Author: Samikhsya Bureau

କେରଳ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳୁ ଏନେଇ ନୂତନ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ମାତ୍ର ତିନି ବର୍ଷର ଶିଶୁ ଦେହରେ ଏହି ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଶିଶୁଟି କେରଳର ହୋଇଥିବାବେଳେ ନିକଟରେ ଶିଶୁର ପରିବାର ନିକଟରେ ଇଟାଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଛି । ଶିଶୁଟିକୁ ଏର୍ଣ୍ଣାକୁଲମ୍ ମେଡିକାଲ୍ କଲେଜର ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ କେରଳରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

Read More

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ୍ ତାଙ୍କର ପୁରୁଣା ବାନ୍ଧବୀ ରବୀନା ଖୁରାନାଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିଛନ୍ତି । 60 ବର୍ଷ ବୟସରେ ମୁକୁଲ୍‌ ତାଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ।  ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ମୁକୁଲ ରବୀନାଙ୍କୁ ବିବାହ କରିଥିବାବେଳେ ଏହି ଉତ୍ସବରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ୍‌, ଓ ମନୀଷ ତିଓ୍ବାରୀ ମଧ୍ୟ ଉପସ୍ଥିତ ଥିଲେ। ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା। ଅଶୋକ ଗେହଲେଟ୍‌ ଟୁଇଟ୍‌ କରି ଦୁହିଁଙ୍କୁ ନୂତନ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ବାରୀ ଟୁଇଟ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲୋଚାପଡ଼ା ରୋଡ଼୍‌ସ୍ଥିତ ଶ୍ରୀ କମ୍ପେ୍ଲକ୍ସଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପ ତ୍ରିପାଠୀଙ୍କ ସଭାନେତୃତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ସମାଜରେ ମହିଳାଙ୍କ ସ୍ଥାନ, ସମ୍ମାନ ଓ ଗୌରବ କିପରି ଅକ୍ଷୁର୍ଣ୍ଣ ଓ ଅମ୍ଳାନ ରହିବ ତା’ ସହିତ ଦିନକୁ ଦିନ ନାରୀ ଓ ଶିଶୁଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ନିର୍ଯ୍ୟାତନା ଅତ୍ୟାଚାର ବିଷୟରେ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ। ଏହା ସହ ମଦବିକ୍ରୀକୁ ସଂପୂର୍ଣ୍ଣ ବିରୋଧ କରିବାକୁ କହିଥିଲେ। ଉଜ୍ୱଳା ଯୋଜନାର ଦୁର୍ଗୁଣ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଗ୍ୟାସଦର ବୃଦ୍ଧି ଯୋଗୁଁ ଘରର ବଜେଟ୍ ଅସନ୍ତୁଳିତ ହେଉଥିବା ଯୋଗୁଁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଛି ବୋଲି କହିଥିଲେ। ଏହି ସଭାରେ ବହୁ କଂଗ୍ରେସ ପୁରୁଷ କର୍ମୀ ଏବଂ ମହିଳା କର୍ମୀ ଯୋଗ ଦେଇଥିଲେ। ସଭାରେ ଶମ୍ଭୁ ପାଣିଗ୍ରାହୀ, ଗଣପତି ବାରିକ, ପଦୁ ସାହୁ, ପିସିସି…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ବଳମ୍ ପଂଚାୟତର ମହୁକୁଦ ଗ୍ରାମଠାରେ ଗ୍ରାମ ମଙ୍ଗଳ ମହିଳା କମିଟି ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହିଳା କମିଟିର ସଦସ୍ୟ ବୃନ୍ଦ ଗ୍ରାମ ପଂଚାୟତ ପରିକ୍ରମା କରି ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଗ୍ରାମର