Author: Samikhsya Bureau

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗବ୍ଳକ ଅନ୍ତର୍ଗତ ବାଗୋଇ ପଂଚାୟତର ପରଲୋକଗତ ସରପଂଚ ଅଧୀର ପ୍ରଧାନଙ୍କର ଏକାଦଶାହ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ସରପଂଚ ବିଜୟ କୁମାର ଖଟେଇଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, କଂଗ୍ରେସ ନେତା ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ର, ଅରିନ୍ଦମ ସାର୍କେଲ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗବ୍ଳକ କଂଗ୍ରେସର ଆବାହକ ଏଏନଡ଼ି ଯାଦବ, ଆଇନଜିବୀ ରମେଶଚନ୍ଦ୍ର ଦାସ, ପ୍ରଶାନ୍ତ ପଟ୍ଟନାୟକ, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ଜିଲ୍ଲାନାସୀ ସରପଂଚ ପ୍ରମୋଦ ସ୍ୱାଇଁ, ସାଇଲୋ ସରପଂଚ ରୋଜାଲିନ ମହାପାତ୍ର, ହଂସୁରା ସରପଂଚ ସ୍ମୃତିରେଖା ସ୍ୱାଇଁ, ପୋତାନଇ ସରପଂଚ ସଞ୍ଜୟ ଷଡ଼ଙ୍ଗୀ, ମଙ୍ଗରାଜପୁର ସରପଂଚଙ୍କ ପ୍ରତିନିଧ ବିପିନ କୁମାର ତ୍ରିପାଠୀ, ପାଟପୁର ସରପଂଚ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପାରାଦୀପଗଡ଼ ସରପଂଚ ମିହିର ରଞ୍ଜନ ସାହୁ, ବିଧାୟକଙ୍କ…

Read More

ଲକ୍ଷ୍ନୌ : ଲକ୍ଷ୍ନୌର ଏକ କୋର୍ଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଓକିଲ ଆହତ ହୋଇଛନ୍ତି । ଜନୈକ ଓକିଲଙ୍କ ଚାମ୍ବରକୁ ଏହି ପେଟ୍ରୋଲ ବୋମା ଫୋପଡା ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଉତ୍ତର ପ୍ରଦେଶ ବିଧାନସଭା ନିକଟରୁ ମାତ୍ର 1 କିମି ଦୂରରେ ରହିଥିବା କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ଏହା ସହିତ ପୋଲିସ୍‌ ଘଟଣାସ୍ଥଳରୁ 3ଟି ପେଟ୍ରୋଲ ବମ୍‌ ଜବତ କରାଯାଇଛି । ବାର୍‌ ଆସୋସିଏସନ୍‌ ଯୁଗ୍ମ ସଚିବ ସଞ୍ଜୀବ ଲୋଧୀଙ୍କ ଚାମ୍ବର ଉପରକୁ ବୋମା ମାଡ କରାଯାଇଥିବା ବେଳେ ଅନ୍ୟ ଜଣେ ଓକିଲ ଜିତୁ ଯାଦବଙ୍କୁ ଏହି ଘଟଣା ପାଇଁ ଦାୟୀ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ପରେ ଆପ୍‌କୁ ଆଉ ଏକ ସଫଳତା ମିଳିଛି । ନିର୍ବାଚନ ବିଜୟ ପରେ 24 ଘଣ୍ଟା ମଧ୍ୟରେ ଆପ୍‌ରେ ପ୍ରାୟ 10 ଲକ୍ଷ ଲୋକ ଯୋଗ ଦେଇଛନ୍ତି । ଆପ୍‌ରେ ଯୋଗ ଦେବା ପାଇଁ ଟ୍ବିଟ୍‌ କରାଯାଇ ଏକ ଫ୍ରି ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରେ ସମଗ୍ର ଦେଶରୁ ପ୍ରାୟ 11 ଲକ୍ଷ ମିସ୍‌କଲ୍‌ ଆସି ସାରିଛି ବୋଲି ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ 70ରୁ 62ଟି ଆସନରେ ବିଜୟୀ ହୋଇଥିଲେ । ଆସନ୍ତା ଫେବୃୟାରୀ 16 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । (ଏଜେନ୍ସି)

