ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ୍ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି । ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ…
Author: Samikhsya Bureau
https://www.youtube.com/watch?v=kRBM6fvKhgY Bhumi Pednekar: I’m a restless actor. … Actress Bhumi Pednekar calls herself a restless actor and says her film choices are a testimony to the kind of actor she wants to be.
କର୍ଣ୍ଣାଟକ, ୯/୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟୀ ଲାଭ କରିଥିବାର ସୂଚନା ରହିଛି। କଂଗ୍ରେସ ୨ଟି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିବାବେଳେ ଜେଡିଏସ୍ ୩ଟି ଆସନରେ ପରାଜିତ ହୋଇଛି । କଂଗ୍ରେସ କର୍ଣ୍ଣାଟକରେ ନିଜ ପରାଜୟକୁ ସ୍ବୀକାର କରିଛି । ଦଳର ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ରାଜ୍ୟର ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେଇଛନ୍ତି। ମୋଟ ୧୫ ଆସନରୁ କଂଗ୍ରେସ ୧୨ ଏବଂ ଜେଡିଏସ୍ ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଭୋଟ ଗଣତି ସରିଯାଇଥିଲେ ମଧ୍ୟ ସରକାରୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ରହିଛି । (ଏଜେନ୍ସି)
ଭୁବନେଶ୍ବର, ୯/୧୨: ପୋଲିସ୍ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ । ଆଜି କଟକ ପୋଲିସ୍ ମୁଖ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅଭୟ । ଅନ୍ତରୀଣ ଡିଜି ଭାବେ ଅବସ୍ଥାପିତ ଥିବା ସତ୍ୟଜିତ୍ ମହାନ୍ତି ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ୧୯୮୬ ବ୍ୟାଚର ଆପିଏସ୍ ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରରେ ନିଜ ଷଷ୍ଠସୂତ୍ରୀ ସମ୍ପର୍କରେ ଜଣାଇଛନ୍ତି ଅଭୟ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ହାଇଦ୍ରାବାଦ ଏନକାଉଣ୍ଟରକୁ ପ୍ରଶଂସା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା। ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ପରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ବୋଲି ଏକ ହ୍ବାଟସ୍ଆପ୍ ପୋଷ୍ଟରୁ ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତାପଙ୍କ ବିରୋଧରେ ଏକ ଚିଠି ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ଏପରି କରିବା ଦ୍ୱାରା ସମ୍ବିଧାନିକ ପଦ ମର୍ଯ୍ୟାଦାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିବା ସହିତ ଏନେଇ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାମାଜିକକର୍ମୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି…
