Author: Samikhsya Bureau

ସମୀକ୍ଷା ବ୍ୟୁରୋ,5/12: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ । ସବୁଦିନ ଭଳି ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ୍ କରିବାକୁ ଚନ୍ଦ୍ରଧ୍ୱଜ ଓ କଳାବତୀ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

Read More

କେଦାର ମିଶ୍ର  ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି। ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ…

Read More

ନୂଆଦିଲ୍ଲୀ,4/12:  ମୁଁ କୌଣସି ଦୁର୍ନିତିରେ ସଂପୃକ୍ତ ନାହିଁ, ହେଲେ ମୋତେ କଣ ପାଇଁ ଜେଲରେ ଭର୍ତ୍ତି କରାଗଲା ତାହାର ଖୋଲାସା କରିବି। ଏହି କଥା କହିଛନ୍ତି ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ। ଆଜି ରାତି ଆଠଟା ବେଳେ ଜେଲରୁ ମୁକୁଳି ଗାଡିରେ ବସିବାକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମ୍ମିଳନୀରେ ସବୁ କଥା ଦେଶର ଜନସଧାରଣଙ୍କୁ ଜଣାଇବେ ବୋଲି ଚିଦାମ୍ବରମ କହିଛନ୍ତି। ଜେଲରୁ ମୁକୁଳିବା ବେଳେ ତାଙ୍କୁ ନେବା ପାଇଁ ତାଙ୍କ ପୁତ୍ର ତଥା ସାଂସଦ କୀର୍ତ୍ତି ଚିଦାମ୍ବରମ ଅପେକ୍ଷା କରିଥିଲେ। ଏଥିସହିତ କଂଗ୍ରେସ କର୍ମିମାନେ ଚିତାମ୍ବରମ ଜିନ୍ଦାବାଦ କରି ସ୍ଲୋଗାନ ଦେଇଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ଚିତାମ୍ବରମ 106 ଦିନ ଜେଲରେ ଥିଲେ। ଗୁରୁବାର ଦିନ ଚିଦାମ୍ବରମ ସଂସଦକୁ ଯିବେ ବୋଲି ଜଣାପଡିଛି। ଏହାପରେ କଂଗ୍ରେସ ଭବନରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 4/12:  ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି। ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ କରାଯିବ। ଡିସେମ୍ବର ୬ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ଲାନ ସମୂହ ମଧ୍ୟରେ ରହିଛି ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଏକମାସ ଅବଧିର ୧୯୯ ଟଙ୍କା ମୂଲ୍ୟର ପ୍ଲାନ ଯେଉଁଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା। ସେହିଭଳି ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଦୁଇ ମାସ ଅବଧିର ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ…

Read More

SAINT PETERSBURG, Dec. 4, 2019 (Xinhua) — Staff pose for photograph at a newly-opened fan ID center of the UEFA Euro 2020 soccer tournament finals in Saint Petersburg, Moscow, Dec. 4, 2019. Saint Petersburg will be one of the twelve cities to host the UEFA Euro 2020 soccer tournament finals next year. (Photo by Irina Motina/Xinhua/UNI PHOTO-14F

Read More

ST.PETERSBURG, Dec. 4, 2019 (Xinhua) — Dancers perform the dance drama “Confucius” at Mariinsky Theatre in St. Petersburg, Russia, Dec. 3, 2019. The dance drama “Confucius”, performed by the China National Opera and Dance Drama Theatre, was staged on Tuesday at Mariinsky Theatre. (Photo by Vera Zaraeva/Xinhua/UNI PHOTO-17F

Read More

NEW DELHI, DEC 4 (UNI):- Minister of State for Youth Affairs and Sports and Minority Affairs, Kiren Rijiju inaugurates the Cricket Stadium, at KendriyaVidyalaya No. 1, Delhi Cantt., New Delhi on Wednesday.UNI PHOTO-90U

Read More

ନୂଆଦିଲ୍ଲୀ, ୪/୧୨: ସୁଦାନର ଏକ ବିସ୍ଫୋରଣରେ ୧୮ ଭାରତୀୟ ମୃତ । ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ଖବର ଅନୁସାରେ, ସୁଦାନର ଏକ ସିରାମିକ ଫ୍ୟାକ୍ଟ୍ରିରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ୧୮ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୧୩୦ଜଣରୁ ଅଧିକ ଲୋକ ଆହତ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାର ପୁଷ୍ଟି କରି ଜରୁରୀକାଳୀନ ନମ୍ୱର +୨୪୯-୯୨୧୯୧୭୪୭୧ ଜାରି କରିଛନ୍ତି ।ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ ସୂଚନା ମିଳିଥିଲା। (ଏଜେନ୍ସି)

