Author: Samikhsya Bureau
ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ନିଜର ସମସ୍ତ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ସରକାର ଗଠନର ଗୋଟିଏ ଦିନ ପୂର୍ବରୁ ଘୋଡାବେପାରରୁ ନିଜ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସମସ୍ତ ବିଧାୟକଙ୍କୁ ବାନ୍ଦ୍ରା କୁର୍ଲାର ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦଳ ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ମାତୋଶ୍ରୀ ବାସଭବନରୁ ମାତ୍ର କିଛି ମିନିଟ୍ ଦୂରରେ ଏହି ହୋଟେଲ ଅବସ୍ଥାପିତ । ମାତ୍ର ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଉତ କହିଛନ୍ତି ଘୋଡାବେପାର ପାଇଁ କୌଣସି ଦଳ ଶିବସେନା ବିଧାୟକଙ୍କ ନିକଟରେ ପହଞ୍ଚିବାର ଦୁଃସାହସ କରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ବିଜେପି ନିକଟରେ 105 ବିଧାୟକ ରହିଥିବା ବେଳେ ଶିବସେନା ନିକଟରେ 56 ବିଧାୟକ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ରହିଥିଲେ ମଧ୍ୟ 50-50 ଆସନ ଭାଗବଣ୍ଟାକୁ…
ଟିପୁ ସୁଲତାନ ଜୟନ୍ତୀ ପାଳନ ଋଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ କର୍ଣ୍ଣାଟକ ହାଇକୋର୍ଟ । 18 ଶହ ଶତାବ୍ଦୀର ମହୀଶୂର ସାମ୍ରାଜ୍ୟର ରାଜା ଟିପୁ ସୁଲତାନଙ୍କ ଜନ୍ମଜୟନ୍ତୀ ପାଳନ ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଉତ୍ସବ ପାଳନ ନେଇ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଏବଂ ଜଷ୍ଟିସ୍ ଏସ୍ ଆର କ୍ରିଷ୍ଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନଭେମ୍ବର 10 ତାରିଖରେ ଟିପୁ ସୁଲତାନ ଜୟନ୍ତୀ ପାଳିତ ହୋଇଥାଏ ।
ଫିଲିପାଇନ୍ସରେ ଏକ 5.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଫିଲିପାଇନ୍ସର କ୍ବିଜୋନ୍ ଅଞ୍ଚଳରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି । ସକାଳ 7ଟାରେ ଅନୁଷ୍ଠିତ ଏହି ଭୂକମ୍ପର ପ୍ରଭାବ ଜୋମାଲିଗ୍ ଦ୍ବୀପପୁଞ୍ଜର 10 କିମି ପରିସୀମାରେ ଅନୁଭୂତ ହୋଇଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିବା ବେଳେ ଏକାଧିକ ପୁରାତନ ଘର ଭୁଷୁଡି ପଡିଥିବା ଜଣାପଡିଛି ।
ଛତିଶଗଡଗରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଗୁରୁବାର ସକାଳୁ ଛତିଶଗଡର ବିଜାପୁରରେ ଘଟିଥିବା ଏନ୍କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ନିହତ ହୋଇଛନ୍ତି । ଭୋର ଚାରିଟା ସମୟରେ ସିଆରପିଏଫ୍ ଏବଂ କୋବ୍ରା ଯବାନ ମାନେ ବିଜାପୁରର ପାମେଡ ଅଞ୍ଚଳରେ କମ୍ବିଂ ଅପରେସନ୍ କରୁଥିବା ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ନିହତ ଯବାନଙ୍କ ନାମ କମଲା ପ୍ରସାଦ । ସେ ସିଆରପିଏଫ୍ର 151 ବାଟାଲିୟନ୍ରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ । ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।
ଢେଙ୍କାନାଳରେ ଏକ ବସ୍ ଦୁର୍ଘଟଣା ଘଟିଛି । ଢେଙ୍କାନାଳର ହିନ୍ଦୋଳରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ 35ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ମା ପ୍ରମୋଦା ନାମକ ଏହି ଘରୋଇ ବସ୍ରେ 60 ଜଣ ଯାତ୍ରୀ ରହିଥିଲେ । ହିନ୍ଦୋଳର ପଡା ଛକରେ ସକାଳୁ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ମାନଙ୍କୁ ନିକଟସ୍ଥ ହିନ୍ଦୋଳ ଏବଂ ଖଜୁରିଆକଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପ୍ରଥମ ଟି20 ମୁକାବିଲାରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷ ଟି20 ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଦିଲ୍ଲୀ ମ୍ୟାଚ୍ରୁ ବାଦ ପଡିଥିବା ଓପ୍ନର ଶିଖର ଧଓ୍ବନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସେହିପରି ମଧ୍ୟକ୍ରମରେ କେ ଏଲ୍ ରାହୁଲ୍ ବିଫଳ ହୋଇଥିବାରୁ ସଞ୍ଜୁ ସାମ୍ସନ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଅପରପକ୍ଷରେ ପଦାର୍ପଣରେ ବିଫଳ ହୋଇଥିବା ଶିବମ ଦୁବେଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିପାରେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବାଂଲାଦେଶ 1-0 ରେ ଅଗ୍ରଣୀ ହାସଲ କରିଛି । ଫଳରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ପରସ୍ଥିତି ସୃଷ୍ଟି କରିଛି ।
