ଆସିକା ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ପ୍ରାଣହାନି ଘଟିଛି । ମୃତ କଏଦୀଙ୍କ ନାମ ଡାକ୍ତର ସାହୁ ଓରଫ ଡାକ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅସୁସ୍ଥ କଏଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
Author: Samikhsya Bureau
ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ । ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ ଜାରି ରହିଛି ।
କେଦାର ମିଶ୍ର ରକ୍ଷା ହୋଇଛି, ୪, ଡିସେମ୍ବର, ୧୮୨୯ରୁ ଭାରତରେ ସତୀପ୍ରଥାର ବିଲୋପ ଘଟିଛି। ଯଦି ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିକ ଏ ପ୍ରଥାକୁ ଉଚ୍ଛେଦ କରିନଥାନ୍ତେ, ତାହେଲେ ଆଜି ଏହାର ନିରାକରଣ ପାଇଁ ଆମକୁ ସୁପ୍ରିମ କୋର୍ଟରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥାନ୍ତା। ସବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ଅଧିକାରକୁ ନେଇ ଗତକାଲି ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପଢିଲା ପରେ, ଆମ ମନରେ ଏଇ କଥାଟି ପ୍ରଥମେ ଆସୁଛି। ଗତ ୩୦ ବର୍ଷ ଧରି ସବରିମାଳା ମନ୍ଦିରରେ ପ୍ରବେଶ ଅଧିକାର ପାଇବାକୁ ଇଣ୍ଡିଆନ ୟଙ୍ଗ ଲୟର୍ସ ଆସୋସିଏସନ ସଂଘର୍ଷ କରୁଛି। ଗତ ୨୮, ସେପ୍ଟେମ୍ବର,୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସବରିମାଳା ମନ୍ଦିରରେ ଯେ କୌଣସି ବୟସର ମହିଳା ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ…
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛପଟକୁ ଧକ୍କା ଦେବାରୁ 9 ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୋର ପ୍ରାୟ 3ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଗୁଜୁରାଟ ଆରବାଲି ଜିଲ୍ଲାରୁ 9 ଜଣ ଯାତ୍ରୀ ଏକ ୱିଙ୍ଗରରେ ପୁରୀ ଯାଉଥିଲେ । ଏହି ସମୟରେ ତାଳନଗର ନିକଟରେ ଗୋଟିଏ ଟ୍ରକ୍ ପଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Various school students performing cultural dance Children’s Day celebrating on the occasion of First Prime Minister of India Pandit Jawaharlal Nehru’s birth anniversary at Ravindra Bharati in Hyderabad on Thursday. UNI PHOTO – RJ19u
Visitors at Vijay Chowak wearing mask to protect themselves from the smog. Air quality index of Delhi crosses 500, in New Delhi on Thursday.
President Ram Nath Kovind meeting with students/children from various schools/organizations on the occasion of Children’s Day at Rashtrapati Bhavan, in New Delhi on Thursday.UNI PHOTO-72U
Cricketer Mahendra Singh Dhoni playing lawn tennis during Country Club Tennis Tournament at JSCA Stadium in Ranchi on Thursday.
