Author: Samikhsya Bureau
ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ତମାମ ରାଜ୍ୟରୁ ମୌସୁମୀ ବାୟୁ ବିଦାୟ ନେଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।
ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ସରକାର ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବିଡିଏ ଓ ବିଏମସିର ସ୍ୱତନ୍ତ୍ର ଟିମକୁ ଦାଯିତ୍ୱ ଦିଆଯାଇଛି। ଆଜି ପ୍ରଶାସନ ତରଫରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଡିଏ ଓ ବିଏମସି ଅଧିକାରୀମାନେ ପ୍ରଥମେ ମନ୍ଦିର ସଂଲଗ୍ନ ଅଂଚଳର ମାପଚୁପ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାୟୀ ଘର, ଦୋକାନ ଓ ବାସଭବନକୁ ତଦାରଖ କରିଛନ୍ତି। ମାପଚୁପ ସରିବା ପରେ ଉଚ୍ଛେଦ ହେବ ବୋଲି ବିଡିଏ ଅଧିକାରୀ କହିଛନ୍ତି।
ଜାମିନ ଆବେଦନର ବିଚାର ଚାଲିଥିବା ବେଳେ କୋର୍ଟରୁ ଚମ୍ପଟ ମାରିଲେ ବାପ, ପୁଅ । ଏପରି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜିଲ୍ଲାର ତେଲକୋଇ ସରିଆଳି ଗାଁର ଦାସ ଖୁଣ୍ଟିଆ, ପୁଅ ଅନୀଲ ଖୁଣ୍ଟିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ ଆବେଦନର ଶୁଣାଣି ଚାଲିଥିବା ସମୟରେ ବାପ ପୁଅ ସୁଯୋଗ ଦେଖି ଚମ୍ପଟ ମାରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଥିବା ବେଳେ ଚାରି କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।
କେଦାର ମିଶ୍ର ଗତକାଲି ଯେତେବେଳେ ରୟାଲ ସୁଇସ ଏକାଡେମୀ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ, ତାହା ଅନେକାଂଶରେ ଭାରତ ପାଇଁ ଏକ ପ୍ରକାର ଚକିତ କରିଦେଲା ଭଳି ଖବର ଥିଲା। ଯଦିଓ ଅଭିଜିତ ବାନାର୍ଜୀ, ଜଗଦୀଶ ଭଗବତୀ, ପ୍ରଶାନ୍ତ ପଟ୍ଟନାୟକଙ୍କ ଭଳି ଅର୍ଥନୀତିଜ୍ଞଙ୍କ ନାମ ବେଳେ ବେଳେ ନୋବେଲ ପୁରସ୍କାର ଚର୍ଚ୍ଚାରେ ଥାଏ, ଏବର୍ଷ ସତରେ ଜଣେ ଭାରତୀୟ ନୋବେଲ ପୁରସ୍କାର ପାଇବେ ଏକଥା, କେହି ଚିନ୍ତା କରିନଥିଲେ। ଏହା ଏକ ପ୍ରକାର ସୁଖଦ ଆଶ୍ଚର୍ଯ୍ୟ ଥିଲା। ତେବେ ଭାରତର ଶାସକ ଦଳ ଓ ଏହାର ଭକ୍ତଙ୍କ ଲାଗି ଏ ଖବର ଏକ ପ୍ରକାର ଭୟଙ୍କର ହୃଦଘାତ ବୋଲି କୁହାଯାଇପାରେ। ଏ ବର୍ଷର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ମଜୁମଦାର ମୋଦୀ ଅର୍ଥନୀତିର ଜଣେ ଜଣାଶୁଣା ସମାଲୋଚକ ଓ ବିମୂଦ୍ରାକରଣ, ଗୁଜରାଟ ମଡେଲ, ଜିଏସଟି ଭଳି ବିଫଳ ଅର୍ଥନୈତିକ ପଦକ୍ଷେପ ଗୁଡିକର ସେ କଟୁ ସମାଲୋଚକ।ସେଥିପାଇଁ…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ସମେତ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଥିଲା । ବିଜେପି ଏଥିରେ ନିଜର ୫ ବର୍ଷର ସରକାରରେ ଏକ କୋଟି ଚାକିରି ଦେବ ବୋଲି କହିଛି । ଏଥିରେ ପୂରା ମହାରାଷ୍ଟ୍ରକୁ ଭାରତ ନେଟ୍ ଓ ମହାରାଷ୍ଟ୍ର ନେଟ୍ ମାଧ୍ୟମରେ ଇଣ୍ଟରନେଟ୍ ସହ ଯୋଡ଼ିବାର ପ୍ରତିଶ୍ରୁତି ମଧ୍ୟ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଓ ମହାତ୍ମା ଫୁଲେ ଜନ ଆରୋଗ୍ୟ ଯୋଜନାରୁ ଯେମିତି କୌଣସି ବଞ୍ଚିତ ନ ରୁହନ୍ତି ଏହାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହି ଘୋଷଣାପତ୍ରରେ ପ୍ରତିଶ୍ରୁତି ରହିଛି । ଏଥିସହିତ ଆଗାମୀ ୫…
