Author: Samikhsya Bureau

ଲାହୋର : ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି20 ମୁକାବିଲାରେ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମ ମୁକାବିଲାରେ ବିଜୟୀ ହେବା ସହିତ ତିନିଟିକିଆ ସିରିଜ୍‌ରେ 1-0ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 141 ରନ୍‌ ସଂଗ୍ରହ କରିଥିବା ବେଳେ ତିନୋଟି ବଲ୍‌ ପୂର୍ବରୁ ପାକିସ୍ତାନ 5 ଓ୍ବିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ସୋଏବ୍‌ ମଲିକ୍‌ ଅପରାଜିତ 58 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ଦୁଇ ଓପ୍‌ନର ମହମ୍ମଦ ନଇମ୍‌ (43) ଏବଂ ତାମିମ୍‌ ଇକ୍‌ବାଲ (39) ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବଡ ସ୍କୋର କରିପାରିନଥିଲା । ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ୍‌ ମଲିକ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ 45 ବଲ୍‌ 58 ଦଳକୁ 3ଟି ବଲ୍‌ ପୂର୍ବରୁ…

Read More

ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଏହି ଆନ୍ଦୋଳନ ପଛରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭୂମିକା ରହିଥିବା ନେଇ କୁହାଯାଇଛି । (ଏଜେନ୍ସୀ)

Read More

ଡାଭୋସ୍‌ : ଭାରତରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ । ଡାଭୋସ୍‌ରେ ଅନୁଷ୍ଠିତ ଅର୍ଥନୈତିକ ସମ୍ମିଳନୀରେ କ୍ରିଷ୍ଟାଲିନା କହିଛନ୍ତି, ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ସାମୟିକ । ଖୁବ୍‌ ଶୀଘ୍ର ଏହି ପରସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ସମଗ୍ର ବିଶ୍ବରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି, ମାତ୍ର ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ କାରଣରୁ ଖୁବ୍‌ ଶୀଘ୍ର ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ଶୀଥିଳତା ଦୂର ହେବ ବୋଲି କ୍ରିଷ୍ଟାଲିନା ପ୍ରକାଶ କରିଛନ୍ତି ।

Read More

ମୁମ୍ବାଇ : ଆଇସିସି ପକ୍ଷରୁ ନୂତନ ଟେଷ୍ଟ ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମାର୍ନସ ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିବା ବେନ୍‌ ଷ୍ଟୋକ୍‌ସ ଅଲରାଉଣ୍ଡରଙ୍କ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କୋହଲିଙ୍କ ବ୍ୟତିତ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ଟେନ୍‌ରେ ରହିଛନ୍ତି । ଚେତେଶ୍ବର ପୂଜାରା ପୂଜାରା ପୂର୍ବବତ୍‌ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)

Read More

ନ୍ୟୁୟର୍କ : ଆମେରିକା ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ ଏଣିକି ଅଣ ଆମେରିକୀୟ ଗର୍ଭବତୀ ମହିଳା ମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ଆମେରିକା ମାଟିରେ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରାଯାଇଥାଏ । ଏହି କାରଣରୁ ଏକାଧିକ ରାଷ୍ଟ୍ରର ମହିଳା ମାନେ ଗର୍ଭଧାରଣ ସମୟରେ ଆମେରିକା ଯାଇ ପ୍ରସବ କରାଉଛନ୍ତି । ଗୁରୁବାର ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ସାମୟିକ ଭାବରେ ଜାରି କରାଯାଉଥିବା ବି-1 ଏବଂ ବି-2 ଭିସାରୁ ଗର୍ଭବତୀ ମହିଳାଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ କୋଣାର୍କ : କୋଣାର୍କଠାରେ ଚାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍‌ । ଓଡ଼ିଶାରେ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଖୁବଶୀଘ୍ର ପର୍ଯଟନ ନୀତି ଆସିବା ନେଇ ମତ ବ୍ୟକ୍ତ କରିଥିଲେ । ସେହିପରି ସେ କୋଣାର୍କ ମନ୍ଦିର ପରିଦର୍ଶନ କରି କୋଣାର୍କ ମନ୍ଦିର ସୁରକ୍ଷିତ ଅଛି ବୋଲି କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଅନୁଷ୍ଠିତ ଏହି  ସମ୍ମିଳନୀ ରାଜ୍ୟପାଳ ଗଣେଶୀଲାଲଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା ।  ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ମାନଙ୍କ ସହିତ  କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଜରିଆରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମିଳିବା ନେଇ…

