Author: Samikhsya Bureau

ବାଲେଶ୍ବର,1/12: ପ୍ରଥମ ଥର ପାଇଁ ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-3ର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି । ଶନିବାର ରାତି 7.18ରେ ଚାନ୍ଦବାଲି ନିକଟ ଅବଦୁଲ କଲାମ ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନି-3 ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି । ପ୍ରାୟ 3 ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଅର୍ଥାତ ଅଗ୍ନି-3ର ଲକ୍ଷ୍ୟଭେଦ ପରିଧି ଭିତରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି । ପୂର୍ବରୁ ଅଗ୍ନି-3ର ପରୀକ୍ଷଣ ଏକାଧିକ ଥର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ ରାତିରେ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ,1/12: ଭଦ୍ରକର ବନ୍ତ ଥାନାର କେନ୍ଦୁଆପଦା ଷ୍ଟେସନରୁ ସ୍କୁଟିରେ ଜଣେ ବାପା ଏବଂ ତାଙ୍କ ଝିଅ ଫେରିବା ବେଳେ ଉଦଭ୍ରାନ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି। ଝିଅଙ୍କୁ ଅପହରଣ କରି ନେବା ସମୟରେ ବାପା ବାଧା ଦେବାରୁ ଯୁବକ ଜଣକ ବନ୍ତ ଥାନା ଡାଳିମ୍ଵଗଡିଆ ଛକରେ ବିଚ୍ ରାସ୍ତାରେ ବାପା ଝିଅଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବାପା ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏକତରଫା ପ୍ରେମ କାରଣରୁ ଯୁବକ ଜଣକ ଏଭଳି ଘଟଣା ଘଟାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

କେଦାର ମିଶ୍ର   ୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା…

Read More

ସମୀକ୍ଷା ବ୍ୟୁରୋ/ହେମାଙ୍ଗ ରାଉଳ  ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି । ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ ୨୦୦୭ ମସିହାରୁ ତତ୍କାଳୀନ ଗଂଜାମ ବାର୍ ଏସୋସିଏସନର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା । ହାଇକୋର୍ଟର ସ୍ଥାୟୀବେଞ୍ଚ ବ୍ରହ୍ମପୁରରେ ସ୍ଥାପନ କରିବା ଏକ ଯୁକ୍ତିଯୁକ୍ତ ଦାବି ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତା ଯୋଗୁଁ ଏହା ପୂରଣ ହୋଇପାରୁନି। ଏହି କାରଣରୁ  ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କାମରେ କଟକକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍…

Read More

ବ୍ରହ୍ମପୁର: ଶନିବାର ଦିନ ବ୍ରହ୍ମପୁର ମହାନଗର ନିଗମ ପରିସରରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବିଏମ୍ସିର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ତଥା ସହରର ସମସ୍ତ ୱାର୍ଡ଼ର ଜମାଦାର ଏବଂ ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା ତଥା ରକ୍ତ ପରୀକ୍ଷଣ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସ୍ଥିତ ଡ଼ାଏବେଟିସ୍ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ୍ର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନିଲ କୁମାର କୋଟା ଏବଂ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ ।  ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ  ଏହି କାର୍ଯ୍ୟକ୍ରମ୧୪ ନଭେମ୍ବରରେ ବ୍ରହ୍ମପୁର ସ୍ଥିତ ଟାଉନ୍ ହଲରେ  ବ୍ରହ୍ମପୁର ପୌର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବସ୍ତି ଉନ୍ନୟନ ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ଡା. ସୁନିଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଡ଼ାଏବେଟିସ୍,…

Read More

ଡେଭିସ୍‌ କପ୍‌ରେ ପାକିସ୍ତାନକୁ 4-0 ରେ ପରାସ୍ତ କରିଛି ଭାରତ । ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ ରେକର୍ଡ 44ତମ ବିଜୟ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିତ ଭାରତ 2020 ବିଶ୍ବଗ୍ରୁପ୍‌ ପାଇଁ ଯୋଗ୍ୟତା ହାସଲ କରିଛି । ସୁମିତ୍‌ ନାଗଲ୍‌ ଏବଂ ରାମକୁମାର ରାମନାଥନ ସିଙ୍ଗିଲ୍ସରେ ବିଜୟୀ ହୋଇଥିବା ବେଳେ, ପେସ୍‌-ଜୀବନ ଡବଲ୍ସ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ରିଭର୍ସ ସିଙ୍ଗିଲ୍ସ ମ୍ୟାଚ୍‌ରେ ସୁମିତ୍‌ ନାଗଲ୍‌ ବିଜୟୀ ହେବା ସହିତ ଭାରତକୁ 4-0ରେ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଓହରିଯିବାରୁ ଭାରତ ବିଜୟୀ ହୋଇଥିଲା ।

Read More

BRUSSELS, Nov. 30 (Xinhua) — People enjoy the sound and light show at the Grand Place during the Winter Wonders in Brussels, Belgium, Nov. 29, 2019. Featuring a series of activities such as the sound and light show, Christmas market and so on, the Winter Wonders 2019 in Brussels started on Nov. 29, 2019 and will last till Jan. 5, 2020.

