ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ମଣ୍ଡଳୀ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ସିନେମା ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ପ୍ରଣବ ପ୍ରକାଶ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବାରୁ କୁଚିଣ୍ଡାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜୁ ଜନତା ଦଳ ଲୋକଙ୍କ ଦଳ। ନେତାଙ୍କୁ ଜନତା ଦରକାର, ଜନତା ଙ୍କୁ ନେତା ନୁହେଁ। ତେଣୁକରି ଆମେ ସମସ୍ତେ ସମାନ ବୋଲି କହି ପ୍ରଣବ ପ୍ରକାଶ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛନ୍ତି। ଏଣୁ ସମସ୍ତ ମତଭେଦ ଦୂର କରି ସମସ୍ତେ ଏକ ହୋଇ ଦଳ ପାଇଁ କାମ କରିବା ସହିତ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ…
Author: Samikhsya Bureau
ଭୁବନେଶ୍ବର: ଶେଷରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ଟିକେଟ ଦେଇଛି। ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ବହୁ ଆଶାୟୀ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ 4ଥର ବିଧାୟକ ଏବଂ 5 ଥର ସାଂସଦ ହୋଇଥିବା ବାବ ପ୍ରସନ୍ନ ପାଟ୍ଟଶାଣୀ। ସେ ଦୁଇ ତିନିଥର ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ମାରିନେଲେ ରଘୁନାଥ। ତେବେ ଏହି ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛିନ୍ତି ଯେ, ପରବର୍ତ୍ତି ଅଭିମୁଖ୍ୟ କଣ ହେବ ତାହା ପରେ ଜଣାପଡିବ। ବର୍ତ୍ତମାନ ମୁଁ ବିଜେଡିରେ ଅଛି। ମୋ ପାଇଁ ପଦବୀ ବଡ ନୁହେଁ, ମାନ ସମ୍ମାନ ହେଉଛି ବଡ। ଦଳର ଜଣେ ଶୃଙ୍ଖଳିତ କର୍ମି ଭାବରେ କାର୍ଯ୍ୟ କରୁଛି। ହେଲେ ରାଜନୀତିରେ ସମୟ ବଡ ବଳବାନ। କିଏ ରହିବ କିଏ ଯିବ ତାହା କହିବା ମୁସ୍କିଲ, ତାହା ସମୟ କେବଳ କହିବ ବୋଲି…
ଭୁବନେଶ୍ବର: ସରପଞ୍ଚରୁ ସିଧା ବିଧାୟକ ପ୍ରାର୍ଥୀ। ତାହା ପୁଣି ବିଜୁ ଜନତା ଦଳର। ଏପରି ସୁଯୋଗ କେବଳ ଭାଗ୍ୟରେ ଥିଲେ ମିଳେ। ଆଜି ବିଜୁ ଜନତା ଦଳ ତରଫରୁ ଘୋଷଣା ହୋଇଥିବା ନଅ ଜଣିଆ ପ୍ରାର୍ଥୀ ତାଲିକାରେ ଜଣଙ୍କର ନାମ ରହିଛି। ସେ ହେଉଛନ୍ତି ବିଦ୍ୟାସ୍ମିତା ମହାଲିକ। ରେମୁଣାର ବିଜେଡି ବିଧାୟକ ପ୍ରାର୍ଥୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଦ୍ୟାସ୍ମିତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ କିଏ ସେହି ବିଦ୍ୟାସ୍ମିତା ବୋଲି ଖୋଜା ପଡିଛି। ଏପରିକି ରେମୁଣା ନିର୍ବାଚନ ମଣ୍ଡଳିରେ ମଧ୍ୟ ଅନେକ ଜାଣନ୍ତି ନାହିଁ ବିଦ୍ୟାସ୍ମିତା କିଏ। ହେଲେ ପରବର୍ତ୍ତି ସମୟରେ ଜଣାପଡିଲା ଯେ, ସେ ହେଉଛନ୍ତି ରେମୁଣା ପତ୍ରିପାଲ ପଞ୍ଚାୟତର ସରପଞ୍ଚ। ଜଣେ ସରପଞ୍ଚଙ୍କୁ ସିଧା ବିଧାୟକ ପ୍ରାର୍ଥୀ କରିବା ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଘୋଷଣା ପରେ ଖୋଦ ବିଦ୍ୟାସ୍ମିତା ନିଜକୁ ସମ୍ଭାଳି ପାରି ନ ଥିଲେ। ଆନ୍ଦନରେ ସେ କାନ୍ଦି ପକାଇଥିଲେ। କହିଥିଲେ…
ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି। ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ…
