Author: Samikhsya Bureau

ମୁମ୍ବାଇ, 03/01: ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମର ଟିଜର୍‌ଟି ରିଲିଜ୍‌ ହେବାର ଦୁଇ ଘଣ୍ଟା ମଧ୍ୟରେ ଏକ ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଛନ୍ତି । ଫିଲ୍ମଟିକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି । ବିଜୟଙ୍କ ଫ୍ୟାନ୍‌ ଟ୍ରେଲରକୁ ପସନ୍ଦ କରିଥିବା ବେଳେ କିଛି ବ୍ୟବହାର କାରୀ ଏହାକୁ ସମାଲୋଚନା କରିଥିଲେ । ପୁନର୍ବାର ଅର୍ଜୁନ ରେଡ୍ଡୀ ପରି ଚରିତ୍ରରେ ବିଜୟ ନଜର ଆସିବାକୁ ଯାଉଥିବା କିଛି ଟ୍ବିଟ୍ଟର ବ୍ୟବହାରକାରୀ ମତ ଦେଇଥିଲେ । ଏହି ଟିଜରରେ ବିଜୟଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଟିଜରର ଏକ ସିନ୍‌ରେ ବିଜୟ ଜଣେ କୋଇଲା ଖଣି ଶ୍ରମିକ ଭାବରେ ଦେଖା ଦେଇଥିବା ବେଳେ ଅନ୍ୟ ଏକ ସିନ୍‌ରେ ସ୍କାଏ ଡାଇଭିଂ କରୁଥିବାର ନଜର ଆସିଛନ୍ତି । କ୍ରାନ୍ତି ମାଧବ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ…

Read More

SUNSARI, Jan. 3, 2020 (Xinhua) — A man prepares to ride a boat to cross Sapta Koshi river at Koshi Tappu Wildlife Reserve in Sunsari, Nepal, Jan. 2, 2020. Koshi Tappu Wildlife Reserve is popular for bird watching and observing the conservation of last remaining population of wild water buffalo, locally known as Arna. (Photo by Sunil Sharma/Xinhua/IANS)

Read More

COLOMBO, Jan. 3, 2020 (Xinhua) — Photo taken on Oct. 17, 2019 shows the Hambantota Port in Sri Lanka. The Sri Lankan government’s aim to kickstart its economy in 2020 will be eased with the fruition of major infrastructure projects, Ajith Nivard Cabraal, senior advisor on economic affairs to Prime Minister Mahinda Rajapaksa, said here Thursday. TO GO WITH “Interview: Sri Lanka envisions further growth in 2020, hopes for more Chinese investment” (Xinhua/Tang Lu/IANS)

Read More

ନୂଆଦିଲ୍ଳୀ,03/01 : କଂଗ୍ରେସ ପୁସ୍ତିକାରେ ବୀର ସଭାରକରଙ୍କୁ ସମଲିଙ୍ଗୀ ଭାବରେ ଅଭିହିତ କରାଯିବା ପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ଚକ୍ରପାଣି ରାହୁଲ ଗାନ୍ଧୀଙ୍କୁ ଜଣେ ସମଲିଙ୍ଗୀ ବୋଲି ଅଭିହିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବୀର୍‌ ସଭରକର୍‌ଙ୍କ ଉପରେ ଆଧାରିତ ପୁସ୍ତିକାର ଶୀର୍ଷକ ‘କେତେ ବୀର ସଭର୍‌କର୍‌’ ରହିଛି । ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସ୍‌ ଓ ବୀର୍‌ ସଭର୍‌କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ପୁସ୍ତିକାରେ ଲେଖାଯାଇଥିଲା । କଂଗ୍ରେସର ସର୍ବଭାରତୀୟ ସେବାଦଳର ପ୍ରଶିକ୍ଷଣ କ୍ୟାମ୍ପରେ ଏହି ପୁସ୍ତକ ବଣ୍ଟା ଯାଇଥିଲା । କଂଗ୍ରେସର ଏଭଳି କାର୍ଯ୍ୟକୁ ଭୋପାଳର ବିଜେପି ବିଧାୟକ ରାମେଶ୍ଵର ଶର୍ମା ନିନ୍ଦା କରିବା ସହିତ କଂଗ୍ରେସ ଦେଶଭକ୍ତମାନଙ୍କୁ ବଦନାମ କରୁଛି ବୋଲି କହିଛନ୍ତି । କଂଗ୍ରେସ ସାୱରକରଙ୍କୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବାକୁ ଚାହୁଁଛି । ଗୋଟିଏ ସମ୍ପ୍ରଦାୟକୁ ଖୁସି କରିବା ପାଇଁ…

