ପୁରୀ, 19/12: ପୁରୀକୁ ବିଶ୍ଵ ଦରବାରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ପୁରୀ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ବହୁ ପୁରାତନ ମଠ ମନ୍ଦିର, ବିଭିନ୍ନ ଲୋକଙ୍କ ଘର ଓ ଦୋକାନ ବଜାର ସବୁ ମାଟିରେ ମିଶିଲାଣି। ଆଜି ମଧ୍ୟ ଉଚ୍ଛେଦ ହେଉଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଗତକାଲି ବିଳମ୍ବିତର ରାତ୍ରିରେ ପୁରୀ ସ୍ବର୍ଗଦ୍ବାର ପରିସରୁ ବିଜୁ ସ୍ମୃତି ପୀଠ ଉଚ୍ଛେଦ କରାଯାଇଛି । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ,19/12 : ନୂଆଦିଲ୍ଲୀରେ ଆନ୍ଦୋଳନ କରୁଥିବା ବେଳେ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖାଯାଇଛି । ଅଟକ ରଖାଯିବା ପରେ ଯୋଗେନ୍ଦ୍ର ଯାଦବ ନିଜର ଏକ ଫଟୋ ଟ୍ବିଟ୍ କରିଛନ୍ତି । ଡିସେମ୍ବର 19 ତାରିଖରେ ସରକାର ମୋତେ ଅଟକ ରଖିଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । ଅସ୍ଫାକୁଲ୍ଲା ଖାନ୍ ଏବଂ ରାମପ୍ରସାଦ ବିସ୍ମିଲ୍ଙ୍କ ତିରୋଧାନ ଦିବସରେ ଅଟକ ରଖାଯାଇଥିବାରୁ ଏହା ସ୍ବାଧିନତା ସଂଗ୍ରାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଯୋଗେନ୍ଦ୍ର ଟ୍ବିଟ୍ କରିଛନ୍ତି । ଯୋଗେନ୍ଦ୍ର ଯାଦବଙ୍କ ସହିତ ପଟିଆଲାର ପୂର୍ବତନ ସାଂସଦ ଡ. ଧରମବୀର ଗାନ୍ଧୀଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିବାଦକାରୀଙ୍କ ସହିତ ଲାଲ କିଲ୍ଳା ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଅଟକ ରଖାଯାଇଥିଲା । (ଏଜେନ୍ସୀ)
https://youtu.be/N7g-JSlRIQs
ସମୀକ୍ଷା ବ୍ୟୁରୋ କେନ୍ଦୁଝର, 19/12 : କେନ୍ଦୁଝରରେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଅଭିଯୁକ୍ତ ସୁନୀଲ ନାଏକକୁ ଏଡିଜେଏମ୍ କେନ୍ଦୁଝର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୋକ୍ସୋ ଆଇନ୍ ଆଧାରରେ ଅଭିଯୁକ୍ତକୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ସମୁଦାୟ 28 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । 2017 ମସିହାରେ କେନ୍ଦୁଝରର ଚମ୍ପୁଆରେ ଏହି ଦୁଷ୍କର୍ମ ଏବଂ ହତ୍ୟା ସଙ୍ଗଠିତ ହୋଇଥିଲା ।
Visakhapatnam: Indian cricketers celebrate fall of Shimron Hetmyer’s wicket during the 2nd ODI match between India and West Indies at Dr. Y.S. Rajasekhara Reddy ACA-VDCA Cricket Stadium in Visakhapatnam on Dec 18, 2019. (Photo: Surjeet Yadav/IANS)
ରଙ୍ଗାଚରଣ ପ୍ରଧାନ ନବୀନବାବୁ କହିଲେ ଯେ ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରୁଛି କିନ୍ତୁ ଜାତୀୟ ନାଗରିକ ରେଜିଷ୍ଟର (ଏନ୍.ଆର୍.ସି)କୁ ବିରୋଧ କରୁଛି। ଏହା ମାନେ ହେଲା ତାଙ୍କ ଦଳ ପାର୍ଲିଆମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିଥିଲେ ହେଁ ଓଡିଶାରେ ଏନ୍.ଆର୍.ସି କାର୍ଯ୍ୟକାରୀ କରାଇଦେବେ ନାହିଁ। ସେ ଆହୁରି କହିଛନ୍ତି ଯେ ସି.ଏ.ଏ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହାର ଭାରତୀୟ ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଠାରେ ନବୀନବାବୁଙ୍କ ପାଇଁ ୫ଟି ପ୍ରଶ୍ନ। ୧. ଗୄହମନ୍ତ୍ରୀ ଅମିତ୍ ଶାହ ପାର୍ଲିଆମେଣ୍ଟରେ ଜୋର ଦେଇ କହିଛନ୍ତି ଯେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ ଯେଉଁ ଅଣମୁସଲମାନ ବିନା କୌଣସି ଆଇନଗତ ଡକୁମେଣ୍ଟରେ ଭାରତ ଆସିଥିବେ ସେମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ନବୀନବାବୁ ଓଡିଶାରେ ସିନା ଏନ୍.ଆର୍.ସି ଲାଗୁ କରିବେନି ମାତ୍ର ଭାରତରେ ନୂତନଭାବେ ନାଗରିକତା ପାଇବାକୁ ଯାଉଥିବା ଏହି ଲୋକମାନଙ୍କୁ ଓଡିଶାରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,19/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ଉଭୟ ଦଳର ଖେଳାଳୀ ଓ ବିସିସିଆଇର ଅଫିସିଆଲଙ୍କ ପାଇଁ ମେ’ଫେୟାର ହୋଟେଲରେ ରୁମ୍ ନିଆଯାଇଛି । ବିସିସିଆଇ ପକ୍ଷରୁ .ସମୁଦାୟ 85ଟି ରୁମ୍ ବୁକ୍ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।