ହିଞ୍ଜିଳିକାଟୁ, ୦୯/୧୨: ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଅନଲାଇନ୍ କାର୍ଯ୍ୟ ଗୁରୁତ୍ବ ବହନ କରୁଛି। ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଜନସେବା କେନ୍ଦ୍ରମାନ ସ୍ଥାପନ କରିଛନ୍ତି। ଜନସେବା କେନ୍ଦ୍ରର ଚାହିଦା ବଢିଥିବାବେଳେ, ଏହି କେନ୍ଦ୍ରଗୁଡ଼ିକର କିଛି ମନମୁଖୀ କାର୍ଯ୍ୟ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ହିଞ୍ଜିଳିକାଟୁଠାରେ ଜନସେବା କେନ୍ଦ୍ରର କିଛି ମନୋମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଛି। ଏଠାରେ ସରକାରଙ୍କ ନିୟମକୁ ବେଖାତିର୍ କରି ରସିଦନ୍ ନ ଦେଇ ମନମୁଖୀ ଅର୍ଥ ଆଦାୟ କରିବା ପରିଲକ୍ଷିତ ହୋଇଛି । ଜନସେବା କେନ୍ଦ୍ରର ଏପରି ଶୋଷଣ ନୀତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ସାଧାରଣ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଅତିରିକ୍ତ ତହସିଲ୍ଦାର ଉକ୍ତ ବିଷୟକୁ ଅନୁଧ୍ୟାନ କରି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆଦିଲ୍ଲୀ,9/12: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ସୁଧହାରରେ ସଂଶୋଧନ କରାଯାଇଛି । ସୋମବାର ପ୍ରକାଶିତ ସଂଶୋଧନ ପରେ ଏମ୍ସିଏଲ୍ଆରରେ 10 ବିପିଏସ୍ ବା 0.10 ପ୍ରତିଶତ ହ୍ରାସ କରାଯାଇଛି । ଏହା ଦ୍ବାରା ସୁଧହାରରେ ହ୍ରାସ ଘଟିବ । ଫଳସ୍ବରୂପ କାର ଋଣ, ଗୃହ ଋଣ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି । ଏହି ସଂଶୋଧନ ମଙ୍ଗଳବାର ଠାରୁ ଲାଗୁ କରାଯିବ ବୋଲି ଏସ୍ବିଆଇ ପକ୍ଷରୁ ଜଣାପଡିଛି । ଏକ ବର୍ଷିଆ ଋଣ ଉପରେ ସୁଧହାର 8 ପ୍ରତିଶତରୁ 7.90 ପ୍ରତିଶତ ହ୍ରାସ କରାଯାଇଛି । (ଏଜେନ୍ସୀ)
ମୁମ୍ବାଇ, ୯/୧୨: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ଆଜି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୧ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଦିୟା ୨୦୦୦ ମସିହାରେ ମିସ୍ ଏସିଆ ପାସିଫିକ୍ ଟାଇଟଲ୍ର ବିଜୟିନୀ ହୋଇଥିଲେ । ’ରହନା ହୈ ତେରେ ଦିଲ୍ ମୈ’ ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପି ଥିଲେ ଦିୟା ମିର୍ଜା। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଆର୍. ମାଧବନ୍। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ପରେ ପରେ ସେ ‘ଦିଓ୍ବାନାପନ୍’, ‘ତୁମ୍କୋ ନା ଭୁଲ୍ ପାୟେଙ୍ଗେ’, ‘ଦମ୍’, ‘ପରିଣୀତା’, ‘ଲଗେ ରହୋ ମୁନ୍ନାଭାଇ’ ଓ ‘ସଞ୍ଜୁ’ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ଦିୟା ଏକ ମଲ୍ଟିମିଡ଼ିଆ କମ୍ପାନୀରେ ମାର୍କେଟିଂ ଏକ୍ଜ୍ୟୁଟିଭ୍ ଭାବେ କାମ କରୁଥିଲେ। ପରେ ପରେ ତାଙ୍କୁ କେତେକ ବଡ ବଡ଼ କମ୍ପାନୀରୁ ମଡେଲିଂ ପାଇଁ ଅଫର୍…
କଟକ, ୯/୧୨: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ୍ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଟିକେଟ କ୍ରୟ ପାଇଁ ପରିଚୟ ପ୍ରମାଣ ପତ୍ର ରହିବା ଜରୁରୀ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି। ଅନଲାଇନରେ ୫ ତାରିଖରୁ ଟିକେଟ ବିକ୍ରି ସରିଛି। ଅଫଲାଇନରେ ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ମିଳିବ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ। କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ। ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ। ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏର ପକ୍ଷରୁ ସୂଚନା ଦିଆଯାଇଛି। (ଏଜେନ୍ସି)
