Author: Samikhsya Bureau

ଓଡିଶାର କଳା ଏବଂ ଐତିହ୍ୟର ପର୍ବ ବାଲିଯାତ୍ରାକୁ ଜାତୀୟ ସ୍ତରର ଉତ୍ସବ ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍‌ଙ୍କୁ ନବୀନ ପତ୍ର ଲେଖିଛନ୍ତି । ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ବାଲିଯାତ୍ରା କଟକରେ ପାଳିତ ହୋଇଥାଏ । ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ । ଏହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଏହି ଦିନରେ ଓଡିଆ ସାଧବ ପୁଅ ବାଲକୁ ଯାତ୍ରା କରୁଥିବାରୁ ଏହାର ନାମ ବାଲିଯାତ୍ରା ରଖାଯାଇଛି । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି । ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ବିଧାୟକ 2 ଦିନରୁ ଅଧିକ ଦିନ ଛୁଟିରେ ଯିବେ ତାଙ୍କୁ ଅନୁମତି ନେବାକୁ ପଡିବ ବୋଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଜେଡି ବିଧାୟକ ଦଳର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ । ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ ।

Read More

ନୂଆଦିଲ୍ଲୀ- ଆସନ୍ତା କାଲି ବହୁ ପ୍ରତିକ୍ଷିତ ରାଫେଲ ମାମଲା ଏବଂ ସାବରୀମାଳା ମାମଲର ରାୟ ପ୍ରକାଶ ପାଇବ। ଏହି ଦୁଇ ମାମଲା ସୁପ୍ରିମ କୋର୍ଟରେ ଦୀର୍ଘଦିନ ଧରି ଶୁଣାଣି ଚାଲିବା ପରେ ଆସନ୍ତାକାଲି ରାୟ ଆସିବ। ଏଥିରେ ମୁଖ୍ୟବିଚାରପତି ରଂଜନ ଗୋଗେଇ, ଜଷ୍ଟିସ ଆର ଏଫ ନରିମାନ, ଜଷ୍ଟିସ ଏଏମ ଖାନୱାଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ମିଳିତ ଭାବେ ସାବରୀମାଳା ରାୟ ପ୍ରକାଶ କରିବେ। ଆସନ୍ତାକାଲି ଦିନ 10.30 ରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ସେହିପରି ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ସହ ତିନିଜଣିଆ ବେଞ୍ଚ ରାଫେଲ ମାମଲାର ରାୟ ପ୍ରକାଶ କରିବେ। ଏଥିରେ ମୁଖ୍ୟ ବିଚରପତି ଗୋଗେଇଙ୍କ ସହ ଜଷ୍ଟିସ ସଂଜୟ କିଶାନ କୌଉଲ ଏବଂ ଜଷ୍ଟିସ କେ ଏମ ଜୋସେଫ ମଧ୍ୟ ଅଛନ୍ତି। ଅଯୋଧ୍ୟା ରାୟ ପରି ଏହି ଦୁଇ ରାୟ ମଧ୍ୟ ବେଶ ଗୁରୁତ୍ବ ବହନ କରୁଛି।

Read More

ରାଜଧାନୀ କାବୁଲରେ ଏକ କାର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 7 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ପୁଲିସ୍‌ ଡିଷ୍ଟ୍ରିକ୍ଟ 15 ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ଏବଂ କୌଣସି ସଙ୍ଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ଆହତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ ମୁଖପାତ୍ର ନସ୍ରତ ରହିମି ପ୍ରକାଶ କରିଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

କର୍ଣ୍ଣାଟକର 17 ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମାମଲାରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ କୁମାର ନିଲମ୍ବନ କରିବା ସହିତ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ରୋକ ଲଗାଇଥିଲେ । ଆଜି ସୁପ୍ରିମକୋର୍ଟ ନିଜ ରାୟରେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଏହା ଫଳରେ ଅଯୋଗ୍ୟ ଘୋଷିତ ବିଧାୟକ ମାନେ ପୁନର୍ବାର ନିର୍ବାଚନ ଲଢିବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ବିଜେପି ସରକାର ଗଠନ ପୂର୍ବରୁ 14 କଂଗ୍ରେସ ବିଧାୟକ ଏବଂ 3 ଜଣ ଜେଡିଏସ୍‌ ବିଧାୟକଙ୍କୁ ବାଚସ୍ପତି କେ ଆର ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ ।

Read More

ଗଞ୍ଜେଇ ଚାଲାଣ ବେଳେ ଓଡିଶା ପୋଲିସ୍‌କୁ ବଡ ସଫଳତା ମିଳିଛି । ସୁନ୍ଦରଗଡରୁ ଅବକାରୀ ବିଭାଗ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ବୁଧବାର ସକାଳୁ ସୁନ୍ଦରଗଡ ପୋଲିସ୍‌ ଏବଂ ଅବକାରୀ ବିଭାଗର ବିଳିତ ଚଢାଉରେ ଏହି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇକୁ ଟ୍ରକ୍‌ରେ ବିହାର ଚାଲାଣ କରାଯାଉଥିବା ବେଳେ ରାଣୀବଗିଚା ନିକଟରେ ଟ୍ରକ୍‌କୁ ଜବତ କରାଯାଇଥିଲା ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିବା ଦାବୀ କରି ଉଭୟ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ତାଗିତ କରିବା ସତ୍ବେ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 3ଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅପରାହ୍ନରେ ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

