Author: Samikhsya Bureau

ଅହମ୍ମଦାବାଦ : ଗୁଜୁରାଟରେ ଜନୈକ 13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ 7 ଜଣଙ୍କୁ ଗିରଫ କରିଛି । ବିଗତ ତିନି ମାସ ମଧ୍ୟରେ ନାବାଳିକା ଜଣଙ୍କୁ ଏକାଧିକ ଧର ଗଣଦୁଷ୍କର୍ମ କରାଯାଇଛି । ସୁରଟରେ ଘଟିଥିବା ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଭରଚ୍ଛା, ଉଧ୍‌ନା ଏବଂ ଉତ୍ରନ୍‌ର ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ବୟସ 23ରୁ 55 ବର୍ଷ ବୟସ ମଧ୍ୟରେ ବୋଲି ପୋଲିସ୍‌ ପକ୍ଷରୁ ପ୍ରକାଶ କରାଯାଇଛି । ପୀଡିତାଙ୍କ ପିତାଙ୍କୁ ହତ୍ୟାର ଧମକ ଦେଇ ଅଭିଯୁକ୍ତ ମାନେ ଏହି ପାଶବିକ କାଣ୍ଡ ଭିଆଇଥିବା ଜଣାପଡିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,06/01: ଚନ୍ଦ୍ରଶେଖରପୁର ସ୍ଥିତ ରେଳବାଇ ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଲୋ ଇଣ୍ଡିଆ ଜର୍ସି ଉନ୍ମୋଚନ କରିଛନ୍ତି । ଆସନ୍ତା ଫେବୃୟାରୀ 22 ତାରିଖରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଦେଶର 6 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରମେଶ ପୋଖରିୟାଲ ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତିତ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଇଥିଲେ ।

Read More

ନୂଆଦିଲ୍ଲୀ : ଫିନଲାଣ୍ଡରେ ଏଣିକି ସପ୍ତାହକୁ ଚାରି ଦିନ କାମ କରିବାକୁ ପଡିବ । ଫିନଲାଣ୍ଡର ନବ ନିର୍ବାଚିତ ତଥା ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏହି ପ୍ରସ୍ତାବ ଦେଇଛନ୍ତି । ପରିବହନ ମନ୍ତ୍ରୀ ରହିଥିବା ବେଳେ ସାନା ଚାରି ଦିନିଆ ସପ୍ତାହର ପ୍ରସ୍ତାବ ଦେଇଥିଲେ ଯାହାକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ପରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସପ୍ତାହରେ 4 ଦିନ କାମ କରିବା ଦ୍ବାରା କର୍ମଚାରୀ କମ୍ପାନୀ ପାଇଁ ଠିକ୍‌ ଭାବରେ କାମ କରି ପାରିବେ ଏବଂ ତତ୍‌ସହିତ ପରିବାରର ମଧ୍ୟ ଉପଯୁକ୍ତ ଧ୍ୟାନ ରଖିପାରିବେ । ଏହା ସହିତ ସପ୍ତାହରେ 4 ଦିନ ପାଇଁ ଏବଂ ଦୈନିକ ମାତ୍ର 4 ଘଣ୍ଟା କାର୍ଯ୍ୟ କରିବାର ପ୍ରସ୍ତାବ ଦେଇଛନ୍ତି ସାନା । ସାନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ଲି ଆଣ୍ଡରସନ୍‌ ସମର୍ଥନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫିନ୍‌ଲ୍ୟାଣ୍ଡରେ ବର୍ତ୍ତମାନ ଦୈନିକ 8 ଘଣ୍ଟା ଏବଂ…

Read More

ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ କାମ ଆଧାରରେ ହେବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର କରିଥିବା କାମ ଆଧାରରେ ନିର୍ବାଚନ ଲଢାଯିବ ବୋଲି ସୋମବାର କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ସରକାରଙ୍କ ମାଗଣା ବିଦ୍ୟୁତ, ଜଳ ଏବଂ ଶିକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତିତ ମାଗଣା ଓ୍ବାଇଫାଇ, ମହିଳା ମାନଙ୍କୁ ମାଗଣା ବସ୍‌ ଏବଂ ମେଟ୍ରୋ ଯାତ୍ରା ଏବଂ ମୋହଲ୍ଲା କ୍ଲିନିକ୍‌ ପରି ସେବାର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ କାମ ଆଧାରରେ ଆପ୍‌ ପୁନର୍ବାର ସରକାର ଗଠନ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସୀ)

Read More

Kolar: Police baton-charges BJP and Pro Hindu activists after they gathered under the banner of Bharathiya Nagareekara Rakshana Vedikae during a rally to support the Citizenship Amendment Act (CAA) 2019 and attempted to take out a procession from SNR Circle to another circle without permission, in Karnataka’s Kolar on Jan 4, 2020. (Photo: IANS)

Read More

ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ…

Read More

ମୁମ୍ବାଇ : ମୋହିତ ସୁରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ମଲାଙ୍ଗର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରରେ ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ ଦେଖିବାକୁ ମିଳିଛି । ଆଶିକି-2 ଏବଂ ହାଫ୍‌ ଗର୍ଲଫ୍ରେଣ୍ଡ ପରେ ମୋହିତ ସୂରୀ ଥ୍ରୀଲର ଫିଲ୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହାକୁ ନେଇ ଫିଲ୍ମପ୍ରେମୀ ଉତ୍ସାହିତ ରହିଛନ୍ତି । ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ କୁନାଲ ଖେମୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିବା ବେଳେ ଅନୀଲ କପୁର ପୋଲିସ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଆଦିତ୍ୟଙ୍କ ସହିତ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । 2.45 ମିନିଟ୍‌ର ଟ୍ରେଲରରେ ସମସ୍ତ ଚରିତ୍ର ନଜର ଆସିଛନ୍ତି । ଆଦିତ୍ୟ ରୟ କପୁର ପ୍ରଥମ ଥର ପାଇଁ ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଛନ୍ତି । ଦିଶାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଆଦିତ୍ୟ ହତ୍ୟା କରୁଥିବାର ଦେଖିବାକୁ ମିଳିଛି । ଟ୍ରେଲରରେ…

Read More

କେଦାର ମିଶ୍ର ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି…. ଏ ଗୀତ ଓଡିଆ ସିନେମାର ଇତିହାସରେ ଏକ କାଳଜୟୀ ରଚନା। ଗୀତଟିକୁ ଗାଇଥିଲେ ମହମ୍ମଦ ରଫି। ଲେଖିଥିଲେ ଜୀବନ ପାଣି। ସୁର କରିଥିଲେ ଶାନ୍ତନୁ ମହାପାତ୍ର। ହେଲେ ଏ ଗୀତର ନାୟିକା ମିନତି ମିଶ୍ର। ଅଳ୍ପ ଆଖିରେ ଇଶାରାରେ ହଜାର କାହାଣୀର କଥାକୁହା ନାୟିକା ମିନତି ମିଶ୍ର। ସେ କେବେ ଅଭିନୟ କରନ୍ତି ନାହିଁ, ଅଭିନୟ ତାଙ୍କ ମୁହଁରେ ସ୍ଵାଭାବିକ। ସେ ଜନ୍ମରୁ ଅଭିନେତ୍ରୀ ଓ ନର୍ତ୍ତକୀ। ଓଡିଆ ସାଂସ୍କୃତିକ ଜୀବନର ୮୦ ବର୍ଷର ଇତିହାସ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ଓଡିଶୀ ନୃତ୍ୟର ମହାନାୟିକା ତଥା ସତୁରୀ ଦଶକରେ ଓଡିଆ ସିନେମାର ଚର୍ଚ୍ଚିତ ନାୟିକା ମିନତି ମିଶ୍ରଙ୍କର ଆଜି ପରଲୋକ ଘଟିଛି। ଦୀର୍ଘ ବର୍ଷ ଧରି ବର୍ଷର ଅଧା ସମୟ ସେ ସୁଇଜରଲାଣ୍ଡର ଜୁରିକ ସହରରେ ଓ ବାକି ଅଧା ସମୟ କଟକରେ ବିତାଉଥିଲେ।…

