ସମୀକ୍ଷା ବ୍ୟୁରୋ ନୟାଗଡ, 26/12 : ମହୀପୁରବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଶେଷରେ ମହୀପୁରକୁ ଗଡିଛି ପାସେଞ୍ଜର ଟ୍ରେନ୍ । ନୟାଗଡ଼ ଟାଉନ ଷ୍ଟେସନରୁ ମହୀପୁରକୁ ଗଡ଼ିଛି ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ଟ୍ରେନ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି । ଦୀର୍ଘଦିନ ଧରି ମହୀପୁରରେ ରେଳ ଯୋଗାଯୋଗ ପାଇଁ ଦାବି କରାଯଉଥିଲା । ପୂର୍ବରୁ ପରୀକ୍ଷାମୂଳକ ଭାବରେ ଟ୍ରେନ ଇଞ୍ଜିନ ଚଲାଯାଇଥିବା ବେଳେ ଆଜି ପାସେଞ୍ଜର ଟ୍ରେନ୍ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ ମହୀପୁରରୁ ପୁରୀ ମଧ୍ୟରେ 2ଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୬/୧୨: ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆପଣାଇବାକୁ ଆହ୍ବାନ ଦେବା ସହିତ ସାଢେ ଚାରି କୋଟି ଓଡିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡିଶାରେ ନିର୍ବାଚନରେ ଜିତିବା ପାଇଁ ବିଜେଡି କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ହୃଦୟ ଜିତିବା ପାଇଁ କାମ କରୁଛି ବୋଲି ନବୀନ ପ୍ରକାଶ କରିଥିଲେ। ରାଜ୍ୟର ସାଢେ ଚାରି କୋଟି ଭାଇ ଭଉଣୀ ମିଳିତ ଭାବରେ ଦେଇଥିବା କ୍ଷମତା ହେଉଛି ବିଜେଡି। ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ଏପରିକି ମୋ ଉପରେ ମଧ୍ୟ ନୁହେଁ ବୋଲି ନବୀନ ପ୍ରକାଶ କରିଥିଲେ। ବିଜେଡି ବର୍ତ୍ତମାନ ଏକ ଦଳ ନୁହେଁ ବରଂ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇ ସାରିଛି ବୋଲି ନବୀନ ପ୍ରକାଶ କରିଥିଲେ।…
https://www.youtube.com/watch?v=OI8NHo_HZow
ମାନିଲା, 26/12 : ସାମୁଦ୍ରିକ ଝଡ ଟାଇଫୁନ୍ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଟାଇଫୁନ୍ ଫାନ୍ଫୋନ୍ ତାଣ୍ଡବରେ ଗୁରୁବାର ଫିଲିପାଇନ୍ସରେ 13 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଫିଲିପାଇନ୍ସର ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ନିଖୋଜ ଅଛନ୍ତି । ଏହି ସୂଚନା ସରକାରୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଟାଇଫୁନ୍ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)
Mumbai: Actress Sara Ali Khan at actress Kareena Kapoor’s Christmas party in Mumbai on Dec 24, 2019. (Photo: IANS)
Mumbai: Actress Kim Sharma during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Mumbai: Actress Rakul Preet Singh during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Mumbai: Actors Nora Fatehi and Varun Dhawan during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Amritsar: Actress Raveena Tandon visits the Golden temple in Amritsar on Dec 25, 2019. (Photo: IANS)
Mumbai: Actor Sanjay Kapoor with wife Maheep Kapoor and fashion designer Seema Khan at actress Kareena Kapoor’s Christmas party in Mumbai on Dec 24, 2019. (Photo: IANS)
Mumbai: Actors Kareena Kapoor and Saif Ali Khan with their son Taimur Ali Khan at Christmas party in Mumbai on Dec 25, 2019. (Photo: IANS)
Mumbai: Actress Amyra Dastur seen at Bandra, in Mumbai on Dec 25, 2019. (Photo: IANS)
Kolkata: Bengal’s Manoj Tiwary in action during the Elite Group A Ranji Trophy match between Bengal and Andhra at Eden Gardens, in Kolkata on Dec 25, 2019. (Photo: IANS)