Read More

ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି । ଏହା ସହିତ ଶାହା ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି, ରାହୁଲ ଏହି ଆଇନକୁ ଭଲରେ ପଢିନାହାନ୍ତି । ଯଦି ରାହୁଲ ହିନ୍ଦି ଭାଷାରେ ଲିଖିତ ଆଇନକୁ ବୁଝି ପାରୁନାହାନ୍ତି ତେବେ ଏହି ଆଇନର ଇଟାଲୀ ଭାଷା ଅନୁବାଦ ମୁଁ ରାହୁଲଙ୍କୁ…

Read More

ମୁମ୍ବାଇ,03/01: ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମଲାଙ୍ଗର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଆଦିତ୍ୟ ରୟ କପୁରଙ୍କ ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ରିଲିଜ୍‌ ହୋଇଛି । ଫିଲ୍ମରେ ଆଦିତ୍ୟଙ୍କୁ ସମ୍ପୂର୍ଣ୍ଣ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି । ପ୍ରଥମ ପୋଷ୍ଟର ରିଲିଜ୍‌ ସହିତ ‘ଯେପରି ପ୍ରେମ ଶୁଦ୍ଧ ଓ ପବିତ୍ର, ସେହିପରି ଘୃଣା ମଧ୍ୟ ଶୁଦ୍ଧ ଓ ପବିତ୍ର’ ବୋଲି ଆଦିତ୍ୟ ଏକ କ୍ୟାପ୍‌ସନ୍‌ ଲେଖିଛନ୍ତି । ଫିଲ୍ମର ଟ୍ରେଲର ଆସନ୍ତା ଜାନୁୟାରୀ 6 ତାରିଖରେ ରିଲିଜ୍‌ ହେବା ନେଇ ଆଦିତ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟଙ୍କ ବ୍ୟତୀତ ଦିଶା ପଟାନୀ, ଅନୀଲ କପୁର ଏବଂ କୁନାଲ ଖେମୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଫେବୃୟାରୀ 7 ତାରିଖରେ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)

Read More

ଆନ୍ଧ୍ରପ୍ରଦେଶ, 3/1:  ହାଇଦ୍ରାବାଦଠାରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ର ପ୍ରଣୟନ କରିଛନ୍ତି । ତେବେ ଏହି ଆଇନ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁଛି ନାହିଁ, ଏନେଇ ତଦାରଖ କରିବା ପାଇଁ ଦୁଇ ମହିଳା ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଇଏଏସ୍‌ ଡାକ୍ତର କ୍ରିତିକା ଶୁକ୍ଲା ଓ ଆଇପିଏସ୍‌ ଏମ୍‌. ଦୀପିକା କୁରୁନଲ୍‌ଙ୍କୁ ଆନ୍ଧ୍ରପ୍ରଦେଶ ଦିଶାର ସ୍ବତନ୍ତ୍ର ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏହି ନୂତନ ଆଇନ ପ୍ରଣୟନ ଦ୍ବାରା ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଉକ୍ତ ଆଇନ ଜରିଆରେ ତୁରନ୍ତ ଫାଶୀ ଦଣ୍ଡାଦେଶ ମିଳିପାରିବ ବୋଲି ଦିଶା ଆଇନକୁ ପାରିତ କରାଯାଇଥିଲା। ୨୧ଦିନ ମଧ୍ୟରେ ଘଟଣାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଏଥିରେ ପ୍ରାବଧାନ ରହିଛି। ଡିସେମ୍ବର ୧୩ରେ ଆନ୍ଧ୍ର ବିଧାନସଭାରେ ଏହି ଆଇନ ପାସ୍‌ ହୋଇଥିଲା। (ଏଜେନ୍ସି)

