Author: Samikhsya Bureau
ଇରାକରେ ଏକ ବିସ୍ଫୋରଣ ଘଟି 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି । ଇରାକରେ ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନ ଚାଲିଥିବା ସ୍ଥାନରୁ କିଛି ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କାର ବୋମାର ବ୍ୟବହାର କରାଯାଇଥିଲା । ଟାୟାରାନ୍ ସ୍କ୍ବେୟାର ଏକ କାର ବୋମା ଜରିଆରେ ଏହି ବିସ୍ଫୋରଣ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ଠାରୁ ମାତ୍ର 300 ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ। ଏହି ଅବସରରେ ସେ ଓଡିଶାର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା କରିବେ। ଭୁବନେଶ୍ଵରରେ ଏକ ଘରୋଇ ହୋଟେଲରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହି ବୈଠକରେ କୋଷ୍ଟାଲ ହାଇୱେକୁ ଅଧିକ ଫୋକୋସ୍ ଦିଆଯିବ ବୋଲି ଅନୁମାନ କରାଯାଉଛି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ଵର ଆସୁଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହାପରେ ଗଡକରୀ ଭୁବନେଶ୍ଵରରେ ଆୟୋଜିତ ଏକ ଘରୋଇ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନରେ ନାଗପୁର ଫେରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଭୟଭୀତ ହୋଇ ପ୍ରାୟ 15 ଜଣ ଛାତ୍ରୀ ରାତି ଅଧରେ ନିକଟସ୍ଥ ଗାଁ ପାଖକୁ ପଳାଇ ଆସିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, କେନ୍ଦୁଝର ଯୋଡା ବ୍ଲକ ଅଞ୍ଚଳରେ ଥିବା ଏକ ଆବାସିକ ଛାତ୍ରୀ ନିବାସର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦଆଚରଣ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଛାତ୍ରୀ ନିବାସରେ ରୀତିମତ ଭାବରେ ଛାତ୍ରୀମାନଙ୍କୁ ଅସଦଆଚରଣ କରୁଥିଲେ । 40 ଜଣ ଛାତ୍ରୀଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ଗତକାଲି ନିକଟସ୍ଥ ଗାଁ ପାଖକୁ ପଳାଇଥିଲେ ।
ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗେଷ୍ଟହାଉସ୍ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗୋବିନ୍ଦପୁରର ବାବୁଲି ସାହୁ (27) ସମଷ୍ଟି ଗେଷ୍ଟହାଉସ୍ର କର୍ମଚାରୀ । ପୁରୀ ବ୍ରହ୍ମଗିରି ଅଞ୍ଚଳର ପିଙ୍କି(ଛଦ୍ମନାମ)ଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କୁ ଭୁବନେଶ୍ୱର ଡକାଇ ବରମୁଣ୍ଡାରେ ଥିବା ସମଷ୍ଟି ଗେଷ୍ଟହାଉସ୍ରେ ତାଙ୍କୁ ରଖି ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ଭୟରେ ପିଙ୍କି କାହାକୁ କିଛି ନ କହି ଗାଁକୁ ପଳାଇଥିଲେ । ପରେ ପିଙ୍କିଙ୍କ ଅଭିଯୋଗ କାରଣରୁ ପୋଲିସ ଚଢାଉ କରି 2 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା । ଚଢ଼ଉ ସମୟରେ ବାବୁଲି ଖସି ପଳାଇଥିଲା । ପରେ ବାବୁଲିଙ୍କୁ ସାଲିଆସାହି ବସ୍ତିରୁ ଗିରଫ କରିଥିଲା ପୁଲିସ ।
କେଦାର ମିଶ୍ର ଯେତେ ସଫଳତା ପାଇଲେ ମଧ୍ୟ ଅପରାଜିତା ଷଡଙ୍ଗୀ ବିଜେପି କର୍ମୀଙ୍କ ଲାଗି ସବୁବେଳେ “ସାହେବାଣୀ” ଓ ତାଙ୍କୁ ଦଳର କର୍ମୀମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି- ଏମିତି ଏକ ବକ୍ତବ୍ୟ ଦେଇଛନ୍ତି ଭୁବନେଶ୍ଵର ବିଜେପିର ଜଣେ ପୁରୁଣା କର୍ମୀ। ଏହା କେବଳ ଜଣକର ନୁହେଁ, ଭୁବନେଶ୍ଵର ବିଜେପିର ବହୁ କର୍ମୀଙ୍କ ପାଇଁ ଏହା ହିଁ ଏକମାତ୍ର ସତ୍ୟ। ଭୁବନେଶ୍ଵର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀଙ୍କ ବିଜୟ ପାଇଁ ତାଙ୍କୁ ବିଜେପି ନୁହଁ, ବରଂ ପରୋକ୍ଷ ଭାବରେ ବିଜେଡି ଓ କଂଗ୍ରେସର ସହାୟତା ମିଳିଛି ବୋଲି ମଧ୍ୟ କେହି କେହି କହୁଛନ୍ତି। ବିଜେଡି ଯଦି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ ନ କରିଥାନ୍ତା ଓ କଂଗ୍ରେସର ପ୍ରାର୍ଥୀ ଭୁବନେଶ୍ୱର ଆସନରେ ଲଢିଥାନ୍ତେ, ତାହେଲେ ଅପରାଜିତା ଜିତିବାର କୌଣସି ସମ୍ଭାବନା ନଥିଲା ବୋଲି ମଧ୍ୟ କୁହାଯାଉଛି। ତେବେ ରାଜନୈତିକ ବାସ୍ତବତା ହେଉଛି, ଅପରାଜିତା ଷଡଙ୍ଗୀ ନିର୍ବାଚନ ଜିତିଛନ୍ତି ଓ ବିଜେପିରେ ଏକ ନୂଆ…