Read More

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 11 ଜାନୁୟାରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 14 ଜାନୁୟାରୀରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । 21 ଜାନୁୟାରୀ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ ନାମାଙ୍କନ ପ୍ରତ୍ୟାହାର ପାଇଁ 24 ତାରିଖ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ ସୁମଦାୟ 1.46 କୋଟି ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସମୁଦାୟ 13750 ପୁଲିଙ୍ଗ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦିଲ୍ଲୀର 2689ଟି ଆସନରେ ଭୋଟ ଗ୍ରହଣ…

Read More

ସମୀକ୍ଷା ବ୍ୟୁରୋ ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଚାଲିଛି । ଦିଲ୍ଲୀଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦେଶର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ତେବେ ଏହି ଘଟଣାକୁ  ନେଇ ମନରେ ଅନେକଗୁଡିଏ ପ୍ରଶ୍ନ ଉଠୁଛି । ତେବେ ସମସ୍ତ ପ୍ରଶ୍ନଗୁଡ଼ିକ ମଧ୍ୟରେ ଚାରୋଟି ପ୍ରଶ୍ନ ବେଶ୍‌ ମହତ୍ତ୍ବପୂର୍ଣ୍ଣ ରହିଛି । ପ୍ରଥମ ପ୍ରଶ୍ନ – ହିଂସାର 15 ଘଣ୍ଟା ପରେ ମଧ୍ୟ ଜେଏନ୍‌ୟୁ ପ୍ରଶାସନ ଏଫଆଇଆର ଦେଇନଥିଲେ କ’ଣ ପାଇଁ ? ଦ୍ବିତୀୟ ପ୍ରଶ୍ନ : ଛାତ୍ରଛାତ୍ରୀ ହଷ୍ଟେଲ୍‌ ଛାଡି ଯାଉଥିଲେ, ସେହିସମୟରେ ଜେଏନ୍‌ୟୁ ପ୍ରଶାସନ କରୁଥିଲେ କ‘ଣ ? ତୃତୀୟ ପ୍ରଶ୍ନ : ଯଦି କ୍ୟାମ୍ପସ୍‌ ଭିତରେ ବିବାଦ ତିନି ଦିନ ତଳୁ ଆରମ୍ଭ ହୋଇଥିଲା, ତେବେ ଏହା ଉପରେ ଜେଏନ୍‌ୟୁ…

Read More

ସିଡ୍‌ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌କୁ ହ୍ବାଇଟ୍‌ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍‌ ପେନ୍‌ଙ୍କ ଦଳ 3-0 ସିରିଜ୍‌ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ୍‌ରେ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବରୁ ପ୍ରଥମ ଦୁଇ ଟେଷ୍ଟ ଜିତି ସାରିଥିବା ଅଷ୍ଟ୍ରେଲିଆ ଅନ୍ତିମ ମ୍ୟାଚ୍‌କୁ 279 ରନ୍‌ରେ ପରାସ୍ତ କରିବା ସହିତ 3-0ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ପକକ୍ଷରୁ ପ୍ରଥମ ଇନିଂସରେ ମାର୍ନସ୍‌ ଲାବୁଶ୍ଚାଞ୍ଜେ 215 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 454 ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ 251 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଫଲୋଅନ୍‌ ଡାକରା ନଦେଇ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇନିଂସରେ ଓ୍ବାର୍ଣ୍ଣର(111) ଶତକ ହାସଲ କରିଥିବା ବେଳେ ଲାବୁଶ୍ଚାଞ୍ଜେ(59) ଅର୍ଦ୍ଧଶତକ ହାସଲ କରିଥିଲେ । 2 ଓ୍ବିକେଟ୍‌ରେ 217…