Read More

ଅକଲ୍ୟାଣ୍ଡ: ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ। ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ୧୯ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ରନ୍‌ର ଇନିଂସ ଖେଳିଥିଲେ। ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି। ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ। ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ(୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ। ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ…

Read More

ମୁମ୍ବାଇ :ଭାରତରେ ପହଞ୍ଚିଲା କୋରାନା ଭାଇରସ୍‌ । ମୁମ୍ବାଇଠାରେ ଦୁଇ ସନ୍ଦିଗ୍ଧ । ମୁମ୍ବାଇ ଏୟାରପୋର୍ଟ କୋରୋନା ଭୂତାଣୁଗ୍ରସ୍ତ ଦୁଇଜଣଙ୍କ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଜଣଙ୍କୁ କସ୍ତୁରବା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏବେ ଏହି ଦୁଇଜଣଙ୍କର ପରୀକ୍ଷା କରାଯାଉଛି । କୋରାନା ଭାଇରସ୍‌ରେ ଚୀନ୍‌ରେ ଏପର୍ଯ୍ୟନ୍ତ 25ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୂତାଣୁ ଯୋଗୁଁ 830ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚୀନ୍‌ର ବୁହାନ ସମେତ 9ଟି ସହରକୁ ବନ୍ଦ କରାଯାଇଛି । ବୁହାନରେ 700ରୁ ଅଧିକ ଭାରତୀୟ ଛାତ୍ର ରହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନରୁ ଭାରତକୁ ଆସିଥିବା ଦୁଇଜଣ କୋରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି । ଏହି ଦୁଇ ରୋଗୀଙ୍କୁ କସ୍ତୁରବା ହସ୍ପିଟାଲରେ ଅଲଗା ଓ୍ବାର୍ଡରେ ରଖାଯାଇଛି । (ଏଜେନ୍ସି)

Read More

ବେଙ୍ଗାଲୁରୁ : ସୁରକ୍ଷିତ ଯୌନ ସମ୍ପର୍କ ଦାବି କରିବାରୁ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ୍‌ 48 ବର୍ଷୀୟ ମୁକୁନ୍ଦ ଏଚ୍‌ ଏଚ୍‌ଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ହତ୍ୟା କରିଥିବା ନେଇ ପଚରା ଉଚୁରା ସମୟରେ ମୁକୁନ୍ଦ ସ୍ବୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହିଳା ଜଣକ ବେଶ୍ୟାବୃତ୍ତି କରନ୍ତି । ମାଜେଷ୍ଟିକ୍‌ ବସ୍‌ଷ୍ଟାଣ୍ଡରେ ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ମହିଳାଙ୍କ ଗାୟତ୍ରୀ ନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ସେଠାରେ ମହିଳା ଜଣକ ନିରୋଧ (କଣ୍ଡୋମ) ପିନ୍ଧିବା ପାଇଁ ଦାବି କରିଥିବା ବେଳେ ମୁକୁନ୍ଦ ମନା କରିବା ସହିତ ନିଜର ପଇସା ଫେରସ୍ତ ମାଗିଥିଲେ । ପଇସା ନଫେରାଇବାରୁ ଉତ୍‌କ୍ଷିପ୍ତ ମୁକୁନ୍ଦ ଛୁରୀ ଭୁସିବା ସହିତ ଗଳାକାଟି ମହିଳାଙ୍କୁ ହତ୍ୟା କରିଥିଲେ । ପରେ ପୋଲିସ୍‌ ମହିଳାଙ୍କ ଫୋନ୍‌ ମାଜେଷ୍ଟିକ୍‌ ବସଷ୍ଟାଣ୍ଡର ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Read More