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-14/11: ସମୁଦ୍ର କୂଳରେ କଇଁଛଙ୍କ ଅଣ୍ଡାଦାନ ସମୟ ପାଖେଇ ଆସିଲାଣି। ଅଲିଭ ରିଡଲେ କଇଁଛଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ କରାଯାଇଛି। ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ୬୬ଟି ଶିବିର ଖୋଲିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ। ଗହୀରମଥା, ରୁଷିକୂଲ୍ୟା ଓ ଦେବୀ ମୁହାଣରେ ମାଛଧରା ବନ୍ଦ ରହିବ। ଉପକୂଳରୁ ୧୨୦ କିମି ଯାଏ ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଯାଇଛି। ମାଛଧରା ବନ୍ଦ ହେଉଥିବାରୁ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ମାସ ଯାଏ ମାସିକ ୭ ହଜାର ୫୦୦ ଟଙ୍କା ଦିଆଯିବ ବୋଲି ବୈଠକ ପରେ ବନ୍ୟପ୍ରାଣୀ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି।
ସମୀକ୍ଷା ବ୍ୟୁରୋ ଝାରଖଣ୍ଡ ବିଧାନସଭା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ତାଲିକା ପ୍ରକାଶ କରିଛି । ହେଲେ ଏହି ତାଲିକାରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ନାହିଁ । ଏହି ତାଲିକାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁ ଥିବା ବେଳେ ପ୍ରିୟଙ୍କାଙ୍କ ନାଁ କିପରି ନ ରହିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ବିଧାନସଭାର ୩୧ ଆସନରେ କଂଗ୍ରେସ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ୫ଟି ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ମତଦାନ କରାଯିବ। ଡିସେମ୍ବର ୨୨ରେ ଫଳାଫଳ ଘୋଷଣା କରାଯିବ। ତେବେ ପ୍ରକାଶିତ ହୋଇଥିବା ପ୍ରଚାରକ ତାଲିକାର ପ୍ରଥମ…
ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କଠାରୁ ଅନୁମତି ମିଳିଛି । ରାଜ୍ୟରେ ଅନେକ ମାମଲାର ଶୁଣାଣୀ ହେବାକୁ ବର୍ଷ ବର୍ଷ ଲାଗି ଯାଉଛି । କୋର୍ଟ ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି । ଅଳ୍ପ ସଂଖ୍ୟକ କୋର୍ଟ ଥିବାରୁ କୋର୍ଟ ଗୁଡ଼ିକରେ ହଜାର ହଜାର ମାମଲା ଶୁଣାଣୀ ନ ହୋଇ ପଡ଼ିରହୁଛି । ହାଇକୋର୍ଟଙ୍କ ସୁପାରିସ କ୍ରମେ ହାଇଲେଭଲ କମିଟି ଦ୍ୱାରା ଏହି ନିଷ୍ପତ୍ତି ହୋଇଛି । ତେଣୁ ରାଜ୍ୟର ୬ଟି ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲିବାକୁ ଆଜି ହାଇକୋର୍ଟ ପକ୍ଷରୁ ଅନୁମତି ମିଳିଛି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖରିଆରରେ ନୂଆ କୋର୍ଟ ଖୋଲିବ । ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ ନିଜର ୧୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଆସନ୍ତା ୫ ତାରିଖରେ ଏହି ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ଭିତରେ ରହିଛନ୍ତି ସୁଧାକର, ବିସିପାଟିଲ୍, ଶିବରାମ ହେବ୍ବର, ଆନନ୍ଦ ସିଂହ, ଏସଟି ସୋମଶେଖର ଆଦି ସାମିଲ୍ ରହିଛନ୍ତି । ଏହି ସମସ୍ତ ପ୍ରାର୍ଥୀ କଂଗ୍ରେସ ଏବଂ ଜେଡିଏସ୍ର ବିଦ୍ରୋହୀ ବିଧାୟକ ଥିଲେ । ସୂଚନାଯୋଗ୍ୟ, କର୍ଣ୍ଣାଟକର ୧୭ ବିଦ୍ରୋହ ବିଧାୟକଙ୍କ ମଧ୍ୟରୁ ୧୫ଜଣ ଆଜି ବିଜେପିରେ ସାମିଲ୍ ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ନିର୍ବାଚନ ଲଢିବା ନେଇ କ୍ଲିନ ଚିଟ୍ଟ୍ ଦେଇଥିଲେ ।
ସମୀକ୍ଷା ବ୍ୟୁରୋ ବାଣପୁର ନିବାସୀ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳ ୫ଟାରେ ଭୁବନେଶ୍ବରସ୍ଥିତ ଏମସ୍ ହସ୍ପପିଟାଲ୍ଠାରେ ତାଙ୍କର ମୃତ୍ୟୁ ହୋଇଛି। ସାମ୍ବାଦିକ ଜଣକ ୬ମାସ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଜଣେ ଦକ୍ଷ ସାମ୍ବାଦିକ ଭାବେ ଦୈନିକ ଓଡ଼ିଆ ପେପରରେ କାର୍ଯ୍ୟରତ ଥିଲେ ପ୍ରଶାନ୍ତ। ତତ୍ସହିତ ସେ ଶାଳିଆ ପ୍ରେସ୍ କ୍ଲବ୍ ଓ ଉତ୍କଳ ସାମ୍ବାଦିକ ସାମ୍ବାଦିକ ସଂଘର ସକ୍ରିୟ ସଦସ୍ୟ ଭାବରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ତଥା ସାମ୍ବଦିକଙ୍କ ଗହଣରେ ଶୋକର ଛାୟା ଖେଳି ଯାଇଛି ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 150 ରନ୍ରେ ଅଲଆଉଟ ହୋଇଛି । ଭାରତୀୟ ପେସ୍ ବୋଲରଙ୍କ ସଫଳତା ଫଳରେ ଭାରତ ଡ୍ରାଇଭର ସିଟ୍ରେ ରହିଛି । ଭାରତୀୟ ପେସ୍ ବୋଲର ନିଜ ମଧ୍ୟରେ 7ଟି ଓ୍ବିକେଟ୍ ବାଣ୍ଟି ନେଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଉମେଶ ଯାଦବ, ଇଶାନ୍ତ ଶର୍ମା ଏବଂ ଅଶ୍ବିନ୍ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ୍ ସର୍ବାଧିକ 43 ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ମୋମିନୁଲ ହକ୍(37) ରନ୍ ସଂଗ୍ରହ କରିଥିଲେ । 114 ରନ୍ରେ 4 ଓ୍ବିକେଟ୍ ହରାଇଥିବା ବେଳେ ଶେଷ 6 ଓ୍ବିକେଟ୍ ମାତ୍ର 36 ରନ୍ରେ ହରାଇଥିଲା । ଜବାବରେ ଭାରତ 56 ରନ୍ରେ ରୋହିତ ଶର୍ମାଙ୍କ ଓ୍ବିକେଟ୍ ହରାଇଛି । ମାତ୍ର 6 ରନ୍…
ପୋଲିସ୍ ଅଫିସର୍ ଶିବାନୀ ଶିବାଜୀ ରୟ ଭୂମିକାରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଣୀ ମୁଖାର୍ଜୀ । ୟଶରାଜ ଫିଲ୍ମସର ଏହି ଫିଲ୍ମରେ କୋଟାର ଜଣେ ସାଇକୋ ସିରିଏଲ କିଲରକୁ ନେଇ ଗତିଶୀଳ ହୋଇଛି । ଫିଲ୍ମର ପ୍ରଥମ ଭାଗଟି ମୁମ୍ବାଇ ଏବଂ ଦିଲ୍ଲୀରେ ସୁଟିଂ ହୋଇଥିବା ବେଳେ ମାନବ ଚାଲାଣ ଫିଲ୍ମର ପୃଷ୍ଠଭୂମି ରହିଥିଲା । ଏହି ଫିଲ୍ମରେ ଦୁଷ୍କର୍ମ ଏବଂ ହତ୍ୟା ପୃଷ୍ଠଭୂମି ଉପରେ ଆଧାରିତ । ଫିଲ୍ମର ଖଳନାୟକଙ୍କ ଚରିତ୍ରକୁ ଗୋପନ ରଖାଯାଇଥିବା ବେଳେ ଏହି ଚରିତ୍ରଟି ଅତ୍ୟନ୍ତ ଭୟଙ୍କର ଭାବରେ ଚିତ୍ରଣ କରାଯାଇଛି । ଟ୍ରେଲରରେ ଖଳନାୟକ ଚରିତ୍ରର ମୁହଁ ଦେଖାଇନଥିବା ବେଳେ ସେ ଜଣେ ନବାଗତ ବୋଲି ରାଣୀ କହିଛନ୍ତି । ଫିଲ୍ମଟି ଆକ୍ସନ୍ ଥ୍ରୀଲର ଶ୍ରେଣୀର ହୋଇଥିବା ବେଳେ ଗୋପୀ ପୁଥରାନ୍ ଫିଲ୍ମର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆସନ୍ତା ଡିସେମ୍ବର 13 ତାରିଖରେ ଏହି ଫିଲ୍ମଟି ରିଲିଜ୍…
