Mumbai: Actress, Lakme Brand Ambassador and showstopper Kareena Kapoor Khan walks the ramp for fashion designer Amit Aggarwal at the Lakme Fashion Week Summer/Resort 2020 grand finale, in Mumbai. (Photo: IANS)
Author: Samikhsya Bureau
ନୂଆଦିଲ୍ଲୀ : ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । 4 ଭାରତୀୟ ଖେଳାଳି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶନିବାର ଭାରତୀୟ ଖେଳାଳି ବଜରଙ୍ଗ ପୁନିଆ, ରବି ଦାୟିୟା, ସତ୍ୟବ୍ରତ କାଡିଆନ୍ ଏବଂ ଗୌରବ ବଲିୟାଁ ଫାଇନାଲ୍ରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚାରି ଭାରତୀୟ ଖେଳାଳି ଅନ୍ୟୁନ ରୌପ୍ୟ ପଦକ ନିଶ୍ଚିତ କରିଥିବା ବେଳେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଚାରି ଖେଳାଳି । (ଏଜେନ୍ସି)
ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବୋଲି କହିଥିଲେ । ଶାହିନ୍ବାଗ ଆନ୍ଦୋଳନକୁ ହଟାଯାଉ ବୋଲି ମୁଁ କହୁନାହିଁ । ଶାହିନବାଗ ଜାରି ରହିବା ଉଚିତ୍ ମାତ୍ର ଏହାଦ୍ବାରା ସର୍ବସାଧାରଣ ରାସ୍ତା ବନ୍ଦ ନହେବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ । ଯଦି ବିକ୍ଷୋଭକାରୀ ଗୃହମନ୍ତ୍ରୀ ବା ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି ମାତ୍ର ମଧ୍ୟସ୍ଥି ଦଳ ସରକାରଙ୍କ ପକ୍ଷରୁ ଆସି ନାହାନ୍ତି ବୋଲି ରାମଚନ୍ଦ୍ରନ ସ୍ପଷ୍ଟ କରିଥିଲେ । ବିକ୍ଷୋଭକାରୀ ମାନେ ସୁରକ୍ଷା ଦାବି କରିଥିବା ବେଳେ ଏନେଇ ସର୍ବୋଚ୍ଚ କୋର୍ଟ ଆଦେଶ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଶାହିନବାଗ ଏବଂ ଜାମିଆ ହିଂସାକାଣ୍ଡରେ…
Mumbai: Actress Kiara Advani seen at a dubbing studio, in Mumbai on Feb 20, 2020. (Photo: IANS)
Mumbai: Actors Athiya Shetty and Ileana D’Cruz with fashion designer Mrunalini Rao at the Lakme Fashion Week Summer/Resort 2020 grand finale, in Mumbai on Feb 16, 2020. (Photo: IANS)
Amritsar: Actress Pooja Dadwal visits the Golden Temple in Amritsar on Feb 20, 2020. (Photo: IANS)
Kolkata: Actor and Model Trina Saha at a press conference during the “4rd edition of Pinkathon Kolkata 2020”, in Kolkata on Feb 20, 2020. (Photo: Kuntal Chakrabarty/IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଏମ୍ସରେ ହିନ୍ଦୀ ଭାଷା ପ୍ରଚଳନକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ବିଜେଡି ସାଂସଦ ପ୍ରତିନିଧିମାନେ ଭେଟିବା ପରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାପରେ ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି। ଭୁବେନଶ୍ବରରେ ଏମସ୍ରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ କରାଯାଇଛି ବୋଲି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ଯେଉଁମାନେ ହିନ୍ଦୀ ମିଡିଅମ୍ରେ ପଢିଛନ୍ତି, ସେମାନଙ୍କ ପାଇଁ ଏହା ଲାଗୁ ବୋଲି କହିଛନ୍ତି ନିର୍ଦ୍ଦେଶିକା। ରୋଗୀଙ୍କ ପାଇଁ ଫର୍ମ ପୂରଣ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ହିଁ ହେଉଛି ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ। ଏପରିକି ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷାରେ…
କୋଲକାତା : ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ତୃଣମୂଳ କଂଗ୍ରେସ କ୍ରିଷ୍ଣା ବୋଷଙ୍କ ପରଲୋକ ହୋଇଛି । ଜାଦବପୁରରୁ ତୃଣମୂଳ ସାଂସଦ ରହିଥିବା ବୋଷଙ୍କର 89 ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସକାଳ 10.20 ମିନିଟ୍ରେ ଇ ଏମ୍ ବାଇପାସ୍ ହସ୍ପିଟାଲରେ କ୍ରିଷ୍ଣାଙ୍କ ପରଲୋକ ହୋଇଛି । ବୃଦ୍ଧାବସ୍ଥାରେ ପୀଡିତ ବୋଷ ଦୀର୍ଘଦିନ ହେବ ଅସୁସ୍ଥ ରହିବା ସହିତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଶିଶିର କୁମାର ବୋଷଙ୍କୁ ବିବାହ କରିଥିବା ବେଳେ 1996,1998 ଏବଂ 1999ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)
ଲାହୋର : ଦୁଇ ଥର ଟି20 ବିଶ୍ବକପ୍ ବିଜୟୀ ଓ୍ବେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଡାରେନ୍ ସାମି ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବେ । ଆସନ୍ତା ମାର୍ଚ୍ଚ 23 ତାରିଖରେ ଡାରେନ୍ ସାମିଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ସହିତ ପାକିସ୍ତାନର ନାଗରିକତା ପ୍ରଦାନ କରାଯିବ । ପାକ୍ ରାଷ୍ଟ୍ରପତି ଆରିଫ୍ ଅଲୀ ସାମୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ପାକିସ୍ତାନ ସୁପର୍ ଲିଗ୍ରେ ବିଗତ 5 ବର୍ଷ ଧରି ସାମି ଖେଳୁଥିବା ବେଳେ ପାକିସ୍ତାନରେ କ୍ରିକେଟର ପ୍ରଚାର ପ୍ରସାର କରୁଛନ୍ତି । ପାକିସ୍ତାନ କ୍ରିକେଟ ପାଇଁ ସାମିଙ୍କ ଭଲପାଇବା କାରଣରୁ ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ପିଏସ୍ଏଲ୍ ପାଇଁ ପେଶାଓ୍ବାର ଜାଲ୍ମୀ ଦଳରେ ସାମି ଖେଳୁଛନ୍ତି ।
ଓ୍ବେଲିଙ୍ଗଟନ୍ : ଓ୍ବେଲିଙ୍ଗଟନ୍ର ବେସିନ୍ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ଭାରତକୁ ମାତ୍ର 165 ରନ୍ରେ ଅଲ୍ଆଉଟ୍ କରିବା ପରେ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ଙ୍କ 89 ରନ୍ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍ ହରାଇ 216 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରସ୍କ ଟେଲର 44 ଏବଂ ଟମ୍ ବ୍ଲଣ୍ଡେଲ୍ 30 ରନ୍ ସଂଗ୍ରହ କରିଥିଲେ । ଭାରତ ଗତକାଲି 122/5ରୁ ଖେଳ ଆରମ୍ଭ କରି 165 ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ 46 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ଏବଂ କାଇଲ୍ ଜାମିସାନେ ପ୍ରତ୍ୟେକ 4ଟି ଲେଖାଏଁ ଓ୍ବିକେଟ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଖଣ୍ଡଗିରିଠାରେ ଗାନ୍ଧି ଶାନ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପୁନରୁଦ୍ରେକ କରାଯାଇଛି। ଏହି ଶାନ୍ତି କେନ୍ଦ୍ରରେ ଗାନ୍ଧିଙ୍କ ସ୍ମୃତି, ବିରଳ ସାମଗ୍ରୀ, ଫଟୋ ଏବଂ ବାଣୀକୁ ସ୍ଥାନିତ କରାଯାଇଛି। କେନ୍ଦ୍ର ମଝିରେ ଏକ ଶାନ୍ତି ସ୍ତମ୍ଭ ପ୍ରତିଷ୍ଠା ହୋଇଛି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଗାନ୍ଧିଙ୍କ ଦର୍ଶନକୁ ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ। ଖଣ୍ଡଗିରିଠାରେ ପାଞ୍ଚ ଏକର ଜମିରେ ଏହି ଶାନ୍ତି କେନ୍ଦ୍ର ନିର୍ମିତ ହୋଇଥିବାବେଳେ ଏହା 2013ରୁ ଆରମ୍ଭ କରାଯାଇଥିଲା ।
ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଦୁଇ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ୍, ସିଆରପିଏଫ୍ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍ରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହେରାରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ହୋଇଥିବା ଏନ୍କାଉଣ୍ଟରରେ ନିହତ ଦୁଇ ଆତଙ୍କୀ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନ୍କାଉଣ୍ଟର ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭଦ୍ରକ : ଜାଗର ଜାଳି ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଅସୁସ୍ଥ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଭଣ୍ଡାରିପୋଖରୀ ଥାନାରେ ଏତଲା ଦିଆଯାଇଛି । କାଲି ରାତିରେ ମନ୍ଦିରରେ ଜାଗର ଜାଳି ପାଖ ଗାଁକୁ ଫେରୁଥିବାବେଳେ ମହିଳା ଜଣଙ୍କ ସହ ଏପରି ଅଘଟଣ ଘଟିଛି । ଏକା ଏକା ଚାଲି ଚାଲି ଫେରିବା ବେଳେ ଦୁଇଜଣ ତାଙ୍କୁ ଉଠାଇ ନେଇଥିଲେ । ନିକଟସ୍ଥ ବିଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଛି ।
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ। ସାକ୍ଷାତ ପରେ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହି ଆଇନରେ କାହାକୁ ଡରିବାର ଆବଶ୍ୟକତା ନାହିଁ। ସେହିପରି ଏନ୍ପିଆର, ଏନ୍ଆରସିକୁ ନେଇ ମଧ୍ୟ ଉଦ୍ଧବ କେନ୍ଦ୍ର ସମର୍ଥନରେ ରହିଥିବା ଜଣାଇଛନ୍ତି। ଉଦ୍ଧବଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍ସିପି) ଓ କଂଗ୍ରେସ ସହ ମିଳିତ ଭାବରେ ସରକାର ଚଳାଉଥିବାବେଳେ ଏବେ ଶିବସେନାର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସିଏଏକୁ ନେଇ ଉଦ୍ଧବ ସମର୍ଥନ ଦେଉଥିବାବେଳେ ଏନ୍ସିପି ଓ କଂଗ୍ରେସ ବିରୋଧ କରୁଛନ୍ତି। ଅପରପକ୍ଷରେ ଦୁଇ ଭିନ୍ନ ବିଚାରଧାରାର ଏହି ମେଣ୍ଟରେ ପ୍ରତ୍ୟେହ କିଛି ନା କିଛି କାରଣକୁ ନେଇ ମେଣ୍ଟ ଭିତରେ ଅସନ୍ତୋଷ…
ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଛି । ଫିଲ୍ମଟି ପ୍ରଥମ ଦିନରେ 9.55 କୋଟିର ବ୍ୟବସାୟ କରିଛି । ଚଳିତ ବର୍ଷର ଅଧିକ ଓପନିଂ କରିଥିବା ଫିଲ୍ମର ସୂଚୀରେ ଏବେ ଆୟୁଷ୍ମାନଙ୍କ ଫିଲ୍ମ ସ୍ଥାନିତ ହୋଇ ଚତୁର୍ଥ ସ୍ଥାନରେ ରହିଛି। ଚଳିତ ବର୍ଷ ଅଧିକ ଓପନିଂ କରିଥିବା ଫିଲ୍ମଗୁଡ଼ିକରେ ସର୍ବପ୍ରଥମେ ରହିଛି ଅଜୟ ଦେବଗନ୍ଙ୍କ ତାନାଜୀ ଏହାପରକୁ ରହିଛି ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ୍ଙ୍କ ଫିଲ୍ମ ‘ଲଭ୍ ଆଜକଲ୍’ ଓ ତୃତୀୟ ସ୍ଥାନରେ ରହିଛି ବରୁଣ-ଶ୍ରଦ୍ଧାଙ୍କ ‘ଷ୍ଟ୍ରିଟ୍ ଡ୍ୟାନ୍ସି ଥ୍ରୀଡି’। ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସୁଥିବା ଆୟୁଷ୍ମନ୍ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ରେ ଗେ’ ଚରିତ୍ରରେ ନଜର ଆସିଛନ୍ତି। ଏଥିରେ ତାଙ୍କ ପାର୍ଟନର୍ଙ୍କ ଭୂମିକାରେ ଆସିଛନ୍ତି ଜିତେନ୍ଦ୍ର କୁମାର। ହିତେଶ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ନୀନା ଗୁପ୍ତା ଓ ଗଜରାଜ ରାଓ…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ଚାରି ଅଭିଯୁକ୍ତଙ୍କ ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ପରିବାରବର୍ଗଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆଯିବ ବୋଲି ତିହାର ଜେଲ୍ ପ୍ରଶାସନ ଲିଖିତ ଆକାରରେ ଜଣାଇଛନ୍ତି। ମୁକେଶ ଓ ପବନ ତାଙ୍କ ପରିବାରଙ୍କ ସହ ସାକ୍ଷାତ କରିଥିଲେ। ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ପୁଣିଥରେ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ। ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ତିହାର ଜେଲ୍ରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । କିନ୍ତୁ ଲଗାତାର ଭାବରେ ନିର୍ଭୟା ଦୋଷୀମାନେ ଆଇନର ଗଳାବାଟ ଦେଇ ଫାଶୀ ତାରିଖକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ତିନି ଦୋଷୀ ମୁକେଶ, ବିନୟ ଓ ଅକ୍ଷୟଙ୍କ ଫାଶୀରୁ ବଞ୍ଚିବା ପାଇଁ ରାଷ୍ଟ୍ରପତିଙ୍କ ଦୟା ଯାଚିକା ମଧ୍ୟ ଖାରଜ ହୋଇଯାଇଛି। ଏବେ ଏହି ତିନିହେଁଙ୍କ…
ହେମଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍ରୁ ବଞ୍ଚିତ ହୋଇଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିବା ଲକ୍ଷ୍ୟରେ ବିଜେଡ଼ି ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି। ନିର୍ବାଚନ ପରେ ସେ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟସଭାକୁ ପଠାଇବାର ମୋହ ଦେଖାଇ ଶାନ୍ତ କରିଥିଲେ। ବର୍ତ୍ତମାନ ତାଙ୍କୁ ଜିଲ୍ଲା ସଭାପତି ପଦ ଦେଇ ସନ୍ତୁଷ୍ଟ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଡା. ଚ୍ୟାଉ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ ୫ଥର ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡ଼ି ଟିକେଟ୍ରେ ଲଢ଼ି ବିଜୟୀ ହୋଇଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ବିକ୍ରମ କୁମାର ପଣ୍ଡା କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ପରେ ତାଙ୍କୁ ଟିକେଟ୍ ମିଳିବା ନେଇ କଳ୍ପନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହା ହିଁ ହୋଇଥିଲା। ଡା. ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ୍…
