ନୋଇଡା- ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ବା ନୋଇଡା କମିଶନରେଟ ପୋଲିସରେ ସଂଯୋଗ ବସତଃ ଏକ ଅଭୁତ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଉତ୍ତର ପ୍ରଦେଶ ପୋଲିସମାନଙ୍କ ମଧ୍ୟରେ ଏକ କୌତୁହଳ ଖେଳିଯାଇଛି। ତାହା ହେଉଛି ଯେ, ଜଣେ ଆଇପିଏସ ସ୍ବାମୀଙ୍କ ବସ୍ ଅର୍ଥାତ ତାଙ୍କ ଉପରସ୍ଥ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ତାଙ୍କ ଆଇପିଏସ ସ୍ତ୍ରୀ। ତାହା ପୁଣି ସେହି ଗୋଟିଏ ସ୍ଥାନରେ। ଘଟଣାରୁ ଜଣାପଡିଛି ଯେ, ବ୍ରିନ୍ଦା ଶୁକ୍ଲା ଲୌକ୍ଷ୍ମ ପୋଲିସ ହେଡ କ୍ବାଟରରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କର ଡେପୁଟି ପୋଲିସ କମିଶନର ଭାବେ ପଦନ୍ନୋତି ପାଇ ନୋଇଡା କମିଶନରେଟକୁ ବଦଳି ହେଲେ। ନୋଇଡାକୁ ନୂଆ କରି ପୋଲିସ କମିଶନରେଟ କରାଯିବାରୁ ବ୍ରିନ୍ଦାଙ୍କୁ ବଦଳ କରାଗଲା। ହେଲେ ସେଠାରେ ପୂର୍ବରୁ ତାଙ୍କର ସ୍ବାମୀ ଅଙ୍କୁର ଅଗ୍ରୱାଲା ସିଟି ଏସପି ଭାବେ କାର୍ଯ୍ୟ କରୁଥିଲେ। କମିଶନରେଟ ପୋଲିସ ଘୋଷଣା ହେବା ପରେ ଅଙ୍କୁ ଅତିରିକ୍ତ କମିସନର…
Author: Samikhsya Bureau
ମୁମ୍ବାଇ- ଆଜି ବିଳମ୍ବିତ ରାତିରେ ସିରିଡି ସାଇବାବା ପିଠରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ମନ୍ଦିର ଟ୍ରଷ୍ଟିମାନଙ୍କର ସୋମବାର ସକାଳୁ ଆଲୋଚନା ଥିବାରୁ ଏହି ନିଷ୍ପତି ନିଆଯାଇଛି। ଫଳରେ ସୋମବାର ସକାଳୁ ଭକ୍ତମାନେ ସାଇବାବାଙ୍କ ଦର୍ଶନ ଲାଭ କରି ପାରିବେ। ସେଥିପାଇଁ ମନ୍ଦିର ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଇବାବାଙ୍କ ଜନ୍ମକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବାଦୀୟ ବିବୃତି ଦେବାରୁ ତାହାର ପ୍ରତିବାଦରେ ସିରିଡି ବନ୍ଦ ଡାକରା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବୃତିରେ କହିଥିଲେ ଯେ, ସିରିଡିଠାରେ ପ୍ରକୃତରେ ସାଇବାବା ଜନ୍ମ ଗ୍ରହଣ କରି ନାହାଁନ୍ତି। ହେଲେ ସେଠାରେ ପୂଜା କରିବାରେ କିଛି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ ମଧ୍ୟ କରିଥିଲେ। ହେଲେ ଏହାକୁ ନେଇ ସାଇବାବା ଟ୍ରଷ୍ଟ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ସ୍ଥାନୀୟ ଦୋକାନ ବଜାର ବନ୍ଦ କରାଯିବା ସହିତ ସାଇବାବା ମନ୍ଦିର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରେ ଅଟକ ରହିଥିବା 11 ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଠିକାଦାରଙ୍କ ଦ୍ବାରା ଏହି 11 ଜଣ ଶ୍ରମିକଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିଲା । ବିଜେଡି ସାଂସଦ ସସ୍ମିତ ପାତ୍ର ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆଜି ଓଡିଶା ଅଣାଯାଇଛି । ସମସ୍ତ 11 ଜଣ ଶ୍ରମିକ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି ।