Read More

ଭୁବନେଶ୍ବର-ବର୍ତ୍ତମାନ ରାଜ୍ୟରେ ପିଆଜ ଦର ହୁତହୁତ ହୋଇ ବଢିବାରେ ଲାଗିଛି। ଚଳିତ ବର୍ଷ ପିଆଜ ଦର ଆକାଶ ଛୁଆ ହୋଇଛି। ବର୍ତ୍ତମାନ କଟକ ଭୁବନେଶ୍ବରରେ ପିଆଜ କିଲୋ ପିଛା 120 ଟଙ୍କାରେ ବିକ୍ରି ହେଉଛି। ବଜାରକୁ ନୂଆ ପିଆଜ ଆସିଲେ ଦର ହ୍ରାସ ପାଇବ ବୋଲି ସରକାରୀ ଭାବେ କୁହାଯାଉଥିଲା। ହେଲେ ନୂଆ ପିଆଜ ଆସିବା ପରେ ମଧ୍ୟ ପିଆଜ ଦର କମିବା ବଦଳରେ ବଢିବାରେ ଲାଗିଛି। ଫଳରେ ବର୍ତ୍ତମାନ ଖାଉଟି ପିଆଜ କିଣିବା ବେଳେ ଶହେ ଥର ଚିନ୍ତା କରୁଛନ୍ତି। ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିବେ ବୋଲି କହିଥିଲେ, ହେଲେ ତାହା ମଧ୍ୟ ସଫଳ ହୋଇପାରି ନାହିଁ। ଫଳରେ ପିଆଜ ଦର ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବର୍ତ୍ତମାନ ଓଡିଶାର ବିଭିନ୍ନ ସହରରେ କିଲୋ ପିଛା ପିଆଜ ଦର ଯାହା ହୋଇଛି ତାହା ହେଲା କଟକ- 120 ଟଙ୍କା ଭୁବନେଶ୍ବର-120…

Read More

ନୂଆଦିଲ୍ଲୀ, ୪/୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲୁଥିବାବେଳେ ସଦନରେ ପ୍ରଶ୍ନ-ଉତ୍ତର, ତର୍କ ଜାରି ରହିଛି। ବୁଧବାର ସଂସଦ ବାହାରେ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍‌ ସରଗରମ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ଗାଡ଼ିର ବାହାରି ସଂସଦକୁ ଦୌଡ଼ି ଦୌଡ଼ି ଯାଉଥିବାର ଦୃଶ୍ୟଟି ରହିଛି । ଆଖପାଖରେ ଲୋକମାନେ ଠିଆ ହୋଇ ଏହି ଦୃଶ୍ୟ ମଧ୍ୟ ଦେଖିଛନ୍ତି। ଏହି ଫଟୋଟି ସୋସିଆଲ ମିଡ଼ିଆରେ ଆସିବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଏହି ଫଟୋକୁ ଦେଖି ମଜାଦାର କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଗୁଜୁରାତର ବାରଦୋଲିର ସାଂସଦ ପ୍ରଭୁ ବାସବା ଏହି ଫଟୋକୁ ପୋଷ୍ଟ କରି ଟୁଇଟ୍‌ କରିଛନ୍ତି ଯେ, ‘ନବଭାରତର ଉତ୍ସାହୀ ମନ୍ତ୍ରୀ ଆଦରଣୀୟ ପୀୟୂଷ ଗୋଏଲ୍‌ କ୍ୟାବିନେଟ୍‌ ମିଟିଂ ସମାପ୍ତି ପରେ ପ୍ରଶ୍ନକାଳରେ ଡେରି ନହେବା ଲାଗି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚୁଛନ୍ତି। ଏହି ଫଟୋକୁ ଦେଖି…

Read More

ନୂଆଦିଲ୍ଲୀ,4/12: ଭାରତୀୟ ପେସ୍‌ ବୋଲର ମହମ୍ମଦ ସାମି ଆଇସିସି ରାଙ୍କିଙ୍ଗର ଶ୍ରେଷ୍ଠ 10 ମଧ୍ୟରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପରେ ସାମିଙ୍କୁ ଏହି ପୁରସ୍କାର ମିଳିଛି । ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସାମି 10 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ 13ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ 9ଟି ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ୟାଟ୍‌ କମିନ୍‌ସ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ଅଶ୍ବିନ୍‌ ନବମ ଏବଂ ବୁମ୍‌ରା ତୃତୀୟ ସ୍ଥାନରେ ରହିଛନ୍ତି ।