ଭୁବନେଶ୍ବର: ଶେଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେଡି। ସେ ବଡଚଣାରେ ଲଢେଇ କରିବେ ବୋଲି ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଡଚଣାରେ ବର୍ତ୍ତମାନ ବିଧାୟକ ଅଛନ୍ତି ଅମର ଶତପଥୀ। ସେ ସେଠାରେ ଦୀର୍ଘ ବର୍ଷ ଧରି ରାଜନୀତି ସହିତ ଅଛନ୍ତି। ହେଲେ ଦଳ ତାଙ୍କୁ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାପଡିଥିଲା। ତେବେ ବଡଚଣାରେ ଅମରଙ୍କ ସହିତ ଆହୁରି ଅନେକ ଆଶାୟୀ ଥିଲେ। ହେଲେ ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା। ନିକଟରେ ସେ ବିଜେଡିରେ ଯୋଗଦେବା ପରେ ଦଳ କେଉଁଠାରୁ ଛିଡା କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଯାହା ଆଜି ସେହି ଚର୍ଚ୍ଚାରେ ଭଟ୍ଟା ପଡିଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନେ ହେଲ ଚିଲିକା- ରଘୁନାଥ ସାହୁ ଆନନ୍ଦପୁର- ଅଭିମନ୍ୟୁ ସେଠୀ ସାରସକଣା- ଦେବାଶୀଷ ମାରାଣ୍ଡି କରଞ୍ଜିଆ- ବାସନ୍ତି ହେମ୍ବ୍ରମ ରେମୁଣା- ବିଦୁସ୍ମିତା ମହାଲିକ ସିମୁଳିଆ- ସୁଭାଶିନୀ ସାହୁ ବଡଚଣା- ବର୍ଷା ପ୍ରିୟଦର୍ଶିନୀ କେନ୍ଦ୍ରାପଡା-ଗଣେଶ୍ବର ବେହେରା ଚମ୍ପୁଆ- ସନାତନ ମାହାକୁଡ
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଜନ ପଟ୍ଟନାୟକ ବିଜେପିରେ ସାମିଲ ହେବେ। ଏ ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ପ୍ରସନ୍ନ ପାଟ୍ଟଶାଣି ଗତ କିଛିଦିନ ଧରି ଚିଲିକାରୁ ଟିକେଟ ପାଇବେ ବୋଲି ଚେଷ୍ଠା କରିଥିଲେ। ହେଲେ ଦଳ ତରଫରୁ କୌଣସି ସବୁଜ ସଙ୍କେତ ନ ମିଳିବାରୁ ସେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ଫଳରେ ସେ ବିଜେପିରେ ମିଶିବେ ବୋଲି କୁଆଡେ ତାଙ୍କ ପାଖ ଲୋକ ପ୍ରଚାର କରିଦେଲେଣି। ସେହିପରି ବିଜେଡିରୁ ବହିସ୍କୃତ ହୋଇଥିବା ଖଣ୍ଡପଡା ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି। କାରଣ ସେ ଏଥର ନିର୍ବାଚନ ରଣାଙ୍ଗନରେ ଯଦି ନ ଛିଡା ହୁଅନ୍ତି ତେବେ ତାଙ୍କର ରାଜନୈତିକ କ୍ୟାରିୟରେ ଏକ ପ୍ରକାର ସମାପ୍ତ ହୋଇଯିବ। ସେଥିପାଇଁ ସେ ବିଜେପିରେ ସାମିଲ ହୋଇ ନୂଆ ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଜଣାପଡିଛି। ସୁତ୍ର ଅନୁସାରେ ଉଭୟ ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ…
ନୂଆଦିଲ୍ଲୀ: ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ଆଜି ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ତାମିଲନାଡୁରେ ପ୍ରଖ୍ୟାତ ଅଭିନେତାମାନେ ସକାଳୁ ଧାଡିରେ ଛିଡା ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଅଭିନେତା ଅଜିଥ କୁମାର ଆଜି ଭୋଟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବୁଥ ନିକଟରେ ପହଞ୍ଚିଥିଲେ। ଏହା ପରେ ପରେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ। ଉଭୟ ଭୋଟ ଦେବା ପରେ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଭୋଟ ଗ୍ରହଣ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦…