ସମୀକ୍ଷା ବ୍ୟୁରୋ କୋଣାର୍କ: ଭୁବନେଶ୍ବରରେ ଧନ୍ଦାମୂଳକ ଶିକ୍ଷାର ରାଷ୍ଟ୍ରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୧୬ ତାରିଖରେ ଅନୁଷ୍ଠିତ ଏହି କର୍ମଶାଳାରେ ୧୭ ରାଜ୍ୟର ପ୍ରତିନିଧି ଦଳ ଯୋଗ ଦେଇଛନ୍ତି। ଏହି ପ୍ରତିନିଧି ଦଳ କୋଣାର୍କରେ ରହିଥିବା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ଭ୍ରମଣ କରିଥିଲେ। ପିଏସ୍ଏସ୍ସିଆଇଭିଇ ଭୋପାଳର ପରାମର୍ଶଦାତା ସୁନୀଲ କୁମାର ସାହୁ ଏବଂ କମ୍ପ୍ୟୁଟର ପ୍ରଶିକ୍ଷକ ସୁନୀତା କୋଲି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ସମୟରେ ଧନ୍ଦାମୂଳକ ଶିକ୍ଷାର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଏହି ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ଏବଂ ଖୁଚୁରା ବ୍ୟବସାୟ ବିଭାଗ ଶିକ୍ଷକ ଭାଗିରଥୀ ପାଇକରାୟଙ୍କ ସହିତ ଆଲୋଚନା କରିଥିଲେ। ଧନ୍ଦାମୂଳକ ଶିକ୍ଷା ଭବିଷ୍ୟତରେ କର୍ମନିଯୁକ୍ତି ପ୍ରଦାନ କରିବା ସହିତ ସ୍ବରୋଜଗାରକ୍ଷମ ହେବାରେ ସହାୟତା କରିଥାଏ ବୋଲି ପରିଦର୍ଶନ କାରୀ ମତ ରଖିଥିଲେ।
ସମୀକ୍ଷା ବ୍ୟୁରୋ ବାଲୁଗାଁ : ବାଲୁଗାଁ ରେଳଷ୍ଟେସନରେ ଟିକଟ ଦଲାଲଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ବିଗତ 10 ବର୍ଷ ଧରି ଦଲାଲଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି ରେଳଯାତ୍ରୀ। ବାଲୁଗାଁ ନିକଟସ୍ଥ ଚିଲିକା ନୌସେନା ବେସ୍ର ବିଭିନ୍ନ ଅଧିକାରୀ ଏହି ସମସ୍ୟା ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ବିନା ଦଲାଲରେ ତତ୍କାଳ ଟିକେଟ ହାସଲ କରିବା ଆପାତତଃ ଅସମ୍ଭବ। ଏହା ପରେ ଦଲାଲଙ୍କ ଗୁଣ୍ଡାଗର୍ଦ୍ଦିରେ ମଧ୍ୟ ସାଧାରଣ ଲୋକ ହନ୍ତସନ୍ତ। ଏହାକୁ ନେଇ ସାଧାରଣରେ ଅନେକ ଥର ଅଭିଯୋଗ ଆସିଛି, ମାତ୍ର ରେଳବାଇ ଅଧିକାରୀ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ଘଟଣା ସମ୍ମୁଖକୁ ଆସିନଥାଏ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି। ଏପରି ଏକ ଘଟଣା ଆଜି ପୁଣିଥରେ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ସମୀକ୍ଷା ପ୍ରତିନିଧି ସୁନୀଲ କୁମାର ଭୋଳ ଟିକେଟ କାଉଣ୍ଟର ଧାଡିରେ ରହି ଟିକଟ କାଟିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦଲାଲ ମାନେ ଧାଡି ଭାଙ୍ଗି…
ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ । ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍ । ରବିବାର ଦିନ ଅପରାହ୍ନ 4.15ରୁ ଏହି ମେସେଜିଂ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଷ୍ଟିକର ଏବଂ ଫଟୋ ପଠାଇବାରେ ବ୍ୟବହାରକାରୀ ଅସଫଳ ହୋଇଥିଲେ । ଏହା ପରେ ହ୍ବାଟ୍ସଆପ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ସହିତ ବିଶ୍ବର କେଉଁ କେଉଁ ସ୍ଥାନରେ ମେସେଜିଂ ଆପ୍ରେ ସମସ୍ୟ ଦେଖାଦେଇଛି ତାହାର ଏକ ଫଟୋ ସେୟାର କରାଯାଇଥିଲା । କେବଳ ଭାରତ ନୁହେଁ ବରଂ ୟୁରୋପ୍, ମାଲେସିଆ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ମଧ୍ୟ ହ୍ବାଟ୍ସଆପ୍ ଅଚଳ ରହିଥିଲା । ଫଟୋ, ଭିଡିଓ ଏବଂ ଷ୍ଟିକର ଯାଉନଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ : ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍ ରିଡ୍ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍ ବ୍ୟବହାର…
ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ 287 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଷ୍ଟିଭେନ୍ ସ୍ମିଥ୍ଙ୍କ ଶତକ ସହାୟତାରେ 286 ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ 131 ରନ୍ ସଂଗ୍ରହ କରିଥିବା ବେଳେ ଲାବୁଶ୍ଚାଞ୍ଜେ (54) ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍ 132 ବଲ୍ର ସମ୍ମୁଖୀନ ହୋଇ 14ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 131 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଏବଂ ନବଦୀପ ସାଇନି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗୋଦାବରିଶ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ହୋତା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ମହାବିଦ୍ୟାଳୟ ଶ୍ରେଣୀ ଗୃହରେ ସଭା ଆରମ୍ଭ ହୋଇଥିଲା। ଉଦ୍ଭିଦ ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀ ନିଜର ପାଠ ପଢା ସମୟର ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟ ଆରମ୍ଭରୁ ଏପରି କାର୍ଯ୍ୟକ୍ରମ ହୋଇନଥିଲା ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଏହି ସୁନ୍ଦର ଓ ମହତ ପ୍ରୟାସକୁ ସମସ୍ତ ପୁରାତନ ବିଦ୍ୟାର୍ଥୀ ଉଚ୍ଚ ପ୍ରଶଂସା କରିଥିଲେ। ଏହି…
ନ୍ୟୁସାଉଥଓ୍ବେଲ୍ସ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁର ଭୟାବହତାରେ 29 ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ବିଶ୍ବ ସମୁଦାୟଙ୍କ ପକ୍ଷରୁ ସହାୟତାର ହାତ ବଢା ଯାଇଥିଲା । ବିଭିନ୍ନ ସେଲିବ୍ରିଟି ଏବଂ କ୍ରୀଡାବିତ୍ଙ୍କ ପକ୍ଷରୁ ସହାୟତା କରାଯାଉଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଜଣେ 6 ବର୍ଷୀୟ ବାଳକ । ବାଳକ ଜଣକ ଜଙ୍ଗଲ ନିଆଁର ମୁକାବିଲା କରିବା ପାଇଁ 2 ଲକ୍ଷ ଡଲାରର ଅର୍ଥ ରାଶି ସଂଗ୍ରହ କରିଛନ୍ତି । 6 ବର୍ଷୀୟ ବାଳକଙ୍କ ନାମ ହେଉଛି କୋଲି ଓଏନ୍ । ମାଟିରେ ପ୍ରତିମୂର୍ତ୍ତି ନିର୍ମାଣ କରୁଥିବା ଏହି ବାଳକ ଜଣଙ୍କ କୋଆଲା ମୂର୍ତ୍ତି ନିର୍ମାଣ କରି ଏହି ଅର୍ଥ ରାଶି ସଂଗ୍ରହ କରିଛନ୍ତି । ଗୋ ଫାଉଣ୍ଡ ମି ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ଓଏନ୍ ଏହି ପ୍ରତିମୂର୍ତ୍ତି ବିକ୍ରି କରିଛନ୍ତି । ଓଏନ୍ ସମୁଦାୟ 55ଟି ପ୍ରତିମୂର୍ତ୍ତି ବିକି ଏହି ଅର୍ଥ ସଂଗ୍ରହ କରିଛନ୍ତି…