Read More

ଢାକା : ବାଂଲାଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ହେରଫେର ମାମଲାରେ ସିହ୍ନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ସୋମବାର କୋର୍ଟ ସିହ୍ନାଙ୍କ ଗିରଫଦାରୀ ଆଦେଶ ଦେଇଛନ୍ତି । ବାଂଲାଦେଶରୁ ପଳାୟନ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଆତ୍ମଗୋପନ କରିଥିବା ସିହ୍ନାଙ୍କ ନାମରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଜାନୁୟାରୀ 22 ତାରିଖ ମଧ୍ୟରେ ସିହ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ଅକ୍ଟୋବର 13,2017ରେ ଦେଶ ଛାଡି ପଳାୟନ କରିଥିଲେ ଏବଂ ନଭେମ୍ବର 10,2017ରେ ବିଦେଶରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଜାନୁୟାରୀ 2015ରେ ସିହ୍ନାଙ୍କୁ ବାଂଲାଦେଶର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । (ଏଜେନ୍ସୀ)

Read More

ମୁମ୍ବାଇ, ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍‌ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ଯେ ଏହି ଆକ୍ରମଣ ପଛରେ କିଏ ଥିଲେ, ଆଜି ଦେଶର ଯୁବକଙ୍କୁ ବିଶ୍ବାସ କରିବାର ଦରକାର। ଏବେ ଯୁବସମାଜ ଆତ୍ମବିଶ୍ବାସ ହରାଉଛି। ଏବେ ଦେଶରେ ଛାତ୍ର ସମାଜ ପାଇଁ ଭୟର ପରିବେଶ ତିଆରି ହୋଇଛି ।  ଏହି ସମୟରେ ଆମେ ସମସ୍ତେ ଏକାଠି ହୋଇ ଛାତ୍ର ସମାଜର ଆତ୍ମବିଶ୍ବାସ ବଢାଇବା ଦିଗରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି। (ଏଜେନ୍ସି)

Read More

ମୁମ୍ବାଇ : ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ଘଟଣାରେ ମୋଦି ସରକାରକୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତା ସଂଜୟ ରାଉତ। ଛାତ୍ର ଆଜି ନିଜ ଦେଶରେ ସୁରକ୍ଷିତ ନଥିବାବେଳେ ମୋଦି ସରକାର ସିଏଏକୁ ନେଇ ବ୍ୟସ୍ତ ରହିଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସ୍‌ କେବେ ବିଶ୍ବବିଦ୍ୟାଳୟରେ ପସି ଫାୟାରିଂ କରୁଛନ୍ତି ତ କେତେବେଳେ ଦୁର୍ବୃର୍ତ୍ତମାନେ ପସି ଛାତ୍ରଙ୍କ ଉପରେ ଆକ୍ରଣମ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଆଇନର ଊଲ୍ଲଂଘନ ହେଉଛି, ଏହା ଠିକ୍‌ ନୁହେଁ । ଏହି ସମୟରେ ଗୃହମନ୍ତ୍ରୀ ଯାଞ୍ଚ ବୈଠକ କରିବା ଦରକାର। ଆକ୍ରମଣକାରୀ କିଏ, ଓ ଏହି ହିଂସା ପଛରେ କାରଣ କ’ଣ ରହିଛି, ତାହାର ଯାଞ୍ଚ ହେବା ନିତାନ୍ତ ଆବଶ୍ୟକ ବୋଲି ସଞ୍ଜୟ ରାଉତ କହିଛନ୍ତି । ସୂଚନାଯୋଗ୍ୟ ରବିବାର ରାତିରେ ଜେଏନ୍‌ୟୁରେ ହୋଇଥିବା ହିଂସା…

