Author: Samikhsya Bureau

କେଦାର ମିଶ୍ର ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିବା ଅପେକ୍ଷା କଂଗ୍ରେସ ଦଳ ନିଜେ ନିଜକୁ ଖତମ କରିଦେବାକୁ ପ୍ରତିଯୋଗିତା କରୁଛି ବୋଲି କହିବା ଅଧିକ ସମୀଚୀନ ହେବ। ରାଜ୍ୟ କଂଗ୍ରେସର ନେତୃତ୍ଵ ଆଜିର ତାରିଖରେ ସବୁଠୁ ଅସହାୟ ଓ ଭୟଭୀତ। ଦଳର ନା ଅଛି କ୍ଷମତା ନା ରହିଛି ସଂଗଠନ। ତଥାପି ଦଳ ଭିତରେ ମରାମରି, ଗୋଛି କଟାକଟି, ଓ କାଦୁଅ ଫୋପଡା ଫୋପଡି ଚାଲିଛି। ଆମେ ଦେଖିଲୁ, କଂଗ୍ରେସ ଭାବନା ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ବା ବାଉନ୍ସର ଜଗିଛନ୍ତି। ଯେତେବେଳେ ଗୋଟେ ଦଳର ନେତାଙ୍କୁ ବାଉନ୍ସର ଜଗିବା ଆରମ୍ଭ…

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି…

Read More

ମୁମ୍ବାଇ : ଆସନ୍ତା ଅଟୋ ଏକ୍ସପୋ 2020ରେ ଏକକାଳୀନ 14ଟି କାର୍‌ର ଲଞ୍ଚ କରିବାକୁ ଯାଉଛି । ଚଳିତ ବର୍ଷ ଭାରତୀୟ ବଜାରରେ ଦୁଇଟି ଏସ୍‌ୟୁଭି କାର ଲଞ୍ଚ କରିଥିବା ଏମ୍‌ଜି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରିଛି । ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏମ୍‌ଜି ପକ୍ଷରୁ ଏକ ଚାଳକ ବିହୀନ କାର୍‌ ଲଞ୍ଚ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । 14ଟି ପ୍ରୋଟୋଟାଇପ୍‌ ମଧ୍ୟରୁ 12ଟି ଏସ୍‌ୟୁଭି ଏବଂ ବିଳାସପୂର୍ଣ୍ଣ ବର୍ଗର କାର ରହିଥିବା ବେଳେ 2ଟି ସ୍ବୟଂଚାଳିତ ଏମ୍‌ଭିପି ଶ୍ରେଣୀର କାର ରହିବ । ଏହା ସହିତ ସ୍ବୟଂଚାଳିତ କାର୍‌ ମଧ୍ୟରୁ ଗୋଟିଏ ଏବଂ ସମୁଦାୟ 7ଟି ବିଦ୍ୟୁତ୍‌ଚାଳିତ ପ୍ରୋଟୋଟାଇପ୍‌ ରହିବ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସାଙ୍ଘାଇରେ ବିଶ୍ବ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ ।

Read More

ଲକ୍ଷ୍ନୌ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଜଣେ 6 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହଜାରା ବାଘ କୋର୍ଟଙ୍କ ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଅଭିଯୁକ୍ତ ବବ୍‌ଲୁ ନାବାଳିକା ଜଣକୁ ଖେଳାଇବା ପାଇଁ ନେଇ ଦୁଷ୍କର୍ମ କରିବା ସହିତ ଗଳାକାଟି ହତ୍ୟା କରିଥିଲା । ହଜାରା ବାଗ ପୋଲିସ ଅଭିଯୁକ୍ତର ଘର ତଲାସ କରି ଖଟତଳୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହିତ ବବ୍‌ଲୁକୁ ଗିରଫ କରିଥିଲା । ପୋକ୍ସୋ ଆଇନ୍‌ ଆଧାରରେ ଅଭିଯୁକ୍ତ ବବ୍‌ଲୁକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

Read More

ମୁମ୍ବାଇ : ହଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଗାୟିକା ଆରିଆାନା ଗ୍ରାଣ୍ଡେ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ସ୍ମୃତିରେ ଏକ ଗୀତ ଗାଇବାକୁ ଯାଉଛନ୍ତି । ଆରିଆନାଙ୍କ ପୂର୍ବ ବୟଫ୍ରେଣ୍ଡ ମ୍ୟାକ୍‌ ମିଲରଙ୍କ ଦେହାନ୍ତର ଦେଢ ବର୍ଷ ପରେ ଆରିଆନା ଏହି ଗୀତଟିକୁ ଗାଇବାର ନିଷ୍ପତ୍ତି ନେଇଛନ୍ତି । ମିଲରଙ୍କ ଲିଖିତ ଗୀତ ‘ଆଇ କ୍ୟାନ୍‌ ସି’ ଗାଇବା ନେଇ ଆରିଆନା ଶୁକ୍ରବାର ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରିଛନ୍ତି । ମିଲରଙ୍କ ଆସନ୍ତା ମୃତ୍ୟୁ ବାର୍ଷିକୀରେ ଏହି ଗୀତ ରିଲିଜ୍‌ କରିବାକୁ ଯାଉଥିବା ନେଇ ଆରିଆନା ଗ୍ରାଣ୍ଡେ ସୂଚନା ଦେଇଛନ୍ତି ।