ମହିଳା ମାନେ ଗ୍ରାମ ପାର୍ଶ୍ବ ସଫେଇ କରିଥିଲେ। ମହିଳା କମିଟିର ସଭାନେତ୍ରୀ ଶୁନ୍ୟବାସୀ ନାୟକଙ୍କ ସଭାପତିତ୍ୱରେ ଏହ ସଭା ଅନୁଷ୍ଠିତ ହୋଇଥିଲା। ସଂପାଦିକା ପ୍ରତିମା ବିଶ୍ୱାଳ, ସୀମା ମହାନ୍ତି , ନର୍ମଦା ଧଳ, ଇନ୍ଦିରା ସାହୁ, ଶ୍ରାବଣୀ ପ୍ରଧାନ ପ୍ରମୁଖ ନାରୀ ସ୍ୱାଧୀନତା, ନାରୀ ସଶକ୍ତିକରଣ ଓ ନାରୀ ମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ଥାନୀୟ ଷ୍ଟେସନ ରୋଡ଼୍ ସ୍ଥିତ ସ୍ପେଶାଲ୍ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆଜି ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶା ହ୍ୟାଣ୍ଡବଲ୍ ଏସୋସିଏସନ୍ ତରଫରୁ ପର୍ଯ୍ୟବେକ୍ଷକ ଭାବରେ ଓଡ଼ିଶା ହ୍ୟାଣ୍ଡବଲ୍ ସଂଗଟନର ଭାଏସ୍ ପ୍ରେସିଡ଼େଣ୍ଟ ରମେଶ ଚନ୍ଦ୍ର ପୃଷ୍ଟି ଓ ଗଂଜାମ ଜିଲ୍ଲାର ଖେଳ ଅଧିକାରୀ (ଡ଼ିଏସ୍‌ଓ) ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ନିର୍ବାଚିତ ସଭ୍ୟମାନେ ହେଲେ ସଭାପତି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ଶୁକ୍ଳା, ମୁଖ୍ୟ ପେଟ୍ରୋନ୍ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଉପସଭାପତି ଭାବେ ପ୍ରକାଶ ପଣ୍ଡା, ସରତ ପଣ୍ଡା, ଡ. ସରୋଜ କୁମାର ସାମନ୍ତ, ଉପଦେଷ୍ଟା ଭାବେ ସଂଜିତ କୁମାର ପାଣିଗ୍ରାହୀ, ସାଧାରଣ ସଂପାଦକ ଭାବେ ସୁରେଶ ଚନ୍ଦ୍ର ପାଢ଼ି, କାର୍ଯ୍ୟକାରୀ ସଂପାଦକ ରୂପେ ଶକ୍ତିଧର ରାଜଗୁରୁ, ଯୁଗ୍ମ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :  ଆଜି ରାହାମା ସ୍ଥିତ ଜଗତସିଂହପୁର ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ନକରିବାକୁ ଜଗତସିଂହପୁର ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଅଷ୍ଟମ ଶ୍ରେଣୀର ଅଭିଭାବକ ମାନେ ବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ କୁମାର ରାୟଙ୍କୁ ଏକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତିଯେ ବର୍ତ୍ତମାନ ସାରା ଦେଶରେ କରୋନା ଭୂତାଣୁର ଆତଙ୍କ ଦେଖାଦେଇଥବା ଯୋଗୁ ପିଲାମାନେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଇଛା ପ୍ରକାଶ କରୁନାହଁନ୍ତି । ପ୍ରକାଶଯେ ଅଷ୍ଟମ ଶ୍ରେଣୀ ପରେ ନବମର ଛାତ୍ରଛାତ୍ରୀ ମାନେ ଅନ୍ୟ ରାଜ୍ୟର ବିଦ୍ୟାଳୟରେ ଅଧ୍ୟୟନ କରିବାର ଏକ ପରମ୍ପରା ରହିଥିବା ବେଳେ ଏହି ବର୍ଷ ସାରା ବିଶ୍ୱରେ କରୋନା କବଳିତ ହୋଇଥିବା ଯୋଗୁ ଜଗତସିଂହପୁର ନବୋଦୟର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରୁ କ୍ଷାନ୍ତ ରଖିବାକୁ ଅନୁରୋଧ ଜଣାଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ପୁଣି ବିଦ୍ୟୁତ୍‌ ନେଲା ଜୀବନ । ବିଦ୍ୟୁତ୍‌ ଆଘାତରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି । ସକାଳେ ବିଲକୁ 5 ଜଣ ଯାଉଥିବାବେଳେ ଅଘଟଣ ଘଟିଥିବାର ସୂଚନା ରହିଛି । କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗାଁ ପାଖ ଜମିରେ ଏହି ଅଘଟଣ ଘଟିଛି । ଜନ୍ତୁଙ୍କ ଦ୍ବାରା ପରିବା ଚାଷ ନଷ୍ଟ ଭୟରେ ବିଦ୍ୟୁତ୍‌ ତାର ବିଛା ଯାଇଥିଲା । ଗୁରୁତରଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