କେଦାର ମିଶ୍ର ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ । ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ…
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ 750 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଆସନ୍ତା 36 ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ବୁଲବୁଲ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ 9 ଏବଂ 10 ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ମୋ ବସକୁ ଏକ ବର୍ଷ ପୁରିଲା। ତାହାର ବାର୍ଷିକ ଉତ୍ସବ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ କାଟି ବସରେ ଯାତ୍ରା କରୁଛନ୍ତି
ସମୀକ୍ଷା ବ୍ୟୁରୋ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ଡେରିରେ ମୌସୁମୀ ଆସିବାରୁ ପିଆଜ ଦର ବୃଦ୍ଧି ଘଟିଛି। ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇ ନ ଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା। ଫଳରେ ପିଆଜ ଉତ୍ପାଦନ ହ୍ରାସ ଘଟିବା ସହ ଦର ବୃଦ୍ଧି ଘଟିଛି। ବୈଠକ ପରେ ମନ୍ତ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ…
ସମୀକ୍ଷା ବ୍ୟୁରୋ ଓଡ଼ିଆଙ୍କୁ ଓଡ଼ିଶାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସ୍ସିବି ମେଡ଼ିକାଲ୍ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ୫ଟି ସଚିବ, ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ଏସ୍ସିବିର ସବୁ ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ଶର୍ଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବା ସହିତ ଅନ୍ୟ ବଡ଼ ବଡ଼ ମେଡ଼ିକାଲ କଲେଜରୁ ଏସ୍ସିବିକୁ ବିଶେଷଜ୍ଞ ଡାକ୍ତର ଆସିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ୩ଟି ମେଡ଼ିକାଲ୍ ମଧ୍ୟରେ ଏସ୍ସିବିକୁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ଶ୍ରେଷ୍ଠ ୧୪ତମ ହସ୍ପିଟାଲ୍ରେ କଟକ ବଡ଼ ମେଡ଼ିକାଲ ରହିଛି । ଆଜି ସକାଳୁ ମଧ୍ୟ ୫ଟି ସଚିବ…
ପଞ୍ଚକୁଲା ହିଂସା ମାମଲାରେ ଗୁରୁରାମ ରହିମ୍ଙ୍କ ପୋଷ୍ୟା କନ୍ୟା ହନିପ୍ରୀତ୍ଙ୍କୁ ଆଜି ଜମାନତ ମିଳିଛି । ହନିପ୍ରୀତ୍ଙ୍କ ଉପରେ ଦେଶଦ୍ରୋହ ଆରୋପ ହଟିବା ପରେ ପଞ୍ଚକୁଲା କୋର୍ଟରଙ୍କୁ ତାଙ୍କୁ ଜାମି ନ ମିଳିଛି । ଦୁଷ୍କର୍ମ ଆରୋପୀ ଡୋରା ସଚ୍ଚା ସୌଦା ପ୍ରମୁଖ ଗୁରୁମିତ୍ ରାମ ରହିମ୍ଙ୍କ ଜେଲ୍ ଯିବା ପରେ ପଞ୍ଚକୁଲାରେ ହିଂସା ଘଟାଇବା ମାମଲାରେ ହନିପ୍ରୀତଙ୍କୁ ଜେଲ୍ଯିବାକୁ ପଡ଼ିଥିଲା । ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ବଣ୍ଡ ଉପରେ ହନିପ୍ରୀତ୍ଙ୍କୁ ଜମାନତ ମିଳିଛି । ପଞ୍ଚକୁଲା ସେକ୍ଟର ୫ ଥାନା ଅନ୍ତର୍ଗତ ଏଫଆଇଆର୍ ନମ୍ବର ୩୪୫ରେ ଉପରେ ପଞ୍ଚକୁଲା କୋର୍ଟରେ ଶୁଣାଣୀ ହୋଇଥିଲା । ଡେରା ପ୍ରମୁଖ ଗୁରୁମିତ୍ ରାମ ରହିମ୍ ସଜ୍ଜା ମିଳିବା ପରେ ୨୦୧୭, ଅଗଷ୍ଟ ୨୫ରେ ହରିୟାଣାର ପଞ୍ଚକୁଲାରେ ହୋଇଥିବା ହିଂସା ପାଇଁ ହନିପ୍ରୀତ୍ଙ୍କୁ ଜେଲ୍ଦଣ୍ଡ ମିଳିଥିଲା । ଏହି ହିଂସାରେ ୪୧ ଲୋକ ମୃତ୍ୟୁବରଣ କରିଥିବାବେଳେ ୨୬୦ରୁ ଅଧିକ ଲୋକ ଆହତ…
‘ୟେ ସାଲି ଆଶିକି’ର ଟ୍ରେଲର୍ ରିଲିଜ୍ ହୋଇଛି। ଲଭ୍ ସସସେନ୍ସ ଓ ଥ୍ରିଲରରେ ଭରପୂର ଏହି ଫିଲ୍ମଟିରେ ନବାଗତ ବର୍ଦ୍ଧନ ପୁରୀ ବଲିଉଡ୍ରେ ପାଦ ଥାପୁଛନ୍ତି। ହିନ୍ଦୀ ସିନେମାର ଦିବଙ୍ଗତ ଅଭିନେତା ଅମରେଶ ପୁରୀଙ୍କ ନାତ ହେଉଛନ୍ତି ବର୍ଦ୍ଧାନ୍। ବର୍ଦ୍ଧାନ୍ଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାଲକା ଓବରୟ ରହିଥିବାବେଳେ ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଚିରାଗ ରୂପାରେଲି। ଟ୍ରେଲର୍ଟିକୁ ଭଲ୍ ରେସପନ୍ସ ମିଳିଥିବାବେଳେ ଫିଲ୍ମଟି ୨୨ ନଭେମ୍ବରରେ ପରଦା ଉପରକୁ ଆସିବ ।