Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ମୁଖ୍ୟ ପ୍ରଦୀପ୍ତ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ୍‌ ଭିତରେ ଇନଭର୍ଟର ତାରକୁ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଟଏଲେଟ୍‌ କବାଟ ଭାଙ୍ଗି ପ୍ରଦୀପ ସେଠୀଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ ଏସ୍‌ସିବି ମାନସିକ ରୋଗ ବିଭାଗକୁ ପଠାଯାଉଥିବା ସୂଚନା ରହିଛି । ପୂର୍ବରୁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି ପ୍ରଦୀପ୍ତ ।

Read More

ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠ ଏହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିବେ। ଚାରି ସପ୍ତାହ ଭିତରେ କେନ୍ଦ୍ର ସରକାରଙ୍କୁ ଏହି ଯାଚିକାଗୁଡ଼ିକ ଉପରେ ଜାବବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆସାମ ସମ୍ପର୍କିତ ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦିଆଯାଇଛି। ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଯାଚିକାଗୁଡ଼ିକୁ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ବଣ୍ଟା ଯାଇଛି। ଏତଦ୍‌ବ୍ୟତୀତ ଆସମ, ତ୍ରିପୁରା ମାମଲାକୁ ଅଲଗା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ…

Read More

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। ତେବେ ଅଦାଲତ ସରକାରଙ୍କୁ ଯାଚିକା ଉପରେ ଉତ୍ତର ମାଗିବା ସହିତ ଏହି ମାମଲାର ବିସ୍ତାର ଶୁଣାଣି ପାଇଁ ଆଦେଶ ଦେଇଥିଲେ। ଆଜି ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବେଡ୍‌, ଏସ୍‌ ଅବଦୁଲ୍‌ ନଜୀର ଓ ସଂଜୀବ ଖାନ୍ନାଙ୍କ ଅଧନୀରେ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସିଏଏ ବିରୋଧରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସ, ସିପିଏମ୍‌, କଂଗ୍ରେସ ନେତା ଜୟରାମ ରେମଶ, ଏଆଇଏମ୍‌ଆଇଏମ୍‌ ସାଂସଦ ଓଓ୍ବେସି, ଟିଏମ୍‌ସି ନେତା ମହୁଆ ମୋଇତ୍ରା, ଆରଜେଡି ନେତା ମନୋଜ ଝା, ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ୍‌, ଜମିଅତ୍‌ ଉଲେମା ଏ ହିନ୍ଦଙ୍କ ଯାଚିକା ସାମିଲ୍‌…

Read More

ମାଲକାନଗିରି : ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓନେତା ପାପାରାଓ ମୃତ। କିଡ୍‌ନୀ ରୋଗରେ ପାପରାଓର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାପାରାଓ ନାଁରେ 25 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ପାପାରାଓ ବଡ ବଡ ହିଂସା ଘଟଣାରେ ସମ୍ପୃକ୍ତି ରହିଥିଲା । ତାଡମେଟାଲ୍‌ ଜଙ୍ଗଲରେ 76 ଯବାନଙ୍କ ହତ୍ୟା ଘଟଣାରେ ପାପାରାଓ ସମ୍ପୃକ୍ତି ରହିଥିଲା । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଥିଲା ।  ଏହା ସହ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।

Read More

ଆଜି କଟକ ଗସ୍ତ କରିଛନ୍ତି ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ୍‌। ଫାଇଭ୍‌ ଟି ସଚିବଙ୍କ ସମେତ ଜଳ ସମ୍ପଦ ବିଭାଗ ଉଚ୍ଚ ଅଧିକାରୀ, କଟକ ଜିଲ୍ଲାପାଳ, ପୋଲିସ କମିଶନର ଓ ଡିସିପି ମଧ୍ୟ ଉପସ୍ଥିତ ରହିଥିଲେ । ସିସୋର ପଠା, ହାଡ଼ିଆ ପଠା ଓ ନୌ ବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଲେ ସମସ୍ତ ଅଧିକାରୀ। ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ଫାଇଭ୍‌ ଟି ସଚିବ । ତେବେ ଫାଇଭ୍‌ଟି ସଚିବଙ୍କ କଟକ ଗସ୍ତ କରିବା ପରେ ଜଳ ସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏସସିବି ମେଡିକାଲର ଦ୍ଵିତୀୟ କ୍ୟାମ୍ପସ ରୂପରେଖ ନେଇ ୫ଟି ସଚିବ ଗସ୍ତ କରିଛନ୍ତି । ଉନ୍ନତ ମାନର ରୋଗୀ ସେବା ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସିସୋର ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ଗଠନ କରାଯିବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ…