ପ୍ରୟାଗରାଜ : ସାରା ଦେଶରେ ନାଗରିକତା ଆଇନକୁ ନେଇ ବିରେଧ ପ୍ରଦର୍ଶନ ଲାଗି ରହିଛି । ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଗତ ଏକମାସ ଧରି ମୁସଲିମ୍‌ ମହିଳାମାନେ ଧାରଣାରେ ବସିଛନ୍ତି। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ବିରୋଧ ଜାରି ରହିଛି । ବିରୋଧୀ ଦଳ ଏହାକୁ ଫେରାଇବାକୁ ଦାବି କରିଥିବାବେଳେ ନିକଟରେ ଅମିତ୍ ଶାହା ଏକ ରାଲିରେ ସିଏଏକୁ କୌଣସି କାରଣରୁ ବି ଫେରାଇ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିଏଏକୁ ନେଇ ସାରା ଦେଶବାସୀ ଚିନ୍ତିତ ରହିଥିବାବେଳେ ଏହାକୁ ନେଇ ବିରୋଧୀ ଅଭିନବ ପ୍ରଦର୍ଶନ ବେଶ୍‌ ଚର୍ଚ୍ଚାରେ ରହିଛି ।  ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଜଣେ କଂଗ୍ରେସ ନେତା ସିଏଏକୁ ନେଇ ନିଆରା ଢଙ୍ଗରେ ବିରୋଧ କରିଛନ୍ତି । ସେ ତାଙ୍କ ପୂର୍ବଜଙ୍କ କବର ନିକଟରେ କାନ୍ଦି କାନ୍ଦି ଭାରତୀୟ ନାଗରିକ ହେବାର ପ୍ରମାଣ ମାଗିଛନ୍ତି । ମିଳିଥିବା…

Read More

ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ରଙ୍କୁ ବର୍ଦ୍ଧିତ ଫି ମାମଲାରେ ଆଶ୍ବସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ କରିପାରିବେ । ଉଲ୍ଳେଖଯୋଗ୍ୟ ଯେ, ଯେଉଁ ଛାତ୍ର ମାନେ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ବିନା କୌଣସି ବର୍ଦ୍ଧିତ ଦେୟରେ ନିଜର ପଞ୍ଜୀକରଣ କରିପାରିବେ । ଜଷ୍ଟିସ୍‌ ରାଜୀବ ସକ୍‌ଦାର ଏହି ମାମଲାର ବିଚାର କରିଥିଲେ । ଫେବୃୟାରୀ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ଦ୍ଧିତ ଫି ବିପକ୍ଷରେ ଜେଏନ୍‌ୟୁ ସଭାନେତ୍ରୀ ଆଇସି ଘୋଷ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବେରୋଜଗାରୀ ଏବେ ଦେଶର ଉତ୍କଟ ସମସ୍ୟା। ସ୍ୱଦେଶରେ କାମ ନପାଇ ଗୁଜୁରାଣ ମେଣ୍ଟାଇବାକୁ ବିଦେଶ ମୁହାଁ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଏତିକିରେ ସେମାନଙ୍କ ଦୁଃଖ ସରୁନି। ନାନା ଦୁଃଖ କଷ୍ଟ ସହି ସେଠାରେ କାର୍ଯ୍ୟ କରୁଥିବାବେଳେ କେହି କେହି ଠକଙ୍କ ଜାଲରେ ପଡି ନାନା ହଇରାଣ ହରକତ ହେଉଥିବାବେଳେ ଆଉ କେହି କେହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ବାଣପୁରର ରାଣୀପଡ଼ାର  ୪୫ ବର୍ଷୀୟ ସୌରୀ ଦଳବେହେରା ଦୋହା କତର୍‌ଠାରେ ଏକ କମ୍ପାନୀରେ ଦୀର୍ଘ ଚାରି ବର୍ଷ ଧରି ଚାର୍ଜହ୍ୟାଣ୍ଡ୍‌ରେ କାମ କରୁଥିଲେ। ସେଠାର ଏକ ସଡକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ମରଶରୀରକୁ କମ୍ପାନୀ ଓଡ଼ିଶା ପଠାଇଦେଇଥିଲେ। ଦୋହା କତର୍‌ରୁ କଲିକତା ଓ କଲିକତାରୁ ଏକ ଆମ୍ବୁଲାନ୍ସ…