Lok Sabha Elections 2024: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶୁକ୍ରବାର ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ଭୋଟରମାନେ ଆଜି ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ସେମାନଙ୍କର ମତାଧିକାର ସାବସ୍ତ କରିପାରିବେ। ଗତ ୨୦୧୯ ରେ ଶେଷ ସାଧାରଣ ନିର୍ବାଚନ ମଧ୍ୟ ସାତୋଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୬.୬୩ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି, ଯେଉଁଥିରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଭେଟରାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନେ ହେଲ ନିତିନ ଗଡକରୀ, କିରେନ ରିଜିଜୁ, ଭୁପେନ୍ଦ୍ର ଯାଦବ ଏବଂ ଅର୍ଜୁନ ରାମ ମେଘୱାଲ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଅଛନ୍ତି।
ଭୁବନେଶ୍ବର: ଅଳ୍ପ କିଛି ଆସନ ଛାଡି ଦେଲେ ବର୍ତ୍ତମାନ ସବୁ ଦଳ ପ୍ରାୟ ପ୍ରାର୍ଥୀ ଦେଇସାରିଲେଣି। ବର୍ତ୍ତମାନ ଘୋଷିତ ହୋଇଥିବା ଆସନ ଅନୁସାରେ କଂଗ୍ରେସ ସର୍ବାଧିକ ଆସନରେ ପ୍ରାର୍ଥି ଦେବ। ହିସାବ ଅନୁସାରେ ବର୍ତ୍ତମାନ ବିଜେଡି ୨୧ ଟି ଆସନରେ, ବିଜେପି ୧୬ ଟି ଆସନ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବ। ଏ ସବୁ ଆସନ ତିନି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। ତେବେ ଏହି ବାକିଥିବା ଆସନରେ କେଉଁଠି ବିଜେପି ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଦେଇ ନାହିଁ କି ବିଜେଡି ପ୍ରାର୍ଥୀ ଦେଇ ନାହିଁ। କେଉଁଠି ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି କି କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ଏହି ଆସନ ଭିତରେ ଏମିତି ତିନୋଟି ଆସନ ଅଛି ଯେଉଁଠି କୌଣସି ଦଳ ଆଦୌ ପ୍ରାର୍ଥୀ ଦେଇ ନାହାଁନ୍ତି। କେବଳ ଛକାଛକି ହୋଇ କେହି ପ୍ରାର୍ଥୀ ଦେଉ…
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଶେମିଳିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ରୋବେଲ କଡମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ପାଙ୍ଗୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ପାଙ୍ଗୀ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରୋବେଲ କଡମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,…
ଭୁବନେଶ୍ବର: ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଗାମୀ ରାଜନୈତିକ କ୍ୟାରିୟର ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ନେଇଛନ୍ତି। ଅନୁଭବଙ୍କ ସହିତ ଛାଡପତ୍ର ପରେ ବିଜେଡି ତାଙ୍କୁ ଦଳରେ ସାମିଲ କରାଇଛି। ସେପଟେ ଅନୁଭବ ବିଜେପିରେ ସାମିଲ ହୋଇଛନ୍ତି। ତେବେ ବର୍ଷାଙ୍କୁ ବିଜେଡି କେଉଁଠି ପ୍ରାର୍ଥୀ କରିବ କି ପ୍ରଚାର ମଇଦାନରେ ଅବତିର୍ଣ୍ଣ କରାଇବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ। ତେବେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ବର୍ଷାଙ୍କୁ କେଉଁଠି ଲଢିବା ପାଇଁ ଆସନ ନାହିଁ। ସେଥିପାଇଁ ସାଧାରଣରେ ଆଲୋଚନା ହେଉଛି ଅନୁଭବ ଯଦି କେଉଁଠାରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ପ୍ରଚାର କରିବା ପାଇଁ ଦଳ ବର୍ଷାଙ୍କୁ ପ୍ରସ୍ତୁତ କରି ରଖିବ।
ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ। ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ…
ଭୁବନେଶ୍ୱର: କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ସାମନ୍ତ ଓ ଶ୍ରୀ ନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ସାମନ୍ତ ଓ ଶ୍ରୀ ନାୟକ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କମଳାକାନ୍ତ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ…
ଭୁବନେଶ୍ବର: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଥାନ୍ତି। ସେଥିରେ ଭୋଟରଙ୍କୁ ଦଳ ତରଫରୁ ବହୁ ପ୍ରତିଶୃତି ଦିଆଯାଇଥାଏ। ସେହି ଅନୁସାରେ ଭୋଟର ସେମାନଙ୍କ ଦଳକୁ ମନୋନିତ କରିଥାନ୍ତି। ସେହିପରି ବିଜେଡି ତାହାର ଇସ୍ତାହାର ଏକ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରିବାକୁ ଚାହିୁଁଛି। ବିଜେଡି ଏଥର ଲୋକମାନଙ୍କୁ ଇସ୍ତାହାରରେ ସେମାନଙ୍କ ମତ ରଖିବା ପାଇଁ ଆହ୍ବାନ କରିଛି। ଦଳର ନେତା ତଥା 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି ସକାଳେ ସେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ପାଣ୍ଡିଆନ କହିଛନ୍ତି ଯେ, ବିଜୁ ଜନତା ଦଳ ବର୍ତ୍ତମାନ ତାହାର ଇସ୍ତାହାର ପ୍ରସ୍ତୁତ କରୁଛି। ଆପଣମାନେ ଆପଣଙ୍କ ମତ ଦେଇପାରିବେ। ଆପଣଙ୍କ ମତଙ୍କୁ ମୁଖ୍ୟମନ୍ତ୍ରୀ ବେଶ ଗୁରୁତ୍ବ ପ୍ରଦାନ କରନ୍ତି। ଏହା ହେଉଛି ଆପଣଙ୍କ ସରକାର।…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ପ୍ରାୟ ସବୁସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ପ୍ରବାହିତ ହୋଇଛି। ତେବେ ଆଜି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଭୁବନେଶ୍ୱରରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ର ଥିଲା। ଝାରସୁଗୁଡା ୪୨.୬ ଡିଗ୍ରୀ,ବାଲେଶ୍ୱର ୪୨.୨ ଡିଗ୍ରୀ,ସମ୍ବଲପୁର: ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ , ରାଉରକେଲା: ୪୦.୨ଡିଗ୍ରୀ , ପାରାଦ୍ୱୀପ ୩୬.୩ ଡିଗ୍ରୀ, ପୁରୀ : ୩୫ ଡିଗ୍ରୀ ଏବଂ ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ହୋଇଛି। ଏହି ତାତି ଆହୁରି ଦୁଇଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି।
ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଯେହେତୁ ଆଜିଠୁ ବିଧିବଦ୍ଧ ଭାବରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥି ପାଇଁ ଆଜିର ଦିନକୁ…
ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରେସ୍ବାର୍ତ୍ତା ଦେଇଥିଲେ। ଏହି ଅବସରେ ସେ ଗଣମାଧ୍ୟମ ସମ୍ମୁଖରେ ନର୍ବାଚନର ସାମଗ୍ରିକ ପ୍ରସ୍ତୁତି, ନାମାଙ୍କନ ପ୍ରକ୍ରିୟା ଓ ତାରିଖ, ନିର୍ବାଚନ ତାରିଖ ଓ ସମୟ, ସୁରକ୍ଷା ବ୍ୟବସ୍ଥା, ଜବତ ହୋଇଥିବା ସାମଗ୍ରୀର ଆର୍ଥିକ ମୂଲ୍ୟ, ଭୋଟର ତାଲିକା, ମହିଳା ଭୋଟର, ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ପ୍ରତିଟି ବୁଥ୍ରେ କରାଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ତା’ର କ୍ରିୟାନ୍ୱୟନ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଶ୍ରୀ ଧଳ ପ୍ରଚଣ୍ଡ ରୌଦ୍ରତାପରେ ହତାହତଶୂନ୍ୟ ଓ ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳଲକ୍ଷ୍ୟ ବୋଲି ମତପ୍ରକାଶ କରିଥିଲେ। ଓଡିଶାର ପ୍ରଥମ ନିର୍ବାଚନ ମେ…
ଭୁବନେଶ୍ବର: ବର୍ତ୍ତମାନ ନିର୍ବାଚନ ପାଖେଇ ଆସିବାରେ ଲାଗିଲାଣି। ଆସନ୍ତାକାଲି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୧୩ ମେ ୨୦୨୪ ସୋମବାରରେ ଓଡିଶାର ପ୍ରଥମ ନିର୍ବାଚନ ହେବ। ସେ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ହୋଇସାରିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୫ ଏପ୍ରିଲ। ହେଲେ ଏ ପର୍ଯ୍ୟନ୍ତ କୌଣସି ଦଳ ବିଧାନ ସଭା ପାଇଁ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁନ୍ତି। ରାଜ୍ୟର ପ୍ରମୁଖ ଦଳର ଘୋଷଣା ବାକି ଥିବା ଆସନ ସଂଖ୍ୟା ହେଲା ବିଜେଡି- ୨୧ ଟି ଆସନ ବିଜେପି- ୧୬ ଟି ଆସନ କଂଗ୍ରେସ- ୩୧ ଆସନରେ ପ୍ରାର୍ଥୀ ଦେବ
ଭୁବନେଶ୍ବର: ନିମାପଡା ବିଧାନସଭା ଆସନରୁ ବିଜେଡି ଟିକେଟ କଟିବା ପରେ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାସ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗତକାଲି ବିଜେଡି ଘୋଷଣା କରିଥିବା ତାଲିକାରେ ନିମାପଡାରେ ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ନିଜେ ତଥା ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ଆଜି ନିମାପଡାରେ ସମୀରଙ୍କ ସମର୍ଥକମାନେ ଏକ ସଭା କରି ତାଙ୍କର ଅସନ୍ତୋଷ ଝାଡିଛନ୍ତି। ସେମାନେ ସମସ୍ତେ ସମୀରଙ୍କ ପଛରେ ରହିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସମୀର ଦାସ ଯୋଗ ଦେଇ ବିଜେଡି ସଭାପତି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବେ ବୋଲି ନିବେଦନ କରିଛନ୍ତି। ତେବେ ତାଙ୍କର ଶହଶହ ସମର୍ଥକ ଆସନ୍ତା ଶନିବାର ଦିନ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବୀ କରିବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି କଂଗ୍ରେସ ତରଫରୁ ଓଡିଶାର 4ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏ ନେଇ ଏଆଇସିସି ତରଫରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ସେହି ତାଲିକା ଅନୁସାରେ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ସତ୍ୟବାଦୀ- ମନୋଜ ରଥ ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ ଭୁବନେଶ୍ବର ମଧ୍ୟ- ପ୍ରକାଶ ଚନ୍ଦ୍ର ଜେନା ଭୁବନେଶ୍ବର ଉତ୍ତର- ଅଶୋକ ଦାସ