ନୂଆଦିଲ୍ଲୀ,9/12: ନାଗରିକତ୍ବ ସଂଶୋଧନ ବିଲ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି । ବିଲ୍ରେ କୌଣସି ତ୍ରୁଟି ନଥିବାରୁ ଏହାକୁ ଜେପିସିକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଆଗତ କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରି ଏହି ବିଲ୍ ପ୍ରଣୟନର ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
ନୂଆଦିଲ୍ଲୀ,9/12: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କ ଏନ୍କାଉଣ୍ଟର ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସୋମବାର ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏସ୍ଆଇଟି ଗଠନ କରାଯାଇଛି । ରାଚାକୋଣ୍ଡା କମିଶନରେଟ୍ ପୋଲିସ୍ର କମିଶନର ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଅନ୍ୟ 7 ଜଣ ସଦସ୍ୟ ରହିଛନ୍ତି । ତେଲେଙ୍ଗାନା ହେଇକୋର୍ଟରେ ଆଜିଠାରୁ ଏହି ମାମଲାର ଶୁଣାଣି ହେଉଥିବା ବେଳେ ସୁପ୍ରିମକୋର୍ଟରେ ଚଳିତ ବୁଧବାର ଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଛି । ସେହିପରି 4 ଜଣ ନିହତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ଭିଡିଓ ସୁଟିଂ ମେହବୁବନଗର ଜିଲ୍ଲା ଜଜ୍ଙ୍କ ନିକଟରେ ଦାଖଲ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆସନ୍ତା ୧୬ ତାରିଖ ଦିନ ଫାଶୀ ଦିଆଯିବା ନେଇ ସୂଚନା ମିଳୁଛି। ଠିକ୍ ସାତ ବର୍ଷ ତଳେ ୧୬ ଡିସେମ୍ବର ୨୦୧୨ ମସିହାରେ ଭାରତର ରାଜଧାନୀରେ ଲୋମହର୍ଷଣକାରୀ ଘଟଣା ଘଟିଯାଇଥିଲା। ୭ ବର୍ଷ ହେବ ନିର୍ଭୟା ନ୍ୟାୟ ପାଇଁ ଭିକ୍ଷା ମାଗୁଥିବାବେଳେ ପରିଶେଷରେ ତାକୁ ନ୍ୟାୟ ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି। ନିକଟରେ ଘଟିଯାଇଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା, ଏନକାଉଣ୍ଟର ପରେ ନିର୍ଭୟା ମାମଲାର ନ୍ୟାୟ ପାଇଁ ଜେଲ୍ ପ୍ରଶାସନ ସକ୍ରିୟ ହୋଇଛନ୍ତି। ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିସାରିବା ପରେ ଏହି ଘଟଣାରେ ପୀଡ଼ିତା ଜଣକ ନ୍ୟାୟ ପାଇବା ନେଇ ଆଲୋଚନା ହୋଇଛି। ଡିସେମ୍ବର ୧୬ ତାରିଖ, ୨୦୧୨ : ପୀଡ଼ିତା ଜଣକ ଫିଲ୍ମ ଦେଖି ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକାଠାରୁ ଦ୍ୱାରକାସ୍ଥ (ଦିଲ୍ଲୀର ଏକ ଅଞ୍ଚଳ) ଘରକୁ…
ସମୀକ୍ଷା ବ୍ୟୁରୋ ବାଣପୁର, ୯/୧୨: ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର, ବାଲୁଗାଁ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୀତା ଜୟନ୍ତୀ ଉତ୍ସବରେ ଗୀତା ଅଧ୍ୟୟନର ଆବଶ୍ୟକତା ଓ ମଣିଷ ଜୀବନରେ ଗୀତାର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଭାରେ ବିଚିତ୍ରାନନ୍ଦ ବେହେରା, ଗାୟତ୍ରୀ ପରିବାରର ସଦସ୍ୟ ସଭିଙ୍କର ମାର୍ଗଦର୍ଶନ କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ବୈରାଗୀ ଚରଣ ବଳ କେନ୍ଦ୍ରର ସମ୍ପର୍କ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରସନ୍ନ କୁମାର ମିଶ୍ର ଗୀତାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ
ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍ରେ ଏହ ବିଲ୍ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍କୁ ବିରୋଧ କରାଯାଇଥିଲା। ବିଲ୍ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍ର ବିରୋଧ କରିଥିଲେ। ଏହି ବିଲ୍ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍ 0.0001 ପ୍ରତିଶତ ମୁସ୍ଲିମ୍ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,9/12: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି । (ଏଜେନ୍ସୀ)