Read More

BEIJING, Nov. 30 (Xinhua) — Dance drama Those Stories is staged by teachers and students of Beijing Dance Academy at its theater in Beijing, capital of China, Nov. 29, 2019. The dance drama is based on stories of heroes in revolution struggles and development of the Chinese nation in modern China.

Read More

ସମୀକ୍ଷା ବ୍ୟୁରୋ ଗଜପତି,୩୦/୧୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ପଞ୍ଚାୟତ ସ୍ଥିତ ବେହେରାଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜୀବନ ଜାତନାରେ ଅତିଷ୍ଠ ହୋଇପଡିଥିବା ବିଧବା ମହିଳା ସୂର୍ଯ୍ୟକାନ୍ତି ନିଜ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି। ଆଜକୁ ଦୁଇବର୍ଷ ତଳେ ସ୍ୱାମୀ ମୃତ୍ୟୁ ମୁଖରେ ପଡିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଅସହାୟ ହୋଇ ପଡିଲେ ସୂର୍ଯ୍ୟକାନ୍ତି। ଦିନକୁ ଦି ମୁଠା ଆହାର ପାଇଁ ଗାଁ ଗାଁ ବୁଲି ଭିକ ମାଗି ଗୁଜୁରାଣ ମେଣ୍ଟାଉଛନ୍ତି ସୂର୍ଯ୍ୟକାନ୍ତି। ସରକାରୀ ସହାୟତା କହିଲେ ମାସକୁ ପାଞ୍ଚ କିଗ୍ରା ଚାଉଳ ଓ ବିଧବା ଭତ୍ତା, ଯାହାକି ସମୁଦ୍ରକୁ ଶଙ୍ଖେ। ଏତିକିରେ ଚଳିବା ବହୁତ କଷ୍ଟ ହେଉଛି ବୋଲି ଅତି କୋହଭରା କଣ୍ଠରେ କହନ୍ତି ସୂର୍ଯ୍ୟକାନ୍ତି। ଘର ନଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରେ ସୂର୍ଯ୍ୟକାନ୍ତିଙ୍କୁ ଘର ଖଣ୍ଡିଏ ମିଳିନାହିଁ। ସରକାରଙ୍କ ଆବାସ ଯୋଜନାରୁ ଘର ଖଣ୍ଡିଏ ଏବଂ ଅନ୍ତ୍ୟୋଦୟ ଯୋଜନାରୁ…

Read More

ସମୀକ୍ଷା ବ୍ୟୁରୋ ଗଜପତି,୩୦/୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ କମ୍ୟୁନିଟି କାର୍ଯ୍ୟାଳୟରେ ଯୋଗାଣ ସହାୟକ ସଂଘର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘର ସଭାପତି ବିବେକ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଦେୟବୃଦ୍ଧି, ସ୍ଥାୟୀ ନିଯୁକ୍ତି, ପିଡିଏସ୍‌ ଲାଇସେନ୍ସ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଯୋଗାଣ ସହାୟକ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟ ଯଥା ପିଡିଏସ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ, ନିର୍ବାଚନ କାର୍ଯ୍ୟରେ ନିଯୁକ୍ତି, ୫ଟି କାର୍ଯ୍ୟରେ ସାମିଲ ହେଉଥିଲେ ମଧ୍ୟ ନଗଣ୍ୟ  ୬ହଜାର ଟଙ୍କାର ବେତନ ମିଳୁଛି । ବେତନ ବୃଦ୍ଧିର ଦାବି ସରକାରଙ୍କ ନିକଟରେ ଉତ୍ଥାପନ ସର୍ବସମ୍ମତିରେ ପାରିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଠଗାଁର ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ ମୋବାଇଲ : ୭୭୮୭୯୭୩୫୬୭

