Author: Samikhsya Bureau

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦଶ ଦିନ। ଦିଲ୍ଲୀର କ୍ଷମତାସୀନ ସରକାର ଆମ୍‌ ଆଦ୍‌ମୀ ନିର୍ବାଚନ ପାଇଁ ନୂଆ ନାରା ପ୍ରସ୍ତୁତ କରିଛି । ବିଜେପିର ନାଗରିକତା ତଥା ଦେଶଦ୍ରୋହର ନିର୍ବାଚନୀ ପ୍ରଚାରକୁ ଏହି ସ୍ଲୋଗାନ୍‌ ମାତ୍‌ ଦେବା ପାଇଁ ଆପ୍‌ ଏହି ନୂତନ ସ୍ଲୋଗାନ ଜାରି କରିଛି । ଆପ୍‌ ଜାରି କରିଥିବା ନୂତନ ସ୍ଲୋଗନ୍‌ ରହିଛି – ‘ମୋ ଭୋଟ୍‌ କାମକୁ, ସିଧା କେଜ୍‌ରୀଓ୍ବାଲ’କୁ । ଏହି ନୂତନ ସ୍ଲୋଗାନ୍‌ ନେଇ ନିର୍ବାଚନୀ ପ୍ରଚାର କରିବ ଆପ୍‌ ।  ମିଳିଥିବା ସୂଚନା ଅନୁସାରେ ବିଜେପିର ଶାହୀନ୍‌ବାଗ୍‌ ଓ ନାଗରିକତା କାନୁନ୍‌ ପ୍ରସଙ୍ଗକୁ ଆପ୍‌ ଏହି ସ୍ଲୋଗାନ୍‌ ଜରିଆରେ ଜବାବ୍‌ ଦେବ। ଏହି ନୂତନ ସ୍ଲୋଗାନ୍‌ ଜରିଆରେ ଆଗାମୀ ସାତ ଦିନ ମଧ୍ୟରେ ଦିଲ୍ଲୀର 50 ଲକ୍ଷ ଘରକୁ ଆମ୍‌ ଆଦ୍‌ମୀ ଦଳର କାର୍ଯ୍ୟକର୍ତ୍ତା, ନେତା କେଜରୀଓ୍ବାଲଙ୍କ ରିପୋର୍ଟ କାର୍ଡ ଓ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବା ସହିତ…

Read More

ସମୀକ୍ଷା ବ୍ୟୁରୋ ଚିଲିକା : ପୁଣି ବାର୍ଡଫ୍ଲୁ ଚିନ୍ତା । ବାର୍ଡ ଫ୍ଲୁ ରୋକିବା ପାଇଁ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି ।  ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଚିଲିକା ନଳବଣରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରିଛି ବନ୍ୟପ୍ରାଣୀ ବିଭାଗ । ଏହା ସହ ବାଲୁଗାଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି । ୩ ବିଦେଶାଗତ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସଂଗୃହୀତ ନମୁନା ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅନୁଗୁଳରେ ଏକ  ଅଘଟଣ ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବନ୍ତଳା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଯାଇଛି ଜନ୍ତୁ ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁବକଦ୍ବୟ ହେଉଛନ୍ତି ମହେଶ୍ୱର ବିଶ୍ୱାଳ(୨୩) ଓ କବୀନ୍ଦ୍ର ଗଡ଼ନାୟକ(୪୦) । ଜନ୍ତୁ ଶିକାର ପାଇଁ 11 କେଭି ବିଦ୍ୟୁତ ତାର ବିଛା ଯାଇଥିଲା । ଏହି ତାର ସଂସ୍ପର୍ଶରେ ଦୁହେଁ ଆସିଯାଇଥିବାବେଳେ ମହେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । କବୀନ୍ଦ୍ରଙ୍କୁ ଚିକିତ୍ସିତ ପାଇଁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Read More

ମାଲକାନଗିରି : ବଦଳୁଥିବା ସମୟରେ ସମ୍ପର୍କ ଭିତରେ ଥିବା ଆପଣପଣ ମଧ୍ୟ ବଦଳିବାରେ ଲାଗିଛି । ବଡମାନଙ୍କୁ ସମ୍ମାନ କରିବା ଦୂରର କଥା ଏବେ ବଡମାନଙ୍କୁ ମାଡ଼ ମରାଯାଉଛି । ଆମ ଭାରତୀୟ ସଂସ୍କୃତିରେ ଶାଶୁ-ଜ୍ବାଇଁଙ୍କର ସମ୍ପର୍କକୁ ବେଶ୍‌ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏବେ ଏହି ସମ୍ପର୍କକୁ ମଧ୍ୟ ଅଣଦେଖା କରାଯାଉଛି । ନିକଟରେ ଜ୍ବାଇଁଙ୍କ ମାଡରେ ଶାଶୁ ଗୁରୁତର ହୋଇଥିବାର ଖବର ଆସିଛି । ମାଲକାନଗିରି ଜିଲ୍ଲାରେ ଜ୍ବାଇଁର ତୀରମାଡରେ ଶାଶୁ ଗୁରୁତର ହୋଇଥିବାର ସୂଚନା ମିଳିଛି । ପତ୍ନୀଙ୍କ ସହ ଝଗଡା କରିବାବେଳେ ଶାଶୁ ଜଣକ ରୋକିବାରୁ ଜ୍ବାଇ ଶାଶୁଙ୍କ ଉପରେ ଆକ୍ରମଣ କରିଛନ୍ତି । ତୀରମାଡ଼ରେ ଶାଶୁ ଜଣକ ଗୁରୁତର ଅବସ୍ଥାରେ ମାଥିଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ । ଘଟଣାଟି ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗ୍ରାମରେ ଘଟିଛି । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଇଛି । ଅଭିଯୁକ୍ତ ସ୍ବାମୀ ସୁବାସଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ମୃତଦେହକୁ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

Read More

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର୍‌ । ଏନେଇ ଦିଲ୍ଲୀ ନିର୍ବାଚନ କମିଶନର ଅନୁରାଗଙ୍କୁ ରିପୋର୍ଟ ମାଗିଛନ୍ତି । ସୋମବାର ଦିନ ନର୍ଥ ଓ୍ବେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଅନୁରାଗ ଏକ ବିବାଦୀୟ ବୟାନ ଦେଇଛନ୍ତି ଯେ,  ଦେଶଦ୍ରୋହୀଙ୍କୁ ଗୁଳିମାର ।’ ଏପରି ଉତ୍ତେଜିତ ଭାଷଣ ଦେଇଥିବାରୁ କଂଗ୍ରେସ ନିର୍ବାଚନ କମିଶନରଙ୍କୁ ଅନୁରାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । ତେବେ ଏହି ବିବାଦୀୟ ବୟାନକୁ ସଫେଇ ଦେଇ ଅନୁରାଗ ଠାକୁର୍‌ କହିଛନ୍ତି ଯେ, ପ୍ରଥମେ ପୂରା ଭିଡିଓ ଦେଖନ୍ତୁ, ଦିଲ୍ଲୀବାସୀଙ୍କୁ ମୁଡ୍‌କୁ ବୁଝନ୍ତୁ । ରିଠାଲିରୁ ବିଜେପି ପ୍ରାର୍ଥୀ ମନୀଷ୍‌ ଚୌଧୁରୀଙ୍କ ସମର୍ଥନରେ ଆୟୋଜିତ ଏକ ରାଲିରେ ଅନୁରାଗ ଠାକୁର୍‌ ଶାହୀନ୍‌ବାଗ୍‌ରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିରୋଧୀ…

Read More

ସମୀକ୍ଷା ବ୍ୟୁରୋ ବଲାଙ୍ଗିର : ବଲାଙ୍ଗିରର ସୁଦପଡ଼ା ‘ସଖୀ’ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ଜଣକ ବିବାହିତ ଓ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣକ ପ୍ରେମ କରି ବଲାଙ୍ଗିରର ଟିକରପଡ଼ାର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ । ଦୁହେଁ ତିନି ମାସ ଏକାଠି ରହିାବ ପରେ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଦ୍ବାରସ୍ଥ ହେବା ପରେ 24 ତାରିଖରେ ଯୁବକଙ୍କ ଗିରଫ କରାଯାଇଥିଲା । ଯୁବକ ଜଣକ ଗିରଫ ହେବା ପରେ ମହିଳାଙ୍କୁ ‘ସଖୀ’ ସେଣ୍ଟରରେ ରଖାଯାଇଥିଲା ।

