କେଦାର ମିଶ୍ର ଅର୍ଥନୀତି ଏ ମାସର ସବୁଠୁ ଚିନ୍ତାର ବିଷୟ। କାରଣ ଯଥାଶୀଘ୍ର ଜିଡିପିର ତିନିମାସିଆ ଅଙ୍କ ପ୍ରକାଶ ପାଇବ ଓ ଏହା ୪.୨% ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ହେଉଛି, ଆମେ ପୁଣିଥରେ ୫୦ ଓ ଷାଠିଏ ଦଶକର ଅର୍ଥନୈତିକ ଅତୀତକୁ ଫେରି ଯାଉଛି। ଗୋଟେ ସମୟରେ ପ୍ରାୟ ଅଢେଇ ରୁ ସାଢେ ତିନି ପ୍ରତିଶତ ହାରରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିଲା ଓ ଏହାକୁ ସେତେବେଳେ କଟାକ୍ଷ କରି କୁହାଯାଉଥିଲା ହିନ୍ଦୁ ରେଟ ଅଫ ଗ୍ରୋଥ। ମନମୋହନ ସିଂ ଆସିଲା ପରେ ଅର୍ଥନୀତି ବଦଳିଲା ଓ ଗୋଟେ ସମୟରେ ଆମେ ଅଭିବୃଦ୍ଧି ହାରରେ ଦୁଇ ଅଙ୍କ ହାସଲ କରିବାର ବିରଳ ସଫଳତା ପାଇଲୁ। ୨୦୧୦ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦.୩% ରେ ପହଞ୍ଚିଥିଲା। ସେଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜିର ଶାସକ ଦଳ ଯେତେ ଗାଳି କାଲେ…
Author: Samikhsya Bureau
Jharkhand Chief Minister Raghubar Das pays homage to Hazrat Kutubuddin Rashalbar Baba Mazar in Ranchi on Sunday.UNI PHOTO-20U
MUMBAI, NOV 17 Shiv Sena party workers pay tribute at the memorial of Shiv Sena founder Balasaheb Thackeray on his 7th death anniversary in Mumbai on Sunday. UNI PHOTO-34U
ସମୀକ୍ଷା ବ୍ୟୁରୋ ବାଣପୁର-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ଏନେଇ ବାଣପୁର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଉକ୍ତ ଅଞ୍ଚଳର ବିଶ୍ୱମ୍ବର ପ୍ରଧାନ ବୋଲି ଖବର ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ସେ ଏକ କ୍ୟାବିନରେ ଚୋରାମଦ ବେପାର କରୁଥିବାବେଳେ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନା ମୁତାବକ ପୋଲିସ ସମ୍ପୃକ୍ତ ଯୁବକ ବିରୋଧରେ କେସ ନମ୍ବର ୩୧୯/୧୯ ଓଡିଶା ଅବକାରୀ ଆଇନ ଅନୁଯାୟୀ ଦଫା ୫୨(ଏ) ଲଗାଇ ମାମଲା ରୁଜୁ କରିଛି।
ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍ ଅଖତର୍ ନିଜର ଅପ୍କମିଙ୍ଗ ଫିଲ୍ମ ‘ତୁଫାନ୍’ ପାଇଁ ବକ୍ସିଂ ଟ୍ରେନିଂ ନେଉଥିବା ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଫରହାନ୍ ବକ୍ସିଂ କରୁଥିବାର ନଜର ଆସିଛନ୍ତି । ରାକେଶ ଓମ୍ ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଫରହାନ୍ ବେଶ୍ ପରିଶ୍ରମ କରୁଛନ୍ତି । ସେ ଏହି ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟା କରି କ୍ୟାପସନ୍ ଲେଖିଛନ୍ତି – ‘ତୁଫାନ୍ ଉଠିବ’ । ଏହି ଫିଲ୍ମ ପାଇଁ ଫରହାନ୍ ବକ୍ସିଂ ଟ୍ରେନିଂ ନେବା ସହ ନିଜ ଚେହେରାକୁ ପୂରା ବଦଳାଇଛନ୍ତି । ପୂର୍ବରୁ ରାକେଶ ଓମ୍ ପ୍ରକାଶ ମେହେରାଙ୍କ ସହ ‘ଭାଗ୍ ମି୍ଲ୍ଖା ଭାଗ୍’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, ଯାହା ବେଶ୍ ସୁପରହିଟ୍ ରହିଥିଲା । ଏହି ଫିଲ୍ମକୁ ନେଇ ମଧ୍ୟ ଫରହାନ୍ ବେଶ୍ ଆଶା ରଖିଛନ୍ତି ।
ସମୀକ୍ଷା ବ୍ୟୁରୋ ନୌସେନାର ୪୦ତମ ବାର୍ଷିକୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବଡକୂଳ ନିକଟ ପାନ୍ଥନିବାସଠାରେ ଚିଲିକା ନୌବାହିନୀ ଦ୍ବାରା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆହୁଲା ଓ କାତମରା ପର୍ଯ୍ୟାୟରେ ନୌଚାଳାନା ପ୍ରତିଯୋଗିତା ହୋଇଛି। ଆହୁଲାରେ ୧୦ଟି ଗ୍ରୁପ୍ ଅଂଶଗ୍ରହଣ କରିଥିବାବେଳେ କାତମରାର ୯ଟି ଗ୍ରୁପ୍ ଅଂଶଗ୍ରହଣ କରିଥିଲେ। କାତମରାରେ ଜୟନ୍ତୀପୁର ପିଏଫ୍ସିଏସ୍ ପ୍ରଥମ ହୋଇଥିବାବେଳେ ମା’ ଚିଲିକାରାଣୀ ଦ୍ବିତୀୟ ଓ ଗଙ୍ଗାଦେବୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆହୁଲା ପ୍ରତିଯୋଗିତାରେ ମା’ ଉଗ୍ରତାରା, ଶାନ୍ତିନଗର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମା’ କାଳିଜାଇ, ହରିଚାନ୍ଦ ଠାକୁର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନାଭାଲ୍ ଅଫିସର୍ ଇନ୍ ଚାର୍ଜ ଓଡ଼ିଶା କ୍ରମେଡର୍ ଋତୁରାଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ବାଲୁଗାଁ ପୋଲିସ୍ ଓ ବନ୍ୟପ୍ରାଣୀ…
ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ଗୋଟବାୟା ରାଜପକ୍ଷ ବିଜୟୀ ହୋଇଛନ୍ତି । ସେ ଶ୍ରୀଲଙ୍କାରେ କ୍ଷମତାସୀନ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟବାୟା ରାଜପକ୍ଷଙ୍କୁ ବିଜୟରୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ଏବଂ ନାଗରିକଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପ୍ରଗାଡ କରିବା, ଶାନ୍ତି ଏବଂ ସମୃଦ୍ଧି ସହ ଆଞ୍ଚଳିକ ସୁରକ୍ଷା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଆଶା କରୁଛନ୍ତି ବୋଲି ଟୁଇଟ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ ।
Mumbai: Actor and reality television show Big Boss Season 12 host Salman Khan on the sets of the show’s ‘Weekend Ka Vaar’ episode in Mumbai on Nov 9, 2018. (Photo: IANS)
ସମୀକ୍ଷା ବ୍ୟୁରୋ ବାଣପୁର ବଜାର ସାହି ମଧ୍ୟରେ ଆଜି ୧୭ ବର୍ଷ ବୟସର ଜଣେ ନାବାଳକ ସୁଶାନ୍ତ ସାମଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅସାମାଜିକ ବ୍ୟକ୍ତି କୌଣସି କାରଣରୁ ସମ୍ପୃକ୍ତ ନାବାଳାକକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପରେ ନାବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳାକର ମା ସୁଷମା ସାମଲ୍ ଏହି ଘଟଣା ନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆକ୍ରମଣକାରୀ ଯୁବକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମାନ ରହିଥିବାବେଳେ ସେ ପୋଲିସ୍କୁ ଚକ୍ମା ଦେଇ ଘୂରି ବୁଲୁଛି। ତେବେ, ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ସସପେନ୍ସ। ଶିବସେନାର ମୁଖପତ୍ର ସଞ୍ଜୟ ରାଉତ ଆଜି ବାଲାସାହେବଙ୍କ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଶିବସେନା ହେବ ବୋଲି କହିଛନ୍ତି । ସଞ୍ଜୟ ରାଉତ ଓ ଅରବିନ୍ଦ ସାଓ୍ବନ୍ତ ମୁମ୍ବାଇର ଶିବାଜୀ ପାର୍କଠାରେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକ୍ରେଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଲାଠାକ୍ରେଙ୍କ ସ୍ମୃତିଚାରଣ କରି ସଞ୍ଜୟ ରାଉତ କହିଛନ୍ତି – ବାଲା ସାହେବ ଦେଶକୁ ହିନ୍ଦୁତ୍ବର ସନ୍ଦେଶ ଦେଇଥିଲେ। ବାଲା ସାହେବ ଯେଉଁ କଥା ଦେଇଥିଲେ, ତାହା ଏବେ ପୂରା ହେବ । ମହାରାଷ୍ଟ୍ରରେ ଏବେ ଶିବସେନା ମୁଖ୍ୟମନ୍ତ୍ରୀ ହେବ। କେବଳ ୫ ବର୍ଷ ପାଇଁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଶିବସେନା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି। ବିଜେପି ସହିତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ନ ହେବାରୁ ୩୦ ବର୍ଷର ସମ୍ପର୍କକୁ ତୁଟାଇଛି ଶିବସେନା । ଏବେ…
ସମୀକ୍ଷା ବୁରୋ ବାଣପୁର-ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପକ୍ଷରୁ ‘ଚିଲିକା – ଏକ ଦୃଷ୍ଟିପାତ’ ପ୍ରସଙ୍ଗ ଭିତ୍ତିକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ଓଡ଼ିଆ ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ଯୁକ୍ତ ତିନିର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହାକୁ ଉପସ୍ଥାପନା କରିଥିଲେ ତୃତୀୟ ବର୍ଷର ଛାତ୍ରୀ ଝୁମାରାଣୀ ପାତ୍ର। ରାଧାନାଥଙ୍କ ଚିଲିକା କାବ୍ୟ ସମ୍ପର୍କରେ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା, ତୃପ୍ତିରାଣୀ ସ୍ବାଇଁ ଓ ଯଯାତି କେଶରୀ ବଡ଼ଜେନା ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ରଧାନାଥ ଓ ଚିଲିକା କାବ୍ୟର ସୌନ୍ଦର୍ଯ୍ୟ ତାତ୍ତ୍ବିକ ତଥ୍ୟ ପ୍ରଦାନ କରିଥିଲେ। ଶେଷେର ତୃତୀୟ ବର୍ଷର ଛାତ୍ରୀ ଶୋଭାରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