Read More

ମୁମ୍ବାଇ, ୪/୧୨: ନାଗରିକତା ସଂଶୋଧନ ବିଲ୍‌ ଉପରେ ମୋଦି କ୍ୟାବିନେଟ୍‌ ମୋହର ଲଗାଇଛନ୍ତି । ଏହି ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି । କିନ୍ତୁ ଏହି ବିଲ୍‌ ସପକ୍ଷରେ ବାହାରିଛନ୍ତି ଶିବସେନା । କଂଗ୍ରେସ ସହିତ ମହାରାଷ୍ଟ୍ରର ସରକାର ଗଠନ କରିବା ପରେ ମଧ୍ୟ ଶିବସେନା ଏହି ବିଲ୍‌ ସମର୍ଥନରେ ବାହାରିଛି। ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ସର୍ବଦା ଅନୁପ୍ରବେଶକାରୀଙ୍କ ବିରୋଧରେ ରହିଛି। ମୁମ୍ବାଇରେ ଆମେ ବାଙ୍ଗଲାଦେଶୀଙ୍କର ମଧ୍ୟ ସାମ୍ନା କରିଛୁ । ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମେ ଯେକୌଣସି ସରକାରଙ୍କୁ ମଧ୍ୟ ସମର୍ଥନ କରିବୁ। ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ରହିଥିଲା ବିଲ୍‌ରେ ଅଲଗା ଅଲଗା ରାୟ ରହିଛି।  ଏହି ବିଲ୍‌କୁ ନେଇ ଅନ୍ୟମାନଙ୍କର ମଧ୍ୟ ମତ ନେବା ଉଚିତ୍‌ । ଆସାମରେ ବିଜେପି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିଲ୍‌ର ବିରୋଧ କରିଛନ୍ତି । ଆମେ କୌଣସି…

Read More

ସମୀତ ପଣ୍ଡା ଗତ ନଭେମ୍ବର ୧୪ ତାରିଖ ଦିନ ବିଜନେସ ଷ୍ଟାଣ୍ଡାର୍ଡ ନାମକ ଏକ ଇଂରାଜୀ ଖବର କାଗଜରେ ଏକ ଚିନ୍ତାଜନକ ଖବର ପ୍ରକାଶିତ ହେଇଥିଲା। ଏହି ଖବର ଅନୁସାରେ ଆମ ଦେଶରେ ଗ୍ରାମାଞ୍ଚଳ ଲୋକଙ୍କ ଖାଇବା ଉପରେ ଖର୍ଚ୍ଚ ୨୦୧୧-୧୨ ଏବଂ ୨୦୧୭-୧୮ ମଧ୍ୟରେ ୮.୮ ପ୍ରତିଶତ ହ୍ରାସ ପାଇଛି। ଏହା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଏକ ପ୍ରଘଟ ହେଇଥିବା ରିପୋର୍ଟ ଆଧାରରେ କୁହାଯାଇଛି। ଉକ୍ତ ରିପୋର୍ଟ ଭାରତ ସରକାରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପ୍ରକାଶ କରାଯାଇନଥିଲା।ଏହି ଖବର ପ୍ରକାଶିତ ହେବା ପରେ ଭାରତ ସରକାର ଗୁଣାତ୍ମକ ତଥ୍ୟ ନଥିବା ଦର୍ଶାଇ ରିପୋର୍ଟକୁ ପ୍ରକାଶ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ରିପୋର୍ଟ ଅନୁସାରେ ୨୦୧୧-୧୨ରେ ମାସିକ ହାରାହାରି ଖର୍ଚ୍ଚ ଯାହା ୧୫୦୧ ଟଙ୍କା ଥିଲା ତାହା ୨୦୧୭-୧୮ରେ ହ୍ରାସ ପାଇ ୧୪୪୬ କୁ ପହଞ୍ଚିଛି। ଏହି ସମୟରେ ସହରାଞ୍ଚଳରେ ଖାଦ୍ୟ ଉପରେ ହାରାହାରି ଖର୍ଚ୍ଚ୨ ପ୍ରତିଶତ ବୃଦ୍ଧି…

