ପାଟନା, 23/12: ଝାଡଖଣ୍ଡ ବିଧାନସଭାର ଫଳାଫଳ ଆଉ କିଛି ସମୟ ପରେ ସ୍ପଷ୍ଟ ହେବ। ତେବେ ଆସିଥିବା ଫଳାଫଳକୁ ଦେଖିଲେ ବିଜେପି ହାତର ଝାଡଖଣ୍ଡ ଖସି ଯାଇଥିବାର ଜଣାଯାଇଛି। ରାଜ୍ୟରେ ମହାମେଣ୍ଟ ସରକାର ଗଢିବାକୁ ଅଗ୍ରସର ହେଉଛି । ଝାଡଖଣ୍ଡରେ ବିଜେପିର ପରାଜୟକୁ ନେଇ ଆରଜେଡି ବେଶ୍ ଉତ୍ସାହିତ ରହିଛି। ଏବେ ଆରଜେଡିର ତେଜପ୍ରତାପ ଯାଦବ ଟୁଇଟ୍ କରି ମହାମେଣ୍ଟର ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନଙ୍କ ସହ ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ତେଜପ୍ରତାପ ଟୁଇଟ୍ କରି ଲେଖିଛନ୍ତି ଯେ, ବିଜେପିର ଅହଂକାରର ଲଙ୍କାରେ ନିଆଁ ଲଗାଇଥିବା ଝାଡଖଣ୍ଡର ସମସ୍ତ ମତଦାତାଙ୍କୁ ଧନ୍ୟବାଦ। ସୂଚନାଯୋଗ୍ୟ ଚଳିତ ଥର ଝାଡଖଣ୍ଡ ନିର୍ବାଚନରେ ଆରଜେଡି ଜେଏମଏମ୍ ସହ ମିଶିକରି ନିର୍ବାଚନ ଲଢିଛି। (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ କଟକ, 23/12 : ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିରର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି । କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଶୁଣାଣୀ ପାଇଁ ଏଏସଆଇ ମହାନିର୍ଦ୍ଦେଶକ ହାଇକୋର୍ଟରେ ହାଜର ହୋଇଛନ୍ତି । ବାତ୍ୟା ଫୋନିରେ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର କ୍ଷୟକ୍ଷତିର ମରାମତି ନେଇ ଏଏସଆଇକୁ ଦାୟିତ୍ୱ ଦିଆଯାଇଥିଲା । ଏହା ଉପରେ ଆଜି ହାଇକୋର୍ଟରେ ଶୁଣାଣୀ କରାଯାଇ ଆସନ୍ତା ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଣାର୍କ ମନ୍ଦିର ମରାମତି ତଥା ସୁରକ୍ଷା ନେଇ କ’ଣ ସବୁ ଯୋଜନା ପ୍ରସ୍ତୁତ ହୋଇଛି ତାହା ବିଷୟରେ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ୪ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ମୁମ୍ବାଇ, 23/12 : ଦେଶର ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ପକ୍ଷରୁ ସୋମବାର ଦିନ 18ଟି ବିମାନ ଚଳାଚଳ ଋଦ୍ଦ କରାଯାଇଛି । ଦେଶର ପ୍ରମୁଖ ସ୍ଥାନ ଗୁଡିକୁ ଥିବା ନିଜର ବିମାନ ଚଳାଚଳ ବନ୍ଦ ରଖିଛି ଗୋ ଏୟାର । ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୋଆ, ବେଙ୍ଗାଲୁରୁ, ଦିଲ୍ଲୀ, ଶ୍ରୀନଗର ଏବଂ ପାଟନାକୁ ଚାଲିବାକୁ ଥିବା 18ଟି ବିମାନ ଚଳାଚଳ ବନ୍ଦ ରଖାଯାଇଛି । ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ଚାଲିଥିବା ଆନ୍ଦୋଳନ ଏବଂ କିଛି ଏନ୍-320 ନିଓ ଏୟାରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ଗୋ ଏୟାର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୩/୧୨: ଆସନ୍ତା ଜାନୁଆରୀ ମାସରୁ ‘ମୋ ସରକାର’ରେ ସାମିଲ୍ ହେବ ଶ୍ରମ ବିଭାଗ। ସେହିପରି ବିଦେଶରେ ରହି କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ବିଦେଶରେ ଥିବା ଓଡ଼ିଆ ଶ୍ରମିକଙ୍କ ଲାଗି ଦିଲ୍ଲୀରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲିବେ। ବିଦେଶ ମନ୍ତ୍ରାଳୟ ସହଯୋଗରେ ଦେଶ ବାହାରେ ଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ଆଦି ୫ଟି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଛି। ଖୁବଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ହେଲ୍ପଡେସ୍କ ଖୋଲିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେହିଭଳି ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, 23/12 : ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି 66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଅଗଷ୍ଟ ମାସରୁ ବିଜୟୀଙ୍କ ନାମ ଘୋଷିତ ହୋଇଥିବା ବେଳେ ସୋମବାର ଶାସ୍ତ୍ରୀ ଭବନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତିଙ୍କ ସହିତ ମାନବ ସମ୍ବଳ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ । ପୂର୍ବାହ୍ନ 10ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦିବ୍ୟା ଦତ୍ତ ଏବଂ ସୋନାଲୀ କୁଲକର୍ଣ୍ଣୀ ପରିଚାଳନା କରିଥିଲେ । ମହାନାଟୀ ପାଇଁ ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । ଆୟୁଷ୍ମାନ ଖୁରାନା ଏବଂ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରିଥିଲେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ । ଅମିତାଭ୍ ବଚ୍ଚନଙ୍କ ଅନୁପସ୍ଥିତିରେ ଦାଦାସାହେବ ଫାଲକେଙ୍କ ଅଣନାତି ଶ୍ରୀ ଚନ୍ଦ୍ରଶେଖର…
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୩/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲାନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇ ଏହି ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଏନେଇ ପ୍ରଶାସନ ତ୍ବରିତ୍ବ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ସମ୍ପୃକ୍ତ ରାସ୍ତାରେ ଉତ୍ତମ କାର୍ଯ୍ୟ କରାଯାଉଥିବା ନେଇ ସୂଚନା ରହିଛି। ଉକ୍ତ ରାସ୍ତା ନିର୍ମାଣରେ ହେଉଥିବା ଅନିୟମିତତା ନେଇ ଗତ ୧୯ ତାରିଖରେ ଆମ ସମୀକ୍ଷା ନ୍ୟୁଜ୍ରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ଏସଡିଓ ବାବାଜୀ ଚରଣ ବେହେରା ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସଡିଓଙ୍କ ହସ୍ତକ୍ଷେପ ଫଳରେ ବିଭାଗୀୟ ଯନ୍ତ୍ରୀ କେଳୁଚରଣ ଦଳାଇ ଓ ଠିକାଦାର ଏବେ ଉକ୍ତ ରାସ୍ତାରେ ଉନ୍ନତମାନର ପିଚୁ ପକାଇ କାର୍ଯ୍ୟ ଆରମ୍ଭ କରିଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, କଟକ–ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲାନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି…
କଲିକତା, 23/12: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା ଲାଗିଛି। ସିଏଏକୁ ବିରୋଧ କରି ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୱେବସାଇଟ୍ ଏବଂ ଅନ୍ୟ ସ୍ଥାନରୁ ସିଏଏକୁ ବିରୋଧ କରି ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ ହାଇକୋର୍ଟରେ ୬ଟି ଜନହିତ ଯାଚିକା ଦାୟର କରାଯାଇଥିଲା। ଏହା ଉପରେ ଶୁଣାଣି କରି ଏବେ ହାଇକୋର୍ଟ ବିଜ୍ଞାପନ ହଟାଇବାକୁ ମମତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ହେବ ପଶ୍ଚିମବଙ୍ଗରେ ନାଗରିକତା ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ସରକାରୀ ସମ୍ପତ୍ତି ନଷ୍ଟ ହେବା ସହିତ ବହୁ ଜାଗାରେ ଭଙ୍ଗାରୁଜା ହୋଇଛି । (ଏଜେନ୍ସି)