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଶୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖରେ ଫାଶୀ ଦଣ୍ଡାଦେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ 1 ସକାଳ 6ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଭିଯୁକ୍ତ ବିନୟ ଏବଂ ମୁକେଶ ସିଂଙ୍କ ପକ୍ଷରୁ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାରର ନାବାଳକ ହେବା ନେଇ ଆବେଦନ କରିଥିଲେ । ପୂର୍ବରୁ ଦୁଇ ଅଭିଯୁକ୍ତ ମୁକେଶ ଏବଂ ବିନୟ ରାଜକ୍ଷମା ଆବେଦନ କରିଥିବା ବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । (ଏଜେନ୍ସୀ)

Read More

ରାଞ୍ଚି : ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ ହୋଇଥିବା ଜଣାପଡିଛି । ଝାରଖଣ୍ଡରେ ଏହି ଘଟଣା ଘଟିଥିବା ଜଣାପଡିଛି । ହଜାରିବାଘର ପଦ୍ମାରେ ରହିଥିବା ପୋଲିସ୍‌ ପ୍ରଶିକ୍ଷଣ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ଯବାନ ମାନେ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ରାତ୍ରଭୋଜନ ପରେ ଯବାନ ମାନେ ଅସୁସ୍ଥ ହୋଇ ପଡିଥିଲେ । ଖାଇ ସାରିବା ପରେ ଯବାନ ମାନେ ବାନ୍ତି କରିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଣକ ପରେ ଜଣେ ଯବାନ ଅସୁସ୍ଥ ହେବାରୁ ସମସ୍ତ ଯବାନଙ୍କୁ ହଜାରିବାଘ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ 22 ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ଏହାକୁ ନେଇ ନାଟକର ଅବସାନ ଘଟୁନାହିଁ । ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ନାଟକୀୟ ଭାବରେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 2012 ମସିହାରେ ଦୁଷ୍କର୍ମ ସମୟରେ ସେ ନାବାଳକ ରହିଥିବା ନେଇ ପଓ୍ବନ୍‌ କୁମାର ଅଭିଯୋଗ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ବନ୍‌ଙ୍କ ସମାନ ଆବେଦନକୁ ଖାରଜ କରି ଦେଇଥିଲେ । ପୀଡିତାଙ୍କ ଓକିଲ ସୀମା କୁଶଓ୍ବାହା ଏହା ବିରୋଧରେ ଅପିଲ୍‌ କରିବା ସହିତ ଆବେଦନକୁ ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରାମହରି ଦାସ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋମ୍ୟା ବୋଷଙ୍କ ଦ୍ୱାରା ପ୍ରଥମେ ରାଗ-ରାଗମାଳିକା ଓ ତାଳ-ତାଳମାଳିକା ଉପରେ ନିବଦ୍ଧ ଅଭିନୟ ରାବଣକୃତ ଶିବ ତାଣ୍ଡବ ପରେ ପରେ ରାଗ-ଆରଭୀ ଓ ତାଳ-ଏକତାଳୀ ଉପରେ ପର୍ଯ୍ୟବେସିତ ଅଭିନୟ କୃଷ୍ଣ ତାଣ୍ଡବ ନାଚନ୍ତି ରଙ୍ଗେ ଶ୍ରୀ ହରୀ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ସୁଜାତା ମହାପାତ୍ର । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ…

Read More

ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ସଂସ୍ଥା ତରଫରୁ ଟ୍ରାଫିକ ସଚେତନତା ପକ୍ଷ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ କଙ୍କୋରଡା ସହର ପରିକ୍ରମା କରି ଲୋକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଟ୍ରାଫିକ ନିୟମକୁ ମାନିବା, ହେଲମେଟ ବ୍ୟବହାର, ଧିରେ ଯାନବାହାନ ଚଳାଇବା ସହିତ ମଦ୍ୟପାନ କରି ଗାଡି ନ ଚଳାଇବା ପାଇଁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପରବର୍ତ୍ତୀ ସମୟରେ କଲେଜ ପରିସରରେ ଏକ ସଭା ଆୟୋଜନ କରି ରାଷ୍ଟ୍ରୀୟ ସେବା ସଂସ୍ଥାର ପୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାହୁ, ଆଶାଲତା ପଟ୍ଟନାୟକ ଓ ତୀର୍ଥବ୍ରତ ସାହୁ ଛାତ୍ରଛାତ୍ରୀଙ୍କ ସହିତ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା,ଅର୍ଥନୀତି ବିଭାଗର ଅଧ୍ୟାପକ ଅଶୋକ କୁମାର…

