Author: Samikhsya Bureau

ସମୀକ୍ଷା ବ୍ୟୁରୋ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିଣ ରିଜିଜୁ। ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏବଂ ଏହି କ୍ଷେତ୍ରରେ ସହଯୋଗ ପାଇଁ କେନ୍ଦ୍ର ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମ୍‌ର ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ଏହି ଅବସରରେ ସେ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିବା ସହିତ ରାଜ୍ୟସରକାର ପ୍ରଶଂସା କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭିଜିଲାନ୍ସ ଅଫିସରଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ସାର୍ଥକ ସାରଙ୍ଗୀଙ୍କୁ ଶ୍ରେଷ୍ଠ  ଭିଜିଲାନ୍ସ ଡିଭିଜନର ପୁରସ୍କାର ମିଳିଥିବାବେଳେ ସଦାନନ୍ଦ ପାଣିଙ୍କୁ ରାଜ୍ୟ ଶ୍ରେଷ୍ଠ ଭିଜିଲାନ୍ସ  ଇନ୍‌ଭେଷ୍ଟିଗେଟିଂ ଅଫିସରର, ଅନୁସୟା ସେନାପତିଙ୍କୁ ଶ୍ରେଷ୍ଠ ମହିଳା ଇନ୍‌ଭେଷ୍ଟିଗେଟିଂ ଅଫିସର, ଦିଲ୍ଲୀପ କୁମାର କର ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟି, ହେମନ୍ତ କୁମାର ସ୍ବାଇଁଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଆଇନଜୀବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ…

Read More

ଝାରଖଣ୍ଡ ବିଧାନସଭା ନେଇ ନିର୍ବାଚନ ତାରିଖ ସିଇସି ଘୋଷଣା କରିଛନ୍ତି। ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।  ୫ଟି ପର୍ଯ୍ୟାୟରେ ଏହି ରାଜ୍ୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୩୦ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ, ଡିସେମ୍ବର ୭ ତାରିଖରେ  ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ଆସନ, ୧୨ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ, ଡିସେମ୍ବର ୧୬ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ନିର୍ବାଚନ  ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ସେହିପରି ୨୩ ଡିସେମ୍ବରରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ କୁମାର ଅରୋଡ଼ା ସୂଚନା ଦେଇଛନ୍ତି। ରାଜ୍ୟରେ ୧୯ଟି ଜିଲ୍ଲା ନକ୍ସଲ ପ୍ରଭାବିତ ରହିଛି। ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜିଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ନଭେମ୍ବର…

Read More

ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରାୟଗଡା ଜିଲ୍ଲା ପରିଦର୍ଶନ କରିଛନ୍ତି।  ଉଦୟପୁର ସ୍କୁଲରେ ସେ ଛାତ୍ରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ହେଲେ କୌଣସୀ ଆଶାନୁରୂପକ ଉତର ମିଳିପାରି ନଥିଲା। ଏଥିରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ମଧ୍ୟ ସେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଉଦୟପୁର ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାରଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସହକାରୀ ଶିକ୍ଷୟିତ୍ରୀ ସୁଜ୍ଞାନୀ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେହିପରି ଏବିଇଓ ଓ ସିଆରସିସିଙ୍କୁ ମଧ୍ୟ ସୋ କଜ୍ ନୋଟିସ ପଠାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଆସାମୀକୁ ଗିରଫ ଦାବିରେ  ଆଜି ଶତାଧିକ ମହିଳା ବାଣପୁର  ଥାନା ଘେରାଉ କରିଛନ୍ତି। ନରେନ୍ଦ୍ରପୁର ପଞ୍ଚାୟତର ବଡସିରେଇପୁର ଗ୍ରାମର ଶତାଧିକ ମହିଳା ଆସାମୀକୁ ଗିରଫ କରିବା ପାଇଁ ଦାବି କରିବା ସହିତ ଥାନା ପରିସରରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବଡ଼ସିରେଇପୁର ଗ୍ରାମର ଚାରିଭାଇ ବେଆଇନ୍‌ ଭାବରେ ମଦ ବିକ୍ରି କରି ଆସୁଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ବାରଣ କରାଯାଇଥିଲା। ଏପରିକି ଏହି ଚାରିଭାଇଙ୍କୁ ଗ୍ରାମସଭାରେ ଏପରି କାର୍ଯ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା  କିନ୍ତୁ ଏହି ଚାରି ଭାଇଯାକ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅମାନ୍ୟ କରିବା ସହିତ ଗ୍ରାମସଭା କମିଟିର ସଦସ୍ୟ ପ୍ରଭାକର ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଭାକରଙ୍କୁ ବାଣପୁର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅବନତି ଆଡକୁ ଗତି କରୁଥିବାବେଳେ ତାଙ୍କୁ ଭୁବନେଶ୍ବର ହସ୍ପିଟାଲ୍‌କୁ ସ୍ଥାନନ୍ତରିତ କରାଯାଇଥିଲା। ଦୀର୍ଘ ୨୨ ଦିନ କାଳ…