କରାଚୀ,23/12 : କରାଚୀରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନ ବିଜୟୀ ହେବା ସହିତ ସିରିଜ୍ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ 263 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ପାକିସ୍ତାନ ମାତ୍ର 191 ରନ୍ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା 271 ରନ୍ ସଂଗ୍ରହ କରିଥିଲା । 80 ରନ୍ର ପଛୁଆ ପାକିସ୍ତାନ ପକ୍ଷରୁ ଦ୍ବିତୀୟ ଇନିଂସରେ ଟପ୍ ଅର୍ଡରର ପ୍ରଥମ ଚାରି ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ । ଦୁଇ ଓପ୍ନର ଆବିଦ୍ ଅଲୀ(174) ଏବଂ ସାନ୍ ମାସୁଦ୍(135) ପ୍ରଥମ ଓ୍ବିକେଟ୍ରେ 278 ରନ୍ ଯୋଡିଥିଲେ । ପରେ ଅଧିନାୟକ ଆଝାର ଅଲୀ (118) ଏବଂ ବାବର ଆଜାମ(100) ଶତକ ହାସଲ କରିବାରୁ ପାକିସ୍ତାନ 3 ଓ୍ବିକେଟ୍ ବିନିମୟରେ 555 ରନ୍ ସଂଗ୍ରହ କରିଥିଲା । 476 ରନ୍ର ବିଜୟ ଲକ୍ଷ୍ୟରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା…
ସମୀକ୍ଷା ବ୍ୟୁରୋ ୨୦୧୯ ଲୋକସଭାରେ ବହୁମତ ପାଇଥିଲେ ବି ରାଜ୍ୟରେ ବେଶ୍ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ୨୦୧୯ ମଇ ୨୩ତାରିଖରେ ଲୋକସଭା ନିର୍ବାଚନ ପରିଣାମରେ ବିଜେପି ଐତିହାସିକ ବିଜୟ ପାଇଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ବିଜେପି ଜିତିକରି ମଧ୍ୟ ସହଯୋଗୀଙ୍କ ଆସ୍ଥା ଜିତି ନପାରି ସେଠି ସରକାର ଗଢିବାରେ ଅସମର୍ଥ ରହିଲା। ସେହିପରି ହରିୟାଣରେ ସହଯୋଗୀ ବଳରେ ସରକାର ଗଢିଲା। କିନ୍ତୁ ଝାଡଖଣ୍ଡରେ ବିଜେପିକୁ ଏକ ବଡ ଝଟ୍କା ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ବହୁମତ ସହିତ ଜେଏମ୍ଏମ୍-କଂଗ୍ରେସ -ଆରଜେଡି ମେଣ୍ଟ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଏହା ସହିତ ଝାଡଖଣ୍ଡରେ ବିଜେପିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି। ଝାଡଖଣ୍ଡର ୮୧ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ୫ଟି ପର୍ଯ୍ୟାୟରେ ହୋଇଥିବାବେଳେ ଏହାର ପରିଣାମ ଆଜି ଆସିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡ ମୁକ୍ତି…
Mumbai: Actress Pallavi Mukherjee at a press conference during the promotions of their upcoming web series “Ye Hai #Mandi” in Mumbai on Dec 21, 2019. (Photo: IANS)
ଚେନ୍ନାଇ,23/12 : ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ମୁସଲିମ୍ ସମ୍ପ୍ରଦାୟ ପ୍ରତିଚ ଅନ୍ୟାୟ କରାଯାଉଛି ବୋଲି ଡିଏମ୍କେ ସାଂସଦ କେ କାନିମୋଝି ପ୍ରକାଶ କରିଥିଲେ । ସେହିପରି ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ । ଡିଏମ୍କେର ଏହି ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଲିନ ଏବଂ ଚିଦାମ୍ବରମଙ୍କ ବ୍ୟତୀତ ସହଯୋଗୀ ଦଳ ଏମ୍ଡିଏମ୍କେ ମୁଖ୍ୟ ଭାଇକୋ ଏବଂ ଅନ୍ୟ ବାମପନ୍ଥୀ…