ଉତ୍ତରପ୍ରଦେଶରେ କଂଗ୍ରେସ ନିଜର ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବାକୁ ପ୍ରୟାସ କରୁଥିବାବେଳେ ଦଳକୁ ଏକ ବଡ ଝଟ୍କା ଲାଗିଛି । ଦଳର ବରିଷ୍ଠ ନେତା ତଥା ତିନି ତିନି ଥର ସାଂସଦ ରହିଥିବା ରାଜକୁମାରୀ ରତ୍ନା ସିଂହ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ପ୍ରତାପଗଡ଼ର ପୂର୍ବତନ ସାଂସଦ ରାଜକୁମାରୀ ରତ୍ନା ସିଂହ ହେଉଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ରାଜ ଦିନେଶ ସିଂହଙ୍କ ପୁତ୍ରୀ । କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ତିଓ୍ବାରୀଙ୍କ ଅତି ନିକଟତମ ହେଉଛନ୍ତି ରତ୍ନା ସିଂହ । ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ତାଙ୍କର ମନୋମାଳିନ୍ୟ ପାଇଁ ସେ କଂଗ୍ରେସ ଛାଡ଼ିଥିବାର ଜଣାପଡିଛି । ପୂର୍ବରୁ ରତ୍ନା ଲକ୍ଷ୍ନୌଠାରେ ବିଜେପିରେ ସାମିଲ୍ ହେବ ବୋଲି କାର୍ଯ୍ୟକ୍ରମ ରହିଥିଲା । ଇତିମଧ୍ୟରେ ବିଧାନସଭାର ଉପନିର୍ବାଚନ ତାତି କାରଣରୁ ଏଥିରେ ପରିବର୍ତ୍ତନ କରାଯାଇଛି । ରାଜକୁମାରୀ ରତ୍ନା ସିଂହ ପ୍ରତାପଗଡ଼ ସଂସଦୀୟ ଆସନରୁ ୧୯୯୬, ୧୯୯୯ ଓ…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପଓ୍ବାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ବଡ ଝଟ୍କା । ଦଳର ଦୁଇ ବିଧାୟକ ମଙ୍ଗଳବାର ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବତନ ବିଧାୟକ ରାମରାଓ ଓ୍ବାଦକୁଟେ ଏବଂ ବର୍ତ୍ତମାନର ବିଧାୟକ ରହିଥିବା ବାପ୍ପୁ ପଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ମରାଠାଓ୍ବାଡାର ବିଧାୟକ ରହିଥିବା ଓ୍ବାଦକୁଟେ ଧାଙ୍ଗର ସମ୍ପ୍ରଦାୟର ହୋଇଥିବାରୁ ଏହା ବିଜେପି ପାଇଁ ସହାୟକ ହୋଇପାରେ । ସୋମବାର ଓ୍ବାଦକୁଟେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେହିପରି ପୁନେର ବିଧାୟକ ରହିଥିବା ପଠାରେ ମଧ୍ୟ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗଦାନ କରିଛନ୍ତି । ଉଭୟ ନେତା ସୋମବାର ନିଜର ଇସ୍ତଫାପତ୍ର ଏନ୍ସିପି ବିଧାୟକ ଦଳ ନେତା ରାମରାଜେ ନିମ୍ବଲକରଙ୍କ ନିକଟକୁ ପଠାଇଥିଲେ ।
ସମୀକ୍ଷା ବ୍ୟୁରୋ ଭାରତ ଇତିହାସରେ ଅକ୍ଟୋବର ୧୫ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଆଜିର ଦିନରେ ଭାରତର ମିସାଇଲ୍ ମ୍ୟାନ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ୍ ଜନ୍ମ ହୋଇଥିଲେ । ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ…
ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 12 ଲକ୍ଷ ଟଙ୍କାର ସିଗାରେଟ୍ ଜବତ କରାଯାଇଛି । ବିମାନବନ୍ଦର ସୁରକ୍ଷା ଅଧିକାରୀ 12 ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ସହିତ ଦୁଇ କୋଲକାତା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛନ୍ତି । ଉକ୍ତ ସିଗାରେଟ ଗୁଡିକୁ ଭୁବନେଶ୍ବର ଦେଇ କୁଆଲାଲାମ୍ପୁର ଚାଲାଣ କରାଯାଉଥିବା ଜଣାପଡିଛି । ବିମାନବନ୍ଦର ସୁରକ୍ଷା ଅଧିକାରୀ ସମୁଦାୟ 4 ଶହ ପ୍ୟାକେଟ୍ ସିଗାରେଟ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।
ରାଜ୍ୟର ଏକ ମାତ୍ର ଚିଡିଆଖାନା ନନ୍ଦନକାନନରେ ପୁଣି ଏକ ବାଘର ମୃତ୍ୟୁ ଘଟିଛି । ରକ୍ତ ସଙ୍କ୍ରମଣରେ ପୀଡିତ ଥିବା ମହାବଳ ବାଘ ଶୁଭ୍ରାଶୁଂ ମଙ୍ଗଳବାର ଦିନ ପ୍ରାଣ ହରାଇଛି । ସୋମବାର ଦିନ 10ଟା ବେଳେ ବାଘଟିର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ମୁଖ୍ୟ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି । କିଛି ଦିନ ତଳେ ହର୍ପିସ୍ରେ ପୀଡିତ ହୋଇ ହାତୀ ମାନେ ପ୍ରାଣ ହରାଇଥିବା ବେଳେ ଆଜି ଧଳାବାଘର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁଭ୍ରାଂଶୁର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ 12ଟି ଅଣ୍ଡିରା ଏବଂ 13ଟି ମାଇବାଘ ରହିଥିବା ଜଣାପଡିଛି ।
People attend the 85th Fall Festival at the Original Farmers Market in Los Angeles, the United States, on Oct. 13, 2019. The annual Fall Festival is held here on Oct. 12 and 13 to celebrate the fall harvest with various family-friendly activities. (Xinhua/UNI PHOTO-7F