Read More

ବାରିପଦା : ବାରିପଦାଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ଭୋଜି ଖାଇ ଷାଠିଏରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ବାରିପଦାର ଷ୍ଟେସନ ବଜାର ଅଞ୍ଚଳରେ ଅନୁଷ୍ଠିତ ଏକ ବିବାହ ଭୋଜି ଖାଇବା ପରେ ଷାଠିଏ ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ସମସ୍ତଙ୍କୁ ବାନ୍ତି ସହ ପେଟବ୍ୟଥା ଅଭିଯୋଗ ହୋଇଥିବାର ଅଭିଯୋଗ ହୋଇଛି । ସମସ୍ତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଏବେ ସମସ୍ତେ ବିପଦମୁକ୍ତ ରହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବିଜେଫିର ସଂସଦୀୟ ବୈଠକ ଅନୁଷ୍ଠିତ ହେବ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ।  ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଏହି ବୈଠକରେ ରେଳ ପ୍ରକଳ୍ପ, ଆୟୁଷ୍ମାନ ଭାରତ, ସିଏଏ, ଏନ୍‌ଆରସି, କୋଇଲା ରୟାଲିଟି, ଗ୍ରୀନ୍‌ ସେସ୍‌ ଆଦି ଉପରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି ।

Read More

କେଦାର ମିଶ୍ର ଗତ ଛଅ ମାସ ଭିତରେ ଭାରତ ବାହାରେ ଭାରତର ଭାବମୂର୍ତ୍ତି କେମିତି ଅଛି? ଏ ପ୍ରଶ୍ନର ଉତ୍ତରରେ ଆମକୁ ଯେଉଁ ସବୁ ଜିନିଷ ଦିଶିବ ତାକୁ ଦେଖି ଲଜ୍ଜା ଓ ଅପମାନ ଛଡା ଅଧିକ କିଛି ମିଳିବ ନାହିଁ। ଆମର ତଥାକଥିତ “ଆଭ୍ୟନ୍ତରୀଣ ବ୍ୟାପାର”, ସେ ଜାମ୍ମୁ-କାଶ୍ମୀର ହେଉ ବା ନାଗରିକ ସଂଶୋଧନ ଆଇନ, ଏବେ ଆନ୍ତର୍ଜାତିକ ପ୍ରସଙ୍ଗ ହୋଇ ଚାଲିଛି। ଥରେ କିମ୍ବା ଦୁଇଥର ନୁହଁ, ଅତି କମରେ ୬ ଥର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରସ୍ତାବ ଦେଉଛନ୍ତି। ଭାରତ ଏହାର ଯେତେ ପ୍ରତିବାଦ କାଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ଫ ପାକିସ୍ତାନ ସହ ନିଜର ସ୍ଵର ମିଳାଇ ମଧ୍ୟସ୍ଥତାର ପ୍ରସ୍ତାବ ରଖୁଛନ୍ତି। ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ଭାରତ ସରକାର ଆବଶ୍ୟକତାରୁ ଅଧିକ ତୋଷାମଦି ପ୍ରୟୋଗ କରିବା ସତ୍ତ୍ୱେ ମଧ୍ୟ ଲାଭ କିଛି ମିଳୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର…