Read More

ପୁରୀ ଜିଲ୍ଲା ବ୍ରହ୍ମଗିରି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ବସ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ପୁରୀ-ସାତପଡା ରାସ୍ତା ମେଡିକାଲ ଛକରେ ଏକ ବସ ବ୍ରହ୍ମଗିରି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ବସଟି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା 3ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Read More

କେଦାର ମିଶ୍ର  ଓଡିଶାରେ ସର୍ବାଧିକ ଥର ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ବିଶେଷ ଖ୍ୟାତି ରହିଛି। ସେ ଓଡିଶାର ପ୍ରାୟ ସବୁ ରାଜନୈତିକ ଦଳରେ କିଛି କିଛି ଦିନ ରହି ସାରିଛନ୍ତି। କଂଗ୍ରେସ, ବିଜେପି, ଏନସିପି ଓ ବିଜେଡି ଭଳି ଦଳରେ ତାଙ୍କର ଯୋଗଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥିଲା, ସେସବୁ ଦଳକୁ ଛାଡିବାରେ ମଧ୍ୟ ସେ ଇତିହାସ ତିଆରି କରିଛନ୍ତି।ସେ ନିଜେ ଏକ ଆଞ୍ଚଳିକ ଦଳ ଗଢି ତାକୁ ଭାଙ୍ଗି ମଧ୍ୟ ସାରିଛନ୍ତି। ଏବେ ଅବଶ୍ୟ ସେ ବିଜେଡିରେ ଅଛନ୍ତି ଓ ବିଭିନ୍ନ ସଭା ସମିତିରେ ଆଜି ମଧ୍ୟ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ତେବେ ସୌମ୍ୟ ବାବୁଙ୍କର ଲେଖାଲେଖି ଓ ତାଙ୍କର ସାଧାରଣ ସଭା ଗୁଡିକର ଭାଷଣରେ ଏବେ ବିଜେଡି ପ୍ରତି ମୋହଭଙ୍ଗର ଆଭାସ ସ୍ପଷ୍ଟ ବାରି ହୋଇପଡୁଛି। ତାଙ୍କ ଅଧୀନରେ ରହିଥିବା ଓଡିଶାର ସର୍ବାଧିକ ପ୍ରସାରିତ ଖବର କାଗଜ ସମ୍ବାଦ…

Read More

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି 5 ଜଣ ଆହତ ହୋଇଛନ୍ତି । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ବିଳମ୍ବିତ ରାତିରେ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ ଉଭୟ ପକ୍ଷର 5 ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡତିଆ ଏବଂ ସମାରୁ ପଧାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଇଁନ୍ତଲା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଲିମ୍‌କା ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା-କାଳିଆଙ୍କ ଅସ୍ତ୍ରୋପଚାର। କନ୍ଧମାଳର  ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା । ପ୍ରଥମ ସଫଳ କ୍ରାନିଓପାଗସ୍‌ ସର୍ଜରୀ ଭାବେ ଲିମିକ୍‌ ବୁକ୍‌ରେ ସ୍ଥାନିତ ହୋଇଛି। ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତର ଟିମ୍ ଉଭୟ ଶିଶୁଙ୍କୁ ଅଲଗା କରିବାକୁ ଅଗଷ୍ଟ ୨୯ରେ ବିରଳ ଅସ୍ତ୍ରୋପଚାରର ନିଷ୍ପତ୍ତି ନେଇଥିଲେ। ଏଭଳି ଅସ୍ତ୍ରୋପଚାରରେ ସଫଳତା ହାର ଖୁବ୍ କମ୍ ଥିବାରୁ ସମସ୍ତଙ୍କ ମନରେ ଆଶା ସହ ଥିଲା ଆଶଙ୍କା। ହେଲେ ଡାକ୍ତରୀ ଦଳର ୩୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର। ୨ଟି ଦେହକୁ ୨ଟି ଅଲଗା ଅଲଗା ମୁଣ୍ଡ ମିଳିଥିଲା। ଡାକ୍ତରୀ ଟିମକୁ ମିଳିଥିଲା ବଡ଼ ସଫଳତା। ରାଜ୍ୟ ସରକାର ଶିଶୁଙ୍କ ଚିକିତ୍ସାର ସମସ୍ତ ଭାର ନେଇଥିଲେ । ଦୁହିଁଙ୍କ…

Read More

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅଡୁଆ ବଢିଛି । ତାଙ୍କ ବିରୋଧରେ ବିଛା ବୟାନ ପାଇଁ ଓ୍ବାରେଣ୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନ ମାମଲାରେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଥରୁରଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ଓ୍ବାରେଣ୍ଟ ଜାରି ହେବା ପରେ ଥରୁରଙ୍କ ଅଡୁଆ ବଢ଼ିଯାଇଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ବେଙ୍ଗାଲୁରୁ ସାହିତ୍ୟ ସମାରୋହରେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ, ମୋଦି ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ଏକ କଙ୍କଡା ବିଛା ସଦୃଶ। ଏହାକୁ ନା ହାତ ମାରିହେବ ନା ଚପଲରେ ମାରିହେବ ବୋଲି ଥରୁର କହିଥିଲେ। ଏହି ବୟାନ ପରେ ରାଜନୈତିକ ସରଗରମ ହୋଇଥିଲା। ବିଜେପି ନେତା ରାଜୀବ ବବ୍ବର ଏନେଇ ଥରୁରଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମୋକଦ୍ଦମା ରୁଜୁ କରିଥିଲେ। ସେ କହିଥିଲେ, ଥରୁରଙ୍କ…

Read More