Read More

ସମୀକ୍ଷା ବ୍ୟୁରୋ ସୋର୍‌ : ଆଜି ଭୋର୍‌ ସମୟରେ ଏନଏଚ୍‌ 16ଠାରେ ଏକ ସଡକ ଦୁର୍ଘଟଣା ଘଟିଛି । ଏନଏଚ 16 କଲେଜ ଛକ ନିକଟରେ ଅଟୋକୁ ଟ୍ରକ୍‌ ପିଟିବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଜାର ମୃତ୍ୟୁ ହୋଇଥିବାବେଳେ ନାତି, ଆଈ ଓ ଡ୍ରାଇଭର ଗୁରୁତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ତିନି ଗୁରୁତରଙ୍କୁ ସୋର ମେଡ଼ିକାଲରେ ଚିକିତ୍ସା ଭର୍ତ୍ତି କରାଯାଇଛି ।ମଙ୍ଗଳପୁର ମେଲଣ ଦେଖିବାକୁ ଭଦ୍ରକ ବେତଡା ଯିବାବେଳେ ଏହି ଦୁର୍ଘଟଣା ଘଟିଛି ।

Read More

ସମୀକ୍ଷା ବ୍ୟୁରୋ ପୁରୀ : ଦୋଳ ଓ ହୋଲି ପର୍ବ ପୂର୍ବରୁ ସାକ୍ଷୀଗୋପାଳଠାରେ ଗୁଳିମାଡରେ ଜଣକର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କାଞ୍ଜିଆରେ ଶଶୁର ଘରେ ରହୁଥିଲେ ବୋଲି ସୂଚନା ରହିଛି । ରାତିରେ ଢାବାରେ ଖାଇବାକୁ ନେଇ ବଚସା ପରେ ଫାୟାରିଂ ହୋଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ସତ୍ୟବାଦୀ ଥାନା ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗୁଳିକାଣ୍ଡର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ 316 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Read More

କେଦାର ମିଶ୍ର ଗୋଟେ କଥା ଅନେକଙ୍କର ମନେ ନଥିବ। ଆମର ଜାତୀୟ ସ୍ମୃତି ଶକ୍ତି ସବୁବେଳେ ଦୁର୍ବଳ।  ୨୧, ଅକ୍ଟୋବର,୨୦୧୯ରେ ଓଡିଶା ସରକାରଙ୍କର ଅର୍ଥ ସଚିବ ଏକେକେ ମୀନା ବିଭିନ୍ନ ସରକାରୀ ବିଭାଗକୁ ଚିଠି ଲେଖି ସତର୍କ କରାଇ ଦେଇଥିଲେ ଯେ, ସରକାରୀ ଅର୍ଥକୁ ବ୍ୟାଙ୍କରେ ନ ରଖି ସିଧା ସଳଖ ଟ୍ରେଜେରୀରେ ରଖାଯାଉ। କାରଣ ବ୍ୟାଙ୍କଗୁଡିକର ସ୍ଥିତି ଏବେ ସନ୍ଦେହ ଘେରରେ ରହିଛି। ବିଭିନ୍ନ ଖବର କାଗଜରେ ବ୍ୟାଙ୍କର ଅବସ୍ଥା ବିଷୟରେ ଅତ୍ୟନ୍ତ ଉଦବେଗଜନକ ରିପୋର୍ଟ ଆସୁଥିବାରୁ ଏ ବିଷୟରେ ସରକାରୀ ବିଭାଗଗୁଡିକ ସତର୍କ ରୁହନ୍ତୁ ବୋଲି ଶ୍ରୀ ମୀନା ଲେଖିଥିଲେ। ଏହି ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ରାଜ୍ୟ ବିଜେପି ଶ୍ରୀ ମୀନାଙ୍କୁ ପ୍ରଚୁର ସମାଲୋଚନା କରିଥିଲା। ବିଶେଷକରି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓଡିଶା ସରକାର ଅଯଥାରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରୁଛନ୍ତି ଓ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି…

