Author: Samikhsya Bureau

ସମୀକ୍ଷା ବ୍ୟୁରୋ ଗଜପତି,୩୦/୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ କମ୍ୟୁନିଟି କାର୍ଯ୍ୟାଳୟରେ ଯୋଗାଣ ସହାୟକ ସଂଘର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘର ସଭାପତି ବିବେକ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଦେୟବୃଦ୍ଧି, ସ୍ଥାୟୀ ନିଯୁକ୍ତି, ପିଡିଏସ୍‌ ଲାଇସେନ୍ସ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଯୋଗାଣ ସହାୟକ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟ ଯଥା ପିଡିଏସ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ, ନିର୍ବାଚନ କାର୍ଯ୍ୟରେ ନିଯୁକ୍ତି, ୫ଟି କାର୍ଯ୍ୟରେ ସାମିଲ ହେଉଥିଲେ ମଧ୍ୟ ନଗଣ୍ୟ  ୬ହଜାର ଟଙ୍କାର ବେତନ ମିଳୁଛି । ବେତନ ବୃଦ୍ଧିର ଦାବି ସରକାରଙ୍କ ନିକଟରେ ଉତ୍ଥାପନ ସର୍ବସମ୍ମତିରେ ପାରିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଠଗାଁର ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ ମୋବାଇଲ : ୭୭୮୭୯୭୩୫୬୭

Read More

ନୂଆଦିଲ୍ଲୀ,30/11: ମହା ଅଘାଡି ବିକାଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ମହା ଅଘାଡି ବିକାଶ ସପକ୍ଷରେ 169ଟି ଭୋଟ ପଡିଥିବା ବେଳେ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଏଆଇଏମ୍‌ଆଇଏମ୍‌ , ସିପିଆଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ବିଧାୟକ ମାନେ ନିରପେକ୍ଷ ରହିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥାନ ନିଆଯାଇନଥିବା ଅଭିଯୋଗ କରି ଫଡନବିସ୍‌ଙ୍କ ନେତୃତ୍ବରେ ବିଜେପି ସଦସ୍ୟ ଗୃହତ୍ୟାଗ କରିଥିଲେ । ଏହି ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ବିଜେପି ପକ୍ଷରୁ କୁହାଯାଇଥିଲା ।

Read More

କେଦାର ମିଶ୍ର ଗତକାଲି ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ ଖବର ଆସିଥିଲା। ପ୍ରଥମ ଖବର ଟି ହେଉଛି ଦେଶର ବିକାଶ ଧାରାକୁ ସୂଚାଉଥିବା ଜିଡିପି ୪.୫% ଓ ଜିଭିଏ ୪.୩% କୁ ଖସିଆସିଛି। ଦେଶର ଯେତେସବୁ ପ୍ରମୁଖ ଉତ୍ପାଦନ କ୍ଷେତ୍ର ସବୁଠି ହତାଶା ଓ ତଳମୁହାଁ ଅବସ୍ଥା ଲାଗି ରହିଛି। ତେବେ ଗତ ୨୪ ମାସ ଧରି ଏହି ସମାନ ସ୍ଥିତି ଲାଗି ରହିଛି। ପ୍ରାୟ 8% ବିକାଶ ହାରରୁ ଆମେ ଏହାର ଅଧାଅଧି ଅବସ୍ଥାକୁ ଆସିଗଲୁଣି। ଅର୍ଥନୀତିଜ୍ଞ ତଥା ବିଜେପି ନେତା ସୁବ୍ରମନ୍ୟମ ସ୍ଵାମୀଙ୍କ କହିବା ଅନୁସାରେ ଯଦିଓ ସରକାରୀ ତଥ୍ୟ ଅନୁଯାୟୀ ଏହା ୪.୫%  ରହିଛି, ହେଲେ ଅସଲରେ ଏହା ୧.୫% ଭିତରେ ରହିବ। ମୋଦୀ ସରକାର ଆସିଲା ପରେ ଜିଡିପିର ଆକଳନ ପାଇଁ ଯେଉଁ ମାନକ ରହିଥିଲା ତାକୁ ବଦଳାଇ ଦିଆ ଯାଇଛି। ପୁରୁଣା ୟୁପିଏ ଅମଳର ମାନକ ବ୍ୟବହାର କଲେ ଆମର ଅଭିବୃଦ୍ଧି ଦର…

