ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ମୁକେଶ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନୂତନ କ୍ୟୁରେଟିଭ୍ ଯାଚିକା ଏବଂ ରାଜକ୍ଷମା ଆବେଦନ କରିବାର ଆବେଦନ କରିଛି । ମୁକେଶ ସିଂର ଓକିଲ ଏମ୍ ଏଲ୍ ଶର୍ମାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ମଧ୍ୟସ୍ଥି ବୃନ୍ଦା ଗ୍ରୋଭର ପୂର୍ବରୁ ମୁକେଶର କ୍ୟୁରେଟିଭ୍ ଯାଚିକା ଲେଖିଥିଲେ ଯାହାକି ଖାରଜ ହୋଇଯାଇଥିଲା । ଏହି ଆଧାରରେ ମୁକେଶକୁ ନୂତନ ଭାବରେ କ୍ୟୁରେଟିଭ୍ ଏବଂ ରାଜକ୍ଷମା ଯାଚିକା ଦାଖଲ କରିବାର ସୁଯୋଗ ମିଳିବା ଉଚିତ୍ ବୋଲି ଶର୍ମା ଯୁକ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପକ୍ଷରୁ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ମାର୍ଚ୍ଚ 20 ତାରିଖରେ ଫାଶୀ ଦେବା ପାଇଁ ଘୋଷଣା କରାଯାଇଥିଲା । (ଏଜେନ୍ସି)
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ସେହିପରି ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାପରିଷଦର ଉପସଭାପତି ଲିଙ୍ଗରାଜ ସ୍ବାଇଁ , ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ସ୍ମରଣ କରିବା ସହିତ ପଞ୍ଚାୟତରାଜ ଦିବସର ଅନୁଚିନ୍ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ପରିଚାଳନା କରିଥିବାବେଳେ ଓରମସାର ଡେପୁଟି ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଲ ସ୍ବାଗତ ଭଷଣ ଓ ଅତିଥି ପରିଚୟ ପ୍ରଦାନ…
ଆଜମଗଡ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନୈକ ମୁସଲିମ ଶ୍ରଦ୍ଧାଳୁ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଆଜମଗଡର ସୟଦ୍ ମହମ୍ମଦ ଇସଲାମ ଅଷ୍ଟଧାତୁରେ ନିର୍ମିତ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏହି ମୁଦ୍ରାରେ ରାମ, ସୀତା ଏବଂ ହନୁମାନଙ୍କ ଚିତ୍ର ରହିଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଆଜମଗଡର ସୀତାରାମ ଅଞ୍ଚଳରେ ବାସ କରୁଥିବା ସୟଦ୍ ନିଜ ପୁରୁଣା ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ନଭେମ୍ବର 30, 2019ରେ ନିଜ ଗ୍ରାମର ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ଖୁବ୍ ଶୀଘ୍ର ଅଯୋଧ୍ୟା ଯାତ୍ରା କରି ରାମ ତୀର୍ଥ କ୍ଷେତ୍ରର ଚେୟାରମ୍ୟାନ୍ ନୃତ୍ୟ ଗୋପାଳ ଦାସଙ୍କୁ ଏହି ମୁଦ୍ରା ପ୍ରଦାନ କରିବେ ବୋଲି ଜଣାଇଛନ୍ତି । ଏହି ଉପହାର ଦେଶର ଅନ୍ୟ ମୁସଲିମଙ୍କୁ ରାମନ୍ଦିର ପାଇଁ ଦାନ କରିବାକୁ ଉତ୍ସାହିତ କରିବ…
ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମୁଖପାତ୍ର ରବୀଶ୍ କୁମାରଙ୍କ ସ୍ଥାନ ନେବେ ଅନୁରାଗ ଶ୍ରୀବାସ୍ତବ। 1999 ବ୍ୟାଚ୍ର ଆଇଏଫଏସ୍ ଅଧିକାରୀ ଥିବା ଅନୁରାଗ ଶ୍ରୀବାସ୍ତବ ବର୍ତ୍ତମାନ ଇଥୋଓପିଆ ଓ ଆଫ୍ରିକା ସଂଘର ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ରାଜଦୂତ ହେବା ପୂର୍ବରୁ ଅନୁରାଗ ବିଦେଶ ମନ୍ତ୍ରାଳୟର ଅର୍ଥ ବିଭାଗ ଦାୟିତ୍ବରେ ରହିଥିଲେ । ଏହାବ୍ୟତୀତ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ରାଜନୀତି ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି ଅନୁରାଗ। ସେହିପରି ରବୀଶ୍ କୁମାରଙ୍କୁ ୟୁରୋପର ରାଷ୍ଟ୍ରଦୂତ ପଦ ମିଳିବା ନେଇ ମଧ୍ୟ ସୂଚନା ରହିଛି। ଦୁଇ ବର୍ଷ ହେବ ରବୀଶ କୁମାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଭାବେ କାର୍ଯ୍ୟରତ ରହିଛନ୍ତି।
ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିଛି ଏବଂ ଜମାକାରୀ ଆଦୌ ଭୟଭୀତ ହେବା ଅନୁଚିତ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ଜମାକାରୀଙ୍କ ଅର୍ଥ ଏବଂ ସୁଧ ସୁରକ୍ଷିତ ଅବସ୍ଥାରେ ରହିଛି । ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥାରେ ସୁଧାର ପାଇଁ ତତ୍ପର ଅଛନ୍ତି ବୋଲି ସୀତାରମଣ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆରବିଆଇ ପକ୍ଷରୁ ୟେସ୍ ବ୍ୟାଙ୍କ ଉପରେ ଏକମାସର ବାସନ୍ଦାଦେଶ ଲଗାଯିବା ପରେ ଏବଂ ୟେସ୍ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଉଠାଣ ରାଶିକୁ 50 ହଜାରକୁ ହ୍ରାସ କରାଯିବା ପରେ ଗ୍ରାହକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ ହେବାକୁ ଥିବା ଅନ୍ତର୍ରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦେମୀ ପୁରସ୍କାର (ଆଇଫା ଆଓ୍ବାର୍ଡସ୍)କୁ ସ୍ଥଗିତ ରଖାଯାଇଛି। ଆଇଫା ଆଓ୍ବାର୍ଡ ଉତ୍ସବ ଚଳିତ ମାସ 19-20 ଓ 21 ହେବାକୁ ରହିଥିଲା। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ପ୍ରତିଷ୍ଠିତ ସମାରୋହ ଭାବେ ଆଇଫା ଆଓ୍ବାର୍ଡ ଅନନ୍ୟ। ଏହା ଦ୍ବିତୀୟ ଥର ପାଇଁ ଭାରତରେ ଆୟୋଜିତ କରାଯାଉଥିଲା। ଚଳିତ ପୁରସ୍କାର ଉତ୍ସବକୁ ସଲମାନ୍ ଖାନ୍ ଓ ରୀତେଶ ଦେଶମୁଖ ହୋଷ୍ଟ କରିବାକୁ ଥିବାବେଳେ ଏହି ଉତ୍ସବରେ ଶାହରୁଖ ଖାନ୍, ହ୍ରିଥିକ୍ ରୋଶନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, କରୀନା କପୁର୍, କ୍ୟାଟ୍ରିନା କୈଫ୍, କାର୍ତ୍ତିକ ଆର୍ଯ୍ୟାନ୍ଙ୍କ ପରି ବହୁ ବଲିଉଡ୍ ସେଲିବ୍ରିଟିମାନେ ପରଫର୍ମାନ୍ସ କରିଥାନ୍ତେ। ଆଇଫା ଉତ୍ସବର ପ୍ରଥମ ଦିନ କାର୍ଯ୍ୟକ୍ରମ ଭୋପାଳର ଆଇଫା ଷ୍ଟାର୍ମଙ୍କ ନାମରେ ହେବ ବୋଲି ରହିଥିଲା। ସେହିପରି ଦ୍ବିତୀୟ ଓ ତୃତୀୟ ଦିନ କାର୍ଯ୍ୟକ୍ରମ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ମହିଳା ଓ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଯଥେଷ୍ଟ କର୍ମନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଓ ‘ଶାହୀ ଏକ୍ସପୋର୍ଟ’ ମିଳିତ ସହଯୋଗରେ କାର୍ଯ୍ୟାରମ୍ଭ କରିଛନ୍ତି । ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍ଡବ୍ଲୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ଆପାତତଃ ସ୍ଥିରୀକୃତ ହୋଇଛି । କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପରେ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହି କ୍ରମରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିପାରିବେ ସେଥିପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 38 ବର୍ଷର ମହିଳା ମାନଙ୍କୁ ଶାହୀ ଏକ୍ସପୋର୍ଟ କମ୍ପାନୀ ସହାୟତାରେ ପ୍ରଥମ ପର୍ଯ୍ୟାୟରେ 50 ଜଣ ମହିଳାଙ୍କୁ କୁଶଳୀ କାରିଗର ହେବା ପାଇଁ ଟ୍ରେନିଂ ଆରମ୍ଭ…
ଚେନ୍ନାଇ : ସୁପରଷ୍ଟାର ତାମିଲ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଜେଶ ଦୋଷା ତିଆରି କରୁଛନ୍ତି । ତେବେ ବିକ୍ରି ପାଇଁ ନୁହେଁ, ଏକ ଫିଲ୍ମ ସେଟ୍ରେ ଐଶ୍ବର୍ଯ୍ୟାଙ୍କ ଏଗ୍ ଦୋଷା ତିଆରିର ଭିଡିଓ ଭାଇରାଲ୍ ହୋଇଛି । କାକା ମୁଟ୍ଟାଇ, ଚିକ୍କା ଚେଭନ୍ତା ବନମ୍, ବାଡା ଚେନ୍ନାଇ ପରି ଫିଲ୍ମ ଜରିଆରେ ବେଶ୍ ଲୋକପ୍ରିୟତା ଲାଭ କରିଥିବା ଐଶ୍ବର୍ଯ୍ୟା ଦୋଷା ତିଆରି କରିବା ସହିତ ଫିଲ୍ମର କ୍ରୁ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିକୁ ଐଶ୍ବର୍ଯ୍ୟା ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର କରିବା ପରେ ଫ୍ୟାନ୍ ମାନେ ଭିଡିଓଟିକୁ ବହୁତ ପସନ୍ଦ କରିଛନ୍ତି । https://www.instagram.com/tv/B9UFT8RJPgR/?utm_source=ig_embed ଏହି ଭିଡିଓଟି କେଉଁ ଫିଲ୍ମ ସେଟ୍ରେ ତାହା ଜଣା ପଡିନଥିଲେ ମଧ୍ୟ ତାମିଲରେ କଥା ହେଉଥିବାରୁ ଏହା ଧ୍ରୁବ ନଟ ଚରିତ୍ରମ ସେଟ୍ର ବୋଲି ଅନୁମାନ କରାଯାଉଛି । ଗୌତମ ବାସୁଦେବ ମେନନ୍ଙ୍କ ଧ୍ରୁବ ନଟ ଚରିତ୍ରମରେ ଐଶ୍ବର୍ଯ୍ୟା ଏବଂ ବିକ୍ରମ…
ସମୀକ୍ଷା ବ୍ୟୁରୋ ଆଜି ସକାଳେ ଭାରତୀୟ ଷ୍ଟକ ବଜାର ଖୋଲିବାର ମାତ୍ର ଷାଠିଏ ସେକେଣ୍ଡ ଭିତରେ ଏକ ବିରାଟ ଝଟକା ଖାଇଛି। କରୋନା ଭୂତାଣୁ ଭୟ ଯୋଗୁଁ ବିଶ୍ଵ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଚିତ୍ର ସ୍ପଷ୍ଟ ହୋଇଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆମେରିକାର କେନ୍ଦ୍ରୀୟ ଫେଡେରାଲ ବ୍ୟାଙ୍କ ନିଜ ସୂଚୀରେ ପଚାଶ ପଏଣ୍ଟ କମ କରିଛି। ଏହାର ସିଧା ପ୍ରଭାବରେ ଭାରତୀୟ ପୁଞ୍ଜିନିବେଶକାରୀଙ୍କର ୪.