Read More

ଉତ୍ତରପ୍ରଦେଶ : କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍‌ ମୋହର ଲଗାଇଛି । ଏହି ଯୋଜନା ମୁତାବକ କ୍ଷେତରେ କାମ କରୁଥିବା ସମୟରେ କୃଷକ କିମ୍ବା ତାର ପରିବାରର କୌଣସି ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏହା ବ୍ୟତୀତ ଦୁର୍ଘଟଣାରେ ଯଦି କୃଷକଙ୍କ ପରିବାର  ଲୋକଙ୍କ ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଯାଏ ତେବେ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏଥିରେ ୧୮ ବର୍ଷରୁ ୭୦ ବର୍ଷ ବୟସର କୃଷକ ଓ ତାର ପରିବାର ଲୋକଙ୍କୁ ସାମିଲ ହେବେ। ଏହି ଯୋଜନା ୨୦୧୪ ସେପ୍ଟେମ୍ବର ୨୦୧୯ରୁ ପିଛିଲା ଭାବେ ଲାଗୁ  ହେବ। ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଆଧାରରେ ରାଜ୍ୟର ସୀମାନ୍ତ କୃଷକ, ଲଘୁ, ମଧ୍ୟମ, ବଡ଼ କୃଷକଙ୍କୁ ସାମିଲ କରାଯିବ। ଏହି ଯୋଜନାରେ ଉତ୍ତର ପ୍ରଦେଶର ଦୁଇକୋଟି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‍ ଆନନ୍ଦ ଦେଇପାରିଥିଲା । ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ବିଶିଷ୍ଟ ବଂଶୀ ବାଦକ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ବଂଶୀ ବାଦନ ଦେଖିବାକୁ ମିଳିଥିଲା ।  ପ୍ରଥମେ ରାଗ ମାରୱା ଏବଂ ପରେ ପରେ ପାହାଡ଼ି ଧୁନ ସହିତ ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା । ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ରିଶଭ ପ୍ରସନ୍ନ…

Read More

କେଦାର ମିଶ୍ର   ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଭାରତ ସରକାର ଯେଉଁ ବଜେଟ ପ୍ରସ୍ତୁତ କରନ୍ତି ଗତ ବର୍ଷ ତାହାର ଆର୍ଥିକ ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨ ଶହ କୋଟି ଟଙ୍କା। ଏଥିରୁ ଅଧିକ ଟଙ୍କାର ସମ୍ପତ୍ତି ଆଜିର ତାରିଖରେ ଦେଶର ୬୩ ଜଣ ବ୍ୟବସାୟୀଙ୍କ ହାତରେ ରହିଛି। ପୂରା ଦେଶର ବାର୍ଷିକ ବଜେଟ ଯଦି ୬୩ ଲୋକଙ୍କର ବ୍ୟକ୍ତିଗତ ମାଲିକାନାରେ ରହେ, ତାହେଲେ କୌଣସି ବି ଦେଶ ଆର୍ଥିକ ସମାନତା ହାସଲ କରି ପାରବ କି? ଭାରତର ସମ୍ବିଧାନ ଆମକୁ “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”ର ପ୍ରତିଶ୍ରୁତି ଦେଇଥିଲା। ଆଜିର ତାରିଖରେ ଆର୍ଥିକ ଅସମାନତାର ଏହି ବିକଳ ଚିତ୍ର ଦେଖିଲା ପରେ, ଆମେ ଆମର ସାମ୍ବିଧାନିକ ପ୍ରତିଶ୍ରୁତି ରଖିବାରେ ସଫଳ ହୋଇଛୁ ବୋଲି ଭାବୁଛୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବାଲୁଗାଁ ଚିଲିକା କୂଳରେ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍‌ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି।  ତାଙ୍କ ପିତାଙ୍କ ନାମ ନକୁଳସାହୁ ହୋଇଥିବାବେଳେ ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି। ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର…

Read More

ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅଫିସ ତରଫରୁ ମଧ୍ୟ ଏହି ଛୁଟି ସଂପର୍କରେ ଅବଗତ କରାଯାଇଛି। ଆସନ୍ତା ଜାନୁୟାରୀ 23 ତାରିଖରେ ନେତାଜୀ ସୁବାଷ ବୋଷଙ୍କ 123 ତମ ଜନ୍ମ ଜୟନ୍ତି ଥିବାରୁ ଏହି ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା ସହିତ ସୁବାଷ ବୋଷଙ୍କ ସଂପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଝାଡଖଣ୍ଡ ନେତାଜୀ ସୁବାଷ ବୋଷଙ୍କ ମଧ୍ୟ ଅନ୍ୟତମ କର୍ମ ଭୂମି ଥିଲା। ଭାରତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ, ତାହା କେହି ବି ଭୁଲିପାରିବେ ନାହିଁ ବୋଲି ସୋରେନ କହିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ବୋଲି ସୋରେନ ତାଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ,…

Read More

ସମୀକ୍ଷା ବ୍ୟୁରୋ ଫେବୃଆରୀ ୧୪ ତାରିଖରୁ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅଧିବେଶନ ଆରମ୍ଭ କରାଯିବା ନେଇ ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁସାରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ଗୃହରେ ତାଙ୍କର ଅଭିଭାଷଣ ରଖିବେ।  ଫେବୃଆରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2020- 2021 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।  ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ ତାରିଖଠାରୁ ଆରମ୍ଭ କରାଯାଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ସମୁଦାୟ ୩୨ଟି କାର୍ଯ୍ୟ ଦିବସ ଉକ୍ତ ଅଧିବେଶନ ପାଇଁ ନିର୍ଦ୍ଧାରଣ କରାଯାଇଛି। ଫେବୃୟାରୀ 1 ତାରିଖରେ କେନ୍ଦ୍ର ବଜେଟ…

Read More

ଚେନ୍ନାଇ : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀ ନିଜର ଦ୍ବିତୀୟ ତାମିଲ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାମିଲ ସୁପରଷ୍ଟାର ଅଜିତ୍‌ କୁମାରଙ୍କ ଅପକମିଙ୍ଗ ଫିଲ୍ମ ବାଲିମଇରେ ଅଜିତଙ୍କ ବିପକ୍ଷରେ ହୁମା ନଜର ଆସିବାକୁ ଯାଉଛନ୍ତି । ଅଜିତ୍‌ଙ୍କ ସହିତ ଫିଲ୍ମ ନେଇ ହୁମା କିମ୍ବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ହୁମାଙ୍କ ଟ୍ବିଟ୍‌ରୁ ଦ୍ବିତୀୟ ଫିଲ୍ମ ନେଇ ସ୍ପଷ୍ଟ ହୋଇଛି । ମୁମ୍ବାଇରେ ଉମଙ୍ଗ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ହୁମା ଏକ ଟ୍ବିଟ୍‌ କରିଥିଲେ । ଚେନ୍ନାଇରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଥିବା କାରଣରୁ ଉମଙ୍ଗରେ ଯୋଗ ଦେଇ ପାରିବେ ନାହିଁ ବୋଲି ଟ୍ବିଟ୍‌ କରିବା ପରେ ଏହି ଖବର ପ୍ରକାଶ ପାଇଛି । (ଏଜେନ୍ସୀ)

Read More

ମୁମ୍ବାଇ : ଭାରତରେ ସାଇବର୍‌ ଆକ୍ରମଣ ହ୍ରାସ ପାଇଛି । ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ ସାଇବର ଆକ୍ରମଣରେ 40.4 ପ୍ରତିଶତ ହ୍ରାସ ପାଇଛି । 2018ରେ ଦେଶରେ ସାଇବର ଆକ୍ରମଣ 38.8 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ 2019ରେ ହ୍ରାସ ପାଇବା ଏକ ଭଲ ସଙ୍କେତ ବୋଲି କାସ୍ପରସ୍କାଏ ପକ୍ଷରୁ ପ୍ରକାଶ କରାଯାଇଛି । କାସ୍ପରସ୍କାଏ ବ୍ୟବହାରକାରୀଙ୍କୁ ବାର୍ଷିକ ଅନ୍ତତଃ ଥରେ ଆକ୍ରମଣ କରାଯାଇଛି ଯାହାକି ବିଗତ ବର୍ଷ ମାନଙ୍କ ତୁଳନାରେ ସର୍ବନିମ୍ନ ବୋଲି କାସ୍ପରସ୍କାଏ ଦକ୍ଷିଣ ଏସିଆ ଜେନେରାଲ ମ୍ୟାନେଜର ଦୀପେଶ କରୁଆ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବରଗଡ ଗସ୍ତ ସମୟରେ ସମଲେଶ୍ବରୀ ମନ୍ଦିର ଏବଂ ହୀରାକୁଦ ପରିଦର୍ଶନ କରିଛନ୍ତି । ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇଁ ଘୋଷଣା କରିଥିଲେ । ମନ୍ଦିରର ବିକାଶ ପାଇଁ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୀରାକୁଦରେ ଜଳକ୍ରୀଡାର ବିକାଶ ସହିତ ଉଦ୍ୟାନ ଏବଂ ସମ୍ମିଳନୀ କକ୍ଷ ସ୍ଥାପନ କରାଯାଇ ହୀରାକୁଦକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Read More

ଟୋକିଓ : ବିଶ୍ବର ପ୍ରଥମ ରାଷ୍ଟ୍ର ଭାବରେ 6 ଜି ଲଞ୍ଚ କରିବାକୁ ଯାଉଛି ଏହି ରାଷ୍ଟ୍ର । ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ 5ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ 6ଜି ଲଞ୍ଚ କରିବାକୁ ଯାଉଛି ଜାପାନ । ଆସନ୍ତା 2030 ମସିହାରେ ଜାପାନ 6ଜି ଲଞ୍ଚ କରିବାକୁ ଯାଉଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ମତ ଦିଆଯାଇଛି । 5ଜିର ସ୍ପିଡ୍‌ ଅପେକ୍ଷା ଏହାର ସ୍ପିଡ୍‌ 10 ଗୁଣା ଅଧିକ ରହିବ ବୋଲି ଜାପାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଟାକାଓ ସାନାଏ ମତ ଦେଇଛନ୍ତି । 6ଜି ଇଣ୍ଟରନେଟ୍‌ ସେବା ପାଇଁ ବୈଷୟିକ କୌଶଳ ନିମନ୍ତେ ଜାପାନ ସରକାର ଏନ୍‌ଟିଟି ଏବଂ ତୋଷିବା ସହିତ ଚୁକ୍ତି କରିଛନ୍ତି । 6ଜି ଇଣ୍ଟରନଟ ସେବା ପାଇଁ ଜାପାନ ସରକାର 7 ବିଲିୟନ୍‌ ଡଲାରର ବଜେଟ୍‌ ସ୍ଥିର କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । ପୂର୍ବରୁ ଅନ୍ୟତମ ସହଯୋଗୀ ଅକାଳୀ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ଜେଜେପି ବିଜେପିକୁ ସମର୍ଥନ କରୁଛି । ମାତ୍ର ବର୍ତ୍ତମାନ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀ ଅନ୍ୟ ଚିହ୍ନରେ ନିର୍ବାଚନ ଲଢିଲେ ଏହା ସର୍ବସାଧାରଣରେ ଏକ ଅଲଗା ପ୍ରତିଛବି ସୃଷ୍ଟି କରିବ । ତେଣୁ ଦଳ ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ବୋଲି ଚୌତାଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ସେନାର ଯବାନ ହୋଇଥିବା ବେଳେ ଅନ୍ୟ ଜଣେ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ପିଓ ଅଟନ୍ତି । ଟ୍ରାଲର ଜାଣ୍ଡ ଗ୍ରାମରେ ପୋଲିସ୍‌ ଏବଂ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଗୁଳିଚାଳନା ଘଟିଥିଲା । ଦୁଇ ସୁରକ୍ଷା ଅଧିକାରୀ ଗୁଳି ମାଡରେ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲ ନିଆଯିବା ରାସ୍ତାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିନଥିବା ବେଳେ ଉଭୟଙ୍କ ନିକଟରୁ 4ଟି ରାଇଫଲ୍‌ ଜବତ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କଟକ : କଟକର ଡ୍ରିମ୍‌ସରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଚଳିତ ସିଜିନ୍‌ର ପ୍ରଥମ ପରାଜୟ ବରଣ କରିଛି ଓଡିଶା । ଷଷ୍ଠ ମ୍ୟାଚ୍‌ ଖେଳୁଥିବା ଓଡିଶାକୁ 4 ଓ୍ବିକେଟ୍‌ରେ ପରାସ୍ତ କରିଛି ପରଭେଜ୍‌ ରସୁଲଙ୍କ ଜମ୍ମୁ କାଶ୍ମୀର । ଜମ୍ମୁ କାଶ୍ମୀର ସମ୍ମୁଖରେ 204 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ 6 ଓ୍ବିକେଟ ହରାଇ ବିଜୟ ହାସ କରି ନେଇଥିଲା । ଜମ୍ମୁ କାଶ୍ମୀର ପକ୍ଷରୁ ଓପ୍ନର ସୂର୍ଯ୍ୟାଂଶ ରାଇନା(69) ଏବଂ ଶୁଭମ ପୁନ୍ଦିର(45) ତୃତୀୟ ଓ୍ବିକେଟ୍‌ରେ 77 ରନ୍‌ ଯୋଡି ଦଳର ବିଜୟ ପକ୍କା କରିଥିଲେ । 116 ରନ୍‌ରେ ତୃତୀୟ ଓ୍ବିକେଟର ପତନ ପରେ ଦଳ ଲଗାତାର 4 ଓ୍ବିକେଟ ହରାଇ 163/6ରେ ପହଞ୍ଚିଥିଲା । ଏହି ସମୟରେ ଉଭୟ ଦଳ ନିକଟରେ ସମାନ ସୁଯୋଗ ରହିଥିଲା । ମାତ୍ର ଅବଦୁଲ ସମାଦ(30, 26 ବଲ୍‌) ଏବଂ ଆକ୍ବିବ୍‌ ନବି(26, 25…

Read More

ଜୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆସନ୍ତା ଜାନୁଆରୀ 28 ତାରିଖରେ ଜୟପୁର ବିଦ୍ୟାଧର ନଗରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ରାଲି କରିବେ। ଏହି ପଦକ୍ଷେପ ଦ୍ବାରା କଂଗ୍ରେସ ସିଏଏ ବିରୋଧରେ ଦେଶର ଯୁବବର୍ଗଙ୍କୁ ଏକତ୍ରିତ କରିବାର ପ୍ରୟାସ କରିବ। ଏହି ରାଲିରେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌, ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌, କଂଗ୍ରେସ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ଦଳର ଅନ୍ୟ ନେତା ପ୍ରମୁଖମାନେ ମଧ୍ୟ ଜୟପୁର ରାଲିରେ ସାମିଲ୍‌ ରହିବେ । ଏହି ରାଲିର ପ୍ରସ୍ତୁତି ଆରମ୍ଭ ହେଲାଣି ବୋଲି ଗେହଲଟ୍‌ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜସ୍ଥାନ ସରକାର ସିଏଏକୁ ବିରୋଧ କରିଛନ୍ତି । କେବଳ ରାଜସ୍ଥାନ ସରକାର ନୁହଁନ୍ତି, ପଶ୍ଚିମବଙ୍ଗ,  ପଞ୍ଜାବ ସହିତ ଆହୁରି ଅନେକ ରାଜ୍ୟ ଏହି ଆଇନକୁ ବିରୋଧ କରିଛନ୍ତି । (ଏଜେନ୍ସି)

Read More