‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ : ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା

Published: Jan 3, 2020, 7:00 pm IST

ମୁମ୍ବାଇ, 03/01: ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମର ଟିଜର୍‌ଟି ରିଲିଜ୍‌ ହେବାର ଦୁଇ ଘଣ୍ଟା ମଧ୍ୟରେ ଏକ ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଛନ୍ତି । ଫିଲ୍ମଟିକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି । ବିଜୟଙ୍କ ଫ୍ୟାନ୍‌ ଟ୍ରେଲରକୁ ପସନ୍ଦ କରିଥିବା ବେଳେ କିଛି ବ୍ୟବହାର କାରୀ ଏହାକୁ ସମାଲୋଚନା କରିଥିଲେ । ପୁନର୍ବାର ଅର୍ଜୁନ ରେଡ୍ଡୀ ପରି ଚରିତ୍ରରେ ବିଜୟ ନଜର ଆସିବାକୁ ଯାଉଥିବା କିଛି ଟ୍ବିଟ୍ଟର ବ୍ୟବହାରକାରୀ ମତ ଦେଇଥିଲେ । ଏହି ଟିଜରରେ ବିଜୟଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଟିଜରର ଏକ ସିନ୍‌ରେ ବିଜୟ ଜଣେ କୋଇଲା ଖଣି ଶ୍ରମିକ ଭାବରେ ଦେଖା ଦେଇଥିବା ବେଳେ ଅନ୍ୟ ଏକ ସିନ୍‌ରେ ସ୍କାଏ ଡାଇଭିଂ କରୁଥିବାର ନଜର ଆସିଛନ୍ତି । କ୍ରାନ୍ତି ମାଧବ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍‌ ଟ୍ରେସା ଏବଂ ଇଜାବେଲ୍‌ ଲିଟ୍‌ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

Related posts