ନୂଆଦିଲ୍ଲୀ,23/12 : ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ରାଜଘାଟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ସତ୍ୟାଗ୍ରହ ଧାରଣା କରିବାକୁ ଯାଉଛନ୍ତି । ଯୁବସମାଜ ଏହି ଧାରଣାରେ ଯୋଗ ଦେଇ ଏହି ଧାରଣାକୁ ସଫଳ କରିବା ପାଇଁ ରାହୁଲ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ଆଇନ ବିରୋଧରେ ଏକତ୍ର ହୋଇ ଆନ୍ଦୋଳନ କରିବା ଉଚିତ୍ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ସୋମବାର ଅପରାହ୍ନ 3ଟାରେ ରାହୁଲ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ଧାରଣାରେ ବସିବେ । ରାହୁଲଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଏହି ଧାରଣାରେ ଯୋଗ ଦେବେ ବୋଲି ଜଣାପଡିଛି । (ଏଜେନ୍ସୀ)
ନୂଆଦିଲ୍ଲୀ,23/12 : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି20 ସିରିଜ୍ର ବିଶ୍ରାମ ନେବେ ରୋହିତ ଶର୍ମା । ଆସନ୍ତା ଡିସେମ୍ବର 26 ତାରିଖରେ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ତିନି ମ୍ୟାଚ୍ ବିପକ୍ଷ ସିରିଜ୍ ଆସନ୍ତା ଜାନୁୟାରୀ 5 ତାରିଖରୁ ଖେଳାଯିବ । ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଏହି ସିରିଜ୍ରୁ ବିଶ୍ରାମ ପାଇଁ ରୋହିତ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି । ବିସିସିଆଇର ଜନୈକ ପ୍ରତିନିଧି ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ ଏକ ବର୍ଷ ହେବ ରୋହିତ ନିରନ୍ତର କ୍ରିକେଟ ଖେଳୁଥିବା ବେଳେ ଭାରତୀୟ ଦିନିକିଆ ଏବଂ ଟି20 ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଚଳିତ ବର୍ଷ ରୋହିତ ଦିନିକିଆରେ 28ଟି ମ୍ୟାଚ୍ରୁ 57 ହାରରେ 1490 ରନ୍ ସଂଗ୍ରହ କରିଥିବା ବେଳେ 2019 ଦିନିକିଆ…
Mumbai: Celebs at a press conference during the promotions of their upcoming web series “Ye Hai #Mandi” in Mumbai on Dec 21, 2019. (Photo: IANS)
ନୂଆଦିଲ୍ଲୀ,23/12 : ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ସରକାର ଗଠନର ସମ୍ଭାବନା ସ୍ପଷ୍ଟ ହୋଇଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 30ରୁ ଡିସେମ୍ବର 20 ମଧ୍ୟରେ 5ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । (ଏଜେନ୍ସୀ)
Mumbai: Actress and transwoman Ivanka Das at a press conference during the promotions of their upcoming web series “Ye Hai #Mandi” in Mumbai on Dec 21, 2019. (Photo: IANS)
Mumbai: Celebs at a press conference during the promotions of their upcoming web series “Ye Hai #Mandi” in Mumbai on Dec 21, 2019. (Photo: IANS)
Mumbai: Actress Sonakshi Sinha celebrates Christmas with underprivileged kids in Mumbai on Dec 21, 2019. (Photo: IANS)
Mumbai: Actor Himesh Reshammiya with wife Sonia Kapoor at the birthday party of producer Anand Pandit in Mumbai on Dec 21, 2019. (Photo: IANS)
Mumbai: Actress Vedhika at the birthday party of producer Anand Pandit in Mumbai on Dec 21, 2019. (Photo: IANS)
Cuttack: Indian SuperFan Sudhir Kumar Chaudhary during the 3rd ODI match between India and West Indies at Barabati Stadium in Cuttack, Odisha, on Dec 22, 2019. (Photo: Surjeet Yadav/IANS)

