ସଂପଦ ଦଳାଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସ ସହିତ ରାଜ୍ୟର କେଉଁ ସରକାରୀ କର୍ମଚାରୀମାନେ ସଂପୃକ୍ତ ଅଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କର। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ। କେଉଁ ସରକାରୀ କର୍ମଚାରୀମାନେ କେଉଁ ଶାଖାରେ କାମ କରୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି। ଏଥିସହିତ ଏକ ଘୋଷଣା ପତ୍ର ବା ସେଲଫ ଡିକ୍ଲାରସନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ରାଜ୍ୟର ଆଜମିର ଜିଲ୍ଲା ପ୍ରଶାସନ ସବୁ ସରକାରୀ କର୍ମଚାରୀଙ୍କୁ ଚିଠି ଲେଖିବା ପରେ ଏହି ଘଟଣା ପଦାକୁ ଆସିଛି। ଜିଲ୍ଲାର ଉପଜିଲ୍ଲାପାଳ କୌଳାସ ଚନ୍ଦ୍ର ଶର୍ମା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ, କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଠ ଫର୍ମରେ ବିସ୍ତୁତ ତଥ୍ୟ ପୂରଣ କରି ପ୍ରଦାନ କରିବେ। ଏହି ଫର୍ମରେ କର୍ମଚାରୀଙ୍କ ନାମ, ବୟସ,…
Author: Samikhsya Bureau
ନୂଆଦିଲ୍ଲୀ, ୭/୧୨: ସାରା ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଣି ଥରେ ଏନେଇ ଆଉ ଏକ ନି ୟମ କରିବାକୁ ଯାଉଛନ୍ତି ସରକାର । ଏଥର ଯାନବାହନ ସମ୍ପର୍କିତ ସମସ୍ତ ପ୍ରମାଣପତ୍ରରେ ମୋବାଇଲ ନମ୍ବର ବାଧ୍ୟତାମୂଳକ ହେବା ନେଇ ସୂଚନା ରହିଛି। ଏବେ ଯାନବାହନ ପ୍ରମାଣପତ୍ର ତଥା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆର୍ସି) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ପଲ୍ୟୁସନ୍ ସାର୍ଟିଫିକେଟ୍ ସମେତ ଅନ୍ୟ ପ୍ରମାଣପତ୍ରରେ ମୋବାଇଲ୍ ନମ୍ବରକୁ ସଂଯୋଗ କରିବାକୁ ପଡ଼ିବ। ଏନେଇ ଭାରତ ସରକାର ଏକ ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହା ଏପ୍ରିଲ୍ ୨୦୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିବା ନେଇ ଲୋକଙ୍କୁ ତାଙ୍କ ରାୟ ମାଗିଛନ୍ତି । ଏହି ସମ୍ବନ୍ଧରେ ୩୦ଦିନ ଭିତରେ ଅର୍ଥାତ୍ ୨୯ ଡିସେମ୍ବର ଭିତରେ ନିଜର ମତାମତ ସଡକ ପରିବହନ ମନ୍ତ୍ରାଳୟକୁ ପଠାଇପାରିବେ। ଯାନବାହନ…
ବୌଦ୍ଧ, ୭/୧୨: ବିଳମ୍ବିତ ରାତ୍ରିରେ ଗଛକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍ ଓଲଟି ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍’ରେ ଚାରିଜଣଙ୍କର ଅବସ୍ଥା ବେଶ୍ ଗୁରୁତର ରହିଛି। ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚକାଡ଼ୋଳା ନାମକ ଏହି ଘରୋଇ ବସ୍ଟି ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ ବସ୍ଟି ଓଲଟି ପଡ଼ିଥିଲା। (ଏଜେନ୍ସି)
ଭୁବନେଶ୍ବର, ୭/୧୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ସନ୍ଧ୍ୟା ୭ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ ଖୋର୍ଦ୍ଧା ଗସ୍ତ କରିବେ। ବରୁଣେଇ ପାହାଡ଼ସ୍ଥଳରେ ପୂର୍ବାହ୍ନ ୧୦ଟା ୩୦ରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨ଟା ୪୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୫ଟାରେ ସେ ନୂଆଦିଲ୍ଲୀ ଅଭିମୁଖେ ବିମାନଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। (ଏଜେନ୍ସି)