୪୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମାତ୍ର ଷାଠିଏ ସେକେଣ୍ଡରେ ବୁଡିଯାଇଛି। କରୋନା ସଂକ୍ରମଣର ଭୟ ସହିତ ଦେଶର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ “ୟେସ ବ୍ୟାଙ୍କ” କୁ ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇଛି। ଏହି ବ୍ୟାଙ୍କରେ ଜମା ରଖିଥିବା ଗ୍ରାହକ ମାସକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛି। ଏହାର ପ୍ରଭାବରେ ଷ୍ଟକ…
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ଆତଙ୍କ ବଢି ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂରେ ୟେସ୍ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ସହିତ ସେନସେକ୍ସ 1200 ପଏଣ୍ଟ ତଳକୁ ଖସିଛି । 1294 ପଏଣ୍ଟ ତଳକୁ ଖସିବା ସହିତ ସେନ୍ସେକ୍ସ 37011.09 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 441.60 ପଏଣ୍ଟ ତଳକୁ ଖସି 10827.40 ପଏଣ୍ଟରେ ରହିଛି । ଏହି ସମୟରେ ସବୁଠାରୁ ଅଧିକ କ୍ଷତି ସହିଛି ୟେସ୍ ବ୍ୟାଙ୍କ । ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟ 35 ଟଙ୍କାରୁ ଖସି 18.46 ପଇସାରେ ପହଞ୍ଚିଛି । ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ମୋଟର୍ସ ଏବଂ ଟାଟା ଷ୍ଟିଲ୍ ବ୍ୟାପକ କ୍ଷତି ସହିଛନ୍ତି । (ଏଜେନ୍ସି)
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ସରକାରର ଅର୍ଥମନ୍ତ୍ରୀ ଅଜିତ୍ ପାଓ୍ବାର୍ ଚଳିତ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନା କରିଛନ୍ତି। ଏହି ଅବସରରେ ରାଜ୍ୟର 2 ଲକ୍ଷ ଚାଷୀଙ୍କ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବା ନେଇ ଘୋଷଣା କରାଯାଇଛି। ଏହି ବଜେଟ୍ରେ ନଗର ବିକାଶ ବିଭାଗ ପାଇଁ 6025 କୋଟିର ବ୍ୟୟ ବରାଦ ରହିଥିବାବେଳେ ନୂତନ ମେଡିକାଲ କଲେଜ ନିର୍ମାଣ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହେବାର ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି 1074 ଗ୍ରାମ ପଞ୍ଚାୟତର ନିର୍ମାଣ ପାଇଁ 1 ହଜାର କୋଟିର ବ୍ୟୟ ବରାଦ ରଖାଯାଇଛି। ବିଧାୟକଙ୍କୁ ମିଳୁଥିବା ଏଲଏଡି ଫଣ୍ଡ୍କୁ 2 କୋଟିରୁ 3 କୋଟିକୁ ବୃଦ୍ଧି କରାଯାଇଛି। ରାଜ୍ୟର 80 ପ୍ରତିଶତ ଲୋକଙ୍କୁ ରୋଜଗାର ଦେବା ପାଇଁ ସରକାର ଆଇନ ପ୍ରଣୟନ କରିବେ ବୋଲି ଘୋଷଣା କରାଯାଇଛି। ସେହିପରି ମୁମ୍ବାଇ – ଗୋଆ ହାଇଓ୍ବେ ପାଇଁ ଭୂମି ଅଧିଗ୍ରହଣ ପାଇଁ 1200…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଂଚାୟତରେ ସରପଂଚ ନମିତା ରାଉଳଙ୍କ ଅଧ୍ୟକ୍ଷତାରେ ପଂଚାୟତିରାଜ ଦୀବସ ଓ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କବି ରମାକାନ୍ତ ରାଉଳ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି କବିତା ପାଠ କରିବା ପରେ ସର୍ବେଶ୍ୱର ମଲ୍ଲିକ, ଲକ୍ଷ୍ମୀଧର ଦାସ,ବିଜୟ ହାତୀ, ଗୋଲେଖ ଲେଙ୍କା,ତପନ ଦାସ,ଗୋଲକ ଦାସ ଓ ବନ୍ଦିତା ସାହୁ ପ୍ରମୂଖ ବିଜୁବାବୁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ନୃସିଂହ ଚରଣ ରାଉଳ ଓ ଅସୀତ ରାଉଳ ପରିଚାଳନା କରିଥିବା ଜଣାପଡିଛି।
