ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଶପଥ ନେଲେ ଅଧିକାରୀ ଓ କର୍ମଚାରୀ। ଲୋକସେବା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଏହି ଶପଥ ନେଇଛନ୍ତି। ଶପଥ ପତ୍ରରେ ଲାଞ୍ଚ ନ ନେବା ସହ ଅନେକ ହଲପ ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସ୍ୱଚ୍ଛତା ରଖିବା ପାଇଁ ଏହି ଶପଥ ନିଆଯାଇଛି। ଆଜିଠାରୁ ନଭେମ୍ବର ୨ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଲୋକସେବା ଭବନରେ ସବୁ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ। ଦୁର୍ନୀତି ନିବାରଣରେ ସହଯୋଗ ପାଇଁ କାଲି ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।
Author: Samikhsya Bureau
ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ତିନି ଆତଙ୍କବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମହମ୍ମଦ ଆମିନ ଆଲିଆସ ଜେହାଙ୍ଗୀର ସରୁରୀଙ୍କ ସମେତ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ଆତଙ୍କବାଦୀଙ୍କୁ ଜୀବନ୍ତ କିମ୍ବା ମୃତ ଭାବରେ ଗିରଫ କରାଯିବା ଉପରେ ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ସରୁରୀଙ୍କ ନାମରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଦୁଇ ସହଯୋଗୀ ହାରୁନ୍ ଆବ୍ବାସ୍ ଓ୍ବାନି ଏବଂ ମାସୁଦ୍ ଅହମଦ୍ ନାମରେ ୧୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଛି।
ସମୀକ୍ଷା ବ୍ୟୁରୋ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମର ଅନିଲ୍ କୁମାର ଲେଙ୍କା ଓ ତାଙ୍କ ବାପା ଭାଇଙ୍କୁ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କାଲି ଦୀପାବଳି ଉପଲକ୍ଷେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ଧୁଙ୍କ ଘରକୁ ବଡ଼ବଡୁଆ ଡାକିବା ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ତାଙ୍କ ସାହି ମଣ୍ଡପ ନିକଟରେ ଆକ୍ରମଣ କରାଯାଇଛି। କିଛି ଅସାଧୁ ଲୋକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗା ସାହାଯ୍ୟରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରି ତାଙ୍କୁ ଓ ତାଙ୍କ ଭାଇକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁନିଲ୍ ଲେଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ବାପା ମେଘବାହନ ଲେଙ୍କା ଓ ତାଙ୍କୁ ଠେଙ୍ଗା ସାହାଯ୍ୟରେ…
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଈଶ୍ୱର ସତନାମୀ (23) ଓ ତାରାଚନ ମାଝୀ (30) । ଈଶ୍ୱରଙ୍କ ଗାଁ ଧରମବନ୍ଧାରେ ହୋଇଥିବା ବେଳେ ତାରାଚନଙ୍କ ଗାଁ ପଣ୍ଡରିପାନିରେ । ସେହିଭଳି ଆହତମାନେ ହେଲେ ଭୁରବ ସତନାମୀ, ନେତରାମ ସତନାମୀ ଓ ଜୀବନ ମାଝି । ଅପରାହ୍ନ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦିଲ୍ଲୀ ପରିବହନ ନିଗମର ନୂତନ ଭାବରେ ଆରମ୍ଭ ହୋଇଥିବା ବସ୍ ସେବାରେ ୧୩ ହଜାର ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ କରାଯିବ। ମଙ୍ଗଳବାର ଠାରୁ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୩୪୦୦ ବସ୍ ମାର୍ଶାଲ ରହିଥିବା ବେଳେ ମଙ୍ଗଳବାର ଠାରୁ ୧୩ ହଜାର କର୍ମୀ ଯୋଗ ଦେବେ ବୋଲି ଜଣାପଡିଛି। ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଅକ୍ଟୋବର ୨୯ ତାରିଖ ରକ୍ଷା ବନ୍ଧନ ଅବସରରେ ଡିଟିସି ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ସମ୍ପର୍କରେ ଘୋଷଣା କରିଥିଲେ।
Devotees doing Parikrama (circumbulation) of holy Goverdhan hillock on the occasion of Goverdhan Puja in Goverdhan town near Mathura on Monday.UNI PHOTO-3U
ତାମିଲ ସୁପରଷ୍ଟାର ବିଜୟଙ୍କ ଦୀପାବଳି ରିଲିଜ୍ ବିଗିଲ୍ ବକ୍ସ ଅଫିସ୍ରେ କମାଲ କରୁଛି। ଫିଲ୍ମଟି ବିଜୟ ଐବଂ ଅଟ୍ଲୀଙ୍କ ମଧ୍ୟରେ ଏହା ତୃତୀୟ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସ୍ରେ ସଫଳ ହୋଇଛି। ବଲିଉଡ୍ ଫିଲ୍ମ ହାଉସଫୁଲ୍ ତିନି ଦିନରେ ମାତ୍ର ୫୦ କୋଟି ଆୟ କରିଥିବା ବେଳେ ତାମିଲ ଫିଲ୍ମ ୧୦୦ କୋଟି ଅତିକ୍ରମ କରିବା ଅଟ୍ଲୀଙ୍କ ପାଇଁ ଏକ ବଡ ଉପଲବ୍ଧି। ଚାରିଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍ ହୋଇଥିବା ବେଳେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଫିଲ୍ମଟି ଭଲ ବ୍ୟବସାୟ କରୁଛି। ଏହା ସହିତ ଫିଲ୍ମଟି ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରୁଥିବା ଜଣାପଡିଛି। ବିଭିନ୍ନ ରାଜ୍ୟରେ ବ୍ୟବସାୟର ପ୍ରକୃତ ସଂଖ୍ୟା ଜଣା ପଡିନଥିବା ବେଳେ ତିନି ଦିନର ବ୍ୟବସାୟ ସମ୍ପର୍କରେ ସିନେ ସମୀକ୍ଷକ ରମେଶ ବାଲା ସୂଚନା ଦେଇଛନ୍ତି। ଏହି ଫିଲ୍ମର ବଜେଟ୍ ୧୮୦ କୋଟି ରହିଥିବା ବେଳେ ତିନି ଦିନ ମଧ୍ୟରେ ୧୦୦ କୋଟି…
ସମୀକ୍ଷା ବ୍ୟୁରୋ ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସଂପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତା ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇ ପାରିବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ୍ ମଞ୍ଜୁର କରିଛନ୍ତି । ଏହି ଆଧାରରେ ଭୁବନେଶ୍ବର – କଟକ ପୋଲିସ୍ କମିଶନରେଟ୍ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏ ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଓ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ୍ ଥାନା,…