କେଦାର ମିଶ୍ର କୌଣସି ଅପରାଧର ମୁକାବିଲା ଲାଗି ପୋଲିସ ବି ଅପରାଧୀ ହେବା ଜରୁରୀ କି? ଏ ପ୍ରଶ୍ନ ପଚାରିବା ବି ଏକ ଅପରାଧ। ସାରା ଦେଶ ଗତକାଲି ରକ୍ତରେ ଭିଜି ଭିଜି ନ୍ୟାୟର ଉତ୍ସବ ପାଳନ କରିଛି। ହାଇଦ୍ରାବାଦରେ ୨୭-୨୮ ନଭେମ୍ବର ରାତ୍ରିରେ ଯେଉଁ ଭୟଙ୍କର ଧର୍ଷଣ ଓ ହତ୍ୟାକାଣ୍ଡ ଘଟିଥିଲା ତାର ଚାରି ଜଣ ଅଭିଯୁକ୍ତ ଅପରାଧୀଙ୍କୁ ପୁଲିସ ଗୁଳି କରି ମାରିଦେଇଛି। ପୁଲିସ ର ଏହି ଗୁଳିମାରିବା ଆଇନ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହାକୁ ନେଇ ଦେଶରେ ଗୋଟେ ଅଦ୍ଭୁତ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ସତେକି ହତ୍ୟାକାରୀ ପୋଲିସ ହିଁ ଏ ଦେଶର ସର୍ବଶ୍ରେଷ୍ଠ ବିଚାରକ। ପୋଲିସର ତଥାକଥିତ ତୁରନ୍ତ ନ୍ୟାୟ ଦେବାର ଏହି ବର୍ବର ପ୍ରକ୍ରିୟାକୁ ଆଖି ବୁଜି ସମର୍ଥନ କରା ଯାଉଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ପୁଲିସର ଏହି ବେଆଇନ ଗୁଳିକାଣ୍ଡ ବିରୋଧରେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ଅପରାଧୀଙ୍କ…
ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)
ଦିଲ୍ଲୀ, ୭/୧୨: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା । ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତାଙ୍କର ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲ୍ରେ ମୃତ୍ୟୁ ଘଟିଛି । ମିଳିଥିବା ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ହୃଦ୍ଘାତରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ପୀଡ଼ିତାଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା । ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ)କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ। ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଜଳାଇଥିବା ଅଭିଯୁକ୍ତମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ,6/12: ଆତ୍ମଘୋଷିତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଋଦ୍ଦ କରାଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଥିଲେ। ଏହି ସ୍ୱାଧୀନ ରାଷ୍ଟ୍ରର ନାମ କୈଳାସା ରଖିବା ସହିତ ଏଥିପାଇଁ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ନିଜର ହିନ୍ଦୁ ରାଷ୍ଟ୍ର ଗଠନ କରିବା ପରେ ଭାରତୀୟ ନାଗରିକତ୍ବ ହରାଇଥିବାରୁ ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କରାଯାଇଥିବା ନେଇ ରବୀଶ କୁମାର ସୂଚନା ଦେଇଛନ୍ତି।
(191123) — MINSK, Nov. 23, 2019 (Xinhua) — Children models present new children’s wear during the Kids Fashion Zone, a children’s wear sale exhibition for charity, in Minsk, Belarus, Nov. 23, 2019. The activity was held here to mark the World Children’s Day of 2019. (Xinhua/Henadz Zhinkov)
Actress Priyanka Chopra attends the 18th Marrakech International Film Festival in Marrakech, Morocco,
Stills from actress Rani Mukerji’s upcoming film “Mardaani 2”.