ପୁଣେ : ମହାରାଷ୍ଟ୍ରର ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ, ଛାତ୍ର ଜଣକ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଛି । ଗୁରୁ ଶିଷ୍ୟ ପରମ୍ପରାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଏହି ଘଟଣାଟି ପୁଣେଠାରେ ଘଟିଛି। ପୁଣେର ଏକ ଆଧ୍ୟାତ୍ମିକ ସଂସ୍ଥାନର 11 ବର୍ଷୀୟ ଛାତ୍ର ଜଣଙ୍କୁ ଶିକ୍ଷକ ଜଣକ ମାଡ ମାରି ଘାଇଲା କରିଛନ୍ତି । ଛାତ୍ର ଜଣକ ହରିପାଠକୁ ଠିକ୍ ସେ ପଢି ନ ପାରିବାରୁ ଶିକ୍ଷକ ଜଣକ ବାଡିରେ ମାଡ ମାରିଛନ୍ତି। ଶିକ୍ଷକଙ୍କ ମାଡରେ ଛାତ୍ର ଜଣକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରିଛି । ପୋଲିସ୍ ଆଇପିସି ଧାରା 307 ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ମଧ୍ୟ ନ୍ୟାୟିକ ହେପାଜତକୁ ନେଇ ତଦନ୍ତ ଜାରି କରିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବକ୍ସିଂ ଫେଡ଼େରେସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଅନ୍ତଃ ଜିଲ୍ଲା ବକ୍ସିଂରେ ଭାଗନେବା ସକାଶେ, ଗଞ୍ଜାମ ଜିଲ୍ଲା ବକ୍ସିଂର ଚୟନ ପ୍ରକ୍ରିୟା ଆସନ୍ତା ୨୩ ତାରିଖରେ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏଥିରେ ୨୦୦୬ ଏବଂ ୨୦୦୭ ମଧ୍ୟରେ ଜନ୍ମ ନେଇଥିବା ବାଳକ ଓ ବାଳିକା ନିଜ ନିଜର ପ୍ରମାଣପତ୍ର ସହ ଏଥିରେ ଭାଗ ନେଇପାରିବେ। ଏଥିର ପ୍ରଥମ ଥର ପାଇଁ ଭାରତୀୟ ଆନ୍ତଃଜିଲ୍ଲା ପ୍ରତିଯୋଗିତା ହରିଆନାର ରୋହତକ୍ଠାରେ ମାର୍ଚ୍ଚ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାଳକବାଳିକା (ସବ୍ଜୁନିୟର ବର୍ଗ)ର ନିଜର ଜନ୍ମଗତ ପ୍ରମାଣପତ୍ର, ଆଧାର କାର୍ଡ଼ ଏବଂ ମେଡ଼ିକାଲ୍ ସାର୍ଟିଫିକେଟ୍ ଧରି ୨୩ ତାରିଖ ସକାଳ ୬.୩୦ରୁ ୮ଟା ମଧ୍ୟରେ ପ୍ରଭାକର ରାଓ, ଶିବ ପାତ୍ର କିମ୍ବା ଶିଶିର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଷ୍ଟାଡ଼ିୟମରେ ସାକ୍ଷାତ କରିବାକୁ ଜିଲ୍ଲା ସଂପାଦକ ଅଶୋକ ସାହୁ ଜଣାଇଛନ୍ତି।
ବବୁଲୁ ସାହୁ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କେନ୍ଦୁଘଟିଠାରେ ଏକ ଦୁର୍ଘଟଣା ହୋଇଛି । ଲାଞ୍ଜିଗଡ ରୁ କଟକ ଯାଉଥିବା ନାଇଟ କୋଚ ସାରଳା ବସ କେନ୍ଦୁଘଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତି ଦିନ ପରି ଗତକାଲି ମଧ୍ୟ ଏହି ବସ କଟକ ଯାଉଥିବା ସମୟରେ ମ.ରାମପୁର ନିକଟ କେନ୍ଦୁଘଟି ଠାରେ ରାତି ପ୍ରାୟ 8.10ରେ ଓଲଟି ପଡିଥିଲା। ଏଥିରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମ. ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