Read More

ସମୀକ୍ଷା ବ୍ୟୁରୋ: ଭୁବନେଶ୍ବର : ଆସନ୍ତା ଜାନୁଆରୀ 31 ତାରିଖରୁ ଭୁବନେଶ୍ବରରୁ ବାରାଣାସୀକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । 70 ଆସନ ବିଶିଷ୍ଟ ଆଲଏନ୍ସ ଏୟାରର ବିମାନ ସବୁଦିନ ଭୁବନେଶ୍ବରରୁ ବାରାଣାସୀକୁ ଉଡାଣ ଭରିବ । ଏହି ବିମାନଟି ଭୁବନେଶ୍ବରରୁ ଦିନ 12ଟା 15ରୁ ଛାଡିବ 2ଟା 5ରେ ବାରାଣାସୀରେ ପହଞ୍ଚିବ । ସେହିପରି ବାରଣାସୀଠାରୁ ଦିନ 2ଟା30ରେ ଛାଡି 4ଟା 20ରେ ଭୁବନେଶ୍ବରରେ ପହଞ୍ଚିବ । ଯାତ୍ରୀମାନଙ୍କୁ ମାତ୍ର 3,470ଟଙ୍କାରେ ବିମାନ ଯାତ୍ରା କରିବାର ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ। ଉଲ୍ଲେଖଯୋଗ୍ୟ ଯେ, ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯିବା ସହ ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ…

Read More

କାବୁଲ : ଆଫଗାନିସ୍ତାନର ଘଜନୀ ପ୍ରଦେଶରେ ଘଟିଥିବା ବିମାନଟି ଆମେରିକୀୟ ଯୁଦ୍ଧବିମାନ ବୋଲି ଜଣାପଡିଛି । ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ଏହି ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି । ତାଲିବାନ ମୁଖପାତ୍ର ଜବିନଉଲ୍ଲା ମୁଜାହିଦ୍‌ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଆମେରିକୀୟ ଯୁଦ୍ଧ ବିମାନ ଉକ୍ତ ଅଞ୍ଚଳରେ ଜନତାଙ୍କୁ ହତ୍ୟା କରୁଥିବାରୁ ପ୍ରତିବାଦ ସ୍ବରୂପ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ଜଣାପଡିଛି । ପୂର୍ବରୁ ଧ୍ବଂସ ପାଇଥିବା ବିମାନଟି ଆରିଆନା ଏୟାରଲାଇନ୍ସର ବୋଲି ଖବର ପ୍ରକାଶ ପାଇଥିଲା । (ଏଜେନ୍ସୀ)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ଆତଙ୍କୀ ଜଣକ ପ୍ରାଣ ହରାଇଛନ୍ତି । କୁଲଗାମ ଜିଲ୍ଲାରେ ଅରଓ୍ବାନୀ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଏନ୍‌କାଉଣ୍ଟରରେ ଜଣେ ସୈନ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନ୍‌କାଉଣ୍ଟର ଘଟିଥିଲା ।

Read More

ସମୀକ୍ଷା ବ୍ୟୁରୋ ରାଜନଗର : ରାଜନଗର ବ୍ଲକ୍‌ ଅନ୍ତର୍ଗତ ନଳିତାପଟିଆ ଗ୍ରାମର ମୁରୁମୁରାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୁରନ୍ଧର ଦାସ ଏବଂ ସହକାରୀ ଶିକ୍ଷକ ଦାମୋଦର ବିଶ୍ବାଳଙ୍କ ନିମନ୍ତେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ନାଗା ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡାଙ୍ଗମମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ମାନ୍ନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଶିକ୍ଷକ ନେତା ବିଜୟ କୁମାର ମାନ୍ନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୋ ବୀର କିଶୋର ଜେନା, ଦାମୋଦର ସ୍ବାଇଁ, ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସେଠୀ ଏବଂ ସମରେନ୍ଦ୍ର…