Mumbai: Actress Ankita Lokhande on the red carpet of Filmfare Glamour And Style Awards 2019 in Mumbai on Dec 3, 2019. (Photo: IANS)
Hyderabad: Indian skipper Virat Kohli during a practice session ahead of the first Twenty20 match against West Indies at Rajiv Gandhi International Cricket Stadium in Hyderabad on Dec 5, 2019. (Photo: Surjeet Yadav/IANS)
ଉନ୍ନାଓ,6/12: ଉତ୍ତର ପ୍ରଦେଶର ଉନ୍ନାଓ ବର୍ତ୍ତମାନ ରାଜ୍ୟର ଦୁଷ୍କର୍ମ ରାଜଧାନୀ ପାଲଟିଛି । ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଉନ୍ନାଓରେ 86ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଲକ୍ଷ୍ନୌରୁ 25 କିମି ଦୂର ଏହି ସହରର ଜନସଂଖ୍ୟା 31 ଲକ୍ଷ ଅଟେ । ଏହା ସହିତ ଏହି ସମୟ ମଧ୍ୟରେ 185ଟି ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି । ବିଧାୟକ କୁଲଦୀପ୍ ସେନ୍ଗାରଙ୍କ ଠାରୁ ଆରମ୍ଭ କରି ଗୁରୁବାର ଘଟିଥିବା ଦୁଷ୍କର୍ମ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଉନ୍ନାଓର ଏହି ଦୂରାବସ୍ଥା ପାଇଁ ସାଧାରଣ ଲୋକ ପୋଲିସ୍କୁ ଦାୟୀ କରୁଥିବା ବେଳେ ପୋଲିସ୍ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ବୋଲି ରାଘବ ରାମ ଶୁକ୍ଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)
Dense fog engulfed the famous Dal Lake as temperature dipped to minus 3.5 in Srinagar on Thursday. UNI SRN PHOTO 6.
A boatman rowing his Shikara taking across the famous Dal Lake an elderly woman amid dense fog as temperature dipped to minus 3.5 in Srinagar on Thursday. UNI SRN PHOTO 8
Hyderabad: India’s Sanju Samson during a practice session ahead of the first Twenty20 match against West Indies at Rajiv Gandhi International Cricket Stadium in Hyderabad on Dec 5, 2019. (Photo: Surjeet Yadav/IANS)
Mumbai: Author Shaheen Bhatt with her sisters Alia Bhatt and Pooja Bhatt at the launch of her book “I’ve Never Been (un)Happier” in Mumbai on Dec 4, 2019. (Photo: IANS)
ନୂଆଦିଲ୍ଲୀ,6/12: ତେଲୁଗୁ ଫିଲ୍ମ ପ୍ରତି ରୋଜୁ ପାଣ୍ଡଗାର ଟ୍ରେଲର ରିଲିଜ୍ ହୋଇଛି । ସମ୍ପୂର୍ଣ୍ଣ ପାରିବାରିକ କାହାଣୀ ଉପରେ ଏହି ଫିଲ୍ମ ପର୍ଯ୍ୟବେସିତ । ଫିଲ୍ମରେ ସାଇ ଧରମ ତେଜ୍, ରାଶି ଖାନ୍ନା ଏବଂ ସତ୍ୟରାଜ ମୁଖ୍ୟ ଭୂମିକାରେ ରହିଛନ୍ତି । ସତ୍ୟରାଜ ଫୁସ୍ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ବେଳେ ନିଜ ଜୀବନର ଅନ୍ତିମ 5 ସପ୍ତାହ କିଭଳି ବିତାଉଛନ୍ତି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ରାଓ ରମେଶଙ୍କ ଭଳି ଅଭିଜ୍ଞ କଳାକାର ମଧ୍ୟ ଅଛନ୍ତି । ମାରୁତି ଦଶାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏସ ଏସ୍ ଥାମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର 20ରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି ।
ନୂଆଦିଲ୍ଲୀ,6/12: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।