ସମୀକ୍ଷା ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ନିରନ୍ତର ଘାଏଲ କରୁଥିବା ବେଳେ ଯାଜପୁର ଜିଲାର ଜନୈକ ବିଜେପି ନେତା ତଥା ବିଜେପି ରାଜ୍ୟ ପରିଷଦର ସଦସ୍ୟ ଉଦୟନାଥ ସାହୁ କିଛି ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ବିଜେପି, କଂଗ୍ରେସ ଓ କିଛି ଗଣ ମାଧ୍ୟମରେ ଯେଉଁ ସବୁ ପ୍ରସଙ୍ଗର ଅବତାରଣା କରା ଯାଉଛି, ଉଦୟନାଥଙ୍କ ପ୍ରସଙ୍ଗ ତା ଠୁ ଯଥେଷ୍ଟ ଅଲଗା। ଆଜି ନିଜର ଫେସବୁକ ୱାଲ ରେ ଏକ ଦୀର୍ଘ ପୋଷ୍ଟ ଲେଖି ଉଦୟନାଥ ସାହୁ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ତାହାର ଉତ୍ତର ତାଙ୍କ ଦଳର ବିଶିଷ୍ଟ ନେତା ଓ ମୁଖପାତ୍ରମାନେ ଦେବା ଉଚିତ ହେବନାହିଁ କି? ତେବେ ଉଦୟନାଥ ସାହୁ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ନେତୃତ୍ବଠାରୁ ଭିନ୍ନ ମତ ଦେଇଛନ୍ତି। ତାଙ୍କ ମତକୁ ରାଜ୍ୟ ନେତୃତ୍ଵ ଖଣ୍ଡନ କରିନାହାନ୍ତି। ବିଜେପିର ରାଜ୍ୟ…
କଟକ ଜିଲ୍ଲା ଆଠଗଡ଼ ନିକଟ ଘଣ୍ଟିଖାଲ ନିଧପୁର ଷ୍ଟେସନ ପାଖରେ ଆଜି ଏକ ମାଲବାହୀ ଟ୍ରେନ୍ରୁ ୫ଟି ବଗି ଛିଡ଼ି ଅଲଗା ହୋଇଯାଇଥିଲା। ୫ଟି ବଗିକୁ ଛାଡ଼ି ଟ୍ରେନ୍ଟି ବେଶ୍ କିଛି ଦୂର ପଳାଇଥିଲା। ଏହା ପୁରୁଣା କଟକ-ସମ୍ବଲପୁର ଲାଇନ୍ର ନିଧିପୁର ଲେବଲ୍ କ୍ରସିଂ ଠାରେ ଅଟକି ଥିଲା। ଏଥିଯୋଗୁ ପ୍ରାୟ ଘଣ୍ଟାଏ ଧରି ନିଧିପୁର ଲେବଲ୍ କ୍ରସିଂର ଉଭୟ ପଟ ରାସ୍ତାରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଷ୍ଟେସନ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ରେଳବାଇ ଅଧିକାରୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମିଳିତ ଭାବରେ ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଉଭୟ ୧୬୧ଟି ଆସନରେ ଜିତିଛନ୍ତି। ବିଜେପି ୧୦୫ଟି ଆସନ ଓ ଶିବସେନା ୫୬ଟି ଆସନ ପାଇଛି । ସେହିପରି ସେଠାରେ ଏନ୍ସିପି ଓ କଂଗ୍ରେସ ମେଣ୍ଟର ୯୮ଟି ଆସନ ମଧ୍ୟରୁ କଂଗ୍ରେସକୁ ୪୪ଟି ଆସନ ମିଳିଥିବା ଏନ୍ସିପିକୁ ୫୪ଟି ଆସନ ମିଳିଛି, ସ୍ବାଧୀନ ପ୍ରାର୍ଥୀ ୧୨ଟି, ସମାଜବାଦୀ ୨ଟି, ଓ୍ବୈଓ୍ବସି ଦଳ ୨, ମହାରାଷ୍ଟ୍ର ନବନିର୍ମାଣଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ସ୍ଵାଭାବିକ ଭାବରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଠନ ହେବା କଥା । ତେବେ ନିର୍ବାଚନ ପରିଣାମ ଘୋଷଣା ହେବାର ୪ ଦିନ ପରେ ବି ସରକାର ଗଠନ କରିବାର କିଛି ସୋର୍ ଶବ୍ଦ ଶୁଭୁନାହିଁ ।…
ଭାଇରାଲ୍ ହୋଇଛି ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ । ଟିକ୍ଟକ୍ରେ ଏହି ଭିଡିଓ ଭାଇରାଲ୍ ହୋଇଛି । ଜଣେ ଯୁବତୀ ଏହି ଟିକ୍ଟକ୍ ଭିଡିଓ କରିଛନ୍ତି । ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ ସୁଟିଂ କରାଯାଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ କଟକଣା ଜାରି ହୋଇଥିବା ସତ୍ତ୍ୱେ ଯୁବତୀ ଜଣଙ୍କ କେମିତି ମୋବାଇଲ୍ ନେଇ ପ୍ରବେଶ କଲେ, ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ପୁଣି ଯୁବତୀ ଜଣଙ୍କ ଟିକ୍ଟକ୍ କଲାବେଳେ କେହି କେମିତି ଜାଣିପାରିଲେ ନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଅବଢା ଖାଉଥିବା ବେଳର ସେଲ୍ଫି ଚର୍ଚ୍ଚାକୁ ଆସିଥିଲା ।
ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସନ୍ତୁଷ୍ଟ ରହିବା ଉଚିତ୍ ବୋଲି ରିଭଲ୍ୟୁସନାରୀ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀ ସର୍ତ୍ତରେ ଆଦୌ ରାଜି ହେବ ନାହିଁ ତେଣୁ ଶିବସେନା ଆଦିତ୍ୟ ଠାକ୍ରେଙ୍କ ଉପ ମୁଖ୍ୟମନ୍ତ୍ରୀତ୍ବରେ ସନ୍ତୁଷ୍ଟ ରହିବା ଉଚିତ୍ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ କହିଛନ୍ତି ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ମିଳିଛି ତେଣୁ ବିବାଦ ପରିତ୍ୟାଗ କରି ଉଭୟ ଦଳ ସରକାର ଗଠନ କରିବା ଉଚିତ୍ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଦୀପାବଳି ଅବସରରେ ବାଣପୁରର ଗମ୍ଭାରୀମୁଣ୍ଡାରେ ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ନିଜ ଘରେ ଲିଚୁ ଲାଇଟ୍ ଲଗାଉଥିବା ସମୟରେ ଦେଓଗାଁ ପଞ୍ଚାୟତର ଘାସେଡିହ ଗ୍ରାମର ଏହି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣଙ୍କ ମନୋଜ ପ୍ରଧାନ(୧୭) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ତାଙ୍କୁ ଗମ୍ଭାରୀମୁଣ୍ଡା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିଥିଲେ। ମାତ୍ର ଭୁବନେଶ୍ବରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମନୋଜଙ୍କ ଘରେ ଲାଗିଥିବା ଲିଚୁ ଲାଇଟ୍ ଖରାପ ଥିବାରୁ ଜଳୁନଥିଲା। ଏହାକୁ ସଜାଡିବାକୁ ଚେଷ୍ଟା କରିବା ସମୟରେ ଭୁଲବଶତଃ ମେନ୍ ସୁଇଚ୍ ବନ୍ଦ କରିବାକୁ ଭୁଲି ଯାଇଥିବାରୁ ଏହି ଅଘଟଣ ଘଟିଥିବା ଜଶା ପଡିଛି।
ସିରିଆରେ ଆମେରିକା ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ଆକ୍ରମଣ ସମ୍ବନ୍ଧରେ ଋଷ ସେନା ଅବଗତ ନଥିବା ନେଇ ଋଷ ପ୍ରତିରକ୍ଷା ମୁଖପାତ୍ର ଆଇଗର୍ କୋନାସେଙ୍କୋଭ୍ ପ୍ରକାଶ କରିଛନ୍ତି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିହତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆମେରିକାର ପ୍ରମୁଖ ବିରୋଧୀ ରାଷ୍ଟ୍ର ଋଷ ପକ୍ଷରୁ ଏହ ଆକ୍ରମଣକୁ ଅସ୍ବୀକାର କରିବା ସହିତ ଆକ୍ରମଣ ନେଇ ଅବଗତ ନଥିବା ସ୍ପଷ୍ଟ କରିଛି । ଋଷ ମୁତାବକ ସିରିଆର ଇଡଲିବ୍ରେ ଏହି ଆକ୍ରମଣ ହୋଇଥିଲା ଯେଉଁଠି ଋଷ ସେନାବାହିନୀ ଉପସ୍ଥିତ ଥିଲେ । ଦ୍ବିତୀୟତଃ ସମସ୍ତ ରାଷ୍ଟ୍ର ଏହି ଆକ୍ରମଣକୁ ନେଇ ଅଲଗା ଅଲଗା ତଥ୍ୟ ପ୍ରଦାନ କରୁଥିବାରୁ ଏହା ଅବିଶ୍ବାସଯୋଗ୍ୟ ବୋଲି ଋଷ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲ୍ରେ ରହିଥିବା ବିଜେପି ନେତା କୁଲ୍ଦୀପ୍ ସେନ୍ଗାରଙ୍କୁ ୭୨ ଘଣ୍ଟିଆ ପାରୋଲ୍ ମିଳିଛି। ନିଜ ଭାଇଙ୍କ ଶୁଦ୍ଧକ୍ରିୟା ନିମନ୍ତେ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ରେ ଛଡାଯାଇଛି। ଦିଲ୍ଲୀରେ କୁଲ୍ଦୀପଙ୍କ ସାନଭାଇ ମନୋଜ ସେନ୍ଗାରଙ୍କ ଦେହାନ୍ତ ହୋଇଥିଲା। ସୋମବାର ଅପରାହ୍ନରେ ମନୋଜଙ୍କ ଶୁଦ୍ଧକ୍ରିୟା ହେବ ତେଣୁ ଉଭୟ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ ଅବଧି ପ୍ରଦାନ କରାଯାଇଛି। କୁଲଦୀପଙ୍କୁ ଦିଲ୍ଳୀରୁ ଉନ୍ନାଓ ଅଣାଯାଇଥିବା ବେଳେ ଲକ୍ଷ୍ନୌ ଜେଲ୍ରେ ଥିବା ଅତୁଲଙ୍କୁ ଉନ୍ନାଓ ଅଣାଯାଇଛି।