Read More

ଭୁବନେଶ୍ବର- ଭୁବନେଶ୍ବରରେ ବାର୍ଡଫ୍ଲୁ ହୋଇଥିବାର ପ୍ରମାଣ ମିଳିବା ପରେ ପରେ ନନ୍ଦନକାନନ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଠ ସମୟ ପାଇଁ ନନ୍ଦନକାନନ ଚିଡିଆଖାନାର ପକ୍ଷୀ ସଫାରୀ ବା ବିହଙ୍ଗ ସାରଣୀ ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ହେଲେ ଚିଡିଆଖାନାର ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ ବୋଲି କୁହାଯାଇଛି। ଭୁବନେଶ୍ବରର ଓୟୁଏଟି ଫାର୍ମରେ ବାର୍ଡଫ୍ଲୁ ବ୍ୟାପିଥିବାର ପ୍ରମାଣ ମିଳିବା ପରେ ଚିଡିଆଖାନା ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଦୁଇଦିନ ତଳେ ଓୟୁଏଟି କୁକୁଡା ଗବେଷଣା ଫାର୍ମର ଏକ କୁକୁଡା ମରିଯାଇଥିଲା। ହଠାତ ମରିବା ଦେଖି କର୍ମଚାରୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ। ଏହାକୁ ଓୟୁଏଟି କର୍ତ୍ତୁପକ୍ଷ ଗୁରୁତର ସହ ନେଇ ସେହି କୁକୁଡାର କିଛି ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ। ଭୋପାଳ ପରୀକ୍ଷାଗାରରେ ପରୀକ୍ଷା ହେବା ପରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ଜଣାପଡିଥିଲା। ଫଳରେ ଆସନ୍ତାକାଲି ଓୟୁଏଟିର ସମସ୍ତ କୁକୁଡା…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : 71 ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପକ୍ଷରୁ ଏରସମା ବ୍ଲକ୍‌ର 3ଟି ପଞ୍ଚାୟତର 25ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ବ୍ୟାଗ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । 71 ତମ ସାଧାରଣତନ୍ତ୍ର ଦିବସରେ କମ୍ପାନୀ ପକ୍ଷରୁ ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତର 2ଟି, ଗଡକୁଜଙ୍ଗର 15ଟି ଏବଂ ନୂଆଗାଁ ପଞ୍ଚାୟତର 8ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଅନ୍ୟ ବିଦ୍ୟାଳୟ ମାନଙ୍କରେ ଖୁବ୍‌ଶୀଘ୍ର ବ୍ୟାଗ୍‌ ବଣ୍ଟନ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଏରସମା ବ୍ଲକ୍‌ର ନୂଆଗାଁ ଠାରେ 71ହଜାର କୋଟି ବ୍ୟୟରେ ଏକ ଅତ୍ୟାଧୁନିକ ଗ୍ରୀନ୍‌ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବାକୁ ଯାଉଛି । ଏହି ପ୍ରକଳ୍ପ ଜରିଆରେ ସ୍ଥାନୀୟ ଅଞ୍ଚଳର 12 ହଜାର 500 ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବା ସହିତ ପରୋକ୍ଷରେ 40ରୁ 50 ହଜାର ଲୋକ ଉପକୃତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ 2013 ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ । ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ 12 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ 15…

Read More

ଭୁବନେଶ୍ବର- ଭୁବନେଶ୍ବରର ଏକ ପ୍ରସିଦ୍ଧ ଫାର୍ମାରୁ ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ଏହି ଫାର୍ମର ଏକ କୁକୁଡା କିଛି ଦିନ ତଳେ ହଠାତ ମୃତ୍ୟୁବରଣ କରିଥିଲା। ଫାର୍ମ କର୍ମଚାରୀମାନଙ୍କର ସନ୍ଦେହ ହେବାରୁ କୁକୁଡା କାହିଁକି ମଲା ତାହା ଜାଣିବା ପାଇଁ କିଛି ନମୁନା ପରକ୍ଷା ପାଇଁ ବାହାରକୁ ପଠାଯାଇଥିଲା। ସେହି ନମୁନା ପରୀକ୍ଷା ଆସିବା ପରେ ପଜେଟିଭ ଜଣାପଡିଥିଲା। ଫଳରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ସ୍ପଷ୍ଟ ହୋଇଥିଲା। ସେହି ଫାର୍ମଟି କୌଣସି ଛୋଟକାଟିଆ ଫାର୍ମ ନୁହେଁ। ତାହା ହେଉଛି ଓୟୁଏଟିର ଗବେଷଣା ପାଇଁ କରାଯାଇଥିବା ଫାର୍ମ। ଏହି ଘଟଣା ଜଣାପଡିବା ପରେ ଓୟୁଏଟି ତରଫରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାରଦିନ ଫାର୍ମରେ ଥିବା କୁକୁଡାକୁ ମରାଯିବ ବୋଲି ନିଷ୍ପତି ହୋଇଛି। ଓୟୁଏଟି ଫାର୍ମରୁ ବାର୍ଡଫ୍ଲୁ ଚିହ୍ନଟ ହେବା ପରେ ବର୍ତ୍ତମାନ ଭୁବନେଶ୍ବରର ଅନ୍ୟାନ୍ୟ ଫାର୍ମରେ କଣ ସ୍ଥିତି ରହିଛି ତାହା ଜଣାପଡି…