ସମୀକ୍ଷା ବ୍ୟୁରୋ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଲଜ୍ଜା ଲାଗିବା କଥା, କାରଣ ଏହା ଭାରତର ସବୁଠୁ ଜଘନ୍ୟ ହତ୍ୟାକାଣ୍ଡକୁ ଏକ “ଆକସ୍ମିକ ଘଟଣାକ୍ରମ” ବୋଲି କହିଛି। ଏକଥା କହିବାର ଅଧିକାର ଗଣଶିକ୍ଷା ବିଭାଗକୁ ଦେଲା କିଏ? ଆଜି ଯାଏ ଆମେ ପଢି ଆସୁଥିଲୁ ୩୦, ଜାନୁଆରୀ, ୧୯୪୮ ରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଆଜି ଓଡିଶା ସରକାର କହୁଛନ୍ତି- “୩୦, ଜାନୁଆରୀ,୧୯୪୮ରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧୀଜୀଙ୍କର ଦେହାବସାନ ହୋଇଥିଲା।” ଇତିହାସକୁ ବିକୃତ କରି ଗାନ୍ଧୀ ହତ୍ୟା ପ୍ରସଙ୍ଗକୁ ଓଡିଶା ସରକାର ପିଲାଙ୍କ ପାଖରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି କାହିଁକି? ଗୋଟେ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଅହିଂସା” କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରୁଛନ୍ତି ଓ ଗାନ୍ଧୀଙ୍କ ବାଣୀ ଓ ବିଚାର ଉପରେ ସର୍ବାଧିକ…
ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଘଟିଛି । ସରକାର ଗଠନ ହେବାର ୧୭ ଦିନ ପରେ ଅର୍ଥାତ୍ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ପ୍ରଥମ ସମ୍ପ୍ରସାରଣରେ ୧୦ଜଣ ମନ୍ତ୍ରୀ ଶପଥ ନେଇଥିବା ସୂଚନା ମିଳଛି। ଏମାନଙ୍କ ମଧ୍ୟରୁ ବିଜେପିର ୮ଜଣ, ଜେଜେପିରୁ ଜଣେ ଓ ନିର୍ଦ୍ଦଳୀୟ ବିଧାୟକ ଜଣେ ରହିଛନ୍ତି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୬ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେହିପରି ୪ ଜଣ ରାଜ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଅନିଲ୍ ବିଜ୍, କୁଓ୍ବରପାଲ ଗୁଜ୍ଜର, ମୁଲଚନ୍ଦ୍ର ଶର୍ମା, ଜେପି ଦଲାଲ୍, ବନଓ୍ବାରୀ ଲାଲ୍ ଓ ରଣଜିସ୍ ସିଂହ ଚୌତାଲା କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିବାବେଳେ ଓମ୍ ପ୍ରକାଶ ଯାଦବ, କମଲେଶ ଢାଁଢା, ଅନୁପ୍ ଧାନକ ଓ ସନ୍ଦୀପ ସିଂହ ରାଜ୍ୟ ମନ୍ତ୍ରୀ ପଦର…