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟି 13 ଜଣଙ୍କର ମୃତ୍ୟୁ ଘଟିଛି । ମାଙ୍ଗାଲୁରୁ-ବେଙ୍ଗାଲୁରୁର 75 ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଏସ୍ୟୁଭି ମଧ୍ୟରେ ଦୁର୍ଘଟଣା ଘଟିବାରୁ 13 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଏବଂ 2 ଜଣ ଶିଶୁ ରହିଥିବା ଜଣାପଡିଛି । ମୃତ 13 ଜଣଙ୍କ ମଧ୍ୟରୁ 10 ଜଣ ଲୋକ ତାମିଲନାଡୁର କ୍ରିଷ୍ଣାଗିରି ଅଞ୍ଚଳର ବୋଲି ଜଣାପଡିଛି । ଦକ୍ଷିଣ କନ୍ନଡ ଜିଲ୍ଲାର ଧର୍ମସ୍ଥଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତିଙ୍କୁ ଟୁମ୍କୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ଗୁରୁବାର ବିଳମ୍ବିତ ରାତ୍ରିରେ କଂଗ୍ରେସର ମନ୍ଦସୌର୍ ଜିଲ୍ଲାର ସୁବାସରାରୁ ବିଧାୟକ ହରଦୀପ ସିଂ ଡାଙ୍ଗ୍ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇ ଦଳକୁ ଏକପ୍ରକାର ଝଟ୍କା ଦେଇଛନ୍ତି । ସେହିପରି ଡାଙ୍ଗଙ୍କ ସହିତ ବେଙ୍ଗାଲୁରୁରେ ରହିଥିବା କଂଗ୍ରେସ ଏମଏଲଏ ବିସାହୁଲାଲ୍ ସିଂହ, ରଘୁରାଜ ସିଂହ କଂସାନା ଓ ନିର୍ଦ୍ଦଳୀୟ ବିଧାୟକ ସୁରେନ୍ଦ୍ର ସିଂହ ଶେରା ଗୁରୁବାର ମଧ୍ୟ ଭୋପାଳ ଫେରିନାହାନ୍ତି। ତିନି ଦିନ ଧରି ନିଖୋଜ ରହିଥିବା କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶରେ ଆସିଥିବା ରାଜନୈତିକ ସଂକଟକୁ ଦୃଷ୍ଟିରେ ରଖି ଏବେ ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସ୍ ପ୍ରଭାବ ବେଶ୍ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଗତକାଲି 2,241 ନୂତନ ମାମଲା ସାମ୍ନାକୁ ଆସିଛି। ମୋଟ ଉପରେ ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 95,333 ହୋଇଥିବାର ସୂଚନା ମିଳିଛି। ଗତକାଲି ଏହି ଭାଇରସ୍ ଯୋଗୁଁ 84 ଲୋକ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ସଂଖ୍ୟା 3,282ରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ପାଞ୍ଚଟି ଦେଶରେ ସିଓଭିଆଇଡି-19 (କରୋନାଭାଇରସ୍)ର ସଂକ୍ରମିତ ମାମଲା ନଜରକୁ ଆସିଛି । ଭାରତରେ କରାେନା ସଂକ୍ରମିତଙ୍କ ସଂଖ୍ୟା 30ରେ ପହଞ୍ଚିଥିବାବେଳେ ଗାଜିଆବାଦର ଜଣଙ୍କ ପାଖରୁ ପଜିଟିଭି ଭୂତାଣୁ ମିଳିଛି । କରୋନା ପଜିଟିଭ ରୋଗୀଙ୍କ ମଧ୍ୟରେ 14 ଜଣ ଭାରତୀୟ ରହିଥିବାବେଳେ 16ଜଣ ବିଦେଶୀ ରହିଛନ୍ତି । କରୋନା ପାଇଁ ବିମାନବନ୍ଦର ଗୁଡିକରେ ଯାଞ୍ଚ ହେବା ସହିତ 29607 ଜଣ ବ୍ୟକ୍ତିଙ୍କୁ ଆଇଡିଏସ୍ପି କମ୍ୟୁନିଟି ସର୍ଭିଲାନ୍ସରେ ରଖାଯାଇଛି । କରୋନା ସହ ଲଢେଇ ପାଇଁ ସରକାର…