Read More

ଭୋପାଳ : ସୋମବାର ଇଡି ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନ ପ୍ରୟୋଜିତ ଥିବା ନେଇ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ । ଆନ୍ଦୋଳନ ପୂର୍ବରୁ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ପଠାଯାଇଥିଲା । ଇଡି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ଶିବଲ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ପିଏଫ୍‌ଆଇର ଓକିଲ ରହିଥିବା ଶିବଲ କହିଛନ୍ତି ତାଙ୍କୁ ମିଳିଥିବା ଅର୍ଥ ହାଦିୟା ମାମଲା ପାଇଁ ମିଳିଥିଲା । ଏହା ସହିତ ସିଏଏ ବିରୋଧୀ ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ ବୋଲି ଶିବଲ କହିଛନ୍ତି । ଏହା ସହିତ ଏପରି ଖବର ପ୍ରକାଶ କରିଥିବା କାରଣରୁ ଗଣମାଧ୍ୟମ ଏବଂ ଇଡିକୁ ସମାଲୋଚନା କରିଛନ୍ତି ଶିବଲ୍‌ । ଶିବଲଙ୍କ ବ୍ୟତୀତ ହଦିୟା କେସ୍‌…

Read More

ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କରିଛି ଆରିଆନା ଏୟାରଲାଇନ୍ସ । 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନଟି ଅପରାହ୍ନ 1.10 ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଖବର ଅନୁଯାୟୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏୟାର ଲାଇନ୍ସ ପକ୍ଷରୁ ଏହି ଦୁର୍ଘଟଣା ଖବରକୁ ଅସ୍ବୀକାର କରାଯାଇଛି । କମ୍ପାନୀର ସମସ୍ତ ବିମାନ ସୁରକ୍ଷିତ ଭାବରେ ଚଳାଚଳ କରୁଥିବା ନେଇ କମ୍ପାନୀ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି । (ଏଜେନ୍ସୀ)

Read More

ମୁମ୍ବାଇ : ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଶୁ ବୋଲି ସମ୍ବୋଧନ କରିଛନ୍ତି । ଆସାମରେ ବୋଡୋ ଆତଙ୍କୀ ସଙ୍ଗଠନ ସହିତ ଗୃହମନ୍ତ୍ରୀ ଅମିତ ଶାହା ଶାନ୍ତି ଚୁକ୍ତି ସ୍ବାକ୍ଷର କରିବା ସହିତ ଏହାକୁ ଐତିହାସିକ ବୋଲି ଅଭିହିତ କରିଥିଲେ । ଅମିତ ଶାହାଙ୍କ ଏହି ମନ୍ତବ୍ୟ ପରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସରକାର ଏବଂ ଗୃହମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ହିନ୍ଦିରେ ଟ୍ବିଟ୍ କରି କଶ୍ୟପ୍‌ ଗୃହମନ୍ତ୍ରୀଙ୍କୁ ଭୟାଳୁ ବୋଲି କହିଥିଲେ । ନିଜର ପୋଲିସ୍‌, ନିଜର ଗୁଣ୍ଡା, ନିଜର ସେନା ଏହା ସତ୍ତ୍ବେ ମଧ୍ୟ ନିଜର ସୁରକ୍ଷା ବ୍ୟବସ୍ଥା ବଢାଇ ନିରୀହ ପ୍ରତିବାଦକାରୀଙ୍କ ଉପରକୁ ଆକ୍ରମଣ କରାଯାଉଛି । ଏପରି ନିନ୍ଦନୀୟ କାର୍ଯ୍ୟ କରିଥିବାରୁ ଅମିତ ଶାହାଙ୍କ ପରି ଜଣେ ପଶୁଙ୍କ ଉପରକୁ ଇତିହାସ ଛେପ ପକାଇବ ବୋଲି କଶ୍ୟପ୍‌ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Read More