ଅକଲ୍ୟାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ରହିଥିବା ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍ରେ ଭାରତ ଏ ବିଜୟୀ ହୋଇଛି । ପୃଥ୍ବୀ ଶ‘ଙ୍କ 150 ରନ୍ ବଳରେ ଭାରତ 372 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିଜୟ ଠାରୁ 12 ରନ୍ ପଛରେ ରହିଥିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପୃଥ୍ବୀ ଶ 100 ବଲ୍ର ସମ୍ମୁଖୀନ ହୋଇ 150 ରନ୍ କରିଥିଲେ । ପୃଥ୍ବୀଙ୍କ ଇନିଂସରେ 22ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର 41 ଟି ବଲ୍ରୁ 6 ଚୌକା ସହାୟତାରେ 58 ରନ୍ ସଂଗ୍ରହ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଜ୍ୟାକ୍ ବଏଲ୍ଙ୍କ130 ରନ୍ ସତ୍ତ୍ବେ ବିଜୟ ଠାରୁ 12 ରନ୍ ଦୂରରେ ରହିଥିଲା । ଭାରତ ପକ୍ଷରୁ ଇଶାନ ପୋରେଲ୍ ଏବଂ କୃଣାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ଇ-ଚେକ୍ଗେଟ୍ରେ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଜି 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦ୍ଯାପିତ ଅବସରରେ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ। ଏହା ସହ ମୋବାଇଲ ଆପ ସେବା ସିଟିଜେନ ରିପୋର୍ଟିଂର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ନୂଆ ଆପ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଧରିବା ହେବ ସହଜ ହେବ। ଏହାଦ୍ବାରା ସାଧାରଣ ଲୋକେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ ମାଧ୍ୟମରେ ପଠାଇ ପାରିବେ।
ଢାକା: ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଜଣେ ତାଙ୍କ ପରିବାର ପାଖକୁ ଫେରିପାରିଛନ୍ତି। ଜଣେ ବ୍ୟକ୍ତି 48 ବର୍ଷ ପରେ ତାଙ୍କ ପରିବାରକୁ ଭେଟିଛନ୍ତି । ଫେସବୁକ୍ ଭିଡିଓରେ ପରିବାରର ଜଣେ ସଦସ୍ୟଙ୍କୁ ଫେରିପାରିଛନ୍ତି ସମ୍ପୃକ୍ତ ପରିବାର। ବ୍ୟବସାୟ କରିବାକୁ ଯାଇ ଜଣେ ବ୍ୟକ୍ତି 48 ବର୍ଷ ପୂର୍ବେ ଘର ଛାଡିଥିଲେ। ତା’ପରେ ସେ ଆଉ ଘରକୁ ଫେରିନଥିଲେ । ବ୍ୟକ୍ତିଜଣକ ହେଉଛନ୍ତି ହବୀର୍ ରହମାନ୍। ହବୀର୍ ରହମାନ୍ ନିଜ ଗ୍ରାମ ସିଲହଟ୍ର ବାଜଗ୍ରାମଠାରେ ରଡ୍ ଓ ସିମେଣ୍ଟର ବ୍ୟବସାୟ କରୁଥିଲେ । କିଛି ବ୍ୟବସାୟ କାର୍ଯ୍ୟ କାରଣରୁ ନିଜ ହୋମଟାଉନ୍ରୁ ବାହାରକୁ ଆସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ ଫେରିନଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ । ଘରୁ ବାହାରିବା ବେଳକୁ ତାଙ୍କୁ 30 ବର୍ଷ ବୟସ ହୋଇଥିଲା। ଗତ ଶୁକ୍ରବାର ଦିନ ହବୀର୍ଙ୍କ ବଡ ପୁତ୍ରଙ୍କ ପତ୍ନୀ, ଯିଏ…
