Author: Samikhsya Bureau

ସମୀକ୍ଷା ବ୍ୟୁରୋ କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସାଇନି ସିମ୍‌ରନ୍‌ ହିଟ୍‌ମେୟରଙ୍କୁ ଆଉଟ୍‌ କରି ନିଜର ପ୍ରଥମ ଦିନିକିଆ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହାର ପରବର୍ତ୍ତୀ ଓଭରରେ ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରଷ୍ଟନ ଚେଜ୍‌ଙ୍କୁ ଆଉଟ୍‌ କରି ସାଇନି ଦ୍ବିତୀୟ ସଫଳତା ହାସଲ କରିବା ସହିତ ଓ୍ବିଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିବା ପରେ ଜାଡେଜା ଏହି ଯୋଡି ଭାଙ୍ଗିଥିଲେ । 74 ରନ୍‌ରେ ଦୁଇଟି ଓ୍ବିକେଟ୍‌ ପଡିଥିବା ବେଳେ ଚେଜ୍‌(38)-ହିଟମେୟର(31) 60 ରନ୍‌ର ଭାଗିଦାରୀ କରିଥିଲେ । ଉଭୟ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିବା ବେଳେ ଲଗାତାର ଦୁଇ ଓଭରରେ ସାଇନି ଉଭୟଙ୍କୁ…

Read More

ନୂଆଦିଲ୍ଲୀ, 22/12 : ସିରିଆ ଏବଂ ରୁଷିଆ ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ ଫଳରେ 12 ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ଇଡ୍‍ଲିବ୍‍ର ଉତ୍ତର ପଶ୍ଚିମାଞ୍ଚଳରେ ଏହି ଆକ୍ରମଣ କରାଯାଇଥିଲଶ । ରାଷ୍ଟ୍ରପତି ବସର୍‍ ଅଲ୍‍-ଅସଦ୍‍ଙ୍କ ସାମରିକ ଦଳକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଛି । ତିନିଦିନ ଧରି ସରକାରଙ୍କ ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିବା ହିଂସା ଯୋଗୁଁ ଏହି ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣକୁ ମିଳିତ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି ।(ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତକୁ ପ୍ରଥମ ସଫଳତା ମିଳିଛି । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଦଳକୁ ପ୍ରଥମ ସଫଳତା ଦେଇଛନ୍ତି । ଜାଡେଜା ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରୁ ଓ୍ବିଣ୍ଡିଜ୍‌ 20 ଓଭର ଶେଷ ସୁଦ୍ଧା 2 ଓ୍ବିକେଟ ହରାଇ 74 ରନ୍‌ ସଂଗ୍ରହ କରିଛି । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ମ୍ୟାଚ୍‌ର 15 ତମ ଓଭରରେ ସ୍ପିନର ରବୀନ୍ଦ୍ର ଜାଡେଜା ଏଭିନ୍‌ ଲୁଇସ(17)ଙ୍କୁ ନବଦୀପ୍‌ ସାଇନିଙ୍କ ଦ୍ବାରା ଆଉଟ କରି ପ୍ରଥମ ସଫଳତା ହାସଲ କରିଥିଲେ । ଏହାର ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‌ ସ୍ବିଙ୍ଗରରେ ହୋପ୍‌ଙ୍କୁ ଆଉଟ କରିଥିଲେ ମହମ୍ମଦ ସାମି । ଓ୍ବିଣ୍ଡିଜ୍‌ ପକ୍ଷରୁ ହୋପ୍‌ 50ଟି…