ନୂଆଦିଲ୍ଲୀ, 26/12 : ବାରମୁଳାର ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଉରିରେ ପାକିସ୍ତାନ ଆକ୍ରମଣରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ପରେ ପ୍ରତିଆକ୍ରମଣରେ ପାକ୍ ଯବାନ ପ୍ରାଣ ହରାଇଛନ୍ତି । ଗୁରୁବାର ଭାରତୀୟ ସେନା ପକ୍ଷରୁ ଏହି ବକ୍ରମଣ କରାଯାଇଥିବା ବେଳେ ପାକ୍ ସେନାର 2ରୁ 3ଟି ଶିବିର ନଷ୍ଟ କରିଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାକ୍ ସେନା ପକ୍ଷରୁ ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ ଏବଂ ଚୁରଣ୍ଡା ଅଞ୍ଚଳରେ ଗୁଳିମାଡ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ ଜଣେ 23 ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ,26/12 : ନବମ ଖେଳାଳି ଭାବରେ ଟେଷ୍ଟରେ 150 ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ । ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳି ଆଣ୍ଡରସନ୍ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମେ 22, 2003ରେ ଲର୍ଡସ୍ରେ ପଦାର୍ପଣ କରିଥିବା ଆଣ୍ଡରସନ୍ ଏହି ମ୍ୟାଚ୍ ପୂର୍ବରୁ 149 ଟେଷ୍ଟରୁ 29.64 ହାରରେ 575 ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ବଲ୍ରେ ଆଣ୍ଡରସନ୍ ଡିନ୍ ଏଲ୍ଗାରଙ୍କୁ ଆଉଟ କରି ସଫଳତା ହାସଲ କରିଥିଲେ । 200 ଟେଷ୍ଟ ସହିତ ସଚିନ୍ ତେନ୍ଦୁଲକର ଏହି ତାଲିକାର ଏକନମ୍ବର ସ୍ଥାନରେ ରହିଛନ୍ତି । ଅନ୍ୟତମ ଇଂଲଣ୍ଡ ଖେଳାଳି ଆଲେଷ୍ଟେୟାର କୁକ୍ 161 ଟେଷ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)
https://www.youtube.com/watch?v=NoHR9Lz0mrw
ରାଞ୍ଚି, 26/12 : ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରହିଥିବା ହେମନ୍ତ ସୋରେନଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ରଘୁବରଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ଡିସେମ୍ବର 19ରେ ହେମନ୍ତ ସୋରେନ୍ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ସୋରେନ୍ଙ୍କ ପକ୍ଷରୁ ଦୁମ୍କା ଥାନାରେ ଅଭିଯୋଗ କରାଯାଇଥିଲା । ଯଦିଓ ସୋରେନ୍ ନିଜର ଅଭିଯୋଗ ଫେରସ୍ତ ନେବା ନେଇ ସୂଚନା ଦେଇଛନ୍ତି ତେବେ ଗୁରୁବାର ଦିନ ପୋଲିସ୍ ପକ୍ଷରୁ ରଘୁବରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ, 26/12 : ଗୁରୁବାର ସଙ୍ଗଠିତ ହୋଇଥିବା ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଢ ଲକ୍ଷ ଟଙ୍କାର ଚଷମା ପିନ୍ଧିଛନ୍ତି । ସୂର୍ଯ୍ୟପରାଗ ଦେଖୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସୋସିଆଲ ମିଡିଆରେ ସେୟାର ପରେ ଏହାକୁ ନେଇ ବିଭିନ୍ନ ମିମ୍ ଦେଖିବାକୁ ମିଳିଛି । କିଛି ଲୋକ ମୋଦିଙ୍କ ସପକ୍ଷରେ ମିମ୍ ପୋଷ୍ଟ କରିଥିବା ବେଳେ କିଛି ମୋଦିଙ୍କ ବିପକ୍ଷରେ ଦେଖିବାକୁ ମିଳିଛି । ଏକ ମିମ୍ରେ ମୋଦି ଏହି ଚଷମାରେ ରାହୁଲ ଓ ସୋନିଆଙ୍କୁ ଦେଖୁଛନ୍ତି ବୋଲି ଲେଖାଯାଇଥିବା ବେଳେ ଅନ୍ୟ ଏକ ମିମ୍ରେ ମୋଦିଙ୍କ 5 ଟ୍ରିଲିୟନ୍ ଅର୍ଥନୀତି ଉପରେ କମେଣ୍ଟ କରାଯାଇଥିଲା । ମୋଦି ପିନ୍ଧିଥିବା ଏହି ଚଷମାଟି ଜର୍ମାନୀରେ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ 1.5 ଲକ୍ଷ ଟଙ୍କା ରହିଛି । (ଏଜେନ୍ସୀ)
https://www.youtube.com/watch?v=vG6_EJFGYVM
ନୂଆଦିଲ୍ଲୀ, 26/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠତି ହୋଇଯାଇଛି । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପିର ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ମୁଖ୍ତାର ଆବ୍ବାସ୍ ନକ୍ଭୀ, କିରେଣ ରିଜ୍ଜୁ, ଅର୍ଜୁନ ରାମ ମେଘଓ୍ବାଲ, ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବାତ ଉପସ୍ଥିତ ଥିଲେ । ସାଂସଦ ମାନଙ୍କ ମଧ୍ୟରେ ଲଦାଖ ସାଂସଦ ଜାମ୍ୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ରାଜୀବ ଚନ୍ଦ୍ରଶେଖର ଏବଂ ଜିବିଏଲ୍ ନରସିଂହ ରାଓ ଉପସ୍ଥିତ ଥିଲେ । ଗୁରୁବାର ଅନୁ୍ଷ୍ଠିତ ଏହି ରୁଦ୍ଧଦ୍ବାର ବୈଠକରେ ସିଏଏକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଆଲୋଚନା ହୋଇଥିଲା । (ଏଜେନ୍ସୀ)
କେଦାର ମିଶ୍ର ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ…