କେଦାର ମିଶ୍ର ଦେଶର ସର୍ବ ପୂରାତନ କର୍ପୋରେଟ ଟାଟା କମ୍ପାନୀ ଭାରତୀୟ ଜନତା ପାର୍ଟିକୁ ଗୋଟିଏ ବର୍ଷରେ ୩୫୬ କୋଟି ୫୩ ଲକ୍ଷ ୫୫ ହଜାର ୧୭୨ ଟଙ୍କା ଚାନ୍ଦା ଦେଇଛି। ବିଜେପି ତରଫରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ୨୦୦୦୦ ଟଙ୍କାରୁ ଉର୍ଦ୍ଧ୍ଵ ଦାନ ଦେଇଥିବା ଦାତାଙ୍କ ସୂଚୀରୁ ଏହି ତଥ୍ୟ ଜଣା ପଡିଛି। ଟାଟା ଦ୍ଵାରା ପରିଚାଳିତ ପ୍ରୋଗ୍ରେସିଭ ଏଲେକ୍ଟୋରାଲ ଟ୍ରଷ୍ଟ ତରଫରୁ ଏହି ବିଶାଳକାୟ ଅର୍ଥରାଶି କାହିଁକି ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ। ବିଭିନ୍ନ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ କର୍ପୋରେଟ ଗୁଡିକ ଯେଉଁ ଚାନ୍ଦା ରାଜନୈତିକ ଦଳମାନଙ୍କୁ ଦେଉଛନ୍ତି ସେଥିରେ ଶାସକ ଦଳ ପ୍ରତି କର୍ପୋରେଟ ମାନଙ୍କର ବିଶେଷ ମମତା ଦେଖିବାକୁ ମିଳୁଛି। ଟାଟା କମ୍ପାନୀ ପ୍ରାୟୋଜିତ ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୩୫୬ କୋଟି ଟଙ୍କା ଚାନ୍ଦା ଦେଇଥିବା ବେଳେ କଂଗ୍ରେସକୁ ଦେଇଛି ୫୫ କୋଟି ୬୨ ଲକ୍ଷ ଟଙ୍କା। ଅର୍ଥାତ…
ନୂଆଦିଲ୍ଲୀ: 14/11 ( ଏଜେନ୍ସି) ରାଫେଲ୍ ଯୁଦ୍ଧ ବିମାନ ମାମଲାରେ କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ମିଳିଛି। ଉଚ୍ଚତମ ନ୍ୟାୟାଳୟ ୧୪ଟି ରାଫେଲ୍ ଯୁଦ୍ଧ ବିମାନର ଯାଞ୍ଚ ମାମଲାରେ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିଛନ୍ତି। ଏଥିରେ ବିଚାରପତି ସଞ୍ଜୟ କିଶନ୍ କୌଲ୍ ଏବଂ ବିଚାରପତି କେ.ଏମ୍. ଯୋଶେଫ୍ ସାମିଲ୍ ରହିଛନ୍ତି। ରାଫେଲ୍କୁ ନେଇ ହୋଇଥିବା ନିଷ୍ପତ୍ତି ବିରୋଧରେ ୨୦୧୮ ମସିହା ଡିସେମ୍ବର ୧୪ରେ ଦାଖଲ ଅନିୟମତତା ହୋଇଥିବା ଅଭିଯୋଗରେ କରାଯାଇଥିବା ରିଭ୍ୟୁ ପିଟିସନ୍କୁ ଖାରଜ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଦସ୍ତାବିଜ୍ରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କାରଣରୁ ଏହି ରାଫେଲ୍ ଡିଲ୍ ଉପରେ ପୁନର୍ବାର ଯାଞ୍ଚ କିମ୍ବା ଏଫଇଆଇଆରର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ନିଜ ନିଷ୍ପତିରେ…
ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ’ଗୁଡ୍ ନ୍ୟୁଜ୍’ର ଫାଷ୍ଟ ପୋଷ୍ଟର ରିଲିଜ୍ ହୋଇଛି । ଅକ୍ଷୟ କୁମାର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଅକ୍ଷୟ କୁମାର ଦୁଇ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଫସି ରହିଥିବାର ଦେଖାଯାଇଛି । ଫିଲ୍ମଟି ଚଳିତ କ୍ରିଶ୍ମାସ୍ ଅବସରରେ ପରଦା ଉପରକୁ ଆସିବ । ସେହିପରି ଆଉ ଗୋଟେ ପୋଷ୍ଟରେ କରୀନା ଓ କିଆରାଙ୍କୁ ବେବି ବମ୍ପ୍ ଫ୍ଲାଣ୍ଟ୍ କରୁଥିବାର ନଜର ଆସିଥିବାବେଳେ ଏହା ମଝିରେ ଅକ୍ଷୟ କୁମାର ଓ ଦିଲିଜିତ୍ ଦୋସାଞ୍ଜ ରହିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କରୀନା କପୁର୍ ନଜର ଆସିବାକୁ ଥିବାବେଳେ ଦିଲ୍ଜିତ୍ ଓ କିଆରାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ୍ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟି ସରୋଗେସି ଉପରେ ଆଧାରିତ ।