ନୂଆଦିଲ୍ଲୀ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି । ଟେଲିକମ୍ କମ୍ପାନୀ ଏୟାର ଟେଲ ପକ୍ଷରୁ ଏନେଇ ଏକ ଟ୍ବିଟ୍ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଡିଲିଟ୍ କରାଯାଇଥିଲା । ହିଂସା ଅଧିକ ଅଞ୍ଚଳକୁ ବ୍ୟାପିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସେବା ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)
ବେଙ୍ଗାଲୁରୁ, ୧୯/୧୨: ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କୁ ବେଙ୍ଗାଲୁରରେ ପୋଲିସ୍ ଅଟକ ରଖିଛି। ନାଗରି୍କତ୍ବ ସଂଶୋଧନ ଆଇନ୍ (ସିଏଏ) ବିରୋଧ ପ୍ରଦର୍ଶନ କରୁଥିବା ହେତୁ ପୋଲିସ୍ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି। ଗୁହାଙ୍କ ବ୍ୟତୀତ ଅନ୍ୟ କିଛି ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଥିବା ସୂଚନା ରହିଛି । ପୂରା ବେଙ୍ଗାଲୁରୁରରେ ୧୪୪ଧାରା ଲାଗୁ କରାଯାଇଛି । କର୍ଣ୍ଣାଟକ ସମେତ ବେଙ୍ଗାଲୁରୁରେ କିଛି ସଙ୍ଗଠନ ସିଏଏ ବିରୋଧରେ ରାଲି ବାହାର କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଜି ବଡ଼ ଅଧିକାରୀମାନଙ୍କ ସହ ବେୈଠକ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି ଘଟଣାକୁ ନେଇ କହିଛନ୍ତି ଯେ, ଏପରି ପ୍ରଦର୍ଶନ ପଛରେ କଂଗ୍ରେସର ଶକ୍ତ ହାତ ରହିଛି। କେବଳ ବେଙ୍ଗାଲୁରୁ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ନାଗରିକତା କାନୁନ୍କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ…
https://youtu.be/lGW11T-j6jI
ନୂଆଦିଲ୍ଲୀ, 19/12 : ନାଗରିକତ୍ବ ସଂରକ୍ଷଣ ବିଲ୍କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍ଆର୍ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍, ଚାନ୍ଦନୀ ଚୌକ୍, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ 59ଟି ମାମଲା ଦାୟର କରାଯାଇଛି । (ଏଜେନ୍ସୀ)
କଟକ, ୧୯/୧୨: ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍ କଟକ ବାରବାଟୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ବଢିଯାଇଛି। ଅନ୍ଲାଇନ୍ରେ ଟିକେଟ ବିକ୍ରି ସରିଯାଇଥିବାବେଳେ ଆଜିଠାରୁ ୨୧ ତାରିଖ ଯାଏ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି। ୧୨ଟି କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ପୂରା ଟିକେଟ ଲାଗିବ। ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ନେଇ ହେବ ବୋଲି ସୂଚନା ରହିଛି। ଟିକେଟ ପାଇଁ ଲୋକମାନେ ରାତିରୁ ଲାଇନ୍ ଲଗାଇଥିବାର ଜଣାପଡିଛି। ଟିକେଟ ବିକ୍ରି ଯାଗାରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ରିକେଟ୍ ଖେଳ ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଓ ଓ୍ବେଷ୍ଟ ଇଣ୍ଡିଜ୍ କ୍ରିକେଟ ଖେଳାଳୀ ଅପରାହ୍ନ ୧.୩୦ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ରହିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୧୯/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇଛି। ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ବିନା ଫଳକରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ହେଉଛି। କଟକ – ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲା ନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହେଉଛି। ଯାହା ଫଳରେ ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଗତ ୯ ତାରିଖରେ କରାଯାଇଥିବାବେଳେ ଏହାର ୧୦ ଦିନ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇଥିବାର ଦେଖିବାକୁ ମିଳିଛି। ଓ…