Read More

ମୁମ୍ବାଇ : ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲେ ବେଜୋସ୍‌ । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ଶୁକ୍ରବାର ନୂତନ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଆମାଜନ୍‌ ଭାରତରେ ନିରନ୍ତର ନିବେଶ କରିବ ଯାହା ଫଳରେ ଅନ୍ୟୁନ 10 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହି ସମସ୍ତ ନିଯୁକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କରାଯିବ ବୋଲି ବେଜୋସ୍‌ ସୂଚନା ଦେଇଛନ୍ତି । ଭାରତର ସମସ୍ତ କ୍ଷୁଦ୍ର ବ୍ୟବସାୟକୁ ମୁଖ୍ୟ ଧାରାରେ ସାମିଲ କରାଯିବା ସହିତ ଅନ୍‌ଲାଇନ୍‌ କରାଯିବାର ପ୍ରୟାସ କରାଯିବ ବୋଲି ବେଜୋସ୍‌ କହିଛନ୍ତି ।

Read More

ହୋବାର୍ଟ : ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଅନ୍ତର୍ଜାତୀୟ ସର୍କିଟ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ସାନିଆ ହୋବାର୍ଟ ଇଣ୍ଟରନ୍ୟାସନାଲ ଟେନିସ୍ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଚୀନ୍‌ ଓପନ ସେମିଫାଇନାଲ୍‌ ପରଠାରୁ ଦୀର୍ଘ ଦୁଇ ବର୍ଷ ଟେନିସ୍‌ରୁ ଦୂରେଇ ରହିଥିବା ସାନିଆ ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କ ସହିତ ଖେଳି ସେମିରେ ବିଜୟୀ ହୋଇଛନ୍ତି । ସେମି ଫାଇନାଲ ମୁକାବିଲାରେ ସାନିଆ-କିଚିନୋକ୍‌ ଯୋଡି ମେରୀ ବୁଜକୋଭା ଏବଂ ତମାରା ଜିଡାନ୍‌ସେକ୍‌ଙ୍କୁ 7-6(3) ଏବଂ 6-2 ସେଟ୍‌ରେ ପରାସ୍ତ କରିଥିଲେ । ମାତ୍ର ଏକ ଘଣ୍ଟା 24 ମିନିଟରେ ସାନିଆ-କିଚିନୋକ୍‌ ଯୋଡି ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ନିର୍ଭୟା ମା’ଙ୍କ ଅଭିଯୋଗ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଭାରତୀୟ ଜନତା ଦଳକୁ ଟାର୍ଗେଟ କରିଛନ୍ତି। କେଜ୍‌ରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ପ୍ରସଙ୍ଗରେ ନିର୍ଭୟାଙ୍କ ମା’କୁ କେହି ଭ୍ରମିତ କରି ରାଜନୀତି କରୁଛନ୍ତି। ଦିଲ୍ଲୀ ସରକାର ନିଜ କାମକୁ କିଛି ଘଣ୍ଟାରେ ପୂରା କରିଛି। କିଛି ଦିନ ପୂର୍ବରୁ ଯେତେବେଳେ ପ୍ରଥମେ ଦୟା ଯାଚିକା ଆସିଥିଲା, କିଛି ଘଣ୍ଟା ଭିତରେ ଏହାକୁ ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଦୋଷୀଙ୍କ ଫାଶୀ ବିଳମ୍ବରେ ଦିଲ୍ଲୀ ସରକାରଙ୍କ କିଛି ରୋଲ୍‌ ନାହିଁ ବୋଲି କହିଛନ୍ତି କେଜରୀଓ୍ବାଲ। ଏହି ଘଟଣାରେ ପ୍ରକାଶ ଜାଭେଡକର ରାଜନୀତି କରୁଛନ୍ତି । କେଜରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ମା’ଙ୍କୁ କେହି ମିସ୍‌ ଗାଇଡ୍‌ କରୁଛନ୍ତି । ଆମେ ତ ଯଥାଶୀଘ୍ର ଦୋଷୀଙ୍କୁ ଫାଶୀ ମିଳୁ ବୋଲି ଚାହୁଁଛୁ। କେଜରୀଓ୍ବାଲା କହିଛନ୍ତି ଯେ, ଦିଲ୍ଲୀ ପୋଲିସ୍‌ ଆମ ପାଖରେ ଅଛନ୍ତି…

Read More