Read More

ନୂଆଦିଲ୍ଲୀ, 03/01: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୃତ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 1 କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ପରିବାରର ଜଣଙ୍କୁ ସରକାରୀ ପ୍ରଦାନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ଅଗ୍ନିଶମ କର୍ମଚାରୀ ଅମିତ କୁମାର ବଲିୟାଁ (28) ଗତକାଲି ଦିଲ୍ଲୀର ମୁଣ୍ଡକାରେ ପ୍ରାଣ ହରାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଛନ୍ତି । ଜୀବନ ମୂଲ୍ୟବାନ ଏହାକୁ ଫେରାଇ ଅଣାଯାଇପାରିବ ନାହିଁ । ତେଣୁ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍ଟର ଜରିଆରେ ଘୋଷଣା କରିଛନ୍ତି । ଦିଲ୍ଲୀର ମିତନଗର ବାସିନ୍ଦା ବଲ୍ୟାନ୍‌ ଜୁନ୍‌ 10, 2019ରେ ଦିଲ୍ଲୀ ଅଗ୍ନିଶମ ବିଭାଗରେ ଯୋଗ ଦେଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ,୩/୧: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ ୨୪ ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି  ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଧର୍ମଶାଳା ଏବଂ ନିମେଇଶାପୁର ଫାଇନାଲରେ ପହଂଚିଛନ୍ତି। ପ୍ରଥମ ସେମିଫାଇନାଲ ମ୍ୟାଚ ଅଲଷ୍ଟାର ଫୁଟବଲ କ୍ଳବ କଟକ ଏବଂ ନିମେଇଶାପୁର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିମେଇଶପୁର ଦଳ ଅଲଷ୍ଟାର ଫୁଟବଲ କ୍ଳବକୁ ୪-୧ ଗୋଲ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରିଭାବେ ଧର୍ମଶାଳା ଏବଂ ପାରାଦୀପ ମଧରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଧର୍ମଶାଳା ଦଳ ପାରାଦୀପକୁ ୩-୧ ଗୋଲ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏହି କ୍ରୀଡ଼ା ଉତ୍ସବରେ ଅତିଥି ଭାବେ କଂଗ୍ରେସ ନେତା ଅରିନ୍ଦମ ସାର୍ଖେଲ ଯୋଗଦେଇ ଏହି ଷ୍ଟାଡ଼ିୟମର ବିକାଶ ତଥା କ୍ରୀଡ଼ାର ବିକାଶ ପାଇଁ ଆଗାମୀ ଦିନରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

Read More

କୋଲକତା, 3/1: ନାଗରିତା ସଂଶୋଧନ ଆଇନ (ସିଏଏ)କୁ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ,  ସେ ସର୍ବଦା ଆମ ଦେଶ ସହିତ ପାକିସ୍ତାନର ତୁଳନା କରୁଛନ୍ତି। ଆପଣଙ୍କୁ ହିନ୍ଦୁସ୍ତାନ ବା ଭାରତୀୟଙ୍କ କଥା କହିବା ଉଚିତ୍‌ । ଆମକୁ ପାକିସ୍ତାନ ନିର୍ମାଣ କରିବାର ନାହିଁ । ଆମେ ଭାରତକୁ ପ୍ରେମ କରୁଛୁ। କିନ୍ତୁ ସେ ସବୁବେଳେ ପାକିସ୍ତାନ ବିଷୟରେ କହୁଛନ୍ତି। ପାକିସ୍ତାନର ଚର୍ଚ୍ଚା ପାକିସ୍ତାନ କରିବା ଉଚିତ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ ପାକିସ୍ତାନର ରାଷ୍ଟ୍ରଦୂତ ବୋଲି ପ୍ରଶ୍ନ କରିଛନ୍ତି ମମତା। ଆମେ ଭାରତରେ ପାକିସ୍ତାନ ବିଷୟରେ ଚର୍ଚ୍ଚା କ’ଣ ପାଇଁ କରିବା। ଏହା ଆମର ଜନ୍ମଭୂମି। ଏତେ ବର୍ଷ ପରେ ବି ଆମକୁ ଆମ ନାଗରିକତ୍ବ ପ୍ରମାଣ କରିବାକୁ ପଡିବ । ଗୃହମନ୍ତ୍ରୀ କହିଲେ ଦେଶରେ ଏନ୍‌ଆରସି ହେବ କିନ୍ତୁ ପ୍ରଧାନମନ୍ତ୍ରୀ…