Read More

ଭୁବନେଶ୍ୱର, ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ସିଦ୍ଧି ମଣ୍ଡପଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ରାଜନୀତି, ସମାଜସେବା, ଶିକ୍ଷା ଓ ଆତ୍ମନିର୍ଭରଶୀଳ ହୋଇଥିବା ୪ଜଣ ପ୍ରତିଷ୍ଠିତ ମହିଳାଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟ ବିଜେପିର ପୂର୍ବତନ ମହିଳା ମୋର୍ଚା ସଭାପତି ଶ୍ରୀମନ୍ତିନୀ ଜେନା, ସାମ୍ବାଦିକ ମଧୁଳିତା ପରିଡ଼ା, ସାମାଜସେବୀ ସୁଷମା ପଟ୍ଟନାୟକ, ମହର୍ଷି ମହିଳା କଲେଜର ଅଧ୍ୟାପିକା ପ୍ରତିମା ମିଶ୍ର, ଆତ୍ମନିର୍ଭରଶୀଳ ପାଇଁ ସିପ୍ରା ସେନାପତିଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାର ପ୍ରତ୍ୟାଶା ଓ ଭୁବନେଶ୍ୱରର କମଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିରେ ଅତିଥି ଭାବେ ନାରିନେତ୍ରୀ ଶ୍ରୀମନ୍ତିନି ଜେନା, ସମାଜସେବୀ ରେଣୁବାଳା ବୈରିଶାଲ, ୟୁରୋ ସ୍ମାର୍ଟର ଅଧ୍ୟକ୍ଷା ସସ୍ମିତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା କୁସୁମ ପ୍ରଧାନ, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।…

Read More

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯’ । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି ପୁରସ୍କାରର ତୃତୀୟ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଇବା ବେଳେ ଲେଖିକା, ଶିକ୍ଷାବିତ୍ ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ପଞ୍ଚମୀ ମାନୁ ଉକିଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କଥାଶିଳ୍ପୀ ଓ ସାମ୍ବାଦିକ ତଥା ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କା ଜମା ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ ଚିଠି ଲେଖିଛନ୍ତି। ଜମା ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ୟେସ୍‌ ବ୍ୟାଙ୍କରେ ପୁରୀର ଅର୍ବାନ୍‌ କୋ ଅପରେଟିଭ୍‌ ବ୍ୟାଙ୍କର ଟଙ୍କା ମଧ୍ୟ ରହିଛି। ୟେସ୍‌ ବ୍ୟାଙ୍କର ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବଲାଙ୍ଗିର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶିଶୁ କନ୍ୟା ଅଲୋଡା ହୋଇଛି । ତୁଳସୀନଗରପଡା ଆୟୁର୍ବେଦିତ କଲେଜ ପଛପଟୁ ସଦ୍ୟଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ତୁଳସୀ ନଗରରେ ଏକ ଡ୍ରେନ୍‌ରେ ଶିଶୁ କନ୍ୟାଟିକୁ କେହି ଫିଙ୍ଗିଦେଇଥିବାର ଦେଖିବାକୁ ମିଳିଥିଲା । ଶିଶୁକନ୍ୟାକୁ ଉଦ୍ଧାର କରି ନିକଟସ୍ଥ ଆୟୁର୍ବେଦିକ କଲେଜ ହସ୍ପିଟାଲକୁ ନେଇଥିଲେ ସେହି ଅଞ୍ଚଳବାସୀ । ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।  ଆଜି ସାରା ଦେଶରେ ମହିଳା ଦିବସ ପାଳନ କରାଯାଉଥିବାବେଳେ ପୁଣି ଶିଶୁ କନ୍ୟା ଡ୍ରେନ୍‌ରେ ଫିଙ୍ଗିବାକୁ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରର ମୁଖ୍ୟ ରାସ୍ତାକୁ ନେଇ ସ୍ଥାନୀୟ ବାସୀ  ହଇରାଣ ହରକତ ହେଉଛନ୍ତି। ସାମାନ୍ୟ ବର୍ଷାରେ ବାଣପୁରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହିଛି। ଆଜି ଅଦିନିଆ ବର୍ଷାରେ ବାଣପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଚିଆଙ୍କ ସାହି ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହି କୃତ୍ରିମ ନାଳର ଭ୍ରମ ସୃଷ୍ଟି କରିଛି। ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ବାଣପୁର ଉବୁଟୁବୁ ହେଉଛି। ଐତିହାସିକ ପଲଟନ ପଡ଼ିଆରେ ଆଗାମୀ ଦିନରେ ଲୋକମହୋତ୍ସବ ହେବାକୁ ଥିବାବେଳେ ବାଣପୁର ସହରର ମୁଖ୍ୟ ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପ୍ରଶାସନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ଆଗକୁ ପଞ୍ଚୁଦୋଳ ଥିବାବେଳେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଦୋଳ ଉତ୍ସବ କିପରି ଭାବରେ ସୁରୁଖୁରରେ ସମ୍ପନ୍ନ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି…