ରମେଶ ମହାନ୍ତି ଜଗତ୍ସିଂହପୁର: ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୩ତମ ଜୟନ୍ତୀ ଉତ୍ସବ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତକଳା ଏକାଡ଼େମୀ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ପ୍ରଭୁ ଚରଣ ଜେନା ସ୍ମୃତି ସଂସଦ ଉପସଭାପତି ପୂର୍ବତନ ପୌରପାଳ ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଜଗତ୍ସିଂହପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲାଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଚିତ୍ରଶିଳ୍ପୀ ସ୍ୱର୍ଗତ ଜେନାଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ସାମଲ ଓ ସମ୍ମାନିତ ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀଜେନାଙ୍କୁ ହରାଇ ସମଗ୍ର ଓଡି଼ଶା ଚିତ୍ରକଳାଜଗତରେ ଏକ ଶୂନ୍ୟ ସ୍ଥାନ…
ଜମ୍ମୁ : ଗତ କିଛି ମାସ ଧରି ଜମ୍ମୁ କାଶ୍ମୀରରେ ନୂଆ ରାଜନୀତି ମଞ୍ଚ ପ୍ରସ୍ତୁତି କରିବାରେ ଲାଗିଥିବା ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅଲତାଫ୍ ବୁଖାରୀ ମାର୍ଚ୍ଚ 8 ତାରିଖରେ ନିଜର ନୂତନ ଦଳ ଘୋଷଣା କରିବେ ବୋଲି ଜଣାପଡିଛି । ଶ୍ରୀନଗରଗଠାରେ ବୁଖାରୀ ନିଜର ଏହି ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିବେ । ବୁଖାରୀ କହିଛନ୍ତି ଯେ, ଔପଚାରିକ ଭାବରେ ସେ ମାର୍ଚ୍ଚ 8 ତାରିଖରେ ଶ୍ରୀନଗରରେ ନୂତନ ଦଳର ଘୋଷଣା କରିବେ। ‘ନିଜ ଦଳ’ରେ ଜମ୍ମୁ କାଶ୍ମୀରର ରାଜନୀତିର କିଛି ବଡ ଚେହେରା ସାମିଲ୍ ରହିଥିବାର ବୁଖାରୀ କହିଛନ୍ତି । ଦଳର ଘୋଷଣା ପରେ ଦଳର ପ୍ରଥମ କୋର୍ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ବୋଲି ସୂଚନା ରହିଛି। ତେବେ ପିଡିପିର ସଂରକ୍ଷକ ମୁଜଫର୍ ହୁସୈନ୍ ବେଗ୍ ଏହି ଦଳରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 17ଟି ରାଜ୍ୟର 55ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ 13 ନାମାଙ୍କନ ଦାଖଲର ଶେଷ ତାରିଖ। 26ରେ ହେବ ନିର୍ବାଚନ। ଓଡ଼ିଶାର ମଧ୍ୟ 4ଟି ନିର୍ବାଚନ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଆସନକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ଣତା ଲାଗି ରହିଛି।