Read More

ଶୁକ୍ରବାର ଦିନ ଦିଲ୍ଲୀଏନ୍‌ସିଆରରେ ହେଲ୍‌ଥ ଇମରଜେନ୍ସି ଜାରି କରିଛନ୍ତି। ଏଥିସହିତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ  ମଧ୍ୟ ଲଗାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ-ଏନ୍‌ସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସହ ଗମ୍ଭୀର ସ୍ତରରେ ପହଞ୍ଚିଛି। ପ୍ରଥମଥର ପାଇଁ ଏପରି ଗମ୍ଭୀର ଅବସ୍ଥା ତଥା ‘ଜରୁରୀସ୍ଥିତିରେ ପହଞ୍ଚିଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ପରିବେଶ ପ୍ରଦୁଷଣ ପ୍ରାଧିକରଣର ଅଧ୍ୟକ୍ଷ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଚିଠି ଲେଖଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବାୟୁ ପ୍ରଦୁଷଣ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିସହ ସେ ଶୀତ ଋତୁରେ ବାଣ ନ ଫୁଟାଇବା ପାଇଁ କଟକଣା ଜାରି କରିଛନ୍ତି। ଦିଲ୍ଲୀ ସରକାର ଆଜି ଦିଲ୍ଲୀର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ୫୦ ଲକ୍ଷ ମାସ୍କ ବଣ୍ଟନ…

Read More

ନୀଳନୟନା ଐଶ୍ବର୍ଯ୍ୟା ରାୟ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି । ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ।  ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ରୀ ରହିଥିଲେ ଐଶ୍ୱର୍ଯ୍ୟା। କିନ୍ତୁ ମଡେଲିଂ ଜଗତକୁ ଆସିବା ପରେ ପାଠ ପଢା ଅଧାରେ ଛାଡିଥିଲେ। ୧୯୯୪ରେ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟୀ ହୋଇଥିଲେ ସେ। ୧୯୯୭ ଫିଲ୍ମମେକର୍‌ ମଣିରତ୍ନମ ତାଙ୍କୁ ତାମିଲ ଫିଲ୍ମ ‘ଇରୁଭର’ରେ ପ୍ରଥମେ ଅଭିନୟର ସୁଯୋଗ ଦେଇଥିଲେ। ସେହିବର୍ଷ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ର ‘ଔର୍‌ ପ୍ୟାର୍‌ ହୋ ଗୟା‘ ଜରିଆରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ୧୯୯୯ ମସିହାରେ ଆସିଥିବା ସଞ୍ଜୟ ଲୀଳା ଭନ୍‌ସାଲୀଙ୍କ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରେ ପରେ ସେ ‘ଦେବଦାସ’,  ’ମୋହବତେଁ’, ‘ରେନକୋଟ୍‌’, ’ତାଲ୍‌’, ‘ଗୁରୁ’, ’ରାବଣ୍‌’, ‘ଢାଇ ଅକ୍ଷର ପ୍ରେମ କୀ’, ‘ଦିଲ୍‌ କା…

Read More

ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ତାରିଖ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜ୍ୟରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯିବ। ଝାରଖଣ୍ଡର ବିଧାନସଭା କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୦ରେ ସମ୍ପୂର୍ଣ୍ଣ ହେବାକୁ ରହିଛି । ଏହା ପୂର୍ବରୁ ନୂତନ ସରକାର ଗଠନ କରାଯିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ୍‌ ଆରୋଡା ଆଜି ବିଧାନସଭା ନିର୍ବାଚନ ନେଇ  ତାରିଖ ଘୋଷଣା କରିବେ । ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ବିଜପି ଲଗାତର ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ସହିତ ପୁଣିଥରେ କ୍ଷମତାସୀନ ହେବା ପାଇଁ ଆଶା ରଖିଛି । ଚଳିତ ଲୋକସଭା ନିର୍ବାଚନର ପରିଣାମକୁ ଦେଖି ଦଳ ରାଜ୍ୟରେ ମିଶନ ୬୫+ର ଟାର୍ଗେଟ୍‌ ରଖିଛି । ବିଜେପି ଓ ଏଜେଏସ୍‌ୟୁ ମିଳିତ ଭାବରେ ନିର୍ବାଚନ ମଇଦାନ ଓହ୍ଲାଇବେ ବୋଲଇ…

Read More

ଆଜିଠାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡରରେ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ପହିଲାରେ ହିଁ ଏଚପିସିଏଲ, ବିପିସିଏଲ ଓ ଆଇଓସି ପକ୍ଷରୁ ଏହି ଜାରି କରାଯାଇଥିବା ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୭୬.୫ ଟଙ୍କା ବୃଦ୍ଧି କରାଯାଇଛି। ଆଜି ଠାରୁ ଗ୍ୟାସ ସିଲିଣ୍ଡର ଉପରେ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି। ଲଗାତର ୩ମାସ ହେଲା ଏଲପିଜି ଗ୍ୟାସରେ ଦର ବୃଦ୍ଧି ଘଟିଛି। ୧୪.୨କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୭୬.୫ଟଙ୍କା ବୃଦ୍ଧି ଘଟି ୬୮୧.୫୦ ଟଙ୍କା ହୋଇଛି ଯାହା ଅକ୍ଟୋବରରେ ୬୦୫ ଟଙ୍କା ରହିଥିଲା। ସେହିପରି କମର୍ସିଆଲ ସିଲିଣ୍ଡର ଉପରେ ୧୧୯ ଟଙ୍କା ଦର ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ଏହି କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୨୦୪ଟଙ୍କା।

Read More

ସମୀକ୍ଷା ବ୍ୟୁରୋ କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା। ବାଲିଯାତ୍ରାକୁ ସରକାରୀ ମାନ୍ୟତା ପାଇଁ ନିର୍ଦ୍ଦେଶନାମା ଜାରି ହେବ।

Read More