Read More

ସିଡ୍‌ନୀ,03/01: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ମାର୍ନସ୍‌ ଲାବୁଶ୍ଚାଞ୍ଜେ ଶତକ ହାସଲ କରିଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଲାବୁଶ୍ଚାଞ୍ଜେଙ୍କ ଶତକ ସହାୟତାରେ 3 ଓ୍ବିକେଟ ହରାଇ 283 ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଲାବୁଶ୍ଚାଞ୍ଜେ(130*) ଏବଂ ସ୍ମିଥ୍‌(63)ଙ୍କ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ ରହିଛି । ଲାବୁଶ୍ଚାଞ୍ଜେ 210ଟି ବଲ୍‌ର ସମ୍ମୁଖୀନ ହୋଇ ଲାବୁଶ୍ଚାଞ୍ଜେ 12ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 130 ରନ୍‌ କରି ଅପରାଜିତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ୍‌(63) ଏବଂ ଡେଭିଡ୍‌ ଓ୍ବାର୍ଣ୍ଣର (45) ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କଲିନ୍‌ ଡି ଗ୍ରାଣ୍ଡହୋମ୍‌ 63 ରନ୍‌ରେ ଦୁଇଟି ଏବଂ ନୀଲ ଓ୍ବାଗନର 48 ରନ୍‌ରେ ଏକ ଓ୍ବିକେଟ ହାସଲ କରିଥିଲେ ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 3/1: ଆଜି ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭୁବନେଶ୍ବରକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚେୌଧୁରୀ। ଭୁବନେଶ୍ୱର ସହରରେ ଏବେ ୧୯୫ ସର୍ବସାଧାରଣ ଶୌଚାଳୟ ଅଛି। ସେଥିରୁ ୧୪୪ଟି ଆଇଏସଓ ମାନର ରହିଛି । ଅନ୍ୟ ୫୧ଟି ଖୁବ୍ ଶୀଘ୍ର ହେବ । କାଲିଠାରୁ ଦେଶବ୍ୟାପୀ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ସମେତ ୮୧ ସହର ଏହି ଅଭିଯାନରେ ଭାଗ ନେଇଛନ୍ତି। ପୂର୍ବରୁ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଓଡିଏଫ ଘୋଷିତ ହୋଇଥିଲା।

Read More

(200102) — LUANG PRABANG, Jan. 2, 2020 (Xinhua) — Photo taken on Jan. 1, 2020 shows the sunset scenery of Luang Prabang on the riverside of Mekong River, Laos. Luang Prabang, located aside the Mekong River, was listed by United Nations Educational, Scientific and Cultural Organization (UNESCO) as a world heritage in 1995. (Photo by Kaikeo Saiyasane/Xinhua)

Read More

A Delhi Metro Rail Corporation tweet using images of ‘Power Rangers’ to drive home the point about its expanded services in past decade got praise from Twitterati, with a few comparing the DMRC services with that in Mumbai and posting funny comments and memes.

Read More

ନୂଆଦିଲ୍ଳୀ,03/01: ବିଗତ ଦୁଇ ମାସ ମଧ୍ୟରେ 445 ବାଂଲାଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରାଯାଇଛି । ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଦେଶରେ ଏନ୍‌ଆରସି ଲାଗୁ କରିବା ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ ଏହି 445 ଜଣଙ୍କୁ ପ୍ରତ୍ୟର୍ପଣ କରାଯାଇଛି ବୋଲି ବିଜିବି ମୁଖ୍ୟ ଏମ୍‌ଡି ସଫିନୁଲ୍‌ ଇସ୍‌ଲାମ୍‌ ପ୍ରକାଶ କରିଛନ୍ତି । ନଭେମ୍ବର ଏବଂ ଡିସେମ୍ବରରେ ସମୁଦାୟ 1000 ଲୋକ ଅବୈଧ ଭାବରେ ସୀମା ଅତିକ୍ରମ କରିଥିବା ବେଳେ ତନ୍ମଧ୍ୟରୁ 445 ଜଣଙ୍କୁ ବାଂଲାଦେଶକୁ ଫେରାଇ ଦିଆଯାଇଛି । ପ୍ରତ୍ୟର୍ପଣ କରାଯାଇଥିବା 445 ଜଣଙ୍କ ମଧ୍ୟରୁ ତିନି ଜଣ ମାନବ ଚାଲାଣକାରୀ ରହିଥିବା ଜଣାପଡିଛି । ପ୍ରତ୍ୟର୍ପିତ ବାଂଲାଦେଶୀଙ୍କ ନାମରେ 253ଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି । (ଏଜେନ୍ସୀ)

Read More