Read More

ନୂଆଦିଲ୍ଲୀ,30/11: ବିମାନ ଚଳାଚଳ ବିଭାଗରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜେଲ୍‌ରେ ରହିଥିବା ୟାସ୍ମିନ୍‌ କପୁରଙ୍କ ବିରୋଧରେ ଇଡି ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଶନିବାର ଦିନ ଇଡି ପକ୍ଷରୁ ୟାସ୍ମିନ୍‌ କପୁରଙ୍କ ସମେତ ଦୀପକ ତଲଓ୍ବାର ଏବଂ ଅନ୍ୟ ଫାର୍ମ ଗୁଡିକ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ପୂର୍ବରୁ ସିବିଆଇର ସ୍ବତନ୍ତ୍ର ବିଚାରପତି ଅନୁରାଧା ଶୁକ୍ଲା ଭରଦ୍ବାଜ ଏହି ମାମଲାର ବିଚାର କରି ୟାସ୍ମିନ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ । ନବୀନ କୁମାର ମଟ୍ଟା ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ବେଳେ ଏ ଆର ଆଦିତ୍ୟ ୟାସ୍ମିନ୍‌ଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/11: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ 27ଟି ନୂତନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଖାରବେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । 27 ପ୍ରକଳ୍ପ ମଧ୍ୟରୁ 5ଟି ନୂତନ ପ୍ରକଳ୍ପ ହୋଇଥିବା ବେଳେ 22ଟି ପ୍ରକଳ୍ପ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ଜଣାପଡିଛି । ସମୁଦାୟ ପ୍ରକଳ୍ବ ନିମନ୍ତେ 8938.81 କୋଟିର ବ୍ୟୟବରାଦ ରହିଥିବା ବେଳେ ଏହା ଦ୍ବାରା 12 ହଜାର 142 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି । ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଶାସନ ସଚିବଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ଓଡିଶା ଦେଶର ହୋଇଥିବା ନିବେଶର 18 ପ୍ରତିଶତ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ…

Read More

ସମୀକ୍ଷା ବ୍ୟୁରୋ ବାଣପୁର,୩୦/୧୧: ଶନିବାର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀ ବୁଢାକପିଳେଶ୍ଵର ମନ୍ଦିର ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓ.ୟୁ.ଏ.ଟି) ପକ୍ଷରୁ ଏହି ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଛତୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ନେଇ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଓୟୁଏଟିର ଉଦ୍ଭିଦ ରୋଗ ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ଚିନରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ଶବର(ସହକାରୀ ମତ୍ସ୍ୟ ଅଧିକାରୀ, ବାଣପୁର), ଅନ୍ନପୂର୍ଣ୍ଣା ମହାରଣା (ସହକାରୀ ଉଦ୍ୟାନ କୃଷି ଅଧିକାରୀ,ବାଣପୁର), ଦୁର୍ଗା ଚରଣ ବେହେରା (ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ, ବାଣପୁର) ଏବଂ ନିଜାମୁଦ୍ଦିନ ଖାନ( କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ଅଧିକାରୀ, ବାଣପୁର) ପ୍ରମୁଖ ଯୋଗଦେଇଥିଲେ। ବାଣପୁର ଏନ.ଏ.ସି ର ଯୁବ ସଂଗଠକ ତଥା ବରିଷ୍ଠ ବିଜେଡ଼ି…

Read More

ସମୀକ୍ଷା ବ୍ୟୁରୋ କଟକ,30/11: କଟକର ମଙ୍ଗଳାବାଗରେ ଆନ୍ଧ୍ର ବ୍ୟାଙ୍କରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ଅଗ୍ନିକାଣ୍ଡର ଭୟାବହତା ଅଧିକ ରହିଛି । ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାର ଚେଷ୍ଟା କରାଯାଉଛି । ବ୍ୟାଙ୍କ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/11: ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ଜଣେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାର ପିପିଲିରୁ ନିଖୋଜ ଏହି ଛାତ୍ରୀଙ୍କୁ ଭଞ୍ଜନଗର ପୋଲିସ୍‌ ଉଦ୍ଧାର କରିଛି । ନାବାଳିକାଙ୍କୁ ଅପହରଣ କରାଯାଇ ଜଣେ ସମ୍ପର୍କୀୟଙ୍କ ସହିତ ଜବରଦସ୍ତି ବିବାହ କରାଯାଉଥିଲା । ଦୁଇ ମାସ ହେବ ଛାତ୍ରୀ ଜଣକ ସ୍କୁଲକୁ ଆସିନଥିଲେ । ଏହାକୁ ନେଇ ଶିକ୍ଷୟିତ୍ରୀ ଟ୍ବିଟ୍ଟରରେ ଭଞ୍ଜନଗର ଜିଲ୍ଲା ପ୍ରଶାସନକୁ ଛାତ୍ରୀ ଜଣଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଆଜି ଭଞ୍ଜନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/11: ବିଗତ ଦୁଇ ଦିନ ମଧ୍ୟରେ ନନ୍ଦନକାନନରେ ଦୁଇଟି ଆନାକୋଣ୍ଡା ପ୍ରାଣ ହରାଇଛନ୍ତି । ଗତମାସରେ ନନ୍ଦନକାନନକୁ 8ଟି ଆନାକୋଣ୍ଡା ଆସିଥିବା ବେଳେ ଗତକାଲି ଏହାମଧ୍ୟରୁ ଗୋଟିଏ ଆନାକୋଣ୍ଡା ପ୍ରାଣ ହରାଇଥିଲା । ଗତକାଲି ମୃତ ଆନାକୋଣ୍ଡାର ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ ଆଜି ଆଉ ଏକ ଆନାକୋଣ୍ଡା ପ୍ରାଣ ହରାଇଛି । ହର୍ପିସ୍‌ କାରଣରୁ କିଛି ଦିନ ତଳେ ହାତୀ ମାନେ ପ୍ରାଣ ହରାଉଥିବା ବେଳେ ଆନାକୋଣ୍ଡାଙ୍କ ପ୍ରାଣହାନି ପରେ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Read More