Read More

ସମୀକ୍ଷା ବ୍ୟୁରୋ ବାଣପୁର : ବିଶ୍ବ ମହିଳା ଦିବସ ଅବସରରେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାଣପୁର ଶାଖାର ମିଳିତ ଆନୁକୂଲ୍ୟରେ ଭେଟେଶ୍ବର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରିରୁ 60 ୟୁନିଟି ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରକୁ ଭେଟେଶ୍ବର ସରପଞ୍ଚ ଜିତେନ୍ଦ୍ର ଭୋଳ, 13 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂ, ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରଓ୍ବାଲ, ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ଶ୍ରୀ ବିକାଶ ସେଠୀ ଓ ଭେଟେଶ୍ବର ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଶେଖର ସାହୁ ପ୍ରମୁଖ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ପୁରୁଷଙ୍କ ସହ ତାଳ ଦେଇ ବହୁ ମହିଳାମାନେ ମଧ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ 55 ବର୍ଷୀୟା ଜଣେ ଧର୍ମପରାୟଣା…

Read More

ମୁମ୍ବାଇ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍‌ ପ୍ରାଇମ୍‌ ଭିଡିଓ ’ଫୋର୍‌ ମୋର ଶଟସ୍‌ ପ୍ଲିଜ୍‌’ର ଦ୍ବିତୀୟ ସଂସ୍କରଣ ରିଲିଜ୍‌ କରିବା ନେଇ ସୂଚନା ଜାରି କରିଛି । ଆମାଜନ୍‌ ଅରିଜନାଲ୍‌ ସିରିଜ୍‌ର ପ୍ରଥମ ସଂସ୍କରଣଟି ବେଶ୍‌ ସଫଳ ରହିଥିଲା । ଏହାର ଦ୍ବିତୀୟ ସଂସ୍କରଣ ଏପ୍ରିଲ୍‌ 17 ତାରିଖରେ ଲଞ୍ଚ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସିରିଜ୍‌ରେ ପ୍ରତୀକ୍‌ ବବ୍ବର୍‌, ଲିଜା ରେ, ମିଲିନ୍ଦ ସୋମନ, ନୀଲ ଭୁପଲମ୍‌, ସିମୋନ୍‌ ସିଂହ, ସାୟାନୀ ଗୁପ୍ତା, କିର୍ତ୍ତୀ କୁଲହାରୀ, ବାଣୀ ଜେ ଓ ମାନବୀ ଗାଗରୁ ପ୍ରମୁଖ କଳାକାର ରହିଛନ୍ତି। ଦେବିକା ଭଗତ ଏହି ସିରିଜ୍‌ର କାହାଣୀ ଲେଖିଥିବାବେଳେ ନୁପୁର ଆସ୍ଥାନ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି । ଆମାଜନ୍‌ ପ୍ରାଇମ୍‌ ଭିଡିଓ ଏହି ଶୋ’ର ଦ୍ବିତୀୟ ସଂସ୍କରଣ ପ୍ରଥମ ଲୁକ୍‌କୁ ମଧ୍ୟ ଜାରି କରିଛି । ଏଥିରେ ମୁଖ୍ୟ ଭୂମିକାରେ ରହିଥିବା କଳାକାରମାନେ ନଜର ଆସିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୁଣି ମ୍ୟାଜିକ୍‌ ପେନ୍‌ ଲୁଟର ଶିକାର ହେଲେ ଜଣେ ବ୍ୟବସାୟୀ । ଲୋନ୍‌ କରାଇଦେବା ନାଁରେ କ୍ୟାନସେଲ୍‌ ଚେକ୍‌ରେ ଦସ୍ତଖତ କରି ଫସିଛନ୍ତି ପାହାଳ ଫାଣ୍ଡି ଅଞ୍ଚଳର ଜଣେ ଟାୟାର ବ୍ୟବସାୟୀ । ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ବ୍ୟବସାୟୀଙ୍କୁ ଲୁଟ୍‌ କରାଯାଇଛି। ବ୍ୟବସାୟୀଙ୍କ ଆକାଉଣ୍ଟରୁ 76ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ମ୍ୟାଜିକ୍‌ ପେନରେ ଲେଖା ହୋଇଥିବା ଚେକ୍‌ରୁ କ୍ୟାନସେଲ୍‌ ଗାଏବ ହୋଇଗଲା, ଚେକ୍‌ ପାଲଟିଲା ପେ’ ବୁଲ୍‌ ଚେକ୍‌ । ମ୍ୟାଜିକ୍‌ ପେନ୍‌କୁ ଢାଲ କରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ବ୍ୟବସାୟୀଙ୍କୁ ।