Read More

ନୂଆଦିଲ୍ଲୀ,06/01: ଆଜି ଘୋଷଣା ହେବ ଦିଲ୍ଲୀର ନିର୍ବାଚନ ତାରିଖ । ଅପରାହ୍ନ 3.30 ମିନିଟ୍‌ରେ ଦିଲ୍ଲୀ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଚଳିତ ସରକାରଙ୍କ କାର୍ଯ୍ୟକାଳ ଫେବୃୟାରୀ 22ରେ ଶେଷ ହେବାକୁ ଯାଉଛି । ତେଣୁ 22 ତାରିଖ ପୂର୍ବରୁ ନିର୍ବାଚନ ଫଳାଫଳ ବାହରିବାର ଅନୁମାନ ରଖାଯାଉଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର 67 ବିଧାୟକ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ନିକଟକରେ ସମାପ୍ତ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଦଳ ପରାଜୟ ଲାଭ କରିଥିଲା । ଉଭୟ ବିଜେପି ଏବଂ ଆପ୍‌ ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ସିଏଏକୁ ନେଇ ଜନସାଧାରଣଙ୍କ ନିକଟକୁ ଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହେରୁ ୟୁନିଭରସିଟି (ଜେଏନ୍‌ୟୁ)ରେ ମୁଖାପିନ୍ଧା ଦୁବୃର୍ତ୍ତମାନେ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଏହି ହିଂସା ଆକ୍ରମଣକୁ ନେଇ ବିଜେପି ଓ ମୋଦି ସରକାରଙ୍କୁ ଉପରେ ଅଭିଯୋଗ ଲଗାଇଛନ୍ତି । ସୁରଜେଓ୍ବାଲା କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ ମୌନ ସମ୍ମତି ବିନା ଏହା କିପରି ସମ୍ଭବ ? ଏହା ଏକ ପ୍ରାୟୋଜିତ କାର୍ଯ୍ୟ । ଜେଏନ୍‌ୟୁ ପ୍ରଶାସନଙ୍କ ମଧ୍ୟ ଏଥିରେ ସହମତି ରହିଛି । ସେମାନେ ସମେସ୍ତ ବିଜେପିର ଗୁଣ୍ଡା ଥିଲେ । ଦିଲ୍ଲୀ ପୋଲିସ୍‌ ମୂକ ଦର୍ଶକ ହୋଇ ରହିଗଲା ବୋଲି ସୁରଜେଓ୍ବାଲା କହିଛନ୍ତି। ଏହା ମୋଦି ଶାହାଙ୍କ ଛାତ୍ରଙ୍କ ପାଇଁ ଗୁଜୁରାଟ ମଡେଲ ଥିଲା ବୋଲି ସୁରେଜ୍‌ଓ୍ବାଲା କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ,06/01: ଇରାନ୍‌ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଏହି ପ୍ରଭାବରେ ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ନିବେଶକଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ସେନସେକ୍ସ 700 ପଏଣ୍ଟ ତଳକୁ ଖସି 40830.72 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 195.55 ପଏଣ୍ଟ ତଳକୁ ଖସି 12031.10 ପଏଣ୍ଟରେ ପହଞ୍ଚିଛି । ଇରାନ୍‌ ବିଶ୍ବର ତୈଳ ବଜାରକୁ ନିୟନ୍ତ୍ରଣ କରୁଥିବା ବେଳେ ଆମେରିକା ସହିତ ଆକ୍ରମଣ ସମ୍ଭବନା ଫଳରେ ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ସେହିପରି ଡଲାର ମୂଲ୍ୟ ତୁଳନାରେ ଭାରତୀୟ ମୁଦ୍ରା 25 ପଇସା ଦୁର୍ବଳ ହୋଇଛି । (ଏଜେନ୍ସୀ)

Read More