Read More

ମଧ୍ୟପ୍ରଦେଶ : ତ୍ରିପଲ୍‌ ତଲାକ୍‌କୁ ନେଇ ମୋଦି ସରକାର ଆଇନ ପ୍ରଣୟନ କରିଥିବାବେଳେ ଏହାର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଥିବାର ଖବର ସାମ୍ନାକୁ ଆସିଛି । ଭାରତୀୟ ଜନତା ଦଳର ଜଣେ ନେତାମାନେ ଏହି ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ନିକଟରେ ଏପରି ଏକ ଘଟଣା ଘଟିଛି । ବିଜେପିର ପୂର୍ବତନ କାଉନ୍‌ସିଲର୍‌ ରହୀଶ୍‌ ଖାନ୍‌ ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହା ପରେ କାଉନସିଲର୍‌ ଜଣକ ଦ୍ବିତୀୟ ବିବାହ ମଧ୍ୟ କରିଛନ୍ତି । ପୀଡ଼ିତା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ର ଏତଲା ଦେଇଛନ୍ତି । ରହୀଶ୍‌ ଖାନ୍‌ଙ୍କ ପତ୍ନୀ ନୁରବାନୋ କହିଛନ୍ତି ଯେ, 2002 ମସିହାରେ ତାଙ୍କର ବିବାହ ହୋଇଥିବାବେଳେ ବିବାହର କିଛି ଦିନ ବେଶ୍‌ ଭଲରେ କଟିଥିଲା । ତା’ପରେ ତାଙ୍କ ସ୍ବାମୀ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏପରିକି ତାଙ୍କ ବଡ ଝିଅକୁ…

Read More

ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ : ତେର ବର୍ଷ ବାଳିକାର ଗର୍ଭସ୍ଥ ସନ୍ତାନର ପିତାଙ୍କୁ ମାତ୍ର ଦଶ ବର୍ଷ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ରୁଷ୍‌ର ଜଣେ 13 ବର୍ଷୀୟ ବାଳିକା ନିଜ ଗର୍ଭରେ ବଢୁଥିବା ସନ୍ତାନର ପିତା ଭାବେ ତାଙ୍କର ପ୍ରେମିକକୁ ଦାବି କରିଥିବାବେଳେ ତାଙ୍କ ପ୍ରେମିକଙ୍କ ବୟସ ମାତ୍ର ଦଶ ବର୍ଷ । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ବାଳିକାଙ୍କ କଥା ଶୁଣି ପରିବାର ଲୋକଙ୍କ ସମେତ ଡାକ୍ତର ମଧ୍ୟ ବେଶ୍‌ ଚକିତ ହୋଇଛନ୍ତି । ବାଳିକାଙ୍କ କହିବାନୁସାରେ ପ୍ରାୟ ଏକ ବର୍ଷ ପୂର୍ବେ ସେ ତାଙ୍କ ପ୍ରେମିକଙ୍କୁ ଭେଟିଥିଲେ। ଏବଂ ପ୍ରଥମ ଦେଖାରେ ତାଙ୍କୁ ପ୍ରେମ ହୋଇଯାଇଥିଲା । ରୁଷର ଏହି ବାଳିକାଙ୍କ ନାମ ଡାରିଆ ଓ ତାଙ୍କ ପ୍ରେମିକଙ୍କ ନାମ ହେଉଛି ଇବାନ୍‌।  ଦୁଇ ଜଣ ଯାକ ଏକ ଟିଭି ଶୋ’ରେ ଅଂଶଗ୍ରହଣ କରିଥିଲେ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମ୍ପ୍ରତି ଦେଶରେ ସିଏଏ, ଏନଆରସିକୁ ଦେଶର ଏକ ବିବାଦମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଦେଶର ସମ୍ବିଧାନ ଆଜି ବିପନ୍ନ। ସମ୍ବିଧାନ ସୁରକ୍ଷା ପାଇଁ ବିରୋଧୀ ଦଳଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଚେଷ୍ଟା ଜାରି ରଖିଛନ୍ତି। ସମ୍ବିଧାନକୁ ସୁରକ୍ଷା ପାଇଁ ବିଦ୍ୟାଳୟରେ ସମ୍ବିଧାନ ମୁଖବନ୍ଧ ପଢାଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ ପରି ଅଣବିଜେପି ଶାସିତ ସରକାରଗୁଡ଼ିକ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନ ମୁଖବନ୍ଧ ପଢିବାକୁ ବାଧ୍ୟତାମୂଳକ କରି ସାରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନର ମୁଖବନ୍ଧ ପଢାଯିବା ନେଇ ନିୟମ କରିବାକୁ ଚିଠି ଦେଇଛନ୍ତି। ଜାନୁଆରୀ 26 ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ନିୟମକୁ ଲାଗୁ କରିବା ନେଇ ଚିଠି ଲେଖିଛନ୍ତି ଶ୍ରୀକାନ୍ତ ଜେନା।