Read More

ନୂଆଦିଲ୍ଲୀ,30/11: ମହା ଅଘାଡି ବିକାଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ମହା ଅଘାଡି ବିକାଶ ସପକ୍ଷରେ 169ଟି ଭୋଟ ପଡିଥିବା ବେଳେ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଏଆଇଏମ୍‌ଆଇଏମ୍‌ , ସିପିଆଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ବିଧାୟକ ମାନେ ନିରପେକ୍ଷ ରହିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥାନ ନିଆଯାଇନଥିବା ଅଭିଯୋଗ କରି ଫଡନବିସ୍‌ଙ୍କ ନେତୃତ୍ବରେ ବିଜେପି ସଦସ୍ୟ ଗୃହତ୍ୟାଗ କରିଥିଲେ । ଏହି ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ବିଜେପି ପକ୍ଷରୁ କୁହାଯାଇଥିଲା ।

Read More

କେଦାର ମିଶ୍ର ଗତକାଲି ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ ଖବର ଆସିଥିଲା। ପ୍ରଥମ ଖବର ଟି ହେଉଛି ଦେଶର ବିକାଶ ଧାରାକୁ ସୂଚାଉଥିବା ଜିଡିପି ୪.୫% ଓ ଜିଭିଏ ୪.୩% କୁ ଖସିଆସିଛି। ଦେଶର ଯେତେସବୁ ପ୍ରମୁଖ ଉତ୍ପାଦନ କ୍ଷେତ୍ର ସବୁଠି ହତାଶା ଓ ତଳମୁହାଁ ଅବସ୍ଥା ଲାଗି ରହିଛି। ତେବେ ଗତ ୨୪ ମାସ ଧରି ଏହି ସମାନ ସ୍ଥିତି ଲାଗି ରହିଛି। ପ୍ରାୟ 8% ବିକାଶ ହାରରୁ ଆମେ ଏହାର ଅଧାଅଧି ଅବସ୍ଥାକୁ ଆସିଗଲୁଣି। ଅର୍ଥନୀତିଜ୍ଞ ତଥା ବିଜେପି ନେତା ସୁବ୍ରମନ୍ୟମ ସ୍ଵାମୀଙ୍କ କହିବା ଅନୁସାରେ ଯଦିଓ ସରକାରୀ ତଥ୍ୟ ଅନୁଯାୟୀ ଏହା ୪.୫%  ରହିଛି, ହେଲେ ଅସଲରେ ଏହା ୧.୫% ଭିତରେ ରହିବ। ମୋଦୀ ସରକାର ଆସିଲା ପରେ ଜିଡିପିର ଆକଳନ ପାଇଁ ଯେଉଁ ମାନକ ରହିଥିଲା ତାକୁ ବଦଳାଇ ଦିଆ ଯାଇଛି। ପୁରୁଣା ୟୁପିଏ ଅମଳର ମାନକ ବ୍ୟବହାର କଲେ ଆମର ଅଭିବୃଦ୍ଧି ଦର…

Read More

ନୂଆଦିଲ୍ଲୀ,30/11: ବିମାନ ଚଳାଚଳ ବିଭାଗରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜେଲ୍‌ରେ ରହିଥିବା ୟାସ୍ମିନ୍‌ କପୁରଙ୍କ ବିରୋଧରେ ଇଡି ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଶନିବାର ଦିନ ଇଡି ପକ୍ଷରୁ ୟାସ୍ମିନ୍‌ କପୁରଙ୍କ ସମେତ ଦୀପକ ତଲଓ୍ବାର ଏବଂ ଅନ୍ୟ ଫାର୍ମ ଗୁଡିକ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ପୂର୍ବରୁ ସିବିଆଇର ସ୍ବତନ୍ତ୍ର ବିଚାରପତି ଅନୁରାଧା ଶୁକ୍ଲା ଭରଦ୍ବାଜ ଏହି ମାମଲାର ବିଚାର କରି ୟାସ୍ମିନ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ । ନବୀନ କୁମାର ମଟ୍ଟା ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ବେଳେ ଏ ଆର ଆଦିତ୍ୟ ୟାସ୍ମିନ୍‌ଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/11: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ 27ଟି ନୂତନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଖାରବେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । 27 ପ୍ରକଳ୍ପ ମଧ୍ୟରୁ 5ଟି ନୂତନ ପ୍ରକଳ୍ପ ହୋଇଥିବା ବେଳେ 22ଟି ପ୍ରକଳ୍ପ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ଜଣାପଡିଛି । ସମୁଦାୟ ପ୍ରକଳ୍ବ ନିମନ୍ତେ 8938.81 କୋଟିର ବ୍ୟୟବରାଦ ରହିଥିବା ବେଳେ ଏହା ଦ୍ବାରା 12 ହଜାର 142 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି । ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଶାସନ ସଚିବଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ଓଡିଶା ଦେଶର ହୋଇଥିବା ନିବେଶର 18 ପ୍ରତିଶତ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ…

Read More