠି ଦେଖାଇଥିଲେ। ଏଥିସହିତ ସେ ସମସ୍ତଙ୍କୁ ମତଦାନ କରିବା ପାଇଁ ନିବେଦନ କରିଥିଲେ।
ଭୁବନେଶ୍ବର: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର କରି ଫେରିଯାଇଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ଜନସଭା କରିଛନ୍ତି। ତେବେ ସେ ଭୁବନେଶ୍ବରରେ ପ୍ରଚାର କରି ନାହାଁନ୍ତି। ଭୁବନେଶ୍ବରରେ ମୋଦୀଙ୍କର ଏକ ବିରାଟ ରୋଡ ସୋ କରାଯିବାର ଆୟୋଜନ ଚାଲିଛି। ସେଥିପାଇଁ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବରରେ ରୋଡ ସୋ କରିବେ। ସେହିଦିନ ସନ୍ଧ୍ୟା ୬ ଟା ସମୟରେ ମୋଦୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବେ। ଉଭୟ ରାସ୍ତାରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଏହା ଅଧିନରେ ଥିବା ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ସାଥିରେ ରହିବେ।