Read More

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପ୍ରଚେଷ୍ଟାରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ମନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ  ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମଶରୁମ୍‌ ମହିଳା ନାମରେ ବିଖ୍ୟାତ ବୀଣା ଦେବୀଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏତଦ୍‌ବ୍ୟତୀତ ଇଣ୍ଡିଆନ ଏୟାରଫୋର୍ସର ଫାଇଟର ପାଇଲଟ୍‌ ମୋହନା ଜିତରଓ୍ବାଲା, ଅବନୀ ଚତୁର୍ବେଦୀ ଓ ଭାବନା କଣ୍ଠଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ।  ସେହିପରି 104 ବର୍ଷୀୟା ଆଥଲେଟ ମାନ କୌର, 105 ବର୍ଷୀୟା ଭାଗିରଥୀ ଅମ୍ମା, 95 ବର୍ଷୀୟା କାରଥଲୀ ଆମ୍ମା, ମହିଳା କୃଷକଙ୍କ ପାଇଁ ପ୍ରେରଣା ପାଲଟିଥିବା ଆନ୍ଧ୍ରପ୍ରଦେଶର ପାଳଦା ଭୁଦେବୀଙ୍କ ସହ ଆରିଫା ଜାନ୍‌, ଚାମୀ ମୁର୍ମୁ, ନିଲଜା ବାଙ୍ଗୁ, ରଶ୍ମି ଅର୍ଥଓ୍ବାଲେ, କଳାବତୀ ଦେବୀ, କୌଶିକ୍‌ ଚକ୍ରବର୍ତ୍ତୀ, ମହିମା ସିଂହ ଜିତରଓ୍ବାଲା ପ୍ରମୁଖ…

Read More

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଅବସ୍ଥା। ଏହି ପ୍ରାଣଘାତୀ ଭାଇରସ କବଳରୁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ 39 ସଂକ୍ରମିତଙ୍କ ଖବର ରହିଛି। ଏନେଇ ଏବେ ସମେସ୍ତ ଏହି ଭାଇରସ ପାଇଁ ସତର୍କ ରହୁଛନ୍ତି।  କରେନାନା ଭାଇସର୍‌ ପାଇଁ ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ଅପକମିଙ୍ଗ ଫିଲ୍ମ ‘ରାଧେ’ର ଶୁଟିଂ ମଧ୍ୟ ରଦ୍ଦ କରିଛନ୍ତି। ସଲମାନ ଖାନଙ୍କ ପରେ ଅକ୍ଷୟ କୁମାରଙ୍କ ପୃଥ୍ବୀରାଜ ଓ କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ ଶୁଟିଂ ମଧ୍ୟ ରଦ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ‘ରାଧେ’ର ଫିଲ୍ମର କିଛି ଶୁଟିଂ ଥାଇଲାଣ୍ଡରେ ହେବାକୁ  ଥିବାବେଳେ କରୋନା ଭାଇରସ ବ୍ୟାପୁଥିବାର ସଲମାନ ଖାନ୍‌ ଶୁଟିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ର ଶୁଟିଂ ରାଜସ୍ଥାନରେ ହେଉଥିବାବେଳେ ଏବେ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି।…

Read More

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରବିବାର ଘୋଷିତ ଦଳକୁ ଶିଖର ଧଓ୍ବନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୋହିତ ଶର୍ମା ବାଦ ପଡିଥିବା ବେଳେ ପୃଥ୍ବୀ ଶ ଧଓ୍ବନ୍‌ଙ୍କ ଓପନିଂ ପାର୍ଟନର ରହିଛନ୍ତି । ଘୋଷିତ 15 ଜଣିଆ ଦଳରୁ କେଦାର ଯାଦବ ବାଦ ପଡିଥିବା ବେଳେ ଶୁଭମାନ ଗିଲ୍‌ ସ୍ଥାନ ପାଇଛନ୍ତି । ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ଶିଖର ଧଓ୍ବନ୍‌, ପୃଥ୍ବୀ ଶ, କେ ଏଲ୍‌ ରାହୁଲ୍‌, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ୍‌ ଆୟାର, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମାନ ଗିଲ୍‌ ।

Read More