Bandipora: A view of Wular Lake in Jammu and Kashmir’s Bandipora district on Jan 18, 2020. (Photo: IANS)
TORONTO, Jan. 18, 2020 (Xinhua) — A squirrel performs water-skiing during the 2020 Toronto International Boat Show in Toronto, Canada, Jan. 17, 2020. (Photo by Zou Zheng/Xinhua/IANS)
ମାସ୍କଟ୍ : ୟେମେନ୍ରେ ଏକ ମିଶାଇଲ୍ ଆକ୍ରମଣରୋ 70 ଜଣ ସୈନ୍ୟଙ୍କ ପ୍ରାଣ ହରାଇଛନ୍ତି । ୟେମେନ୍ର ମାରିବ୍ରେ ରବିବାର ଏକ ବାଲିଷ୍ଟିକ୍ ମିଶାଇଲ୍ ଆକ୍ରମଣ ଘଟିଛି । 70 ଜଣ ସୈନ୍ୟଙ୍କ ପ୍ରାଣହାନି ସହିତ 20ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ମାରିବ୍ରେ ରହିଥିବା ଅଲ୍ ଏଷ୍ଟିକ୍ବାଲ୍ ମସ୍ଜିଦ୍ ନିକଟସ୍ଥ ସେନା ବେସ୍ ଉପରେ ଆକ୍ରମଣ ହୋଇଥିବା ନେଇ ୟେମେନ୍ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ଇରାନ୍ ହାଉଥି ବିଦ୍ରୋହୀ ଗୋଷ୍ଠୀଙ୍କୁ ୟେମେନ୍ ସରକାରଙ୍କ ପକ୍ଷରୁ ଦାୟୀ କରାଯାଇଛି । ଏହି ଆକ୍ରମଣକୁ ନିନ୍ଦା କରାଯିବା ସହିତ ପ୍ରତିଆକ୍ରମଣର ଧମକ ଦେଇଛନ୍ତି ୟେମେନ୍ ରାଷ୍ଟ୍ରପତି ଅବ୍ଦୁଲ୍ ରବ୍ବୁ ମନସୁର୍ । (ଏଜେନ୍ସୀ)
କେଦାର ମିଶ୍ର “ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି। ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର ଶୁଦ୍ଧ ପ୍ରବାହ। ତେଣୁ ତାଙ୍କୁ ସଙ୍ଗୀତ ବିଷୟରେ କଣ ବା ପଚାରିଥାନ୍ତି। ହେଲେ, ତାଙ୍କୁ କିଛି ପଚାରିବାକୁ ପଡେନି। ଆପେ ଆପେ ସେ କହି ଯାଆନ୍ତି। ଯେତେ ତାଙ୍କର ଭାବ-ଅଭାବ, ରାଗ,ରୁଶା,ଅଭିମାନକୁ ଅଜାଡି ଦିଅନ୍ତି। ହଁ, ତାଙ୍କର ସଦାବେଳେ ଗୋଟେ ଅଭିମାନ ଥିଲା ଓଡିଶା ଉପରେ, ଓଡିଆଙ୍କ ଉପରେ। ଘରର ସବୁଠୁ ପ୍ରତିଭାଶାଳୀ ଝିଅଟିକୁ ଅଣଦେଖା କଲେ, ଯେଉଁ ଅଭିମାନ ସେ ଅଭିମାନ ତାଙ୍କର ଥିଲା। ବେଳେ ବେଳେ ରାଗିକି କହିବେ- ଯାଃ ମ, ତମେ ସବୁ କେଉଁ ସଙ୍ଗୀତ ଶୁଣ ବା ବୁଝ। ସେ ଅଭିମାନ ପ୍ରବଳ ଭଲ ପାଇବାରୁ ଆସୁଥିଲା। ନା କି କ୍ରୋଧ ବା…
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତୀୟ ଦଳର ସମସ୍ତ ଖେଳାଳି କଳା ଆର୍ମବ୍ୟାଣ୍ଡ ପିନ୍ଧି ମ୍ୟାଚ୍ ଖେଳିଥିଲେ । ଆସନ୍ତୁ ଜାଣିବା କାହିଁକି ବିରାଟ ବାହିନୀ କଳାବ୍ୟାଣ୍ଡ ପିନ୍ଧିଥିଲେ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣୀଙ୍କ ପରଲୋକ କାରଣରୁ ଭାରତୀୟ ଦଳର ଖେଳାଳି ଏହି ବ୍ୟାଣ୍ଡ ପିନ୍ଧିଥିଲେ । ରବିବାର ସକାଳୁ 86 ବର୍ଷ ବୟସରେ ନାଦକର୍ଣ୍ଣୀଙ୍କ ପରାଲୋକ ହୋଇଥିଲା । ନାଦକର୍ଣ୍ଣୀ 41ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ବ କରି 1414 