Bollywood actor Ileana D’Cruz poses during promotion of their upcoming film Pagalpanti,in Mumbai on Friday. UNI PHOTO-69U
ସମୀକ୍ଷା ବ୍ୟୁରୋ ବାଣପୁର, ୧୫ ନଭେମ୍ବର: ଖୋର୍ଧା ଜିଲ୍ଲା, ବାଣପୁରସ୍ଥିତ “ସତ ସଙ୍ଗ ବିହାର ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଆଚାର୍ଯ୍ୟ ଦେବଙ୍କ ମଧ୍ୟମ ପୁତ୍ର ଶ୍ରୀ ଅନିନ୍ଦ୍ୟଦୃତି ଚକ୍ରବର୍ତ୍ତି ବା ବିଙ୍କିଦାଙ୍କ ଉପସ୍ଥିତରେ ଏହି ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ବିଙ୍କି ଦା ଶ୍ରଦ୍ଧାଳୁଙ୍କୁ ଆଶିର୍ବାଦ ଦେବା ସହିତ ଉଦବୋଧନ ମଧ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ଠାକୁରଙ୍କ ଇଚ୍ଛା ଓ ତାଙ୍କର ଆଶିର୍ବାଦରେ ବାଣପୁରରେ ପହଚିଂବା ସମ୍ଭବ ହୋଇପାରିଛି। ବାଣପୁରବାସୀଙ୍କ ଭକ୍ତି ଯୋଗୁଁ ଏଠାରେ ଏକ ଆକର୍ଷଣୀୟ ଏବଂ ଅଦଭୁତ ମନ୍ଦିର ନିର୍ମାଣ ହୋଇପାରିଛି। ଏଥିସହିତ ଭକ୍ତିଭାବ ଯୋଗୁଁ ଠାକୁର ଏଠାରେ ଅଧିଷ୍ଠିତ ହୋଇପାରିଛନ୍ତି। ଯେଉଁମାନେ ନିଜ ଜୀବନରେ ଶ୍ରୀ ଠାକୁରଙ୍କୁ ଗ୍ରହଣ କରି ତାଙ୍କୁ ନିଜର କରିଛନ୍ତି ସେ ନିଶ୍ଚିତ ହୃଦବୋଧ କରି ପାରୁଥିବେ ଆଜିର ଦିନର ଗୁରୁତ୍ବ କେତେ। …
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କର ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ଏହି ଅବସରରେ ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ନଭେମ୍ବର ୧୭ରେସେ ଅବସର ଗ୍ରହଣ କରିବେ। ନଭେମ୍ବର ୧୮ରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଥିଲେ। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବାବେଳେ ଏହି ସମୟରେ ମାତ୍ର ୩ମିନିଟ୍ରେ ସେ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ । ଶାବରୀମାଲା, ରାଫେଲ୍, ଅଯୋଧ୍ୟା ପରି ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ବିଚାରପତି ରଞ୍ଜନ ଗୋଗେଇ ।
ସମୀକ୍ଷା ବ୍ୟୁରୋ ବିଳମ୍ବରେ ହେଲେ ମଧ୍ୟ ଓଡିଶା କଂଗ୍ରେସ ଗାନ୍ଧୀଙ୍କ ହତ୍ୟା ପ୍ରସଙ୍ଗକୁ ଘୋଡାଇବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପପ୍ରୟାସ ବିରୋଧରେ ସ୍ଵର ଉଠାଇଛି। ଏ ସଙ୍କ୍ରାନ୍ତରେ ଗତ କିଛିଦିନ ହେଲା ଗଣମାଧ୍ୟମ, ସୋସିଆଲ ମିଡିଆ ଓ ସମାଜକର୍ମୀଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳୁଥିଲା। ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ପୁସ୍ତିକାରେ ଗାନ୍ଧୀଙ୍କ ହତ୍ୟା ଆକସ୍ମିକ କାରଣରୁ ହୋଇଥିଲା ବୋଲି ଲେଖାଯାଇଛି ଓ ଏ ପ୍ରକାର ବିଭ୍ରାନ୍ତିକର ତଥ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ସବୁ ବର୍ଗର ପ୍ରତିକ୍ରିୟା ମିଳି ସାରିବା ପରେ ଗାନ୍ଧୀଙ୍କ ନିଜ ଦଳ କଂଗ୍ରେସ ଶେଷରେ ଯାଇ ପ୍ରତିକ୍ରିୟା ରଖିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରଶ୍ନ ପଚାରିବା ଛଳରେ, ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ଵ ମନ୍ତ୍ରୀଙ୍କୁ ନୂଆ ଗ୍ରାମ…
People trhong a food stall at India International Trade Fair 2019, at Pragati Maidan in New Delhi on Friday.