ମୁମ୍ବାଇ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିବେଦନ କରିଛନ୍ତି । ଏହି ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ମୁସଲିମ୍ ସମ୍ପ୍ରଦାୟର ମୁଖ୍ୟଙ୍କ ସହିତ ଉଦ୍ଧବ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ବିରୋଧୀ ଦଳର ନେତା ରାଷ୍ଟ୍ରପତିଙ୍କୁ ଭେଟି ସିଏଏ ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଉଦ୍ଧବ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଜାମିଆ ବିଶ୍ବ ବିଦ୍ୟାଳୟରେ ଆକ୍ରମଣକୁ ଉଦ୍ଧବ ନିନ୍ଦା କରିଥିଲେ । (ଏଜେନ୍ସୀ)
Kolkata: Indian Premier League (IPL) team Kolkata Knight Riders’ (KKR) co-owner Shah Rukh Khan arrives at Netaji Subhash Chandra Bose International Airport (NSCBI) in Kolkata on Dec 18, 2019. (Photo: IANS)
Mumbai: Actress Kriti Sanon during the launch of IAMS PetCare in Mumbai on Dec 18, 2019. (Photo: IANS)
ୱାସିଂଟନ, ୧୯/୧୨ : ଆମେରିକା ରାଷ୍ଟ୍ରପତିଙ୍କ ଟ୍ରମ୍ପ୍କୁ ବଡ଼ ଝଟ୍କା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା। ବିତର୍କ ପରେ ପୁଣି ମତଦାନ ହୋଇଥିଲା। ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପ ବିରୋଧରେ ମହାଭିଯୋଗ ଚଲାଇବା ପକ୍ଷରେ ମତଦାନ କରିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି। ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଣ୍ଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି। (ଏଜେନ୍ସି)
ଲକ୍ଷ୍ନୌ, ୧୯/୧୨ : ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ସରକାର ଆଗାମୀ ଡିସେମ୍ବର ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜିଲ୍ଲା ସ୍ତରରେ ଅନେକ ଜିଲ୍ଲା ଅଧିକାରୀ ସ୍କୁଲକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ। ଲକ୍ଷ୍ନୌ, ବାରାଣସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। (ଏଜେନ୍ସି)
କେଦାର ମିଶ୍ର ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର…
ମୁମ୍ବାଇଏ 19/12:ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଆଜି ଅର୍ଥାତ୍ ଗୁରୁବାର 19 ଡିସେମ୍ବରରେ ମୁମ୍ବାଇ ସ୍ଥିତ କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ପ୍ରଦର୍ଶନ ହେବାକୁ ରହିଛି। ଏହି କ୍ରାନ୍ତି ମଇଦାନରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ବଲିଉଡ୍ ସେଲିବ୍ରିଟ୍ମାନେ ନଜର ଆସିବେ। ଏହି ବିରୋଧ ପ୍ରଦର୍ଶନ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିକଟରେ ଅଭିନେତା ଫରହାନ୍ ଅଖତର୍ ଏକ ଟୁଇଟ୍ କରି ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଫରାହନ୍ ନାଗରିକତା ସଂଶୋଧନ କାନୁନ୍ ଓ ଏନ୍ଆରସି ସମ୍ବନ୍ଧୀୟ ଏକ ଚିତ୍ର ଟୁଇଟ୍ କରିବା ସହିତ କହିଛନ୍ତି ଯେ, ଏହା ବିରୋଧରେ ଆନ୍ଦୋଳନ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ସରିଯାଇଛି। ଏବେ ବିରୋଧ…
Hyderabad: Actress Vedhika a interview in Hyderabad. (Photo: IANS)