ମୁମ୍ବାଇ : ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ‘ବାଗୀ 3’। ‘ବାଗୀ’ ଓ ‘ବାଗୀ 2’ର ସଫଳତା ପରେ ‘ବାଗୀ 3’ରେ ପୂର୍ବ ଦୁଇ ସିଜିନଠାରୁ ଅଧିକ ସସ୍ପେନ୍ସ, ଥ୍ରୀଲର ଓ ଆକ୍ସନ୍ ରହିଛି। 2016ରେ ବଲିଉଡ୍ରେ ରିଲିଜ୍ ହୋଇଥିବା ‘ବାଗୀ’ର ତୃତୀୟ ପାର୍ଟ ହେଉଛି ‘ବାଗୀ 3’ । ‘ବାଗୀ’ରେ ଟାଇଗର୍-ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିବାବେଳେ ‘ବାଗୀ-2’ରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟ୍ଟାନୀ ନଜର ଆସିଲେ। ଏହି ସିଜିନ୍ରେ କିନ୍ତୁ ପୁନର୍ବାର ଟାଇଗର୍ ଓ ଶ୍ରଦ୍ଧାଙ୍କ ଯୋଡ଼ି ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ ଟାଇଗର୍ଙ୍କ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖେଣ୍ଡ, ଚଙ୍କି ପାଣ୍ଡେ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଅହମ୍ମଦ ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ସାଜିଦ୍ ନାଦିଆଦଓ୍ବାଲ । ଏହି ଫିଲ୍ମ ଜରିଆରେ ପୁଣିଥରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦର୍ଶକେ ଦେଖିବାକୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଫାଣ୍ଡି ଅଂଚଳରେ ବେଆଇନ ଭାବେ ଏକ ଢ଼ାବାରେ ମଦ ବିକ୍ରି କରୁଥିବାବେଳେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୀମା ସ୍ୱାଇଁ କୌଣସି ବିଶେଷ ସୂତ୍ରରୁ ଖବରପାଇ ବିଦେଶୀ ମଦ ଗଚ୍ଛିତ ରଖିଥିବା ରାମକୃଷ୍ଣ ହୋଟେଲ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉକ୍ତ ଦୋକାନୀ କୌଣସି ଲାଇସେନ୍ସ ନଥାଇ ପ୍ରଚର ପରିମାଣରେ ବିଦେଶୀ ମଦ ରଖି ବିକ୍ରି କରୁଛି। ରାମକୃଷ୍ଣ ହୋଟେଲ ମାଲିକ କେ ସୁନିଲ ରାଓ (୨୫)କୁ ପୋଲିସ୍ ଗିରଫ କରିଛି। ହୋଟେଲ୍ରୁ ପ୍ରାୟ ୨୦୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନାଥାଉକି ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ଗଂଜାମ ଜିଲ୍ଲାରେ ଏଭଳି ବିଭିନ୍ନ ଢ଼ାବା, ହୋଟେଲ୍, ପାନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣି ତପ୍ତପାଣି ଘାଟିରେ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଆଜି ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିର ପାଦ୍ରୀମା ବୁଲାଣୀ ରାସ୍ତାରେ ଅଟୋ ସହ ଏକ ହାଇୱା ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ଦୁଇଜଣ ଆହତ ହୋଇଥିବାବେଳେ ମୋହନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମୋହନା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତିମାନେ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଜକରାପଲ୍ଲୀର ଭାରତ ବିଷୋୟୀ, ପାଣିଗଣ୍ଡା ଗାଁର ମନୁ ଦଳାଇ। ସେପଟେ ମୋହନା ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