ଉତ୍ତରପ୍ରଦେଶ, ୯/୧୨: ସମ୍ପ୍ରତି ଦେଶରେ ତଥା ରାଜ୍ୟରେ ବଢି ଚାଲିଥିବା ଅପରାଧ ତଥା ଦୁଷ୍କର୍ମ ଘଟଣାକୁ ଦେଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ୟୁପି କ୍ୟାବିନେଟ୍ ରେପ୍, ଶିଶୁ ଓ ମହିଳା ଉତ୍ପୀଡନ ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ଲାଗି ମଞ୍ଜୁରୀ ଦେଇଛନ୍ତି । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ପରେ ପରେ ଉନ୍ନାଓ ଦୁଷ୍କର୍ମ ମାମଲା ପରେ ଯୋଗୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଉତ୍ତର ପ୍ରଦେଶରେ ବଳାତ୍କାର ମାମଲାର ଶୁଣାଣି ପାଇଁ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଦୁଷ୍କର୍ମ ଆଦି ମାମଲାର ୧୪୪ ଫା୍ଷ୍ଟ ଟ୍ରାକ୍ କୋର୍ଟ ଓ ପୋକ୍ସୋ ଆକ୍ଟ ସମ୍ବନ୍ଧୀୟ ମାମଲାକୁ ୭୪ଟି ଫାଷ୍ଟ ଟ୍ରାକ୍ କୋର୍ଟ ବିଚାର କରିବେ…
Kolkata: Former India football captain Bhaichung Bhutia along with actor turned TMC MP Dev alias Deepak Adhikari during a practice session for a upcoming Bengali film shooting in Kolkata on Dec 8, 2019. (Photo: Kuntal Chakrabarty/IANS)
Hyderabad: Victoria Maharani Movie Opening stills. (Photo: IANS)
New Delhi: Models walk the ramp during a fashion show organised by Fashion Design Council of India (FDCI) at the launch of “InHerit 2019” at Sunder Nursery Heritage Park in New Delhi on Dec 7, 2019. (Photo: Amlan Paliwal/IANS)
https://youtu.be/GbNHF-aDxBA Sara Ali Khan gets nostalgic as debut film ‘Kedarnath’ turns one. … Sara Ali Khan’s debut film “Kedarnath” had released on December 7 last year, and the actress took to Instagram and posted a nostalgic comment.
ନୂଆଦିଲ୍ଲୀ,9/12: ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁଞ୍ଜି ବ୍ରହ୍ମାଣ୍ଡ ସୁନ୍ଦରୀ-2019 ଟାଇଟଲ୍ ହାସଲ କରିଛନ୍ତି । ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ 90 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି ଟୁଞ୍ଜି । ମେକ୍ସିକୋ, ପୁଏର୍ଟାରିକୋ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଇନାଲ୍ରେ ପ୍ରବେଶ କରିଥିଲେ । ନେତୃତ୍ବ ଉପରେ ନିଜର ବକ୍ତବ୍ୟ ପାଇଁ ଟୁଞ୍ଜିଙ୍କୁ ବିଜେତା ଘୋଷଣା କରାଯାଇଥିଲା । 2018ର ବ୍ରହ୍ମାଣ୍ଡ ସୁନ୍ଦରୀ ଫିଲିପାଇନ୍ସ କାର୍ଟିଓନା ଗ୍ରେ ଟୁଞ୍ଜିଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଅନ୍ତିମ ଚରଣର ପ୍ରଶ୍ନ ରହିଥିଲା ଆଜିର ସମୟରେ ବାଳିକାଙ୍କୁ କଣ ଶିଖାଯିବା ଆବଶ୍ୟକ? ଏହାର ଉତ୍ତରରେ ଟୁଞ୍ଜି କହିଥିଲେ, ନେତୃତ୍ବ ନେବା ସବୁଠାରୁ ଉତ୍ତମ ଜିନିଷ । ମହିଳା ଯୁବବର୍ଗଙ୍କୁ ନେତୃତ୍ବ ନେବାର ଶୈଳୀ ଶିଖାଇବା ସବୁଠାରୁ ମୁଖ୍ୟ ଜିନିଷ । ମହିଳା ମାନଙ୍କ ନିକଟରେ ନେତୃତ୍ବ ନେବାର ଦକ୍ଷତା ରହିଛି…