Read More

ନୂଆଦିଲ୍ଲୀ,4/12: ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ବ୍ଲାକ୍‌ ଓ୍ବିଡୋ’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରଟିକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ 24 ଘଣ୍ଟା ପୂର୍ବରୁ 17 ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଲେଣି । ଏହା ସହିତ ୟୁଟ୍ୟୁବ୍ ଟ୍ରେଣ୍ଡରେ ଏହା ଏକ ନମ୍ବର ସ୍ଥାନରେ ରହିଛି । ସ୍କାର୍ଲେଟ୍‌ ଜୋହାନସନ୍‌ଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚିତ୍ରକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଟ୍ରେଲରରେ ସ୍କାର୍ଲେଟ୍‌ଙ୍କ ବ୍ୟତୀତ ଜେରେମି ରେନର ନଜର ଆସିଛନ୍ତି । ଏହା ସହିତ ଫିଲ୍ମର କାହାଣୀ 2014ରୁ 16 ମଧ୍ୟରେ ରହିଛି । ଟ୍ରେଲରରେ ନକରାତ୍ମକ ଚରିତ୍ରରେ ୟେଲେନା ବେଲୋଭାଙ୍କୁ ଦେଖିବାକୁ ମିଳିଛି । କମିକ୍‌ କାହାଣୀ ଅନୁଯାୟୀ ବ୍ଲାକ୍‌ ଓ୍ବିଡୋ ଏବଂ ବେଲୋଭା ଯାଆଁଳା ଭଉଣୀ । ଫିଲ୍ମଟିର ସର୍ବାଧିକ ଭାଗ ବୁଦାପେଷ୍ଟରେ ସୁଟିଂ ହୋଇଛି । କେଟ୍‌ ସର୍ଟଲ୍ୟାଣ୍ଡଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରଟି ମେ…

Read More

ନାଗରିକତ୍ବ ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ତେବେ ଏହା ପାରିତ ହେବା ପୂର୍ବରୁ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର୍‌ । ଶଶୀ କହିଛନ୍ତି ଯେ, ଦଳ ଦୃଷ୍ଟିରୁ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେ ଏହି ବିଲ୍‌କୁ ସେ ସମର୍ଥନ କରିବେ ନାହିଁ । କାରଣ ଏହା ଧର୍ମ ଆଧାରରେ ଭେଦଭାବ କରୁଛି। ଏହା ସାମ୍ବିଧାନିକ ବିରୋଧ ମଧ୍ୟ କରୁଛି । ଆଇନ୍‌ ସମସ୍ତଙ୍କୁ ପାଇଁ ଏକ ହେବା ଉଚିତ୍‌ । ତେବେ ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ବିଜେପି ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି, ତେଣୁ ଲୋକସଭାରେ ଏହି ବିଲ୍‌ ପାରିତ କରିବାରେ ବିଜେପିକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଏହା ବିଜେପି ଲାଗି…

Read More

କର୍ଣ୍ଣାଲ, ୪/୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ପଚରା ଉଚୁରା କରାଯାଇଛି । ଗୁରଗାଓଁ ଜମି ଦୁର୍ନୀତି ମାମଲାରେ ହୁଡାଙ୍କ ସମ୍ପୃକ୍ତି ନେଇ ବୁଧବାର ପଚରା ଉଚୁରା କରାଯାଇଥିବା ଜଣାପଡିଛି । ସମାନ ମାମଲାରେ ଜାନୁୟାରୀ 2019ରେ ହୁଡାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଗୁରୁଗାଓଁ ଜମି ଦୁର୍ନୀତିରେ ଘରୋଇ ବିଲ୍ଡରଙ୍କୁ ୧୪ଶହ ଏକର ଜମି ପ୍ରଦାନ କରିଥିଲେ । ଏହି ମାମଲା ବ୍ୟତୀତ ହୁଡାଙ୍କ ନାମରେ ଏଜେଏଲ୍‌ ଗ୍ରୁପ୍‌ ସହିତ ଦୁର୍ନୀତି ମାମଲା ରୁଜୁ କରାଯାଇଛି । ନ୍ୟାସନାଲ ହେରାଲ୍ଡ ଖବର କାଗଜ ଚଳାଉଥିବା ଏଜେଏଲ୍‌ ଗ୍ରୁପ୍‌ ସହିତ ହୁଡା ଏକ ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବାର ଅଭିଯୋଗ ଆସିଥିଲା । (ଏଜେନ୍ସି)

Read More