Read More

ଭୋପାଳ : ଭୋପାଳରେ ଏକ ଫୁଟ୍‌ ଓଭର ବ୍ରିଜ୍‌ ଭୁଷୁଡି ପଡିବାରୁ 9 ଜଣ ଆହତ ହୋଇଛନ୍ତି । ଭୋପାଳ ରେଳ ଷ୍ଟେସନ୍‌ରେ ଏହି ଫୁଟ୍‌ ଓଭର ବ୍ରିଜ୍‌ଟି ଭୁଷୁଡି ପଡିଥିଲା । ସକାଳ 9.10 ମିନିଟ୍‌ରେ ଏହି ଅଘଟଣ ଘଟିଥିଲା । ପ୍ଲାଟଫର୍ମ 2 ଏବଂ 3 ମଧ୍ୟରେ ରହିଥିବା ଏହି ବ୍ରିଜ୍‌ର କିଛି ଅଂଶ ଭୁଷୁଡି ପଡିଥିଲା । 9 ଜଣ ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଆହତ ମାନଙ୍କୁ ରେଳବାଇ ଏବଂ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଳବାଇର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଝାରସୁଗୁଡାର ପୂର୍ବତନ ବିଜେଡି ବିଧାୟକଙ୍କୁ ଛତିଶଗଡ ପୋଲିସ୍‌ ଗିରଫ କରିଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୁଲିସ୍‌ ଗତକାଲି ରାତିରେ ବିଜେଡି ନେତା ଅନୁପ ସାଏଙ୍କୁ ଉଠାଇ ନେଇଛି । ଏକ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ ପୁଲିସ୍‌ ପଚରା ଉଚୁରା ଜାରି ରଖିଛି । ଛତିଶଗଡର ରାୟଗଡ ସ୍ଥିତ ଚକ୍ରଧରପୁର ଥାନାରେ ଅନୁପଙ୍କୁ ଅଟକ ରଖାଯାଇଛି ।

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଖାରଜ ହୋଇଯାଇଛି । ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ବେଳେ ଏହା ବିରୋଧରେ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର ସୁପ୍ରିମ୍‌କୋର୍ଟ ବିନୟର କ୍ୟୁରେଟିଭ୍‌ ଯାଚିକାର ଶୁଣାଣି କରିବା ସହିତ ଏହାକୁ ଖାରଜ କରି ଦେଇଛନ୍ତି । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ, ରାଜନୀତି ସମୀକ୍ଷା ପରେ ବରିଷ୍ଠ ଟିଭି ସାମ୍ବାଦିକ ରାଜଦୀପ ସରଦେଶାଇ ଷ୍ଟୁଡିଓ ଭିତରେ ନୃତ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରାଜଦୀପ କଣ ପାଇଁ ନୃତ୍ୟ କରୁଛନ୍ତି ସେ ସଂପର୍କରେ ସେ କିଛି ଉଲ୍ଲେଖ କରି ନାହାଁନ୍ତି। ହେଲେ ସୋସିଆଲ ମିଡିଆରେ ଏହା ଉପରେ ବିଭିନ୍ନ ଟିପଣୀ ଦିଆଯାଇଛି। ଅନେକ ଉଲ୍ଲେଖ କରିଛନ୍ତି ଯେ, ଦିଲ୍ଲୀରେ ଆପ ସରକାର ଜିତିବା ପରେ ରାଜଦୀପ ଖୁସିରେ ନୃତ୍ୟ କରୁଛନ୍ତି। ତେବେ ଅନ୍ୟତମ ସାମ୍ବାଦିକ ଅମିଶ ଦେବଗନ ଏହି ଭିଡିଓର ରିପ୍ଲାଇରେ ଲେଖିଛନ୍ତି ଯେ, ଜଣେ ସାମ୍ବାଦିକ ଭାବେ ଏପରି କରିବା ଠିକ୍ ନୁହେଁ। ଏହାର ଉତ୍ତର ମଧ୍ୟ ରାଜଦୀପ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୃତ୍ୟ ନୁହେଁ ପରବର୍ତ୍ତି ସମୟରେ ଗୀତ ମଧ୍ୟ ବୋଲିବି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଯେପରି ଚର୍ଚ୍ଚା ହେବାରେ ଲାଗିଛି ରାଜନୈତିକ ମହଲରେ ମଧ୍ୟ ବେଶ୍…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ରବିବାର ସକାଳୁ ଜମ୍ମୁ କାଶ୍ମୀରରେ 2ଜି ଇଣ୍ଟରନେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ପୁନର୍ବାର ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ବିଛିନ୍ନତା ବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ଅଧିକାରୀଙ୍କୁ ମୁତୟନ କରାଯାଇଛି । ବିଗତ କିଛି ଦିନ ଧରି ଗିଲାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିବା ବେଳେ ବର୍ତ୍ତମାନ ସ୍ଥିର ରହିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । (ଜେନ୍ସି)

Read More