ରାଉରକେଲା କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରୁ ଏକ ବଡ ଧରଣରୁ ଲୁଟ ହୋଇଛି । କିଛି ଦୁବୃର୍ତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ଲୁଟ କରିନେଇଛନ୍ତି । ଆଜି ସକାଳେ ଏକ ଗାଡିରେ ଭତ୍ତା ଟଙ୍କା ନେଇ ବ୍ଲକ କୋଷାଧ୍ୟକ୍ଷ ଓ ସିକ୍ୟୁରିଟି ଗାର୍ଡ ଯାଉଥିଲେ । ସେହି ସମୟରେ ୩ଟି ବାଇକରେ ୫ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିଲେ । ସେମାନେ ସିକ୍ୟୁରିଟି ଗାର୍ଡ ଓ କୋଷାଧ୍ୟକ୍ଷଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ମାଡ ମଧ୍ୟ ମାରିଥିଲେ। ଏହାସହ ପ୍ରାୟ ୧୩ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରୁଛି ।
ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍ ଗଡ଼ିବ। କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ୍ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକର ଶୁଭାରମ୍ଭ କରିବେ। ସେବା ଟ୍ରେନ୍ ପ୍ରଚଳନ ଯୋଗୁ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନଗୁଡ଼ିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି I
ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀ ପ୍ରାଣ ହରାଇଛନ୍ତି। ମୃତକଦ୍ବୟ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ। ସୂଚନା ଅନୁଯାୟୀ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍ରେ ସାଲେପାଲି ଗାଁକୁ ଯାଉଥିଲେ। ମହିପୁର ଛକ ନିକଟରେ ସେମାନେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା। ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ…
ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସିଙ୍କୁ ସେଲ୍ଫି ନେବା ମହଙ୍ଗା ପଡିଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ଚର୍ଚ୍ଚାରେ ରହିଥିଲେ । ବୁଲୁ ମୁଣ୍ଡାଙ୍କ ବିରୋଧରେ ପୁରୀ ଏସ୍ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧାମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ଅସ୍ତରଙ୍ଗ ପୁଲିସ୍ ମୁନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍ ତାକୁ ନିମାପଡ଼ା ଥାନାକୁ ଆଣିଥିଲା। ତେବେ ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁଣ୍ଡା ତାଙ୍କ ସହିତ…
ସମୀକ୍ଷାବ୍ୟୁରୋ ଆଜିଠୁ ଆରମ୍ଭ ହୋଇଯାଇଛି ହବିଷ୍ୟାଳୀ କାର୍ତ୍ତିକ ବ୍ରତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ, ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ, ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ବ୍ରତ ପାଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସେଥିପାଇଁ ତିନୋଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସଠାରେ ୯୦୦ ଏବଂ ମ୍ୟୁନିସପାଲିଟି କଲ୍ଯାଣମଣ୍ଡପରେ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ…
MUMBAI, OCT 14 (UNI) – Actress Aishwarya Rai Bachchan addressing during trailer launch of upcoming film Disney’s Maleficent- Mistress of Evil, in Mumbai on Monday. UNI PHOTO-66U
Visuhally challenged IAS officer Pranjal patil assume as Thiruvananthapuram Sub Collector in Thiruvanathapuram on Monday .UNI PHOTO -68U