ସମୀକ୍ଷା ବ୍ୟୁରୋ ଏଣିକି ଟ୍ଵିଟରରେ ରାଜନୈତିକ ବିଜ୍ଞାପନ ଛପାଯିବ ନାହିଁ। ନଭେମ୍ବର ୨୨ରୁ ଟ୍ଵିଟର ଏହି ନିୟମ ଲାଗୁ କରିବ। କମ୍ପାନୀର ମୁଖ୍ୟ ଅଧିକାରୀ ଜ୍ୟାକ ଡର୍ସି ଅଧିକାରିକ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚରେ ସୋସିଆଲ ମିଡିଆ ନିର୍ବାଚନରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ୨୦୧୪ରେ ବିଜେପି ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରିଥିଲା । ସେହିପରି ୨୦୧୬ରେ ହୋଇଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସୋସିଆଲ୍ ମିଡିଆକୁ ବହୁଳ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଶ୍ବସ୍ତରରେ ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛି । ବିଜ୍ଞାପନ ଜରିଆରେ ଲୋକଙ୍କ ନିକଟରେ ବାର୍ତ୍ତା ପହଁଚିବା ଉଚିତ୍ ସେମାନଙ୍କୁ କିଣାଯିବା ଉଚିତ୍ ନୁହେଁ। କମରସିଆଲ ବିଜ୍ଞାପନଦାତାଙ୍କ ପାଇଁ ଇଣ୍ଟରନେଟ୍ ଏବଂ ବିଜ୍ଞାପନ ବହୁ ପ୍ରଭାବଶାଳୀ। ଏହା ରାଜନୀତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି…
Author: Samikhsya Bureau
ହଲିଉଡ୍ର ଚର୍ଚ୍ଚିତ ଗାୟିକା କେଟୀ ପେରୀଙ୍କ ନାମରେ ଦେଢ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି । 2016ରେ ଆମେରିକୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ହିଲାରୀ କ୍ଲିଣ୍ଟନଙ୍କ ପରି ପୋଷାକ ପିନ୍ଧିବା କାରଣରୁ କେଟୀଙ୍କ ନାମରେ ଏହି ମାମଲା ଦାୟର କରାଯାଇଛି । 2014ର ଏକ ହାଲୋଇନ୍ ପରିପାଟୀରେ କେଟୀ ଏହି ପୋଷାକ ପିନ୍ଧିଥିଲେ । ଦୀର୍ଘ 5 ବର୍ଷ ପରେ ଏହି ଫଟୋକୁ ନେଇ ବିବାଦ ଦେଖାଦେଇଛି । ହିଲାରୀଙ୍କ ଜନୈକ ପ୍ରଶଂସକ ଗୁରୁବାର କେଟୀଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି । ଫଟୋଟିକୁ ଜନୈକ ପାପାରାଜି ଉଠାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିଗି ହାଦିଦିଙ୍କ ନାମରେ ମଧ୍ୟ ଏକ ମାନହାନି ମାମଲା ଦାୟର କରାଯାଇଥିଲା ।
କେଦାର ମିଶ୍ର ଜାତି ଯେତେବେଳେ ତାର ଅନ୍ୟତମ ବିଶ୍ଵକର୍ମା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କର ୧୪୫ତମ ଜୟନ୍ତୀ ଦିବସର ଶ୍ରଦ୍ଧାଞ୍ଜଳି ଜଣାଉଛି, ସେତେବେଳେ ଦେଶର ଶାସକ ବର୍ଗ ପଟେଲଙ୍କର ଆଦର୍ଶ ଓ ବିଶ୍ଵାସ ବିରୋଧରେ ପଟେଲଙ୍କୁ ହିଁ ଠିଆ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ପଟେଲଙ୍କୁ ବଡ ଦେଖାଇବାକୁ ଯାଇ ତାଙ୍କର ସହଯୋଗୀ ଏବଂ ପ୍ରିୟତମ ବନ୍ଧୁ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଛୋଟ ଦେଖାଇବାର ଉଦ୍ୟମ କରୁଛନ୍ତି। ଆଜି ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ତାଙ୍କ ପାଇଁ ସବୁଠୁ ବଡ ଶ୍ରଦ୍ଧାଞ୍ଜଳି। ସେହିପରି ଓଡିଶାରେ ଭାଷଣ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ କୁଆଡେ ଆରମ୍ଭରୁ ମୋଦୀଙ୍କ ନେତୃତ୍ଵ ଭଳି ଅଗ୍ରଗତି କରିଥାନ୍ତା! ଏ ଦୁଇଟି ଯାକ ବକ୍ତବ୍ୟ ଇତିହାସର ବିକୃତି ଓ ଦୁଇଜଣ…
ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ୍ ମ୍ୟାକ୍ସଓ୍ବେଲ କ୍ରିକେଟରୁ ସାମୟିକ ଅବ୍ୟାହତି ନେଇଛନ୍ତି । ମାନସିକ ଦୁଶ୍ଚିନ୍ତା କାରଣରୁ ମ୍ୟାକ୍ସଓ୍ବେଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶ୍ରୀଲଙ୍କା ବିପକ୍ଷ ଟି 20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ମ୍ୟାକ୍ସଓ୍ବେଲ୍ 62 ରନ୍ ସଂଗ୍ରହ କରିଥିବା ବେଳେ ମାନଶିକ ଦୁଶ୍ଚିନ୍ତା କାରଣରୁ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରୁ ନିଜକୁ ଦୂରେଇ ଦେଇଛନ୍ତି । ନିଜର ମାନସିକ ସନ୍ତୁଳନ ସଠିକ୍ କରିବା ପାଇଁ ମ୍ୟାକ୍ସଓ୍ବେଲ କ୍ରିକେଟରୁ କିଛି ଦିନ ଦୁରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମେଣ୍ଟାଲ କଣ୍ଡିସନିଂ କୋଚ୍ ମାଇକେଲ ଲୟଡ୍ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଛକାପଞ୍ଝା ଚାଲିଥିବା ଭିତରେ ଆଜି ଶିବସେନାର ବିଧାୟକ ଦଳର ବୈଠକ ହୋଇଛି । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ବିଧାନସଭାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ପୂର୍ବରୁ ଆଦିତ୍ୟ ଠାକ୍ରେଙ୍କୁ ନେତା କରିବା ନେଇ ଅନୁମାନ କରାଯାଉଥିଲା । ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍ରେ ଏକନାଥ ସିନ୍ଦେଙ୍କ ନାମକୁ ପ୍ରସ୍ତାବ ରଖିଥିଲେ । ଏତଦ୍ବ୍ୟତୀତ ଦଳ ତରଫରୁ ସୁନୀଲ୍ ପ୍ରଭୁଙ୍କୁ ବିଧାନସଭାର ଚିଫ୍ ହ୍ବିପ୍ ରୂପେ ମଧ୍ୟ ମନୋନୀତ ହୋଇଛନ୍ତି। ବୈଠକ ପରେ ଶିବସେନାର ବିଧାୟକମାନେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକ ପରେ ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଆମ ଦାବିରୁ ପଛକୁ ହଟିନାହୁଁ , କିନ୍ତୁ ଆମର ବନ୍ଧୁ (ବିଜେପି) ନିଜ ପ୍ରତିଶ୍ରୁତିରୁ ପଛକୁ ହଟିଛନ୍ତି । ନିର୍ବାଚନର ପରିଣାମ ପରେ ଶିବସେନା ବିଜେପି ସହିତ…
ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲ୍ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଛନ୍ତି । ନିକଟରେ ଚିଦାମ୍ବରମଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଶୁକ୍ରବାର ସୁଧା ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିନ ପେଟ ଯନ୍ତ୍ରଣା କାରଣରୁ ଚିଦାମ୍ବରମଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିଦାମ୍ବରମଙ୍କୁ ବର୍ତ୍ତମାନ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଇଡିର ଆବେଦନ ଖାରଜ ହେବା ପରେ ଚିଦାମ୍ବରମଙ୍କୁ ତିହାର ସ୍ଥାନାନ୍ତର କରାଯାଇଛି ।
ଆଜି ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡିଆ ପୁଅ ଗିରୀଶ ମୁର୍ମୁ ଶପଥ ନେଇଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଜମ୍ମୁକାଶ୍ମୀରର ମୁଖ୍ୟ ବିଚାରପତି। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟକୁ ପ୍ରଥମ ଉପରାଜ୍ୟପାଳ ମିଳିଛି। ଗିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ବେତନଟୀର ମୂଳବାସିନ୍ଦା। ସେ ୧୯୮୫ ବ୍ୟାଚର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ବିଭାଗର ବ୍ୟୟ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଗୁଜରାତର ପ୍ରମୁଖ ସଚିବ ଥିଲେ। ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ରାଜ୍ୟ ପୁନର୍ଗଠନ ପୂର୍ବକ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ହୋଇଛି।
ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ବିଜେଡି ସଭାପତି ଏବଂ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ତିନି ସପ୍ତାହ ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନରେ ସମୁଦାୟ 41 ଲକ୍ଷ ଲୋକ ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି ।
ତାମିଲନାଡୁର ତିନିଟି ସ୍ଥାନରେ ଏନ୍ଆଇଏ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି । ଆଇଏସ୍ ଲିଙ୍କ ସନ୍ଦେହରେ ଏନ୍ଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିବା ଜଣାପଡିଛି । ଦୁଇ ହିନ୍ଦୁ ନେତାଙ୍କ ମୃତ୍ୟୁରେ ଆଇଏସ୍ ଲିଙ୍କ ନେଇ ଏହି ଚଢାଉ କରାଯାଇଥିବା ଜଣାପଡିଛି । କୋଏମ୍ବାଟୁର ଏବଂ ନାଗୁର୍ର ତିନୋଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁ ମକ୍କଲ କଟ୍ଚିର ନେତା ଅର୍ଜୁନ ସମ୍ପଥ୍ ଏବଂ ଓମ୍କାର ସମ୍ପଥ୍ଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାରେ ଆଇଏସ୍ ଆତଙ୍କୀଙ୍କ ସମ୍ପୃକ୍ତି ଥିବା କାରଣରୁ ଏନ୍ଆଇଏ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା । 2014 ପରଠାରୁ ଭାରତରୁ 127 ଜଣ ଆଇଏସ୍ ସମର୍ଥକଙ୍କୁ ଗିରଫ କରାଯାଇଥିବା ବେଳେ ଏହା ମଧ୍ୟରେ ତାମିଲନାଡୁରୁ 33 ଜଣ ରହିଛନ୍ତି ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ଗୁରୁଦାସ ଦାସଗୁପ୍ତାଙ୍କର 3ନଭେମ୍ବର 1936ରେ ଜନ୍ମ ହୋଇଥିବା ଗୁରୁଦାସ 5 ଥର ସାଂସଦର ହିଛନ୍ତି । ଗୁରୁ ଦାସଙ୍କୁ ମୃତ୍ୟୁ ବେଳକୁ 83 ବର୍ଷ ହୋଇଥିଲା । ଗୁରୁଦାସ ନିଜର ରାଜନୈତିକ ଜୀବନରେ 3 ଥର ରାଜ୍ୟସଭା ଓ 2 ଥର ଲୋକସଭାର ସଦସ୍ୟ ରହିଥିଲେ । ଦେଶର ଜଣାଶୁଣା ବାମପନ୍ଥୀ ନେତା ଗୁରୁଦାସ ଦାସଗୁପ୍ତା ପ୍ରଥମ ଥର 1985ରେ ରାଜ୍ୟସଭା ସାଂସଦ ହୋଇଥିଲେ । ପୁନର୍ବାର 1988ରେ ପୁଣି ଥରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । 1994ରେ ଗୁରୁଦାସ ଦାସଗୁପ୍ତା ତୃତୀୟ ଥର ରାଜ୍ୟସଭାକୁ ଯିବା ପରେ 2004ରେ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲେ । 2004 ଏବଂ ୨୦୦୯ରେ କ୍ରମାଗତ 2 ଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ନିଜର ପ୍ରଖର ଭାଷଣ ପାଇଁ ସେ ପ୍ରସିଦ୍ଧ…
ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 144ତମ ଜନ୍ମଜୟନ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭଡିଆ ଜିଲ୍ଲାରେ ଥିବା ପଟେଲଙ୍କ ପ୍ରତିମୂର୍ତ୍ତି ତଥା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶକୁ ଏକତା ସୂତ୍ରର ବାନ୍ଧିବାର ଲକ୍ଷ୍ୟ ପଟେଲଙ୍କର ଥିଲା ।ଏବେ ଧାରା ୩୭୦ ହଟିବା ପଟେଲଙ୍କ ପାଇଁ ବଡ଼ ଉପହାର ବୋଲି ମୋଦି କହିଛନ୍ତି । ବିଭିନ୍ନତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ ଏବଂ ପଟେଲଙ୍କ ଏେହି ସ୍ବପ୍ନ ପୂରଣ ଦିଗରେ ଧାରା 370 ଉଚ୍ଛେଦ ଏକ ବଡ ପଦକ୍ଷେପ ବୋଲି ମୋଦି କହିଛନ୍ତି । ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ…