Read More

ଚୀନ : ଆମର ପଡୋଶୀ ଦେଶରେ ମାରାତ୍ମକ ଭୂତାଣୁ କୋରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ଏବେ 25କୁ ବୃଦ୍ଧି ଘଟିଛି। ଏହି ଭୂତାଣୁ ଯୋଗୁଁ 500ରୁ ଅଧିକ ରୋଗରେ ପଡିଛନ୍ତି । ସାଉଦି ଆରବରେ ଜଣେ ଭାରତୀୟ ଏହି ଭୂତାଣୁଗ୍ରସ୍ତ ହୋଇଛନ୍ତି । ସେହିପରି ଚୀନ୍‌ର ବୁହାନରେ ମଧ୍ୟ କିଛି ଭାରତୀୟ ଏହି ଭୂତାଣୁ ଆକ୍ରମଣର ଶିକାର ହୋଇଛନ୍ତି । ଭାରତୀୟ ଦୂତାବାସ ଏହି ଭାରତୀୟଙ୍କ ବିଷୟରେ ଜାଣିବା ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଛନ୍ତି । ବୁହାନ ଓ ଆଖପାଖ ଅଞ୍ଚଳରେ ପ୍ରାୟ 700ଜଣ ଭାରତୀୟ ଛାତ୍ର ରହିଛନ୍ତି । ଏହି ସମସ୍ତ ଭାରତୀୟଙ୍କ ବିଷୟରେ ତଥ୍ୟ ଜାଣିବା ପାଇଁ ଭାରତୀୟ ଦୂତାବାସ ଦୁଇଟି ହେଲ୍ପଲାଇନ୍‌ ଜାରି କରିଛି ।  +8618612083629 ଓ +8618612083617  । ଏହି ମାରାତ୍ମକ ଭୂତାଣୁ ପାଇଁ କେରଳକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନବନ୍ଦରରେ…

Read More

ସମୀକ୍ଷା ବ୍ୟୁରୋ ଯାଜପୁର : ଆଜି ଯାଜପୁର କୋରେଇ ବ୍ଲକର ସମସ୍ତ ସ୍କୁଲ ଛୁଟି ଦିଆଯାଇଛି।  ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା। ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ ଗତକାଲି ଗୋଡ଼ିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ମାରିଛି।  ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ । (ଏଜେନ୍ସି)

Read More

ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଚଳଚ୍ଚିତ୍ର । କଙ୍ଗନା ରଣାଓ୍ବତଙ୍କ ‘ପଙ୍ଗା’ ଓ ବରୁଣ-ଶ୍ରଦ୍ଧା ଅଭିନୀତ ଡ୍ୟାନ୍ସ ଆଧାରିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡି’ । 2013ରେ ପରଦାକୁ ଆସିଥିବା ‘ଏବିସିଡି’ର ତୃତୀୟ ସଂସ୍କରଣ ହେଉଛି ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ଥ୍ରୀଡି’ । ଏହି ଫିଲ୍ମକୁ ରେମୋ ଡି’ସୁଜା ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ବରୁଣ – ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ଅପାରଶକ୍ତି ଖୁରାନା, ରାଘବ, ଧର୍ମେଶ, ପୁନୀତ୍‌ ସମେତ ବହୁ ଡ୍ୟାନ୍ସରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 70ରୁ 80କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ନିର୍ମାଣ କରିଛନ୍ତି ଭୂଷଣ କୁମାର । ଏଥିରେ ମୋଟ 11ଟି ଗୀତ ରହିଥିବାବେଳେ ଗୀତ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ଆଜି ରିଲିଜ ହୋଇଥିବା ଅନ୍ୟ ଏକ ଫିଲ୍ମ ହେଉଛି ପଙ୍ଗା । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଋଚା…

Read More

କେଦାର ମିଶ୍ର ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି କେହି ଚମକି ପଡିବେ ନିଶ୍ଚୟ। ତେବେ ଏ ଶୀର୍ଷକ ଲେଖିବାକୁ ଆମେ ବାଧ୍ୟ, କାରଣ ଭାରତୀୟ ଜନତା ପାର୍ଟିର ଚାଳିଶ ବର୍ଷର ଇତିହାସ ଓ ଏହାର ପୂର୍ବ ଅବତାର ଜନସଙ୍ଘର ୨୫ ବର୍ଷର ଅସ୍ତିତ୍ବରେ ଅମିତ ଶାହାଙ୍କ ଭଳି ସଭାପତି, ସେମାନେ ପାଇନଥିଲେ। ଆଗକୁ ପାଇବେ କି ନା, ସେଥିରେ ସନ୍ଦେହ ରହିଛି। ବିଜେପିକୁ “ଭାତ ଡାଲମା ଓ ଧୋତି କୁର୍ତ୍ତା”ର ଦଳରୁ ସବୁଠୁ “ହାଇ ଟେକ ଓ କର୍ପୋରେଟ ଢାଞ୍ଚା” ର ସଂଗଠନ ଭାବେ ଗଢି ତୋଳିବାରେ ଅମିତ ଶାହାଙ୍କର ଅନନ୍ୟ ଭୂମିକା ରହିଛି। ଏହା କେତେଦୂର ଭଲ ଓ ବିଜେପି ଆଦର୍ଶ ସହିତ ଏହା କେତେଦୂର ଖାପ ଖାଉଛି, ସେ ପ୍ରସଙ୍ଗ ଭିନ୍ନ। ହେଲେ ଏକ ରାଜନୈତିକ ଦଳ ଭାବରେ…

Read More

ଭୁବନେଶ୍ବର- ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ପତାକା ଉତ୍ତୋଳନ କରିବେ ନାହିଁ। ହେଲେ ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣତଃ ଗଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଓ ପାରେଡ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଥାଏ। ସେଥିରେ ନିୟମ ଅନୁସାରେ ରାଜ୍ୟପାଳ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରିଥାନ୍ତି। ସେହିଦିନ ପରଂପରା ଅନୁସାରେ ମୁଖ୍ୟମନ୍ତ୍ରୀ କଟକ ବାରବାଟୀରେ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରନ୍ତି। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ କରାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କ ପତାକା ଉତ୍ତୋଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥୀ ଭାବେ ଯୋଗ ଦେବେ। କଟକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପତାକା ଉତ୍ତୋଳନ କରିବେ।

Read More