ସିଲିଣ୍ଡରୁ ଗ୍ୟାସ ଲିକ ହୋଇ ଗୁରୁତର ଅବସ୍ଥାରେ ଥିବା ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ବାପ ଓ ପୁଅ ଦିଲ୍ଲୀରେ କାମ କରୁଥିଲେ ଓ ଏକ ଭଡ଼ାଘରେ ରହୁଥିଲେ। ଗତ ୧୨ ତାରିଖରେ ଭଡ଼ା ଘରେ ଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବାପା ଦିଲ୍ଲୀର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଦୁହେଁ ସୋର ସୋର ଅନ୍ତରା ପଞ୍ଚାୟତ କନ୍ଦାଡ଼ ଗ୍ରାମର।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆସନ୍ତାକାଲି ଠାରୁ ସଂସଦରେ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଗଙ୍ଗା ସଫା ସୁତୁରା ରଖାଯିବା ନେଇ ବିଲ୍ ଆଗତ କରିବେ। ଏହା ସହ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ତଥା ୫୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଏନେଇ ଜଳଶକ୍ତି ମନ୍ତ୍ରାଳୟ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରୀ ପାଇଁ ପଠାଇଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନପାକଇବା ପାଇଁ ନିୟମ କରାଯାଇଛି। ଏହି ବିଲରେ କୁହାଯାଇଛି ଯେ, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଲଗାଯିବ। ଏତଦ୍ ବ୍ୟତୀତ ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ…
ରାଉରକେଲା ସହରରେ ପାଗଳା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଜଣେ ଶିଶୁଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି । ଗତକାଲିଠାରୁ ରାଉରକେଲା ଡେଲି ମାର୍କେଟରେ ଏକ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଛି । ଗତକାଲି ଏହାର ଆକ୍ରମଣରେ ୨୫ଜଣ ଆହତ ହୋଇଥିବା ବେଳେ ଆଜି ଆଉ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେକ ଶିଶୁ ମଧ୍ୟ ରହିଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଜମି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତ ବ୍ୟକ୍ତିଙ୍କ ପୁଅ ସମିଳନ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଯୋଗେଶ୍ୱର ନିଜ ପିଣ୍ଡାରେ ବସିଥିଲେ। ଏହି ସମୟରେ ହଠାତ୍ ଗାଁର ନୋଜାର ପ୍ରଧାନ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ ଓ ହାତରେ ବାଡ଼େଇ ଥିଲେ। ଫଳରେ ଯୋଗେଶ୍ୱର ତଳେ ପଡ଼ିଯାଇଥିଲେ। ପରେ ନିଜାମ ତାଙ୍କ ବେକକୁ ଗୋଡ଼ରେ ଚାପି ଦେଇଥିଲେ। ଘଟଣାସ୍ଥଳରେ ଯୋଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଏପରି ଘଟିଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରା ପଡିନଥିବାବେଳେ ପୁଲିସ୍…
ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ‘ମଲଙ୍ଗ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ମୋହିତ୍ ସୁରୀ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରି ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ଫ୍ରେସ୍ ଯୋଡ଼ି ବେଶ୍ ଆକର୍ଷକ ଲାଗୁଛି । ମୋହିତ ଏହି ଫଟୋକୁ ସେୟା କରି ଲେଖିଛନ୍ତି ଯ, ଚାଲନ୍ତୁ କିଛି ସମୟ ମଜା କରିବା ପାଇଁ ଗୋଆ ଯିବା….. ପାଗଲ ଆଦି ତୁମକୁ ତୁମ ଜନ୍ମଦିନର ଶୁଭେଚ୍ଛା’ । ଏହି ଫାଷ୍ଟଲୁକ୍ରେ ବିଦେଶୀଙ୍କ ମଧ୍ୟରେ ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀ ନଜର ଆସିଛନ୍ତି । ଆଦିତ୍ୟ ବିନା ସାର୍ଟରେ ସନଗ୍ଲାସ୍ ଲଗାଇ ବେଶ୍ କୁଲ୍ ନଜର ଆସିଥିବାବେଳେ ଦିଶା ବହୁତ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଏହି ସିନ୍ଟି ହ୍ରିଥିକ୍ ଓ…