ଅପକମିଙ୍ଗ ବଲିଉଡ୍ ଫିଲ୍ମ ‘ତାନାଜୀ’ର ଟିଜିର୍ ରିଲିଜ୍ ହୋଇଯାଇଛି । ଟିଜର୍ଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଫିଲ୍ମରେ ଅଜୟ ଦେବଗନ ଓ କାଜୋଲ୍ଙ୍କ ବହୁ ବର୍ଷ ପରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ସୈଫ୍ଅଲ୍ଲୀ ଖାନ୍, ପଙ୍କଜ ତ୍ରିପାଠୀଙ୍କ ପରି ବହୁ ଅଭିଜ୍ଞ କଳାକାରମାନେ ରହିଛନ୍ତି । ଏହି ଟିଜର୍ରେ ଅଜୟ ଦେବଗନ୍ ଏକ ଧ୍ବଜା ଧରିଥିବାର ନଜର ଆସିଥିବାବେଳେ ଏଥିରେ ‘ସ୍ବରାଜ ସେ ବଡ୍ କର କ୍ୟା’ର ଦମଦାର ଡାଇଲଗ୍ ଶୁଣିବାକୁ ମିଳିଛି । ଐତିହାସିକ ଫିଲ୍ମ ‘ତାନାଜୀ’ ଜାନୁଆରୀ ୧୦ରେ ପରଦାକୁ ଆସିବ । ଏହି ଫିଲ୍ମଟି ଅଜୟ ଦେବଗନ୍ଙ୍କ ୧୦୦ତମ ଫିଲ୍ମ ହୋଇଥିବାରୁ ତାଙ୍କ ଫ୍ୟାନ୍ମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମର ଟ୍ରେଲର୍ ୧୯ ତାରିଖରେ ରିଲିଜ୍ ହେବ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ବିଜେଡିରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ ଦାୟିତ୍ୱ ସୃଷ୍ଟି ହୋଇଛି । ଆଉ ଏହି ଦାୟତ୍ବ ଦଳର ଟାଣୁଆ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି। ଆଜି ଦଳ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ପ୍ରଣବ କୌଣସି ପଦ ପଦବୀରେ ନ ଥିଲେ ମଧ୍ୟ ଜଣେ ଭଲ ସଂଗଠକ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି। 2014 ସରକାର ବେଳେ ପ୍ରଣବ ସଂଗଠନ ଦାୟିତ୍ବ ନେବା ପାଇଁ ଆଉ କେତେକଙ୍କ ସହିତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ସେ ବିଜେଡିର ଜଣେ ଭଲ ସଂଗଠକ ଭାବେ କାର୍ଯ୍ୟ କରିଆସୁଛନ୍ତି। 2019 ନିର୍ବାଚନ ତାଙ୍କର ନେତୃତ୍ୟରେ ପରିଚାଳନା କରାଯାଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କ ଉପରେ ବେଶ୍ ଭରସା ରଖିଛନ୍ତି। ବର୍ତ୍ତମାନ ସରକାରରେ ସେ ମନ୍ତ୍ରୀ ନ ଥିଲେ ମଧ୍ୟ…
ସମୀକ୍ଷା ବ୍ୟୁରୋ ଭାରତୀୟ ରାଜନୀତିରେ ସବୁବେଳେ କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ରାଜନୀତିର କୂଟନୀତି ଭିତରେ ଏଠି କୌଣସି ଦଳ ଅନ୍ୟ ଦଳର ଶତ୍ରୁ ବା ମିତ୍ର ହୋଇନଥାନ୍ତି । କ୍ଷମତାର ନିଶା ଭିତରେ ସମେସ୍ତ ସମସ୍ତଙ୍କ ପ୍ରତି ଗୋଟିଏ ପ୍ରକାରର ଭାବ ପୋଷଣ କରିଥା’ନ୍ତି । ନିକଟରେ ବିଜେପି ଓ ଶିବସେନା ୩୦ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି । ଜଣେ କ୍ଷମତାର ଅହମିକାରେ ଅନ୍ଧ ହୋଇ ଅନ୍ୟକୁ ନ୍ୟୁନ କରୁଥିବାବେଳେ ଅନ୍ୟ ଜଣେ ନିଜ ଶକ୍ତିକୁ ପ୍ରମାଣିତ କରିବା ପାଇଁ ଲାଗିପଡିଛି । ମହାରାଷ୍ଟ୍ରରେ ଏହି ଦୁଇ ଦଳ ଗତ ତିନି ଦଶନ୍ଧି ମିତ୍ର ରୂପେ ରହିଥିବାବେଳେ କ୍ଷମତାର ଜଟିଳ ଗଣିତ ପାଇଁ ଦୁହିଁଙ୍କର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି । ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜକୁ ବାହୁବଳି ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କ୍ଷମତାର ନିଶାରେ କେବଳ ଶିବସେନା ନୁହଁ,…