ସମୀକ୍ଷା ବ୍ୟୁରୋ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ବାଣପୁର- ବାଲୁଗାଁ ନଗର ଶାଖା ତରଫରୁ ଆଜି ବାଣପୁରଠାରେ ‘ ରନ୍ ବାଣପୁର ରନ୍’ ନାମରେ ଏକ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ପାଖାପାଖି ଦେଢ଼ ସହ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଦୌଡ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ପଲଟନ ପଡିଆଠାରେ ଶେଷ ହୋଇଥିଲା। ପରିଶେଷରେ ଛାୟା ମଣ୍ଡପ ଠାରେ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଭିପିର ଶୁଭେଛୁ ତଥା ଭେଟେଶ୍ଵର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ଭୋଳ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଏବିଭିପିର ପୁରାତନ କାର୍ଯ୍ୟକର୍ତ୍ତା ତଥା ତେର ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ …
GAZA, Oct. 31 (Xinhua) — Palestinian horsewomen take part in an event to support breast cancer patients in Gaza City, on Oct. 30, 2019. A total of 40 horsewomen and their families joined a public gathering in Gaza on Wednesday to show support for women with breast cancer.Xinhua/ UNI PHOTO-6F
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ରନ୍ ଫର ୟୁନିଟି ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିଥିଲେ । ରେଳବାଇ ଷ୍ଟାଡିୟମରୁ ସକାଳ 6.30ରେ ଏହି ଗଣଦୌଡ ଆରମ୍ଭ ହୋଇଥିଲା । ସେହିପରି ବାଲେଶ୍ୱରରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସମସ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଜମ୍ମୁ କାଶ୍ମୀର ଓ ଲଦାଖରେ ପ୍ରଥମ ଉପ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦିଆଯାଇଛି। ଜମ୍ମୁ କଶ୍ମୀରରୁ ଅଲଗା ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଲଦାଖ ଓ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଶପଥ ନେବେ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ସହ ଗତ ଅଗଷ୍ଟ ୫ରେ ରାଜ୍ୟରୁ ଲଦାଖ ଅଞ୍ଚଳକୁ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । କେବଳ ଏତିକି ପାର୍ଥକ୍ୟ ଯେ, ଜମ୍ମୁ କଶ୍ମୀରରେ ବିଧାନସଭା ରହିବ ଏବଂ ଲଦାଖ ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚୟ ପାଇଛି । ଲଦାଖ ତରଫରୁ କିଛି ବର୍ଷ ହେବ ଏହି ଦାବି ହୋଇ ଆସୁଥିଲା । ପ୍ରାଥମିକ ଅବସ୍ଥାରେ ଉଭୟ…
କେଦାର ମିଶ୍ର ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ…