ଶନିବାର ପରବର୍ତ୍ତୀ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ପ୍ରସ୍ତାବ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନାମକୁ ପ୍ରସ୍ତାବ କରି ମୁଖ୍ୟ ବିଚାରପତି ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଗୋଗୋଇଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରାଯାଇଛି । ଯଦି ବୋବ୍ଡେ ମୁଖ୍ୟ ବିଚାରପତି ହୁଅନ୍ତି ତେବେ ସେ ଏପ୍ରିଲ୍ 2021 ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାନ କରିବେ ।
Author: Samikhsya Bureau
ଭାରତୀୟ ଜନତା ପାର୍ଟି ନେତ୍ରୀ ଜୟା ପ୍ରଦା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି । ମହିଳାଙ୍କୁ ଅସମ୍ମାନ କରୁଥିବାରୁ ବର୍ତ୍ତମାନ ଅସୁବିଧାରେ ପଡୁଥିବା ନେଇ ଜୟା ମତ ଦେଇଛନ୍ତି । ଅତୀତରେ ଆଜମ କେବେବି ମହିଳାଙ୍କୁ ସମ୍ମାନ ପ୍ରଦାନ କରି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଜମି ଅଧିଗ୍ରହଣକୁ ନେଇ ଆଜମ୍ ଖାନ୍ଙ୍କ ବିରୋଧରେ 51ଟି ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଗୁରୁବାର ରାମପୁର ସାଂସଦ ଆଜମ୍ ଖାନ୍ କାନ୍ଦି ପକାଇଥିଲେ । ଆଜମ୍ ଖାନ୍ ଅଭିନୟ କରୁଛନ୍ତି ବୋଲି ମତ ଦେଇଛନ୍ତି ଜୟା । ଉଲ୍ଲେଖଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ ପୂର୍ବରୁ ଆଜମ୍ ଜୟାଙ୍କୁ ନାଚବାଲି ବୋଲି ସମ୍ବୋଧନ କରିଥିଲେ ।
କେଦାର ମିଶ୍ର “ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମାନେ ଖୁସି ତ! ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ। ଆମ ପ୍ରାର୍ଥୀଙ୍କୁ ବହୁତ ଅଧିକ ଭୋଟ ଦେଇ ଜିତାନ୍ତୁ।” ବାସ ଏତିକି ମାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ଭାଷଣ ଗୁଡିକ ଏତିକି ଶବ୍ଦରେ ହିଁ ସୀମିତ। ଏତିକି କଥାରେ ଲୋକଙ୍କ ପାଖରେ ଜଣେ ସବୁଠୁ ଲୋକପ୍ରିୟ ନେତା ହୋଇ ପାରିବ କି? ଏ ପ୍ରଶ୍ନର ଉତ୍ତର ପାଇଁ ନବୀନ ପଟ୍ଟନାୟକଙ୍କୁ ଆମେ ଯଦି ଦେଖିବା, ଆମକୁ ଚକିତ ହେବାକୁ ପଡିବ। ସେ ଯାହା କହୁଛନ୍ତି, ତାହା କେବଳ ଗୋଟେ ପୋଷ୍ଟରର ବିଷୟ। ସେତିକିରେ ଲୋକଙ୍କ ଭିତରେ ଏ ଉତ୍ସାହ କାହିଁକି? ବିଜେପୁରରେ ନବୀନଙ୍କ ରୋଡ ଶୋ’ ଦେଖିଲା ପରେ, ତାଙ୍କର ବିରୋଧୀ ମଧ୍ୟ ମାନିବାକୁ ବାଧ୍ୟ ଯେ ଏ ପ୍ରକାର ଉତ୍ସାହ ଅନ୍ୟ କୌଣସି ନେତାଙ୍କ ପାଇଁ ରାଜ୍ୟରେ ଦେଖିବାକୁ…
ଗତକାଲି ବିଳମ୍ବିତ ରାତିରେ ପିପିଲି-ନିମାପଡ଼ାରେ ଏକ ଏନ୍କାଉଣ୍ଟର ହୋଇଛି । ତାରକାଜ ଛକ ଓଭରବ୍ରିଜ୍ରେ ହୋଇଥିବା ଏନ୍କାଉଣ୍ଟରରେ ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଭାଗୁ ନିକଟରୁ ଗୋଟିଏ 9 ଏମ୍ଏମ୍ ପିସ୍ତଲ , ଗୁଳି ଓ ବାଇକ୍ ଜବତ କରିଛି ।
ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ 15 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି । ‘ଇସ୍ପାତ’ ନାମକ ଏକ ବସ୍ କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ ଓଲଟି ପଡ଼ିଥିଲା ।
Married women offering Karwa Chauth puja for the longevity, prosperity and well-being of her husband, in Ahmedabad
ସମୀକ୍ଷା ବ୍ୟୁରୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଭିଡିଓ କନଫରେନସି ଜରିଆରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଚାଲୁ ରହିଥିବା ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ନାଗରିକମାନେ କିପରି ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟିକୁ ନିଜେ ନିଜେ ସଂଶୋଧନ କରିପାରିବେ ଏବଂ ତ୍ରୁଟି ନଥିଲେ ସେମାନେ ତାଙ୍କର ତଥ୍ୟ ସଠିକ ବୋଲି ଅପଲୋଡ କରିବେ ସେ ସମ୍ପର୍କରେ ବ୍ଯାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଲୋହାନୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସରୁ ଆରମ୍ଭ କରାଯାଇଛି। ତ୍ରୁଟି ବିଚ୍ୟୁତିଗୁଡିକୁ ସ୍ଵତନ୍ତ୍ର ଯାଞ୍ଚ କରାଯାଇ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଜନସାଧାରଣ ଭୋଟର…
ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହା ପରେ ବାଲେଶ୍ୱର ପୁଲିସ ଖାନତଲାସି ଅଭିଯାନକୁ ଜୋରଦାର କରିଥିଲା। ଏହି ଅଭିଯାନରେ ଆଜି ଜଳେଶ୍ୱର ପୁଲିସ ଚଢ଼ଉ କରି ୭୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି।
ସରକାରୀ କର୍ମଚାରୀଙ୍କ ପରି ଏବେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଇପାରିବେ ମାତୃତ୍ବ ଅବକାଶ ଛୁଟି । କେରଳ ପ୍ରଥମ ରାଜ୍ୟ ଭାବେ ନିଜ ରାଜ୍ୟରେ ଏହି ନିୟମ ଲାଗୁ କରୁଛି । କେରଳ ଘରୋଇ ଶିକ୍ଷା ଅନୁଷ୍ଠାନର କର୍ମଚାରୀ ଏବଂ ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଲାଭ ଅଧିନିୟମ ଅନୁସାରେ ଛୁଟି ପ୍ରଦାନ କରାଯିବ । ଏହି ଆଇନ ଲାଗୁ ହେବା ପରେ କେରଳ ଦେଶର ପ୍ରଥମ ରାଜ୍ୟ ହେବେ ଯେଉଁଠାରେ ଘରୋଇ ଶିକ୍ଷାନୁଷ୍ଠାନରେ ମାତୃତ୍ବ ଅବକାଶ (maternity leave) ପ୍ରଦାନ କରାଯିବ । କେରଳ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଗଷ୍ଟ ୨୯ ତାରିଖରେ ବୈଠକରେ ଘରୋଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହି ଲାଭ ଦେବାର ବିଜ୍ଞପ୍ତି ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବା ପାଇଁ ନିଷ୍ପତ୍ତି ନେଇଥିଲା ।ଏହି ଅଧିନିୟମ ଅନୁସାରେ ରାଜ୍ୟରେ ଘରୋଇ ଶିକ୍ଷା କ୍ଷେତ୍ରରେ କର୍ମଚାରୀ ସରକାରୀ କର୍ମଚାରୀଙ୍କ ପରି ଦରମା ସହ ୨୬ସପ୍ତାହର ମାତୃତ୍ବ ଅବକାଶର ଲାଭ ପାଇ ପାରିବେ…
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବେତନରେ ୬୬ ପ୍ରତିଶତର ଅଭିବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ନାଡେଲାଙ୍କ ବେତନରେ ଏହି ଅଭିବୃଦ୍ଧି ଘୋଷଣା କରାଯିବା ସହିତ ମୂଳ ଦରମାରେ ୧ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି। ଏହା ସହିତ ମାଇକ୍ରୋସଫ୍ଟରେ ନାଡେଲାଙ୍କ ଅଂଶଧନରେ ମଧ୍ୟ ୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି। ଏହାକୁ ମିଶାଇ ଚଳିତ ବର୍ଷ ନାଡେଲା ସମୁଦାୟ ୪୨.୯ ମିଲିୟନ ଡଲାରର ବେତନ ହାସଲ କରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ ନାଡେଲା ସମୁଦାୟ ୩୦.୯ ମିଲିୟନ୍ ଡଲାରର ବେତନ ପାଇଥିଲେ। କମ୍ପାନୀର ଆସନ୍ତା ବୋର୍ଡ ମିଟିଂ ଡିସେମ୍ବର ୪ରେ ଅନୁଷ୍ଠିତ ହେବ। ନାଡେଲାଙ୍କ ନେତୃତ୍ବରେ ମାଇକ୍ରୋସଫ୍ଟର ସମୁଦାୟ ଆୟରେ ୫୦୯ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ। ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ…
ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ। ବାରିପଦାରେ ଏହି ଲମ୍ଫଟ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣାରେ ଉତ୍କ୍ଷିପ୍ତ ସାଧାରଣ ଲୋକ ଶିକ୍ଷକଙ୍କୁ ମାଡ ମାରିବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ। ଏହା ପରେ ଶିକ୍ଷକଙ୍କୁ ଏକ ଘରେ ପୁରାଇ ତାଲା ଦେବା ପରେ ପୋଲିସ୍ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି।
୩୧୧ ଭାରତୀୟ ନଗରିକଙ୍କୁ ପ୍ରତ୍ୟର୍ପଣ କରିଛି ମେକ୍ସିକୋ। ଅନୈତିକ ଉପାୟରେ ମେକ୍ସିକୋରେ ପ୍ରବେଶ କରିଥିବା ଏହି ସମସ୍ତ ନାଗରିକଙ୍କୁ ଗୁରୁବାର ପ୍ରତ୍ୟର୍ପଣ କରାଯାଇଛି। ୩୧୧ ଜଣଙ୍କ ମଧ୍ୟରେ ୩୧୦ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ସମସ୍ତ ଯାତ୍ରୀଙ୍କୁ ଏକ ବୋଇଙ୍ଗ ୭୪୭ ବିମାନ ଜରିଆରେ ଭାରତ ପଠାଯାଇଛି। ବିମାନଟି ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଛାଡି ଗୁରୁବାର ରାତିରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ। ଏହି ଯାତ୍ରୀମାନେ ଅନୈତିକ ଉପାୟରେ ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟକୁ ପ୍ରବେଶ କରିଥିଲେ।
ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଯଦି ପୂର୍ବରୁ ଗାନ୍ଧୀ ମୂର୍ତ୍ତି ରହିଛି ତେବେ ସେହି ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ। ଏତଦ୍ ବ୍ୟତୀତ କଟକକୁ ୧୯୨୧ ମାର୍ଚ୍ଚ ୩୨ରେ ଗାନ୍ଧି ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ୍ୟ ଚିତ୍ର ବଣ୍ଟନ କରାଯିବ। ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ମଧ୍ୟରେ ବକ୍ତୃତା କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।