Read More

ନୂଆଦିଲ୍ଲୀ, 22/12 : ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ 5 ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ 879 ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ 15 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ନେଇ ଉତ୍ତର ପ୍ରଦେଶ ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଘଟି 15 ଜଣ ନିହତ ହୋଇଥିବା ବେଳେ 288 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି । ମୃତକ 15 ଜଣଙ୍କ ମଧ୍ୟରୁ ଅଧିକାଂଶ ଭିଡ ହିଂସାର ଶିକାର ହୋଇଛନ୍ତି ବୋଲି ଡିଜିପି ପ୍ରକାଶ କରିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଟସ୍‌ ଜିତିଛି । ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛନ୍ତି । ଦ୍ବିତୀୟାର୍ଦ୍ଧରେ କାକର ପଡିବାର ଥିବାରୁ ପ୍ରଥମେ କ୍ଷେତ୍ରରକ୍ଷଣ ସଠିକ୍‌ ନିଷ୍ପତ୍ତି ବୋଲି କୋହଲି କହିଛନ୍ତି । ପିଚ୍‌ ବ୍ୟାଟିଂ ଅନୁକୂଳ ହୋଇଥିବାରୁ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଏହାର ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ନବଦୀପ୍‌ ସାଇନି ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଆହତ ଦୀପକ ଚହରଙ୍କ ସ୍ଥାନରେ ନବଦୀପ ପଦାର୍ପଣ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଶେରଗଡ଼/ହିଞ୍ଜିଳିକାଟୁ, ୨୨/୧୨ : ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତାର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ସରକାରୀ ଗାଡିରେ ଚିକିତ୍ସାଳୟ ନେଇ ଜିଲ୍ଲାପାଳ ପ୍ରଶଂସା ସାଉଁଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରବିବାର ସକାଳ ୯:୦୦ ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼ରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଶିବ ପ୍ରଧାନ ନାମକ ଜନୈକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉକ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ନିଜ ଗାଡିରେ ଆହତଙ୍କୁ ବସାଇ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଏହା ସହିତ ଆହତଙ୍କ ଚିକିତ୍ସା ନିଜ ଉପସ୍ଥିତିରେ ମଧ୍ୟ କରାଇଥିଲେ। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଦ୍ବାରା ସାଧାରଣ ଜନତାଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ମନୋଭାବ ନେଇ ସାଧାରଣରେ ରହିଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି।…

Read More

ନୂଆଦିଲ୍ଲୀ, 22/12 : ଆମେରିକାର ଲାସଭେଗାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଶନିବାର ଲାସଭେଗାସର ଏକ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଲାସଭେଗାସ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯାଇଛି । ଲାସଭେଗାସର ବୋଲେଭାର୍ଡ ନର୍ଥରେ ରହିଥିବା 42 ୟୁନିଟ୍‌ର କୋଠାରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯିବାର ଚେଷ୍ଟା କରାଯାଇଥିବା ବେଳେ 23 ଜଣ ଫସି ରହିଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡରେ ସମୁଦାୟ 4 ଲକ୍ଷ 75 ହଜାର ଡଲାରର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 22/12 : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି। ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏହା ସହିତ ସାଧାରଣ ଲୋକଙ୍କୁ ସିଏଏ ଏବଂ ଏନ୍‌ଆର୍‌ସି ସମ୍ପର୍କରେ ଅବଗତ କରାଇବେ ମୋଦି  (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 22/12 : ସର୍ବଦା ବିବାଦରେ ରହୁଥିବା ଭୋପାଳର ସାଂସଦ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଶନିବାର ସନ୍ଧ୍ୟାରେ ପ୍ରଜ୍ଞା ଠାକୁର ସ୍ପାଇସ୍‌ ଜେଟ୍‌ରେ ଏହି ଆନ୍ଦୋଳନ କରିବା ସହିତ ବିବାଦ ଘେରକୁ ଆସିଛନ୍ତି । ଦିଲ୍ଲୀରୁ ଭୋପାଳ ଯାଉଥିବା ପ୍ରଜ୍ଞାଙ୍କୁ ସ୍ପାଇସ୍‌ ଜେଟ୍‌ ବିମାନରେ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । ବିମାନଟି ଭୋପାଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିବା ବେଳେ ପ୍ରଜ୍ଞା ନିଜ ସିଟ୍‌ରୁ ଓହ୍ଲାଇ ନଥିଲେ । ବିମାନ କର୍ମଚାରୀଙ୍କ ପକ୍ଷରୁ ଅନେକ ଅନୁରୋଧ ପରେ ପ୍ରଜ୍ଞା ଓହ୍ଲାଇଥିବା ବେଳେ ରାଜା ଭୋଜ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସିଟ୍‌ ଆବଣ୍ଟନକୁ ନେଇ ପ୍ରଜ୍ଞାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ସୋମବାର ଏହା ଉପରେ ତଦନ୍ତ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Read More

Bengaluru: Former Karnataka Minister D. K. Shivakumar plays cricket during the inauguration of Media Cricket Tournament at Central College Grounds of PES University, in Bengaluru on Dec 21, 2019. (Photo: IANS)

Read More