ନୂଆଦିଲ୍ଲୀ,30/11: ଗତକାଲି ସରକାରଙ୍କ ପକ୍ଷରୁ ତୃତୀୟ କ୍ବାର୍ଟର ଅର୍ଥନୈତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଘରୋଇ ଅଭିବୃଦ୍ଧି ହାରରେ 0.5 ପ୍ରତିଶତ ହ୍ରାସ ପାଇ 4.5 ପ୍ରତିଶତରେ ପହଞ୍ଚିଛି । ଏହା ସହିତ 8ଟି ମୁଖ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ 5.8 ପ୍ରତିଶତର ହ୍ରାସ ଘଟିଛି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ମୋଦି ସରକାରଙ୍କୁ ମନମୋହନ ସିଂ ଚେତାବନୀ ଦେଇ କହିଛନ୍ତି, ଏହି ଅବସ୍ଥା ଜାରି ରହିଲେ ଦେଶର ଅର୍ଥନୀତି ରସାତଳକୁ ଚାଲିଯିବ ବୋଲି ମନମୋହନ ମତ ଦେଇଛନ୍ତି । ସରକାର ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ମନମୋହନ ମତ ଦେଇଛନ୍ତି । ଦେଶର ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ…

Read More

ରାଞ୍ଚି,30/11: ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ 10ଟା ସୁଦ୍ଧା11.2 ପ୍ରତିଶତ ଭୋଟଗ୍ରହଣ ହୋଇଛି । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣ ସମୟରେ ମାଓପ୍ରବଣ ଗୁମ୍‌ଲାରେ ମାଓବାଦୀ ମାନେ ଏକ ବ୍ରିଜ୍‌ ଉଡାଇ ଦେଇଛନ୍ତି । ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 189 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ 37 ଲକ୍ଷ 83 ହଜାର 55 ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Read More

ମୁମ୍ବାଇ,30/11: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ବିଧାୟକ ଅଜିତ ପଓ୍ବାରଙ୍କୁ ଭେଟିଛନ୍ତି ବିଜେପି ସାଂସଦ ପ୍ରତାପରାଓ ଗୋବିନ୍ଦରାଓ ଚିଖାଲିକର ଭେଟିଛନ୍ତି । ଶନିବାର ସକାଳ 9.30 ମିନିଟ୍‌ରେ ଅଜିତ୍‌ଙ୍କ ବାସଭବନରେ ନାନ୍ଦେଡ୍‌ର ବିଜେପି ସାଂସଦ ତାଙ୍କୁ ଭେଟିଥିଲେ । ଏହି ଭେଟ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦେଖାଦେଇଛି । ଉଦ୍ଧବ ଠାକ୍‌ରେ ଆଜି ଅପରାହ୍ନ 2ଟା ସୁଦ୍ଧା ସରକାରର ବହୁମତ କରିବାକୁ ଯାଉଥିବା ବେଳେ ଅଜିତଙ୍କ ଭେଟ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଦ୍ଧବଙ୍କ ସହିତ ଏନ୍‌ସିପି,କଂଗ୍ରେସ ଏବଂ ଶିବସେନାର ଦୁଇଜଣ ଲେଖାଏଁ ବିଧାୟକ ଶପଥ ଗ୍ରହଣ କରିଥିଲେ ।

Read More

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Read More

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାରେ 37 ଲକ୍ଷ 83 ହଜାର 55 ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବ ।

Read More

କେଦାର ମିଶ୍ର  ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-29/11: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ବସ ଷ୍ଟାଣ୍ଡରେ ଏକ ଅଚିହ୍ନା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏପରି ଦୁର୍ଘଟଣା କିପରି ଘଟିଲା ତାହା ସନ୍ଦେହ ସୃଷ୍ଟି କରିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେହି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

Read More