ରନ୍ ସଂଗ୍ରହ କରିଥିବା ବେଳେ 88ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ବାପୁ 191ଟି ମ୍ୟାଚ୍ରୁ 8881 ରନ୍ ସଂଗ୍ରହ କରିବା ସହିତ 500 ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ନିଜ ସମୟରେ ମେଡେନ୍ କିଙ୍ଗ ଭାବରେ ଜଣାଶୁଣା ବାପୁ ଅନ୍ତର୍ଜାତୀୟ କ୍ରିକେଟ୍ରେ 665ଟି ମେଡେନ୍ ଓଭର ପକାଇଥିବା ବେଳେ ଘରୋଇ କ୍ରିକେଟରେ 2754 ଓଭର ମେଡେନ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରଥିତଯଶା ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି। ସେ ସାରା ଜୀବନ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିଦ୍ଧି ଓ ସାଧନା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହାନଶିଳ୍ପୀଙ୍କ ବିୟୋଗରେ ଭାରତୀୟ ସାଂସ୍କୃତିକ ଜଗତର ଉଜଳତମ ଜ୍ୟୋତିଷ୍କ ଅସ୍ତମିତ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ମୁଖ୍ୟମନ୍ତ୍ରୀ ସଦଗତି କାମନା କରିଛନ୍ତି
କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୟଙ୍କର ବରଫ ଝଡ ପ୍ରଭାବରେ 7 ଜଣ ନିଖୋଜ ରହିଥିବା ବେଳେ 150 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ 7 ଗାଇଡ୍ଙ୍କ ମଧ୍ୟରେ 4 ଜଣ ଦକ୍ଷିଣ କୋରିଆର ଏବଂ 3 ଜଣ ସ୍ଥାନୀୟ ଗାଇଡ୍ ବୋଲି ଜଣାପଡିଛି । ନେପାଳର ଅନ୍ୟତମ ଉଚ୍ଚତମ ଶୃଙ୍ଗ ଅନ୍ନପୂର୍ଣ୍ଣାରେ ଶନିବାରୀ ଏହି ବରଫ ଝଡ ସଙ୍ଗଠିତ ହୋଇଛି । ବରଫ ଝଡ ସମୟରେ ଉଦ୍ଧାରକାରୀ ଦଳ 150 ଜଣଙ୍କୁ ଉଦ୍ଧାରରେ ସକ୍ଷମ ହୋଇଥିଲେ ମଧ୍ୟ 7 ଜଣ ଗାଇଡ୍ ନିଖୋଜ ହୋଇଯାଇଛନ୍ତି । ବରଫ ଝଡ ପରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଖରାପ ପାଗ କାରଣରୁ ସର୍ଚ୍ଚ ଅପରେସନ୍ରେ ହେଲିକପ୍ଟର ବ୍ୟବହାର କରାଯାଇପାରୁନାହିଁ । ଉଦ୍ଧାର ବ୍ୟକ୍ତିଙ୍କୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସୀ)
ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ ପ୍ରଚାର କରୁଥିବାବେଳେ ଉତ୍ତରପ୍ରଦେଶର ଏହା କେତେଦୂର କାର୍ଯ୍ୟକାରୀ ତାହା ନିମ୍ନ ଘଟଣାରୁ ବେଶ୍ ସ୍ପଷ୍ଟ ହୋଇଯିବ। ଉତ୍ତରପ୍ରଦେଶର ବାରବାଙ୍ଗି ଜିଲ୍ଲାରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପରିବାର ଶୌଚାଳୟକୁ ନିଜ ରୋଷେଇ ଘର ରୂପେ ବ୍ୟବହାର କରୁଛନ୍ତି। ଏହି ପରିବାରର ସଦସ୍ୟ ରାମ ପ୍ରକାଶଙ୍କ କହିବାନୁସାରେ ତାଙ୍କ ପାଖରେ ଝାଟି ମାଟିର ଘର ରହିଥିବାବେଳେ ସାମାନ୍ୟ ବର୍ଷାରେ ଘର ଭିତର ଜଳମୟ ହୋଇପଡୁଛି। ଯାହା ଫଳରେ କି ସେମାନେ ଚୁଲି ଜାଳିବା ପାଇଁ ଶୁଖିଲା ସ୍ଥାନ ମଧ୍ୟ ପାଇପାରୁନଥିଲେ। ଏପରି ସମୟରେ ବର୍ଷ ତଳେ ତିଆରି ହୋଇଥିବା ଏକ ଶୌଚାଳୟକୁ ସେମାନେ ଏବେ ରୋଷେଇ ଘରେ ରୂପେ ବ୍ୟବହାର କରୁଛନ୍ତି। ଏବେ ବର୍ଷା ହେଲେ ରୋଷେଇ ବନ୍ଦ…

